ମେଷ: – ଆଜି ଦିନଟି ସ୍ୱାଭାବିକ ହେବ । କଠିନ ପରିଶ୍ରମ ସତ୍ତ୍ବ କାର୍ଯ୍ୟରେ କୌଣସି ଆଶା କରାଯାଉଥିବା ସଫଳତା ମିଳିବ ନାହିଁ, ଯେଉଁ କାରଣରୁ ମନ ଉଦାସ ହୋଇପାରେ । ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଘରୋଇ ସମସ୍ୟାର ମଧ୍ୟ ସମ୍ମୁଖୀନ ହୋଇପାରନ୍ତି । ଚାକିରୀ କିମ୍ବା ବ୍ୟବସାୟରେ ମଧ୍ୟ ସଫଳତା ପାଇଁ ସୁଯୋଗ ମିଳିବ, କିନ୍ତୁ କାର୍ଯ୍ୟଭାରର ଅତ୍ୟଧିକତା ହେତୁ, ଏପରି ସୁଯୋଗ ହାତରୁ ବାହାରିପାରେ । ପରିବାରକୁ ପୂର୍ଣ୍ଣ ସମର୍ଥନ ମିଳିବ । ସାଙ୍ଗମାନଙ୍କ ସହିତ ସାକ୍ଷାତ ହୋଇପାରେ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ଏବଂ ଭ୍ରମଣରୁ ଦୂରେଇ ରୁହନ୍ତୁ । ବୃଷ : – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ହେବ । କଣ୍ଟିଜେଣ୍ଟ୍ ଲାଭର ରାଶି ମିଳିବ । ଅଧିକ କାର୍ଯ୍ୟ ଭାର ରହିବ ଏବଂ କଠିନ ପରିଶ୍ରମର ପୁରସ୍କାର ମଧ୍ୟ ମିଳିବ । କୌଣସି ଶୀଘ୍ର ନିଷ୍ପତ୍ତି ନେବା ଠାରୁ ଦୂରେଇ…
Author: Samikhsya Bureau
ଦୁବାଇ: ଦୁବାଇରେ ଖେଳାଯାଇଥିବା ୨୦୨୨ ଏସିଆ କପ୍ ଫାଇନାଲରେ ଶ୍ରୀଲଙ୍କା ପାକିସ୍ତାନକୁ ୨୩ ରନ୍ ରେ ପରାସ୍ତ କରିଛି। ଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୧୭୦ ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ପାକିସ୍ତାନ ଦଳ କେବଳ ୧୪୭ ରନ୍ ସ୍କୋର କରିପାରିଥିଲା। ଆଠ ବର୍ଷ ପରେ ଶ୍ରୀଲଙ୍କା ଏସିଆ କପ୍ ଟାଇଟଲ୍ ଜିତିଛି। ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍ ଟାଇଟଲ୍ ଜିତିଛି। ଶ୍ରୀଲଙ୍କାର ଏହି ଦମଦାର ବିଜୟର ଭାନିନ୍ଦୁ ହାସରାଙ୍ଗା ଏବଂ ଭାନୁକା ରାଜପକ୍ସ ହିରୋ ଥିଲେ। ହାସରାଙ୍ଗା ଉଭୟ ବଲ ଏବଂ ବ୍ୟାଟ୍ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ। ହାସାରାଙ୍ଗା ପ୍ରଥମେ ୨୧ ଟି ବଲରେ ୩୬ ରନ୍ ର ଏକ ଇନିଂସ ଖେଳିଥିଲେ ଏବଂ ପରେ ଗୁରୁତ୍ୱପୂର୍ଣ୍ଣ ତିନୋଟି ୱିକେଟ୍ ନେଇଥିଲେ। ଅନ୍ୟପକ୍ଷରେ ରାଜପକ୍ସ ୭୧ ରନର ଅପରାଜିତ ଇନିଂସ ଖେଳିଥିଲେ। ଏହି ସମୟରେ ଯୁବ ଦ୍ରୁତ…
ଭୁବନେଶ୍ବର: ଜାତୀୟ ଜଙ୍ଗଲ ଶହୀଦ ଦିବସ ଅବସରରେ ଓଡ଼ିଶାର ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ଅମର ଶହୀଦଙ୍କ୍ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦୀପ କୁମାର ଅମାତ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରଠାରେ ରାଜ୍ୟସ୍ତରୀୟ ବନବାହିନୀ ଶହୀଦ ସ୍ମାରକର ଉନ୍ମୋଚନ କରିବା ସହିତ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି। ବଣଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ଶହୀଦ ହୋଇଥିବା ଆମ ରାଜ୍ୟର ୨୧ ଜଣ ଜଙ୍ଗଲ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ନାମ ଏହି ସ୍ମାରକରେ ଉଲ୍ଲେଖ ହୋଇଛି। ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେବାବେଳେ ଅନେକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି। ମାନବ-ବନ୍ୟଜନ୍ତୁ ବିବାଦ ଓ ଜଙ୍ଗଲରେ ଅଗ୍ନି ସଂଯୋଗ ଭଳି ପ୍ରତିକୂଳ ପରିସ୍ଥିିିତିରେ ବିଭାଗୀୟ କ୍ଷେତ୍ର କର୍ମଚାରୀମାନେ ଅସାଧାରଣ ସାହସ ଦେଖାଇ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଅନେକ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳରୁ ଜଣେ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଜଣେ ଯୁବକଙ୍କୁ ଅଟକ ରଖିଛି କମିଶନେରେଟ ପୋଲିସ। ସୂଚନା ମୁତାବକ ନିକଟରେ ଜଟଣୀ ଥାନା ଅଞ୍ଚଳର ଜଣେ ନାବାଳିକା ଅପହୃତ ହୋଇଥିବାର ଅଭିଯୋଗ କରିଥିଲେ ନାବାଳିକାଙ୍କ ପରିବାରବର୍ଗ। ଏହି ପରିପ୍ରେକ୍ଷୀରେ ଜଟଣୀ ଥାନାରେ କେସ ନମ୍ବର ୩୨୮/୨୨ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିଲା ପୋଲିସ। ତେବେ ଆଜି କୌଣସି ବିଶେଷସୂତ୍ରରୁ ଖବର ପାଇ ଜଟଣୀ ପୋଲିସ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ସମ୍ପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରିବା ସହ ଅନ୍ୟ ଜଣେ ଯୁବକଙ୍କୁ ଅଟକ ରଖିଥିବାର ଜଟଣୀ ଆଇଆଇସି ସୌମ୍ୟକାନ୍ତ ବଳିୟାରସିଂହ ସୂଚନା ଦେଇଛନ୍ତି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଜନ ସାଧାରଣଙ୍କ ନିକଟରେ ଖବର ପହଞ୍ଚାଇବା ସହିତ ସାମାଜିକ, ଅର୍ଥନୈତିକ, ବୌଦ୍ଧିକ, ଶୈକ୍ଷିକ, ସାଂସ୍କୃତିକ ତଥା ସାମୁହିକ ବିକାଶ ଦିଗରେ ଏବଂ ସେସବୁର ସଂରକ୍ଷଣ ଦିଗରେ ଉଭୟ ଜନସାଧାରଣ ଓ ପ୍ରଶାସନିକ କଳକୁ ଦିଗ ଦର୍ଶନ ପ୍ରଦାନ କରିବାରେ ଗଣମାଧ୍ୟମ ଦୃଷ୍ଟି ଦେବା ଉଚିତ ବୋଲି ବକ୍ତା ମାନେ ପ୍ରକାଶ କରିଛନ୍ତି। କଳାହାଣ୍ଡି ବିକାଶ ପରିଷଦ ତରଫରୁ ସାମ୍ବାଦିକ ମାନଙ୍କୁ ନେଇ କଳାହାଣ୍ଡି ବିଶ୍ବ ବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଆୟୋଜିତ ଆଲୋଚନା ଚକ୍ରରେ ଢେଙ୍କାନାଳ ସ୍ଥିତ ଆଇଆଇଏମସି ର ନିର୍ଦ୍ଦେଶକ ମୃଣାଳ ଚାଟର୍ଜି ଏବଂ କଳାହାଣ୍ଡିର ବରପୁତ୍ର ପୂର୍ବତନ ମନ୍ତ୍ରୀ ତଥା ଗାଳ୍ପିକ ସାହିତ୍ୟିକ ରାସ ବିହାରୀ ବେହେରା ଏବଂ ବରିଷ୍ଠ ସାମ୍ବାଦିକ ଶାନ୍ତନୁ ବେହେରା ପ୍ରମୁଖ ଆତିଥ୍ୟ ଭାବେ ଯୋଗ ଦେଇ ମତ ପ୍ରକାଶ କରିଥିଲେ। ତୃଣମୂଳ ସ୍ତରରେ ସ୍ଥିତି ଓ ସୁଯୋଗ ର ସନ୍ଧାନ କରି ସାମ୍ବାଦିକତା ହିଁ ସମାଜକୁ ବିକାଶ ପଥରେ…
