Author: Samikhsya Bureau

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୪ ହଜାର ୩୫୫ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ, କରୋନାରୁ ୫ ହଜାର ୧୭୮ ଜଣ ଲୋକ କରୋନାରୁ ସୁସ୍ଥ ହୋଇଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ସାରା ଦେଶରେ କରୋନା ସଂକ୍ରମଣ ହେତୁ ୬ ଜଣଙ୍କର ମୃତ୍ୟୁ ଘଟିଛି। ଏହା ସହିତ ସମଗ୍ର ଦେଶରେ କରୋନା ରୋଗର ମୋଟ ସକ୍ରିୟ ମାମଲା ୪୬ ହଜାର ୩୪୭କୁ ଖସି ଆସିଛି।

Read More

ଚିଲିକା: ଖୋର୍ଦ୍ଧା ଜିଲା ଚିଲିକା ବ୍ଲକ ଚାଷଙ୍ଗରା ଗ୍ରାମସ୍ଥିତ ଭାଲେରୀ ଉଚ୍ଚ ବିଦ୍ୟାଳୟର ୨୦୦୧ ବ୍ୟାଚର ଦଶମ ଶ୍ରେଣୀରେ ଅଧ୍ୟୟନ କରିଥିବା ଛାତ୍ର ଛାତ୍ରୀ ମାନଙ୍କର ଏକ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇ ଦଶନ୍ଧି ପରେ ଆନନ୍ଦ ଉଲ୍ଲାସର ସହ ବାଣପୁର ଶାଳିଆ ଡ୍ୟାମ ନିକଟସ୍ଥ ମା’ ତାରିଣୀ ଦେବୀଙ୍କ ପୀଠରେ ଏହି ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି। ଅନୁଷ୍ଠିତ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଦୀର୍ଘ ଦୁଇ ଦଶନ୍ଧି ପରେ ଆୟୋଜନ ଜରାଯାଇଥିବାରୁ ପୁରାତନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ୍ୟରେ ନାହିଁ ନଥିବା ଉତ୍ସହ ଦେଖା ଦେଇଥିଲା। ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମସ୍ତେ ସ୍କୁଲ୍ ଦିନର ଅଭୁଲା ଅତୀତର ସ୍ମୁତିକୁ ରୋମାଞ୍ଚନ କରିଥିଲେ। ଏହି ଅବସରରେ ପିଲା ଦିନର ସ୍ମୁତିକୁ ଉଜ୍ଜୀବିତ ଜରିବା ପାଇଁ କବିତା, ନାଚ, ଗୀତ ଆୟୋଜନ କରାଯାଇଥିଲା। ଏଥିରେ ପୁରାତନ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ନିଜକୁ ହଜାଇ ଦେଇଥିଲେ। ଆସନ୍ତା…

Read More

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ସହିତ ମିଳିତ ମେଣ୍ଟ ଭାଙ୍ଗିବା ପରେ ସୁଭାସପାର ସଭାପତି ଓମ ପ୍ରକାଶ ରାଜଭରଙ୍କ ଅସୁବିଧା କମ୍ ହେବାର ନାମ ନେଉନାହିଁ। ତାଙ୍କ ଦଳରେ କ୍ରମାଗତ ଇସ୍ତଫା ବଢିବାରେ ଲାଗିଛି। ସୋମବାର ପୁଣି ଥରେ ରାଜଭରଙ୍କୁ ଟିକେଟ୍ ନାମରେ ଟଙ୍କା ନେଉଥିବା ଅଭିଯୋଗ କରି ଡଜନ କାର୍ଯ୍ୟକର୍ତ୍ତା ଦଳରୁ ଇସ୍ତଫା ଦେଇଛନ୍ତି। ସୁଭାସପା କିଷାନ ମୋର୍ଚ୍ଚାର ରାଜ୍ୟ ସଭାପତି ମାଷ୍ଟର ରାଧେଶ୍ୟାମ ସିଂଙ୍କ ସମେତ କୁଶୀନଗରର ଜିଲ୍ଲା ସଭାପତି ଏବଂ ଜିଲ୍ଲା ପ୍ରଭାରୀ ସହିତ ଏକ ଡଜନ ଦଳର ନେତା ରାଜଭରଙ୍କ ଠାରୁ ବିଦାୟ ନେଇଛନ୍ତି। ଯେଉଁମାନେ ଇସ୍ତଫା ଦେଇଛନ୍ତି ସେମାନଙ୍କ ମଧ୍ୟରେ କୁଶୀନଗର ଜିଲ୍ଲା ସଭାପତି, ଜିଲ୍ଲା ପ୍ରଭାରୀ ଏବଂ ଜିଲ୍ଲା ସଚିବଙ୍କ ନାମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଇଛି। ରାଜ୍ୟ କାର୍ଯ୍ୟାଳୟକୁ ଇସ୍ତଫା ପଠାଇବା ପୂର୍ବରୁ ଦଳର ବରିଷ୍ଠ କର୍ମୀମାନେ ପୂର୍ବତନ ମନ୍ତ୍ରୀ ତଥା ସୁଭାସପା ମୁଖ୍ୟଙ୍କ ବିରୋଧରେ ଅତ୍ୟନ୍ତ ଗମ୍ଭୀର ଅଭିଯୋଗ ଆଣିଛନ୍ତି। ପ୍ରଥମ ଦିନରୁ…

