ଭୁବନେଶ୍ୱର: ବରିଷ୍ଠ ଭାରତୀୟ ବନ ସେବା ଅଧିକାରୀ ଶ୍ରୀ ଶିଶିର କୁମାର ରଥୋ ଓଡ଼ିଶା ରାଜ୍ୟ ପରିବେଶ ପ୍ରଭାବ ମୂଲ୍ୟାଙ୍କନ ପ୍ରାଧିକରଣ(ସେଆ)ର ନୂତନ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି । ଭାରତ ସରକାରଙ୍କ ୧୯ ସେପ୍ଟେମ୍ବର ୨୦୨୨ ଗେଜେଟ୍ ବିଜ୍ଞପ୍ତି ଅନୁଯାୟୀ ଶ୍ରୀ ରଥୋ ତିନି ବର୍ଷ ପାଇଁ ଏହି ଦାୟିତ୍ୱ ନିର୍ବାହ କରିବେ ବୋଲି ଜଣାପଡ଼ିଛି। ୧୯୮୭ ବ୍ୟାଚର ଭାରତୀୟ ବନ ସେବା ଅଧିକାରୀ ଶ୍ରୀ ରଥୋ ଏହା ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଅଧିନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ସୂଚାରୁ ରୂପେ ଦାୟିତ୍ୱ ନିର୍ବାହ କରିଆସିଛନ୍ତି। ବନ ବିଭାଗ ସମେତ ସେ କ୍ରୀଡା ଭିତ୍ତିଭୂମି, ସହରାଞ୍ଚଳ ପରିବହନ, ପାନୀୟ ଜଳ ଯୋଗାଣ ଓ କଠିନ ବର୍ଜ୍ୟବସ୍ତୁ ପରିଚାଳନା, ଜୈବ ବିବିଧତା ସଂରକ୍ଷଣ ଆଦି ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସେ “ଆଗ୍ରୋ ଫରେଷ୍ଟ୍ରି ମାନୁଆଲ ଫର ଏସିଆ ପାସିଫିକ ରିଜିଓନ”…
Author: Samikhsya Bureau
ଭୁବନେଶ୍ବର: ଅର୍ଥ ଅଭାବରୁ ନିଜ ଘରକୁ ଫେରି ପାରୁନଥିଲା ଦୁଇ ବର୍ଷ ଶିଶୁର ମୃତ ଶରୀର। ବାପା ମା’ ଦୁହିଁଙ୍କର ଅସହାୟତାକୁ ଦେଖି ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅଞ୍ଚଳର ବାସିନ୍ଦା ଗୋପାଳ ଭୁଏଙ୍କର ଦୁଇ ବର୍ଷର ପୁଅ ରୋଷନ ଭୁଏ ଲିଭର ଟ୍ୟୁମର୍ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ୱରସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଏବଂ ତାଙ୍କର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ଚିକିତ୍ସା ଚାଲିଥିଲା। ଦୁର୍ଭାଗ୍ୟବଶତଃ, ଗତ ସେପ୍ଟେମ୍ବର ୧୯ତାରିଖରେ ରୋଷନ ଶେଷ ନିଃଶ୍ଵାସ ତ୍ୟାଗ କରିଥିଲେ। ବାପା ଓ ମା’ ଦୁହେଁ ପୁଅକୁ ହରାଇ ମାନସିକ ସ୍ତରରେ ପୁରା ଭାଙ୍ଗି ପଡ଼ିଥିଲେ ଏବଂ ଆର୍ଥିକ ଚାପରେ ଥିବାରୁ ପୁଅର ମୃତ ଶରୀର ନିଜ ଗ୍ରାମକୁ ନେବା ପାଇଁ ଅସମର୍ଥ ଥିଲେ। ଶେଷରେ ଅସହାୟ ହୋଇ ସେମାନେ ଓଡ଼ିଶା ମୋ ପରିବାର, ଜୀବନବିନ୍ଦୁ କଟକ ସିଟି ସଂଯୋଜକ ଡଃ ରଞ୍ଜନ…
ଭୁବନେଶ୍ୱର: ଏମ୍ସ ଭୁବନେଶ୍ୱର ଏହାର ପ୍ରଥମ ଦଶନ୍ଧିର ସଫଳ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଯୋଡ଼ିଛି। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପୂର୍ବ ଭାରତରେ ଭରସାର କେନ୍ଦ୍ରବିନ୍ଦୁ ପାଲଟିଥିବା ଏମ୍ସ ଭୁବନେଶ୍ବରରେ ସଫଳତାର ସହିତ ବହୁପ୍ରତିକ୍ଷୀତ ପ୍ରଥମ କିଡ୍ନୀ ପ୍ରତିରୋପଣ ସମ୍ପନ୍ନ ହୋଇଛି। ଗତମାସ ୩୦ରେ ଏହି ଜାତୀୟ ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ କିଡ୍ନୀ ପ୍ରତିରୋପଣ ସଫଳ ହୋଇଛି। ଏମ୍ସରେ ହୋଇଥିବା ପ୍ରଥମ ପ୍ରତିରୋପଣ ପିତା ପୁତ୍ରଙ୍କ ମଧ୍ୟରେ ହୋଇଥିଲା। ଅସୁସ୍ଥ ପୁଅଙ୍କୁ ପିତା ନିଜ କିଡ୍ନୀ ଦାନ କରିଥିଲେ। ତେବେ ପ୍ରତିରୋପଣ ପରେ ଉଭୟ ପିତା ପୁତ୍ର ସୁସ୍ଥ ଅଛନ୍ତି। କିଡ୍ନୀ ଦାତାଙ୍କୁ ପ୍ରତିରୋପଣର ତୃତୀୟ ଦିନରେ ହସ୍ପିଟାଲ୍ରୁ ଡିସ୍ଚାର୍ଯ କରାଯାଇଥିଲା। ସେହିପରି କିଡ୍ନୀ ପ୍ରତିରୋପଣ ହୋଇଥିବା ଯୁବକଙ୍କୁ ମଧ୍ୟ ଇତିମଧ୍ୟରେ ଡିସଚାର୍ଜ କରାଯାଇଛି। ଡିସଚାର୍ଜ ପରେ ଯୁବକଙ୍କ ପରିସ୍ରା ଫଳାଫଳ, ରକ୍ତ ପରୀକ୍ଷା ଫଳ ଏବଂ କ୍ରିଏଟିନାଇନ୍ ସ୍ତର ସାଧାରଣ ରହିଥିବା ଚିକିତ୍ସକମାନେ ପ୍ରକାଶ କରିଛନ୍ତି। ଉଭୟ ସୁସ୍ଥ ଥିବାରୁ ଏହି ପ୍ରତିରୋପଣରେ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା…
ଭୁବନେଶ୍ଵର: ପୂର୍ବ ତଟ ରେଳପଥର ରେଳ ସୁରକ୍ଷା ବଳ ଯବାନ ମାନେ ମୁଖ୍ୟ ସୁରକ୍ଷା କମିଶନରଙ୍କ ନେତୃତ୍ୱରେ ୩୮ ତମ ଆରପିଏଫ୍ ପ୍ରତିଷ୍ଠା ଦିବସ ପାଳନ ଅବସରରେ “ରନ୍ ଫର ୟୂନିଟି” ରେ ଅଂଶଗ୍ରହଣ କରିଥିଲେ। ଏହି ଉତ୍ସବ ପାଳନକୁ ସ୍ମରଣୀୟ କରିବା ପାଇଁ ଆରପିଏଫ୍ ଦ୍ୱାରା ରକ୍ତ ଦାନ ଶିବିର ଏବଂ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା।
ନୂଆଦିଲ୍ଲୀ: ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁର ଆଜି ଏସିଆ – ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ ଉନ୍ନୟନ ପ୍ରତିଷ୍ଠାନ (ଏଆଇବିଡି)ର ୪୭ତମ ବାର୍ଷିକ ସମ୍ମିଳନୀ ଏବଂ ୨ଠତମ ସାଧାରଣ ସମ୍ମିଳନୀକୁ ନୂଆଦିଲ୍ଲୀ ଠାରେ ଉଦଘାଟନ କରିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ଠାକୁର କହିଛନ୍ତି ଯେ- ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ। ବାସ୍ତବ ସାମ୍ବାଦିକତା ସତ୍ୟର ଉନ୍ମୋଚନ କରେ ଏବଂ ଗଣମାଧ୍ୟମ ଗୁଡ଼ିକ ସେହି ସତ୍ୟକୁ ପ୍ରକାଶ କରିବା ଉଚିତ। ଗଣମାଧ୍ୟମ ଆଲୋଚନା ଗୁଡ଼ିକର ସବୁକଥାକୁ ଏକପାଖିଆ ବିଶ୍ଳେଷଣ କରୁଥିବା ଏବଂ ମିଛ କଥା କହୁଥିବା ସାମ୍ବାଦିକମାନେ ଗଣମାଧ୍ୟମର ବିଶ୍ୱସନୀୟତାକୁ ନଷ୍ଟ କରୁଛନ୍ତି। ଦର୍ଶକମାନଙ୍କ ଚକ୍ଷୁରେ ଆଲୋଚନାର ଅତିଥି ଓ ସେମାନଙ୍କ ଗର୍ଜନର ଦୃଶ୍ୟ ଗଣମାଧ୍ୟମର ବିଶ୍ୱସନୀୟତାର ମୂଲ୍ୟାୟନ ହୋଇ ଯାଉଛି। ଗୋଟାଏ…