କନ୍ଦର୍ପ ବେହେରା ରେଢାଖୋଲ: ଜେଲ୍ ଭିତରେ କଏଦୀମାନଙ୍କୁ ନିମ୍ନ ମାନର ଖାଦ୍ୟ ଦେବା ଅଭିଯୋଗ କରିବାରୁ ଜେଲରଙ୍କ ମାଡ଼ରେ ୩ କଏଦୀ ଆହତ ହୋଇଥିବା ବେଳେ ଶେଷରେ ଚିକିତ୍ସା ପାଇଁ ରେଢାଖୋଲ ହସ୍ପିଟାଲରେ ଭର୍ତ୍ତି ହେବା ଘଟଣା ଅଂଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଘଟଣାରୁ ପ୍ରକାଶ ଯେ, ଜେଲ ଭିତରେ ନିମ୍ନମାନର ଖାଦ୍ୟ ଦିଆଯିବାରୁ ଜନୈକ କଏଦୀ ଏହାର ଦୃଢ ପ୍ରତିବାଦ କରିବାରୁ ତାଙ୍କୁ ଜେଲ୍ ୱାଡର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଖବର ମୁତାବକ, ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ଆଜି ୩ କଏଦୀ ଚିକିତ୍ସା ନିମନ୍ତେ ଆସିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ଗୁରତର ଆହତ ହୋଇଥିଲେ। ତାଙ୍କ ମୁଣ୍ଡ ଫାଟି ରକ୍ତ ବୋହୁଥିଲା। ତରବରିଆ ଭାବେ ଗୁରୁତର କଏଦୀଙ୍କ ଚିକିତ୍ସା କରାଯାଇଥିଲା। ଚିକିତ୍ସା ପରେ ସେମାନେ ମେଡିକାଲରୁ ବାହାରି ପୁଲିସ ଗାଡ଼ିରେ ବସୁଥିବା ବେଳେ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଏହି ଘଟଣା ସମ୍ପର୍କରେ କହିଥିଲେ। ସେମାନଙ୍କ ଉପରେ ଜେଲର ଅତ୍ୟାଚାର…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ନାଭାଲ ଫାଣ୍ଡି ଅନ୍ତର୍ଗତ ନୂଆଗଡ଼ ଗ୍ରାମରେ ଏକ ଦୁଖଃଦ ଘଟଣା ଘଟିଯାଇଛି। ଜଣେ ଅଢେଇ ବର୍ଷର ଶିଶୁ କନ୍ୟା ପୋଖରୀରେ ବୁଡ଼ି ପ୍ରାଣ ହରାଇଥିବାର ଅଭିଯୋଗ ହୋଇଛି। ଖବର ମୁତାବକ ନୂଆଗଡ଼ ଗ୍ରାମର ସୁରେଶ ପଲେଇଙ୍କ ଝିଅ ଶୁଭାଂଶୀ ପଲେଇ ଆଜି ଅପରାହ୍ନରେ ଘର ସାମ୍ନାରେ ଖେଳୁଥିବା ବେଳେ ହଠାତ ନିଖୋଜ ହୋଇଯାଇଥିଲେ। ତେବେ ବହୁ ଖୋଜାଖୋଜି ପରେ ଘର ସମ୍ମୁଖ ପୋଖରୀରୁ ଶୁଭଂଶିଙ୍କ ଶରୀର ଭାସୁଥିବାର ପରିବାରବର୍ଗ ଦେଖିବାକୁ ପାଇଥିଲେ। ସଙ୍ଗେସଙ୍ଗେ ତାଙ୍କୁ ପୋଖରୀରୁ ଉଦ୍ଧାର କରି ବାଲୁଗାଁ ମେଡିକାଲକୁ ନେଇଥିଲେ। ତେବେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରି ନାଭାଲ ଫାଣ୍ଡି ପୋଲିସକୁ ସୂଚନା ଦେଇଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ମେଡିକାଲରେ ପହଞ୍ଚି ଶବ ଜବତ କରି କେସ ନମ୍ବର ୨୨/୨୨ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଣପୁର-ବାଲୁଗାଁ ଅଞ୍ଚଳରେ ବେଆଇନ ଭାବେ ଡ଼ିଜେ ବାଜିବା ଉପରେ ନିକଟରେ ଖବର ପ୍ରସାରଣ ହେବା ପରେ ପୋଲିସ ଆକ୍ସନ ମୁଡ଼କୁ ଆସିଛି। ବିଗତ ୩ ଦିନ ହେବ ବାଣପୁର ପୋଲିସ ଏକାଧିକ ଡ଼ିଜେ ଗାଡ଼ି ଜବତ କରୁଥିବା ବେଳେ ଆଜି ବାଲୁଗାଁ ପୋଲିସ ଅନୁରୂପ ଭାବେ ଏନଏସି କାଇଁଚସାହିରୁ ଏକ ଡ଼ିଜେ ଗାଡ଼ିକୁ ଜବତ କରିବା ସହ ଫୌଜଦାରୀ ମାମଲା ରୁଜୁ କରିଥିବାର ଆଇଆଇସି ରଶ୍ମିରଂଜନ ଦାସ ସୂଚନା ଦେଇଛନ୍ତି। ଉକ୍ତ ଡ଼ିଜେ ଗାଡ଼ିର କୌଣସି ଅନୁମତି ପତ୍ର ନଥିବା ବେଳେ ରାତି ୮ ଘଟିକାରେ ଉଚ୍ଚ ଶବ୍ଦ ରେ ଡ଼ିଜେ ବଜାଉଥିବାର ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଥଲେ। ଅଭିଯୋଗ ପାଇ ତୁରନ୍ତ ଆଇଆଇସି ଉକ୍ତ ସ୍ଥାନକୁ ଯାଇ ଡିଜେ ଗାଡ଼ି ଜବତ କରିଛନ୍ତି। ଅନୁରୂପ ଭାବେ ଉକ୍ତ ଡ଼ିଜେରେ କିଛି ମଦ୍ୟପ ଯୁବକ ମଧ୍ୟ ନାଚୁଥୁବା ବେଳେ ଥାନା ପରିସରରେ ଅଶାନ୍ତି ସୃଷ୍ଟି…
