ଭୁବନେଶ୍ୱର: ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଛେଦ ଦାବିରେ ଓଡିଶା ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀ ମହାସଂଘ ତରଫରୁ ଓଡିଶା ସରକାରଙ୍କ ଅଧୀନରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଅଗଷ୍ଟ ୧୬ ତାରିଖରୁ କଳାବ୍ୟାଚ ପରିଧାନ ସହିତ ଶାନ୍ତିପୂର୍ଣ ବିକ୍ଷୋଭ ପ୍ରଦର୍ଶନ ସପ୍ତମ ଦିନରେ ପହଁଚିଛି, ଏଥିରେ ରାଜ୍ୟ ସରକାରଙ୍କ ଅଧୀନରେ ବିଭିନ୍ନ ବିଭାଗ ଯଥା ଶିକ୍ଷା, ସ୍ୱାସ୍ଥ୍ୟ, ବାଣିଜ୍ୟ, ପରିବହନ, ଅର୍ଥ, ଶିଳ୍ପ, ସାମଜିକ ସୁରକ୍ଷା, କୃଷି ଏବଂ ପଶୁସମ୍ପଦ,ଯୋଜନାଓ ସମବାୟ,ଖାଉଟି ଯୋଗାଣ, ପଞ୍ଚାୟତରାଜ ଓ ପାନୀୟ ଜଳ ଯୋଗାଣ, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଶିଶୁ ଏବଂ ମହିଳା ସଂସକ୍ତିକରଣ, ଶକ୍ତି, ଦକ୍ଷତା ,ଜଙ୍ଗଲ ଏବଂ ପରିବେଶ, ଶ୍ରମ, ପୋଲିସ ଏବଂ ଅଗ୍ନିଶମରେ କାର୍ଯ୍ୟରତ ଚୁକ୍ତିଭିତ୍ତିକ କର୍ମଚାରୀ ମାନେ ଚୁକ୍ତିଭିତ୍ତିକ ନିଯୁକ୍ତି/ପ୍ରାରମ୍ଭିକ ନିଯୁକ୍ତିକୁ ବିରୋଧ କରି ବିଭିନ୍ନ ବ୍ଲକ, ତହସିଲ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟ ଦପ୍ତର ଠାରୁ ନେଇ ରାଜ୍ୟ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସମସ୍ତ ବିଭାଗର ଚୁକ୍ତଭିତିକ କର୍ମଚାରୀ କଳାବ୍ୟାଚ…
Author: Samikhsya Bureau
ଭୁବନେଶ୍ଵର: ସମାଜରେ ସମତା ଆଣିବା ଲାଗି ଅଧିକ ସଂଖ୍ୟାରେ ଆନ୍ତଃଜାତି ବିବାହକୁ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ ବୋଲି କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ରାମଦାସ ଅଠାୱଲେ କହିଛନ୍ତି। ସୋମବାର ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି ସେ ଏହା କହିଛନ୍ତି। ଡକ୍ଟର ଅଠାୱଲେ କହିଥିଲେ ଯେ ଭାରତ ସରକାର ଡକ୍ଟର ଆମ୍ବେଦକର ଫାଉଣ୍ଡେସନ ସହ ମିଶି ଆନ୍ତଃଜାତି ବିବାହ ପାଇଁ ଅଢ଼େଇ ଲକ୍ଷ ଟଙ୍କାର ପ୍ରୋତ୍ସାହନ ରାଶି ଯୋଗାଇ ଦେଉଛନ୍ତି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ମଧ୍ୟ ଏପରି ଯୋଜନା ରହିଛି, କିନ୍ତୁ ଏଭଳି ବିବାହକୁ ବ୍ୟାପକ ଆକାରରେ ପ୍ରୋତ୍ସାହନ ଦିଆଯିବା ଆବଶ୍ୟକ। ସେ କହିଥିଲେ ଯେ, ଓଡ଼ିଶାରେ ୨୦୨୦-୨୧ରେ ୧୮୪୭ଟି ଆନ୍ତଃଜାତି ବିବାହ ପଞ୍ଜୀକରଣ ହୋଇଥିଲା। ୨୦୨୧-୨୨ ଏହି ସଂଖ୍ୟା ୨୪୨୮କୁ ବୃଦ୍ଧି ପାଇଛି। ରାଜ୍ୟରେ ଜାତିଗତ ନିର୍ଯାତନା ମାମଲା ଉପରେ ତଥ୍ୟ ପ୍ରଦାନ କରି ମନ୍ତ୍ରୀ କହିଥିଲେ ଯେ, ୨୦୨୦-୨୧ରେ ୨୮୨୮ ନିର୍ଯାତନା…
