କନ୍ଦର୍ପ ବେହେରା ରେଢାଖୋଲ: ସର୍ବଭାରତୀୟ ନିଟ୍ ପରୀକ୍ଷାରେ ନାକଟିଦେଉଳ ବ୍ଲକ୍ ମହୁକୁଦ ଗ୍ରାମର ଜଣେ ଛାତ୍ର ଓ ଜଣେ ଛାତ୍ରୀ କୃତୀତ୍ୱ ହାସଲ କରି ରେଢାଖୋଲ ଅଂଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ନାକଟିଦେଉଳ ବ୍ଲକ୍ର ମହୁକୁଦ ଗ୍ରାମର ବିଶିଷ୍ଟ ଶିଶୁ ସାହିତ୍ୟିକ ନୃସିଂହ ଚରଣ ବିଶ୍ୱାଳଙ୍କ କନିଷ୍ଠ ପୁତ୍ର ସର୍ବଜିତ୍ ବିଶ୍ୱାଳ ୬୪୦ ନଂ ରଖି ଜାତୀୟ ସ୍ତରରେ ୬୭୮୬ ର୍ୟାଙ୍କ ହାସଲ କରିଛନ୍ତି। ଠିକ୍ ସେଇ ଗ୍ରାମର ପ୍ରହଲ୍ଲାଦ ରାଉଳଙ୍କ ଝିଅ ଶୃତି ରାଉଳ ୫୯୬ ନମ୍ବର ରଖି ଜାତୀୟ ସ୍ତରରେ ୨୨୭୦୨ ର୍ୟାଙ୍କ ହାସଲ କରି କୃତିତ୍ୱ ହାସଲ କରିଛନ୍ତି। ଏହି ଛାତ୍ର ଛାତ୍ରୀଙ୍କ କୃତିତ୍ୱ ପାଇଁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। ଏପରିକି ଗ୍ରାମାଂଚଳର ଗୋଟିଏ ଗ୍ରାମର ଛାତ୍ର ଛାତ୍ରୀ ଏହି ଡାକ୍ତରୀ ପାଠ ପଢିବା ପାଇଁ ସୁଯୋଗ ମିଳିଥିବାରୁ ଗ୍ରାମାଂଚଳର ଅନ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନିଶ୍ଚୟ ପ୍ରେରଣା ଯୋଗଇବ ବୋଲି ଚର୍ଚ୍ଚା…
Author: Samikhsya Bureau
କୋଲକାତା: ପାର୍ବଣ ଋତୁରେ ଯାତ୍ରୀମାନଙ୍କ ଭିଡକୁ ଦୃଷ୍ଟିରେ ରଖି ପୂର୍ବ ରେଲବାଇ ପକ୍ଷରୁ ସିଆଲଦା ଓ ପୁରୀ ମଧ୍ୟରେ ପୂଜା ସ୍ପେଶାଲ ଟ୍ରେନ ଚଲାଇବା ପାଇଁ ବ୍ୟବସ୍ଥା ହୋଇଛି। ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ ଅକ୍ଟୋବର ୧,୨୦୨୨ରୁ ଅକ୍ଟୋବର ୨୯,୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ଶନିବାର ରାତି ୧୧.୫୦ରେ ସିଆଲଦାରୁ ବାହାରି ପରଦିନ ପୁରୀ ଠାରେ ସକାଳ ୯.୩୫ରେ ପହଞ୍ଚିବ ଓ ୦୩୧୦୨ ପୁରୀ- ସିଆଲଦା ପୂଜା ସ୍ପେଶାଲ ଅକ୍ଟୋବର ୨,୨୦୨୨ରୁ ଅକ୍ଟୋବର ୩୦,୨୦୨୨ ମଧ୍ୟରେ (୫ ଟ୍ରିପ) ପ୍ରତି ରବିବାର ପୁରୀ ଠାରୁ ଅପରାହ୍ନ ୩.୫୦ରେ ବାହାରି ପରଦିନ ରାତି ୨ଟାରେ ସିଆଲଦାରେ ପହଞ୍ଚିବ। ଏହି ସ୍ପେଶାଲ ଟ୍ରେନ ଉଭୟ ଦିଗରେ ଭଟ୍ଟନଗର, ଆନ୍ଦୁଲ, ଖଡଗପୁର, ବାଲେଶ୍ୱର, ଭଦ୍ରକ, ଯାଜପୁର କେଉଁଝର ରୋଡ, କଟକ, ଭୁବନେଶ୍ୱର ଓ ଖୋର୍ଦ୍ଧାରୋଡ ଷ୍ଟେସନରେ ଅଟକିବ। ସେପ୍ଟେମ୍ବର ୧୭, ୨୦୨୨ ଠାରୁ ପିଆରଏସ ଓ ଇଣ୍ଟରନେଟ ମାଧ୍ୟମରେ ୦୩୧୦୧ ସିଆଲଦା-ପୁରୀ ପୂଜା ସ୍ପେଶାଲ…
ଭୁବନେଶ୍ୱର: ମସିହାରୁ ପ୍ରସିଦ୍ଧ ଇଞ୍ଜିନିୟର ଭାରତରତ୍ନ ସାର୍ ଏମ୍. ବିଶ୍ୱେଶ୍ୱରାୟାଙ୍କ ସ୍ମୃତି ଓ ଅବଦାନ ପ୍ରତି ସମ୍ମାନ ଜଣାଇ ତାଙ୍କ ଜନ୍ମ ଦିବସକୁ ଇଞ୍ଜିନିୟର୍ସ ଦିବସ ରୂପେ ପାଳନ କରାଯାଇ ଆସୁଅଛି। ଚଳିତବର୍ଷ ମଧ୍ୟ ତାଙ୍କ ଜନ୍ମ ଦିବସକୁ ସମ୍ମାନ ଜଣାଇ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଇଞ୍ଜିନିୟର୍ସ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡ଼େଇ କହିଲେ ଯେ, ପ୍ରତ୍ୟେକ ଇଞ୍ଜିନିୟରମାନେ ଦେଶ ଓ ରାଜ୍ୟ ଗଠନ କରିବାର ଦାୟିତ୍ୱ ନେଇଛନ୍ତି। ବୈଷୟିକ ଶିକ୍ଷାର ଏଭଳି ଉନ୍ନତି ଘଟିଛି ଯେ, ଜଣେ ଇଞ୍ଜିନିୟର ଘରେ ରହି ଆମେରିକାରେ ରହୁଥିବା ତାଙ୍କର ବିରଷ୍ଠ ସହପାଠୀଙ୍କ ସହିତ ଚାର୍ଟିଂ କରିପାରୁଛନ୍ତି, କଥା ହୋଇପାରୁଛନ୍ତି। ତେଣୁ ବିନା ବୈଷୟିକ ଶିକ୍ଷାରେ କୌଣସି ଦେଶ ଅଗ୍ରଗତି କରିବା ଅସମ୍ଭବ। ସେ ଆହୁରି କହିଥିଲେ ଯେ, ଓଡ଼ିଶା ମାଟିରେ…
ଭୁବନେଶ୍ବର: ଭିନ୍ନକ୍ଷମମାନଙ୍କ ପାଇଁ ନିଯୁକ୍ତି ଓ ଆୟକାରୀ ସୁଯୋଗଗୁଡ଼ିକର ବୃଦ୍ଧି ନିମନ୍ତେ ଘରୋଇ ଉଦ୍ୟୋଗର ସହଯୋଗ ପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମତ ଦେଇଛନ୍ତି। ଅନୁରୂପ ଭାବରେ, ଭିନ୍ନକ୍ଷମମାନଙ୍କ ଦକ୍ଷତା ବୃଦ୍ଧି ନିମନ୍ତେ ରାଜ୍ୟଗୁଡ଼ିକରେ ସ୍ୱତନ୍ତ୍ର ଆଇଟିଆଇ ଖୋଲାଯିବା ସହିତ ଭିତ୍ତିଭୂମି ବିକାଶ ଓ ଆବାସିକ ସୁବିଧା ଉପରେ ମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ମଧ୍ୟପ୍ରଦେଶର ଇନ୍ଦୋରଠାରେ ଆୟୋଜିତ ଏକ ଜାତୀୟ କର୍ମଶାଳାରେ ଅଂଶଗ୍ରହଣ କରି ମନ୍ତ୍ରୀ ଉପରୋକ୍ତ ମର୍ମରେ ଓଡ଼ିଶା ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ଉପରେ ସୂଚନା ଦେଇଛନ୍ତି। କେନ୍ଦ୍ର ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ଆନୁକୂଲ୍ୟରେ ଦିବ୍ୟାଙ୍ଗ ସଶକ୍ତିକରଣ ବିଭାଗ ପକ୍ଷରୁ ଆୟୋଜିତ ଏହି ଦୁଇଦିନିଆ ଜାତୀୟ କର୍ମଶାଳାରେ ଭିନ୍ନକ୍ଷମମାନଙ୍କ ସାମାଜିକ ଓ ଆଇନଗତ ସଶକ୍ତିକରଣ, ଭିନ୍ନକ୍ଷମ ଶିଶୁମାନଙ୍କ ନିମନ୍ତେ ଡାଟାବେସ୍ ପ୍ରସ୍ତୁତି ସାଙ୍ଗକୁ ଜିଲ୍ଲାସ୍ତରରେ ଭିନ୍ନକ୍ଷମ ସଶକ୍ତିକରଣ ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ଉପଲବ୍ଧିଗୁଡ଼ିକ ଉପରେ…
ଭୁବନେଶ୍ୱର: ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ମହର୍ଷି କଲେଜଠାରୁ ଉତ୍କଳ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ “ଛାତ୍ର ଯୋଡ଼ୋ ଭାରତ ଯୋଡ଼ୋ” କାର୍ଯ୍ୟକ୍ରମରେ ଏକ ପଦଯାତ୍ରା ହୋଇଥିଲା। ଛାତ୍ର କଂଗ୍ରେସ କର୍ମକର୍ତାମାନେ ଏବଂ ଛାତ୍ରଛାତ୍ରୀମାନେ ମହର୍ଷି କଲେଜରୁ ଯାତ୍ରା ଆରମ୍ଭ କରି ରମାଦେବୀ ବିଶ୍ୱବିଦ୍ୟାଳୟ ଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ଉତ୍କଳ ବିଶ୍ୱବିଦ୍ୟାଳୟ ପରିକ୍ରମା କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ୟାସିର ନୱାଜଙ୍କ ଆହ୍ୱାନରେ ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ କାର୍ଯ୍ୟକ୍ରମକୁ ଓଡ଼ିଶାର ସମସ୍ତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଆଗେଇ ନିଆଯିବ। ଓଡ଼ିଶାର ସାରା ମଧ୍ୟ ଏହି କାର୍ଯ୍ୟକ୍ରମ ଏବେ ଚାଲିଛି। ଏଥିରେ ବହୁ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଭାରତ ଯୋଡ଼ୋ କାର୍ଯ୍ୟକ୍ରମ ପ୍ରତି ତାଙ୍କର ସମର୍ଥନ ବ୍ୟକ୍ତ କରୁଛନ୍ତି। ଏହି କାର୍ଯ୍ୟକ୍ରମରେ ମନୋଜ ବିଶ୍ୱାଳ, କିରଣ ସାହୁ, ନିହାର ବେହେରା, ସ୍ୱାଗତ କର, ସୁନିଲ ମାଟିଆ, ଜଗଦିଶ ଗଜେନ୍ଦ୍ର, ସ୍ମୃତିରଞ୍ଜନ ତ୍ରିପାଠୀ, ନିହାର ବେହେରା,…
ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ସମସ୍ୟା କମ୍ ହେବାର ନାମ ନେଉନାହିଁ। ଥରେ ନୁହେଁ ଦୁଇଥର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ରାଡାରରେ ଥିବା ସଲମାନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା। ସୂତ୍ରରୁ ପ୍ରକାଶ ଯେ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ତାଙ୍କୁ ହତ୍ୟା କରିବା ପାଇଁ ପ୍ଲାନ ବି ପ୍ରସ୍ତୁତ କରିଥିଲା। ତେବେ ଏହି ଷଡଯନ୍ତ୍ର ମଧ୍ୟ ସମ୍ପୂର୍ଣ୍ଣ ବିଫଳ ହୋଇଥିଲା। ଏହି ଯୋଜନା ଅଧୀନରେ ସଲମାନ ଖାନଙ୍କୁ ତାଙ୍କ ପନଭେଲ ଫାର୍ମହାଉସ ନିକଟରେ ହତ୍ୟା କରିବା ପାଇଁ ଏକ ଷଡଯନ୍ତ୍ର ରଚିଥିଲା। ପଞ୍ଜାବ ପୋଲିସ କହିଛି ଯେ, ଗୋଲଡି ବରାଡ ଏବଂ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ସୁଟର କପିଲ ପଣ୍ଡିତ ଏହି ଯୋଜନାକୁ ଆଗେଇ ନେଉଥିଲେ। ନିକଟରେ ପଣ୍ଡିତଙ୍କୁ ଭାରତ-ନେପାଳ ସୀମାରୁ ଗିରଫ କରାଯାଇଥିଲା। କପିଲ ପଣ୍ଡିତ, ସାନ୍ତୋଷ ଯାଦବ ଏବଂ ଦୀପକ ମୁଣ୍ଡି ଏବଂ ଅନ୍ୟ କେତେକ ସୁଟର ମୁମ୍ବାଇ ନିକଟ ପନଭେଲରେ ଏକ ଭଡା କୋଠରୀ ସହିତ…
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସେପ୍ଟେମ୍ବର ୧୭ ତାରିଖ ଦିନ ମଧ୍ୟପ୍ରଦେଶ ଗସ୍ତରେ ଯିବେ। ପୂର୍ବାହ୍ନ ପ୍ରାୟ ୧୦ଟା ୪୫ ମିନିଟ ବେଳେ ପ୍ରଧାନମନ୍ତ୍ରୀ ଚିତାକୁ କୁନୋ ଜାତୀୟ ଉଦ୍ୟାନ ଭିତରକୁ ଛାଡିବେ। ତା ପରେ ପାଖାପାଖି ମଧ୍ୟାହ୍ନ ବାରଟା ବେଳକୁ ସେ ସ୍ୱୟଂସହାୟକ ଗୋଷ୍ଠୀ ସମ୍ମିଳନୀରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ଓ ଗୋଷ୍ଠୀ ପ୍ରତିନିଧି ମାନଙ୍କ ସହିତ କରହଲ, ସେଓପୁରଠାରେ ଯୋଗଦେବେ। କୁନୋ ଜାତୀୟ ଉଦ୍ୟାନରେ ପ୍ରଧାନମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା କୁନୋ ଜାତୀୟ ଉଦ୍ୟାନକୁ ହିଂସ୍ର ଚିତା ଛଡାଯିବା ଭାରତୀୟ ହିଂସ୍ରପ୍ରାଣୀ ଓ ସେମାନଙ୍କ ବସତିକୁ ସଶକ୍ତ କରିବା ଦିଗରେ ଏକ ଉଦ୍ୟମ। ୧୯୫୨ ମସିହାରେ ଭାରତକୁ ଚିତା ଲୋପ ପାଇଯାଇଥିବା ଘୋଷଣା କରାଯାଇଥିଲା । ଛଡାଯିବାକୁ ଥିବା ଚିତାଗୁଡିକୁ ଚଳିତ ବର୍ଷ ପ୍ରାରମ୍ଭରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର ଆଧାରରେ ନାମ୍ବିଆରୁ ଅଣାଯାଇଛି। ଚିତା ପ୍ରକଳ୍ପ ଅଧୀନରେ ଭାରତରେ ଚିତାଙ୍କୁ ପୁଣି ଛଡାଯାଉଛି। ଏହା ବିଶ୍ୱର ପ୍ରଥମ…
ପାଣାଜୀ: ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ କହିଛନ୍ତି ଯେ, ୮ ଜଣ କଂଗ୍ରେସ ବିଧାୟକ ବିଜେପିରେ ଯୋଗଦେବାକୁ ପ୍ରସ୍ତୁତ ଥିଲେ। ନରେନ୍ଦ୍ର ମୋଦୀ ଜୀ ଦେଶରେ ଭଲ କାମ କରୁଛନ୍ତି, ଗୋଆରେ ମଧ୍ୟ ଡବଲ ଇଞ୍ଜିନ ସରକାରଙ୍କ ଅଧୀନରେ ଭଲ କାମ କରାଯାଉଛି, ତେଣୁ ଆମେ ତାଙ୍କୁ ସ୍ୱାଗତ କରିଛୁ। ରାହୁଲ ଗାନ୍ଧୀ ‘ଭାରତ ଯୋଡ ଯାତ୍ରା’ କରୁଥିବା ସମୟରେ ଏହି ମିଶନ କାର୍ଯ୍ୟକାରୀ ହୋଇଛି କି ନାହିଁ ଏକ ପ୍ରଶ୍ନରେ ସାୱନ୍ତ କହିଛନ୍ତି ଯେ, ଭାରତ ଯୋଡା ଯାତ୍ରା ଗୋଆରୁ କଂଗ୍ରେସ ଛାଡ ଯାତ୍ରା ଆରମ୍ଭ ହୋଇଛି। କଂଗ୍ରେସର ଅବଶିଷ୍ଟ ନେତାମାନେ ମଧ୍ୟ ଦଳ ଛାଡିବାକୁ ଯାଉଛନ୍ତି। ସେମାନେ ଦେଶର ସ୍ୱାର୍ଥରେ ବିଜେପି କିମ୍ବା ଅନ୍ୟ କୌଣସି ଦଳରେ ଯୋଗଦେବେ। ସୂଚନାଯୋଗ୍ୟ, ଗୋଆର ୧୧ ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ ଜଣ ବିଧାୟକ ବୁଧବାର ଦିନ ବିଜେପିରେ ଯୋଗ ଦେଇଛନ୍ତି। କଂଗ୍ରେସରେ ତିନିଜଣ ବିଧାୟକ କାହିଁକି ରହିଗଲେ, ଆପଣ…
ଭୁବନେଶ୍ୱର : ପଶ୍ଚିମ ଓଡ଼ିଶାର ନୂଆଖାଇ ଗଣପର୍ବରେ ପରିଣତ ହୋଇଛି। ଏକତା, ଭ୍ରାତୃତ୍ୱ ଓ ସଂପ୍ରୀତିର ଏହି ପର୍ବ ଅଧିକ ଆଦୃତ ହୋଇଛି ଏବଂ ଏହି ପର୍ବର ସନ୍ଦେଶ ଏବେ ବିଶ୍ୱ ପ୍ରସାରିତ ହୋଇଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି। ଗତକାଲି ସନ୍ଧ୍ୟାରେ ରାଜଧାନୀରେ କାର୍ଯ୍ୟରତ ପ୍ରଶାସକ ତଥା ପଦାଧିକାରୀମାନଙ୍କ ପକ୍ଷରୁ ଭୁବନେଶ୍ୱର କ୍ଲବ୍ରେ ନୂଆଖାଇ ଭେଟ୍ଘାଟ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ ଗଣପର୍ବ ନୂଆଖାଇ ଓଡ଼ିଶାର ସାଂସ୍କୃତିକ ସ୍ୱାଭିମାନର ବାର୍ତ୍ତାବହ ବୋଲି ଉଲ୍ଲେଖ କରିଛନ୍ତି। ଭେଟ୍ଘାଟ୍ରେ ପୌରୋହିତ୍ୟ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଓ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ କୁମାର ତି୍ରପାଠୀ କହିଥିଲେ ଯେ ନୂଆଖାଇ ପଶ୍ଚିମ ଓଡ଼ିଶାର ଏକ ପର୍ବ ଭାବରେ ଅର୍ଜନ କରିଥିବା…
ମୁମ୍ବାଇ/ଭୁବନେଶ୍ବର: ଆଜି ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଷ୍ଟକ ଏକ୍ସଚେଞ୍ଜର କାରାବାର ନବୀନଙ୍କ ବେଲ ମାଡରୁ ଆରମ୍ଭ ହୋଇଥିଲା। ସାଧାରଣତଃ ଷ୍ଟକ ଏକ୍ସଚେଞ୍ଜର କାରାବାର ଏକ ବେଲ୍ ବଜାଇବାରୁ ଆରମ୍ଭ ହୋଇଥାଏ। ଯାହା ନବୀନ ଆଜି କରିଛନ୍ତି। ଏଥିରେ ବିଏସଇର ଅଧ୍ୟକ୍ଷ ଏସ ଏସ ମୁନ୍ଦ୍ରାଙ୍କ ସହିତ କେତେକ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ। ତିନିଦିନିଆ ମୁମ୍ବାଇ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ସେଠାରେ ଆୟୋଜିତ ହୋଇଥିବା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଥିରେ ଦେଶର ପ୍ରମୁଖ ଶିଳ୍ପପତି ଯୋଗଦେଇଥିଲେ।
