Author: Samikhsya Bureau

ମେଷ: – ଆଜି ଆପଣ ଆପଣଙ୍କର ପ୍ରିୟ ଖାଦ୍ୟର ଆନନ୍ଦ ପାଇବେ । ସୃଜନଶୀଳ କାର୍ଯ୍ୟରେ ସଫଳ ହେବେ । ବ୍ୟବସାୟରେ ବ୍ୟସ୍ତ ରହିବେ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ପରିବାରର ଚିନ୍ତା ହେବ । ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ । ପ୍ରଭାବଶାଳୀ ଲୋକଙ୍କୁ ପରିଚିତ କରାଇବା । ଲଜ୍ଜିତ ହୁଅନ୍ତୁ ନାହିଁ । ଏକ ଉପଭୋଗ୍ୟ ଯାତ୍ରା ଆୟୋଜିତ ହୋଇପାରିବ । ବୃଷ: – ବିପଦ ଏବଂ ସୁରକ୍ଷା କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଶତ୍ରୁମାନେ କ୍ଷତି ଘଟାଇ ପାରନ୍ତି । ବିବାଦକୁ ପ୍ରୋତ୍ସାହିତ କରନ୍ତୁ ନାହିଁ । ଶୋକ ଖବର ମିଳିପାରେ ।ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ। ବ୍ୟବସାୟରେ ଅନୁକୂଳ ଲାଭ ହେବ । ଆୟ ରହିବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । କଠିନ ପରିଶ୍ରମ ଅଧିକ ହେବ । ମିଥୁନ: –…

Read More

ନୂଆଦିଲ୍ଲୀ: ଭାରତ ସରକାରଙ୍କ ‘ମେକ୍ ଇନ୍ ଇଣ୍ଡିଆ’ ଯୋଜନା ଇତିମଧ୍ୟରେ ଆଠବର୍ଷ ପୂରଣ କରିଛି। ଏହା କେନ୍ଦ୍ର ସରକାରଙ୍କର ଏକ ଧ୍ୱଜାଧାରୀ ଜାତୀୟ କାର୍ଯ୍ୟକ୍ରମ ଏବଂ ଏଥିରେ ଦେଶରେ ପୁଞ୍ଜିନିବେଶ, ଇନୋଭେସନ, ଦକ୍ଷତା ବିକାଶ, ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ କରି ମାନୁଫାକଚରିଂ ବା ଉତ୍ପାଦନ ବଢାଇବା ଅଗ୍ରାଧିକାର ପାଇଛି। ୨୦୧୪ ସେପ୍ଟେମ୍ବର ୨୫ତାରିଖରେ ଏହି ଯୋଜନାଟି ଆରମ୍ଭ ହୋଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ ନେତୃତ୍ୱରେ ଆରମ୍ଭ ହୋଇଥିବା ଏହି ‘ମେକ୍ ଇନ ଇଣ୍ଡିଆ’ ଯୋଜନା ଭାରତକୁ ଏକ ପ୍ରମୁଖ ମାନୁଫ୍ୟାକଚରିଂ ହବ୍ ଓ ପୁଞ୍ଜିନିବେଶ ଲକ୍ଷ୍ୟସ୍ଥଳୀରେ ପରିବର୍ତ୍ତିତ କରୁଛି।  ନୂଆ ଭାରତର  ଅଭିବୃଦ୍ଧି ପ୍ରକ୍ରିୟାରେ ଅଂଶୀଦାର ହୋଇ ଏହାର ବେଗକୁ ତ୍ୱରାନ୍ୱିତ କରିବା ପାଇଁ ଏହି ଯୋଜନା ଦେଶ ବିଦେଶର ଆଶାୟୀ ନିବେଶକ ଓ ଅଂଶୀଦାରମାନଙ୍କୁ ଏକ ମୁକ୍ତ ଆମନ୍ତ୍ରଣ। ମେକ୍ ଇନ୍ ଇଣ୍ଡିଆରେ ଦେଶର ୨୭ଟି କ୍ଷେତ୍ରକୁ ଅନ୍ତର୍ଭୁକ୍ତ କରାଯାଇଛି  ଏବଂ ଏହି ଆଠ ବର୍ଷ ମଧ୍ୟରେ ଏହି…

Read More

ଖୋର୍ଦ୍ଧା: ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କୁ ନିଜ ଖୋର୍ଦ୍ଧା ବାସ ଭବନରୁ ଗିରଫ କରିଛି ସିବିଆଇ। ସୁନା ଦୋକାନୀଙ୍କ ଠାରୁ ଲାଞ୍ଚ ନେଲାବେଳେ ସୁମନଙ୍କୁ ଗିରଫ କରିଛି ସିବିଆଇ। ସୂଚନା ମୁତାବକ ଜଟଣୀ ଥାନା ଅନ୍ତର୍ଗତ ଅରୁଗୁଳ ଗ୍ରାମର ଦେବେନ୍ଦ୍ର କୁମାର ସାହୁଙ୍କର ଖୋର୍ଦ୍ଧା ଟ୍ରାଫିକ ଛକ ଠାରେ ଶାନ୍ତି ଜୁଏଲାରୀ ନାମରେ ଏକ ଅଳଙ୍କାର ଦୋକାନ ରହିଛି। ତେବେ ଦେବେନ୍ଦ୍ର ଆୟକର ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା। ଯାହାଫଳରେ ଅଳଙ୍କାର ଦୋକାନୀଙ୍କ ଠାରୁ ସୁମନ ବିଭିନ୍ନ ସମୟରେ ଲାଞ୍ଚ ନେଇଥିବା ଦୋକାନ ମାଲିକ ଦେବେନ୍ଦ୍ର ସାହୁ ଅଭିଯୋଗ ଆଣିଥିଲେ। ପ୍ରଥମ ପର୍ଯ୍ୟାୟରେ ଦେବେନ୍ଦ୍ର ୫ ଲକ୍ଷ ଟଙ୍କା ଆୟକର ଅଧିକାରୀ ଶ୍ରୀସୁମନଙ୍କୁ ହାତଗୁଞ୍ଜା ଦେଇଥିଲେ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଲକ୍ଷ ଟଙ୍କା ସହିତ ୫ ଲକ୍ଷ ଟଙ୍କାର ଅଳଙ୍କାର ଏବଂ ଶେଷରେ ଆଜି ୧୦ ଲକ୍ଷ ଟଙ୍କା ନେଇ ଦୋକାନ ମାଲିକ ଓ ଆୟକର ଅଧକାରୀଙ୍କ ମଧ୍ୟରେ…