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରିଛନ୍ତି ଭୁବନେଶ୍ବରର ବ୍ରହ୍ମାକୁମାରୀଗଣ। ପ୍ରଜାପତି ବ୍ରହ୍ମାକୁମାରୀ ଇଶ୍ବରୀୟ ବିଶ୍ବବିଦ୍ୟାଳୟ ସେବା କେନ୍ଦ୍ରର ସଂଚାଳିକା ବ୍ରହ୍ମାକୁମାରୀ ଗୀତା ଭଉଣୀଙ୍କ ନେତୃତ୍ବରେ ଏକ ଦଳ ସାକ୍ଷାତ କରିଛନ୍ତି। ଏଥିରେ ଅଛନ୍ତି ବ୍ରହ୍ମକୁମାର ଅରୁଣ, ବ୍ରହ୍ମାକୁମାରୀ ସାଲମା, ବ୍ରହ୍ମକୁମାରୀ ପ୍ରାଚୀ ଏବଂ ବ୍ରହ୍ମାକୁମାରୀ ପ୍ରତିଭା। ଏମାନେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିବା ସହିତ ପବିତ୍ର ଜନ୍ମାଷ୍ଠମୀ ପାଇଁ ଅଭିନନ୍ଦନ ମଧ୍ୟ ଜଣାଇଥିଲେ।
ସିଡନୀ: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭାରତ ଅଷ୍ଟ୍ରେଲିଆ ଦ୍ୱିପାକ୍ଷିକ ବୈଠକରେ ଯୋଗ ଦେଇଛନ୍ତି ଏବଂ ଓ୍ୱେଷ୍ଟର୍ଣ୍ଣ ସିଡନୀ ବିଶ୍ୱବିଦ୍ୟାଳୟ (ଡବ୍ଲୁଏସୟୁ)ରେ ଅଷ୍ଟ୍ରେଲିଆ ଶିକ୍ଷା ମନ୍ତ୍ରୀ ଜେସନ କ୍ଲେୟରଙ୍କ ସହ ଅଷ୍ଟ୍ରେଲିଆ ଭାରତ ଶିକ୍ଷା ପରିଷଦ (ଏଆଇଇସି)ର ଷଷ୍ଠ ବୈଠକର ସହ-ଅଧ୍ୟକ୍ଷତା କରିଛନ୍ତି। ଦ୍ୱିପାକ୍ଷିକ ବୈଠକ ବେଳେ ଦୁଇ ମନ୍ତ୍ରୀ ଶିକ୍ଷା, ଦକ୍ଷତା ବିକାଶ, ଗବେଷଣା, ନବସୃଜନ ଏବଂ ଉଦ୍ୟମିତା କ୍ଷେତ୍ରରେ ଉଭୟ ଦେଶର ସହଭାଗିତାକୁ ମଜବୁତ୍ କରିବା ପ୍ରସଙ୍ଗରେ ଫଳପ୍ରଦ ଆଲୋଚନା କରିଛନ୍ତି। ଭାରତରେ ନିଜ କ୍ୟାମ୍ପସ ସ୍ଥାପନ କରିବା ଏବଂ ଭାରତର ଶିକ୍ଷାନୁଷ୍ଠାନ ସହ ସହଯୋଗୀ କ୍ଷେତ୍ର ଗୁଡିକର ଅନ୍ୱେଷଣ କରିବା ପାଇଁ ସେ ଅଷ୍ଟ୍ରେଲିଆ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ଅନୁଷ୍ଠାନକୁ ନିମନ୍ତ୍ରଣ କରିଛନ୍ତି। ସେହିପରି ଚଳିତବର୍ଷ ଶେଷ ସୁଦ୍ଧା ଭାରତ ଆସିବା ପାଇଁ ଅଷ୍ଟ୍ରେଲିଆ ଶିକ୍ଷାମନ୍ତ୍ରୀଙ୍କୁ ନିମନ୍ତ୍ରଣ ଦେଇଛନ୍ତି ଶ୍ରୀ ପ୍ରଧାନ। ଉଭୟ ମନ୍ତ୍ରୀ ଭାରତ-ଅଷ୍ଟ୍ରେଲିଆ ବ୍ୟାପକ ରଣନୀତି ଭାଗିଦାରୀ…
କନ୍ଦର୍ପ ବେହେରା ରେଢ଼ାଖୋଲ: ଆଜି ନାକଟିଦେଉଳ ବ୍ଲକ୍ ସମ୍ମିଳନୀ କକ୍ଷରେ ସମ୍ବଲପୁର ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀ ନାକଟିଦେଉଳ ବିଡ଼ିଓ ବିବେକାନନ୍ଦ ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୋଗ ଶୁଣାଣୀରେ ୧୪ ଟି ପଂଚାୟତରୁ ଆସିଥିବା ବ୍ୟକ୍ତିମାନଙ୍କର ୧୨୮ ଟି ଅଭିଯୋଗ ଦାଖଲ ହୋଇଥିବା ବେଳେ ୧୭ ଟି ଗ୍ରୁପ୍ ଭାବରେ ଅଭିଯୋଗ ଆସିଥିଲା। ତେବେ ଏସବୁର ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ଜିଲ୍ଲାପାଳ ଅନନ୍ୟା ଦାସ। ବିଶେଷ କରି ରାସ୍ତା, ପାନୀୟ ଜଳ ,ଆବାସ ଯୋଜନା ଓ ମୋବାଇଲ ଟାୱାର ଆଦି ସଂପର୍କରେ ଅଭିଯୋଗ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଡିଏସ୍ଏସ୍ଓ ସନ୍ତୋଷ କୁମାର ନାଏକ, ରେଢ଼ାଖୋଲ ଉପଜିଲ୍ଲାପାଳ ପବିତ୍ର ବେହେରା, ଆର୍ ଟିଓ, ସିଡିଏମ୍ଓ, ତହସିଲଦାର ନାକଟିଦେଉଳ ସୁକାନ୍ତ ନାଏକ, ବିଡିଓ ବିବେକା ନନ୍ଦ ସାହୁ,ଏବିଡ଼ିଓ ବିଦ୍ୟାଧର ରାଉତରାୟ, ନାକଟିଦେଉଳ ପଂଚାୟତ ସମିତି ଅଧ୍ୟକ୍ଷା ସ୍ବରୂପାରାଣୀ ସାହୁ…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ ପିଲାଦିନରୁ ଶୁଖିଲା ନଡ଼ିଆ ଖାଇଆସୁଥିବେ। ଶୁଖିଲା ନଡ଼ିଆରୁ ତିଆରି ଆଇସକ୍ରିମ୍ ହେଉ କିମ୍ବା ଘରେ ତିଆରି କୌଣସି ଖାଦ୍ୟ, ଶୁଖିଲା ନଡ଼ିଆକୁ ଏକ ଭଲ ସ୍ଵାଦ ପାଇଁ ବ୍ୟବହାର କରାଯାଇଛି। କିନ୍ତୁ ଆପଣ ଜାଣନ୍ତି ନାହିଁ ଯେ, ଶୁଖିଲା ନଡ଼ିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ଅଟେ, ଯଦି ଆପଣ ନିଜ ଖାଦ୍ୟରେ ଶୁଖିଲା ନଡ଼ିଆକୁ ଯେକୌଣସି ରୂପରେ ବ୍ୟବହାର କରନ୍ତି। ତେଣୁ ଏହା ଆପଣଙ୍କ ହୃଦୟ ଏବଂ ମସ୍ତିଷ୍କ ପାଇଁ ବହୁତ ଭଲ ଲାଭଦାୟକ ଅଟେ। ଏହା ସହିତ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଶରୀରରେ କୌଣସି ପ୍ରକାର ଭାଇରାଲ୍ ସଂକ୍ରମଣରୁ ଦୂରେଇ ରଖିଥାଏ। କେବଳ ଏତିକି ନୁହେଁ, ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଚର୍ମ ମଧ୍ୟ ସୁସ୍ଥ ରୁହେ। ରକ୍ତ ପ୍ରବାହକୁ ନିୟନ୍ତ୍ରଣ କରିଥାଏ: ଆପଣ ଯେକୌଣସି ସମୟରେ ଶୁଖିଲା ନଡ଼ିଆ ଖାଇପାରିବେ। ଆପଣ ବୁଲିବାକୁ ଯାଉଛନ୍ତି, ତେଣୁ ଏହାକୁ ନିଜ…
ଭୁବନେଶ୍ବର: ରେଳବାଇ ନିଯୁକ୍ତି ବୋର୍ଡ (ଆରଆରବି) ପରୀକ୍ଷା ପାଇଁ ତଥା ଆଶାୟୀ ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ରେଳବାଇ ପକ୍ଷରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି। ବିଭିନ୍ନ ସହରରେ କମ୍ପୁଟରୀକୃତ (ସିବିଟି) ପରୀକ୍ଷା ହେବାକୁ ଯାଉଥିବାରୁ ଆରଆରବି ପରୀକ୍ଷା ପ୍ରାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ଯୋଜନା କରାଯାଇଛି। ହଟିଆ-କଟକ ପରୀକ୍ଷା ବିଶେଷ ଟ୍ରେନ: ୦୮୦୪୬/୦୮୦୪୫ ହଟିଆ-କଟକ-ହଟିଆ ପରୀକ୍ଷା ସ୍ପେଶାଲ୍ ହଟିଆରୁ ୨୨ ଏବଂ ୨୪ ଅଗଷ୍ଟ ୨୦୨୨ ଦିନ ଅପରାହ୍ନ ୪ ଘ.୫୦ମି.ରେ ଛାଡିବାକୁ ଥିବାବେଳେ ଫେରିବା ମାର୍ଗରେ ଏହା କଟକ ଠାରୁ ୨୩ ଓ ୨୫ ଅଗଷ୍ଟ, ୨୦୨୨ ଦିନ ରାତ୍ର ୯ଘ.୪୦ମି.ରେ ଛାଡି ହଟିଆ ଯାତ୍ରା କରିବ। ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ହଟିଆ ଓ କଟକ ମଧ୍ୟରେ ରାଉରକେଲା, ଝାରସୁଗୁଡା, ସମ୍ବଲପୁର ସିଟି, ଅନୁଗୁଳ ଓ ଢେଙ୍କାନାଳ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ଏଥିରେ ଦୁଇଟି ଏସି-୩ ଟାୟାର୍, ଚାରିଟି ସ୍ଲିପର୍ କ୍ଲାସ୍,…
ଭୁବନେଶ୍ବର: ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ପାଇଁ ଆଜି ମୋର ଜୀବନ ବଞ୍ଚିଗଲା। ସେହିପରି ସମ ହସପିଟାଲ କର୍ମଚାରୀମାନେ ଯେପରି ସେବା ଦେଲେ ତାହା ଭୁଲିବାର ନାହିଁ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ସମ ହସପିଟାଲ କର୍ମଚାରୀ ଏବଂ ମାଲିକଙ୍କୁ ମୋର ଧନ୍ୟବାଦ। ଏପରି ଏକ କୋହ ଭରା କଣ୍ଠରେ କହିଛନ୍ତି କଣାସ ବ୍ଲକର ମୁକୁନ୍ଦପୁର ଗାଁର 41 ବର୍ଷିୟ ସୁରେନ୍ଦ୍ର ପ୍ରଧାନ। ସୁରେନ୍ଦ୍ର ଗତ ଶୀତଳ ଷଷ୍ଠୀ ଉତ୍ସବରେ ବାଣ ଫୁଟାଉ ଥିଲେ। ଅସାବଧାନତା ଯୋଗୁଁ ବାଣ ପାଖରେ ଫୁଟିଗଲା। ଫଳରେ ସେଠାରେ ଥିବା ତିନିଜଣଙ୍କର ଦେହ ପୋଡିଯାଇଥିଲା। ଚାଷୀ ଲୋକ ହୋଇଥିବାରୁ କେମିତି ଚିକିତ୍ସା ହେବ ସେ ନେଇ ଭୟଭିତ ଥିଲୁ। ହେଲେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ କାର୍ଡ ଆମକୁ ବଞ୍ଚାଇ ଦେଲା ବୋଲି ସୁରେନ୍ଦ୍ର କହିଛନ୍ତି। ସମ ହସପିଟାଲରେ ପହଁଚିବା ପରେ ଏଠାରେ କର୍ମଚାରୀମାନେ କାର୍ଡ ଦେଖି ସମସ୍ତ ସହଯୋଗ ଯୋଗାଇ ଦେଇଥିଲେ। ଆମେ ହସପିଟାଲରେ ପ୍ରାୟ…
