Author: Samikhsya Bureau

ଭୁବନେଶ୍ୱର: ରାଜ୍ୟରେ ନୂତନ ଜଳ ନୀତି ପ୍ରଣୟନ ସଂପର୍କିତ ଅନ୍ତଃ ବିଭାଗୀୟ ବୈଠକ ଶନିବାର ରାଜ୍ୟ ଜଳସଂପଦ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଯୋଗଦେଇ ଆଗାମୀ ଦିନରେ ପ୍ରଣୟନ ତଥା କାର୍ଯ୍ୟକାରୀ ହେବାକୁ ଥିବା ପ୍ରସ୍ତାବିତ ନୂତନ ରାଜ୍ୟ ଜଳ ନୀତି ସଂପର୍କରେ ଅବଗତ ହୋଇଥିଲେ। କୃଷି, ଶିଳ୍ପ ତଥା ଆନୁଷଙ୍ଗିକ କ୍ଷେତ୍ରରେ କୃଷକ ତଥା ଜନସାଧାରଣଙ୍କ ନିମନ୍ତେ ଜଳର ଆବଶ୍ୟକତା ପୂରଣ ଦିଗରେ ରାଜ୍ୟ ସରକାର ଯେଉଁ ଲକ୍ଷ୍ୟ ରଖି କାର‌୍ୟ୍ୟ କରୁଛନ୍ତି, ପ୍ରସ୍ତାବିତ ନୂତନ ଜଳନୀତି ଏ ଦିଗରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀମତୀ ସାହୁ ପ୍ରକାଶ କରିଥିଲେ। ବୈଠକରେ ନୂତନ ରାଜ୍ୟ ଜଳ ନୀତିରେ ଜଳ ସଂପଦ ବିଭାଗରେ ଥିବା ବିଭିନ୍ନ ଉପ ବିଭାଗର କାର‌୍ୟ୍ୟନୀତିରେ ହେବାକୁ ଥିବା ପରିବର୍ତ୍ତନ ସଂପର୍କରେ ବ୍ୟାପକ ଆଲୋଚନା କରାଯାଇଥିଲା। ଜଳସମ୍ପଦ…

Read More

ଭୁବନେଶ୍ବର: ସାୱନ କିର୍‌ପାଲ୍ ରୁହାନି ମିଶନ ଓ ୱାଲ୍‌ର୍ଡ଼ କାଉନ୍‌ସିଲ୍ ଅଫ୍ ରିଲିଜନ୍‌ସର ଅଧ୍ୟକ୍ଷ ସନ୍ଥ ରାଜିନ୍ଦର ସିଂ ଜୀ ମହାରାଜଙ୍କର ପାବନ ସାନିଧ୍ୟରେ ୨୬ତମ ବିଶ୍ୱ ଆଧ୍ୟାତ୍ମିକ ସମ୍ମିଳନୀର ଆୟୋଜନ ୧୩ରୁ ୧୮ ସେପ୍ଟେମ୍ବର ୨୦୨୨ରେ କୃପାଳ୍ ବାଗ୍‌, ସନ୍ଥ କ୍ରିପାଲ୍ ସିଂ ମାର୍ଗ, ଦିଲ୍ଲୀ-୯ ଏବଂ ୧୯ ରୁ ୨୦ ସେପ୍ଟେମ୍ବର ୨୦୨୨ ରେ ସନ୍ଥ ଦର୍ଶନ ସିଂ ଜୀ ଧାମ ବୁରାଡ଼ି, ଦିଲ୍ଲୀରେ ଆୟୋଜିତ କରାଯାଉଛି। ଆଠ ଦିନ ପର୍ଯ୍ୟନ୍ତ ଚାଲୁଥିବା ଏଇ ସମ୍ମିଲନୀରେ ଧ୍ୟାନଅଭ୍ୟାସର ଅନ୍ତରାଷ୍ଟ୍ରୀୟ ଖ୍ୟାତିପ୍ରାପ୍ତ ଆଧ୍ୟାତ୍ମୀକ ଗୁରୁ ପରମ ପୂଜନୀୟ ସନ୍ଥ ରାଜିନ୍ଦର ସିଂ ଜୀ ମହାରାଜଙ୍କର ଦିବ୍ୟ ପ୍ରବଚନ ଶୁଣିବାର ମଧ୍ୟ ଶୁଭଅବସର ପ୍ରାପ୍ତହେବ। ସମ୍ମିଳନୀର ଉଦ୍‌ଘାଟନ ଅବସରରେ ମାନବତାର କଲ୍ୟାଣପାଇଁ ୧୩ ସେପ୍ଟେମ୍ବର ୨୦୨୨ରେ ୫୮ତମ ରକ୍ତଦାନ ଶିବିରର ଆୟୋଜନ କ୍ରିପାଲ୍‌ବାଗରେ ହୋଇଥିଲା। ସମ୍ମିଳନୀର ପ୍ରାତଃକାଳ ସମୟରେ ପ୍ରତିଦିନ ଧ୍ୟାନ ଅଭ୍ୟାସର କାର୍ଯ୍ୟଶାଳା ଅନୁଷ୍ଠିତ ହେବ ଯେଉଁଥିରେ ଧ୍ୟାନ ଅଭ୍ୟାସର…