Read More

ଭୁବନେଶ୍ବର: ଅରେଞ୍ଜକ୍ରସ ଏକ ଓଡିଶା ଭିତ୍ତିକ ସ୍ୱାସ୍ଥ୍ୟସେବା ଷ୍ଟାର୍ଟଅପ। ଯାହାକି ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ୪ ବର୍ଷର ଗୌରବମୟ ସେବା ସମାପ୍ତ କରିଛି। ଗତ ୪ ବର୍ଷ ମଧ୍ୟରେ କମ୍ପାନୀ ଓଡିଶା ରାଜ୍ୟରେ ଅନେକ ଲୋକଙ୍କ ମନକୁ ଛୁଇଁଛି। କମ୍ପାନୀ ବର୍ତ୍ତମାନ ଭୁବନେଶ୍ୱର, କଟକ, ବିଶାଖାପାଟନମରେ କାର୍ଯ୍ୟ କରୁଛି ଏବଂ ବେଙ୍ଗାଲୁରୁ ସହରରେ ଖୁବଶୀଘ୍ର ଏହାର କାର୍ଯ୍ୟ ଆରମ୍ଭ କରିବ। ସର୍ବୋଚ୍ଚ ଗୁଣର ସେବା ପ୍ରଦାନ କରିବାକୁ ଅରେଞ୍ଜକ୍ରସ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓ ଏସ ଡି ଏ) ଅଧିନରେ ଏକ ତାଲିମ କାର୍ଯ୍ୟକ୍ରମ ଚଳାଇଛି। ଏହି ପ୍ରୋଗ୍ରାମରେ ସାର୍ଟିଫିକେଟ ଲାଭ କରିଥିବା ଏଏନଏମ ନର୍ସ ମାନେ ସ୍ୱାଧିନ ଭାବରେ ଘରେ ଘରେ ରୋଗୀ ସେବା ଏବଂ ଜୀବନ ସହାୟତା ଉପକରଣ ପରିଚାଳନା କରିବାରେ ଦକ୍ଷ ଅଟନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରୁ ମନୋନୀତ ନର୍ସମାନଙ୍କୁ ସ୍ୱତନ୍ତ୍ର ଘରୋଇ ନର୍ସିଂ ତାଲିମ ଦିଆଯାଉଛି ଏବଂ ପରବର୍ତ୍ତୀ ସମୟରେ ସେମାନଙ୍କୁ ଦୀର୍ଘକାଳୀନ ବୃତ୍ତି ସୁଯୋଗ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ତୃଣମୂଳ ସ୍ତରର ଆବଶ୍ୟକତା ଅନୁସାରେ ସମାଜର ସମସ୍ୟା ପ୍ରତି ଗୁରୁତ୍ବ ଦେଇ ସେସବୁର ସମାଧାନ ପାଇ ଚେଷ୍ଟା କରିବା ସହିତ ଲକ୍ଷ୍ମଣ ରେଖା ମଧ୍ୟରେ ଅନୁସନ୍ଧାନ ମୂଳକ ସତ୍ୟ ସମ୍ବାଦ ପରିବେଷଣ କରିବା ପାଇ ସାମ୍ବାଦିକ ଅଧିକ ଯତ୍ନବାନ ହେବା ଉଚିତ ବୋଲି କଳାହାଣ୍ଡି ସାମ୍ବାଦିକ ସଂଘ ତରଫରୁ ଦିଆଯାଇଥିବା ସମ୍ବର୍ଦ୍ଧନାର ଉତ୍ତର ଦେଇ ବର୍ଷୀୟାନ ସାମ୍ବାଦିକ ପୂର୍ବ ସାଂସଦ ତଥା ପୂର୍ବ ମନ୍ତ୍ରୀ ଶ୍ରୀଯୁକ୍ତ ରାସ ବିହାରୀ ବେହେରା ପ୍ରକାଶ କରିଥିଲେ। ଅସି ଠାରୁ ମଶୀ ବଳୀୟାନ, ଶକ୍ତିଶାଳୀ ଅନ୍ୟାୟ ବିରୁଦ୍ଧରେ ଯେମିତିକି ଶାଣିତ କଲମ ଚାଳନା ଦ୍ବାରା ସଂଗ୍ରାମ କରିହେବ ବୋଲି ପ୍ରକାଶ କରିବା ସହ ଋଷ – ୟୁକ୍ରେନ ଯୁଦ୍ଧ ର ଉଦାହରଣ ଦେଇ ସ୍ବାଭିମାନୀ ମଣିଷ ଶେଷ ହୋଇଯିବ ପଛେ କେବେ ନଇ ପଡିବ ନାହି ବୋଲି ଶ୍ରୀ ବେହେରା ପ୍ରକାଶ କରିଥିଲେ। ସମୟ ସ୍ରୋତରେ ସାମ୍ବାଦିକ ମାନେ ଏକଜୁଟ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରୁ ଆଜି ଅବକାରୀ ବିଭାଗ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ କରିବା ସହ ଜଣେ ମହିଳାଙ୍କୁ ଗିରଫ କରିଛି। ସୂଚନା ମୁତାବକ ଜିଲ୍ଲା କୃଷି କାର୍ଯ୍ୟାଳୟ ସମ୍ମୁଖରେ ବ୍ରାଉନ ସୁଗାର କାରବାର ଚାଲିଥିବାର ଖବର ପାଇ ଜିଲ୍ଲା ମୋବାଇଲ ଅବକାରୀ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁ ଓ ଟିମ ସମ୍ପୃକ୍ତ ସ୍ଥାନରେ ପହଞ୍ଚି ଜାନକୀ ଗୁଣ୍ଠା (୪୨) ନାମକ ମହିଳା ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୧ ଗ୍ରାମ ବ୍ରାଉନ ସୁଗାର, ଯାହାର ମୂଲ୍ୟ ପ୍ରାୟ ୨ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି କୁହାଯାଉଛି। ଏହା ସହିତ ଅଭିଯୁକ୍ତ ମହିଳାଙ୍କ ଠାରୁ ୯ ହଜାର ୫୦୦ ଟଙ୍କା ଜବତ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୫୩/୨୨-୨୩ ରେ ଏକ ମାମଲା ରୁଜୁ କରିବା ସହ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି।