ସ୍ୱାସ୍ଥ୍ୟ ଟିପ୍ସ: କରୋନା ସମୟରେ ସ୍ୱାସ୍ଥ୍ୟର ଯତ୍ନ ନେବା ନିହାତି ଆବଶ୍ୟକ। ଏପରି ପରିସ୍ଥିତିରେ ଆପଣ ଆପଣଙ୍କର ଖାଦ୍ୟର ଯତ୍ନ ନେଲେ ଓଜନ ବଢିବାର ସମ୍ଭାବନା ହ୍ରାସ ପାଇଥାଏ। ତେବେ ଖାଦ୍ୟରେ କେଉଁ ଜିନିଷ ବ୍ୟବହାର କଲେ ଓଜନ ବୃଦ୍ଧିକୁ ନିୟନ୍ତ୍ରଣ କରି ହେବ, ତାହା ବିଷୟରେ ଆସନ୍ତୁ ଜାଣିବା। ୧- ନଡ଼ିଆ ପାଣି ଖାଇବା ଜରୁରୀ। ପ୍ରତିଦିନ ସକାଳେ ଖାଲି ପେଟରେ ନଡିଆ ପାଣି ପିଅନ୍ତୁ। ଏଥିରେ ଫାଇବର, ଭିଟାମିନ୍, ଆମିନୋ ଏସିଡ୍ ସହିତ ଅନେକ ଉପାଦାନ ରହିଥାଏ, ଯେଉଁ କାରଣରୁ ଆପଣଙ୍କ ହଜମ ପ୍ରକ୍ରିୟା ଶକ୍ତିଶାଳୀ ଏବଂ ଶରୀରରୁ ମଇଳା ପାଣି ବାହାରିଯାଇଥାଏ। ୨- ପନିର୍ ବହୁତ କମ୍ ଲୋକ ପସନ୍ଦ କରନ୍ତି। କିନ୍ତୁ ଯଦି ଆପଣ ସକାଳେ ପନିର୍ ଖାଆନ୍ତି, ତେବେ ଏହା ଅତ୍ୟଧିକ ଖାଇବା ସମସ୍ୟାରୁ ମୁକ୍ତି ଦେଇଥାଏ। ଏଥିରେ କ୍ୟାଲସିୟମ୍, ପ୍ରୋଟିନ୍, ଭିଟାମିନ୍, ମିନେରାଲ୍ସ ଥାଏ। ଏହାକୁ ଖାଇବା ଦ୍ୱାରା ଆପଣ ଶୀଘ୍ର ଭୋକିଲା ଅନୁଭବ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଆଜି ସତ୍ୟନଗରସ୍ଥିତ ନୂଆ ବିଏମସି ଭବନ ଏବଂ ‘ଓ’ ହବ ବିଲଡିଂ ପରିଦର୍ଶନ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ସହିତ ସେ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି। ଏଥିରେ ଥିବା ନୂତନ ବିକାଶ କେନ୍ଦ୍ରଗୁଡିକ କାର୍ଯ୍ୟକ୍ଷମ ହେବା ପାଇଁ ଆବଶ୍ୟକ କାର୍ଯ୍ୟକୁ ଶିଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ଥର ପାଇଁ ରାଜ୍ୟରେ ଡେଭଲପମେଣ୍ଟ ସେଣ୍ଟର ପ୍ରତିଷ୍ଠା କରିବାକୁ ଆଇବିଏମ ଓ ଡିଲଏଟ ଭଳି ବହୁ ରାଷ୍ଟ୍ରୀୟ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି। ଏହି ଦୁଇଟି କମ୍ପାନୀ ଡେଭଲମ୍ପମେଣ୍ଟ ସେଣ୍ଟର ପ୍ରତିଷ୍ଠା କଲେ ବହୁ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। 2022 ଅକ୍ଟୋବର ସୁଦ୍ଧା 2ଟି ଯାକ ସେଣ୍ଟର କାର୍ଯ୍ୟକ୍ଷମ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହାସହ ସେ ଭୁବନେଶ୍ବର ସ୍ମାର୍ଟ ସିଟି କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର କାର୍ଯ୍ୟର…