ଭୁବନେଶ୍ବର: ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ଓଡ଼ିଶା ଗସ୍ତରେ ଆସିଥିବା ନଭି ମୁମ୍ବାଇର କେସି ପାଟିଲ କଲେଜ ଅଫ ଇଞ୍ଜିନିୟରିଂର ୫୦ ଜଣ ଛାତ୍ରଛାତ୍ରୀ ମଙ୍ଗଳବାର, ଦ୍ବିତୀୟ ଦିନରେ ବିଶ୍ବପ୍ରସିଦ୍ଧ ତୀର୍ଥକ୍ଷେତ୍ର ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ଏବଂ ଐତିହାସିକ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। ଗସ୍ତ ପୂର୍ବରୁ ସେମାନଙ୍କୁ ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ବିଷୟରେ ସୂଚନା ଦିଆଯାଇଥିଲା। ମହାରାଷ୍ଟ୍ରର ଛାତ୍ରଛାତ୍ରୀଙ୍କୁ ଆତିଥେୟ ପ୍ରଦାନ କରିଥିବା ଭୁବନେଶ୍ବରର ଗାନ୍ଧୀ ଇନଷ୍ଟିଚ୍ୟୁଟ୍ ଅଫ ଟେକ୍ନୋଲୋଜି (ଜିଆଇଏଫଟି) ପକ୍ଷରୁ ଏକ ଉପସ୍ଥାପନା ମାଧ୍ୟମରେ ଶ୍ରୀଲିଙ୍ଗରାଜ ମନ୍ଦିର, ରାଜାରାଣୀ ମନ୍ଦିର, ଖଣ୍ଡଗିରି ଓ ଉଦୟଗିରି ଗୁମ୍ଫା ସମେତ ବିଭିନ୍ନ ଐତିହାସିକ ସ୍ଥଳୀ ସମ୍ପର୍କରେ ସୂଚନା ଦିଆଯାଇଥିଲା। ଆଜିର ଦିନରେ ଆୟୋଜିତ ଆଉ ଏକ କାର୍ଯ୍ୟକ୍ରମରେ ଏକ ଭାଷା ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ମରାଠୀ ଏବଂ ଓଡ଼ିଆ ଭାଷାରେ ସାମଞ୍ଜସ୍ୟ ଥିବା କେତେକ ଶବ୍ଦ ବିଷୟରେ…
ଲେଖକ- ଆଦାର ପୁନାୱାଲା କରୋନା ମହାମାରୀର ବିଗତ ଅଢେଇ ବର୍ଷ ଯାହା ଏକ ଗୁରୁତର ଅସ୍ୱାଭାବିକତାର ବାତାବରଣ ସୃଷ୍ଟି କରିଥିଲା ସେଥିରେ ଲୋକେ ସତେ ଯେପରି ଏକ ବିଜ୍ଞାନ ଉପନ୍ୟାସର କାହାଣୀ ଭିତରେ ବଂଚିଥିଲେ । ଏହି ଜଟିଳ ସମୟରେ ଆମେ ଭାରତବାସୀ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅବିଶ୍ରାନ୍ତ ନେତୃତ୍ୱରେ ମିଳିତଭାବେ ମହାମାରୀର ମୁକାବିଲା କରିବାରେ ସଫଳ ହୋଇଥିଲୁ । ଏହି ଦୁଃସମୟରୁ ଆମେ ଅନେକ କଥା ଶିଖିଲୁ ଏବଂ ଶତାବ୍ଦୀରେ ଥରେ ଆସିଥିବା ଏଭଳି ଏକ ମହାମାରୀରୁ ଯେଉଁ ଅଭିଜ୍ଞତା ଲାଭ କଲୁ ତାହା ଆମକୁ ଜୀବନ ବ୍ୟାପୀ ସାହାଯ୍ୟ କରିବ । ଭବିଷ୍ୟତରେ ଏଭଳି ପରିସ୍ଥିତି ଉପୁଜିଲେ, ତାହାର ମୁକାବିଲା ପାଇଁ ଉତ୍କୃଷ୍ଟ ପଦକ୍ଷେପ ନେବାରେ ଏହି ଅଭିଜ୍ଞତା ଆମକୁ ସାହାଯ୍ୟ କରିବ । ଏକ ମହାସଂକଟ କାଳରେ ଆମେ ଧୈର୍ୟ୍ୟ ଓ ସ୍ଥିତିସ୍ଥାପକତା ପ୍ରଦର୍ଶନ କରି ଦୃଢ ସଂକଳ୍ପ ଏବଂ ସାମର୍ଥ୍ୟ ବଳରେ…
ନୂଆଦିଲ୍ଲୀ: ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ୧୯, ସେପ୍ଟେମ୍ବର ୨୦୨୨ ରେ କାଇରୋରେ ଇଜିପ୍ଟର ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ମହମ୍ମଦ ଜାକିଙ୍କ ସହିତ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ରାଜନାଥ ସିଂ ବର୍ତ୍ତମାନ ଇଜିପ୍ଟ ଗସ୍ତରେ ରହିଛନ୍ତି। ତାଙ୍କୁ ଦ୍ବିପାକ୍ଷିକ ଆଲୋଚନା ଆରମ୍ଭ ହେବା ପୂର୍ବରୁ କାଇରୋ ସ୍ଥିତ ପ୍ରତିରକ୍ଷା ମନ୍ତ୍ରଣାଳୟରେ ସେରିମୋନିଆଲ୍ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯାଇଛି। ବୈଠକ ସମୟରେ ଉଭୟ ପକ୍ଷ ପ୍ରତିରକ୍ଷା ସମ୍ପର୍କକୁ ମଜବୁତ୍ କରିବା ଦିଗରେ ମିଳିତ ସୈନ୍ୟାଭ୍ୟାସ ବଢ଼ାଇବା ଏବଂ ପ୍ରଶିକ୍ଷଣ, ବିଶେଷ କରି ଆତଙ୍କବାଦ ବିରୋଧୀ କାର୍ଯ୍ୟକଳାପ କ୍ଷେତ୍ରରେ ପ୍ରଶିକ୍ଷଣ ପାଇଁ ସୈନ୍ୟକର୍ମୀମାନଙ୍କର ଆଦାନ ପ୍ରଦାନ ଉପରେ ସହମତି ପ୍ରକାଶ କରିଛନ୍ତି। ଉଭୟ ମନ୍ତ୍ରୀ ଭାରତ ଏବଂ ଇଜିପ୍ଟର ରକ୍ଷା ଉଦ୍ୟୋଗ ମଧ୍ୟରେ ନିର୍ଦ୍ଦିଷ୍ଟ ସମୟ ଅବଧିରେ ସହଯୋଗ ବଢ଼ାଇବା ପାଇଁ ପ୍ରସ୍ତାବ ଉପରେ ଧ୍ୟାନ ପ୍ରଦାନ କରିବା ଉପରେ ସହମତି ପ୍ରଦାନ କରିଛନ୍ତି। ସେମାନେ କ୍ଷେତ୍ରୀୟ ସୁରକ୍ଷା ଉପରେ ବିଚାରର ଆଦାନ…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ସ୍ଥିତ ଗ୍ରାମୀଣ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ତାଲୁକ ସ୍ତରୀୟ ଆଇନ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ବାଣପୁର କୋର୍ଟ ବରିଷ୍ଠ ଦେୱାନୀ ବିଚାରପତି ମନୋରଞ୍ଜନ ମିଶ୍ର ଉଦଘାଟନ କରିଥିବା ବେଳେ ଅତିଥି ଭାବେ ବାଣପୁର କୋର୍ଟ ଜେଏମଏଫସି ସ୍ନାତକୀ ଦାସ, ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ, ବାଣପୁର ବିଡ଼ିଓ ବୁଲବୁଲ ବେହେରା, ଥାନା ଏସଆଇ ଚନ୍ଦନ ଦାସ, ବରିଷ୍ଠ ଆଇନଜୀବୀ ଗୌରୀଶଙ୍କର ଷଡ଼ଙ୍ଗୀ, ଭବାନୀ ଶଙ୍କର ଶତପଥୀ, ଲିଗାଲ କମିଟି ଫ୍ରଣ୍ଟ ଅଫିସ ରିଟର୍ନର ଆଇନଜୀବୀ ସୁଧୀର ପ୍ରଧାନ, ବାଣପୁର ଓକିଲ ସଂଘ ସମ୍ପାଦକ ଜଗନ୍ନାଥ ଭୋଳ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷା ରଶ୍ମିତା ମହାନ୍ତି ଯୋଗଦେଇଥିଲେ। ତେବେ ଉକ୍ତ ଶିବିର ଟି ଆମ ଦେଶର ଭବିଷ୍ୟତ ତଥା ଛାତ୍ରୀମାନଙ୍କ ଉଦ୍ଦେଶ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ସାଧାରଣ ଓ ଗରିବ ବ୍ୟକ୍ତି…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ଖୋର୍ଦ୍ଧା ରୋଡ ରେଳ ଡିଭିଜନ ଅନ୍ତର୍ଗତ ବାଲୁଗାଁ ଆରପିଏଫ ତାହାର ପ୍ରତିଷ୍ଠା ଦିବସ ପାଳନ କରିଛି। ଏହି ଅବସରରେ ଆରପିଏଫ ପକ୍ଷରୁ ବାଲୁଗାଁ ଷ୍ଟେସନ ପରିସରରେ ଯାତ୍ରୀ ମାନଙ୍କୁ ସଚେତନତା, ରକ୍ତଦାନ, ବୃକ୍ଷରୋପଣ, ଶ୍ରମଦାନ, ଏକତା ଦୌଡ଼ ଏବଂ ଯୋଗ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି ଉତ୍ସବରେ ବାଲୁଗାଁ ଆରପିଏଫ ଆଇଆଇସି ଏବଂ ଅନ୍ୟ ସମସ୍ତ ଅଧିକାରୀମାନେ ସାମିଲ ଥିଲେ। ସୂଚନା ଥାଉକି ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ୨୦ ତାରିଖକୁ ଆରପିଏଫର ପ୍ରତିଷ୍ଠା ଦିବସ ଭାବେ ପାଳନ କରାଯାଏ କାରଣ ଏହି ଦିନ ଆରପିଏଫକୁ କେନ୍ଦ୍ରୀୟ ସଶସ୍ତ୍ର ବଳର ମାନ୍ୟତା ମିଳିଥିଲା।