Read More

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବରେଲି ଜିଲ୍ଲାରେ ଚାର୍ଜିଂ ମୋଡରେ ରଖାଯାଇଥିବା ମୋବାଇଲ୍ ଫୋନର ବ୍ୟାଟେରୀ ହଠାତ୍ ବିସ୍ଫୋରଣ ହେବା ପରେ ଜଣେ ଆଠ ମାସର ଝିଅର ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି। କୁହାଯାଉଛି ଯେ, ମୋବାଇଲ୍ ପ୍ରାୟ ୬ ମାସ ପୂର୍ବରୁ କିଣାଯାଇଥିଲା। ଫୋନ୍ ଚାର୍ଜ କରିବା ପାଇଁ ଏକ ସୌର ପ୍ୟାନେଲ ସହିତ ସଂଯୁକ୍ତ ଏକ ସୁଇଚ୍ ରେ ପ୍ଲଗ୍ କରାଯାଇଥିଲା। ବିସ୍ଫୋରଣ ସମୟରେ ନେହାଙ୍କ ମା କୁସୁମ କାଶ୍ୟପ କୋଠରୀରେ ନଥିଲେ। ମା ବିସ୍ଫୋରଣର ଉଚ୍ଚ ସ୍ୱର ଶୁଣି ସେ କୋଠରୀକୁ ଦୌଡିଡ଼ିଯାଇ ଦେଖିଲେ ଯେ ଝିଅଟି ଗୁରୁତର ଭାବରେ ଜଳି ଯାଇଛି। ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା, ସେଠାରେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା। ପୋଲିସ କହିଛି ଯେ, ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପଞ୍ଜୀକୃତ ହୋଇନାହିଁ, କିନ୍ତୁ ଏହା ପିତାମାତାଙ୍କ ଅବହେଳାର ମାମଲା। ଶିଶୁର ପିତା ସୁନୀଲ କୁମାର କାଶ୍ୟପ (୩୦) ଜଣେ…

Read More

ସିକନ୍ଦରାବାଦ: ସୋମବାର ରାତିରେ ହାଇଦ୍ରାବାଦର ସିକନ୍ଦରାବାଦର ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଆଠ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଗୁରୁତର ଆହତ ହୋଇଛନ୍ତି। ସୂଚନାନୁସାରେ, ରୁବି ହୋଟେଲ ବିଲ୍ଡିଂର ତଳ ମହଲାରେ କାର୍ଯ୍ୟ କରୁଥିବା ବୈଦ୍ୟୁତିକ ଯାନ ଶୋ’ରୁମରେ ଏକ ବାଇକର ବ୍ୟାଟେରୀ ବିସ୍ଫୋରଣ ହୋଇଥିଲା, ଏହା ପରେ ନିଆଁ ସମଗ୍ର କୋଠାକୁ ବ୍ୟାପୀ ଯାଇଥିଲା। ନିଆଁ ଲାଗିବା ପରେ ଏହି ଅଞ୍ଚଳର ଲୋକମାନେ ଭୟଭୀତ ହୋଇଯାଇଥିଲା ଏବଂ ଅନେକ ଲୋକ ନିଜ ଜୀବନ ବଞ୍ଚାଇବା ପାଇଁ ଉପର ମହଲାରୁ ଡେଇଁପଡିଥିଲେ। ତେଲେଙ୍ଗାନା ଗୃହମନ୍ତ୍ରୀ ମହମ୍ମଦ ମହମୁଦ ଅଲି ମଧ୍ୟ ଦୁଃଖ ପ୍ରକାଶ କରି କହିଛନ୍ତି ଯେ, ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଘଟଣା। ଲୋକଙ୍କୁ ଲଜରୁ ବାହାର କରିବା ପାଇଁ ଫାୟାର ବ୍ରିଗେଡ୍ ଦଳ ଯଥାସମ୍ଭବ ଚେଷ୍ଟା କରିଥିଲେ। କିନ୍ତୁ ପ୍ରବଳ ଧୂଆଁ ଯୋଗୁଁ କିଛି ଲୋକଙ୍କର ମୃତ୍ୟୁ ହୋଇଥିଲା। କିଛି ଲୋକଙ୍କୁ ଲଜରୁ ଉଦ୍ଧାର କରାଯାଇଛି।…

