Author: Samikhsya Bureau

ନୂଆଦିଲ୍ଲୀ: ଆରା ୟୋଧାସ୍, ବନାରସି ୱାରିୟର୍ସ, ବାରବାଟି ବାକନ୍‌ସ, ଗ୍ରୀନ ଗାର୍ଡିଆନ୍‌ସ ଅଫ୍ ଗାନ୍ଧୀନଗର, ନଭି ମୁମ୍ବାଇ ଇସିଓ ନାଇଟ୍‌ସ, ଚଣ୍ଡିଗଡ଼ ଚ୍ୟାଲେଞ୍ଜର୍ସ, ଇନକ୍ରେଡିବଲ୍ ସ୍ବଚ୍ଛ ଇନ୍ଦୋରିଜ୍ କୌଣସି ଖେଳର ଟିମର ନାମ ନୁହେଁ। ଏହା ସେହି ସବୁ ଟିମଙ୍କର ନାମ ଅଟେ ଯାହାକୁ ଲକ୍ଷ ଲକ୍ଷ ଉତ୍ସାହୀ ଯୁବକଯୁବତୀ ଭାରତୀୟ ସ୍ବଚ୍ଛତା ଲିଗରେ ଭାଗ ନେବା ପାଇଁ ପ୍ରସ୍ତୁତ କରାଯାଇଛି। ଭାରତୀୟ ସ୍ବଚ୍ଛତା ଲିଗର ଏହି ଟିମ୍ ନିଜର ସହରକୁ ବର୍ଜ୍ୟମୁକ୍ତ କରିବା ପାଇଁ ବ୍ୟାପକ ଅଭିଯାନ ଆରମ୍ଭ କରିବେ। କେନ୍ଦ୍ରୀୟ ଗୃହ ଓ ସହରୀ ବ୍ୟାପାର ମନ୍ତ୍ରାଳୟଙ୍କ ତତ୍ତ୍ବାବଧାନରେ 17 ଡିସେମ୍ବର 2022 ରେ ଭାରତୀୟ ସ୍ବଚ୍ଛତା ଲିଗର ଆୟୋଜନ କରାଯାଉଛି। କେନ୍ଦ୍ର ମନ୍ତ୍ରୀ ହରଦିପ୍ ସିଂ ପୁରୀ 17 ସେପ୍ଟେମ୍ବର 2022 ରେ ଭାରତୀୟ ସ୍ବଚ୍ଛତା ଲିଗ୍ ପ୍ରାରମ୍ଭ କରାଯିବା ବିଷୟରେ ଘୋଷଣା କରିଛନ୍ତି। 1800 ରୁ ଅଧିକ ସହର ଭାରତୀୟ ସ୍ବଚ୍ଛତା ଲିଗ୍ ପାଇଁ ପଞ୍ଜୀକରଣ…

Read More

Viswakarma Puja: ବିଶ୍ୱକର୍ମା ପୂଜାକୁ ବିଶ୍ୱକର୍ମା ଦିବସ ବା ଜୟନ୍ତୀ ମଧ୍ୟ କୁହାଯାଏ। ବିଶ୍ୱକର୍ମା ପୂଜା ପ୍ରତିବର୍ଷ ସେପ୍ଟେମ୍ବର ମାସରେ ପଡିଥାଏ। ଏହି ଦିନ ଭାରତର ପ୍ରାୟ ସବୁ ସ୍ଥାନରେ ପ୍ରଭୃ ବିଶ୍ବକର୍ମାଙ୍କ ପୂଜା କରାଯାଏ। ଇତିହାସ ଅନୁଯାୟୀ ଭଗବାନ ବିଶ୍ୱକର୍ମାଙ୍କୁ ଦେବଶିଳ୍ପୀ ଅର୍ଥାତ୍ ଦେବତାମାନଙ୍କର ସ୍ଥପତି ଭାବରେ ପୂଜା କରାଯାଏ। ତାଙ୍କୁ ମଧ୍ୟ ତ୍ରିଲୋକ ବା ତ୍ରିପକ୍ଷ ଯୁଗର ନିର୍ମାଣକର୍ତ୍ତା ଭାବରେ ବିବେଚନା କରାଯାଏ। ଏହା ସହିତ ବିଶ୍ୱକର୍ମା ମଧ୍ୟ ଉଡ଼ୁଥିବା ରଥ, ପ୍ରାସାଦ ଏବଂ ଦେବତାମାନଙ୍କର ଅସ୍ତ୍ରଶସ୍ତ୍ର ନିର୍ମାଣ କରିଥିଲେ। ଏପରିକି ବିଶ୍ୱାସ କରାଯାଏ ଯେ ଇନ୍ଦ୍ରଙ୍କ ମହାନ ଅସ୍ତ୍ର ଯାହା ଋଷି ଦଧିଚିଙ୍କ ହାଡରୁ ନିର୍ମିତ ହୋଇଥିଲା, ତାହା ମଧ୍ୟ ବିଶ୍ୱକର୍ମା ଦ୍ବାରା ତିଆରି କରାଯାଇଥିଲା। କେବଳ ସ୍ୱର୍ଗ ନୁହେଁ ବରଂ ସେ ଏହି ସମଗ୍ର ସୃଷ୍ଟିର ସ୍ଥାପତ୍ୟ ଭାବରେ ବିବେଚନା କରାଯାଏ। ସେ ସତ୍ୟ ଯୁଗରେ ସୁବର୍ଣ୍ଣ ଲଙ୍କାର ସୃଷ୍ଟିକର୍ତ୍ତା ଭାବରେ ବିବେଚିତ ହୋଇଥିଲେ। ଯେଉଁଠାରେ…

Read More

ମେଷ- ଆପଣ ଅନେକ ଉତ୍ସରୁ ଆର୍ଥିକ ଭାବରେ ଉପକୃତ ହେବେ। କେତେକଙ୍କ ପାଇଁ ପରିବାରରେ ନୂତନ ବ୍ୟକ୍ତିଙ୍କ ଆଗମନ ଉତ୍ସବ ଏବଂ ଆନନ୍ଦର ମୁହୂର୍ତ୍ତ ଆଣିଦେବ। ଆପଣଙ୍କ ମନରେ କାର୍ଯ୍ୟର ଚାପ ସତ୍ତ୍ବେ, ଆପଣଙ୍କର ପ୍ରିୟ ଖୁସିର ମୁହୂର୍ତ୍ତ ଆଣିଦେବେ। ମାର୍କେଟିଂ କ୍ଷେତ୍ରରେ କାର୍ଯ୍ୟ କରିବାକୁ ଆପଣଙ୍କର ଅଭିଳାଷ ଫଳପ୍ରଦ ହୋଇପାରେ। ଆପଣ ଏଥିରେ ବହୁତ ଖୁସି ହେବେ ଏବଂ ଏହି କାର୍ଯ୍ୟ ପାଇବା ପାଇଁ ସମ୍ମୁଖୀନ ହେଉଥିବା ସମସ୍ତ ଅସୁବିଧା ଦୂର ହେବ। ଦୀର୍ଘ ସମୟ ମଧ୍ୟରେ, କାର୍ଯ୍ୟ ସହିତ ଯାତ୍ରା ଲାଭଦାୟକ ହେବ। ବୃଷ- ଆପଣ ମଧୁରବାଣୀ ଦ୍ବାରା ଯେକୈଣସି କାର୍ଯ୍ୟରେ ବିଜୟୀ ହେବାକୁ ସମର୍ଥ ହେବେ। ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଆଜି ଭାଗ୍ୟ ଆପଣଙ୍କ ସହିତ ରହିବ। ଆୟର ନୂତନ ଉତ୍ସ ଉତ୍ପନ୍ନ ହୋଇପାରେ। ଅଫିସ୍ କାର୍ଯ୍ୟ ସବୁଦିନ ଅପେକ୍ଷା ଆଜି ଭଲ ହେବ । ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଏହା…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଅଞ୍ଚଳରେ ଗଞ୍ଜେଇ ବୋଝଇ କାର ଜବତ କରି ଜଣଙ୍କୁ ଗିରଫ କରିଛି ପୋଲିସ। ଏ ନେଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଏସପିଙ୍କ ସୂଚନା ମୁତାବକ ଆଜି ଅପରାହ୍ନରେ ଏକ ଗଞ୍ଜେଇ ବୋଝେଇ କାର କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଭୁବନେଶ୍ୱର ଯାଉଥିବାର ପୋଲିସ ଖବର ପାଇଥଲା। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଏସଡିପିଓ ଦିଲ୍ଲୀପ ଦାସ ଓ ବାଘମାରି ଆଇଆଇସି ପ୍ରଜ୍ଞା ରିତାମ୍ଭରା କର ଙ୍କ ତତ୍ୱାବଧାନରେ ଏସଆଇ ଗାୟତ୍ରୀ ଗୋଛାୟତ ଏବଂ ଏଏସଆଇ ରଞ୍ଜିତ ନାୟକଙ୍କ ମିଳିତ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଚଢ଼ାଉ ଜାରି ରହିଥିବା ବେଳେ ପରିଶେଷରେ ବାଘମାରି ବାମଡିହ ଛକ ନିକଟରୁ ଉକ୍ତ କାରଟିକୁ ଠାବ କରିଥିଲା ପୋଲିସ। ତଲାସି ବେଳେ କାରରୁ ଦୁଇ ଗୋଟି ଜରି ବ୍ୟାଗରୁ ୩୬ କେଜି ୩୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ବେଳେ ବାଲିଗୁଡା ଥାନା ଅଞ୍ଚଳର ଅଭିଯୁକ୍ତ…

Read More

ଭୁବନେଶ୍ୱର: ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆଜି ଭୁବନେଶ୍ୱର ଉପକଣ୍ଠ ଜରିପାଟଣା ନିକଟସ୍ଥ ବାଲିଯାତ୍ରା ପଡିଆଠାରେ ବାୟୁସେନାର ସୂର୍ଯ୍ୟକିରଣ ଏରୋବେଟିକ୍ ଟିମ୍ ଆକାଶମାର୍ଗରେ ଦୁଃସାହସିକ ତଥା ଚିତ୍ତାକର୍ଷକ ସମରକଳା ପ୍ରଦର୍ଶନ କରିଛନ୍ତି। ସକାଳ୧୦ ଟା ୧୮ ମିନିଟ୍ ସମୟରେ ପ୍ରଦର୍ଶନୀ ସ୍ଥଳରେ ସୂର୍ଯ୍ୟକିରଣ ଟିମର ୯ଟି ହକ୍ ଏୟାର ଉଡାଜାହାଜ କୁଆଖାଇ ନଦୀ ଉପରେ ବିଭିନ୍ନ ପ୍ରକାର ସାହସିକତା ପ୍ରଦର୍ଶନର ସହ ବିମାନ ଉଡାଣ କରିଥିଲେ, ଯାହାକୁ ନଦୀର ଉଭୟ ପାର୍ଶ୍ୱରେ ଥିବା ଲକ୍ଷାଧିକ ଜନସାଧାରଣ ଉପସ୍ଥିତ ରହି ମନଭରି ଉପଭୋଗ କରିଥିଲେ। ଭାରତୀୟ ବାୟୁସେନାର ପରିଚାଳନାରେ ଓଡିଶା ରାଜ୍ୟ ପ୍ରଶାସନର ବିଭିନ୍ନ ବିଭାଗର ସହଯୋଗରେ ଏହି ଏୟାର ଶୋ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସମେତ ରାଜ୍ୟ ମନ୍ତ୍ରୀମଣ୍ଡଳର ସଦସ୍ୟ, ବିଭିନ୍ନ ବରିଷ୍ଠ ପ୍ରଶାସନିକ ଅଧିକାରୀ, ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ବହୁସଂଖ୍ୟାରେ ଯୋଗଦେଇଥିଲେ। ବିଭିନ୍ନ…

Read More

ଭୁବନେଶ୍ବର: ପଡ଼ୋଶୀ ରାଜ୍ୟ ସମେତ ଦେଶର କିଛି ରାଜ୍ୟରେ ଗୋମହିଷାଦି ଚର୍ମବିଣ୍ଡି ବା ଲମ୍ପି ସ୍କିନ୍‌ ରୋଗରେ ଆକ୍ରାନ୍ତ ହେଉଥିବା ପରିପ୍ରେକ୍ଷୀରେ ଓଡ଼ିଶାରେ ଏହି ରୋଗ ବ୍ୟାପିବାକୁ ପ୍ରତିରୋଧ ଦିଗରେ ସମସ୍ତ ପ୍ରକାର ଆଗୁଆ ପଦକ୍ଷେପ ନିଆଯାଇଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଜିଲ୍ଲାର ସଦ୍ୟତମ ସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। ପଡ଼ୋଶୀ ରାଜ୍ୟରୁ ଆମ ରାଜ୍ୟର ଗୋମହିଷାଦିଙ୍କୁ ଯେପରି ଚର୍ମବିଣ୍ଡି ରୋଗ ବ୍ୟାପି ନପାରେ ସେଥିପାଇଁ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ପାଇଁ ମୁଖ୍ୟ ଜିଲ୍ଲା ଚିକିତ୍ସାଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ପରିପ୍ରେକ୍ଷୀରେ ପ୍ରାଣୀପାଳନ ଓ ପ୍ରାଣୀ ଚିକିତ୍ସାଳୟ ନିର୍ଦ୍ଦେଶାଳୟ ସମେତ ସମସ୍ତ ଜିଲ୍ଲାରେ କଣ୍ଟ୍ରୋଲ ରୁମ୍‌ ଖୋଲିବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନାଯୋଗ୍ୟ ଯେ…

Read More

ଖୋରଧା: ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ ପୋଷଣ ଅଭିଯାନ କ୍ରିୟାନୁଷ୍ଠାନ କମିଟି ବୈଠକ ସଦଭାବନା ସଭାଗୃହରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ପ୍ରାରମ୍ଭରେ ଚଳିତ ବର୍ଷର ବିଷୟବସ୍ତୁ “ମହିଳା ଓ ସ୍ବାସ୍ଥ୍ୟ, ଶିଶୁ ଓ ଶିକ୍ଷା” ବିଷୟ ବସ୍ତୁ ଉପରେ ଆଲୋଚନା ହୋଇଥିଲା। ନବଜାତ ଶିଶୁ ମାନଙ୍କୁ କ୍ଷୀରଦାନ,ଉତ୍ତମ ଯତ୍ନ, ପରିବେଶ ପରିଷ୍କାର ଓ ପରିଚ୍ଛନ୍ନ, ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା, ଓଜନ ମାପ ସହ ପୁଷ୍ଟି ଉପରେ ନଜର ରଖିବା ନିମନ୍ତେ ସଚେତନ ସୃଷ୍ଟି ଉପରେ ବୈଠକରେ ଆଲୋଚନା ହୋଇଛି। ଏଥିନିମନ୍ତେ ଅଙ୍ଗନୱାଡି ଓ ଆଶା କର୍ମୀ ମାନେ ନିୟମିତ ଭାବେ ଘର ଘର ବୁଲି ମହିଳା ଓ ଶିଶୁ ମାନଙ୍କ ଯତ୍ନ ଏବଂ ପୋଷଣ ଉପରେ ଧ୍ୟାନ ଦେବା ସହ ଶୁଦ୍ଧ ପାନୀୟ ଜଳ, ବାହ୍ୟ ମଳମୂତ୍ର ତ୍ୟାଗ, ଟୀକାକରଣ ଉପରେ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିନିମନ୍ତେ ମାନସିକତା ପରିବର୍ତ୍ତନ ସହ ଭଲ କାର୍ଯ୍ୟ କରୁଥିବା…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ବିଧାନସଭା ଉନ୍ନୟନ କମିଟି ବୈଠକ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଅନୁଷ୍ଠିତ ହୋଇଛି। ବୈଠକ ପ୍ରାରମ୍ଭରେ ବିଧାୟକ ସମସ୍ତଙ୍କୁ ସ୍ବାଗତ କରିଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ମନୋଜ କୁମାର ପାଢୀ ବୈଠକ ସଂକ୍ରାନ୍ତୀୟ ପ୍ରାକ୍ ସୂଚନା ପ୍ରଦାନ କରିଥିଲେ। ଉକ୍ତ ବୈଠକରେ ବିଧାନସଭା ନିର୍ବାଚନ ମଣ୍ତଳୀରେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଛି। ପ୍ରାଣନାଥ ସ୍ବୟଂଶାସିତ ମହାବିଦ୍ୟାଳୟରେ ଉଭିଦ୍ଦ ବିଜ୍ଞାନ, ପ୍ରାଣୀ ଓ ରସାୟନ ବିଜ୍ଞାନରେ ସ୍ନାତକୋତ୍ତର ପାଠ୍ୟକ୍ରମ ଖୋଲିବା ନେଇ ବିଧାୟକ ଶ୍ରୀ ମିତ୍ର ଖୁସିବ୍ୟକ୍ତ କରିଥିଲେ। ମହାବିଦ୍ୟାଳୟର ଛାତ୍ରାବାସ କାର୍ଯ୍ୟ ତୁରନ୍ତ ଶେଷ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିଭଳି ଏମ୍ଏଲଏ ଲ୍ୟାଡ ଅନୁଦାନରେ ମୁଖ୍ୟ ଚିକିତ୍ସାଳୟରେ ଜାରି ଆଇସିୟୁ ପ୍ରକୋଷ୍ଠ, ଅମ୍ଲଜାନ ପ୍ଲାଣ୍ଟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଛି। ଉକ୍ତ ବୈଠକରେ ସ୍ପୋର୍ଟ୍ସ କମ୍ପ୍ଲେକ୍ସ, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡକ…

