ଚାଣକ୍ୟ ନୀତି: ପିଲାମାନେ ଦେଶର ଭବିଷ୍ୟତ, ଯଦି ସେମାନେ ଆରମ୍ଭରୁ ସଠିକ୍ ମାର୍ଗଦର୍ଶନ ପାଆନ୍ତି, ତେବେ ସେମାନଙ୍କ ଜୀବନ ସମୃଦ୍ଧ ହୁଏ। ପ୍ରାୟତ ଯୌବନାବସ୍ଥାରେ ଏପରି ଏକ ପର୍ଯ୍ୟାୟ ଆସିଥାଏ, ଯେଉଁଥିରେ କିଛି ଜିନିଷ ବ୍ୟକ୍ତିକୁ ବିଚ୍ୟୁତ କରିବା ପାଇଁ କାର୍ଯ୍ୟ କରିଥାଏ। ଚାଣକ୍ୟ କହିଛନ୍ତି ଯେ, ଯଦି ଯୁବକମାନେ ଜଣେ ସଫଳ ବ୍ୟକ୍ତି ହେବାକୁ ଚାହାଁନ୍ତି, ତେବେ ଏହି ଜିନିଷଗୁଡିକୁ ଏଡ଼ାଇବାକୁ ପଡ଼ିବ, ନଚେତ୍ ଭବିଷ୍ୟତ ନଷ୍ଟ ହୋଇଯିବ। ଆସନ୍ତୁ ଜାଣିବା ଯୁବକମାନଙ୍କୁ ଆଚାର୍ଯ୍ୟ ଚାଣକ୍ୟ କେଉଁ ଜିନିଷ ଠାରୁ ଦୂରଇ ରହିବାକୁ କହିଛନ୍ତି। ଆଳସ୍ୟ: ଯୁବ ପିଢୀର ସବୁଠାରୁ ବଡ ଶତ୍ରୁ ହେଉଛି ଅଳସୁଆ। କୁହାଯାଏ ଯେ, ଯଦି ଯୌବନରେ କଠିନ ପରିଶ୍ରମ କର, ତେବେ ବୃଦ୍ଧାବସ୍ଥାରେ ଉନ୍ନତି ହେବ। ଚାଣକ୍ୟ କହିଛନ୍ତି ଯେ, ଅଳସୁଆ ଯୁବକମାନଙ୍କୁ ସଫଳ ହେବାକୁ ରୋକିଥାଏ। ଜଣେ ବ୍ୟକ୍ତି ଯେତେ ଶୃଙ୍ଖଳିତ, ପ୍ରଗତି ସେତେ ତାଙ୍କ ପାଦକୁ ଚୁମ୍ବନ ଦେବ। ସମୟ ଅତ୍ୟନ୍ତ…
Author: Samikhsya Bureau
ନୂଆଦିଲ୍ଲୀ: ଆଜି ସକାଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଲଣ୍ଡନରେ ପହଞ୍ଚିଛନ୍ତି। ସେ ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ବିଦେଶ ଗସ୍ତ କରିଛନ୍ତି। ବ୍ରିଟେନର ପୂର୍ବତନ ମୁଖ୍ୟ ତଥା କମନୱେଲଥ୍ ଅଫ୍ ନେସନ୍ସର ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କର ଏହି ମାସ 8 ତାରିଖରେ ପରଲୋକ ହୋଇଯାଇଛି। ଭାରତ ତରଫରୁ ତାଙ୍କ ପରିବାର ତଥା ଦେଶକୁ ସମବେଦନା ଜଣାଇବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ବିଦେଶ ଗସ୍ତରେ ଆଛନ୍ତି। ରାଣୀଙ୍କ ଅନ୍ତିମ ସଂସ୍କାର ଆସନ୍ତାକାଲି ୧୯ ସେପ୍ଟେମ୍ବରରେ ୱେଷ୍ଟମିନିଷ୍ଟର ଆବେରେ କରାଯିବ। ସେଠାରେ ବିଶ୍ବର ପ୍ରାୟ ୨୦୦୦ ଭିଆଇପି ଅନ୍ତିମ ସଂସ୍କାରରେ ଯୋଗଦେବେ।
ବାସ୍ତୁ ଶାସ୍ତ୍ର: ବାସ୍ତୁ ଶାସ୍ତ୍ରରେ ଘରେ ରଖାଯାଇଥିବା ସମସ୍ତ ଜିନିଷ ପାଇଁ ଏକ ନିର୍ଦ୍ଦିଷ୍ଟ ଦିଗ ଦିଆଯାଇଛି ଯାହା ଘରେ ସକାରାତ୍ମକ ଶକ୍ତି ଆଣିଥାଏ। ଯଦି ବାସ୍ତୁ ନିୟମ ପାଳନ ନହୁଏ, ତେବେ ଗୃହର ସଦସ୍ୟମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡେ। ଘରର ଦର୍ପଣ ମଧ୍ୟ ବାସ୍ତୁରେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଏ। ଘରର କାନ୍ଥରେ ସ୍ଥାପିତ କାଚର ସମ୍ପର୍କ ଆମର ସୁଖ ଏବଂ ଭାଗ୍ୟ ସହିତ ଜଡିତ। ସଠିକ୍ ଦିଗରେ ରଖାଯାଇଥିବା ଏକ ଦର୍ପଣ ଘରେ ସୁଖ ଆଣିଥାଏ, ଯେତେବେଳେ ଭୁଲ ଦିଗରେ ରଖାଯାଇଥିବା ଏକ ଦର୍ପଣ ଦୁର୍ଭାଗ୍ୟର କାରଣ ହୋଇପାରେ। ଆସନ୍ତୁ ଜାଣିବା ଘରେ ଦର୍ପଣ ଲଗାଇବା ସମୟରେ ବାସ୍ତୁର କେଉଁ ନିୟମ ପାଳନ କରାଯିବା ଉଚିତ୍। ବାସ୍ତୁ ଶାସ୍ତ୍ରଙ୍କ ଅନୁଯାୟୀ, ଘରେ ସର୍ବଦା ଏକ ଆୟତକାର, ବର୍ଗ କିମ୍ବା ଅଷ୍ଟଭୁଜାକାର ଦର୍ପଣ ରହିବା ଉଚିତ୍। ଯଦି ଆପଣ ବାଥରୁମରେ ଏକ ଦର୍ପଣ ସ୍ଥାପନ କରୁଛନ୍ତି, ତେବେ…
ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ଦଳ ବର୍ତ୍ତମାନ ଭାରତ ଗସ୍ତରେ ଅଛି। ସେପ୍ଟେମ୍ବର ୨୦ ତାରିଖରୁ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏକ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜ୍ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍ ମୋହାଲିରେ ଅନୁଷ୍ଠିତ ହେବ। ଏଥି ସହିତ, ଏହି ସିରିଜ୍ ଆରମ୍ଭ ପୂର୍ବରୁ ମଧ୍ୟ ଭାରତୀୟ ଦଳ ଏକ ବଡ ଅସୁବିଧାର ସମ୍ମୁଖୀନ ହୋଇଛି। ବାସ୍ତବରେ ଦଳର ଅଭିଜ୍ଞ ତାରକା ବୋଲର ମହମ୍ମଦ ଶାମି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଟି -୨୦ ସିରିଜରୁ ମହମ୍ମଦ ଶାମିଙ୍କୁ ବାଦ୍ ଦିଆଯାଇଛି। ଏଥି ସହିତ ଉମିଶ ଯାଦବଙ୍କୁ ଶାମିଙ୍କ ସ୍ଥାନରେ ଦଳରେ ସାମିଲ କରାଯାଇଛି। ଟି-୨୦ ରେ କେଉଁ ଦଳର କଣ ରହିଛି ରେକର୍ଡ?: ଟିମ୍ ଇଣ୍ଡିଆ ଏପର୍ଯ୍ୟନ୍ତ ମୋଟ ୧୭୯ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛି। ଏହି ସମୟ ମଧ୍ୟରେ ଦଳ ୧୧୪ ଟି ଟି ମ୍ୟାଚ୍ ଜିତିଥିବା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୨ ତମ ଜନ୍ମଦିନ ଅବସରରେ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ସ୍ବେଚ୍ଛାକୃତ ରକ୍ତଦାନ ପାଇଁ ଏକ ମେଗା ଅଭିଯାନ ଆରମ୍ଭ କରିଛି। ପିଏମ ମୋଦୀଙ୍କ ଜନ୍ମଦିନରେ ଆରମ୍ଭ ହୋଇଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବିଷୟରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିଆ ଟ୍ୱିଟରରେ ସୂଚନା ସେୟାର କରିଛନ୍ତି। ମଣ୍ଡଭିଆ କହିଛନ୍ତି ଯେ, ଆଜି ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନରେ ରକ୍ତ ଦାନ ଅମୃତ ମହୋତ୍ସବଙ୍କ ଅଧୀନରେ ଏପର୍ଯ୍ୟନ୍ତ ୮୭ ହଜାରରୁ ଅଧିକ ଲୋକ ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଛନ୍ତି। ଏଥି ସହିତ ୧୯ ଲକ୍ଷରୁ ଅଧିକ ଲୋକ ରକ୍ତଦାନ ପାଇଁ ପଞ୍ଜୀକୃତ ହୋଇଛନ୍ତି। ସେ କହିଛନ୍ତି ଯେ, ଏହା ଦେଶର ପ୍ରଧାନମନ୍ତ୍ରୀଙ୍କୁ ଏକ ଅମୂଲ୍ୟ ଉପହାର। ଏହା ଏକ ନୂତନ ରେକର୍ଡ କିନ୍ତୁ ଗଣନା ଜାରି ରହିଛି ଏବଂ…
ଦିବ୍ୟରଂଜନ ପରିଡା ଲୋକକଥା ଓ କିମ୍ବଦନ୍ତୀର ସହର ଆମ ବାଣପୁର। ଯେଉଁ ଭୂଖଣ୍ଡ ଉପରେ ଆମେ ଛିଡା ହେଇଛେ, କେତେ ଇତିହାସର କଥାସବୁ ତା ଭିତରେ ଲୁପ୍ତଭାବେ ସାଇତା ରହିଛି, ଆମେ କଳ୍ପନା ବି କରିପାରିବାନି। ଭାଲେରୀ, ଘଣ୍ଟଶିଳା, ସୋଲରୀ, ମାମୁଁଭଣଜା, ବରକନ୍ୟା ଓ ଶୂଳିଆ ପାହାଡ ପରି ଅନେକ ପାହାଡର ପଥର ଦେହରେ ଲୁପ୍ତ ରହିଛି ଆମର ଇତିହାସ। ସତ୍ୟ, ତ୍ରେତୟା, ଦ୍ବାପର ପରେ ଆମେ କଳିଯୁଗର ବସତି ସ୍ଥାପନ କରିଛେ। ଆମର ଗୋଟିଏ ଯୁଗ ପୂର୍ବ ଅର୍ଥାତ୍ ଦ୍ବାପର ଯୁଗର ପ୍ରବଳ ପ୍ରତାପୀ ଶିବଭକ୍ତ ବାଣାସୁରର ବଣଘେରା ରାଜ୍ୟ ବାଣପୁରରେ ଯେଉଁ ସୋଲରୀ ପାହାଡ ଅଛି, ଗବେଷଣାରୁ ଅନେକ ଆଚମ୍ବିତ କଲାପରି ତଥ୍ୟ ମିଳେ। ଅଦ୍ଭୁତଭାବରେ ସେଠାରେ ପାହାଡ ଉପରେ ପୋଖରୀ ଦେଖିବାକୁ ମିଳେ। ଆଉ ସେଠାରେ ଥିବା ରହସ୍ୟମୟୀ ଅଭେଦ୍ୟ ଗୁମ୍ଫାରୁ ବାଣାସୁର ସମ୍ପର୍କରେ ଆହୁରି ଠୋସ୍ ପ୍ରମାଣ ମିଳିବାର ଆଶଙ୍କା କରାଯାଉଛି। ଜଣେ ଶୈବ ହେଇଗଲେ…
ମେଷ: – ନୂତନ ଯୋଜନା ପ୍ରସ୍ତୁତ ହେବ। ଜଣେ ପ୍ରଭାବଶାଳୀ ବ୍ୟକ୍ତି ମାର୍ଗଦର୍ଶନ ଏବଂ ସମର୍ଥନ ପାଇପାରିବେ। ବ୍ୟବସାୟ କାର୍ଯ୍ୟରେ ଉନ୍ନତି ହେବ । ଆପଣ ସାମାଜିକ ସେବା କରିବାକୁ ପ୍ରେରଣା ପାଇବେ। ସମ୍ମାନ ପାଇବେ । ଟଙ୍କା ମିଳିବା ସହଜ ହେବ। ଆଘାତ ଏବଂ ରୋଗ ହେତୁ ବାଧା ହେବାର ସମ୍ଭାବନା ଅଛି। ବୃଷ: – ବକେୟା ରାଶି ପୁନରୁଦ୍ଧାର ପାଇଁ ଉଦ୍ୟମ ସଫଳ ହେବ । ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ଲାଭ ସୁଯୋଗ ଆସିବ । ଏକ ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବିନିଯୋଗ ଶୁଭ ହେବ। ବ୍ୟବସାୟ ବୃଦ୍ଧି ହେବାର ସମ୍ଭାବନା ଅଛି । ଏହାର ପ୍ରଭାବ ଚାକିରି କ୍ଷେତ୍ରରେ ପଡିବ। ପାରିବାରିକ ସୁଖ ଏବଂ ଶାନ୍ତି ରହିବ। ମିଥୁନ: – ମୂଲ୍ୟବାନ ଜିନିଷକୁ ସୁରକ୍ଷିତ ରଖନ୍ତୁ । ଅପ୍ରତ୍ୟାଶିତ ଖର୍ଚ୍ଚ ଆସିବ । ଆର୍ଥିକ ପରିସ୍ଥିତି ଆହୁରି ଖରାପ ହୋଇପାରେ । ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାରେ ତତ୍ପର…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀର ବିଜ୍ଞାନ ଭବନ ଠାରେ ଜାତୀୟ ଲଜିଷ୍ଟିକ୍ସ ନୀତି (ଏନଏଲପି)ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଏକ ବିକଶିତ ରାଷ୍ଟ୍ର ଭାବେ ଭାରତକୁ ପ୍ରତିଷ୍ଠିତ କରିବା ଲାଗି ନିଆଯାଇଥିବା ‘ପ୍ରଣ’ ବା ସଂକଳ୍ପକୁ ସାକାର କରିବା ଦିଗରେ ଜାତୀୟ ଲଜିଷ୍ଟିକ୍ସ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଦ୍ରୁତ ଗତିରେ ଅନ୍ତିମ ସୋପାନରେ ସାମଗ୍ରୀ ବିତରଣ ସୁବିଧା ଯୋଗାଇ ଦେବା, ପରିବହନ ସଂକ୍ରାନ୍ତ ସମସ୍ୟା ଦୂର କରିବା, ଉତ୍ପାଦନକାରୀମାନଙ୍କର ସମୟ ଓ ଅର୍ଥ ସଞ୍ଚୟ କରିବା, କୃଷି ଉତ୍ପାଦକୁ ନଷ୍ଟ ହେବାରୁ ରକ୍ଷା କରିବା ଲାଗି ନିରନ୍ତର ଭାବେ ମିଳିତ ପ୍ରୟାସ କରାଯାଉଛି, ଫଳରେ ଦେଶରେ ଆଜି ଜାତୀୟ ଲଜିଷ୍ଟିକ୍ସ ନୀତି କାର୍ଯ୍ୟକାରୀ ହେବାକୁ ଯାଉଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ସମନ୍ୱୟରେ ସୁଧାର ଆସିବା ଫଳରେ ଏହି କ୍ଷେତ୍ରରେ ଆଶାନୁରୂପ ପରିଣାମ ମିଳିପାରିବ। ପ୍ରଧାନମନ୍ତ୍ରୀ ଉଲ୍ଲେଖ…