Read More

ଭୁବନେଶ୍ବର: ଅଶ୍ୱିନ ମାସର ଅମାବାସ୍ୟା ଦିନ ସର୍ବପିତୃ ପିତୃ ଅମବାସ୍ୟା ଭାବେ ପାଳନ କରାଯାଏ। ଏହା ସହିତ ଏହାକୁ ମହାଳୟା ଅମାବାସ୍ୟା ମଧ୍ୟ କୁହାଯାଏ। ଏହିଦିନ ପୂର୍ବ ପୁରୁଷମାନଙ୍କୁ ଶ୍ରାଦ୍ଧ କରିବା ଏବଂ ରୀତିନୀତି ସହିତ ସେମାନଙ୍କୁ ବିଦାୟ ଦିଆଯାଇଥାଏ । ଅନ୍ୟପକ୍ଷରେ, ବଙ୍ଗଳାରେ ମହାଳୟା ଅମାବାସ୍ୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହି ଦିନଠାରୁ ଦୁର୍ଗା ପୂଜା ଆରମ୍ଭ ହୁଏ। ଏହି ବର୍ଷ ସର୍ବପିତୃ ଅମାବାସ୍ୟା ଏବଂ ମହାଳୟା 25 ସେପ୍ଟେମ୍ବର ରବିବାରରେ ପଡୁଛି। ଅନେକ କ୍ଷେତ୍ରରେ ମହାଳୟା ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହା କେବଳ ପିତୃପୁରୁଷଙ୍କୁ ଶ୍ରାଦ୍ଧ ଦିଆଯାଏ ନାହିଁ ବରଂ ଆହୁରି କିଛି କାର୍ଯ୍ୟ ଏହି ଦିନରେ ମଧ୍ୟ କରାଯାଇଥାଏ। ମହାଳୟା ଦିନ ମା ଦୁର୍ଗାଙ୍କ ପ୍ରତିମାକୁ ଅନ୍ତିମ ରୂପ ଦିଆଯାଇଥାଏ।ବଙ୍ଗଳାରେ ସମସ୍ତେ ଉତ୍ସାହର ସହିତ ମହାଳୟାକୁ ଅପେକ୍ଷା କରନ୍ତି। କାରଣ ଏହି ଦିନ ନିଜେ ଦେବୀ ଦୁର୍ଗାଙ୍କୁ ସନ୍ଧ୍ୟାରେ ଡକାଯାଇ ମୂର୍ତ୍ତିକୁ ରଙ୍ଗ ଦିଆଯାଏ। ଏହା ସହିତ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ରେଢ଼ାଖୋଲ ପୁରୁଣା ପେଟ୍ରୋଲ ପମ୍ପ ନିକଟ ପରିମଳ ଉପଚାର ସୁବିଧା କେନ୍ଦ୍ରରେ ଏକ ସ୍ୱଚ୍ଛତା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ୱଚ୍ଛତା ସଚେତନତା ଶିବିର କାର୍ଯ୍ୟକ୍ରମ ଭାରତୀୟ ସ୍ୱଚ୍ଛତା ସଂଘର ଆହ୍ବାନ କ୍ରମେ ରେଢ଼ାଖୋଲ ଏନଏସି ପକ୍ଷରୁ  ରାଣୀ ଅନ୍ନପୂର୍ଣ୍ଣା ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନଙ୍କୁ ନେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ଛାତ୍ରୀ ମାନେ ୱେଲଥ ସେଣ୍ଟର ପରିଦର୍ଶନ କରି କିପରି ଭାବରେ ଅଦା ଓ ଶୁଖିଲା ମଇଳା ରୁ ଜୈବିକ ସାର ପ୍ରସ୍ତୁତି ହୁଏ ଏହି ବିଷୟରେ ଛାତ୍ରୀ ମାନଙ୍କୁ ଜଣାଇ ସଚେତନତା କରାଯାଇଥିଲା। ଏହି ସ୍ୱଚ୍ଛତା ସଚେତନତା କାର୍ଯ୍ୟକ୍ରମ ରେ ରେଢ଼ାଖୋଲ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ କନିକା ଚକ୍ରବର୍ତ୍ତୀ, ଏନଏସି ଅଧ୍ୟକ୍ଷ ଶିବରାମ ସାହୁ, ଏନଏସି ଉପାଧ୍ୟକ୍ଷା ଅନୁଷୟା ପ୍ରଧାନ, ପରିମଳ ବିଶେଷଜ୍ଞ ଜ୍ୟୋତି ରଞ୍ଜନ ବେହେରା,…