Read More

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଭାରତ ଯୋଡ଼ୋ- ଓଡ଼ିଶା କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ଏହି ପ୍ରସ୍ତୁତି ବୈଠକରେ ପୂର୍ବତନ ପିସିସି ସଭାପତି, ଏଆଇସିସି କର୍ମକର୍ତା, ପୂର୍ବତନ ଏଆଇସିସି କର୍ମକର୍ତା, ପୂର୍ବତନ କେନ୍ଦ୍ର ଓ ରାଜ୍ୟ ମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତୃବୃନ୍ଦ, ସାଂସଦ, ବିଧାୟକ, ସାଂସଦ ପ୍ରାର୍ଥି, ବିଧାୟକ ପ୍ରାର୍ଥି, ଜିଲ୍ଲା କଂଗ୍ରେସ ସଭାପତି, ଜିଲ୍ଲା ସଂଯୋଜକ, ରାଜ୍ୟ ଛାମୁଆ ସଂଗଠନ, ବିଭାଗ ଓ ପ୍ରକୋଷ୍ଠର ମୁଖ୍ୟ ମାନେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଜୟରାମ ରମେଶ ଭାରତ ଯୋଡ଼ୋ ଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ଭାରତ ଯୋଡ଼ୋ ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ କହିଥିଲେ। ଭାରତ ଯୋଡ଼ୋ ପଦଯାତ୍ରାକୁ ଓଡ଼ିଶାରେ ଆଗେଇ ନେବାପାଇଁ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ତାଙ୍କ ଯୋଜନା ସଂପର୍କରେ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ। ଏହି ଯାତ୍ରା ରାଜ୍ୟର ୨୬…

Read More

ନୂଆଦିଲ୍ଲୀ: ଦେଶରେ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ହାରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ଏଥିରେ କରୋନା ମହାମାରୀ ପରେ ଦେଶରେ ଅର୍ଥନୀତିକ କାର୍ଯ୍ୟକଳାପ ସ୍ୱାଭାବିକ ଅବସ୍ଥାକୁ ଫେରିଥିବାର ସ୍ପଷ୍ଟ ସୂଚନା ମିଳୁଛି। ଏହା ମଧ୍ୟ ସରକାରଙ୍କ ସ୍ଥିର ନୀତି ଏବଂ ଟିକସ ବ୍ୟବସ୍ଥାର ସରଳୀକରଣ ତଥା ସୁଦୃଢୀକରଣର ଲାଭକୁ ସୂଚାଇବା ସହିତ ଏଥିରେ ନୂଆ ଟେକ୍‌ନୋଲୋଜି ପ୍ରୟୋଗର ସଫଳତାକୁ ପ୍ରମାଣିତ କରୁଛି। ଚଳିତ ଆର୍ଥିକ ବର୍ଷ (୨୦୨୨-୨୩)ର ସେପ୍ଟେମ୍ବର ୧୭ତାରିଖ ସୁଦ୍ଧା ସଂଗ୍ରହ ହୋଇଥିବା ମୋଟ ଟିକସ ତଥ୍ୟ ଅନୁସାରେ ନିଟ୍ ଟିକସ ସଂଗ୍ରହ ପରିମାଣ ୭୦୦, ୬୬୯ କୋଟିରେ ପହଞ୍ଚିଛି। ଏହା ବିଗତ ଆର୍ଥିକ ବର୍ଷର ଏହି ସମୟର ଟିକସ ଆଦାୟଠାରୁ ୨୩% ଅଧିକ। ଗତବର୍ଷ ଏହି ସମୟ ମଧ୍ୟରେ ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ  ଥିଲା ୫, ୬୮, ୧୪୭ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷରେ ଏଯାବତ୍ ଆଦାୟ ହୋଇଥିବା ମୋଟ ନିଟ୍ ପ୍ରତ୍ୟକ୍ଷ ଟିକସ ୭୦୦,୬୬୯…

Read More

ନୂଆଦିଲ୍ଲୀ: ଆସନ୍ତା ମାସରେ ଅଷ୍ଟ୍ରେଲିଆରେ ଟି -୨୦ ବିଶ୍ୱକପ ଖେଳାଯିବ। ଏଥି ସହିତ ଏହି ଦୁନିଆର ପ୍ରଥମ ଭାରତୀୟ ଦଳର ନୂଆ ଜର୍ସି ଜାରି କରାଯାଇଛି। ଏହି ଟିମ୍ ଜର୍ସି ନୀଳ ରଙ୍ଗର ଅଟେ। ଯେଉଁଥିରେ ତିନୋଟି ତାରକା ଅଛି। ଜର୍ସିର ଚିତ୍ର ସାମ୍ନାକୁ ଆସିବା ପରେ ଏହା ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଟିମ୍ ଇଣ୍ଡିଆର ଏହି ନୂଆ ଜର୍ସିରେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା ନଜର ଆସିଛନ୍ତି। https://twitter.com/mufaddal_vohra/status/1571497960806158347?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1571497960806158347%7Ctwgr%5E9232a761b7eeef3c14f64b744e6220af20d3c190%7Ctwcon%5Es1_&ref_url=https%3A%2F%2Fwww.abplive.com%2Fsports%2Fcricket%2Ft20-world-cup-indian-team-s-new-jersey-released-for-t20-world-cup-see-photos-2218677 ଉଲ୍ଲେଖ ଯୋଗ୍ୟ ଯେ, ଟି-୨୦ ବିଶ୍ୱକପରେ ଭାରତୀୟ ଦଳକୁ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବାକୁ ପଡିବ।