Read More

ଭୁବନେଶ୍ୱର: ଏକ ଜନହିତକର, ସ୍ବେଚ୍ଛାସେବୀ ତଥା ବଦାନ୍ୟ ସଂଗଠନ ଭାବେ ପରିଚିତ ପୂର୍ବ ତଟ ରେଳପଥ ମହିଳା କଲ୍ୟାଣ ସଂଗଠନ (ଇକୋରୋ) ର ସଭାପତି ଅନୁପମା ଶ୍ରୀବାସ୍ତବ ଆଜି ଭୁବନେଶ୍ୱର ଉପକଣ୍ଠ କଣ୍ଟାବାଡ ଠାରେ ଥିବା ଦରିଦ୍ର ପିଲାମାନଙ୍କ ଆଶ୍ରୟସ୍ଥଳ ଆଦୃତ ଦ୍ୱାରା ଆଶ୍ରିତ ପିଲାମାନଙ୍କ ଉଦ୍ଧିଷ୍ଟ “ଶିଶୁ ଗୃହ” ପରିଦର୍ଶନ କରିଥିଲେ। ଏହି ପରିଦର୍ଶନ ସମୟରେ ଅନ୍ତେବାସୀଙ୍କ ଆବଶ୍ୟକତା ପାଇଁ ଇକୋରୋ ଏକ ଆରେଞ୍ଜର କି ବୋର୍ଡ ଦାନ କରିଛି। ଏହି କି-ବୋର୍ଡ ଅନ୍ତେବାସୀମାନଙ୍କୁ ସେମାନଙ୍କର ସଙ୍ଗୀତ ଅଭ୍ୟାସ ଏବଂ ପ୍ରଦର୍ଶନ ପାଇଁ ସାହାଯ୍ୟ କରିବ। ପ୍ରାୟ ୬୦ ଜଣ ଅନ୍ତେବାସୀ ଆଦୃତ ଶିଶୁ ଗୃହରେ ବାସ କରନ୍ତି ଯେଉଁଠାରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଅନ୍ତେବାସୀଙ୍କ ସଂଗୀତ କ୍ଷେତ୍ରରେ ଅନ୍ତର୍ନିହିତ ଗୁଣ ରହିଛି। ରେଳପଥ ମହିଳା କଲ୍ୟାଣ ସଂଗଠନର ସମ୍ପାଦକ ମନମିତା ମଣ୍ଡଳ ଏବଂ କୋଷାଧ୍ୟକ୍ଷ ଭାରତୀ ନିନାୱେଙ୍କ ସହିତ ସଂଗଠନର ଅନ୍ୟ କାର୍ଯ୍ୟନିର୍ବାହୀ ସଦସ୍ୟମାନେ ମଧ୍ୟ ଶ୍ରୀବାସ୍ତବଙ୍କ ସହିତ…

Read More

ଭୁବନେଶ୍ବର: ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ରେଳ ଷ୍ଟେସନ ପରିସର, ଟ୍ରେନ୍, ଅଫିସ୍, କର୍ମଶାଳା, ରକ୍ଷଣାବେକ୍ଷଣ ଡିପୋ, ରେଳବାଇ ଡାକ୍ତରଖାନା ଏବଂ ରେଳବାଇ ଆବାସିକ ଅଞ୍ଚଳରେ ସ୍ୱଚ୍ଛତା ଉପରେ ବିଶେଷ ଧ୍ୟାନ ଦିଆଯାଇ ସ୍ୱଚ୍ଛତା ପକ୍ଷକୁ ବ୍ୟାପକ ଭାବେ ପ୍ରାରମ୍ଭ କରାଯାଇଅଛି। ଏହି ପ୍ରାରମ୍ଭିକ ଦିବସରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶରଦ କୁମାର ଶ୍ରୀବାସ୍ତବ ରେଳପଥର ମୁଖ୍ୟାଳୟ ରେଳସଦନ ଠାରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ମୁଖ୍ୟାଳୟର କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ସ୍ୱଚ୍ଛତା ସମ୍ବନ୍ଧରେ ଶପଥ ପାଠ କରାଇବା ସହିତ ସେମାନଙ୍କ ପରିବେଶକୁ ପରିଷ୍କାର ପରିଚ୍ଛନ୍ନତା ଏବଂ ସ୍ଵଛ ରଖିବାକୁ କହିଛନ୍ତି। ସର୍ବନିମ୍ନ ସ୍ତରରୁ ସର୍ବୋଚ୍ଚ ପର୍ଯ୍ୟନ୍ତ ରେଳ କର୍ମଚାରୀମାନେ ସ୍ୱଚ୍ଛତା ପକ୍ଷ୍ୟରେ ଅଂଶଗ୍ରହଣ କରୁଛନ୍ତି। ଏହି ସମୟ ଅବଧି ତଥା ୧୫ ଦିନ ମଧ୍ୟରେ ସାଧାରଣ ଲୋକଙ୍କୁ ବିଶେଷ କରି ଯାତ୍ରୀ ଏବଂ ରେଳ ବ୍ୟବହାରକାରୀଙ୍କୁ ସଚେତନ କରିବା ପାଇଁ ପ୍ରଭାତ ଫେରି, ସେମିନାର ଏବଂ ପଥପ୍ରାନ୍ତ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ପ୍ରଶାସକ ସାଫଲ୍ୟ ମଣ୍ଡିତ ପ୍ରଧାନ। ଶ୍ରୀ ପ୍ରଧାନ ଏହା ପୁର୍ବରୁ ଢେଙ୍କାନାଳ ଜିଲ୍ଲାର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ଶ୍ରୀ ପ୍ରଧାନଙ୍କ ପ୍ରଶାସନିକ ଅଧିକାରୀ ଭାବେ ଦୀର୍ଘ ବର୍ଷର ଅଭିଜ୍ଞତା ଥିବା ବେଳେ ବିଭିନ୍ନ ଜିଲ୍ଲାରେ ସେ ସଫଳତାର ସହ ଦାଇତ୍ୱ ନିର୍ବାହ କରିସାରିଛନ୍ତି। ତେବେ ଖୋର୍ଦ୍ଧାର ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଅନୁଜ ଦାସ ପଟ୍ଟନାୟକଙ୍କ ଜୁନ ମାସରେ ଖଣି ଓ ଇସ୍ପାତ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ହେବା ପରେ ଉକ୍ତ ପଦବୀଟି ଖାଲି ପଡିଥିଲା।

