Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ- ଧର୍ମେନ୍ଦ୍ର ପ୍ରଧାନ
ଆଜିର ଖବର

ଦଳର ସଂଗଠନକୁ ମଜଭୂତ୍ କରିବାରେ ବିଷ୍ଣୁ ଭାଇଙ୍କ ଭୂମିକା ଅତୁଳନୀୟ- ଧର୍ମେନ୍ଦ୍ର ପ୍ରଧାନ

September 19, 2022No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ଓଡ଼ିଶା ବିଧାନସଭାର ବିରୋଧୀ ଦଳର ଉପନେତା, ବିଜେପିର ବରିଷ୍ଠ ନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗରେ ଗଭୀର ଶୋକପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ବଡ଼ ଭାଇ ବିଷ୍ଣୁ ଚରଣ ସେଠୀଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ। ବିଷ୍ଣୁ ଭାଇଙ୍କ ସହ ମୋର ପାରିବାରିକ ସମ୍ପର୍କ ଥିଲା। ଜଣେ ବଡ଼ ଭାଇ ଭାବରେ ସେ ମୋତେ ସ୍ନେହ ଆଦର କରନ୍ତି। ଜଣେ ସ୍ନେହୀ, ଅମାୟିକ ବ୍ୟକ୍ତିତ୍ୱ ଭାବେ ବିଷ୍ଣୁ ଭାଇ ସମସ୍ତଙ୍କ ପ୍ରିୟ ପାତ୍ର ହୋଇ ପାରିଥିଲେ। ବିଧାନସଭାରେ ଶାଣିତ ସ୍ୱରରେ ଜନସାଧାରଣଙ୍କ ସମସ୍ୟା ଉପସ୍ଥାପନ କରିବାରେ ତାଙ୍କର ଶୈଳି ଥିଲା ନିଆରା। ଜଣେ ଲେଖକ ଓ ସୁବକ୍ତା ଭାବେ ସେ ନିଜର ଅନ୍ୟ ଏକ ପରିଚୟ ତିଆରି କରିଥିଲେ। ଦକ୍ଷ ସଂଗଠକ ଭାବରେ ଆମ ଦଳର ସଂଗଠନକୁ ମଜଭୂତ୍ କରିବାରେ ତାଙ୍କର ଭୂମିକା ଅତୁଳନୀୟ। ତାଙ୍କ ବିୟୋଗ କେବଳ ଆମ ଦଳ ପାଇଁ ନୁହେଁ ବରଂ ରାଜ୍ୟ ରାଜନୀତି ପାଇଁ ଅପୂରଣୀୟ କ୍ଷତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ପୁଣ୍ୟ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜ୍ଞାପନ କରିଛନ୍ତି। ଏହି କଠିନ ସମୟରେ ମହାପ୍ରଭୁ ଜଗନ୍ନାଥ ତାଙ୍କ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି।

ଓଡିଶା ବିଧାନସଭା ଧର୍ମେନ୍ଦ୍ର ପ୍ରଧାନ ଧାମନଗର ବିଧାୟକ ବିଜେପି ବିଷ୍ଣୁ ଚରଣ ସେଠୀ
Share. Facebook Twitter LinkedIn Email WhatsApp Copy Link

Related Posts

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026

TMCକୁ ଝଟକା: ପୂର୍ବତନ ବିଧାୟକ ଶୌକତ ମୋଲ୍ଲା ଗିରଫ

June 6, 2026
Latest News

IND vs AFG ଟେଷ୍ଟ ମ୍ୟାଚରେ ଡେବ୍ୟୁ କଲେ ମାନବ ସୁଥାର: ଜାଣନ୍ତୁ ତାଙ୍କର ଘରୋଇ ପ୍ରଦର୍ଶନ

June 6, 2026

‘ଭାରତକୁ ଧମକ ଦେବା ଓଲଟା ପଡ଼ିପାରେ’: ଆମେରିକା ଏବଂ ୟୁରୋପକୁ ସ୍ପଷ୍ଟ ବାର୍ତ୍ତା ଦେଲେ ପୁଟିନ

June 6, 2026

ଏବେ ଖବରକାଗଜରେ ଖାଦ୍ୟ ବିକ୍ରି କରିବା ଦଣ୍ଡନୀୟ ଅପରାଧ!: କଡ଼ା କାର୍ଯ୍ୟାନୁଷ୍ଠାନ ନେବ FSSAI

June 6, 2026

ଏବେ ସଞ୍ଚୟ ହେବ!: ଦେଶରେ ଶୁଭାରମ୍ଭ ହେଲା ପେଟ୍ରୋଲ ଅପେକ୍ଷା ୨୦ ଟଙ୍କା ଶସ୍ତା ଇନ୍ଧନ 

June 6, 2026

ବେଆଇନ ନିଶା କାରାବାର ବିରୋଧରେ ବାରମ୍ବାର ଚଢାଉ କରିବାକୁ ଅବକାରୀ ମନ୍ତ୍ରୀ ଦେଲେ ନିର୍ଦ୍ଦେଶ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.