ନରସିଂହପୁର: ମଧ୍ୟପ୍ରଦେଶର ନରସିଂହପୁରରେ ଦ୍ୱାରକା ଶାରଦା ପୀଠର ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ସରସ୍ୱତୀଙ୍କ ଦେହାନ୍ତ ହୋଇଛି। ଶଙ୍କରାଚାର୍ଯ୍ୟ ସ୍ଵରୁପାନନ୍ଦ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ୯୯ ବର୍ଷ ବୟସରେ ଶଙ୍କରାଚାର୍ଯ୍ୟଙ୍କ ଦେହାନ୍ତ ହୋଇଛି। ସେ ଶନିବାର ଦିନ ପ୍ରାୟ ୩ ଟା ସମୟରେ ତାଙ୍କ ଆଶ୍ରମରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ନୂଆଦିଲ୍ଲୀ: ଡିଟିସି ଦ୍ୱାରା ୧ ହଜାର ସିଏନଜି ବସ୍ କିଣିବାରେ ହୋଇଥିବା ଦୁର୍ନୀତି ଅଭିଯୋଗର ଯାଞ୍ଚ ପାଇଁ ସିବିଆଇ ତଦନ୍ତକୁ ଦିଲ୍ଲୀ ଉପ ରାଜ୍ୟପାଳ ଭି.କେ ସକ୍ସେନା ଅନୁମୋଦନ କରିଛନ୍ତି। ଚଳିତ ବର୍ଷ ଜୁନ୍ ମାସରେ ସକ୍ସେନାଙ୍କୁ ଦିଆଯାଇଥିବା ଅଭିଯୋଗରେ ଦର୍ଶାଯାଇଛି ଯେ, ବସ୍ ଟେଣ୍ଡର ଏବଂ କ୍ରୟ ପାଇଁ ଗଠିତ କମିଟିର ସଭାପତି ଭାବରେ ଦିଲ୍ଲୀ ପରିବହନ ନିଗମ (ଡିଟିସି) ପରିବହନ ମନ୍ତ୍ରୀଙ୍କୁ ପୂର୍ବ ଯୋଜନା ମୁତାବକ ଅଧ୍ୟକ୍ଷ ନିଯୁକ୍ତି କରିଥିଲା। ଏହି ପରିପ୍ରେକ୍ଷୀରେ, ଉପ ରାଜ୍ୟପାଳଙ୍କ ଦ୍ଵାରା ଜୁନ୍ ୯ ତାରିଖ ୨୦୨୨ରେ ଏକ ଅଭିଯୋଗ ଗ୍ରହଣ କରାଯାଇଥିଲା, ଯେଉଁଥିରେ କୁହାଯାଇଥିଲା ଯେ ଯୋଜନାବଦ୍ଧ ଭାବେ ପରିବହନ ମନ୍ତ୍ରୀଙ୍କୁ ବସ୍ ଟେଣ୍ଡର ଏବଂ କ୍ରୟ ସମ୍ପର୍କିତ କମିଟିର ଅଧ୍ୟକ୍ଷ କରାଯାଇଥିଲା। ଦୁର୍ନୀତି ଉଦ୍ଦେଶ୍ୟରେ BID ପରିଚାଳନା ପରାମର୍ଶଦାତା ଭାବରେ DIMTS ନିଯୁକ୍ତ କରିଥିଲା ଏବଂ ଜୁଲାଇ ୨୦୧୯ରେ ୧୦୦୦ CNG ବସ୍ କିଣିବା ଏବଂ ମାର୍ଚ୍ଚ ୨୦୨୦ରେ ବାର୍ଷିକ…
ନୂଆଦିଲ୍ଲୀ: ଆଜି ଏସିଆ କପ୍-୨୦୨୨ ର ଅନ୍ତିମ ମ୍ୟାଚ୍ ପାକିସ୍ତାନ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଦୁଇ ଦଳ ମଧ୍ୟରେ ଏହି ଟାଇଟଲ୍ ମ୍ୟାଚ୍ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ବାସ୍ତବରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ଏସିଆ କପ୍ ୨୦୨୨ ରେ ସର୍ବାଧିକ ରନ୍ ସ୍କୋର କରିଛନ୍ତି। ଏଥି ସହିତ, ପାକିସ୍ତାନ ଓପନର୍ ମହମ୍ମଦ ରିଜୱାନଙ୍କ ଆଖି ବିରାଟ କୋହଲିଙ୍କୁ ପଛରେ ପକାଇ ଏକ ନମ୍ବର ହେବା। ଏସିଆ କପ୍-୨୦୨୨ ରେ ସର୍ବାଧିକ ରନ୍ ସ୍କୋରର୍ ତାଲିକାରେ ମହମ୍ମଦ ରିଜୱାନ୍ ବର୍ତ୍ତମାନ ବିରାଟ କୋହଲିଙ୍କ ପରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ଯଦି ମହମ୍ମଦ ରିଜୱାନ ଏସିଆ କପ୍ ଫାଇନାଲରେ ୫୧ ରନ୍ ସ୍କୋର କରିବାରେ ସଫଳ ହୁଅନ୍ତି, ତେବେ ସେ ବିରାଟ କୋହଲିଙ୍କୁ ଏକ ନମ୍ବର ସ୍ଥାନରୁ ହଟାଇପାରିବେ। ଉଲ୍ଲେଖନୀୟ କଥା ହେଉଛି, ଏସିଆ କପ୍-୨୦୨୨ ରେ ବିରାଟ କୋହଲି ୨୭୬ ରନ୍ ସହ ଶୀର୍ଷରେ ଅଛନ୍ତି। ସେ…