Read More

ନୂଆଦିଲ୍ଲୀ: କେନ୍ଦ୍ର ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ  ଆଜି ନୂଆଦିଲ୍ଲୀର ତ୍ୟାଗରାଜ ନଗରର ଜଗନ୍ନାଥ ମନ୍ଦିର ପରିସରରେ ଆୟୋଜିତ ଏକ ସ୍ୱଚ୍ଛତା ତଥା ଜନସଚେତନତା କାର୍ଯ୍ୟକ୍ରମର ନେତୃତ୍ୱ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମବାର୍ଷିକୀ ପାଳନ ପାଇଁ ଦେଶବ୍ୟାପୀ କାର୍ଯ୍ୟକ୍ରମ “ସେବା ପଖୱାଡା” ଅଧୀନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ଅର୍ଥାତ୍ ୧୭ ସେପ୍ଟେମ୍ବରରୁ “ସେବା ପଖୱାଡା” ର ଆରମ୍ଭ ହୋଇଥିଲା ଏବଂ ଏହା ଅକ୍ଟୋବର ୨ ପର୍ଯ୍ୟନ୍ତ ଚାଲୁ ରହିବ। ପରିବେଶ ପରିଚ୍ଛନ୍ନତା, ଜଳ ସଂରକ୍ଷଣ, ବୃକ୍ଷରୋପଣ, ରକ୍ତ ଦାନ ଇତ୍ୟାଦି ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଜଳ ଶକ୍ତି ଓ ଆଦିବାସୀ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ବିଶ୍ବେଶ୍ବର  ଟୁଡୁ  ଦର୍ଶକଙ୍କୁ ଏକ ସଚେତନ ସମାଜ ତଥା ପ୍ରଗତିଶୀଳ ରାଷ୍ଟ୍ର ପାଇଁ ସ୍ୱଚ୍ଛତାର ଗୁରୁତ୍ବ ବିଷୟରେ ଅବଗତ…

Read More

ବାଲୁଗାଁ: ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଦ୍ୱାରା ସୂଚିତ କାର୍ଯ୍ୟକ୍ରମ ଅନୁଯାୟୀ ଆଜି ବାଲୁଗାଁ ମହାବିଦ୍ୟାଳୟରେ ନବାଗତ ଏକାଦଶ ଶ୍ରେଣୀର କଳା ଓ ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ଅଧ୍ୟକ୍ଷା ବିନତି ମଞ୍ଜରୀ ରାଉତ ସ୍ୱାଗତ ଜଣାଇବା ସହିତ ମହାବିଦ୍ୟାଳୟର ବିଭିନ୍ନ ଶୃଙ୍ଖଳା ଓ ସୁବିଧା ସୁଯୋଗ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି ଅବସରରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ଡକ୍ଟର ଜୟନ୍ତୀ ସାମଲ, ଅକ୍ଷୟ ମହାପାତ୍ର, ମୃଦାନୀ ଶଙ୍କର ପ୍ରସାଦ ମିଶ୍ର, ପ୍ରବୀଣ ଜେନା, ସୁବ୍ରତ ତ୍ରିପାଠୀ, ସୁବାସ ଶ୍ରୀଚନ୍ଦନ, ବିଦ୍ୟାଧର ଜୁଝାଇ ସିଂ, ରୋଜାଲିନ ମିଶ୍ର, ତପସ୍ୱିନୀ ନନ୍ଦ, କ୍ରିଷ୍ଣା ସେଠୀ ପ୍ରମୁଖ ଯୋଗ ଦେଇ ସ୍ୱାଗତ କରିବା ସହିତ ନିଜ ବିଷୟର ପ୍ରlସଙ୍ଗିକତା ସମ୍ପର୍କରେ ଅବଗତ କରାଇବା ସହ ମହାବିଦ୍ୟାଳୟର ବିଭିନ୍ନ ଶୈକ୍ଷିକ ଉତ୍କର୍ଷତା ଓ ଗାରିମା ଉପସ୍ଥାପିତ କରିଥିଲେ। ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଏହାକୁ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଫ୍ୟାକଲ୍ଟି ଅଫ୍ ମ୍ୟାନେଜମେଂଟ ସାଇନ୍‌ସେସ୍‌ର ହସ୍ପିଟାଲ୍ ଆଡ୍‌ମିନିଷ୍ଟ୍ରେସନ୍ ବିଭାଗର ମୁଖ୍ୟ ଡକ୍ଟର ଉମେଶ ଚନ୍ଦ୍ର ପରିଡା ଏବଂ ଆସୋସିଏଟ୍ ପ୍ରଫେସର ତଥା ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର କ୍ୱାଲିଟି ବିଭାଗର ମୁଖ୍ୟ ଡକ୍ଟର ଅରୋଲିପି ହସ୍ପିଟାଲ୍ ପରିଚାଳନାକୁ ନେଇ ଏଠାରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସମ୍ମିଳନୀରେ ଶନିବାର ସମ୍ମାନିତ ହୋଇଛନ୍ତି। ଏମ୍ସ ଭୁବନେଶ୍ୱରର ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ ବିଭାଗ ଏବଂ ରିଜିଓନାଲ୍ ଚାପ୍ଟର ଏକାଡେମୀ ଅଫ୍ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍ , ଭୁବନେଶ୍ୱର ଓ ଏକାଡେମୀ ଅଫ୍ ହସ୍ପିଟାଲ୍ ଆଡମିନିଷ୍ଟ୍ରେସନ୍‌, ନୋଇଡ଼ାର ମିଳିତ ସହଯୋଗରେ ଦୁଇ ଦିନିଆ ଜାତୀୟ କର୍ମଶାଳା “ସେଫ୍ ସଷ୍ଟେନେବଲ୍ ହସ୍ପିଟାଲ୍‌ସ (ସାସ୍‌)-୨୦୨୨” ଶନିବାର ଆରମ୍ଭ ହୋଇଛି। ଏହି କର୍ମଶାଳାରେ ଦେଶର ବିଭିନ୍ନ ଜାତୀୟ ଅନୁଷ୍ଠାନ ଏବଂ ହସ୍ପିଟାଲ୍‌ଗୁଡ଼ିକର ୫୦୦ରୁ ଊର୍ଦ୍ଧ୍ୱ ପ୍ରତିନିଧି ଯୋଗ ଦେଇଥିଲେ। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଓଡ଼ିଶାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ମନ୍ତ୍ରୀ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକ୍ଟିଦେଉଳ ସ୍ନାତକ ମହାଵିଦ୍ୟାଳୟ ର ମୋ କଲେଜ୍ ଅଭିଯାନ ଆନୁକୁଲ୍ୟରେ ମହାତ୍ମାଗାନ୍ଧୀ ଓ ତାଙ୍କ ଦର୍ଶନ ସମ୍ପର୍କରେ ଆଲୋଚନା ଚକ୍ର ଅନୁଷ୍ଠିତ ହେଵା ସହିତ ଜାତୀୟ ସେବା ଯୋଜନା ଦିଵସ ପାଳିତ ହୋଇଥିଲା। ଅନୁଷ୍ଠାନର ଅଧ୍ୟକ୍ଷ ସୁଧୀର କୁମାର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବରେ ଅଵସରପ୍ରାପ୍ତ ଇତିହାସ ଅଧ୍ୟାପକ ଗୋଲବଦନ ଵିଶ୍ଵାଳ ଓ ମୁଖ୍ୟ ବକ୍ତା ଭାବରେ ଅଵସରପ୍ରାପ୍ତ ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଡ଼ ଦୀପେନ୍ କୁମାର ପଟ୍ଟନାୟକ ଯୋଗ ଦେଇ ଗାନ୍ଧିଜୀଙ୍କ ସର୍ବଦୋୟ, ସତ୍ୟାଗ୍ରହ, ଅହିଂସା, ରାମରାଜ୍ୟ, ଗ୍ରାମ୍ୟ ସ୍ଵରାଜ୍ୟ ଓ ଆତ୍ମବଳିଦାନ ତତ୍ତ୍ୱ ସମ୍ଵନ୍ଧରେ ଆଲୋକପାତ କରିଥିଲେ। ଶିକ୍ଷା ଵିଭାଗର ଅଧ୍ୟାପକ ଶେଷଦେଵ ଵିଶ୍ଵାଳ ଗାନ୍ଧିଜୀଙ୍କ ଚିନ୍ତାଧାରା ଵିଷୟ ରେ ଆଲୋଚନା କରିଥିଲେ। ଅଧ୍ୟାପକ ଵିନୋଦ ବିହାରୀ ପ୍ରଧାନ ଗାନ୍ଧିଜୀଙ୍କ ଜୀବନ ସମ୍ପର୍କରେ ତର୍ଜମା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅଵସର ରେ ଆୟୋଜିତ ବକ୍ତୃତା…