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି କାଫେ ଶୁଭାରମ୍ଭ ହୋଇଛି। ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ଅତିରିକ୍ତ ଜିଲ୍ଲାପାଳ ଶ ମନୋଜ କୁମାର ପାଢୀ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଦିଗନ୍ତ ରାଉତରାୟ ପ୍ରମୁଖ ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ବ୍ଲକ ସ୍ତରୀୟ ମହାସଂଘ ଅନ୍ତର୍ଗତ ସ୍ବୟଂ ସହାୟିକା ଗୋଷ୍ଠୀର କାର୍ଯ୍ୟକର୍ତ୍ତା ମାନଙ୍କ ଦ୍ବାରା ଏହା ପରିଚାଳିତ ହେବ। ଏଠାରେ ପାରମ୍ପରିକ ଓଡିଆ ଖାଦ୍ୟ ସହ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ଚା ଉପଲବ୍ଧ ହେବ। ଆରିଷା, ମିଠା, ଆଚାର, ପାପଡ, ବଡି, ମାଣ୍ତିଆ ଚୂନା, ମସଲା ଗୁଣ୍ତ, ସେଓ,ଗାଣ୍ଠିଆ, ମୁଢି, ଚୁଡା ମୁଆଁ ଆଦି ଖାଦ୍ୟ ସାମଗ୍ରୀ ମଧ୍ୟ ମିଳିବ। ଶୁଦ୍ଧ ଓ ପରିଷ୍କାର ପରିଚ୍ଛନ୍ନ ପରିବେଶ ମଧ୍ୟରେ ସମସ୍ତ ଖାଦ୍ୟ ସାମଗ୍ରୀ ସୁଲଭ ଦରରେ ଉପଲବ୍ଧ ହେବ। ସେହିଭଳି ଖୋର୍ଦ୍ଧା ବ୍ଲକ ପରିସରରେ ମଧ୍ୟ ଆଉ ଗୋଟିଏ…

Read More

ଭୁବନେଶ୍ବର: ଜାତୀୟ ପତାକା ତିଆରି କରିବାର ସୁଯୋଗ ପାଇ ଆମେ ଗର୍ବିତ। ମୁଖ୍ୟମନ୍ତ୍ରୀ ଆମ ଉପରେ ଭରସା କରି ଆମକୁ ଏ ମହାନ ସୁଯୋଗ ଦେଇଥିବାରୁ ଆମେ ତାଙ୍କ ନିକଟରେ କୃତଜ୍ଞ। ଆଜି ନବୀନ ନିବାସରେ ୬ଟି ଜିଲ୍ଲାର ମିଶନ ଶକ୍ତିର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଏହା କହିଛନ୍ତି। ଆଜି ସଂଧ୍ୟାରେ ନବୀନ ନିବାସଠାରେ ଗଞ୍ଜାମ, ଗଜପତି, ନୂଆପଡା, ରାୟଗଡା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ୮୪ଟି ମିଶନ ଶକ୍ତି ଗୋଷ୍ଠୀର ମା ମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ଥିଲେ। ଏହି ଅବସରରେ ଗତ ଅଗଷ୍ଟ ୧୫ ତାରିଖ ୭୫ତମ ସ୍ବାଧୀନତା ଦିବସ ପାଳନ ଅବସରରେ ମା ମାନେ ଜାତୀୟ ପତାକା ତିଆରି ଦାୟିତ୍ବ ନେଇ ଦକ୍ଷତାର ସହ ତୁଲାଇ ଥିବାରୁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆପଣମାନଙ୍କ ଉପରେ ମୋର ପୁରା ଭରସା ରହିଛି। ଆପଣମାନଙ୍କ ଭିତରେ ବହୁତ କିଛି…