ସ୍ୱାସ୍ଥ୍ୟ ଟିପ୍ସ: ଆପଣ କିପରି ନିଜ ଦିନ ଆରମ୍ଭ କରିବାକୁ ଚାହୁଁଛନ୍ତି, ତାହା ଆପଣଙ୍କ ଉପରେ ନିର୍ଭର କରେ। ଯଦି ଆପଣ ସ୍ୱାସ୍ଥ୍ୟ ପାଇଁ ଭଲ ଜିନିଷ ବାଛନ୍ତି, ତେବେ ଆପଣଙ୍କ ସ୍ୱାସ୍ଥ୍ୟ ଭଲ ଏବଂ ଯଦି ଆପଣ ଅସ୍ୱାସ୍ଥ୍ୟକର ଜିନିଷ ଖାଆନ୍ତି, ତେବେ ଆପଣଙ୍କୁ ଶରୀର ଉପରେ ପ୍ରତିକୂଳ ପ୍ରଭାବ ପଡିବ। ଆପଣ ନିଶ୍ଚୟ ସାମ୍ବରରେ ଏବଂ ତରକାରୀରେ ବୃଷଙ୍ଗ ପତ୍ର ଖାଇଥିବ, କିନ୍ତୁ ସକାଳେ ଏହାକୁ ଚୋବାଇବା ଦ୍ଵାରା ଆପଣଙ୍କର ସ୍ୱାସ୍ଥ୍ୟର ଉନ୍ନତି ହୋଇପାରିବ। ଅନେକ ପୋଷକ ତତ୍ତ୍ୱ ବୃଷଙ୍ଗ ପତ୍ରରେ ମଧ୍ୟ ମିଳିଥାଏ, ଯେତେବେଳେ କି ଏହା ସ୍ୱାଦରେ ମଧ୍ୟ ଭଲ। ଆସନ୍ତୁ ଜାଣିବା ଶରୀରରେ ବୃଷଙ୍ଗ ପତ୍ର ଖାଇବାର ପ୍ରଭାବ କ’ଣ? ବୃଷଙ୍ଗ ପତ୍ର ଖାଇବାର ଲାଭ: ୧- କେଶ ପାଇଁ: ବୃଷଙ୍ଗ ପତ୍ରରେ ଭିଟାମିନ୍ ସି, ଫସଫରସ୍, ଆଇରନ୍, କ୍ୟାଲସିୟମ୍ ଏବଂ ନିକୋଟିନ୍ ଭରପୂର ଅଟେ। ଏହାର ବ୍ୟବହାର ଦ୍ୱାରା, ଆଭ୍ୟନ୍ତରୀଣ ଏବଂ ବାହ୍ୟରେ କେଶ ଭଲ…
ନୂଆଦିଲ୍ଲୀ: ଭାରତରେ ଶାସକ ଦଳର ନେତାଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିବା ଆଇଏସଆଇଏସ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଋଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସ ଗିରଫ କରିଛି। ଏଫଏସବି କହିଛି ଯେ, ଋଷରେ ନିଷିଦ୍ଧ ଅନ୍ତର୍ଜାତୀୟ ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟର ଜଣେ ସଦସ୍ୟଙ୍କୁ ଚିହ୍ନଟ କରାଯାଇଛି ଏବଂ ଗିରଫ କରାଯାଇଛି। ସେ ଏସୀୟ ଅଞ୍ଚଳର ନାଗରିକ ଏବଂ ଭାରତରେ ଶାସକ ଦଳର ପ୍ରତିନିଧୀଙ୍କ ଉପରେ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଥିଲା।
ଭୁବନେଶ୍ବର: ଆଜି ବିଜୁ ଛାତ୍ର ଜନତା ଦଳର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି। ଏଥିରେ ରାଜ୍ୟ, ଜିଲ୍ଲା ତଥା ଜୋନ୍ ସ୍ତରରେ ବିଭିନ୍ନ ପଦ ପଦବୀରେ କର୍ମକର୍ତ୍ତା ନିଯୁକ୍ତି ପାଇବା ସହ ପୁନର୍ଗଠିନ କରାଯାଇଛି। ଏନେଇ ବିଜୁ ଜନତା ଦଳ (ବିଜେଡି) ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମତି କ୍ରମେ ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଯୁବ କର୍ମକର୍ତ୍ତାମାନଙ୍କୁ ଦାୟିତ୍ଵ ବଣ୍ଟନ କରିଛନ୍ତି। ଏହିକ୍ରମରେ ଦଳର ଯୁବ ନେତ୍ରୀ ଇପସିତା ସାହୁଙ୍କୁ ଦ୍ଵିତୀୟଥର ମହାସଚିବ ଦାୟିତ୍ଵ ମିଳିଛି। ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର (ମଧ୍ୟ) ପାଇଁ ମଧ୍ୟ ସେ ନିଯୁକ୍ତ ହୋଇଛନ୍ତି। ବିଜ୍ଞପ୍ତି ଅନୁସାରେ ବିଜେଡି ପକ୍ଷରୁ ପ୍ରକାଶ ପାଇଥିବା ତାଲିକା ଅନୁସାରେ ବିଜୁ ଯୁବ ଜନତା ଦଳର ରାଜ୍ୟ କାର୍ଯ୍ୟକାରୀ ସଭାପତି ଭାବେ ଅବିନାଶ ଠାକୁର (କଳାହାଣ୍ଡି), ପ୍ରଶାନ୍ତ ପଣ୍ଡା (ନବରଙ୍ଗପୁର), ରାଜେଶ ରାଜ ସ୍ୱାଇଁ (ଭୁବନେଶ୍ୱର), ବିଶ୍ୱ ପ୍ରତାପ ସାହୁ (ବିଜେପୁର, ବରଗଡ଼) ଓ…