ସୀତାରାମ ଅଗ୍ରୱାଲ ବାଣପୁର: ପବିତ୍ର ମୁଳାଷ୍ଟମୀ ଶହସ୍ର କୁମ୍ଭବରଣ ଦେବୀ ଉତ୍ଥାପନ ଅଷ୍ଟମୀର ମାହେନ୍ଦ୍ର ବେଳାରେ ପର୍ବପୂଜକ ଓ ମନ୍ଦିର ପୁରୋହିତଙ୍କ ମଙ୍ଗଳାଚରଣ ମନ୍ତ୍ର ପଠନ, ନିଯୋଗୀ ସେବକଙ୍କ ଜୟ ଜୟକାର ଧ୍ଵନୀ, “ଉଠମା, ମଙ୍ଗଳମୟୀ, ଜଗତ ଜନନୀ, ସଂସାରର ମଙ୍ଗଳ ପାଇଁ ନିଦ୍ରା ପରିତ୍ୟାଗ କରିବା ହେଉ ମା’ ଭଗବତୀ, ଡାକ ସହିତ ଶୁଭଶଙ୍ଖ, ଘଣ୍ଟ କାହାଳୀ, ମଙ୍ଗଳବାଦ୍ୟର ନିନାଦରେ ମା’ ଶୟନରୁ ଉଠିଛନ୍ତି। ଶାରଦୀୟ ପର୍ବର ପ୍ରଥମ ଦିବସରେ ଉଛୁଳି ପଡୁଛି ମନ୍ଦିର ବେଢା। ପର୍ବପୂଜକ ମନ୍ଦିର ପୁରୋହିତ ପ୍ରଥମେ ମା’ଙ୍କୁ କଦଳୀ ବୃକ୍ଷ, ଆମ୍ର ତୋରଣ ଆଛାଦିତ ସ୍ନାନ ମଣ୍ଡପରେ ବିଜେ କରାଇବା ପରେ ବରୁଣ ଆବାହନ ସଂସ୍ଥାପନ କରି ଚନ୍ଦନ, ଅଗରୁ, କର୍ପୁର, ଅତର ମିଶ୍ରିତ ସୁବାଷିତ ଶହସ୍ର କୁମ୍ଭ ଜଳରେ ସ୍ନାନ କରାଇ ରାଜା ଙ୍କ ଦ୍ଵାରା ପ୍ରଦତ୍ତ ପାଟବସ୍ତ୍ର ଓ ପରିଛା ସାମନ୍ତଙ୍କ ଆଭୁଷଣ ପରିଧାନ ପରେ ଷୋଡଶ ଉପଚାରରେ ପୂଜା କରି…
ଖୋର୍ଦ୍ଧା: ଆସନ୍ତା ଦୁର୍ଗା ପୂଜା, ରାବଣ ପୋଡି, ଗଜ ଲକ୍ଷୀ ପୂଜା ଏବଂ ଭସାଣି ଯେପରି ଖୋର୍ଦ୍ଧା ସହରରେ ଶାନ୍ତି ଶୃଙ୍ଖଳା ଭାବେ ସମ୍ପର୍ଣ୍ଣ ହେବ ଏ ସଂକ୍ରାନ୍ତୀୟ ଏକ ପ୍ରସ୍ତୁତି ବୈଠକ ଆଜି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି। ଜିଲ୍ଲାପାଳ କେ.ସୁଦର୍ଶନ ଚକ୍ରବର୍ତ୍ତୀ ଏଥିରେ ଅଧ୍ୟକ୍ଷତା କରିଥିଲେ। ପ୍ରାରମ୍ଭରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର, ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ ସମସ୍ତ ପୂଜା ବିଧି ବିଧାନ ଶାନ୍ତି ଶୃଙ୍ଖଳାର ସହ ସମାପନ ହେବା ନେଇ ସମସ୍ତଙ୍କ ସହଯୋଗ ଲୋଡିଥିଲେ । ଜିଲ୍ଲା ପ୍ରଶାସନ ଏବଂ ସମସ୍ତ ପୂଜା କମିଟିର କାର୍ଯ୍ୟକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ବୟ ରକ୍ଷାକରି କିପରି କାର୍ଯ୍ୟ କରାଯିବ ଏ ସଂପର୍କରେ ସେମାନେ ପରାମର୍ଶ ଦେଇଥିଲେ। ରାବଣ ପୋଡି, ମେଳଣ ଓ ଭସାଣି ନେଇ ଯାଗା ଚିହ୍ନଟ କରିବାକୁ ଉପ ଜିଲ୍ଲାପାଳ, ଜିଲ୍ଲା ଅଗ୍ନିଶମ ଅଧିକାରୀ, ଏସଡିପିଓଙ୍କୁ ନେଇ ଏକ କମିଟି ଗଠନ କରାଯିବ।…
ଗୁରୁବାୟୁର (କେରଳ): କେରଳର ପ୍ରସିଦ୍ଧ ଗୁରୁବାୟୁର ଶ୍ରୀକୃଷ୍ଣ ମନ୍ଦିରରେ ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଅଧ୍ୟକ୍ଷ ମୁକେଶ ଅମ୍ବାନୀ। ଆଜି (ଶନିବାର) ନିଜର ସାନପୁଅ ଅନନ୍ତ ଅମ୍ବାନିଙ୍କ ଭାବି-ପତ୍ନୀ ରାଧିକା ମରଚାଣ୍ଟଙ୍କ ସହ ଏହି ମନ୍ଦିରରେ ପହଂଚି ସେ ଦର୍ଶନ ଓ ପୂଜାର୍ଚ୍ଚନା କରିଛନ୍ତି। ପରିବାର ସହିତ ମୁକେଶ ଅମ୍ବାନୀ ମନ୍ଦିରର ସୋପାନମରେ ଅର୍ଘ୍ୟ ଅର୍ପଣ କରିଥିଲେ। ମନ୍ଦିରର ହାତୀ ଚେନ୍ତାମାରକ୍ଷଣ ଓ ବଳାରାମନଙ୍କୁ ସେ ଭୋଗ ଅର୍ପଣ କରିଥିଲେ। ଗୁରୁବାୟୁର ଦେବସ୍ୱମ ବୋର୍ଡ ଅଧ୍ୟକ୍ଷ ପ୍ରଫେସର ପି.କେ. ବିଜୟନ ମନ୍ଦିରରେ ମୁକେଶ ଅମ୍ବାନୀଙ୍କୁ ସ୍ୱାଗତ କରିବା ସହ ସମ୍ମାନ ସ୍ୱରୂପ ଏକ ଚିତ୍ର (ପେଣ୍ଟିଙ୍ଗ) ପ୍ରଦାନ କରିଥିଲେ।