Read More

ଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏସ୍‌ସିଓ ଶିଖର ସମ୍ମିଳନୀରେ ଯୋଗ ଦେଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ଅଭିଭାଷଣ ରଖିଛନ୍ତି। ସର୍ବପ୍ରଥମେ ରାଷ୍ଟ୍ରପତି ମିରଜିୟୋଏଭ୍‌ଙ୍କୁ ସେ ହୃଦୟର ସହିତ ଶୁଭେଚ୍ଛା ଜଣାଇ ଅଭିଭାଷଣ ଆରମ୍ଭ କରିଛନ୍ତି। ଆସନ୍ତୁ ଜାଣିବା ତାଙ୍କର ସଂପୂର୍ଣ୍ଣ ଭାଷଣ….. ଆଜି ଯେତେବେଳେ ସମଗ୍ର ବିଶ୍ୱ ମହାମାରୀ ପରେ ଆର୍ଥିକ ପୁନରୁଦ୍ଧାର ଭଳି ଆହ୍ୱାନ ଗୁଡିକର ସମ୍ମୁଖୀନ ହେବାରେ ଲାଗିଛି, ସେଥିରେ ଏସ୍‌ସିଓର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ରହିଛି । ଏସ୍‌ସିଓର ସଦସ୍ୟ ଦେଶ ବିଶ୍ୱ ସ୍ତରୀୟ ସମୁଦାୟ ଘରୋଇ ଉତ୍ପାଦ (ଜିଡିପି)ରେ ପ୍ରାୟ ୩୦ ପ୍ରତିଶତର ଯୋଗଦାନ ଦେଉଛନ୍ତି ଏବଂ ବିଶ୍ୱର ୪୦ ପ୍ରତିଶତ ଜନସଂଖ୍ୟା ମଧ୍ୟ ଏସ୍‌ସିଓ ଦେଶ ଗୁଡିକରେ ଅବସ୍ଥାନ କରୁଛନ୍ତି । ଭାରତ ଏସ୍‌ସିଓ ସଦସ୍ୟ ମାନଙ୍କ ମଧ୍ୟରେ ଅଧିକ ସହଯୋଗ ଏବଂ ପରସ୍ପର ମଧ୍ୟରେ ବିଶ୍ୱାସକୁ ସମର୍ଥନ କରୁଛି । ମହାମାରୀ ଏବଂ ୟୁକ୍ରେନ୍‌ର ସଙ୍କଟ ଯୋଗୁଁ ଅନ୍ତର୍ଜାତୀୟ ଯୋଗାଣ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡିର ଧର୍ମ, କଳା, ସଂସ୍କୃତି ଅନନ୍ୟ ଓ ସ୍ବତନ୍ତ୍ର। ଏଠାକାର ସଂସ୍କୃତି ଅନ୍ୟକୁ ପ୍ରଭାବିତ କରିଛି ସିନା ଅନ୍ୟ ଠାରୁ ପ୍ରଭାବିତ ହୋଇନାହିଁ। ପ୍ରସ୍ତର ଯୁଗରୁ କଳାହାଣ୍ଡିର ବିକାଶ ହୋଇଥିବା ଏବଂ ଏଠାରେ ଏକ ଅସ୍ତ୍ର ଶସ୍ତ୍ର କାରଖାନା ଥିବା ଐତିହାସିକ ସ୍ଥଳ ରେ ହୋଇଥିବା ଖନନସ୍ଥଳ ରୁ ମିଳିଥିବା ତଥ୍ୟ ରୁ ଜଣାପଡେ। ଏହି ଅଞ୍ଚଳ ର ମଣିଷ ଯାହା କରିପାରିଲା ତାକୁ ବିଜ୍ଞାନ ର ଆଖ୍ୟା ଦେଲା ଏବଂ ଯାହା କରିପାରିଲା ନାହିଁ ତାକୁ ଦୈବୀ ଶକ୍ତି ବୋଲି କହିଲା। ଯେଉଁ ସବୁ କରିପାରିଲା ସେସବୁ ଯେପରି ପରପିଢୀ ଜାଣିପାରିବେ ସେଥିପାଇଁ ବିଭିନ୍ନ ପଥର ଖୋଦେଇ କରି ଚିତ୍ର ଆଙ୍କୁ ଥିଲା। ଗୁଡାହାଣ୍ଡି, ଦେବଗିରି, ଗୁରୁ ଡଙ୍ଗରି, ଯୋଗୀମଠ ଆଦି ସ୍ଥାନର ପଥର ଖୋଦେଇ ଚିତ୍ର ଏହାର ପ୍ରମାଣ। ମୋହନଗିରି, ଅମାଠ, ବେଳଖଣ୍ଡି, ମାରାଗୁଡା, ବୁଧିକୋମନା, ଗୁଡହାଣ୍ଡି ଆଦି ସ୍ଥାନର ଭଗ୍ନାଂଶ, ପ୍ରାଚୀନ…

Read More

ଭୁବନେଶ୍ବର: ଗୃହଲକ୍ଷ୍ମୀଙ୍କୁ ଲକ୍ଷପତି କରାଇଛି ଜୀ ସାର୍ଥକ। ଲୋକପ୍ରିୟ ଓଡିଆ ମନୋରଂଞ୍ଜନ ଚ୍ୟାନେଲ ଜୀ ସାର୍ଥକରେ ଆରମ୍ଭ କରାଯାଇଥିଲା ଏକ ମେଗା ପ୍ରତିଯୋଗିତା। ଯାହାର ନାଁ ରହିଥିଲା ‘ହାତରେ ରିମୋଟ୍ ଧରିଲେ ଗୃହଲକ୍ଷ୍ମୀ, ଦେଖିଲେ ଜୀ ସାର୍ଥକ ଆସିବେ ଲକ୍ଷ୍ମୀ’। ଏହି ପ୍ରତିଯୋଗିତା ଏପ୍ରିଲ ୯ ରୁ ଆରମ୍ଭ ହୋଇ ମେ ୨୮ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଜୀ ସାର୍ଥକରେ ପ୍ରତିଦିନ ସନ୍ଧ୍ୟା ୭.୩୦ ରୁ ରାତି ୧୦ଟା ଭିତରେ ପ୍ରସାରିତ ହେଉଥିବା ଧାରାବାହିକ ମଧ୍ୟରୁ କିଛି ସରଳ ପ୍ରଶ୍ନ କରାଯାଉଥିଲା। ଆଉ ଯେଉଁମାନେ ପ୍ରତିଦିନ ଜୀ ସାର୍ଥକକୁ ଭଲ ପାଉଛନ୍ତି ଏବଂ ବିଭିନ୍ନ ଧାରାବାହିକ ଦେଖୁଛନ୍ତି ସେମାନଙ୍କୁ ଏହି ସବୁ ପ୍ରଶ୍ନର ଉତ୍ତର ଦେବାକୁ କୁହାଯାଉଥିଲା। ପ୍ରତିଦିନ ସଠିକ୍ ଉତ୍ତର ଦେଉଥିବା ୧୦ ଜଣ ଭାଗ୍ୟଶାଳୀ ବିଜେତାଙ୍କୁ ୧୦୦୦ ଟଙ୍କାର ଭାଉଚର ମିଳିଥିଲା। ତେବେ ଏପ୍ରିଲ ୯ ରୁ ମେ ୨୮ ତାରିଖ ଭିତରେ ପୁରା ପ୍ରତିଯୋଗିତାରେ ଜଣେ…