ନୂଆଦିଲ୍ଲୀ: ଜାଲ ଚାଇନା କମ୍ପାନୀ ବିରୋଧରେ କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟ (ଏମସିଏ) ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେପ୍ଟେମ୍ବର ୮, ୨୦୨୨ରେ ଗୁରଗାଓଁ ଠାରେ ଥିବା ଜିଲିଆନ ହଂକଂ ଲିମିଟେଡର ସମ୍ପୂର୍ଣ୍ଣ ମାଲିକାନାରେ ଥିବା ଜିଲିଆନ କନସଲଟାଣ୍ଟସ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ, ପୂର୍ବରୁ ହାଇଦ୍ରାବାଦରେ ତାଲିକାଭୁକ୍ତ ହୋଇଥିବା ହ୍ୟୁସିସ କନସଲ୍ଟିଂ ଲିମିଟେଡ ଏବଂ ବାଙ୍ଗାଲୋରରେ ଥିବା ଫିନିନିଟୀ ପ୍ରାଇଭେଟ୍ ଲିମିଟେଡ କମ୍ପାନୀରେ ଏମସିଏ ପକ୍ଷରୁ ଏକକାଳୀନ ଚଢ଼ାଉ କରାଯାଇଥିଲା। ଚଢ଼ାଉ ପରେ ଗମ୍ଭୀର ଠକେଇ ତଦନ୍ତ କାର୍ଯ୍ୟାଳୟ (ଏସଏଫଆଇଓ) ପକ୍ଷରୁ ଶନିବାର ଅର୍ଥାତ୍ ୧୦ ସେପ୍ଟେମ୍ବର, ୨୦୨୨ରେ ଏହି ଘଟଣାର ମାଷ୍ଟରମାଇଣ୍ଡ ମିଃ ଡୋର୍ସେଙ୍କୁ ଗିରଫ କରାଯାଇଛି। ମିଃ ଡୋର୍ସେ ଜିଲିଆନ ଇଣ୍ଡିଆ ଲିମିଟେଡର ବୋର୍ଡରେ ଅଛନ୍ତି ଏବଂ ସେ ଭାରତରେ ଚୀନ ସହ ସମ୍ପର୍କ ଥିବା ସଂଖ୍ୟାଧିକ ଜାଲ ବା ନକଲି କମ୍ପାନୀ ଖୋଲିବାର ଏକ ବଡ଼ ରାକେଟ୍ ଚଳାଉଥିଲେ। ଏହି ରାକେଟରେ ସେ ମାଷ୍ଟରମାଇଣ୍ଡ ଭାବେ ଜାଲ କମ୍ପାନୀର…
ଭୁବନେଶ୍ବର: ବିଜେପି ମନ୍ତ୍ରୀଙ୍କ ପରି ଏବେ କଂଗ୍ରେସର ନେତାମାନଙ୍କ ଓଡିଶା ଗସ୍ତ ଆରମ୍ଭ ହେବ। ଏହି ପରିପ୍ରେକ୍ଷୀରେ କଂଗ୍ରେସର କେନ୍ଦ୍ରୀୟ ନେତା ମଧ୍ୟ ଓଡିଶା ଆସିବେ ବୋଲି ଜଣାପଡିଛି। ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଏ ନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଆସନ୍ତା 17 ତାରିଖରେ ଓଡିଶାର ଏଆଇସିସିର ବରିଷ୍ଠ ନେତା ଦିଗବିଜୟ ସିଂ ଏବଂ ଜୟରାମ ରମେଶ ଭୁବନେଶ୍ବର ଆସିବେ। ଏହି ଦୁଇ ନେତାଙ୍କୁ ବିମାନ ବନ୍ଦରରେ ସ୍ବାଗତ କରି କଂଗ୍ରେସ ଭବନକୁ ନିଆଯିବ। ସେଠାରେ କିଛି ସମୟ ନେତାଙ୍କ ସହିତ ଆଲୋଚନା ପରେ 18 ତାରିଖରେ ବୈଠକ ବସିବ। ଏହି ବୈଠକରେ ସାରା ଦେଶରେ ଚାଲିଥିବା ଭାରତ ଯୋଡ ଅଭିଯାନ ସଫଳ ପାଇଁ ନିଷ୍ପତି ନିଆଯିବ। ପ୍ରତ୍ୟେକ ଦିନ କିପରି 15 ରୁ 20 କିମି ପଦଯାତ୍ରା ହେବ ସୋ ନେଇ ବୈଠକରେ ଆଲୋଚନା ହେବ ବୋଲି ଜଣାପଡିଛି।