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବୁର୍ଲାସ୍ଥିତ ବୀର ସୁରେନ୍ଦ୍ରସାଏ ୟୁନିଭରସିଟି ଅଫ ଟେକ୍ନୋଲେଜି ବା VSSUTର ଉନ୍ନତିକରଣ ପାଇଁ ପ୍ରସ୍ତାବିତ ମାଷ୍ଟରପ୍ଲାନକୁ ଅନୁମୋଦିତ କରିଛନ୍ତି । ୨୦୨୬ ସୁଦ୍ଧା ଏହି ଅନୁଷ୍ଠାନରେ ୨୪ଟି ଅଣ୍ଡର ଗ୍ରାଜୁଏଟ ବିଭାଗରେ ୧୦ ହଜାରରୁ ଅଧିକ ଛାତ୍ରଛାତ୍ରୀ ପାଠ ପଢିବାର ବ୍ୟବସ୍ଥା କରାଯିବ। ଏଥିପାଇଁ ୩ଟି ପର୍ଯ୍ୟାୟରେ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟ ମାସ ୨୫ ତାରିଖରେ ମୁଖ୍ୟ ଶାସନ ସଚିବ, ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବୁର୍ଲା ଗସ୍ତ କରି ଏହାକୁ ଏକ ଉତ୍କର୍ଷ କେନ୍ଦ୍ର ଭାବରେ ବିକଷିତ କରିବା ପାଇଁ ମାଷ୍ଟର ପ୍ଲାନ ପ୍ରସ୍ତୁତ କରିବାକୁ ପରାମର୍ଶ ଦେଇଥିଲେ। ଏହି ମାଷ୍ଟରପ୍ଲାନ ଅନୁଯାୟୀ ୨୦୩୦ ସୁଦ୍ଧା ଏହାକୁ ଏକ ମଲଟି ଡିସପ୍ଲିନାରୀ ଇଂଜିନିୟରିଂ ଆଣ୍ଡ ରିସର୍ଚ୍ଚ ୟୁନିଭରସିଟି ଭାବରେ ବିକଶିତ କରାଯିବ। ଏହା ଦେଶର ପ୍ରମୁଖ ଇଞ୍ଜିନିୟରିଂ ଅନୁଷ୍ଠାନ ଆଇଆଇଟି…
ଦିଲ୍ଲୀ: “ରକ୍ତଦାନ ଏକ ମହତ୍ କାର୍ଯ୍ୟ ଅଟେ ଏବଂ ଆମର ସମୃଦ୍ଧ ସଂସ୍କୃତି ଏବଂ ସେବା ଓ ସହଯୋଗର ପରମ୍ପରାକୁ ଲକ୍ଷ୍ୟ କରି, ମୁଁ ସମସ୍ତ ନାଗରିକଙ୍କୁ ଦେଶବ୍ୟାପୀ ଅନୁଷ୍ଠିତ ବୃହତ୍ ସ୍ୱେଚ୍ଛାକୃତ ରକ୍ତଦାନ ଅଭିଯାନ – ରକ୍ତଦାନ ଅମୃତ ମହୋତ୍ସବରେ ଯୋଗଦେଇ ରକ୍ତ ଦାନ କରିବା ପାଇଁ ଆହ୍ୱାନ କରୁଛି। ରକ୍ତଦାନ କେବଳ ଏକ ଜାତୀୟ ଆବଶ୍ୟକତାକୁ ପୂରଣ କରି ନଥାଏ, ଏହା ସମାଜ ଏବଂ ମାନବତା ନିମନ୍ତେ ଏକ ମହାନ ସେବା ଅଟେ।” କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମନସୁଖ ମାଣ୍ଡଭିୟ ଆଜି ନୂଆଦିଲ୍ଲୀର ସଫଦରଜଙ୍ଗ ଡାକ୍ତରଖାନାରେ ଆୟୋଜିତ ରକ୍ତଦାନ ଶିବିରରେ ରକ୍ତଦାନ କରିବା ଅବସରରେ ଏହା କହିଥିଲେ। ସ୍ୱେଚ୍ଛାକୃତ ରକ୍ତଦାନର ମହତ୍ୱକୁ ଉଲ୍ଲେଖ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଯେ, “ଆଜାଦୀର ଅମୃତ ମହୋତ୍ସବ ପାଳନର ଏକ ଅଂଶ ବିଶେଷ ହେଉଛି “ରକ୍ତଦାନ ଅମୃତ ମହୋତ୍ସବ”। ନିୟମିତ ଭାବେ ପାରିଶ୍ରମିକ ନନେଇ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ମୁସଲିମ ସାହିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଜଣେ ବ୍ୟକ୍ତି ନିଜ ଘରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବାର ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ସକୁର ଅଲ୍ଲୀ ଖାନ (୪୦)। ତାଙ୍କୁ ପରିବାରବର୍ଗ ଉଦ୍ଧାର କରି ବାଲୁଗାଁ ମେଡିକାଲ ନେଇଥିଲେ। ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ବାଲୁଗାଁ ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିଛି। ତେବେ ଏହା ପାରିବାରିକ କଳହ ଲାଗି ହୋଇଥାଇପାରେ ବୋଲି ଅନୁମାନ କରାଯାଉଛି। ସୂଚନା ଥାଉକି ନିକଟରେ ସକୁରଙ୍କ ପତ୍ନୀ ତାଙ୍କ ଦିଅରଙ୍କ ବିରୁଦ୍ଧରେ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ। ଏହି ପରିପ୍ରେକ୍ଷୀରେ ପୋଲିସ କେସ ନମ୍ବର ୧୮୨/୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବାର ବାଲୁଗାଁ ଆଇଆଇସି କହିଛନ୍ତି। ସେହି ଚାପରେ ହୁଏତ ସେ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ସନ୍ଦେହ ହେଉଛି। ତେବେ ଶବ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଶନିବାର ସକାଳେ ବାଲୁଗାଁ ଏନଏସି ଓ ଆଇଏନଏସ ଚିଲିକା ମିଳିତ ଆନୁକୂଲ୍ୟରେ ବାଲୁଗାଁ ଚିଲିକା କୁଳଠାରେ ଆଜାଦି କା ଅମୃତ ମହୋତ୍ସବ ଅବସରରେ ପୁନିତ ସାଗର ଅଭିଯାନ ଓ ସ୍ୱଚ୍ଛ ଭାରତ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯାନ ଆଜିଠାରୁ ଆସନ୍ତା ଅକ୍ଟୋବର ୨ ଅର୍ଥାତ ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଜାରି ରହିବ। ଶୁଭାରମ୍ଭ ମହୋତ୍ସବରେ ବାଲୁଗାଁ ଏନଏସି ନଗରପାଳିକା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, କାଉନସିଲର ଅଭିମନ୍ୟୁ ସ୍ୱାଇଁ, ଲଷ୍ମୀଧର ସେଠି, ସୁଜାତା ପଣ୍ଡା, ମମତା ପଣ୍ଡା, ଅନିତା ସ୍ୱାଇଁ, କାର୍ଯ୍ୟ ନିର୍ବାହି ଅଧିକାରିଣୀ ସ୍ୱପ୍ନା ରାଣୀ ପାଢ଼ୀ, ବିଧାୟକ ପ୍ରତିନିଧି ପ୍ରକାଶ ପ୍ରଧାନ, ଏମପି ପ୍ରତିନିଧି ଅକ୍ଷୟ ରଣସିଂହ, କାର୍ଯ୍ୟକାରୀ ସଭାପତି ବୁଲା ଖାଁ, ବାଲୁଗାଁ ମହିଳା ଆଞ୍ଚଳିକ ମହାସଂଘର ସଭାନେତ୍ରୀ ବନିତା ପ୍ରଧାନ, ମିନତି ଗଜେନ୍ଦ୍ର, ସୁଚିତ୍ରା ମହାପାତ୍ର, ଚନ୍ଦ୍ରକଳା ସାହୁ,ଏନଏସି ସ୍ୱଚ୍ଛ ସାଥି ଉଷାରାଣୀ ମିଶ୍ର, ଦୀପାଞ୍ଜଳି ପାଟଶାଣୀ, ତୁଳସୀ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭାରତରୁ ବିଲୁପ୍ତ ହୋଇଥିବା ନାମ୍ବିଆରୁ ଅଣାଯାଇଥିବା ହିଂସ୍ର ଚିତାକୁ କୁନୋ ଜାତୀୟ ଉଦ୍ୟାନରେ ଛାଡିଛନ୍ତି। ଚିତା ପ୍ରକଳ୍ପ ଅଧୀନରେ ଏହି ନାମ୍ବିଆରୁ ଆସିଥିବା ଚିତାକୁ ଭାରତ ସହ ପରିଚିତ କରାଯାଇଛି ଓ ଏହା ବିଶ୍ୱର ପ୍ରଥମ ଆନ୍ତଃମହାଦେଶୀୟ ବୃହତ ହିଂସ୍ର ମାଂସାସୀ ପ୍ରାଣୀ ସ୍ଥାନାନ୍ତରଣ ପ୍ରକଳ୍ପ। କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତା ଗୁଡିକୁ ଛାଡିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଚିତା ମିତ୍ର, ଚିତା ପୁନର୍ବାସ ଓ ଥଇଥାନ ଗ୍ରୁପ ସଦସ୍ୟ ଓ ଛାତ୍ରଛାତ୍ରୀଙ୍କ ସହ ସେଠାରେ ମତ ବିନିମୟ କରିଛନ୍ତି। ଏହି ଐତିହାସିକ ଘଟଣା ଅବସରରେ ପ୍ରଧାନମନ୍ତ୍ରୀ ଦେଶକୁ ସମ୍ବୋଧିତ କରିଛନ୍ତି। ଦେଶକୁ ସମ୍ବୋଧନ କରିବା ଅବସରରେ ପ୍ରଧାନମନ୍ତ୍ରୀ କିଛି ସୁଯୋଗ କିପରି ମାନବ ସମାଜକୁ ଅତୀତର ଭୂଲଭଟକା ସୁଧାରି ଏକ ନୂତନ ଭବିଷ୍ୟତ ଗଠନ ଲାଗି ବାଟ କଢ଼ାଇଥାଏ ତା ଉପରେ ଆଲୋକପାତ କରିଥିଲେ। ଏହିପରି ଏକ ସୁଯୋଗ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଏସପିଙ୍କ ନିର୍ଦ୍ଦେଶକ୍ରମେ ଏବଂ ବାଲୁଗାଁ ଏସଡିପିଓ ଙ୍କ ତତ୍ୱାବଧାନରେ ବାଲୁଗାଁ ପୋଲିସ ନିଖୋଜ/ଅପହୃତ ନାବାଳିକାଙ୍କ ଉଦ୍ଧାର ଅପେରସନ ଜାରି ରଖିଥିବା ବେଳେ ଗତ ଚାରିଦିନ ମଧ୍ୟରେ ୩ ଜଣ ନାବାଳିକାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି। ୨୦୨୦ ରୁ ୨୦୨୨ ବର୍ଷ ମଧ୍ୟର ସମସ୍ତ ୩ ଗୋଟି ମାମଲା ବୋଲି ଜଣାପଡିଛି। ତେବେ ଉଦ୍ଧାର ନାବାଳିକାଙ୍କୁ ସେମାନଙ୍କ ପରିବାର କୁ ହସ୍ତାନ୍ତର କରାଯାଇଥିବା ବେଳେ ସେମାନଙ୍କ ସୁରକ୍ଷା ବ୍ୟବସ୍ଥା ମଧ୍ୟ କରିଛି ପୋଲିସ। ତେବେ ବର୍ଷ ବର୍ଷ ଧରି ନିଖୋଜ ଥିବା ନାବାଳିକାଙ୍କ ଉଦ୍ଧାର କାର୍ଯ୍ୟକୁ ଆହୁରି ତ୍ୱରାନ୍ୱିତ କରିଛି ପୋଲିସ। ବାଲ୍ୟ ବିବାହ ଏବଂ ନାବାଳିକାଙ୍କ ଅପହରଣ ଏକ ଧର୍ତ୍ତବ୍ୟ ଅପରାଧ ଏବଂ ଏହି ସମ୍ବନ୍ଧରେ ଖୁବ ଶୀଘ୍ର ବାଲୁଗାଁ ପୋଲିସ ବିଭିନ୍ନ ଜନ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ କରିବ ବୋଲି ଆଇଆଇସି ରଶ୍ମିରଞ୍ଜନ ଦାସ ସୂଚନା ଦେଇଛନ୍ତି। ଅନୁରୂପ ଭାବେ ବାଲୁଗାଁ ଥାନରେ…
ଭୁବନେଶ୍ୱର: ଅତି ସୁନ୍ଦର ଭାବେ ସଜ୍ଜିତ ପୁଷ୍ପ ଦର୍ଶକଙ୍କ ଆଖିକୁ ବେଶ ବିମୋହିତ କରିଥାଏ। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ୍ ଅଫ୍ ହୋଟେଲ୍ ମ୍ୟାନେଜମେଂଟ ପରିସରରେ ଶନିବାର ପୁଷ୍ପସଜ୍ଜା କଳାକୁ ନେଇ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି ଅବସରରେ ସୁନ୍ଦର ଫୁଲଗୁଡ଼ିକ ଏବଂ ଏହାର ସାଜସଜ୍ଜାକୁ ଦେଖି ଛାତ୍ରଛାତ୍ରୀ ଓ ଅଧ୍ୟାପକ ଓ ଅଧ୍ୟାପିକା ବେଶ ଉଲ୍ଲସିତ ହୋଇ ଉଠିଥିଲେ। ସୁନ୍ଦର ଓ ସୁଗନ୍ଧିତ ପୁଷ୍ପର ଉପସ୍ଥିତି ଆନନ୍ଦମୟ ପରିବେଶ ସୃଷ୍ଟି କରିଥାଏ ଏବଂ ମନ ମଧ୍ୟ ପ୍ରଫୁଲିତ ହୋଇଥାଏ। ଫୁଲ ଗୁଡ଼ିକ ମଣିଷର ଜୀବନରେ ଖୁସି ଆଣିବା ସହ ଆମ ପାରିପାଶ୍ୱର୍କୁ ମଧ୍ୟ ସୁନ୍ଦରମୟ କରିଥାଏ ବୋଲି ଏହି କର୍ମଶାଳାରେ ମତ ରଖିଥିଲେ ଏସଏଚ୍ଏମ୍ର ଡିନ୍ ଇନ୍ଚାର୍ଜ ଡକ୍ଟର ସପନ କୁମାର ସାଢ଼ୁଆଳ। ଭାରତୀୟ ସଂସ୍କୃତିରେ ଫୁଲର ମହତ୍ୱ ଉପରେ ଗୁରୁତ୍ୱ ଦେଇ ଡକ୍ଟର ସାଢ଼ୁଆଳ କହିଥିଲେ ଯେ ଆମ ଦେଶରେ ଫୁଲଗୁଡ଼ିକ ହିଁ ବିଭିଧତା…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ କୁନୋ ଜାତୀୟ ଉଦ୍ୟାନରେ ଜଙ୍ଗଲୀ ଚିତା ବାଘମାନଙ୍କୁ ଛାଡ଼ିଛନ୍ତି। ଚିତା ବାଘ ପ୍ରଜାତି ଭାରତରୁ ବହୁ ବର୍ଷ ପୂର୍ବରୁ ବିଲୁପ୍ତ ହୋଇଯାଇଥିଲେ। ପ୍ରୋଜେକ୍ଟ ଚିତା ଅଧୀନରେ ନାମିବ୍ୟାରୁ ଭାରତକୁ ଚିତା ବାଘ ଗୁଡ଼ିକୁ ଅଣାଯାଇଛି। ଏହା ହେଉଛି ବିଶ୍ୱର ସର୍ବପ୍ରଥମ ଆନ୍ତଃମହାଦେଶୀୟ ବୃହତ ମାଂସାହାରୀ ପ୍ରାଣୀ ସ୍ଥାନାନ୍ତର ପ୍ରକଳ୍ପ। ଏହି ପ୍ରକଳ୍ପ ଅଧୀନରେ ଅଣାଯାଇଥିବା