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଭୂବନେଶ୍ବର ଆପୋଲୋ ହସ୍ପିଟାଲ ସହାୟତାରେ ଡାକ୍ତର ପ୍ରେମାନନ୍ଦ ପଟ୍ଟନାୟକ, ଡାକ୍ତର ପ୍ରତ୍ୟୁଶ ପୁଲକ ନାୟକ ଏବଂ ସହଯୋଗୀ ମାନଙ୍କ ଦ୍ବାରା ସ୍ଥନୀୟ ଏଜୁ କେୟାର ବିଦ୍ୟାଳୟ, ବାଣପୁର ପରିସରରେ ନିଶୁଳ୍କ ହୃଦ ରୋଗ ଚିକିତ୍ସା ଶିବିରର ଆୟୋଜନ କରାଯାଇ ୧୭୦ ଜଣଙ୍କର ହୃଦରୋଗ ନିରୂପଣ କରିବା ସହିତ ଇ ସି ଜି, ବ୍ଳଡ ପ୍ରେସର, ବ୍ଳଡ ସୁଗାର ଇତ୍ୟାଦି ପରୀକ୍ଷା କରାଯାଇଥିଲା। ଡାକ୍ତର ପଟ୍ଟନାୟକଙ୍କର ହୃଦରୋଗ ସମ୍ବନ୍ଧୀୟ ଉଚ୍ଚକୋଟୀର ପରାମର୍ଶ ଦ୍ବାରା ବହୁ ବ୍ୟକ୍ତି ଆନନ୍ଦ ପ୍ରକାଶ କରିଥିଲେ। କ୍ଳବ ସଭାପତି ରବିନାରାୟଣ ପାଲ, ସଂପାଦକ ସୂନୀଲ କୁମାର ପାତ୍ର, ଆସନ୍ତା ବର୍ଷ ପାଇଁ ମନୋନୀତ ସଭାପତି ନନ୍ଦକିଶୋର ମିଶ୍ର ତଥା କ୍ଳବର ପ୍ରାକ୍ତନ ସଭାପତି ଡାକ୍ତର ଯୋଗୀନ୍ଦ୍ର ସେନାପତି, ଓମପ୍ରକାଶ ଆଗ୍ରୱାଲ, ବିଜୟ କୁମାର ନନ୍ଦ, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ଅଶୋକ କୁମାର ପାତ୍ର, ଜଗଦୀଶ ପ୍ରସାଦ…
ସ୍ୱାସ୍ଥ୍ୟ ଟିପ୍ସ: ଆମେ ସମସ୍ତେ ଜାଣୁ ଯେ ଶରୀରକୁ ସୁସ୍ଥ ରଖିବା ପାଇଁ ହଜମ ପ୍ରକ୍ରିୟାକୁ ସୁସ୍ଥ ରଖିବା ଅତ୍ୟନ୍ତ ଜରୁରୀ ଅଟେ। ଅନେକ ଲୋକ କେବଳ ପେଟ ଭରିବା ପାଇଁ ଖାଦ୍ୟ ଖାଆନ୍ତି। ଏହି କାରଣରୁ, ସେମାନଙ୍କର ପେଟରେ ସମସ୍ୟା ଦେଖାଦେଇଥାଏ। ହଜମ ପ୍ରକ୍ରିୟା ବ୍ୟାଘାତ ହେବାର ସବୁଠାରୁ ବଡ କାରଣ ହେଉଛି ଖାଦ୍ୟର ସଠିକ୍ ହଜମ ଅଭାବ। ଏହି କାରଣରୁ ଅନେକ ଥର ପେଟ ଯନ୍ତ୍ରଣା, ଅମ୍ଳତା, ଗ୍ୟାସ୍, ବାନ୍ତି, କୋଷ୍ଠକାଠିନ୍ୟ ଏବଂ ଝାଡା ଭଳି ସମସ୍ୟା ଦେଖାଦେଇପାରେ। ଯଦି ଆପଣଙ୍କୁ ସବୁବେଳେ ଏହି ସମସ୍ୟାର ସାମ୍ନା କରିବାକୁ ପଡୁଛି, ତେବେ ଆମେ ଆପଣଙ୍କୁ ଏପରି କିଛି ଟିପ୍ସ କହିବାକୁ ଯାଉଛୁ, ଯାହାକୁ ଆପଣ ଗ୍ରହଣ କରି ଆପଣ ନିଜ ପେଟକୁ ସୁସ୍ଥ ରଖିପାରିବେ। ତେବେ ଆସନ୍ତୁ ସେହି ଟିପ୍ସଗୁଡ଼ିକ ବିଷୟରେ ଜାଣିବା- ୧- ସତେଜ ଖାଦ୍ୟ ଖାଅନ୍ତୁ: ପେଟକୁ ସୁସ୍ଥ ରଖିବା ପାଇଁ ସର୍ବଦା ସତେଜ ଏବଂ ରନ୍ଧା…
ସ୍ୱାସ୍ଥ୍ୟ ଟିପ୍ସ: ଅଙ୍ଗୁର ଏପରି ଏକ ଫଳ ଯାହା ସମସ୍ତେ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ଖାଇବା ପାଇଁ ଅଧିକ ପରିଶ୍ରମ କରିବାକୁ ପଡ଼େ ନାହିଁ। ଅଙ୍ଗୁର ଋତୁକାଳୀନ ଫଳ ସହିତ ଅତ୍ୟନ୍ତ ମିଠା ଏବଂ ରସାତ୍ମକ ଫଳ। ଅନ୍ୟ ପଟେ ଅଙ୍ଗୁର ଶୁଖାଯାଇ କିସମିସ ତିଆରି କରାଯାଏ। କିସମିସ୍ ଶୁଖିଲା ଫଳ। ଅନ୍ୟ ପଟେ କିସମିସ୍ ଅଧିକାଂଶ ମିଠାର ସ୍ୱାଦ ବଢାଇବା ପାଇଁ କାମ କରେ। ଅଙ୍ଗୁରରେ ୮୦ ପ୍ରତିଶତ ଜଳ ଥାଏ। କିସମିସରେ ମାତ୍ର ୧୫ ପ୍ରତିଶତ ଜଳ ରହିଥାଏ। ଏହା ସତ୍ତ୍ୱେ କିସମିସ୍ ଅଙ୍ଗୁର ଅପେକ୍ଷା ଆଣ୍ଟିଅକ୍ସିଡାଣ୍ଟର କ୍ଷମତା ଗୁଣ ଥାଏ। ଏପରି ପରିସ୍ଥିତିରେ, ଏଠାରେ ଆମେ ଆପଣଙ୍କୁ କହିବୁ ଯେ, ଅଙ୍ଗୁର କିସମିସ୍ ମଧ୍ୟରୁ କେଉଁ ଫଳ ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଭଲ। ଆସନ୍ତୁ ଜାଣିବା….. ୧- କିସମିସରେ ଅଧିକ ପରିମାଣର କ୍ୟାଲୋରୀ: କିସମିସରେ ଅଙ୍ଗୁର ଅପେକ୍ଷା ଅଧିକ କ୍ୟାଲୋରୀ ଥାଏ। ଅଙ୍ଗୁର ଶୁଖାଇ କିସମିସ୍ ପ୍ରସ୍ତୁତ କରାଯାଏ।…