Read More

ଭୁବନେଶ୍ବର: ଆଜିଠାରୁ ତିନି ଦିନିଆ ମୁମ୍ବାଇ ଗସ୍ତରେ ଯାଉଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆସନ୍ତାକାଲି ସେ ମୁମ୍ବାଇରେ ଆୟୋଜିତ ହେଉଥିବା ଇନଭେଷ୍ଟର୍ସ ମିଟରେ ଯୋଗଦେବେ। ଏଥିରେ ଦେଶର ବିଶିଷ୍ଟ ଶିଳ୍ପପତିମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହା ମୁମ୍ବାଇର ଟ୍ରାଇଡେଣ୍ଟ ହୋଟେଲରେ ଆୟୋଜିତ ହେବ। ନବୀନ ଦିନ ୧୧ ରୁ ୧. ୩୦ ପର୍ଯ୍ୟନ୍ତ ଶିଳ୍ପପତିମାନଙ୍କ ସହ ଆଲୋଚନା କରିବେ। ଏହି କାର୍ଯ୍ୟକ୍ରମରେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଆଦିତ୍ୟ ବିର୍ଲା ଗ୍ରୃପର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା, ବେଦାନ୍ତ ରିସୋର୍ସ ଚେୟାରମ୍ୟାନ୍ ଅନୀଲ୍ ଅଗ୍ରଓ୍ବାଲ୍ ଓ ନିଲକମଲ୍ ଲିମିଟେଡର ମ୍ୟାନେଜିଂ ଡାଇରେକ୍ଟର ହିତେନ୍ ପାରେଖଙ୍କ ଭଳି ଶିଳ୍ପପତିମାନେ ଯୋଗଦେବେ। ସେହିପରି ଏଲଆଣ୍ଡଟି ଏବଂ ଏସିୟାନ ପେଣ୍ଟସ ଉଚ୍ଚ ପଦସ୍ଥ ଅଧିକାରୀମାନେ ମଧ୍ୟ ଯୋଗଦେବେ। ଶିଳ୍ପ ବିଭାଗର କାର୍ଯ୍ୟକ୍ରମ ଅନୁଯାୟୀ ନବୀନ ସଂଧ୍ୟା ୫ଟା ରୁ ୫ଟା ୩୦ ଭିତରେ କୁମାର ମଙ୍ଗଲମ୍ ବିର୍ଲା, ୫.୩୦ରୁ ୬ଟା ଭିତରେ ଅନୀଲ୍ ଅଗ୍ରୱାଲଙ୍କ…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ୧୯୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୫୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୫୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୯୩ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୬୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୧ ବରଗଡ ଜିଲ୍ଲାରୁ- ୭ ବଲାଙ୍ଗୀରି ଜିଲ୍ଲାରୁ- ୭ କଟକ ଜିଲ୍ଲାରୁ- ୨୬ ଦେବଗଡ ଜିଲ୍ଲାରୁ- ୩ ଢେଙ୍କାନାଳ ଜିଲ୍ଲାରୁ- ୩ ଗଞ୍ଜାମ ଜିଲ୍ଲାରୁ- ୪ ଜଗତସିଂହପୁର ଜିଲ୍ଲାରୁ- ୬ ଯାଜପୁର ଜିଲ୍ଲାରୁ- ୩ ଝାରସୁଗୁଡା ଜିଲ୍ଲାରୁ- ୧ କଳାହାଣ୍ଡି ଜିଲ୍ଲାରୁ- ୪ କନ୍ଧମାଳ ଜିଲ୍ଲାରୁ- ୪ କେନ୍ଦ୍ରପଡା ଜିଲ୍ଲାରୁ- ୧ ଖୋର୍ଦ୍ଧା ଜିଲ୍ଲାରୁ- ୨୮ କୋରାପୁଟ ଜିଲ୍ଲାରୁ- ୨ ମୟୂରଭଞ୍ଜ ଜିଲ୍ଲାରୁ- ୨ ନବରଙ୍ଗପୁର ଜିଲ୍ଲାରୁ- ୪ ନୟାଗଡ ଜିଲ୍ଲାରୁ- ୫ ନୂଆପଡା ଜିଲ୍ଲାରୁ-…

Read More

ନୂଆଦିଲ୍ଲୀ: ଆଜିକାଲି ଲୋକମାନେ ପ୍ୟାକ୍ ହୋଇଥିବା ଜିନିଷ ବ୍ୟବହାର କରନ୍ତି ଯାହାର ସମୟସୀମା ସେମାନଙ୍କ ଉପରେ ଲେଖା ହୋଇଛି। ମିଆଦ ପୂର୍ଣ୍ଣ ତାରିଖ ପରେ ଜିନିଷ ବ୍ୟବହାର କରିବା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ। ତେଣୁ ଏହିପରି ଜିନିଷଗୁଡିକ ବ୍ୟବହାର କରାଯିବା ଉଚିତ୍ ନୁହେଁ। ମିଆଦ ପୂର୍ଣ୍ଣ ତାରିଖ ଦେଖିବା ପରେ ଲୋକମାନେ ଜିନିଷ ଫିଙ୍ଗନ୍ତି, କିନ୍ତୁ ଆପଣ ଜାଣନ୍ତି କି କିଛି ଜିନିଷର ମିଆଦ ପୂର୍ଣ୍ଣ ତାରିଖ ପରେ ମଧ୍ୟ ଜିନିଷ ଖରାପ ହୁଏ ନାହିଁ। ଆପଣଙ୍କ ରୋଷେଇ ଘରେ ଏପରି ଅନେକ ଜିନିଷ ଅଛି। ଯାହାକି ସମାପ୍ତି ତାରିଖ ପରେ ମଧ୍ୟ ଆପଣ ବ୍ୟବହାର କରିପାରିବେ। ଯଦି ଆପଣ ଏହି ଜିନିଷଗୁଡ଼ିକୁ ସଠିକ୍ ଭାବରେ ଗଚ୍ଛିତ କରନ୍ତି ତେବେ ସେଗୁଡିକ ବର୍ଷ ବର୍ଷ ଧରି ବ୍ୟବହୃତ ହୋଇପାରେ। ମହୁ- ଯଦି ଆପଣ ମହୁକୁ ଏକ ଏୟାରଟାଇଟ୍ ପାତ୍ରରେ ରଖନ୍ତି, ତେବେ ଏହା ବର୍ଷ ବର୍ଷ ଧରି ନଷ୍ଟ…

