ତୈଳ ମନ୍ତ୍ରଣାଳୟ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ବୃଦ୍ଧି କରିବାର ଖବର, କଣ ରହିଛି ସତ୍ୟତା

Published: Sep 21, 2022, 1:30 pm IST

ନୂଆଦିଲ୍ଲୀ: ତୈଳ ମନ୍ତ୍ରଣାଳୟର ଅଚାନକ ଟିକସ ସମୀକ୍ଷା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟର ଅଗଷ୍ଟ ୨୦୨୨ ଚିଠିକୁ ଦର୍ଶାଇ ମନ୍ତ୍ରଣାଳୟର ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦ ଶୁଳ୍କ ବାବଦ ଅତିରିକ୍ତ କର ଧାର୍ଯ୍ୟ କରିବା ଖବର ପ୍ରକାଶ ପାଇଛି। ଏହି ଖବର ଭିତ୍ତିହୀନ ବୋଲି ସ୍ପଷ୍ଟିକରଣ ଦେଇଛି ତୈଳ ମନ୍ତ୍ରଣାଳୟ।

ସ୍ପଷ୍ଟୀକରଣ ଅନୁସାରେ ସ୍ୱତନ୍ତ୍ର ଅତିରିକ୍ତ ଉତ୍ପାଦନ ଶୁଳ୍କ(ଏସଏଇଡି) ଜୁଲାଇ ପହିଲା, ୨୦୨୨ରେ ସରକାରଙ୍କ ପାକ୍ଷିକ ସମୀକ୍ଷା ବ୍ୟବସ୍ଥା ସହ ସଂଯୁକ୍ତ ଥିଲା। ଏସଏଇଡି କର ଧାର୍ଯ୍ୟ ନେଇ ଛଅଟି ସମୀକ୍ଷା ହୋଇସାରିଛି । ଇତିମଧ୍ୟରେ ସମୟେ ସମୟେ ସରକାର ଅତିରିକ୍ତ କର ଧାର୍ଯ୍ୟ, ଦର, ଦେୟ ନିର୍ଦ୍ଧାରଣ ଇତ୍ୟାଦି ସ୍ପଷ୍ଟୀକରଣ ନେଇ ଅନେକ ଅନୁରୋଧ ଓ ନିବେଦନପତ୍ର ପାଇଛନ୍ତି।

ଏଥିନେଇ ବିଭିନ୍ନ ମନ୍ତ୍ରଣାଳୟ ଯଥା ଅର୍ଥ ମନ୍ତ୍ରଣାଳୟ ଏବଂ ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ମଧ୍ୟରେ ଆନ୍ତଃ ମନ୍ତ୍ରଣାଳୟ ବିଚାରବିମର୍ଷ ହୋଇଥାଏ। ଏପରି ଆଲୋଚନା ଚିରାଚରିତ ପ୍ରକ୍ରିୟା ଓ ପରବର୍ତ୍ତୀ ସମୀକ୍ଷା ପାଇଁ କରାଯାଇଥାଏ।

କୌଣସି ଯୋଗାଯୋଗ ସଂକ୍ରାନ୍ତ ତଥ୍ୟଲିକ୍ ଓ ସେହିପରି ଛଅ ସପ୍ତାହ ପୁରୁଣା ଯୋଗାଯୋଗ ବିଷୟ ବର୍ହିଭୂତ ଓ ପୁଷ୍ଟଭୂମି ରହିତ ଖବର ଭିତ୍ତିହୀନ ଓ ଅସମ୍ପୂର୍ଣ୍ଣ ତଥ୍ୟ ଉପରେ ପର୍ଯ୍ୟବେସିତ। ଏହିପରି ନିରର୍ଥକ ଓ ଖଳପ୍ରବୃତ୍ତି ଜନିତ ତଥ୍ୟ ବିତରଣ ଆଦୌ ଗ୍ରହଣୀୟ ହୋଇ ନ ଥିଲା ବେଳେ ଏଭଳି ଖବରର ଅଭିପ୍ରାୟ ସନ୍ଦେହ ପରିସରକୁ ଆସିଥାଏ।

ପ୍ରକୃତପକ୍ଷେ ଏସଏଇଡି ବା ଅଚାନକ ଲଗାଯାଉଥିବା ଟିକସ କୌଣସି ପରିବର୍ତ୍ତିତ ପରିସ୍ଥିତିରେ ହିଁ ହୋଇଥାଏ। ବାରମ୍ବାର ବିଚାର ସେଥିପାଇଁ ଆବଶ୍ୟକ ହେଉଥିବା ବେଳେ ଏହା ବଜାର ନିବେଶ ଓ ସଂଗୃହୀତ ତଥ୍ୟ ଉପରେ ନିର୍ଭରଶୀଳ।

୨୦୨୨ରେ ଅଶୋଧିତ ତୈଳ ଦରରେ ଅନେକ ଉତ୍‌ଥାନ ପତନ ଦେଖାଦେଇଛି। ପେଟ୍ରୋଲ ପମ୍ପରୁ ତେଲ ସଂଗ୍ରହ କରିଥିବା ଉପଭୋକ୍ତାମାନଙ୍କୁ ଅନେକ ସମୟରେ ଚଢା ଦର ଦେବାକୁ ହୋଇଛି। ଉପଭୋକ୍ତମାନଙ୍କ ଉପରେ ଯେପରି ଏହାର ଖରାପ ପ୍ରଭାବ ନ ପଡିବ, ସେଥିପାଇଁ ବିଶ୍ୱର ଅନେକ ଦେଶ ଏହାର ଦୂରୀକରଣ ପାଇଁ  ପଦକ୍ଷେପ ତ୍ୱରାନ୍ୱିତ କରିଛନ୍ତି।

“ୱିଣ୍ଡପଲ ଟ୍ୟାକ୍ସ” ପରିସ୍ଥିତି ସହ ଖାପ ଖୁଆଇବା ପାଇଁ ସେହିପରି ଏକ ପଦକ୍ଷେପ। ଏହାର ପ୍ରୟୋଗ, ବିଚାର ପାଇଁ ପଠାଇବା ଅବଧି ସେସ, ଟିକସ, ଶୁଳ୍‌କ, ଟିକସ ବୋଝର ପ୍ରଭାବ ଇତ୍ୟାଦି ଏପରି ଟିକସ ପାଇଁ ସମୀକ୍ଷା କରିବାକୁ ପଡିଥାଏ।

Related posts