Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଚାଷୀଙ୍କ ପାଇଁ କୃଷି ବିଭାଗର ନୂଆ ପଦକ୍ଷେପ, ୩୦ ଅଧିକାରୀଙ୍କୁ ଜିଲ୍ଲା ନୋଡାଲ ଅଫିସର ନିଯୁକ୍ତି
ଜାତୀୟ ଖବର

ଚାଷୀଙ୍କ ପାଇଁ କୃଷି ବିଭାଗର ନୂଆ ପଦକ୍ଷେପ, ୩୦ ଅଧିକାରୀଙ୍କୁ ଜିଲ୍ଲା ନୋଡାଲ ଅଫିସର ନିଯୁକ୍ତି

September 14, 2022No Comments2 Mins Read
Share Facebook Twitter LinkedIn Email WhatsApp Copy Link
ଚାଷୀଙ୍କ ଉନ୍ନତି ପାଇଁ କୃଷି ବିଭାଗର ନୂଆ ପଦକ୍ଷେପ, ୩୦ ଅଧିକାରୀଙ୍କୁ ଜିଲ୍ଲା ନୋଡାଲ ଅଫିସର ନିଯୁକ୍ତି

ଭୁବନେଶ୍ବର: କୃଷି ଓ କୃଷକଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରଣୟନ କରିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ କରି ଚାଷୀମାନଙ୍କ ନିକଟରେ ଏହାର ସୁଫଳ ପହଞ୍ଚାଇବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ବିଶେଷ ପଦକ୍ଷେପ ଗ୍ରହଣ କରାଯାଇଛି।

ଏହି ପରିପ୍ରେକ୍ଷୀରେ ଚାଷର ସ୍ଥିତି ଓ ଯୋଜନାଗୁଡ଼ିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ତଦାରଖ ନିମନ୍ତେ ବିଭାଗ ପକ୍ଷରୁ ୩୦ ଜଣ ବରିଷ୍ଠ ଅଧିକାରୀଙ୍କୁ ୩୦ଟି ଜିଲ୍ଲାର ନୋଡାଲ ଅଧିକାରୀ ଭାବରେ ନିୟୋଜିତ କରାଯାଇଛି।

ନୋଡାଲ ଅଧିକାରୀମାନେ ପ୍ରତିମାସରେ ଜିଲ୍ଲା ଗସ୍ତ କରି ଜିଲ୍ଲାରେ ଚାଷର ସ୍ଥିତି, କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନାର ଅଗ୍ରଗତି, ଉଦ୍ୟାନ କୃଷି, ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ସମୀକ୍ଷା କରି କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କୃଷି ଓ ଖାଦ୍ୟ ଉତ୍ପାଦନ, ଉଦ୍ୟାନ କୃଷି ଏବଂ ମୃତ୍ତିକା ସଂରକ୍ଷଣ ଓ ଜଳବିଭାଜିକା ଉନ୍ନୟନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକମାନଙ୍କ ସମେତ ବିଭାଗୀୟ ଅତିରିକ୍ତ ଶାସନ ସଚିବ, ଯୁଗ୍ମ ଶାସନ ସଚିବ, ଯୁଗ୍ମ ନିର୍ଦ୍ଦେଶକ ଆଦି ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲାର ନୋଡାଲ ଅଧିକାରୀ ଭାବେ ଦାୟିତ୍ୱ ଦିଆଯାଇଛି।

ନୋଡାଲ ଅଧିକାରୀମାନେ ଜିଲ୍ଲାଗସ୍ତ ସମୟରେ ଚାଷୀମାନଙ୍କୁ ବିହନ, ସାର, କୀଟନାଶକ ଓ ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ସ୍ଥିତି, ଫସଲ ଋଣ ଯୋଗାଣ, ବଳରାମ ଯୋଜନାରେ ଯୁଗ୍ମଦେୟ ଗୋଷ୍ଠୀଙ୍କୁ ଋଣ ପ୍ରଦାନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଓଡ଼ିଶା ମିଲେଟ୍‌ ମିଶନ, କ୍ଷେତପୋଖରୀ ଖନନ, ଫସଲ ଚାଷରେ ବିବିଧିକରଣ, ସୌର ଜଳନିଧି ପ୍ରକଳ୍ପ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଋଣ ଯୋଗାଣ ଆଦିର ଧାର୍ଯ୍ୟ ଲକ୍ଷ୍ୟ ଏବଂ ଏହାର ପୂରଣର ସମୀକ୍ଷା କରିବେ।

ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଚାଷ ସମେତ ଆଳୁ, ମସଲାଚାଷ, ବ୍ଲକ୍‌ସ୍ତରୀୟ ନର୍ସରୀ, ପ୍ରଧାନମନ୍ତ୍ରୀ କୃଷି ସିଚାଇ ଯୋଜନା, ଏମ୍‌ଜିଏନ୍‌ଆର୍‌ଇଜିଏରେ ବୃକ୍ଷରୋପଣ ଆଦି ସଂପର୍କରେ ସବିଶେଷ ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ସହିତ ଯୋଜନାଗୁଡ଼ିକୁ ତ୍ୱରାନ୍ୱିତ କରିବା ପାଇଁ ଆବଶ୍ୟକ ପ୍ରସ୍ତାବ ଦେବେ।

ନୋଡାଲ ଅଧିକାରୀମାନେ ସେମାନଙ୍କ ଗସ୍ତ ସମୟରେ ବିହନ, ମୃତ୍ତିକା, ସାର ଓ କୀଟନାଶକ ପରୀକ୍ଷାଗାର, ଡିଲର ପଏଣ୍ଟ, କୃଷି ଏବଂ ଉଦ୍ୟାନ କୃଷି ଫାର୍ମ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ପ୍ରତିଷ୍ଠିତ ପ୍ରକଳ୍ପ, ଆଗ୍ରୋ ସର୍ଭିସ ସେଣ୍ଟର, ଯୁଗ୍ମଦେୟ ଗୋଷ୍ଠୀଗୁଡ଼ିକ ନିୟମିତ ପରିଦର୍ଶନ କରି ହିତାଧିକାରୀ ଏବଂ ଉଦ୍ୟୋଗୀମାନଙ୍କ ସହିତ ଆଲୋଚନା କରିବା ପାଇଁ କୁହାଯାଇଛି।

ଏତଦ୍‌ବ୍ୟତୀତ ସମନ୍ୱିତ କୃଷି ଫାର୍ମ, ଏମ୍‌ଜିଏନ୍‌ଆର୍‌ଇଜିଏରେ ଫାର୍ମ ପଣ୍ଡ ଖନନ, କୂପ ଖନନ, ଭର୍ମି କମ୍ପୋଷ୍ଟ ୟୁନିଟ୍‌, ଅଣଧାନ ଫସଲ, ଡାଲି, ତୈଳବୀଜ, ମାଣ୍ଡିଆ, କପା, ଝୋଟ ଆଦିି ସଂଗ୍ରହ କେନ୍ଦ୍ର ପରିଦର୍ଶନ କରିବେ। ଏଥି ସହିତ କୃଷିରେ ଅଧିକ ସଂଖ୍ୟକ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ କରିବା ଓ ‘ଆମ କୃଷି’ର ହିତାଧିକାରୀଙ୍କୁ ଭେଟି ଆଲୋଚନା କରିବା ଉପରେ ମଧ୍ୟ ଗୁରୁତ୍ୱ ପ୍ରଦାନ କରାଯାଇଛି।

କୃଷି ଓ କୃଷକ ସଶକ୍ତିକରଣ ବିଭାଗ
Share. Facebook Twitter LinkedIn Email WhatsApp Copy Link

Related Posts

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026

ଦୁର୍ଗାପୂଜା ପାଇଁ ଭୁବନେଶ୍ୱରରେ ୧୯ ରୁ ୨୪ ପର୍ଯ୍ୟନ୍ତ ନୂଆ ଟ୍ରାଫିକ୍ କଟକଣା

October 14, 2026

ମମତା ବାନାର୍ଜୀଙ୍କୁ ଛୁରୀରେ ଆକ୍ରମଣ ଉଦ୍ୟମ: ମହିଳା ଅଟକ

October 14, 2026
Latest News

୫ ଦିନିଆ ନ୍ୟାୟିକ ହେପାଜତକୁ ଗଲେ ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ

October 14, 2026

ଭାରତ ଗସ୍ତରେ ଆସିବେ ଆମେରିକା ବୈଦେଶିକ ସଚିବ ମାର୍କୋ ରୁବିଓ

October 14, 2026

ଦିଲ୍ଲୀ କ୍ୟାପିଟାଲ୍ସର ଆସିଷ୍ଟାଣ୍ଟ୍ ଓ ବ୍ୟାଟିଂ କୋଚ୍ ହେଲେ ଯୁବରାଜ ସିଂହ

October 14, 2026

ଏସିଆନ୍ ଚାମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ହକି ଟିମ୍ ଘୋଷିତ

October 14, 2026

ନବରାତ୍ରୀ ସମୟରେ ଆପଣ ଏହି ସବୁ ସ୍ଵପ୍ନ ଦେଖୁଛନ୍ତି କି?: ତେବେ ମାତା ଦୂର୍ଗାଙ୍କ ପାଇବେ ଆଶୀର୍ବାଦ

October 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.