Read More

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ତେଲଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶର ୪୦ ଟି ସ୍ଥାନରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ (ପିଏଫ୍ଆଇ) ବିରୋଧରେ ଚଢାଉ କରିଛି। ଏହି ସୂଚନା ପ୍ରଦାନ କରି ଜଣେ ଅଧିକାରୀ କହିଛନ୍ତି ଯେ, ଆତଙ୍କବାଦୀ କାର୍ଯ୍ୟକଳାପ ତଥା ଧର୍ମ ଆଧାରରେ ବିଭିନ୍ନ ଗୋଷ୍ଠୀ ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜନ କରାଯିବା ସହ ପିଏଫଆଇ ବିରୋଧରେ ଏହି ଚଢାଉ କରାଯାଇଛି। ଏନଆଇଏ ମୁଖପାତ୍ର କହିଛନ୍ତି ଯେ, ତେଲେଙ୍ଗାନାର ୩୮ ଟି ସ୍ଥାନ ଏବଂ ଆନ୍ଧ୍ରପ୍ରଦେଶର ୨ ଟି ସ୍ଥାନରେ ହୋଇଥିବା ଚଢାଉ ସମୟରେ ଚାରି ଜଣଙ୍କୁ ପଚରାଉଚରା ପାଇଁ ହେପାଜତକୁ ନେଇଛି। ଏହି ଅଧିକାରୀ କହିଛନ୍ତି ଯେ, ଅପରେସନ୍ ସମୟରେ ଡିଜିଟାଲ୍ ଉପକରଣ, ଡକ୍ୟୁମେଣ୍ଟ୍, ଦୁଇଟି ଖଣ୍ଡା ଏବଂ ୮.୩୧ ଲକ୍ଷରୁ ଅଧିକ ନଗଦ ଟଙ୍କା ଜବତ କରାଯାଇଛି। ଏହି ମାମଲା ପ୍ରଥମେ ତେଲେଙ୍ଗାନାର ନିଜାମାବାଦ ପୋଲିସ ଷ୍ଟେସନରେ ଜୁଲାଇ ୪…

Read More

ଭୁବନେଶ୍ବର: ଆଜି ହକି ଇଣ୍ଡିଆର ସଭାପତି ପଦବୀ ପାଇଁ ପ୍ରାର୍ଥୀ ପତ୍ର ଦାଖଲ କରିଛନ୍ତି ଆନ୍ତର୍ଜାତୀୟ ହକି ଖେଳାଳୀ ତଥା ପୂର୍ବତନ କ୍ୟାପେଟନ ଦିଲ୍ଲୀପ ତିର୍କୀ। ସେ ଏ ନେଇ ନିଜ ସାମାଜିକ ଗଣମାଧ୍ୟମରେ ଦିଲ୍ଲୀପ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆପଣମାନଙ୍କ ଆର୍ଶିବାଦରେ ମୁଁ ଆଜି ହକି ଇଣ୍ଡିଆ ସଭାପତି ପାଇଁ ପ୍ରାର୍ଥୀପତ୍ର ଦାଖଲ କଲି। ହକି ଇଣ୍ଡିଆକୁ ଏକ ନୂଆ ସ୍ତରକୁ ନେବା ପାଇଁ ଚେଷ୍ଠା କରିବି। ଦିଲ୍ଲୀପ ତିର୍କ ହକି ଇଣ୍ଡିଆର ଜଣେ ପ୍ରତିଷ୍ଠିତ ବ୍ୟକ୍ତିତ୍ବ। ସେ ଅନେକ ଆନ୍ତର୍ଜାତୀୟ ମ୍ୟାଚରେ ଅନେକ ରେକର୍ଡ କରିଛନ୍ତି। ଏଥିସହିତ ସେ ଭାରତୀୟ ହକି ଦଳର କ୍ୟାପେଟନ ଭାବେ ମଧ୍ୟ ବେଶ ସଫଳତା ହାସଲ କରିଛନ୍ତି। ହକି ଖେଳରେ ତାଙ୍କର ଦୀର୍ଘ 15 ବର୍ଷର ଅଭିଜ୍ଞତା ରହିଛି। ସେ ହିଁ ଏହି ପଦବୀ ପାଇଁ ଉପଯୁକ୍ତ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