ମୁମ୍ବାଇ: ମୁମ୍ବାଇରେ ଶିବସେନାର ଉଦ୍ଧବ ଠାକରେ ଏବଂ ସିନ୍ଦେ ଗୋଷ୍ଠୀ ମଧ୍ୟରେ ବିବାଦ ବଢିବାରେ ଲାଗିଛି। ବର୍ତ୍ତମାନ ଦାଦରରେ ଗଣେଶ ମୂର୍ତ୍ତି ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଝଗଡା ଲାଗିଛି। ଏହାପୂର୍ବରୁ ସେପ୍ଟେମ୍ବର ୯ ତାରିଖରେ ମୁମ୍ବାଇର ପ୍ରଭଦେବୀ ଅଞ୍ଚଳରେ ଗଣେଶ ବିସର୍ଜନ ସମୟରେ ଦୁଇ ଗୋଷ୍ଠୀ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଶନିବାର ରାତିରେ ବିବାଦ ବଢିଯାଇଥିଲା। ଦାଦର ପୋଲିସ ଷ୍ଟେସନ ଅଞ୍ଚଳରେ ଉଭୟ ଗୋଷ୍ଠୀ ପୁଣି ଥରେ ମୁହାଁମୁହିଁ ହୋଇଥିଲେ। ଗତ ରାତିରେ ପ୍ରଭଦେବୀରେ ହୋଇଥିବା ଲଢେଇରେ ଠାକୁର ଗୋଷ୍ଠୀର ବିଭାଗ ମୁଖ୍ୟ ମହେଶ ସାୱନ୍ତ ଏବଂ ଅନ୍ୟ କର୍ମୀମାନେ ସିନ୍ଦେ ଗୋଷ୍ଠୀର ଶାଖା ମୁଖ୍ୟ ସନ୍ତୋଷ ତେଲଭନେଙ୍କୁ ଧକ୍କା ଦେବା, ମାରପିଟ କରିବା ଏବଂ ବେକରୁ ସୁନା ଚେନ ଚୋରି କରିଥିବା ଅଭିଯୋଗ କରିଛନ୍ତି। ଅନ୍ୟପଟେ ଠାକରେ ଗୋଷ୍ଠୀ ଉପରେ ସିନ୍ଦେ ଗୋଷ୍ଠୀର ବିଧାୟକ ସଦା ସରବଣକର ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ ଏହି…
ଭୁବନେଶ୍ବର: କାର୍ତ୍ତିକ ମାସରେ ବିଧବା ମହିଳାମାନେ ହବିଷ୍ୟ କରିଥାନ୍ତି। ସେଥିପାଇଁ ଏହି ମାସ ସାରା ପୁରୀରେ ଭିଡ ରହିଥାଏ। ଏହି ଭିଡକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବ୍ରତଧାରୀଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଛନ୍ତି। ସେହି ଅନୁସାରେ ସେମାନଙ୍କ ପାଇଁ ପୁରୀରେ ମାଗଣା ରହିବା ଏବଂ ଅଭଡା ଖାଇବା ପାଇଁ ବ୍ୟବସ୍ଥା କରାଯାଇଛି। ରାଈଦାମୋଦର ବ୍ରତ ପାଳନ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ବ୍ୟବସ୍ଥା ହୋଇଛି। ତେବେ ଏହି ସୁବିଧା ଯେଉଁମାନେ ନେବେ ସେମାନେ ପ୍ରଥମେ ବୁକିଂ କରିବାକୁ ପଡିବ। ସେଥିପାଇଁ ହ୍ବାଟସଆପ କିମ୍ବା ଫୋନ କରି ଏହି ବୁକିଂ କରାଯାଇପାରିବ। ଏ ନେଇ ପୁରୀ ପ୍ରଶାସନ ତରଫରୁ ନମ୍ବର ଜାରୀ କରାଯାଇଛି। ହ୍ବାଟସଆପ ନମ୍ବର ହେଲା ୯୪୩୭୩୩୩୮୨୩ ସେହିପରି ଜିଲ୍ଲା କାର୍ୟ୍ୟାଳୟ ନମ୍ବର ୦୬୭୫୨-୨୨୨୬୬୪ ରେ କଲ କରି ବିସ୍ତୁତ ତଥ୍ୟ ଜାଣିପାରିବେ। ତେବେ ଏହି ବୁକିଂ ଚଳିତ ସେପ୍ଟେମ୍ବର ୧୩ ତାରିଖରୁ ୨୯ ତାରିଖ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫ ହଜାର ୭୬ ଟି କରୋନା ମାମଲା ଚିହ୍ନଟ ହୋଇଛି। ବର୍ତ୍ତମାନ ଦେଶରେ ମୋଟ ମାମଲା ୪ କୋଟି ୪୪ ଲକ୍ଷ ୯୫ ହଜାର ୩୫୯ କୁ ବୃଦ୍ଧି ପାଇଛି। ଏହା ସହିତ ସକ୍ରିୟ ମାମଲା ସଂଖ୍ୟା ୪୭,୯୪୫ କୁ ଖସି ଆସିଛି। ଆଜି ମିଳିଥିବା କରୋନା ମାମଲା ପୂର୍ବ ଦିନ ତୁଳନାରେ କମ୍ ଅଟେ। ସେପ୍ଟେମ୍ବର ୧୦ ତାରିଖରେ ଦେଶରେ ୫ ହଜାର ୫୫୪ ମାମଲା ଦେଖିବାକୁ ମିଳିଥିଲା। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ମଧ୍ୟ ହ୍ରାସ ଘଟିଛି। ସକ୍ରିୟ ମାମଲା ସଂଖ୍ୟା ୪୭,୯୪୫ କୁ ଖସି ଆସିଛି। ଏପର୍ଯ୍ୟନ୍ତ ୪ କୋଟି ୩୯ ଲକ୍ଷ ୧୯ ହଜାର ୨୬୪ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ଏଥିସହିତ ମୃତକଙ୍କ ସଂଖ୍ୟା ୫ ଲକ୍ଷ ୨୮ ହଜାର ୧୫୦ ରେ ପହଞ୍ଚିଛି।