ଭୁବନେଶ୍ବର : ଯୁକ୍ତ ୩ରେ ବିଜେବି ମହାବିଦ୍ୟାଳୟରେ ଆନ୍ଥ୍ରୋପଲୋଜି ବିଭାଗରେ ସର୍ବଶ୍ରେଷ୍ଟ ନମ୍ବର ରଖିଥିବା ବୈଭବୀ ଦାଶଙ୍କୁ ଉଦୟନାଥ ସ୍ମାରକୀ ସମ୍ମାନ ପ୍ରଦାନ କରାଯାଇଛି। ଏଥି ସହ ୪ହଜାର ଟଙ୍କା ପୁରଷ୍କାର ରାଶି ପ୍ରଦାନ କରାଯାଇଛି। ଏହି ସମ୍ମାନ ପ୍ରଦାନ ବେଳେ କଲେଜର ଅଧ୍ୟକ୍ଷ ଡ଼ ନିରଞ୍ଜନ ମିଶ୍ର, କଲେଜର ଆନ୍ଥ୍ରୋପଲୋଜି ବିଭାଗ ମୁଖ୍ୟ ଇତିଶ୍ରୀ ପାଢ଼ୀ ଓ ସୋସୋଲଜି ବିଭାଗ ମୁଖ୍ୟ ବିଭାବରୀ ବଳ ପ୍ରମୁଖ ଉପସ୍ଥିତଥିଲେ।
ନୂଆଦିଲ୍ଲୀ: AAP ର ଅବକାରୀ ନୀତି ସମ୍ପର୍କରେ ବିଜେପି ଆଜି ଆଉ ଏକ ଷ୍ଟିଙ୍ଗ ଜାରି କରିଛି। ସିବିଆଇ ଏଫଆଇଆରରେ ଅଭିଯୁକ୍ତ ନମ୍ବର ୯ ଅମିତ ଆରୋରାଙ୍କ ଭିଡିଓ ପଦାକୁ ଆସିଛି। ଭିଡିଓ ରିଲିଜ୍ କରି ବିଜେପି କହିଛି ଯେ, ଆୟୋଗ ନିଜେ ଠିକ୍ କରି AAP ର ନିଜ ଲୋକଙ୍କୁ ଉପକୃତ କରିଛି। ଏହି ଦୁର୍ନୀତିର ଟଙ୍କା ପଞ୍ଜାବ-ଗୋଆ ନିର୍ବାଚନରେ ବ୍ୟବହୃତ ହୋଇଥିଲା। AAPର ପ୍ରକୃତ ଚେହେରା ଉନ୍ମୋଚିତ ହୋଇଛି। ଯଦି ଷ୍ଟିଙ୍ଗ୍ ଭିଡିଓ ସାମ୍ନାକୁ ଆସିଛି, ତେବେ କାହିଁକି ଅରବିନ୍ଦ କେଜ୍ରିୱାଲ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି। ଉଲ୍ଲେଖନୀୟ ଯେ, ବିରୋଧୀ ବିଜେପି ଦିଲ୍ଲୀର ଆମ୍ ଆଦମୀ ପାର୍ଟି (ଏଏପି) ସରକାରଙ୍କ ଅବକାରୀ ନୀତି ଉପରେ ଆକ୍ରମଣକାରୀ ହୋଇ ରହିଛି। ଯଦିଓ, ଏହି ନୀତି ପ୍ରତ୍ୟାହାର କରାଯାଇଛି, ଏହା ସତ୍ତ୍ୱେ ଉଭୟ ଦଳ ମଧ୍ୟରେ ରାଜନୈତିକ ସଂଘର୍ଷ ଜାରି ରହିଛି। ଏହା ପୂର୍ବରୁ କେଜ୍ରିୱାଲଙ୍କ ଅବକାରୀ ନୀତିରେ ବିଜେପି…
ଭୁବନେଶ୍ୱର: ଗଣତନ୍ତ୍ରର ସୁରକ୍ଷା ପାଇଁ ଏହାକୁ ଜନସାଧାରଣ ଓ ନିର୍ବାଚନ ଆୟୋଗ ସହ ସଂଯୋଗ ସ୍ଥାପନ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୁଥ୍ସ୍ତରୀୟ ଅଧିକାରୀମାନେ କରିଥାନ୍ତି ବୋଲି ଆଜି ବି.ଏଲ୍.ଓ ଇ-ପତି୍ରକାର ଶୁଭାରମ୍ଭ କରି ମୁଖ୍ୟ ନିର୍ବାଚନ କମିଶନର ଶ୍ରୀ ରାଜୀବ କୁମାର କହିଛନ୍ତି। ଆଭାସୀ ମାଧ୍ୟମରେ ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହୋଇଥିବା ଏହି ବି.ଏଲ୍.ଓ ଇ-ପତି୍ରକାର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଦେଶର ପ୍ରାୟ ୧୦ ଲକ୍ଷ ବୁଥ୍ସ୍ତରୀୟ ଅଧିକାରୀମାନେ ଅଂଶଗ୍ରହଣ କରିଥିଲେ। ବି.ଏଲ୍.ଓ ଇ-ପତ୍ରିକା କାଗଜ ଶୂନ୍ୟ ମାଗାଜିନ୍ ଓ ଏହା ପ୍ରତ୍ୟେକ ବ୍ୟକ୍ତିଙ୍କ ମୋବାଇଲ୍ରେ ସହଜରେ ଉପଲବ୍ଧ ହେବ। ବୁଥ୍ସ୍ତରୀୟ ଅଧିକାରୀମାନେ କର୍ମକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ବିିଭିନ୍ନ ପ୍ରକାରର ଅସୁବିଧାଗୁଡ଼ିକର ସହଜ ସମାଧାନ, ଜିଲ୍ଲା, ରାଜ୍ୟ ତଥା ଦେଶର ବିଭିନ୍ନ କୋଣଅନୁକୋଣରେ କାର୍ଯ୍ୟକରୁଥିବା ବୁଥ୍ସ୍ତରୀୟ ଅଧିକାରୀଙ୍କ ଭାବର ଆଦାନପ୍ରଦାନ ଓ ସର୍ବୋପରି ନିର୍ବାଚନ ଆୟୋଗଙ୍କ ସହ ସିଧାସଳଖ ବାର୍ତ୍ତାଳାପ ହୋଇପାରିବ ବୋଲି ନିର୍ବାଚନ କମିଶନର ଅନୁପ ଚନ୍ଦ୍ର ପାଣ୍ଡେ କହିଛନ୍ତି। ବି.ଏଲ୍.ଓ ଇ-ପତ୍ରିକା…