Read More

ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ବରମୁଣ୍ଡା ଆନ୍ତଃରାଜ୍ୟ ବସ ଟର୍ମିନାଲ ରାଜ୍ୟର ବ୍ୟସ୍ତ ବସ ଷ୍ଟାଣ୍ଡ। ପ୍ରତିଦିନ ଏଠାରୁ ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ ଚଳା ଚଳ କରିଥାଏ. ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା ଆବଶ୍ୟକତା କୁ ଦୃଷ୍ଟିରେ ରଖି 5T ଉପକ୍ରମରେ ଏହି ବସ ଟର୍ମିନାଲର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଅନୁଯାୟୀ କାମ ଚାଲିଛି। ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ ରେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ 5ଟି ଶ୍ରୀ ଭିକେ ପାଣ୍ଡିଆନ ଆଜି ଅପରାହ୍ନରେ ବିଡିଏ ଉପାଧ୍ୟାକ୍ଷ ଶ୍ରୀ ସଞ୍ଜୟ ସିଂହଙ୍କ ସହ ବରମୁଣ୍ଡା ଯାଇ ବସ ଟର୍ମିନାଲ ଓ ବସ ଡିପୋ କାମର ଅଗ୍ରଗତି ସମୀକ୍ଷା କରିଥିଲେ। ଆସନ୍ତା ମାର୍ଚ୍ଚ 2023 ସୁଦ୍ଧା ଟର୍ମିନାଲ କାମ ଶେଷ କରିବାକୁ ସେ ନିର୍ଦେଶ ଦେଇଥିଲେ। ଵସ ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଟର୍ମିନାଲ କାମ ର ଅଗ୍ରଗତି ସନ୍ତୋଷ ଜନକ ରହିଁଛି। ଯାତ୍ରୀଙ୍କ…

Read More

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନକ୍ରମେ ସାରା ଦେଶରେ ଜାରି ରହିଛି ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଅଭିଯାନ। ଏହି ଅଭିଯାନ ଅଧୀନରେ ବିଭିନ୍ନ ରାଜ୍ୟ ମଧ୍ୟରେ ସମ୍ପର୍କକୁ ଅଧିକ ନିବିଡ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ପ୍ରକାରର କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏକ ଭାରତ ଶ୍ରେଷ୍ଠ ଭାରତ ଅଭିଯାନ ଜରିଆରେ ଯୋଡ଼ି ହୋଇଥିବା ମହାରାଷ୍ଟ୍ର ଏବଂ ଓଡ଼ିଶା ମଧ୍ୟରେ ଛାତ୍ର ବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଏହି କ୍ରମରେ ମହାରାଷ୍ଟ୍ର ନଭି ମୁମ୍ବାଇର ଖାରଘରସ୍ଥିତ ଜବାହର ଏଜୁକେସନ ସୋସାଇଟିର ଏ.ସି ପାଟିଲ କଲେଜ ଅଫ୍‌ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନର ୫୦ ଜଣ ଛାତ୍ରଛାତ୍ରୀ ଓ ୪ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏମାନଙ୍କ ମଧ୍ୟରେ ୨୫ ଜଣ ସ୍କୁଲ ଏବଂ ୨୫ ଜଣ ଉଚ୍ଚ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ରହିଛନ୍ତି। ୧୯ରୁ ୨୩ ସେପ୍ଟେମ୍ବର, ୨୦୨୨ ପର୍ଯ୍ୟନ୍ତ ଏମାନେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଛାତ୍ରଛାତ୍ରୀମାନେ କୋଣାର୍କ ଏକ୍ସପ୍ରେସରେ ୧୭ ତାରିଖରେ…

Read More

ଭୁବନେଶ୍ଵର: ଆଜି ଭୁବନେଶ୍ଵର ଜୟଦେବ ଭବନ ଠାରେ ମୂର୍ଚ୍ଛନାର ସଂଗୀତ ପ୍ରତିଯୋଗିତା ବିଭିନ୍ନ ସ୍କୁଲ ଓ କଲେଜ ଛାତ୍ର ଓ ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ହୋଇ ଯାଇଛି। କୃତି ପ୍ରତିଯୋଗୀ ମାନଙ୍କୁ ମୂର୍ଚ୍ଛନାର ୧୮ତମ ବାର୍ଷିକୋତ୍ସବ ଓ ସଂଗୀତ ଉତ୍ସବ ଦିନ ସରେ ଜୟଦେବ ଭବନଠାରେ ନଗଦ ରାଶି, ଫଳକ ଓ ସାର୍ଟିଫିକେଟ ପ୍ରଦାନ କରାଯିବ। ସଭାପତି ପ୍ରଦୋଷ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ସଂଗୀତ ପ୍ରତିଯୋଗୀତାକୁ ଉଦ୍‌ଘାଟନ କରିଥିଲେ। ମୂର୍ଚ୍ଛନାର କର୍ମକର୍ତ୍ତା ଅଜୟ ମହାନ୍ତି, ମହେନ୍ଦ୍ର ଆଚାର୍ଯ୍ୟ, ସତରୂପା ଦେବେନ୍ଦ୍ର ସାହୁ, ହେମନ୍ତ ପରମଗୁରୁ, ପ୍ରଣୟ ଜେଠୀ, ଗୋଲକ ଚରଣ ମାର୍ଥା ଓ ତୁଷାର କାନ୍ତି ଚୌଧୁରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗୀତ ପ୍ରତିଯୋଗୀତା ସୁରୁଖୁରୁରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅନନ୍ୟା ମହାନ୍ତି ଓ ଦୀପୟିକା ମିଶ୍ର ସଂଚାଳନ କରିଥିଲେ।