Read More

ବିଦୁର ନୀତି: ମହାତ୍ମା ବିଦୁରଙ୍କ ନାମ ମଧ୍ୟ ଭାରତର ମହାନ ଚିନ୍ତକ ଏବଂ ପଣ୍ଡିତମାନଙ୍କ ମଧ୍ୟରେ ନିଆଯାଇଛି। ମହାତ୍ମା ବିଦୁର ଜଣେ ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତି ଥିଲେ। ତାଙ୍କ ବିଦୁର ନୀତିରେ ଅନେକ ଜନ କଲ୍ୟାଣ ଜିନିଷ କୁହାଯାଇଛି। ତାଙ୍କର ଏହି ଧାରଣା ଆଜିର ପରି ପ୍ରାସଙ୍ଗିକ ଅଟେ। ମହାତ୍ମା ବିଦୁରଙ୍କ ନୀତିରେ ଏପରି କିଛି କଥା କୁହାଯାଇଛି। ଯେଉଁମାନେ ଏହାକୁ ପାଆନ୍ତି ସେମାନେ ବହୁତ ଭାଗ୍ୟବାନ। ଧନ: ଧନର ମହତ୍ତ୍ଵ କାହାଠାରୁ ଲୁକ୍କାୟିତ ନୁହେଁ। ଏହାର ଗୁରୁତ୍ୱ ସବୁ ସମୟରେ ଅଛି। ମନୁଷ୍ୟର ସମସ୍ତ ଛୋଟ ଏବଂ ବଡ ଆବଶ୍ୟକତା ଅର୍ଥ ବିନା ପୂରଣ ହୋଇପାରିବ ନାହିଁ। ସୁଖୀ ଏବଂ ଚାପମୁକ୍ତ ଜୀବନ ପାଇଁ ଅର୍ଥ ରହିବା ଅତ୍ୟନ୍ତ ଜରୁରୀ। ଏପରି ପରିସ୍ଥିତିରେ, ଯେଉଁମାନଙ୍କର ଅର୍ଥ ନାହିଁ, ସେମାନଙ୍କର ସମସ୍ତ କାର୍ଯ୍ୟ ବାଧାପ୍ରାପ୍ତ ହୁଏ। ସେଥିପାଇଁ ଯେଉଁମାନଙ୍କର ଅର୍ଥ ଅଛି ସେମାନଙ୍କୁ ଭାଗ୍ୟବାନ କୁହାଯାଏ। ସୁସ୍ଥ ଶରୀର: ସବୁଠାରେ ଶୁଣାଯାଏ…

Read More

ଏବେଠୁ ଗ୍ରାମରେ ହେବ ରାଜସ୍ୱ ମାମଲାର ଫଇସଲା ପ୍ରତ୍ୟେକ ସପ୍ତାହରେ ୨-୩ ଦିନ ହେବ କ୍ୟାମ୍ପ କୋର୍ଟ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ନିୟମିତ ସମୀକ୍ଷା କ୍ୟାମ୍ପ କୋର୍ଟ ନହେଲେ କାର୍ଯ୍ୟାନୁଷ୍ଠାନ ଭୁବନେଶ୍ୱର:  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମସ୍ତ ସେବା ଅନଲାଇନ ମାଧ୍ୟମରେ ଉପଲବ୍ଧ କରାଯାଇଛି। ରାଜସ୍ୱ ରଥ ମାଧ୍ୟମରେ ଲୋକଙ୍କ ଘରେ ଘରେ ପଟ୍ଟା ଓ ବିଭିନ୍ନ ପ୍ରକାରର ସାର୍ଟିଫିକେଟ ବଣ୍ଟାଯାଉଛି। ପ୍ରତ୍ୟେକ ଜିଲ୍ଲାର ରାଜସ୍ୱ ସମୀକ୍ଷା ବୈଠକ ଫଳରେ ରାଜସ୍ୱ ସେବାରେ ଉଲ୍ଲେଖନୀୟ ପରିବର୍ତନ ଆସିଛି। ରାଜସ୍ୱ ସମୀକ୍ଷା ବୈଠକ ପରେ ରାଜସ୍ୱ ରଥ ମାଧ୍ୟମରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ତରଫରୁ ପାଖାପାଖି ୧ ଲକ୍ଷ ପଟ୍ଟା ବଣ୍ଟନ କରାଯାଇଛି। ଏବେ ପ୍ରାୟ କୌଣସି ବିବିଧ ଏବଂ ଜାତିଗତ ପ୍ରମାଣପତ୍ର ଓ ବିବାଦବିହୀନ ଦାଖଲ ଖାରଜ ମାମଲାରେ ଲୋକମାନଙ୍କୁ ତହସିଲ ଯିବାର ଆବଶ୍ୟକତା ନାହିଁ। ତଥାପି ରାଜସ୍ୱ କୋର୍ଟରେ ଶୁଣାଣି ହେଉଥିବା ବିଭିନ୍ନ ରାଜସ୍ୱ…