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳରେ ଦିନକୁ ଦିନ ବେଆଇନ ମଦ କାରବାର ବଢୁଥିବା ବେଳେ କିଛି ଦିନ ହେବ ଅବକାରୀ ବିଭାଗ କ୍ରମାଗତ ଚଢ଼ାଉ ଜାରି ରଖିଛି। ନୂତନ ବାଲୁଗାଁ ଅବକାରୀ ଅଧିକାରୀ ରୋହିତ ଦଣ୍ଡସେନା କାର୍ଯ୍ୟରେ ଯୋଗଦେବା ପରଠାରୁ ନିରନ୍ତର ଚଢ଼ାଉ ଜାରି ରଖିଛନ୍ତି। ଅବକାରୀ ଅଧିକ୍ଷକ ଝସକେତନ ବରିହା ଏବଂ ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମଙ୍କ ନିର୍ଦ୍ଦେଶକ୍ରମେ ଏବଂ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନଙ୍କ ତତ୍ୱାବଧାନରେ ଆଜି ସକାଳେ ପୁଣି ବାଲୁଗାଁ ଅବକାରୀ ଅଧିକାରୀ ବାଣପୁର ଥାନା ଅଞ୍ଚଳରେ ଚଢ଼ାଉ କରି ୨୦୦ ଲିଟର ଦେଶୀ ମଦ ଜବତ କରିଥିବା ବେଳେ ଜଣଙ୍କୁ ଗିରଫ କରିଛି। ଜେଲ ରୋଡ଼ ନିକଟରୁ ୧୭୦ ଲିଟର ଦେଶୀ ମଦ ଜବତ ହୋଇଥିବା ବେଳେ ଅଭିଯୁକ୍ତ ଜଣକ ଫେରାର ହୋଇଥିବା ଜଣାପଡିଛି। ସେହିପରି ଭାବେ ଅନ୍ତରକିଆରୀ କେନାଲ ରୋଡ଼ରୁ ଅଭିଯୁକ୍ତ ବସନ୍ତ ମହାରଣା (୩୮)…
ନୂଆଦିଲ୍ଲୀ: ବିଜେପି ନେତା ଶାହନାୱାଜ ହୁସେନଙ୍କୁ ବଡ ଆଶ୍ଵସ୍ତି ମିଳିଛି। ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା କାର୍ଯ୍ୟାନୁଷ୍ଠାନ ଉପରେ ସ୍ଥଗିତ ରଖିଛନ୍ତି। ଏହି ମାମଲାରେ ସୁପ୍ରିମକୋର୍ଟ ମଧ୍ୟ ପୀଡିତାଙ୍କୁ ନୋଟିସ ଜାରି କରିଛନ୍ତି। ଏହା ସହିତ ସେପ୍ଟେମ୍ବର ତୃତୀୟ ସପ୍ତାହ ସୁଦ୍ଧା ଏହାର ଉତ୍ତର ମଗାଯାଇଛି। ଶାହନାୱାଜ ହୁସେନ୍ ଉପରେ ୨୦୧୮ରେ ଜଣେ ମହିଳା ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି। ୨୦୧୮ ର ଦୁଷ୍କର୍ମ ଅଭିଯୋଗରେ ସୁପ୍ରିମକୋର୍ଟ ବର୍ତ୍ତମାନ ଶାହନାୱାଜ ହୁସେନ୍ ଙ୍କ ବିରୋଧରେ ସମସ୍ତ କାର୍ଯ୍ୟାନୁଷ୍ଠାନ ସ୍ଥଗିତ ରଖିଛନ୍ତି। ନିକଟରେ ଦିଲ୍ଲୀ ହାଇକୋର୍ଟ ଶାହନାୱାଜ ହୁସେନଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିବାକୁ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ଏହି ନିଷ୍ପତ୍ତିକୁ ସୁପ୍ରିମକୋର୍ଟରେ ଶାହନାୱାଜ ହୁସେନ୍ ଚ୍ୟାଲେଞ୍ଜ କରିଥିଲେ। ଜଷ୍ଟିସ୍ ୟୁୟୁ ଲଲିତଙ୍କ ଏକ ବେଞ୍ଚ ଏହି ମାମଲାର ଶୁଣାଣି କରି କହିଛନ୍ତି ଯେ, ଏହି ବିଷୟରେ ବିଚାର କରିବାର ଆବଶ୍ୟକତା ରହିଛି। ଏହି ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ…
ନୂଆଦିଲ୍ଲୀ: ସାଇବର ଅପରାଧୀମାନେ ହ୍ଵାଟସ୍ ଆପ୍ ଲିଙ୍କ୍ ଜରିଆରେ ଅନ୍ନାମୟାର ଜଣେ ଅବସରପ୍ରାପ୍ତ ସ୍କୁଲ ଶିକ୍ଷୟତ୍ରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ୨୧ ଲକ୍ଷ ଟଙ୍କା ଚୋରି କରିଥିବା ଅଭିଯୋଗ ହୋଇଛି। ପୋଲିସର ସୂଚନାନୁସାରେ ଅନ୍ନାମୟା ଜିଲ୍ଲାର ମଦନପଲ୍ଲେ ସହରର ରେଡପନାଇଡୁ କଲୋନୀ ନିବାସୀ ବରାଲକ୍ଷ୍ମୀଙ୍କୁ ଏକ ଅଜ୍ଞାତ ନମ୍ବରରୁ ହ୍ଵାଟସ୍ ଆପ୍ ବାର୍ତ୍ତା ମିଳିଥିଲା। ଏହି ହ୍ଵାଟସ୍ ଆପ୍ ବାର୍ତ୍ତାରେ ଏକ ଲିଙ୍କ୍ ଥିଲା ଏବଂ ଲିଙ୍କ୍ କ୍ଲିକ୍ କରିବା ପରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଡେବିଟ୍ ହୋଇଥିଲା। ବରାଲକ୍ଷ୍ମୀ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଆକାଉଣ୍ଟରୁ ଟଙ୍କା କଟାଯାଇଥିବାର ବାର୍ତ୍ତା ମିଳିଛି। ବ୍ୟାଙ୍କ ଅଧିକାରୀଙ୍କ ସହ ଯୋଗାଯୋଗ କରିବା ପରେ ଜଣାପଡିଛି ଯେ, ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଛି ଏବଂ ତାଙ୍କ ଆକାଉଣ୍ଟରୁ ୨୧ ଲକ୍ଷ ଟଙ୍କା ପ୍ରତ୍ୟାହାର କରାଯାଇଛି। ବରାଲକ୍ଷ୍ମୀ ଶନିବାର ସାଇବର କ୍ରାଇମ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ଜଣେ ପୋଲିସ ଅଧିକାରୀ କହିଛନ୍ତି…
ମୁମ୍ବାଇ: ଶିବସେନା ସାଂସଦ ସଞ୍ଜୟ ରାଉତଙ୍କ ସମସ୍ୟା ବଢୁଥିବା ଜଣାପଡିଛି। ସଞ୍ଜୟ ରାଉତ ପୁଣି ଥରେ ପାତ୍ରା ଚାଲ୍ ଲ୍ୟାଣ୍ଡ ସ୍କାମ ମାମଲାରେ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ବାସ୍ତବରେ, PMLA କୋର୍ଟ ତାଙ୍କ ନ୍ୟାୟିକ ହେପାଜତକୁ ସେପ୍ଟେମ୍ବର ୫ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଜୁଲାଇ ୩୧ ତାରିଖରେ ସଞ୍ଜୟ ରାଉତଙ୍କୁ ଇଡି ଗିରଫ କରିଥିଲା। ସୂଚନା ଅନୁଯାୟୀ, ଇଡି କୋର୍ଟରେ କହିଛନ୍ତି ଯେ ବର୍ତ୍ତମାନ ସଞ୍ଜୟ ରାଉତଙ୍କୁ ଅଧିକ ପଚରାଉଚରା କରିବାର କୌଣସି ଆବଶ୍ୟକତା ନାହିଁ। ଇଡି ବର୍ତ୍ତମାନ ତାଙ୍କ ହେପାଜତ ଚାହୁଁନାହିଁ। ତେବେ ଏହା ସତ୍ତ୍ୱେ ତାଙ୍କ ହେପାଜତକୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା।
ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ମାମଲାରେ ହ୍ରାସ ଦେଖିବାକୁ ମିଳୁଛି। ତଥାପି, ବିପଦ ଏପର୍ଯ୍ୟନ୍ତ ଟଳିନାହିଁ। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୯ ହଜାର ୫୩୧ ଟି ନୂଆ ମାମଲା ପଞ୍ଜିକୃତ ହୋଇଛି। ଏଥି ସହିତ, ନୂତନ ଆକଳନ ପରେ ଦେଶରେ ମୋଟ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୪ କୋଟି ୪୩ ଲକ୍ଷ ୪୮ ହଜାର ୯୬୦ କୁ ବୃଦ୍ଧି ପାଇଛି। ଦେଶରେ ମୋଟ ମୃତକଙ୍କ ସଂଖ୍ୟା ମଧ୍ୟ ୫ ଲକ୍ଷ ୨୭ ହଜାର ୩୬୮ କୁ ବୃଦ୍ଧି ପାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ଵାରା ପ୍ରକାଶିତ ତଥ୍ୟ ଅନୁଯାୟୀ ବର୍ତ୍ତମାନ ଦେଶରେ ସକ୍ରିୟ ମାମଲା ସଂଖ୍ୟା ୯୭ ହଜାର ୬୪୮ କୁ ବୃଦ୍ଧି ପାଇଛି। ଏଥି ସହିତ, ଯଦି ଆମେ କରୋନା ମାମଲାରେ ପୁନରୁଦ୍ଧାର ଆକଳନକୁ ଦେଖିବା, ତେବେ ଏହି ସଂଖ୍ୟା ବର୍ତ୍ତମାନ ୪ କୋଟି ୩୭ ଲକ୍ଷ ୨୩ ହଜାର ୯୪୪ ରେ ପହଞ୍ଚିଛି। ଦ୍ରୁତ ଗତିରେ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୨୮୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୨୦୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୨୦୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୩୧ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୧୧୯ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୮୪ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ବାଲେଶ୍ଵର