Read More

ସ୍ଵପ୍ନ ଶାସ୍ତ୍ର: ରାତିରେ ଶୋଇବା ସମୟରେ ଅଧିକାଂଶ ଲୋକ ସ୍ୱପ୍ନ ଦେଖନ୍ତି। କିଛି ସ୍ୱପ୍ନ ଭଲ ଏବଂ କିଛି ବହୁତ ଖରାପ। ସ୍ଵପ୍ନ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ସ୍ୱପ୍ନର ନିଶ୍ଚିତ କିଛି ଅର୍ଥ ଅଛି। ଯଦି ଆପଣ ସ୍ୱପ୍ନରେ ହାତୀ ଦେଖୁଛନ୍ତି, ତେବେ ଏହାର ମଧ୍ୟ ଏକ ବିଶେଷ ଅର୍ଥ ଅଛି। ହାତୀଟି ଐଶର୍ଯ୍ୟ ଏବଂ ସୌଭାଗ୍ୟର ପ୍ରତୀକ ଭାବରେ ବିବେଚନା କରାଯାଏ। ହାତୀର ସ୍ୱପ୍ନ ଦେଖିବା ଅତ୍ୟନ୍ତ ଶୁଭ ବୋଲି ବିବେଚନା କରାଯାଏ। ଏହା ଘରେ ସୁଖ ଏବଂ ଶାନ୍ତିର ସୂଚକ ଭାବରେ ବିବେଚନା କରାଯାଏ। ସ୍ୱପ୍ନରେ ହାତୀ ଦେଖିବାର ଅର୍ଥ କ’ଣ ସ୍ୱପ୍ନର ଶାସ୍ତ୍ରରୁ ଜାଣନ୍ତୁ… ହାତୀ ସୁଖ ଏବଂ ସମୃଦ୍ଧିକୁ ସୂଚିତ କରେ: ଏକ ହାତୀକୁ ସ୍ୱପ୍ନରେ ଦେଖିବାର ଅର୍ଥ ହେଉଛି ଆପଣ ଶୀଘ୍ର ମାନ ସମ୍ମାନ ପାଇବାକୁ ଯାଉଛନ୍ତି। ଯଦି ଆପଣ ନିଜ ସ୍ୱପ୍ନରେ ହାତୀ ଉପରେ ଚଢୁଥିବାର ଦେଖନ୍ତି, ଏହାର ଅର୍ଥ ହେଉଛି ଆପଣ…

Read More

ନୂଆଦିଲ୍ଲୀ: ଚୀନ୍‌ର ଦକ୍ଷିଣ-ପଶ୍ଚିମ ଭାଗରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ଚୀନ୍‌ର ସନ୍ଦୁ ଜିଲ୍ଲାର ଏକ୍ସପ୍ରେସ ୱେରେ ଏକ ବସ୍ ଓଲଟି ପଡିବାରୁ ବସ୍‌ରେ ୩୦ ଜଣଙ୍କର ମୃତ୍ୟୁ ଘଟିଛି। ଯେଉଁଠାରେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣା ପରେ ଆତଙ୍କ ଖେଳିଯାଇଛି। ସମସ୍ତ ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ବସ୍‌ରେ ମୋଟ ୪୭ ଜଣ ଲୋକ ଥିଲେ, ସେଥିମଧ୍ୟରୁ ୩୦ ଜଣଙ୍କର ମୃତ୍ୟୁ ହୋଇଛି। ପୋଲିସ ଦେଇଥିବା ବିବୃତ୍ତି ଅନୁଯାୟୀ, ଗୁଡୟାଙ୍ଗ ସହରର ଦକ୍ଷିଣ-ପଶ୍ଚିମ ଭାଗରେ ଅବସ୍ଥିତ ସନ୍ଦୁ କାଉଣ୍ଟରେ ବସ୍ ଓଲଟି ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଭାରତୀୟ ପର୍ଯ୍ୟଟନ ବିଭାଗ ଓ ଓଡ଼ିଆ ଆର୍ଟ ସେଣ୍ଟର୍ ବଡକୁଳର ମିଳିତ ଆନୁକୁଲ୍ୟରେ ସ୍ବଚ୍ଛତା ଅଭିଯାନ ମଙ୍ଗଳ ଯୋଡ଼ି ଏବଂ ଓଟିଡିସି ବଡକୁଳ ଠାରେ ଅନୁଷ୍ଠିତ ହୋଇଯାଇଛି। ସ୍ୱଚ୍ଛ ଭାରତ ମିଶନ ତରଫରୁ ଚଳିତ ୧୬ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଭାରତ ସରକାରଙ୍କ ନିର୍ଦ୍ଧାରିତ କରାଯାଇଥିବା ଅଭିଯାନକୁ ଆଜି ପ୍ରଥମ ଦିନରେ ସକାଳ ସାତଟା ସମୟରେ ପ୍ରଥମେ ଭାରତୀୟ ପର୍ଯ୍ୟଟନ ବିଭାଗ ଓଡ଼ିଶାର ସହ ନିର୍ଦ୍ଦେଶିକା ରଶ୍ମି ସୋନିଆ ତିର୍କି, ବିଭାଗର ଜଗନ୍ନାଥ ବେହେରା ତଥା ସୁନିଲ କୁମାର ନାୟକଙ୍କୁ ପୁଷ୍ପ ଗୁଛ ଦେଇ ଆରତୀ ନାୟକ ଓ ସମୀକ୍ଷା ସାମନ୍ତରାୟ ସ୍ବାଗତ କରିଥିଲେ। ଟାଙ୍ଗୀ ମଙ୍ଗଳା ଯୋଡ଼ିଠାରେ ଥିବା ପକ୍ଷୀ ସୁରକ୍ଷା ବାହିନୀର ସମସ୍ତ କର୍ମ କର୍ତ୍ତା ସଫେଇ ଅଭିଯାନରେ ଯୋଗ ଦେଇଥିଲେ। ପୁନର୍ବାର ଅପରାହ୍ନରେ ବଡ଼କୁଳ ପାନ୍ଥ ନିବାସ ଜେଟି ପରିବେଶକୁ ମୋଟର ବୋଟ ଆସୋସିଏସନ୍ କର୍ମକର୍ତ୍ତାଙ୍କ ସହ ଓଡି ଆର୍ଟ…