Read More

ହିମାଂଶୁ ସିଂ, ବରିଷ୍ଠ ସାମ୍ବାଦିକ ଆରମ୍ଭ ହୋଇଛି ପିତୃପକ୍ଷ। ହେଲେ ଆମ ପିଲାଦିନର ପିତୃପକ୍ଷ ଓ ଆଜିର ପିତୃପକ୍ଷ ମଧ୍ୟରେ ଢେର ଫରକ। ଏବେ ପିତୃପକ୍ଷ କହିଲେ କେବଳ ଘରେ ହେଉ କିମ୍ବା ଅନ୍ୟ କୌଣସି ସ୍ଥାନରେ ପିତୃପୁରୁଷଙ୍କୁ ପିଣ୍ଡଦାନରେ ଏହା ସୀମିତ। ସେତେବେଳେ, ପ୍ରାୟ ୪୦ବର୍ଷ ତଳେ ଆମ ଘରେ ପିତୃପକ୍ଷର ବହୁ ଦିନ ପୂର୍ବରୁ ପ୍ରସ୍ତୁତି ଆରମ୍ଭ ହେଉଥିଲା। ବିଶେଷକରି ଯେଉଁଦିନ ଘରେ ପିଣ୍ଡ ପଡୁଥିଲା ସେ ଦିନ ଭୋଜିଭାତ ହେଉଥିଲା। ପିତୃପକ୍ଷ ଆରମ୍ଭ ଦିନ ଠାରୁ ଗାଁର ପ୍ରାୟ ସମସ୍ତଙ୍କରେ ‘ଫୁଲପାଣି’ ଦିଆଯାଉଥିଲା। ସକାଳୁ ମା’ ଗାଧୋଇ ପାଧୋଇ କାକୁଡି ପତ୍ରରେ ଘରର ପ୍ରତି ଦୁଆର ମୁହଁରେ ଭୋଗ କରୁଥିଲା। ଅବଶ୍ୟ ଘରେ ପିଣ୍ଡ ପଡିବାର ପରଦିନ ଏହା ଆଉ ହେଉ ନ ଥିଲା। ପିତୃପକ୍ଷରେ ଘରେ ଆମିଷ ପ୍ରବେଶ ନିଷେଧ ଥିଲା। ବାବା ତ ପିତୃପକ୍ଷରେ ଖିଅର ହେଉନଥିଲେ। ପିତୃପକ୍ଷ ପରେ ଦାଢି କଟାଯାଉଥିଲା। ପ୍ରାୟ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ବିଭିନ୍ନ ଅପରାଧିକ ମାମଲାରେ ଏକାଧିକ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ଗତକାଲି ରାତିରେ ବାଲୁଗାଁ ଥାନା ଗୋପୀନାଥପୁର ଅଞ୍ଚଳରେ ଜୁଆ ଆଡ୍ଡା ଚାଲିଥିବାର ଆଇଆଇସି ରଶ୍ମିରଞ୍ଜନ ଦାସ ଖବର ପାଇଥିଲେ। ସଙ୍ଗେସଙ୍ଗେ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରି ଆଇଆଇସି ୯ ହଜାର ନକଦ ଟଙ୍କା ଜବତ କରିବା ସହ ଚାରି ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି। ସେମାନଙ୍କ ବିରୁଦ୍ଧରେ ୩ ଓପିଜି ଅଧିନିୟମ ଅନୁଯାୟୀ କେସ ନମ୍ବର ୧୮୦/୨୨ ରେ ମାମଲା ରୁଜୁ କରାଯାଇଛି। ସେହିପରି ଭାବେ ଗତକାଲି ରାତିରେ ଆଙ୍କୁଲା ଗ୍ରାମରେ ବେଆଇନ ଦେଶୀ ବିଦେଶୀ ମଦ ସମେତ ଜଣେ ଅଭିଯୁକ୍ତଙ୍କୁ ବାଲୁଗାଁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ସମୁଦାୟ ୧୨.୫ ଲିଟର ଆସ୍କା ୪୦ ଓ ବିଦେଶୀ ମଦ ଜବତ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୧୮୧/୨୨ ରେ ମାମଲା ରୁଜୁ କରାଯାଇଛି।…

Read More

ମେଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ । ବୃଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ମିଥୁନ- ଆପଣ ଏକାସାଙ୍ଗରେ ଅନେକ…