Read More

ବାଲୁଗାଁ: ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଜାତୀୟ ସେବା ଯୋଜନା ଦିବସ ବିନତି ମଞ୍ଜରୀ ରାଉତଙ୍କ ଅଧ୍ୟକ୍ଷତାରେ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମ ଅଧିକାରୀ ଅଧ୍ୟାପିକା ରୀନା ରାଉତଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ଯୁକ୍ତ ଦୁଇ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶ, ପ୍ରାକ୍ତନ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କୈଳାଶ ଚନ୍ଦ୍ର ମହାରଣା ଅତିଥି ଭାବେ ଯୋଗ ଦେଇ ଜାତୀୟ ସେବା ଯୋଜନାର ଲକ୍ଷ୍ୟ, ଆଦର୍ଶ ଓ଼ ଉଦ୍ଦେଶ୍ୟ ସମ୍ପର୍କରେ ଅବଗତ କରାଇବା ସହ ପୂର୍ବ ଅନୁଭୂତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ଚଳିତ ବର୍ଷ ରାଜ୍ୟସ୍ତରରେ ଶ୍ରେଷ୍ଠ ସ୍ଵେଚ୍ଛାସେବୀ ଭାବେ ପୁରସ୍କୃତ ହେବାକୁ ମନୋନୀତ ହୋଇଥିବା ଛାତ୍ରୀ ମୋନାଲିସା ରାଉତଙ୍କୁ ଅଧ୍ୟକ୍ଷା ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରି ଥିଲେ। ବରିଷ୍ଠ ସ୍ଵେଚ୍ଛାସେବୀ ସଂଗ୍ରାମ ବେହେରା ଧନ୍ୟବାଦ ଦେଇଥିଲେ।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ନ୍ୟାସ୍‌ନାଲ୍ ସର୍ଭିସ୍ ସ୍କିମ୍ (ଏନ୍‌ଏସ୍‌ଏସ୍‌) ସ୍ୱେଚ୍ଛାସେବୀ ପ୍ରତୀକ ଦାଶ ମହାମୟୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଆଜି ଜାତୀୟ ଏନ୍‌ଏସ୍‌ଏସ୍ ସମ୍ମାନ ପୁରସ୍କାର ଗ୍ରହଣ କରିଛନ୍ତି। ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଶ୍ରୀ ଦାଶ ଏହି ସମ୍ମାନ ଗ୍ରହଣ କରିଛନ୍ତି। ପୂର୍ବରୁ ରାଜ୍ୟ ସ୍ତରୀୟ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ପୁରସ୍କାରପ୍ରାପ୍ତ ଶ୍ରୀ ଦାଶଙ୍କୁ କରୋନା ମହାମାରୀ ସମୟରେ କୋଭିଡ ଭ୍ୟାକ୍ସିନ୍‌ର ସଚେତନତା ନେଇ ଉଚ୍ଚକୋଟୀର କାର୍ଯ୍ୟ କରିବା ନିମନ୍ତେ ଏହି ଜାତୀୟ ପୁରସ୍କାର ପାଇଁ ମନୋନୀତ କରାଯାଇଥିଲା। ଏହି ଅବସରରେ ଶ୍ରୀ ଦାଶଙ୍କୁ ଏକ ମେଡାଲ୍ ଓ ଏକ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ପୁରସ୍କାର ଗ୍ରହଣ କରିବା ପରେ ସେ ଅତ୍ୟନ୍ତ ଆନନ୍ଦିତ ଅଛନ୍ତି ଏବଂ ଏହା ଭବିଷ୍ୟତରେ ଅଧିକ ସମାଜସେବା କରିବା ପାଇଁ ପ୍ରୋତ୍ସାହନ ଦେବ ବୋଲି ଶ୍ରୀ ଦାଶ କହିଛନ୍ତି। ଏହି ଅବସରରେ କେନ୍ଦ୍ର କ୍ରୀଡା…