ମୁମ୍ବାଇ: ମୁମ୍ବାଇରେ କେନ୍ଦ୍ର ମନ୍ତ୍ରୀ ନାରାୟଣ ରାଣେଙ୍କ ବଙ୍ଗଳାକୁ ଦୁଇ ସପ୍ତାହ ମଧ୍ୟରେ ଭାଙ୍ଗିବା ପାଇଁ ବୃହମୁମ୍ବାଇ ମ୍ୟୁନିସିପାଲ କର୍ପୋରେସନ (ବିଏମସି) କୁ ବମ୍ବେ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ନିର୍ମାଣରେ ‘ଫ୍ଲୋର ସ୍ପେସ୍ ଇଣ୍ଡେକ୍ସ’ (SSI) ଏବଂ ‘କୋଷ୍ଟାଲ୍ ରେଗୁଲେସନ୍ ଜୋନ୍’ (CRZ) ନିୟମ ଉଲ୍ଲଂଘନ କରାଯାଇଛି ବୋଲି କୋର୍ଟ କହିଛନ୍ତି। ଜଷ୍ଟିସ୍ ଆର. ଡି ଧାନୁକା ଏବଂ ଜଷ୍ଟିସ କମଲ ଖତାଙ୍କ ଖଣ୍ଡପୀଠ କହିଛନ୍ତି ଯେ, ରାଣେ ପରିବାର ଦ୍ୱାରା ପରିଚାଳିତ କମ୍ପାନୀ ଦ୍ଵାରା ଦାଖଲ ହୋଇଥିବା ଦ୍ୱିତୀୟ ଆବେଦନକୁ ବୃହମୁମ୍ବାଇ ମ୍ୟୁନିସିପାଲିଟି କର୍ପୋରେସନ୍ (ବିଏମସି) ଅନୁମତି ଦେଇପାରିବ ନାହିଁ, କାରଣ ଏହା କରିବା ଦ୍ଵାରା” ଅନଧିକୃତ ନିର୍ମାଣକୁ ପ୍ରୋତ୍ସାହିତ ମିଳିବ। କମ୍ପାନୀ ଦ୍ଵାରା ଦାଖଲ ହୋଇଥିବା ଆବେଦନରେ ଅନଧିକୃତ ନିର୍ମାଣକୁ ନିୟମିତ କରିବାକୁ ଦାବି କରାଯାଇଛି। ଦୁଇ ସପ୍ତାହ ମଧ୍ୟରେ ଅନଧିକୃତ ଅଂଶକୁ ଭାଙ୍ଗିବାକୁ ଏବଂ ଏକ ସପ୍ତାହ ପରେ ଅନୁପାଳନ ରିପୋର୍ଟ କୋର୍ଟରେ ଦାଖଲ କରିବାକୁ ବିଏମସିକୁ…
ଭୁବନେଶ୍ବର: ବହୁ ବାଦ ବିବାଦ ପରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଅନୁମତି ମିଳିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ ସର୍ତ୍ତମୂଳକ ଅନୁମତି ପ୍ରଦାନ କରିଛନ୍ତି। ଏହାସହ ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର ନିର୍ମାଣ ପାଇଁ ମଧ୍ୟ ଏନଓସି ମିଳିଛି। ଆସନ୍ତୁ ଜାଣିବା ଏହି ପ୍ରକଳ୍ପରେ କେଉଁ କେଉଁ କାର୍ଯ୍ୟ ପାଇଁ ଅନୁମତି ମିଳିଛି…. ୧- ପୁରୁଷ, ମହିଳା ଏବଂ ସେବାୟତଙ୍କ ଶୌଚାଳୟ। ୨- ନିୟନ୍ତ୍ରିତ ଅଞ୍ଚଳରେ ରହିବ ସୂଚନା କେନ୍ଦ୍ର, ପୋଲିସ ସେବା କେନ୍ଦ୍ର, ପ୍ରାଥମିକ ଚିକିତ୍ସା କେନ୍ଦ୍ର, ଏଟିଏମ ଓ ଦାନବାକ୍ସ। ୩- ୭.୫୦ ମିଟର ଉଚ୍ଚତାର ୨ମହଲା ବିଶିଷ୍ଟ ହେବ ଅଭ୍ୟର୍ଥନା କେନ୍ଦ୍ର ୪- ବ୍ଲକ ରୁମ୍ , ମିନି ରୁମ୍, ଇଲେକ୍ଟ୍ରିକାଲ ରୁମ୍ ଓ ପାଦଚଲା ଅଞ୍ଚଳ