ନୂଆଦିଲ୍ଲୀ: କଂଗ୍ରେସର ବରିଷ୍ଠ ନେତାଙ୍କ ଏକ ଦାବି ପରେ ଦଳର ସଭାପତି ପଦ ପାଇଁ ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ପୂର୍ବରୁ ଭୋଟ୍ ପ୍ରକ୍ରିୟାରେ ଏକ ବଡ଼ ପରିବର୍ତ୍ତନ କରିବାକୁ ରାଜି ହୋଇଛି। କଂଗ୍ରେସ ସଭାପତି ପଦ ପାଇଁ ନାମାଙ୍କନ ଦାଖଲ କରିବାକୁ ଚାହୁଁଥିବା ବ୍ୟକ୍ତି ନିର୍ବାଚକ ମଣ୍ଡଳ ଗଠନ କରୁଥିବା ସମସ୍ତ ୯ ହଜାର ପ୍ରତିନିଧୀଙ୍କ ତାଲିକା ଦେଖିପାରିବେ। କଂଗ୍ରେସ ନେତା ସି କହିଛନ୍ତି ଯେ, ସେପ୍ଟେମ୍ବର ୨୦ ତାରିଖରୁ ଏହି ତାଲିକା ଦଳର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ କାର୍ଯ୍ୟାଳୟରେ ଉପଲବ୍ଧ ହେବ। ନିର୍ବାଚନ ପ୍ରକ୍ରିୟାରେ ସ୍ୱଚ୍ଛତା, ନିରପେକ୍ଷତା ଦାବି କରି ଶଶି ଥରୁର, କାର୍ତ୍ତି ଚିଦାମ୍ବରମ୍ ଏବଂ ମନୀଷ ତିୱାରୀଙ୍କ ସମେତ ପାଞ୍ଚଜଣ ସାଂସଦ ମିସ୍ତ୍ରୀଙ୍କୁ ଚିଠି ଲେଖିବା ପରେ ଏହି ପଦକ୍ଷେପ ନିଆଯାଇଛି। ଅକ୍ଟୋବର ୧୭ ତାରିଖରେ କଂଗ୍ରେସ ସଭାପତି ନିର୍ବାଚନ ଅନୁଷ୍ଠିତ ହେବ ଏବଂ ସେପ୍ଟେମ୍ବର ୨୪ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରାଯାଇପାରିବ। ଦଳର…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୬୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୪୫ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୪୩ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୪୪ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୧୦୧ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୩ ବରଗଡ ଜିଲ୍ଲାରୁ- ୧ ଭଦ୍ରକ ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୧୨ ବୌଦ୍ଧ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୨ ଦେବଗଡ ଜିଲ୍ଲାରୁ- ୨ ଗଞ୍ଜାମ ଜିଲ୍ଲାରୁ- ୪ ଜଗତସିଂହପୁର ଜିଲ୍ଲାରୁ- ୩ ଯାଜପୁର ଜିଲ୍ଲାରୁ- ୭ ଝାରସୁଗୁଡା ଜିଲ୍ଲାରୁ- ୩ କଳାହାଣ୍ଡି ଜିଲ୍ଲାରୁ- ୬ କନ୍ଧମାଳ ଜିଲ୍ଲାରୁ- ୪ କେନ୍ଦ୍ରପଡା ଜିଲ୍ଲାରୁ- ୨ କେନ୍ଦୁଝର ଜିଲ୍ଲାରୁ- ୬ ଖୋର୍ଦ୍ଧା ଜିଲ୍ଲାରୁ- ୩୩ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୮ ନବରଙ୍ଗପୁର…
ଭୁବନେଶ୍ବର: ଦକ୍ଷିଣ ଓଡିଶା ଏବଂ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସୁଦୃଶ ଲଘୁଚାପ କ୍ଷେତ୍ର ଘନୀଭୂତ ହୋଇ ଅବପାତ ରେ ପରିଣତ ହୋଇଛି। ଏ ନେଇ ଭୁବନେଶ୍ବର ପାଣିପାଗ ବିଭାଗ ସୂଚନା ଦେଇଛି। ଏହା ଫଳରେ ଆଜି ୧୦ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ବୋଲି ପାଣିପାଗ ବିଭାଗ କହିଛି। ପୂର୍ବର