Read More

ମୁମ୍ବାଇ/ଭୁବନେଶ୍ୱର: ରିଲାଏନ୍‌ସ ରିଟେଲର ଜିଓମାର୍ଟ, ଭାରତର ଏକ ଅଗ୍ରଣୀ ଇ-ମାର୍କେଟପ୍ଲେସ, ଆଜି ଆଗାମୀ ପାର୍ବଣଋତୁ ପାଇଁ ମାସ ବ୍ୟାପୀ ପାର୍ବଣ ଉତ୍ସବର ଘୋଷଣା କରିଛି । ଏହି ପାର୍ବଣଋତୁ ବିକ୍ରୟ ସେପ୍ଟେମ୍ବର ୨୩ରୁ ଆରମ୍ଭ ହେଉଛି ଓ ଏହା ଅକ୍ଟୋବର ୨୩, ୨୦୨୨ ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟରେ ଜିଓମାର୍ଟ ଦୁଇଟି ସେଲର ଆୟୋଜନ କରୁଛି:‘ତ୍ୟୋହାରରେଡିସେଲ୍‌’ ଓ ‘ବେଷ୍ଟିଭାଲ୍‌ସେଲ୍‌’। ଗ୍ରାହକମାନେ ଜିଓମାର୍ଟରେ ଗ୍ରୋସେରି ସହିତ ଇଲେକ୍‌ଟ୍ରୋନିକ୍‌ସ, ହୋମ୍ ଓ କିଚେନ୍‌, ଫେସନ ଓ ଲାଇଫ୍‌ଷ୍ଟାଇଲ୍‌, ସୌନ୍ଦର୍ଯ୍ୟ, ଏଫଏମସିଜି ଓ କଞ୍ଜୁମର ଡ୍‌ୁ୍ୟରେବଲ୍‌ସ ଉପରେ ୮୦% ପର୍ଯ୍ୟନ୍ତ ସଂଚୟ କରିପାରିବେ। ଜିଓମାର୍ଟ ଏହାର ସମସ୍ତ ଗ୍ରାହକମାନଙ୍କ ପାଇଁ ୱାନ-ଷ୍ଟପ୍ ଦୋକାନରେ ପରିଣତ ହୋଇଛି। ଏଠାରୁ ଆପଣ ଦୀପାବଳିଠାରୁ ଆରମ୍ଭ କରି ଖାଦ୍ୟ ଏବଂ ଫେସନର ସମସ୍ତ ସାମଗ୍ରୀ ଗୋଟିଏ ସ୍ଥାନରେ ପାଇପାରିବେ। ଏହି ମାସ ବ୍ୟାପିଂ ସପିଂ ଉତ୍ସବ ସମୟରେ ଜିଓମାର୍ଟ ଏହାର ଗ୍ରାହକମାନଙ୍କୁ ଏସବିଆଇ (ଷ୍ଟେଟ୍‌ବ୍ୟାଙ୍କ ଅଫ୍ ଇଣ୍ଡିଆ) (ଷ୍ଟେଟ୍‌ବ୍ୟାଙ୍କ…

Read More

ନୂଆଦିଲ୍ଲୀ: ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ସହିତ ଜଡିତ ଲୋକଙ୍କ ବିରୋଧରେ ଆଇନ ନିର୍ଦ୍ଦେଶାଳୟ ସଂସ୍ଥା ଦ୍ୱାରା ଦେଶବ୍ୟାପୀ କଟକଣା ସାମ୍ନାକୁ ଆସିଛି। ଏହି ସଂଗଠନର ଉଦ୍ଦେଶ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବୈଠକକୁ ବିଚଳିତ କରିବା ଥିଲା। ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି (ଏନଆଇଏ) ଏବଂ ଏନଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡି) ଦ୍ୱାରା ହୋଇଥିବା ଚଢାଉ ସମୟରେ ପିଏଫ୍ଆଇ ସହିତ ଜଡିତ ୧୦୬ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ଗିରଫ କରାଯାଇଥିଲା। ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ପିଏଫଆଇର ଅଧ୍ୟକ୍ଷ, ଉପାଧ୍ୟକ୍ଷ, ସଚିବ ଏବଂ ଏସଡିପିଓର ମୁଖ୍ୟ ଅଛନ୍ତି। ତେବେ ସୂଚନା ଅନୁଯାୟୀ, ପିଏଫ୍ଆଇ ବିରୋଧରେ ଏନଆଇଏ ଏଫଆଇଆର ପଞ୍ଜୀକୃତ କରିଛି। ପ୍ରଧାନମନ୍ତ୍ରୀଙ୍କ ପାଟଣା ରାଲିରେ କିଛି ଅଘଟଣ କରିବା ପାଇଁ ପିଏଫ୍ଆଇ ଯୋଜନା କରୁଥିଲା। ଏଫଆଇଆର ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ବିହାର ଗସ୍ତ ସମୟରେ ସେପ୍ଟେମ୍ବର ୧୧ ତାରିଖରେ ଫୁଲୱାରୀ ସରିଫ ଅଞ୍ଚଳରେ କିଛି ସନ୍ଦିଗ୍ଧ ଲୋକ ଏକାଠି ହୋଇଥିଲେ। ଗୁପ୍ତ ସୂଚନା…