Read More

ନୂଆଦିଲ୍ଲୀ: ଏହା ଏକ ସ୍ୱପ୍ନ ନୁହେଁ ବରଂ ଏକ ବାସ୍ତବତା। ଦୁନିଆର ପ୍ରଥମ ଫ୍ଲାଇଙ୍ଗ୍ ବାଇକ୍ ଲଞ୍ଚ କରାଯାଇଛି। ଯଦି ଆପଣ ଟ୍ରାଫିକ୍ ଜାମ୍ ଦ୍ୱାରା ଅସୁବିଧାରେ ପଡ଼ନ୍ତି ଏବଂ ଗୋଟିଏ ସହରରୁ ଅନ୍ୟ ସହରକୁ ଉଡ଼ିବାକୁ ଚାହାଁନ୍ତି, ତେବେ ଆପଣଙ୍କ ପାଇଁ ଏହାଠାରୁ କୌଣସି ଭଲ ବିକଳ୍ପ ହୋଇପାରିବ ନାହିଁ। ଜାପାନର ଏକ ଷ୍ଟାର୍ଟଅପ୍ କମ୍ପାନୀ AERWINS ଟେକ୍ନୋଲୋଜି ଫ୍ଲାଇଙ୍ଗ ବାଇକ୍ ତିଆରି କରିଛି। ସେପ୍ଟେମ୍ବର ୧୫ ତାରିଖରେ ଡେଟ୍ରୋଇଟ୍ ଅଟୋ ସୋ’ରେ ଏହା ଲଞ୍ଚ କରାଯାଇଛି। ଶୋ’ରେ ବିଶେଷଜ୍ଞମାନେ ଏହି ବାଇକକୁ କଠୋର ପ୍ରଶଂସା କରିଥିଲେ। ଏହି ବାଇକର ନାମ ହେଉଛି Xturismo। ଡେଟ୍ରୋଇଟ୍ ଅଟୋ ଶୋ’ର ସହ-ସଭାପତି ଥାଡ ସୋଜୋଟ ଏହି ବାଇକକୁ ଅତି ପ୍ରଶଂସା କରିଥିଲେ। ସେ ନିଜେ ଏହାକୁ ପରୀକ୍ଷା କରିଥିଲେ। ତାଙ୍କ ଅଭିଜ୍ଞତା ବାଣ୍ଟି ସେ କହିଛନ୍ତି ଯେ, ଏହା ବହୁତ ଉତ୍ସାହଜନକ ଏବଂ ଚମତ୍କାର ଅଟେ। ଅବଶ୍ୟ, ଏହି ବାଇକ୍ ଲୋକଙ୍କ…

Read More

ଭୁବନେଶ୍ୱର: କଳାହାଣ୍ଡି ଜିଲ୍ଲାସ୍ଥିତ ଅପର ଇନ୍ଦ୍ରାବତୀଠାରେ ୬୦୦ ମେଗାୱାଟ୍‌ ପମ୍ପ ଷ୍ଟୋରେଜ ନିମନ୍ତେ ଓଡ଼ିଶା ଜଳବିଦ୍ୟୁତ ନିଗମ ଅନୁମତି ପାଇଛି। ନିଗମ ଇନ୍ଦ୍ରାବତୀ ସମେତ ୩୦୦ ମେଗାୱାଟ୍‌ କ୍ଷମତାସଂପନ୍ନ ଅପର କୋଲାବ ଏବଂ ମାଲକାନଗିରି ଜିଲ୍ଲାର ବାଲିମେଳାଠାରେ ୫୦୦ ମେଗାୱାଟ୍‌ର ଷ୍ଟୋରେଜ ପମ୍ପ ସକାଶେ ପ୍ରସ୍ତାବ ରଖିଥିଲା। କେନ୍ଦ୍ର ଜଳ କମିଶନ (ସିଡବ୍ଳ୍ୟୁସି) ୬୦୦ ମେଗାୱାଟ୍‌ ବିଶିଷ୍ଟ ପମ୍ପ ଷ୍ଟୋରେଜ ପାଇଁ ଆନ୍ତଃରାଜ୍ୟ ଅନୁମୋଦନ ପ୍ରଦାନ କରିଛି। ଏଣିକି ଏହି ପ୍ରକଳ୍ପ ନିମନ୍ତେ ବୈଷୟିକ-ଆର୍ଥିକ ଅନୁମୋଦନ ସକାଶେ ଓଏଚ୍‌ପିସି କେନ୍ଦ୍ର ବିଦୁ୍ୟତ ପ୍ରାଧିକରଣ ନିକଟରେ ଆବେଦନ କରିବ। ଏହା ପ୍ରାପ୍ତ ହେଲା ପରେ ପ୍ରକଳ୍ପ କାର୍ଯ୍ୟକାରୀ ନିମନ୍ତେ ବାଟ ଫିଟିବ। କଳାହାଣ୍ଡିର ଅଗମ୍ୟ ଅଞ୍ଚଳସ୍ଥିତ ଏହି ପମ୍ପ ଷ୍ଟୋରେଜ ପ୍ରକଳ୍ପର କ୍ଷମତା ୬୦୦ ମେଗାୱାଟ୍‌ ରହିଛି। ଏଥିରେ ଲାଗିବାକୁ ଥିବା ଚାରୋଟି ସ୍ୱତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଥିବା ପ୍ରତ୍ୟେକ ଟର୍‌ବାଇନ୍‌ରୁ ୧୫୦ ମେଗାୱାଟ୍‌ ବିଦୁ୍ୟତ ଉତ୍ପନ୍ନ ହେବ ଏବଂ ଏହା ଓଡ଼ିଶା…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ-୧୯ ର ୫ ହଜାର ୬୬୪ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଦେଶରେ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୪ କୋଟି ୪୫ ଲକ୍ଷ ୩୪ ହଜାର ୧୮୮ ଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୪୬ ହଜାର ୮୪୮ ରୁ ୪୭ ହଜାର ୯୨୨ କୁ ବୃଦ୍ଧି ପାଇଛି। ତଥ୍ୟ ଅନୁଯାୟୀ, ସଂକ୍ରମଣ ହେତୁ ଅଧିକ ୩୫ ଜଣଙ୍କ ମୃତ୍ୟୁ ହୋଇଛି। ତେବେ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୨୮ ହଜାର ୩୩୭ କୁ ବୃଦ୍ଧି ପାଇଛି।