ସକ୍ରିୟ ସୁଦୃଶ ଲଘୁଚାପ କ୍ଷେତ୍ର ପ୍ରଭାବରେ ଉପକୂଳ ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡିକରେ ଲାଗି ରହିଛି ବର୍ଷା। ଆଜି ମଧ୍ୟ ରାଜ୍ୟରେ ବିସ୍ତୃତି ବର୍ଷା ସହ ୧୦ଟି ଜିଲ୍ଲାରେ ପ୍ରବଳ ରୁ ଅତିପ୍ରବଳ ବର୍ଷା ର ସମ୍ଭାବନା ରହିଛି। ସେଗୁଡିକ ହେଲା ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ରାୟଗଡା, ନବରଂଗପୁର, ବଲାଙ୍ଗିର, କୋରାପୁଟ, ବୌଦ୍ଧ ଏବଂ ନୟାଗଡ। ଏହାର ପ୍ରଭାବରେ ଓଡିଶା ଉପକୂଳରେ ସମୁଦ୍ର ଅଶାନ୍ତ ଥିବାରୁ ୧୨ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବା ପାଇଁ ମନା କରାଯାଇଛି।
ଭୁବନେଶ୍ବର: ଆସନ୍ତା ମଙ୍ଗଳବାର 13 ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଦିନିଆ ମୁମ୍ବାଇ ଗସ୍ତରେ ଯିବେ। ଏ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ସେ ମୁମ୍ବାଇରେ ଆୟୋଜିତ ଇନଭେଷ୍ଟର ମିଟ୍ ରେ ଯୋଗ ଦେବେ। ଆସନ୍ତା ମେକ ଇନ ଓଡିଶା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ମୁଖ୍ୟମନ୍ତ୍ରୀ ଶିଳ୍ପପତିଙ୍କୁ ଅନୁରୋଧ କରିବେ। ମୁଖ୍ୟମନ୍ତ୍ର ମଙ୍ଗଳବାରରେ ମୁମ୍ବାଇରେ ପହଁଚିବେ। ଏହାପରେ ବୁଧବାର ଦିନ ହେବ ଇନଭେଷ୍ଟର ମିଟ। ଏଥିରେ ଯୋଗଦେବା ପରେ ସେ ଗୁରୁବାର ଦିନ ଭୁବନେଶ୍ବର ଫେରିବେ। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସେଠାରେ ଶିଳ୍ପବିଭାଗର ପ୍ରମୁଖ ସଚିବ ହେମନ୍ତ ଶର୍ମା ଯାଇଛନ୍ତି। ଫିକି ସହିତ ସାମିଲ ହୋଇ ଏହି କାର୍ଯ୍ୟକ୍ରମ କରାଯିବ। ଏଥିରେ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର ମଧ୍ୟ ଯୋଗଦେବେ।
ବୈଦିକ ଜ୍ୟୋତିଷ: ବୈଦିକ ଜ୍ୟୋତିଷ ଅନୁଯାୟୀ, ନାମର ପ୍ରଥମ ଅକ୍ଷର ଜଣେ ବ୍ୟକ୍ତିଙ୍କ ଜନ୍ମ ସମୟରେ ଗ୍ରହ ଏବଂ ନକ୍ଷତ୍ରଗୁଡିକର ସ୍ଥିତି ବିଷୟରେ ସୂଚନା ଦେଇଥାଏ। ଏହାକୁ ଆଧାର କରି ବ୍ୟକ୍ତିର ପ୍ରକୃତି ଏବଂ ତାଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ ଜିନିଷ ଜାଣିହେବ। ‘ଡବ୍ଲୁ’ ଅକ୍ଷରର ଅନେକ ଗୁଣ ଅଛି। ଏହି ନାମ ଥିବା ଲୋକମାନେ ଆହ୍ୱାନକୁ ଭଲ ପାଆନ୍ତି। ଏହି ଲୋକମାନେ ବହୁତ ବୁଦ୍ଧିମାନ ଏବଂ ନିଜ ପରି ଲୋକଙ୍କ ସହ ସମ୍ପର୍କ ରଖିବାକୁ ପସନ୍ଦ କରନ୍ତି। ଆସନ୍ତୁ ଜାଣିବା ‘ଡବ୍ଲୁ’ ଅକ୍ଷର ନାମରେ ନାମିତ ଲୋକଙ୍କ ବ୍ୟକ୍ତିତ୍ୱ କ’ଣ? ଏହି ନାମର ଲୋକମାନେ ସଫଳତା ପାଇବା ପାଇଁ କେବେ ସହଜ ରାସ୍ତା ବାଛନ୍ତି ନାହିଁ। ସେମାନେ ଚ୍ୟାଲେଞ୍ଜ ପସନ୍ଦ କରନ୍ତି। ଏହି ଲୋକମାନେ ଏପରି ପଦବୀରେ କାମ କରିବାକୁ ଚାହାଁନ୍ତି, ଯାହା ଚ୍ୟାଲେଞ୍ଜପୂର୍ଣ୍ଣ ହୋଇଥିବ। ‘ଡବ୍ଲୁ’ ଅକ୍ଷରର ନାମ ଥିବା ବ୍ୟକ୍ତିମାନେ ବୁଦ୍ଧିମାନ ଲୋକଙ୍କ ପ୍ରତି ଅଧିକ ଆଗ୍ରହୀ।…