Read More

ନାଗପୁର: ରୋହିତ ଶର୍ମାଙ୍କ ନେତୃତ୍ୱରେ ଶୁକ୍ରବାର ଦିନ ନାଗପୁରରେ ଖେଳାଯାଇଥିବା ଦ୍ୱିତୀୟ ଟି -୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ଟିମ୍ ଇଣ୍ଡିଆ ପରାସ୍ତ କରିଛି। ତେବେ ଭାରତୀୟ ଅଧିନାୟକ କ୍ରିକେଟ୍ ର ଛୋଟ ଫର୍ମାଟରେ ସର୍ବାଧିକ ଛକା ମାରି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ଆଠ ଓଭରରେ ୯୧ ରନ୍‌ର ଟାର୍ଗେଟକୁ ପିଛା କରି ଚାରିଟି ଛକା ମାରିଥିବା ଭାରତୀୟ ଅଧିନାୟକ ବର୍ତ୍ତମାନ ଟି-୨୦ କ୍ରିକେଟରେ ୧୭୬ ଛକା ମାରିଛନ୍ତି। ରୋହିତ ବର୍ତ୍ତମାନ ନ୍ୟୁଜିଲ୍ୟାଣ୍ଡର ମାର୍ଟିନ ଗୁପ୍ତିଲଙ୍କୁ ଦ୍ୱିତୀୟ ସ୍ଥାନକୁ ଠେଲି ଦେଇଛନ୍ତି। ଟି-୨୦ ରେ ହିସର୍ବାଧିକ ଛକା ତାଲିକାରେ ଗୁପ୍ତିଲ୍ (୧୭୨ ଛକା) ଦ୍ୱିତୀୟ ଏବଂ କ୍ରିସ୍ ଗେଲ୍ ୧୨୪ ଛକା ସହ ତୃତୀୟ ସ୍ଥାନରେ ଅଛନ୍ତି। ରୋହିତ ଶର୍ମାଙ୍କ ବ୍ୟତୀତ ବିରାଟ କୋହଲି ହେଉଛନ୍ତି ଏକମାତ୍ର ଭାରତୀୟ ବ୍ୟାଟ୍ସମ୍ୟାନ୍ ଯିଏ ଟି-୨୦ ମ୍ୟାଚରେ ୧୦୦ ରୁ ଅଧିକ ଛକା ମାରିଛନ୍ତି। କୋହଲିଙ୍କର ବର୍ତ୍ତମାନ ଏହି ଫର୍ମାଟରେ ୧୦୪ ଟି ଛକା…

Read More

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୨୦୨୦-୨୦୨୧ ବର୍ଷ ପାଇଁ ଜାତୀୟ ସେବା ଯୋଜନା (ଏନଏସଏସ) ପୁରସ୍କାର ପ୍ରଦାନ କରିଛନ୍ତି। ଶନିବାର (ସେପ୍ଟେମ୍ବର ୨୪, ୨୦୨୨)ରେ ରାଷ୍ଟ୍ରପତି ଭବନରେ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ତିନୋଟି ବର୍ଗରେ ଏନଏସଏସ ପୁରସ୍କାର ପ୍ରଦାନ କରାଯାଇଛି। ବିଶ୍ବବିଦ୍ୟାଳୟ/ ଯୁକ୍ତ ଦୁଇ ପରିଷଦ, କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ଏବଂ ସ୍ବେଚ୍ଛାସେବୀ ବର୍ଗରେ ପୁରସ୍କାର ଦିଆଯାଇଥିଲା। ଚଳିତ ଥର ଓଡ଼ିଶାର ତିନି ଜଣ ବ୍ୟକ୍ତିବିଶେଷ ରାଷ୍ଟ୍ରପତିଙ୍କ ଠାରୁ ଏନଏସଏସ ପୁରସ୍କାର ଗ୍ରହଣ କରିଛନ୍ତି। କାର୍ଯ୍ୟକ୍ରମ ଅଧିକାରୀ/ଏନଏସଏସ ୟୁନିଟ ବର୍ଗରେ ମୟୂରଭଞ୍ଜ ଜିଲ୍ଲା ଆରଡିଏସ ଡିଗ୍ରୀ ମହାବିଦ୍ୟାଳୟର ଡକ୍ଟର ଦିଲିପ କୁମାର ପରମାଣିକ ଏହି ପୁରସ୍କାର ପାଇଛନ୍ତି। ସେହିପରି ଏନଏସଏସ ସ୍ବେଚ୍ଛାସେବୀ ବର୍ଗରେ ଭୁବନେଶ୍ବର ସ୍ଥିତ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ ଏଜୁକେସନ ଏଣ୍ଡ ରିସର୍ଚ୍ଚର ପ୍ରତୀକ ଦାଶ ଏବଂ ଭୁବନେଶ୍ବର ସ୍ଥିତ ସ୍କୁଲ୍‌ ଅଫ୍‌ ଲ’ର ଆକାଂକ୍ଷା କବି ପୁରସ୍କୃତ ହୋଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଅପରାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଅଚାନକ ବାଣପୁର ଗସ୍ତରେ ଆସିଥିଲେ। ବାଣପୁର ପହଞ୍ଚି ଜିଲ୍ଲାପାଳ ପ୍ରଥମେ ଭଗବତୀ ମନ୍ଦିର ଯାଇ ମା’ ଙ୍କ ଦର୍ଶନ ଲାଭ କରିଥିଲେ। ସେଠାରେ ତାଙ୍କୁ ତହସିଲଦାର, ବିଡ଼ିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ପୁଷ୍ପଗୁଛ ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ। ବେଢାରେ କିଛି ସମୟ ଅତିବାହିତ କରିବା ସହ ମନ୍ଦିରର ଐତିହ୍ୟ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ଠାରୁ ପଚାରି ବୁଝିଥିଲେ ଜିଲ୍ଲପାଳ। ଏହାପରେ ଜିଲ୍ଲାପାଳ ସିଧାସଳଖ ବ୍ଲକ କାର୍ଯ୍ୟାଳୟକୁ ଯାଇ ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଥିଲେ। ଆଗକୁ ଦଶହରା ପର୍ବ ଥିବାବେଳେ କିପରି ତାହା ଶାନ୍ତି ଶୃଙ୍ଖଳା ସହ ସମାପ୍ତ ହେବ ତାହା ଉପରେ ଗୁରୁତ୍ୱ ଦେଇଥିଲେ ଜିଲ୍ଲାପାଳ।  ତତସହିତ ପାର୍ବଣ ଋତୁ ବର୍ତ୍ତମାନ ଆରମ୍ଭ ହୋଇଯାଇଥିବା ବେଳେ ସ୍ଥାନୀୟ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ।…