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୦୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୭ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୨୧ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧୧ ବରଗଡ ଜିଲ୍ଲାରୁ- ୫ ବଲାଙ୍ଗୀରି ଜିଲ୍ଲାରୁ- ୬ କଟକ ଜିଲ୍ଲାରୁ- ୧୫ ଦେବଗଡ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୨ ଜଗତସିଂହପୁର ଜିଲ୍ଲାରୁ- ୪ ଯାଜପୁର ଜିଲ୍ଲାରୁ- ୧ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୮ କନ୍ଧମାଳ ଜିଲ୍ଲାରୁ- ୧ କେନ୍ଦ୍ରପଡା ଜିଲ୍ଲାରୁ- ୬ କେନ୍ଦୁଝର ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୫୭ ମୟୂରଭଞ୍ଜ ଜିଲ୍ଲାରୁ- ୫ ନବରଙ୍ଗପୁର ଜିଲ୍ଲାରୁ- ୮ ନୟାଗଡ ଜିଲ୍ଲାରୁ- ୫ ନୂଆପଡା…

Read More

ଶ୍ରୀନଗର: ଗତ ମାସରେ ଜମ୍ମୁ କାଶ୍ମୀରର ବାନ୍ଦିପୋରାରେ ଜଣେ ପ୍ରବାସୀ ଶ୍ରମିକଙ୍କ ହତ୍ୟାରେ ସମ୍ପୃକ୍ତ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ଶନିବାର ଦିନ ପୋଲିସ ଏହି ସୂଚନା ଦେଇଛି। ଅଗଷ୍ଟ ୧୧ ତାରିଖ ଏବଂ ୧୨ ତାରିଖର ମଧ୍ୟବର୍ତ୍ତୀ ରାତିରେ ବିହାରର ଶ୍ରମିକ ମହମ୍ମଦ ଅମ୍ରେଜଙ୍କୁ ଉତ୍ତର କାଶ୍ମୀରର ସଦୁନାରା ଅଞ୍ଚଳରେ ଗୁଳି କରି ହତ୍ୟା କରାଯାଇଥିଲା। ବାନ୍ଦିପୋରା ସିନିୟର ଅଧୀକ୍ଷକ ମହମ୍ମଦ ଜାହିଦ କହିଛନ୍ତି ଯେ, ଘଟଣା ପରେ ତୁରନ୍ତ ପୋଲିସର ଏକ ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ଗଠନ କରାଯାଇଥିଲା। ଆମେ ଏକ ମାସ ମଧ୍ୟରେ ଏହି ସମସ୍ୟାର ସମାଧାନ କରିଛୁ।” ପୋଲିସ, ସେନା ଏବଂ ସେଣ୍ଟ୍ରାଲ ରିଜର୍ଭ ପୋଲିସ ଫୋର୍ସ (CRPF) ର ମିଳିତ ଟିମ୍ ତିନି ଜଣଙ୍କୁ ଗିରଫ କରିଛି। ଅପରାଧରେ ବ୍ୟବହୃତ ଅସ୍ତ୍ର ମଧ୍ୟ ଜବତ କରାଯାଇଛି।” ସେ କହିଛନ୍ତି ଯେ, ସମସ୍ତ ଅଭିଯୁକ୍ତ ସଦୁନାର ଅଞ୍ଚଳର ୱାସିମ, ୟାୱର ଏବଂ ମୁଜମିଲ ବୋଲି…