ଆଠଟି ଚିତା ମଧ୍ୟରୁ ୫ଟି ମାଈ ଏବଂ ୩ଟି ଅଣ୍ଡିରା ରହିଛନ୍ତି। କୁନୋ ଜାତୀୟ ଉଦ୍ୟାନର ଦୁଇଟି ସ୍ଥାନରେ ପ୍ରଧାନମନ୍ତ୍ରୀ ଏହି ଚିତାଗୁଡ଼ିକୁ ଛାଡ଼ିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଚିତା ମିତ୍ର, ଚିତା ପୁନର୍ବାସ ପରିଚାଳନା ଦଳ ଏବଂ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଧାନମନ୍ତ୍ରୀ ଏହି ଐତିହାସିକ ସମାରୋହରେ ଦେଶବାସୀଙ୍କ ଉଦ୍ଦେଶ୍ୟରେ ନିଜର ଅଭିଭାଷଣ ରଖିଥିଲେ। ଭାରତର ବନ୍ୟପ୍ରାଣୀ ଏବଂ ସେମାନଙ୍କର ବାସସ୍ଥଳୀର ପୁନରୁଦ୍ଧାର ଏବଂ ବିବିଧକରଣ ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଲଗାତାର ପ୍ରୟାସ…
ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ଅନ୍ତର୍ଗତ ହରିପୂର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ତୁଠରେ ଦଶାହ କ୍ରିୟା ଚାଲିଥିବା ବେଳେ ବଜ୍ରାଘାତ ହୋଇଛି। ଯାହାଫଳରେ କ୍ରିୟା କାର୍ଯ୍ୟ ଯୋଗ ଦେଇଥିବା ୨ ଜଣ ଗୁରୁତର ଆହାତ ହୋଇଛନ୍ତି। ସୂଚନା ଅନୁଯାୟୀ, ହରିପୁର ଗ୍ରାମର ମାଝି ସାହିର ବିନି ମାଝି ଘରେ ବସି ଚା ପିଉଥିବା ବେଳେ ବଜ୍ରାଘାତରେ ଗୁରୁତର ହୋଇ ମୃତ୍ୟୁବରଣ କରିଥିଲେ। ହେଲେ ତାଙ୍କର ଆଜି ଦଶାହ କାର୍ଯ୍ୟ ଚାଲିଥିଲା। ଦଶାହ କାର୍ଯ୍ୟ ଗାଁ ପୋଖରୀରେ ଚାଲିଥିଵା ବେଳେ ବଜ୍ରାଘାତ ହୋଇ ଦୁଇ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଟାଙ୍ଗୀ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଗୁରୁତର ବ୍ୟକ୍ତି ଦ୍ୱୟ ମୃତ ମହିଳାଙ୍କର ଜ୍ୱାଇଁ ହେବେ ବୋଲି ଜଣା ପଡିଛି। ବର୍ତ୍ତମାନ ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ଆସୁଥିବା ଖବର ମିଳିଛି।
କନ୍ଦର୍ପ ବେହେରା ରେଢାଖୋଲ: କିଛି ଦିନ ତଳେ ନାକଟିଦେଉଳ ଥାନା ଚରଡପଶି ଠାରେ ଦିନ ଦି ପ୍ରହରରେ ଜନୈକ ମାଇକ୍ରୋ ଫାଇନାନସ୍ କର୍ମଚାରୀଙ୍କ ଠାରୁ ଛୁରୀ ଦେଖାଇ ନଗଦ ଟଙ୍କା ଲୁଟ୍ କରି ଅପରାଧିମାନେ ଫେରାର ହେବାରେ ସକ୍ଷମ ହୋଇଥିଲେ। ନାକଟିଦେଉଳ ପୋଲିସ୍କୁ ଏହା ମୁଣ୍ଡ ବ୍ୟଥାର କାରଣ ହୋଇଥିଲା। ଗତକାଲି ପୋଲିସ୍ ଟିମ୍ ଏହି ଡକାୟତି ମାନଙ୍କୁ ଗିରଫ କରିବାରେ ସଫଳ ହୋଇଥିବା ବେଳେ ଆଜି ରେଢାଖୋଲ ଏସଡିପିଓ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଡକାୟତି ମାନଙ୍କ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ, ଗତ ୮/୯/୨୦୨୨ ତାରିଖରେ ନାକଟିଦେଉଳ ଥାନା ଚରଡପଶି ନିକଟରେ ନାକଟିଦେଉଳ ଠାରେ ଥିବା ମାଇକ୍ରୋଫାଇନାନସ୍ କଂପାନୀର ଫିଲଡ୍ ଅଫିସର୍ ଆଲୋକ ସାହୁ ଘୋଷରାମାଳ ପଂଚାୟତର ରାଇଲ୍, ଘୋଷରାମାଳ, ଝାଟକିମାଳ, ଲାଣ୍ଡିମାଳ ଆଦି ଗ୍ରାମରୁ ଏସଏଚ୍ଜି ଗ୍ରୁପ୍ ମାନଙ୍କ ଠାରୁ ଟଙ୍କା ଅସୁଲ କରି ଫେରୁଥିବା ବେଳେ ଡକାୟତି ମାନଙ୍କ…