Read More

ନୂଆଦିଲ୍ଲୀ: ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ପାଇଁ ଇଣ୍ଡିଆ-ଏ ଦଳ ଘୋଷଣା କରାଯାଇଛି। ଅଲ୍ ଇଣ୍ଡିଆ ସିନିୟର ଚୟନ କମିଟି ଏଥିପାଇଁ ୧୬ ଜଣିଆ ଦଳ ଚୟନ କରିଛି। ଦଳର ନେତୃତ୍ଵ ସଞ୍ଜୁ ସାମସନଙ୍କୁ ହସ୍ତାନ୍ତର କରାଯାଇଛି। ଏହି ଦଳରେ ଆଇପିଏଲ-୨୦୨୨ ତାରକା ଖେଳାଳି ଉମ୍ରାନ ମଲିକ ଏବଂ ତିଲକ ବର୍ମାଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି। ଅଣ୍ଡର -୧୯ ବିଶ୍ୱକପ ତାରକା ରାଜ ଅଙ୍ଗଦ ବାୱା ମଧ୍ୟ ଦଳରେ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ଆଇପିଏଲ ଏବଂ ରଣଜୀ ଟ୍ରଫିରେ ଏକ ଶକ୍ତିଶାଳୀ ଖେଳ ପ୍ରଦର୍ଶନ କରିଥିବା ଶାହବାଜ ଅହମ୍ମଦଙ୍କୁ ମଧ୍ୟ ନ୍ୟୁଜିଲ୍ୟାଣ୍ଡ-ଏ ବିପକ୍ଷ ଦିନିକିଆ ସିରିଜରେ ଦେଖିବାକୁ ମିଳିବ। ଟିମ୍ ଇଣ୍ଡିଆରେ ଖେଳିବାର ଭଲ ଅଭିଜ୍ଞତା ଥିବା ଶାର୍ଦ୍ଦୁଲ ଠାକୁର, ନବଦୀପ ସାଇନି, ରୁତୁରାଜ ଗାଇକ୍ଵାଡ ଏବଂ ପୃଥ୍ବୀ ଶ’ ଭଳି ଖେଳାଳିଙ୍କୁ ମଧ୍ୟ ଭାରତ-ଏରେ ସ୍ଥାନ ଦିଆଯାଇଛି। ସୂଚନା ଅନୁଯାୟୀ, ଚେନ୍ନାଇର ଏମ ଚିଦାମ୍ବରମ୍…

Read More

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ବଙ୍ଗୋପ ସାଗର ଉପରେ ଆଉ ଏକ ଲଘୁଚାପ ସେପ୍ଟେମ୍ବର ୨୦ରେ ସୃଷ୍ଟି ହେବା ସମ୍ଭାବନା ରହିଛି। ଓଡ଼ିଶାରେ ଆସନ୍ତା ସପ୍ତାହରେ ପୁଣି ବର୍ଷା ହୋଇପାରେ ବୋଲି ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା କାଲି ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପ ସାଗର ଓ ଏହା ନିକଟବର୍ତୀ ଅଂଚଳ ଉପରେ ଏକ ଅପର୍ ଏଆର ସର୍କୁଲେସନ୍ ସୃଷ୍ଟି ହେବାକୁ ଯାଉଥିବାରୁ ଏହା ଏହି ଲଘୁଚାପ କ୍ଷେତ୍ର ପ୍ରସ୍ତୁତ କରିବ ବୋଲି କେନ୍ଦ୍ର ପକ୍ଷରୁ ଏକ ବୁଲେଟିନ୍‌ରେ କୁହାଯାଇଛି। ଏହି ସିଷ୍ଟମ୍ ସେପ୍ଟେମ୍ବର ୨୧ରେ ଉତର-ପଶ୍ଚିମ ଦିଗରେ ଗତି କରି ପଶ୍ଚିମ ଓଡ଼ିଶା ଓ ଛତିଶଗଡ଼ ଆଡ଼କୁ ମୁହାଁଇବ ମାତ୍ର ଉପକୂଳବର୍ତୀ ଜିଲ୍ଲାଗୁଡ଼ିକରେ ସେପ୍ଟେମ୍ବର ୨୦ ପର୍ଯ୍ୟନ୍ତ ବର୍ଷା ଅନୁଭୁତ ହେବ। ସେପ୍ଟେମ୍ବର ୧୯ ମଧ୍ୟାହ୍ନରୁ ରାଜ୍ୟରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ଆରମ୍ଭ ହୋଇ ସେପ୍ଟେମ୍ବର ୨୨ ରାତି ପର୍ଯ୍ୟନ୍ତ ଲାଗି ରହିବ। ପୁରୀ, ଖୋର୍ଦ୍ଧା, ନୟାଗଡ଼,…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ପୀଠରେ ଶାରଦୀୟ ପର୍ବ ଆରମ୍ଭ ପାଇଁ ସମସ୍ଥ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ଚଳିତ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଶନିବାର କନ୍ୟା ସଂକ୍ରାନ୍ତି ଦିନ ଦେବୀ ଶୟନରୁ ଉଠିବେ। ଏହି ଦିନକୁ ମୁଳାଷ୍ଟମୀ କୁହାଯାଏ। ପ୍ରଚଳିତ ପ୍ରାଚୀନ ପରମ୍ପରା ଅନୁସାରେ ସପ୍ତମୀ ଦିନ ବଙ୍କାଡଗଡର ରାଜପରିବାର ଅଧୁନା କୃଷ୍ଣପ୍ରସାଦଗଡ଼ର ରାଜା ସନ୍ତୋଷ କୁମାର ମାନସିଂହ ମର୍ଦ୍ଦରାଜ ମା’ଭଗବତୀଙ୍କ ମନ୍ଦିର ପୁରୋହିତ ଓ ସେବାୟତଙ୍କୁ ବାଲୁଗାଁଠାରେ ଥିବା ନିଜ ଉଆସରେ ବ୍ରାହ୍ମଣବରଣି କରି ଶକ୍ତି ପୂଜାର ବିଧି ବିଧାନ ସଂପର୍ଣ୍ଣ କରିବାକୁ ଗୁଆ ଚାଉଳ ପଇତା ମନ୍ତୁରାଇ ପୁରୋହିତଙ୍କୁ ପ୍ରଦାନ କରିବା ସହିତ ମା’ଭଗବତୀଙ୍କ ପର୍ବ ପ୍ରସାଧନ ନିମନ୍ତେ ନୂତନ ପାଟବସ୍ତ୍ର ସହିତ ଚୁଡି ,ଚନ୍ଦନ, ଅଗୁରୁ, ଅତର , ପୁଷ୍ପମାଲ୍ୟ ସହିତ ନୈବେଦ୍ୟ ଅର୍ପଣ କରିଥିଲେ। ମା’ଙ୍କ ଶାରଦୀୟ ଷୋଳ ପର୍ବ ଶୃଙ୍ଖଳିତ ଭାବରେ ପାଳିତ ହେବା ପାଇଁ…