Read More

ଚାଣକ୍ୟ ନୀତି: ପିଲାମାନେ ଦେଶର ଭବିଷ୍ୟତ, ଯଦି ସେମାନେ ଆରମ୍ଭରୁ ସଠିକ୍ ମାର୍ଗଦର୍ଶନ ପାଆନ୍ତି, ତେବେ ସେମାନଙ୍କ ଜୀବନ ସମୃଦ୍ଧ ହୁଏ। ପ୍ରାୟତ ଯୌବନାବସ୍ଥାରେ ଏପରି ଏକ ପର୍ଯ୍ୟାୟ ଆସିଥାଏ, ଯେଉଁଥିରେ କିଛି ଜିନିଷ ବ୍ୟକ୍ତିକୁ ବିଚ୍ୟୁତ କରିବା ପାଇଁ କାର୍ଯ୍ୟ କରିଥାଏ। ଚାଣକ୍ୟ କହିଛନ୍ତି ଯେ, ଯଦି ଯୁବକମାନେ ଜଣେ ସଫଳ ବ୍ୟକ୍ତି ହେବାକୁ ଚାହାଁନ୍ତି, ତେବେ ଏହି ଜିନିଷଗୁଡିକୁ ଏଡ଼ାଇବାକୁ ପଡ଼ିବ, ନଚେତ୍ ଭବିଷ୍ୟତ ନଷ୍ଟ ହୋଇଯିବ। ଆସନ୍ତୁ ଜାଣିବା ଯୁବକମାନଙ୍କୁ ଆଚାର୍ଯ୍ୟ ଚାଣକ୍ୟ କେଉଁ ଜିନିଷ ଠାରୁ ଦୂରଇ ରହିବାକୁ କହିଛନ୍ତି। ଆଳସ୍ୟ: ଯୁବ ପିଢୀର ସବୁଠାରୁ ବଡ ଶତ୍ରୁ ହେଉଛି ଅଳସୁଆ। କୁହାଯାଏ ଯେ, ଯଦି ଯୌବନରେ କଠିନ ପରିଶ୍ରମ କର, ତେବେ ବୃଦ୍ଧାବସ୍ଥାରେ ଉନ୍ନତି ହେବ। ଚାଣକ୍ୟ କହିଛନ୍ତି ଯେ, ଅଳସୁଆ ଯୁବକମାନଙ୍କୁ ସଫଳ ହେବାକୁ ରୋକିଥାଏ। ଜଣେ ବ୍ୟକ୍ତି ଯେତେ ଶୃଙ୍ଖଳିତ, ପ୍ରଗତି ସେତେ ତାଙ୍କ ପାଦକୁ ଚୁମ୍ବନ ଦେବ। ସମୟ ଅତ୍ୟନ୍ତ…

Read More

ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନରେ ପହଞ୍ଚିଛନ୍ତି। ସେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିଛନ୍ତି।   ବ୍ରିଟେନର ପୂର୍ବତନ ମୁଖ୍ୟ ତଥା କମନୱେଲଥ୍ ଅଫ୍ ନେସନ୍ସର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଏହି ମାସ 8 ତାରିଖରେ ପରଲୋକ ହୋଇଯାଇଛି। ଭାରତ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ବିଦେଶ ଗସ୍ତରେ ଆଛନ୍ତି। ରାଣୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ କରାଯିବ। ସେଠାରେ ବିଶ୍ବର ପ୍ରାୟ ୨୦୦୦ ଭିଆଇପି ଅନ୍ତିମ ସଂସ୍କାରରେ ଯୋଗଦେବେ।

Read More

ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରରେ ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ଦିଆଯାଇଛି ଯାହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ। ଯଦି ବାସ୍ତୁ ନିୟମ ପାଳନ ନହୁଏ, ତେବେ ଗୃହର ସଦସ୍ୟମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଘରର ଦର୍ପଣ ମଧ୍ୟ ବାସ୍ତୁରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଘରର କାନ୍ଥରେ ସ୍ଥାପିତ କାଚର ସମ୍ପର୍କ ଆମର ସୁଖ ଏବଂ ଭାଗ୍ୟ ସହିତ ଜଡିତ। ସଠିକ୍ ଦିଗରେ ରଖାଯାଇଥିବା ଏକ ଦର୍ପଣ ଘରେ ସୁଖ ଆଣିଥାଏ, ଯେତେବେଳେ ଭୁଲ ଦିଗରେ ରଖାଯାଇଥିବା ଏକ ଦର୍ପଣ ଦୁର୍ଭାଗ୍ୟର କାରଣ ହୋଇପାରେ। ଆସନ୍ତୁ ଜାଣିବା ଘରେ ଦର୍ପଣ ଲଗାଇବା ସମୟରେ ବାସ୍ତୁର କେଉଁ ନିୟମ ପାଳନ କରାଯିବା ଉଚିତ୍। ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଘରେ ସର୍ବଦା ଏକ ଆୟତକାର, ବର୍ଗ କିମ୍ବା ଅଷ୍ଟଭୁଜାକାର ଦର୍ପଣ ରହିବା ଉଚିତ୍। ଯଦି ଆପଣ ବାଥରୁମରେ ଏକ ଦର୍ପଣ ସ୍ଥାପନ କରୁଛନ୍ତି, ତେବେ…

Read More