Read More

ଭୁବନେଶ୍ୱର : ଅହିଂସା ଓ ସତ୍ୟାଗ୍ରହ ଥିଲା ଗାନ୍ଧିଜୀଙ୍କର ଅତିପ୍ରିୟ ଆୟୁଧ। ସେହି ଅମୋଘ ଆୟୁଧର ଉପଯୋଗ କରି ଶକ୍ତିଶାଳୀ ବି୍ରଟିଶ ଶକ୍ତିକୁ ସେ ପରାଜିତ କରିଥିଲେ। ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ରାଜ୍ୟ ପରିକ୍ରମା କରୁଥିବା ଅହିଂସା ରଥ ମାଲକାନଗିରି ଏବଂ ମୟୂରଭଞ୍ଜ ପରିକ୍ରମା କରି ଦେଶପ୍ରେମ, ସତ୍ୟ ଓ ଅହିଂସାର ବାର୍ତ୍ତା ପ୍ରସାର ସହ ଜନସାଧାରଣଙ୍କ ମଧ୍ୟରେ ଅପୂର୍ବ ଉତ୍ସାହ ଉନ୍ମାଦନା ସୃଷ୍ଟି କରିବା ସହ ସ୍ୱାଧୀନତା ସଂଗ୍ରାମ ତଥା ସଂଗ୍ରାମୀମାନଙ୍କ ବଳିଦାନର ସ୍ମୃତିଚାରଣ କରୁଛି। ଆଜି ମାଲକାନଗିରି ଜିଲ୍ଲାରେ ଗୋଟିଏ ଅହିଂସା ରଥ କୋରୁକୋଣ୍ଡା ବ୍ଲକ ଏବଂ ଅନ୍ୟ ଅହିଂସା ରଥଟି ପଡିଆ ବ୍ଲକ ଏବଂ କାଲିମେଳା ବ୍ଲକ ପରିକ୍ରମା କରିଛି। ମାଲକାନଗିରି ସଦର ମହକୁମାରୁ ରଥ ପଡ଼ିଆ ବ୍ଲକ ଅଭିମୁଖେ ଯାତ୍ରା କରିଥିଲା। ସମସ୍ତ ପ୍ରଶାସନିକ ଅଧିକାରୀ, ଜିଲ୍ଳା ପରିଷଦ ସଦସ୍ୟ, ବ୍ଲକର ପ୍ରଶାସନିକ ଅଧିକାରୀ, ପଞ୍ଚାୟତିରାଜ ସଭ୍ୟ, ସରପଞ୍ଚ, ୱାର୍ଡ଼ ମେମ୍ବର, ବ୍ଲକ…

Read More

ଖୋର୍ଦ୍ଧା: ପୋଲିସ ହାତରେ ବନ୍ଧାହେଲେ ଜାତୀୟ ରାଜପଥ ଲୁଟେରା। ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରେ ଏହି ଲୁଟେରାମାନଙ୍କୁ ପୋଲିସ ଗିରଫ କରିଛି। ସୂଚନା ମୁତାବକ ଗତକାଲି ଟାଉନ ଥାନା ଶରଧାପୁର ଗ୍ରାମର ପ୍ରସନ୍ନ କୁମାର ଦାସଙ୍କ ନିକଟରୁ ଦୁର୍ବୁତ୍ତ ମାନେ ୫୭ ନମ୍ବର ଜାତୀୟ ରାଜପଥ ବଡଶଙ୍ଖ ଛକ ନିକଟରେ ସୁନା ଚେନ ଲୁଟି ଫେରାର ହୋଇଯାଇଥିଲେ। ଏ ନେଇ ଟାଉନ ଥାନାରେ କେସ ନମ୍ବର ୪୩୩/୨୨ ରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଜାରି ରଖିଥିଲା। ତେବେ କୌଣସି ବିଶେଷସୂତ୍ରରୁ ଖବର ପାଇ ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ କୁମାର ଦାସ ଓ ଆଇଆଇସି ତାରିକ ଅହମ୍ମଦଙ୍କ ତତ୍ୱାବଧାନରେ ଏସଆଇ ସୁକାନ୍ତ ଦଳାଇଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଚନ୍ଦନ ନାୟକ (୨୯), ଭଗବାନ ନାୟକ (୨୬), ଦେବାଶିଷ ସ୍ୱାଇଁ (୨୫), ଆକାଶ…

Read More

ଭୁବନେଶ୍ୱର: ଆମ ଦେଶ ଭାରତର ସମସ୍ତ ବୟନ କଳାକୁ ଗୋଟିଏ ସ୍ଥାନରେ ପ୍ରଦର୍ଶିତ କରାଇବା ପାଇଁ ତଥା ଏହାର ବାଣିଜି୍ୟକ ଆଭିମୁଖ୍ୟକୁ ତ୍ୱରାନ୍ୱିତ କରି ଏଥିରେ ସଂପୃକ୍ତ ବୁଣାକାରମାନଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଓଡ଼ିଶା ସରକାରଙ୍କ ଆନୁକୂଲ୍ୟରେ ବୟନିକା ଦ୍ୱାରା ୟୁନିଟ୍‌-୩ସ୍ଥିତ ପ୍ରଦର୍ଶନୀ ପଡ଼ିଆଠାରେ ୨୧ତମ ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳାର ଆୟୋଜିତ ହୋଇଛି। ଏହି ‘ଜାତୀୟ ସ୍ତରୀୟ ହସ୍ତତନ୍ତ ମେଳା’ ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଜି ସନ୍ଧ୍ୟାରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ଶ୍ରୀମତୀ ରୀତା ସାହୁ ଏହି ମେଳାକୁ ଉଦ୍‌ଘାଟନ କରିଛନ୍ତି।ଏହି ଉଦ୍‌ଘାଟନୀ ଉତ୍ସବରେ ମଧ୍ୟ ଭୁବନେଶ୍ୱର ବିଧାୟକ ଶ୍ରୀ ଅନନ୍ତ ନାରାୟଣ ଜେନା, ବିଭାଗୀୟ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ବୟନଶିଳ୍ପ ଓ ହସ୍ତତନ୍ତ ନିର୍ଦ୍ଦେଶକ ଶ୍ରୀ ସୁଶାନ୍ତ କୁମାର ଦାଶ, ବୟନିକାର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଶ୍ୟାମଭକ୍ତ ମିଶ୍ର ଏବଂ ବୟନଶିଳ୍ପ ନିର୍ଦ୍ଦେଶାଳୟ ଓ ବୟନିକାର ପଦାଧିକାରୀବୃନ୍ଦ…