Read More

ଭୁବନେଶ୍ୱର: ସ୍ୱାସ୍ଥ୍ୟ, କୃଷି ଏବଂ ଶିକ୍ଷା କ୍ଷେତ୍ରରେ ୫ଜି ବ୍ୟବହାରର ଅଧିକ ଆବଶ୍ୟକତା ରହିଛି। ତେଣୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ଏକ ୫ଜି ଲ୍ୟାବ ପ୍ରତିଷ୍ଠା ନେଇ ପ୍ରସ୍ତାବ ଦେଇଛନ୍ତି କେନ୍ଦ୍ର ରେଳ, ଯୋଗାଯୋଗ, ଇଲେକ୍ଟ୍ରୋନିକ୍ସ ଓ ଇନଫର୍ମସେନ ଟେକନୋଲୋଜି ବିଭାଗର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆବେଦନ କରାଯିବାର ୩୦ ଦିନ ଭିତରେ କେନ୍ଦ୍ର ସରକାର ୫ଜି ଲ୍ୟାବ ନିମନ୍ତେ ସ୍ପେକ୍ଟ୍ରମ ଯୋଗାଇ ଦେବେ ବୋଲି ସୂଚନା ଦେଇଛନ୍ତି ଶ୍ରୀ ବୈଷ୍ଣବ। ସୋଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ୨୦ ବର୍ଷ ନେତୃତ୍ୱ ସମ୍ପର୍କରେ “ମୋଦିଅ୨୦, ଡ୍ରିମ୍‌ସ ମିଟ୍ ଡେଲିଭରି” ଶୀର୍ଷକ ବକ୍ତୃତା ଦେବା ଅବସରରେ ଛାତ୍ରଛାତ୍ରୀ ଓ ଅଧ୍ୟାପକ ଅଧ୍ୟାପିକାମାନଙ୍କୁ ୫ଜି ସମ୍ପର୍କରେ ତଥ୍ୟ ଉପସ୍ଥାପନା କରିଥିଲେ ଶ୍ରୀ ବୈଷ୍ଣବ। ଆସନ୍ତା ଅକ୍ଟୋବର ପ୍ରଥମ ସପ୍ତାହରେ ଦେଶରେ ୫ଜିର ପ୍ରଚଳନ ଆରମ୍ଭ ହେବାକୁ ଥିବାବେଳେ ଓଡ଼ିଶାର ମଧ୍ୟ ପ୍ରଥମ ପର୍ଯ୍ୟାୟରେ ଏହାର ବ୍ୟବହାରର ସୁଯୋଗ ମିଳିବ।…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁରରେ ଅଗ୍ନି ଭୈରବଙ୍କ ଝାମୁଯାତ୍ରା ସମ୍ପନ୍ନ ହୋଇଛି। ଆଦିବାସୀମାନଙ୍କ ଶୈବ ଅରାଧାନର ଏହା ହେଉଛି ଏକ ଅନନ୍ୟ ପୀଠ। ଶିବଙ୍କର ସାତଟି ରୂପ ମଧ୍ୟରୁ ଅଗ୍ନି ଭୈରବ ଅନ୍ୟତମ। ଏହି ପୀଠରେ ତାନ୍ତ୍ରିକ ଓ ଗୁପ୍ତ ପଦ୍ଧତିରେ ପୂଜାର୍ଚ୍ଚନା କରାଯାଉଥିବାରୁ ଝାମୁଯାତ୍ରା ଦିନ କାଳିସୀଙ୍କ ଦେହରେ ଅଗ୍ନି ଭୈରବ ପ୍ରବେଶ କରି ମନ୍ଦିରରୁ ବାହାରି ଗ୍ରାମ ପରିକ୍ରମା କରି ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି। ଏହି ଝାମୁ ଯାତ୍ରା ରେ କାଳିଶି ଦେହରେ ଅଗ୍ନି ଭୈରବ ଲାଗି କଞ୍ଚା ହାଣ୍ଡି ଉପରେ ବସି ତାକୁ ଅକ୍ଷତ ରଖିବା ସହ କଣ୍ଟା ଦୋଳିରେ ଝୁଲି ସାରିବା ପରେ ପ୍ରସ୍ତୁତ କରାଯାଇଥିବା ଅଗ୍ନି କୁଣ୍ଡରେ ପ୍ରବେଶ କରି ଚାଲିବା ଦୃଶ୍ୟ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମନରେ ଭୟ ଓ ଭକ୍ତିର ମିଶ୍ରିତ ଭାବ ସୃଷ୍ଟି କରିଥାଏ। ଚଳିତ ବର୍ଷ ଯୁବକଳାଲ…

Read More