ଭୁବନେଶ୍ୱର: ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସାହିତ୍ୟ ଅନୁରାଗ ସୃଷ୍ଟି କରିବା ଉଦ୍ଦେଶ୍ୟ ନେଇ ଡି.ଏ.ଭି କଲେଜ ପରିଚାଳନା ସମିତି, ନୂଆଦିଲ୍ଲୀ ଅଧୀନରେ ସମଗ୍ର ଦେଶରେ ଆସୁଥିବା ବିଦ୍ୟାଳୟ ଗୁଡ଼ିକରେ ସାହିତ୍ୟ ସମ୍ମିଳନୀ ଆୟୋଜନର ଏକ ଅଭିନବ ପ୍ରୟାସକ୍ରମରେ ଡି,ଏ,ଭି କଳିଙ୍ଗ ନଗର ଆନୁକୁଲ୍ୟରେ ଏକ ସପ୍ତାହ ବ୍ୟାପୀ ଚାଲିଥିବା ସାହିତ୍ୟ ସମ୍ମିଳନୀ ଉଦ୍ଯାପିତ ହୋଇଯାଇଛି। ଉଦ୍ଯାପନୀ ଉତ୍ସବରେ ବିଶିଷ୍ଟ ଗାଳ୍ପିକା ପ୍ରାଚୀତାରା ମିଶ୍ର ଯୋଗ ଦେଇ ବିଭିନ୍ନ କଳାକୌଶଳକୁ ପ୍ରୟୋଗ କରି ଚମତ୍କାର ଭାବରେ ଗଳ୍ପ ପଠନ ସହ ତାକୁ ମନେରଖିବାର ଶୈଳୀକୁ ଉପସ୍ଥାପନା କରିବା ସହ ପିଲାମନେ ଗଳ୍ପ ପଠନ ସମୟରେ ଗଳ୍ପରେ ସମ୍ପୂର୍ଣ୍ଣ ଭାବେ ମଜ୍ଜିଗଲେ ହିଁ ତାହା ଉପଭୋଗ୍ୟ ହୋଇଥାଏ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ସାମୂହିକ ସଙ୍ଗୀତ ସହ ଅଭିନୟ ମାଧ୍ୟମରେ ସାହିତ୍ୟକୁ ବୁଝିବାର ଶୈଳୀ ପରିବେଷଣ କରାଯାଇଥିଲା। ଏତଦ୍ଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ସୁନ୍ଦର…
ନୂଆଦିଲ୍ଲୀ: ଇରାନରେ ହିଜାବ ପିନ୍ଧିନଥିବାରୁ ଜଣେ ମହିଳାଙ୍କୁ ପୋଲିସ ହେପାଜତକୁ ନେଇଥିଲା। କିନ୍ତୁ ପୋଲିସ ହେପାଜତରେ ଉକ୍ତ ମହିଳାଙ୍କ ମୃତ୍ୟୁ ହୋଇଥିଲା। ଯାହାଫଳରେ ଦେଶରେ ଅଶାନ୍ତିର ବାତାବରଣ ଦେଖାଦେଇଛି ଏବଂ ଅନେକ ସ୍ଥାନରେ ପ୍ରଦର୍ଶନ ହିଂସାତ୍ମକ ରୂପ ନେଉଛି। ଏହି ସମୟରେ ଦୀବାନଦାରେହ ସହରରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହା ହେଉଛି ଇରାନର କୁର୍ଦ୍ଦ ଅଞ୍ଚଳର ଏକ ଅଂଶ ଯେଉଁଠାରେ ଭୀଷଣ ବିରୋଧ ପ୍ରଦର୍ଶନ କରାଯାଉଛି। ସୂଚନା ଅନୁଯାୟୀ, ଇରାନର କୁର୍ଦ୍ଦ ଅଞ୍ଚଳରେ ବିକ୍ଷୋଭକାରୀଙ୍କ ଉପରେ ସୈନିକମାନେ ଗୁଳି ଚଳାଇଥିଲେ। ବିକ୍ଷୋଭକାରୀମାନେ ସମଗ୍ର ଦେଶରେ ରାସ୍ତାକୁ ଓହ୍ଲାଇଥିଲେ, ବିଶେଷ କରି କୁର୍ଦ୍ଦ ଅଞ୍ଚଳରେ ଯେଉଁଠାରେ ୮ ମିଲିୟନରୁ ୧୦ ମିଲିୟନ ଇରାନ କୁର୍ଦ୍ଦ ଅଛନ୍ତି। ଏହି ସମୟରେ ଇରାନର ମହିଳା ବିକ୍ଷୋଭକାରୀମାନେ କେଶ କାଟିବା ସହ ହିଜାବ ପୋଡି ଦେଇଥିଲେ। ପରଦାରେ ରହିବାର କଠୋର ନିୟମକୁ ମହିଳାମାନେ ବିରୋଧ କରୁଛନ୍ତି। ଇରାନର ନ୍ୟାୟପାଳିକା ମହିଳାଙ୍କ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ…
ମୁମ୍ବାଇ: ମହାରାଷ୍ଟ୍ରରେ ଅନୁଷ୍ଠିତ ଗ୍ରାମ ପଞ୍ଚାୟତ ନିର୍ବାଚନରେ ବିଜେପି ସର୍ବାଧିକ ସଂଖ୍ୟକ ଆସନ ଜିତିଥିବା ଦାବି କରିଛି। ଏହା ପରେ ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଶିବସେନା ସଭାପତି ଉଦ୍ଧବ ଠାକରେଙ୍କ ପରାଜୟକୁ ନେଇ ଏକ ଆକ୍ରମଣ କରିଛନ୍ତି। ସେ ଶିବସେନାକୁ ଶିଲାକ୍ ସେନା ଅର୍ଥାତ୍ ବଳକା ସେନା ବୋଲି କହିଛନ୍ତି। ଫଡନାଭିସ୍ ଦାବି କରିଛନ୍ତି ଯେ, ଏକନାଥ ସିନ୍ଦେ ଦଳ ହେଉଛି ପ୍ରକୃତ ଶିବସେନା ଏବଂ ବିଜେପି-ଶିବସେନା ମିଳିତ ମେଣ୍ଟ ନିର୍ବାଚନରେ ଲୋକଙ୍କ ଆଶୀର୍ବାଦ ପାଇଛି। ବାସ୍ତବରେ ମହାରାଷ୍ଟ୍ର ବିଜେପି ମୁଖ୍ୟ ମୁଖପାତ୍ର କେଶବ ଉପାଧ୍ୟୟ ଟୁଇଟ୍ କରି ଦାବି କରିଛନ୍ତି ଯେ, ଗ୍ରାମପଞ୍ଚାୟତ ନିର୍ବାଚନରେ ବିଜେପି ୨୭୪, ସିନ୍ଦେ ଦଳ ୪୧, ଉଦ୍ଧବ ଠାକରେ ଦଳ ୧୨, କଂଗ୍ରେସ ୩୭ ଏବଂ ଏନସିପି ୬୨ ଟି ଆସନ ପାଇଛି। ଯଦି ଆମେ ବିଜେପି ଦ୍ଵାରା ପ୍ରକାଶିତ ଆକଳନକୁ ଦେଖିବା, ତେବେ ଉଦ୍ଧବ ଠାକରେଙ୍କ…