ନୂଆଦିଲ୍ଲୀ: ଯଦି ଆପଣ ଦେଶର ସର୍ବବୃହତ ତଥା ପୁରାତନ ଜୀବନ ବୀମା କମ୍ପାନୀ ଅର୍ଥାତ୍ ଲାଇଫ୍ ଇନସୁରାନ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆର ପଲିସି ଧାରକ ଅଟନ୍ତି ଏବଂ ଯଦି ଆପଣଙ୍କର କୌଣସି ପୁରୁଣା ପଲିସି ବନ୍ଦ ହୋଇସାରିଛି, ତେବେ ଏହି ଖବର ଆପଣଙ୍କ ପାଇଁ କାମରେ ଆସିବ। ପୁରୁଣା ପଲିସିକୁ ଥରେ ପୁନରୁତ୍ଥାନ କରିବା ପାଇଁ LIC ଏହାର ପଲିସିଧାରୀଙ୍କୁ ଏକ ବଡ଼ ସୁଯୋଗ ଦେଉଛି। ଏଥିପାଇଁ, LIC ଲାପ୍ସଡ୍ ପଲିସି ରିଭାଇଭାଲ୍ ସ୍କିମ୍ ୨୦୨୨ ଆରମ୍ଭ କରିଛି। ଏହି ଯୋଜନାରେ, ULIP (ୟୁନିଟ୍ ଲିଙ୍କ୍ ହୋଇଥିବା ବୀମା ଯୋଜନା) ବ୍ୟତୀତ ଅନ୍ୟ ସମସ୍ତ ପ୍ରକାରର ପଲିସି ପୁନର୍ଜୀବିତ ହୋଇପାରିବ। ଏପରି ପରିସ୍ଥିତିରେ ଗ୍ରାହକମାନେ ସ୍ୱାସ୍ଥ୍ୟ ବୀମା ଯୋଜନା, ଟର୍ମ ବୀମା ଯୋଜନା, ଏକାଧିକ ରିସ୍କ ପଲିସିରେ ଏହି ଯୋଜନାର ଲାଭ ପାଇବେ ନାହିଁ। ପଲିସି କେବେ ପୁନର୍ଜୀବିତ ହୋଇପାରିବ? ପଲିସି ପୁନଃ ଆରମ୍ଭ କରିବାକୁ LIC ଅଗଷ୍ଟ ୧୭ ତାରିଖରୁ…
ଭୁବନେଶ୍ବର: ଯେଉଁ ବୟସରେ ହସି,ଖେଳି ପାଠ ପଢିବାକୁ ଯିବା କଥା, ସେହି ବୟସରେ ମାନସୀ ଦିବ୍ୟାଙ୍ଗ ଭାବେ ଅଗଣାରେ ପଡ଼ି ଲୁହ ଝରାଉଥିଲେ। ଅଣ୍ଟା ହାଡ଼ ଖସି ଯାଇଥିବାରୁ ଦୈନନ୍ଦିନ କାମ କରିବାକୁ ଅସମର୍ଥ ହୋଇ ପଡ଼ିଥିଲେ ସେ, ଅନ୍ୟର ସାହାରାରେ ଚଳପ୍ରଚଳ କରୁଥିବାରୁ ମନେ ମନେ ଭାଙ୍ଗି ପଡୁଥିଲେ। ଚିକିତ୍ସାରେ ପ୍ରତିବନ୍ଧକ ସାଜିଥିଲା ଅର୍ଥ, ଆଉ ଏତିକିବେଳେ ସହାୟତାର ହାତ ବଢାଇଲା ଓଡ଼ିଶା ମୋ ପରିବାର। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅଧୀନରେ ସଫଳ ହେଲା ଅସ୍ତ୍ରୋପଚାର। ଘଟଣାଟି ହେଉଛି, କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଖଜୁରିଆ ଗ୍ରାମର ଜୁଆଙ୍ଗ ସମ୍ପ୍ରଦାୟ ଆଦିବାସୀ ବାସିନ୍ଦା ଅର୍ଜୁନ ଜୁଆଙ୍ଗଙ୍କ ୧୯ ବର୍ଷିୟା ଦିବ୍ୟାଙ୍ଗ ଝିଅ ମାନସୀ ଜୁଆଙ୍ଗଙ୍କର। ଜନ୍ମରୁ ତାଙ୍କ ଅଣ୍ଟା ହାଡ଼ ଖସି ଯାଇଥିବାରୁ ସେ ତାଙ୍କର ଦୈନନ୍ଦିନ କାମ କରିବାକୁ ଅସମର୍ଥ ଥିଲେ। ପରିବାରର ସାହାରା ନେଇ ବଞ୍ଚୁଥିଲେ। ଚିକିତ୍ସା ପାଇଁ ଅର୍ଥ ଅଭାବ ଥିବାରୁ ପରିବାରବର୍ଗ ତାଙ୍କୁ…