ଜିଲ୍ଲାରୁ- ୫ ବରଗଡ ଜିଲ୍ଲାରୁ- ୧୧ ଭଦ୍ରକ ଜିଲ୍ଲାରୁ- ୩ ବଲାଙ୍ଗୀରି ଜିଲ୍ଲାରୁ- ୧୪ ବୌଦ୍ଧ ଜିଲ୍ଲାରୁ- ୧ କଟକ ଜିଲ୍ଲାରୁ- ୧୦ ଦେବଗଡ ଜିଲ୍ଲାରୁ- ୪ ଗଜପତି ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୨ ଯାଜପୁର ଜିଲ୍ଲାରୁ- ୭ କଳାହାଣ୍ଡି ଜିଲ୍ଲାରୁ- ୪ କନ୍ଧମାଳ ଜିଲ୍ଲାରୁ- ୪ ଖୋର୍ଦ୍ଧା ଜିଲ୍ଲାରୁ- ୩୨ କୋରାପୁଟ ଜିଲ୍ଲାରୁ- ୧ ମୟୂରଭଞ୍ଜ ଜିଲ୍ଲାରୁ- ୯ ନବରଙ୍ଗପୁର ଜିଲ୍ଲାରୁ- ୮ ନୟାଗଡ ଜିଲ୍ଲାରୁ- ୭ ନୂଆପଡା ଜିଲ୍ଲାରୁ- ୧୦ ପୁରୀ…
ନୂଆଦିଲ୍ଲୀ: ଲାଲ କିତାବରେ ବୃହସ୍ପତି ଗ୍ରହକୁ ଏକ ଶୁଭ ଗ୍ରହ ଭାବରେ ବିଶ୍ଵାସ କରାଯାଏ। ଅଶ୍ଵତଥ ଗଛ, ହଳଦିଆ ରଙ୍ଗ, ସୁନା, ହଳଦୀ, ଚଣା ଡାଲି, ହଳଦିଆ ଫୁଲ, କେଶର, ଗୁରୁ, ପିତା, ବୃଦ୍ଧ ପୁରୋହିତ, ବିଦ୍ୟା ଏବଂ ପୂଜା ପାଠ ବୃହସ୍ପତିର ପ୍ରତୀକ ଭାବରେ ବିବେଚନା କରାଯାଏ। ଶକ୍ତିଶାଳୀ ବୃହସ୍ପତି ସମ୍ମାନ ଏବଂ ପ୍ରତିଷ୍ଠା ବଢାଇଥାଏ। କିନ୍ତୁ ଯେତେବେଳେ ଦୁର୍ବଳ ହୁଏ ଏହା ଖରାପ ଫଳାଫଳ ଦେଇଥାଏ। ଲାଲ କିତାବରେ ବୃହସ୍ପତିଙ୍କୁ ଶକ୍ତିଶାଳୀ କରିବା ପାଇଁ ଅନେକ ପ୍ରଭାବଶାଳୀ ଏବଂ ସରଳ ପଦକ୍ଷେପ ଦିଆଯାଇଛି। ବୃହସ୍ପତିର ନକାରାତ୍ମକ ପ୍ରଭାବ: ଲାଲ କିତାବ ଅନୁଯାୟୀ ଯେତେବେଳେ ବୃହସ୍ପତି ରାଶିଫଳରେ ପୀଡିତ ହୁଅନ୍ତି, ସେତେବେଳେ ବ୍ୟକ୍ତି ଶାରୀରିକ ଏବଂ ମାନସିକ ସ୍ତରରେ ବିଚଳିତ ରହିଥା’ନ୍ତି। ଏହାର ପ୍ରଭାବ ଗଳା ଏବଂ ଫୁସଫୁସ ରୋଗର କାରଣ ହୋଇପାରେ। ଶିକ୍ଷା କ୍ଷେତ୍ରରେ ବାଧା ଉପୁଜିଥାଏ। ଆଖିରେ ସମସ୍ୟା ଦେଖାଯାଏ। ସ୍ୱପ୍ନରେ ସାପ ଦେଖାଯାଏ ଏବଂ ଅଦରକାରୀ…
ଚାଣକ୍ୟ ନୀତି: ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କ ପ୍ରେମ, ବିଶ୍ୱାସ ଏବଂ ସମ୍ମାନ ଉପରେ ଆଧାରିତ। ଏହି ଜିନିଷଗୁଡ଼ିକର ଅଭାବ ଦାମ୍ପତ୍ୟ ଜୀବନରେ ବିଭେଦ ଆଣିଥାଏ। ସୁଖୀ ଦାମ୍ପତ୍ୟ ଜୀବନ ପାଇଁ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ସ୍ୱଚ୍ଛତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ସମ୍ପର୍କକୁ ମଜବୁତ ରଖିବା ପାଇଁ ପରସ୍ପରଠାରେ କୌଣସି ରହସ୍ୟ ଲୁଚାଇବା ଉଚିତ୍ ନୁହେଁ। କିନ୍ତୁ ଚାଣକ୍ୟଙ୍କ ଅନୁଯାୟୀ, ଏପରି କିଛି ଜିନିଷ ଅଛି, ଯାହା ଅଧିକାଂଶ ପତ୍ନୀ ନିଜ ସ୍ୱାମୀଙ୍କୁ କୁହନ୍ତି ନାହିଁ। ଆସନ୍ତୁ ଜାଣିବା କେଉଁ ରହସ୍ୟ ଯାହା ପତ୍ନୀ ସ୍ୱାମୀଙ୍କ ପାଖରେ ଲୁଚାଇଥାଏ। ଟଙ୍କା ସଞ୍ଚୟ: ପତ୍ନୀଙ୍କୁ ଘରର ଲକ୍ଷ୍ମୀ କୁହାଯାଏ। ଚାଣକ୍ୟ କହିଛନ୍ତି ଯେ, ଜଣେ ବୁଦ୍ଧିମାନ ଏବଂ ଗୁଣବତ୍ତା ପତ୍ନୀ ସର୍ବଦା ସଞ୍ଚୟ ଉପରେ ବିଶ୍ୱାସ କରନ୍ତି। ବର୍ତ୍ତମାନ ଏବଂ ଭବିଷ୍ୟତକୁ ଧ୍ୟାନରେ ରଖି ପତ୍ନୀ ଧନ ସଞ୍ଚୟ କରନ୍ତି, ସଙ୍କଟ ସମୟରେ ଏହି ସଞ୍ଚୟ ପରିବାର ଏବଂ ସ୍ୱାମୀ ପାଇଁ ଉପଯୋଗୀ ହୋଇଥାଏ। ଚାଣକ୍ୟଙ୍କ ଅନୁଯାୟୀ,…