Read More

ଖୋର୍ଦ୍ଧା: କିଛି ଦିନର ବିରତି ପରେ ପୁଣି ଖୋର୍ଦ୍ଧା ଟାଉନ ଥାନା ଅଞ୍ଚଳରୁ ବ୍ରାଉନ ସୁଗାର ଠାବ ହେବା ସହ ୩ ଅଭିଯୁକ୍ତ ଗିରଫ ହୋଇଛନ୍ତି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ଟାଉନ ଥାନା ସାମନ୍ତରାୟପୁର ବୋଧ ପୋଖରୀ ନିକଟରେ ବ୍ରାଉନ ସୁଗାର ବେପାର ଚାଲିଥିବାର ଏସପି ସିଦ୍ଧାର୍ଥ କଟାରିଆ ଖବର ପାଇଥିଲେ। ଏସପି ଙ୍କ ନିର୍ଦ୍ଦେଶକ୍ରମେ ଏବଂ ଏସଡିପିଓ ଦିଲ୍ଲୀପ କୁମାର ଦାସ ଓ ଆଇଆଇସି ତାରିକ ଅହମଦଙ୍କ ତତ୍ୱାବଧାନରେ ଏସଆଇ ପଦ୍ମଲୋଚନ ବେହେରାଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ସମ୍ପୃକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ଟାଉନ ଥାନା ଅଞ୍ଚଳର ଆଦିତ୍ୟ ବିଶ୍ୱାଳ (୨୪), ସୋମନାଥ ସାହୁ (୩୦) ଏବଂ ପୁରି ଜିଲ୍ଲା ପିପିଲି ଥାନା କାକୁଡ଼ିଆ ଗ୍ରାମର ହେମନ୍ତ କୁମାର ସ୍ୱାଇଁ (୩୨) ଗିରଫ ହୋଇଥିବା ବେଳେ ସେମାନଙ୍କ ନିକଟରୁ ୧୦ ଗ୍ରାମ ବ୍ରାଉନ ସୁଗାର (ଆନୁମାନିକ ମୂଲ୍ୟ ୧ ଲକ୍ଷ ଟଙ୍କା) ଏବଂ…

Read More

ଖୋର୍ଦ୍ଧା: ଓଡିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ। ୧୦ ଦିନରେ ୨୨୩୧ ନିଖୋଜ ବ୍ୟକ୍ତି/ଶିଶୁ ଙ୍କୁ ଖୋଜି ସେମାନଙ୍କ ପରିବାର ସହ ମିଶାଇଛି ଓଡିଶା ପୋଲିସ। ଡ଼ିଜିପିଙ୍କ ନିର୍ଦ୍ଦେଶକ୍ରମେ ନିଖୋଜ ଲୋକଙ୍କୁ ଠାବ କରିବା ପାଇଁ ଓଡ଼ିଶା ପୋଲିସର ସ୍ୱତନ୍ତ୍ର ଡ୍ରାଇଭ ପ୍ରତି ଜିଲ୍ଲାରେ ଜାରି ରହିଥିଲା। ସେପ୍ଟେମ୍ବର ୧ ରୁ ୧୦ ତାରିଖ ପର୍ଯ୍ୟନ୍ତ ଉକ୍ତ ଡ୍ରାଇଭ ଜାରି ରହିଥିଲା। ତେବେ ଉକ୍ତ ୧୦ ଦିନରେ ଖୋର୍ଦ୍ଧା ଜିଲ୍ଲା ପୋଲିସ ସମୁଦାୟ ୫୯ ଜଣ ନିଖୋଜ ବ୍ୟକ୍ତି/ଶିଶୁଙ୍କୁ ଠାବ କରିବାରେ ସଫଳ ହୋଇଥିବାର ଖୋର୍ଦ୍ଧା ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି। ଏସପି ଙ୍କ ତତ୍ୱାବଧାନର ଜିଲ୍ଲାର ସମସ୍ତ ଥାନାରେ ଉକ୍ତ ଡ୍ରାଇଭ ଜାରି ରହିଥିବାବେଳେ ୧୦ ଦିନରେ ୫୯ ଜଣ ନିଖୋଜ ବ୍ୟକ୍ତିଙ୍କୁ ଉଦ୍ଧାର କରିଛି ଖୋର୍ଦ୍ଧା ଜିଲ୍ଲା ପୋଲିସ। ତନ୍ମଧ୍ୟରୁ ସଦର ଥାନାର ସର୍ବାଧିକ ୩୨ ବ୍ୟକ୍ତି ଥିବା ବେଳେ, ଟାଉନ ଥାନାର ୧୩, ବୋଲଗଡ଼ ଥାନାର ୧୧,…