ନୂଆଦିଲ୍ଲୀ: ଆସନ୍ତା ମାସରୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ଘୋଷଣା କରାଯାଇଛି। ଏବେ ଦଳର ବ୍ୟାଟିଂ ଅର୍ଡର ନେଇ ଚର୍ଚ୍ଚା ଜୋର ଧରିଛି। କିଛି ପୂର୍ବତନ କ୍ରିକେଟର ବିରାଟ କୋହଲିଙ୍କୁ ଓପନିଂ ଦେଖିବାକୁ ଚାହୁଁଥିବାବେଳେ କେତେକ ଋଷଭ ପନ୍ତଙ୍କୁ ଓପନର୍ ଭାବରେ ଚେଷ୍ଟା କରିବାକୁ ପରାମର୍ଶ ଦେଉଛନ୍ତି। ବର୍ତ୍ତମାନ ସମସ୍ତ ପୂର୍ବତନ କ୍ରିକେଟରମାନେ ନିଜ ନିଜ ଢଙ୍ଗରେ ଟିମ୍ ଇଣ୍ଡିଆର ବ୍ୟାଟିଂ ଅର୍ଡର ଉପସ୍ଥାପନ କରୁଛନ୍ତି। ଏହି ତାଲିକାରେ କୃଷ୍ଣମାଚାରୀ ଶ୍ରୀକାନ୍ତ ଏବଂ ଇରଫାନ ପଠାନ ମଧ୍ୟ ସାମିଲ ହୋଇଛନ୍ତି। ଯେତେବେଳେ ଏହି ଦୁଇ ପୂର୍ବତନ କ୍ରିକେଟରଙ୍କୁ ଟିମ୍ ଇଣ୍ଡିଆର ବ୍ୟାଟିଂ ଅର୍ଡର ବିଷୟରେ ପଚରାଯାଇଥିଲା, ଏହାର ଉତ୍ତର କ’ଣ ଥିଲା? ଏଠାରେ ପଢନ୍ତୁ … ଶ୍ରୀକାନ୍ତଙ୍କ ଖେଳାଳି ଏକାଦଶ: କୃଷ୍ଣମ୍ମାଚାରୀ ଶ୍ରୀକାନ୍ତ କହିଛନ୍ତି ଯେ, ମୋର ଖେଳାଳି ଏକାଦଶ ହେଲେ କେ.ଏଲ୍ ରାହୁଲ ଏବଂ ରୋହିତ ଶର୍ମା ପ୍ରାରମ୍ଭିକ ଯୋଡି ହେବା ଉଚିତ୍। ବିରାଟ…
ନୂଆଦିଲ୍ଲୀ: ଗତକାଲି ପାକିସ୍ତାନର ପୂର୍ବତନ ଅମ୍ପାୟର ଅସଦ ରଉଫଙ୍କ ଦେହାନ୍ତ ହୋଇଛି। ସେ ଲାହୋରରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ଭାଇ ତାହିର ରଉଫ କହିଛନ୍ତି ଯେ, ସେ ଲାହୋରରେ ପୋଷାକ ଓ ଜୋତା ଦୋକାନ ଚଲାଉଥିଲେ। ଯେତେବେଳେ ଅସଦ ତାଙ୍କ ଦୋକାନ ବନ୍ଦ କରିବା ପରେ ଘରକୁ ଫେରୁଥିଲେ, ସେତେବେଳେ ସେ ହୃଦ୍ଘାତରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିଲେ। ଅସଦ ରଉଫଙ୍କୁ ୬୬ ବର୍ଷ ବୟସ ହୋଇଥିଲା। ଏକ ସମୟରେ ସେ ଆଇସିସିର ଏଲଟି ପ୍ୟାନେଲରେ ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ। ଅସଦ ରାଉଫଙ୍କୁ ୨୦୦୬ ରେ ଆଇସିସି ଏଲିଟ୍ ଅମ୍ପାୟାର ପ୍ୟାନେଲରେ ଅନ୍ତର୍ଭୁକ୍ତ କରାଯାଇଥିଲା। ସେ ୨୦୧୩ ପର୍ଯ୍ୟନ୍ତ ଏହି ପ୍ୟାନେଲରେ ରହିଲେ। ସେ ଆନ୍ତର୍ଜାତୀୟ ସ୍ତରରେ ୬୪ ଟି ଟେଷ୍ଟ, ୨୮ ଟି -୨୦ ଏବଂ ୧୩୯ ଟି ଦିନିକିଆର ପରିଚାଳନା କରିଥିଲେ। ୨୦୧୩ ରେ ଆଇପିଏଲ୍ ସ୍ପଟ୍ ଫିକ୍ସିଂରେ ନାମିତ ହେବା ପରେ ତାଙ୍କ…
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଖୀମପୁର ଖେରୀରେ ଦୁଇ ନାବାଳିକା ଭଉଣୀଙ୍କ ମୃତଦେହ ଝୁଲନ୍ତା ମିଳିବା ପରେ ଏହି ଅଞ୍ଚଳରେ ଉତ୍ତେଜନା ଦେଖାଯାଇଛି। ୟୁପି ପୋଲିସ ଏହି ମାମଲାରେ୬ ଜଣଙ୍କୁ ଗିରଫ କରିଥିବା ଦାବି କରିଛି। ଉତ୍ତ୍ୟକ୍ତ ଗ୍ରାମବାସୀ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଅନେକ ଘଣ୍ଟା ଧରି ରାସ୍ତା ଅବରୋଧ କରିଛନ୍ତି। ଉତ୍ତେଜନାକୁ ଦୃଷ୍ଟିରେ ରଖି ଏହି ଅଞ୍ଚଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ସୂଚନାନୁସାରେ, ପୋଷ୍ଟମର୍ଟମ ତିନିଜଣ ଡାକ୍ତରଙ୍କ ଏକ ପ୍ୟାନେଲ ଦ୍ୱାରା କରାଯାଉଛି। ପୋଷ୍ଟମର୍ଟମ ସମୟରେ ଭିଡିଓଗ୍ରାଫି କରାଯିବ ବୋଲି ଏସପି ସଞ୍ଜୀବ ସୁମନ କହିଛନ୍ତି। ବଳପୂର୍ବକ ଅପହରଣକୁ ପୋଲିସ ଅସ୍ୱୀକାର କରିଛି। ଲଖୀମପୁର ଖେରୀ ହତ୍ୟା ମାମଲାରେ ବଡ ଜିନିଷ: ଲଖୀମପୁର ଖେରୀରେ ଦୁଇ ନାବାଳିକା ଦଲିତ ଭଉଣୀଙ୍କ ହତ୍ୟା ଘଟଣାରେ ସୋହେଲ, ଜୁନାଦ ସମେତ ୬ ଜଣଙ୍କୁ ପୋଲିସ ଗିରଫ କରିଛି। ଏହି ମାମଲାର ସମାଧାନ କରିବାକୁ ଦାବି କରି ପୋଲିସ କହିଛି ଯେ,…
ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀ ବିରୋଧରେ ଯୁଦ୍ଧ ଏବେବି ଚାଲିଛି। ଏହି ସମୟରେ ଆଜି ପୁଣି କରୋନା ସଂକ୍ରମଣ ମାମଲାରେ ବୃଦ୍ଧି ଘଟିଛି। ବୁଧବାର ତୁଳନାରେ ଆଜି କରୋନା ମାମଲାରେ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ଘଟିଛି। ଗତ ୨୪ ଘଣ୍ଟା ମଧ୍ୟରେ କୋଭିଡର ୬ ହଜାର ୪୨୨ ଟି ନୂଆ ମାମଲା ରିପୋର୍ଟ ହୋଇଛି। ଭାରତରେ ସକ୍ରିୟ ମାମଲା ୪୬ ହଜାର ୩୮୯ ରେ ପହଞ୍ଚିଛି।
ଭୁବନେଶ୍ଵର: ସିଏମଏସପି ଆଇନ ଏବଂ ଏମଏମଡିଆର ଆଇନର ଚତୁର୍ଥ ଓ ପଞ୍ଚମ ପର୍ଯ୍ୟାୟ ଦ୍ୱିତୀୟ ପ୍ରୟାସ ଅଧୀନରେ ବାଣିଜ୍ୟିକ କୋଇଲା ଖଣିର ନିଲାମୀ ମାର୍ଚ୍ଚ ୩୦, ୨୦୨୨ରେ ଆରମ୍ଭ ହୋଇଥିଲା। ଏହି କ୍ରମରେ କୋଇଲା ମନ୍ତ୍ରଣାଳୟ ପକ୍ଷରୁ ଗତକାଲି ଇ-ନିଲାମୀର ଦ୍ୱିତୀୟ ଦିନରେ ଦୁଇଟି ଏମଏମଡିଆର କୋଇଲା ଖଣି ନିଲାମ କରାଯାଇଛି। ଏହି ଦୁଇଟି ହେଲା ଘୋଗରପାଲି ଏବଂ ଏହାର ଗଭୀର ସମ୍ପ୍ରସାରଣ କୋଇଲା ଖଣି। କୋଇଲା ଖଣିର ବିବରଣୀ ନିମ୍ନରେ ଦିଆଗଲା:- ଉଭୟ କୋଇଲା ଖଣିରୁ ସମ୍ପୂର୍ଣ୍ଣ ଖଣିଜ ଉତ୍ତୋଳନ କରାଯିବ। ଏଗୁଡ଼ିକର ମୋଟ ଗଚ୍ଛିତ ଖଣିଜ ଦ୍ରବ୍ୟ ପରିମାଣ ୧୨୮୮.୨୮ ନିୟୁତ ଟନ ରହିଛି। ଏହି ଦୁଇଟି ଖଣିର ପିଆରସି ଦର ବାର୍ଷିକ ୨୦ ନିୟୁତ ଟନ୍ ରହିଛି।
ଖୋର୍ଦ୍ଧା: ନିକଟରେ ରାକ୍ଷୀ ପୂର୍ଣ୍ଣିମା ଦିନ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରୁ ଏକ ବଡ଼ ଧରଣର ଗୋ ଚାଲାଣ ଯୋଜନାକୁ ପୋଲିସ ପଣ୍ଡ କରି ୧୦୦ ରୁ ଉର୍ଦ୍ଧ୍ଵ ଗୋରୁ ଉଦ୍ଧାର କରିଥିବା ବେଳେ ଆଜି ପୁଣି ସମାନ ଘଟଣା ଘଟିଛି ବାଘମାରି ଥାନା ଅଞ୍ଚଳରେ। ବାଘମାରୀ କଲେଜ୍ ସାମ୍ନାରୁ ଗୋରୁ ବୋଝେଇ ଗାଡ଼ି ଜବତ ହୋଇଥିବାର ଖବର ହସ୍ତଗତ ହୋଇଛି। ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତ୍ରିରେ ଓଆର ୦୧-ଏମ-୪୪୮୮ ନମ୍ବର ବିଶିଷ୍ଟ କଣ୍ଟେନରଟି ବେଗୁନିଆ କୁଶପଲ୍ଲା ଅଞ୍ଚଳରୁ ଗୋରୁ ବୋଝେଇ କରି ଭଦ୍ରକ ଅଭିମୁଖେ ଯାଉଥିବା ବେଳେ ବାଘମାରି କଲେଜ ସମ୍ମୁଖରେ ଗୋ ସୁରକ୍ଷା ସଙ୍ଗଠନ ଏବଂ ସ୍ଥାନୀୟ ଯୁବକଙ୍କ ହାତରେ ଧରା ପଡିଥିଲା। ଗାଡିକୁ ଅଟକ ରଖି ଯୁବକମାନେ ବାଘମାରୀ ପୋଲିସ ଜିମା ଦେଇଥିଲେ। ବର୍ତ୍ତମାନ ଗାଡିଟି ଥାନା ପରିସରରେ ଥିବା ବେଳେ ଉକ୍ତ ଗାଡ଼ିରୁ ୬୭ ଗୋଟି ଗୋରୁ ଉଦ୍ଧାର ହେବା ସହ ଗାଡ଼ି…