Read More

ନୂଆଦିଲ୍ଲୀ: ମିଳିତ ଜାତିସଂଘ ସାଧାରଣ ସଭା (ୟୁଏନଜିଏ) ର ୭୭ତମ ଅଧିବେଶନରେ ଶୁକ୍ରବାର ଦିନ ଭାରତ ବିରୋଧୀ ବିବୃତ୍ତି ଦେଇଥିବାରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କୁ ଭାରତ ସମାଲୋଚନା କରିଛି। ମିଳିତ ଜାତିସଂଘରେ ଭାରତୀୟ ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ କାଶ୍ମୀର ପ୍ରସଙ୍ଗରେ ଶେହବାଜ ସରିଫଙ୍କ ଦାବିକୁ ଖଣ୍ଡନ କରିଛନ୍ତି ଏବଂ ଇସଲାମାବାଦକୁ ସୀମା ଆତଙ୍କବାଦ ସହ ଜଡିତ ଥିବା ଅଭିଯୋଗ କରିଛନ୍ତି। ଭିନିଟୋ କହିଛନ୍ତି ଯେ, “ଦୁଃଖର ବିଷୟ ଯେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାରତ ବିରୁଦ୍ଧରେ ମିଥ୍ୟା ଅଭିଯୋଗ ଆଣିବା ପାଇଁ ଏହି ସମ୍ମାନଜନକ ସଭାର ମଞ୍ଚକୁ ଚୟନ କରିଛନ୍ତି। ଯାହାକୁ ଦୁନିଆ ଗ୍ରହଣ କରେ ନାହିଁ। ” ଆତଙ୍କବାଦୀ ଡାୱଡ ଇବ୍ରାହିମଙ୍କ ବିଷୟରେ ଏକ ସ୍ପଷ୍ଟ ସୂଚନା ଦେଇ ସେ କହିଛନ୍ତି ଯେ, ଶାନ୍ତି ଚାହୁଁଥିବା ଦେଶ କେବେ ୧୯୯୩ ମୁମ୍ବାଇ ବିସ୍ଫୋରଣରେ ଦୋଷୀମାନଙ୍କୁ ଆଶ୍ରୟ ଦେବ ନାହିଁ। ଆତଙ୍କବାଦ, ଶତ୍ରୁତା ଏବଂ ହିଂସା ମୁକ୍ତ ପରିବେଶରେ…

Read More

ନୂଆଦିଲ୍ଲୀ: ଭାରତରେ ଋଷର ରାଷ୍ଟ୍ରଦୂତ ଡେନିସ ଅଲିପୋଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ “ଏହା ଯୁଦ୍ଧର ଯୁଗ ନୁହେଁ” ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ସମରକନ୍ଦରେ ରାଷ୍ଟ୍ରପତି ପୁଟିନଙ୍କ ସହ ତାଙ୍କର ସାକ୍ଷାତ ସମୟରେ ପ୍ରଧାନମନ୍ତ୍ରୀ ମୋଦି ଋଷର ନେତାଙ୍କୁ କହିଥିଲେ ଯେ, ଆଜିର ଯୁଗ ଯୁଦ୍ଧ ନୁହେଁ। ୟୁକ୍ରେନରେ ଶତ୍ରୁତା ସମାପ୍ତ କରିବାକୁ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅପିଲ ସମ୍ପର୍କରେ ପଚରାଯାଇଥିବା ବେଳେ ଡେନିସ ଅଲିପୋଭ କହିଛନ୍ତି ଯେ, ଏହି ମନ୍ତବ୍ୟ ଭାରତର ଆଭିମୁଖ୍ୟ ସହ ମେଳ ଖାଉଛି। ପାଶ୍ଚାତ୍ୟ ଦେଶଗୁଡିକ ଦ୍ଵାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ଋଷ ଉପରେ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ସେ କହିଛନ୍ତି। ଏଥି ସହିତ, ଜି -୭ ଦେଶ ଏବଂ ୟୁରୋପୀୟ ୟୁନିଅନ୍ ଋଷର ଅଶୋଧିତ ଏବଂ ବିଶୋଧିତ ଉତ୍ପାଦ ଉପରେ ତୈଳ ମୂଲ୍ୟ ସୀମା ସ୍ଥିର କରି କ୍ରେମଲିନ୍ ର…

Read More