Read More

ଭୁବନେଶ୍ୱର: ଭଗବାନ ଗୋରକ୍ଷନାଥଙ୍କ ସିଦ୍ଧ ଶକ୍ତି ଆଧାରିତ ପୁନେ ସ୍ଥିତ ସିଦ୍ଧପୀଠ ଆନୁକୁଲ୍ୟରେ ବରମୁଣ୍ଡାର ନୀଳକଣ୍ଠେଶ୍ଵର ଶିବ ମନ୍ଦିର ପ୍ରାଙ୍ଗଣରେ ସାର୍ବଜନୀନ ପିତୃମୁକ୍ତି ସାଧନା ଓ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଓଡ଼ିଶାର ବିଭନ୍ନ ସ୍ଥାନରୁ ସିଦ୍ଧାର୍ଥ ମାନେ ଯୋଗଦେଇ ପିତୃମୁକ୍ତି ସାଧନା କରିଥିଲେ। ପୁନେ ସ୍ଥିତ ସିଦ୍ଧସ୍ଵାମୀ ହରଦାସ ପୀଠରୁ ଜଗଦୀଶ ମହାନ୍ତ, ସୁନିତା ତେଲ, ଅନୀତା ଗାଭାଙ୍କର ଏବଂ ଦେବସ୍ମୀତା ମହାନ୍ତ ପ୍ରମୁଖ ବରିଷ୍ଠ ସାଧକ ଓ ଆଜୀବନ ସମର୍ପିତ ସିଦ୍ଧମାନେ ଆସି ଏହି ଯଜ୍ଞର ଦିଗ ଦର୍ଶନ ଦେଇଥିଲେ। ପ୍ରବଳ ବର୍ଷା ସତ୍ତ୍ୱେ ବହୁ ସଂଖ୍ୟକ ସିଦ୍ଧାର୍ଥ ମାନଙ୍କ ସିଦ୍ଧ ମନ୍ତ୍ର ଉଚ୍ଚାରଣ ମଧ୍ୟରେ ଏହି ଯଜ୍ଞ ଅନୁଷ୍ଠିତ ହୋଇଥିଲା। ବରମୁଣ୍ଡା କାଉନସିଲର ରାମଚନ୍ଦ୍ର ରଣସିଂହଙ୍କ ସମେତ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଅତିଥି ଭାବେ ଯୋଗ ଦେଇ ଅଧିକରୁ ଅଧିକ ସ୍ଥାନରେ ଏପରି ପରମପବିତ୍ର ଅନୁଷ୍ଠାନ ଆୟୋଜନ ନିମନ୍ତେ ସିଦ୍ଧ ଆଶ୍ରମର କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ। ଏହି ଅବସରରେ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: ଆଜି କେସିଙ୍ଗା ବ୍ଲକସମ୍ମିଳନୀ ଗୃହରେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀଙ୍କ ଅଧକ୍ଷତାରେ ଏକ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲା ପରିଷଦ ସୁଶାନ୍ତ କୁମାର ପଟେଲ, ଉପ ଜିଲ୍ଲାପାଳ ଡ଼ ବିଶ୍ୱଜିତ୍ ଦାସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଜୟ କୁମାର ନନ୍ଦ, କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତି, ଉପାଧ୍ୟକ୍ଷ ରାଜଲକ୍ଷ୍ମୀ ପଟ୍ଟନାୟକ, ବିଡିଓ ପ୍ରଫୁଲ୍ଲ କୁମାର ଓଡ୍ଡୁ ଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ। ଏହି ଜନ ଶୁଣାଣି ଶିବିରରେ ମୋଟ ୫୧୦ଜଣ ଆବେଦନକାରୀ ନିଜର ଅଭିଯୋଗ ପତ୍ର ଦାଖଲ କରିଥିଲେ। ସେଥିମଧ୍ୟରୁ ୪୭୮ଟି ବ୍ୟକ୍ତିଗତ ସମସ୍ୟା ଅଭିଯୋଗ ଓ ୩୨ଟି ଗ୍ରାମ୍ୟ ତଥା ସାମୁହିକ ସମସ୍ୟା ସମ୍ମିଳିତ ଥିଲା। ୨୧ଟି ଅଭିଯୋଗର ସମାଧାନ ତତକ୍ଷଣାତ୍ କରାଯାଇଥିଲା। ଅଭିଯୋଗ ମୁଖ୍ୟତଃ ଆବାସ ଗୃହ, ଭତ୍ତା, ରାସନ୍ କାର୍ଡ, ରାସ୍ତା, ପାନୀୟ…

Read More

ଭୁବନେଶ୍ବର: ଆସନ୍ତା ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୁର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ନେଇ ଆଗୁଆ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏହା ଦ୍ବାରା ଆସନ୍ତା ୧୮ ସେପ୍ଟେମ୍ବର ବେଳକୁ ରାଜ୍ୟରେ ପୁଣି ବର୍ଷା ବଢିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ଏକ ସୁଦୃଶଃ-ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହା ଦକ୍ଷିଣ-ପୂର୍ବ ମଧ୍ୟପ୍ରଦେଶ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଏହା ଦ୍ବାରା ମଧ୍ୟ କେତେକ ସ୍ଥାନରେ ଅଳ୍ପ ବର୍ଷା ହେବାର ସମ୍ଭାବନା ରହିଛି।

Read More