ଚେନ୍ନାଇ: ସେପ୍ଟେମ୍ବର ୧୮ ତାରିଖରେ ଚେନ୍ନାଇର ଭୀରୁଗମ୍ବାକ୍କମ ମଲ୍ଲିକା ଭେନ୍ୟୁରେ ତାମିଲ ଅଭିନେତ୍ରୀ ପାଉଲିନ୍ ଜେସିକା (ଦୀପା) ଙ୍କୁ ତାଙ୍କ ଭଡା ଫ୍ଲାଟରେ ମୃତଦେହ ମିଳିଛି। ତାଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ମିଳିଛି। ନିକଟରେ ମୁକ୍ତିଲାଭ କରିଥିବା ତାମିଲ ଚଳଚ୍ଚିତ୍ର ‘ବୈଧା’ରେ ମୁଖ୍ୟ ଭୂମିକାରେ ଦୀପା ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହା ବ୍ୟତୀତ ସେ ଅନେକ ତାମିଲ ଚଳଚ୍ଚିତ୍ର ଏବଂ ସିରିଏଲରେ କାମ କରିଥିଲେ। ସେ ଆନ୍ଧ୍ରପ୍ରଦେଶର ମୂଳ ବାସିନ୍ଦା ଥିଲେ। ଏହି ଲୋକପ୍ରିୟ ଅଭିନେତ୍ରୀ ରବିବାର ତାଙ୍କ ଆପାର୍ଟମେଣ୍ଟରେ ଝୁଲୁଥିବା ଦେଖିବାକୁ ମିଳିଥିଲା। ତାଙ୍କ ମୃତ୍ୟୁ ବିଷୟରେ ପଡୋଶୀମାନେ କୋୟମ୍ବେଡୁ ପୋଲିସକୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ସରକାରୀ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଥିଲା। ପରେ ଅଭିନେତ୍ରୀଙ୍କ ସମ୍ପର୍କୀୟଙ୍କୁ ସୂଚନା ଦିଆଯାଇଥିଲା ଏବଂ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶକୁ ପଠାଯାଇଥିଲା। ପୋଲିସ କହିଛି ଯେ, ଲୋକପ୍ରିୟ ଅଭିନେତ୍ରୀ ପାଉଲିନ୍ ଜେସିକାଙ୍କ…
ନୂଆଦିଲ୍ଲୀ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ ଆଜି ଠାରୁ ଆରମ୍ଭ ହେଉଛି। ଆଗାମୀ ଟି-୨୦ ବିଶ୍ୱକପ ଦୃଷ୍ଟିରୁ ଏହି ସିରିଜ୍ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି। ଟିମ୍ ଇଣ୍ଡିଆ ଏଠାରେ ଏହାର ଖେଳାଳି ଏକାଦଶରେ ମିଶ୍ରଣ ଖୋଜିବାକୁ ଚେଷ୍ଟା କରିବ, ଯେତେବେଳେ ଅଷ୍ଟ୍ରେଲିଆ ଦଳ ମଧ୍ୟ ବିଶ୍ୱକପ୍ ଟାଇଟଲ୍ ବଞ୍ଚାଇ ରକ୍ଷା କରିବା ପାଇଁ ପ୍ରସ୍ତୁତି କରିବ। ଦୁଇ ଦଳ ମଧ୍ୟରେ ମ୍ୟାଚ୍ ଆଜି ସନ୍ଧ୍ୟା ୭.୦୦ରେ ମୋହାଲିରେ ଆରମ୍ଭ ହେବ। ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏପର୍ଯ୍ୟନ୍ତ ୨୩ ଟି-୨୦ ଆନ୍ତର୍ଜାତୀୟ ଖେଳାଯାଇଛି। ସେଥିମଧ୍ୟରୁ ଭାରତର ଦବଦବା ଅଧିକ ରହିଛି। ଭାରତ ୧୩ ଟି ମ୍ୟାଚ୍ ଜିତିଥିବାବେଳେ ଅଷ୍ଟ୍ରେଲିଆରେ ୯ ଟି ମ୍ୟାଚ୍ ଅଛି। ଗୋଟିଏ ମ୍ୟାଚ୍ ର ଫଳାଫଳ ଶୂନ୍ୟ ହୋଇଛି। ଡିସେମ୍ବର ୨୦୨୦ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଦୁଇ ଦଳ ଶେଷ ଥର ପାଇଁ ମୁହାଁମୁହିଁ ହୋଇଥିଲେ, ଯେଉଁଠାରେ ଅଷ୍ଟ୍ରେଲିଆ…

