Author: Samikhsya Bureau

ଭୁବନେଶ୍ୱର: ସାମାଜିକ କ୍ଷେତ୍ରରେ ମହିଳା ନେତୃତ୍ୱକୁ ସମୃଦ୍ଧ କରିବା ଲକ୍ଷ୍ୟ ନେଇ ରିଲାଏନ୍ସ ଫାଉଣ୍ଡେସନ ଓ ଭାଇଟାଲ୍ ଭଏସେସ୍ ପକ୍ଷରୁ “ଓମେନ୍ ଲିଡ୍ ଇଣ୍ଡିଆ ଫେଲୋସିପ୍‌’ର ଶୁଭାରମ୍ଭ କରାଯାଇଛି। ଆଜିଠାରୁ ଆରମ୍ଭ ହୋଇଥିବା ଏହି ଦେଶବ୍ୟାପୀ ଅଭିଯାନ ହେଉଛି ଏକ ୧୦ ମାସିଆ ଫେଲୋସିପ୍ କାର୍ଯ୍ୟକ୍ରମ ଯାହା ସମାଜରେ ପରିବର୍ତନର ବାର୍ତାବହ ସାଜିଥିବା ମହିଳାମାନଙ୍କ ନେତୃତ୍ୱ ଦକ୍ଷତାକୁ ସୁଦୃଢ଼ କରିବ। ବିଶେଷ କରି ଗ୍ରାମୀଣ ରୂପାନ୍ତରଣ, ଶିକ୍ଷା, କ୍ରୀଡ଼ାର ବିକାଶ, କଳା, ସଂସ୍କୃତି ଓ ଐତିହ୍ୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା ମହିଳାମାନଙ୍କୁ ଏହି ଫେଲୋସିପ୍ ପ୍ରଦାନ କରାଯିବ। ଏଥିପାଇଁ ସର୍ବଭାରତୀୟ ସ୍ତରରେ ଆବେଦନ ଆହ୍ୱାନ କରାଯାଇଛି। ଆବେଦନର ଶେଷ ତାରିଖ ହେଉଛି ୨୦୨୨ ଅକ୍ଟୋବର ୩ ତାରିଖ। ପରିବର୍ତନ ଆଣିବା ଲାଗି ଏକ କିମ୍ବା ଏକାଧିକ ସାମାଜିକ କ୍ଷେତ୍ରରେ ଅତିକମ୍‌ରେ ତିନି ବର୍ଷର କାର୍ଯ୍ୟ କରିବାର ଅଭିଜ୍ଞତା ଥିବା ମହିଳାମାନେ ଏହି ଫେଲୋସିପ୍ ପାଇଁ ଆବେଦନ କରିପାରିବେ। ସେମାନଙ୍କ ପୂର୍ବ ଅନୁଭୂତି…

Read More

ଦିଲ୍ଲୀ: ଭାରତ ସରକାରଙ୍କର ଯୁବ ବ୍ୟାପାର ଏବଂ କ୍ରୀଡା ମନ୍ତ୍ରଣାଳୟ, ପ୍ରତି ବର୍ଷ କ୍ରୀଡା ପୁରସ୍କାର ପାଇଁ ଆବେଦନ ଆମନ୍ତ୍ରଣ କରିଥାଏ। ୨୦୨୨ ବର୍ଷ ପାଇଁ କ୍ରୀଡା ପୁରସ୍କାର ନିମନ୍ତେ ଆବେଦନକାରୀ ଆମନ୍ତ୍ରଣ ପତ୍ର ସମ୍ପର୍କିତ ବିଜ୍ଞପ୍ତି ୱେବ୍ ସାଇଟ୍ www.yas.nic.in ରେ ଅପ୍‌ଲୋଡ୍ କରା ଯାଇଛି। ଭାରତୀୟ ଅଲିମ୍ପିକ୍ ସଂଘ/ଭାରତୀୟ କ୍ରୀଡା ପ୍ରାଧିକରଣ (ସ୍ୱୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ)/ସ୍ୱୀକୃତି ପ୍ରାପ୍ତ ଜାତୀୟ କ୍ରୀଡା ସଂଘ/କ୍ରୀଡା ପ୍ରୋତ୍ସାହନ ବୋର୍ଡ/ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶ ସରକାର ଇତ୍ୟାଦିଙ୍କୁ ମଧ୍ୟ ସେହି ଅନୁଯାୟୀ ସୂଚିତ କରା ଯାଇଛି। ପୁରସ୍କାର ପାଇଁ ଯୋଗ୍ୟ କ୍ରୀଡାବିତ୍ ମାନଙ୍କ ଠାରୁ/ପ୍ରଶିକ୍ଷକ ମାନଙ୍କ ଠାରୁ/ସଂସ୍ଥା ଗୁଡିକ ଠାରୁ/ବିଶ୍ୱ ବିଦ୍ୟାଳୟ ଗୁଡିକ ଠାରୁ ଆବେଦନ ଆମନ୍ତ୍ରିତ କରା ଯାଇଛି। ଏହି ବର୍ଷ ଠାରୁ ଏକ ଉତ୍ସର୍ଗୀକୃତ ପୋର୍ଟାଲ୍ ମାଧ୍ୟମରେ କେବଳ ଅନ୍‌ଲାଇନ୍ ମୋଡ୍‌ରେ ଆବେଦନ ଗୁଡିକ ଆମନ୍ତ୍ରିତ କରା ଯାଉଛି। ପୁରସ୍କାର ନିର୍ଦ୍ଦେଶାବଳୀ ଅନୁଯାୟୀ ଆବେଦନକାରୀ କେବଳ ପୋର୍ଟାଲ୍ dbtyas-sports.gov.in…

Read More

ଚାଣକ୍ୟ ନୀତି: କୁହାଯାଏ ଯଦି ଦିନଟି ଭଲରୁ ଆରମ୍ଭ ହୁଏ, ତେବେ ସମସ୍ତ କାମ ସଠିକ ଭାବରେ ହୋଇଥାଏ। ଚାଣକ୍ୟ ବିଶ୍ଵାସ କରନ୍ତି ଯେ, ଦିନର ଶୁଭ ଆରମ୍ଭ ପାଇଁ ଜଣେ ନିର୍ଦ୍ଦିଷ୍ଟ ଜିନିଷ ଅନୁସରଣ କରିବା ଆବଶ୍ୟକ। କେବଳ ସେତେବେଳେ ଜୀବନରେ ସଫଳତା ମିଳିବ, ଯେତେବେଳେ ବ୍ୟକ୍ତି ନିଜ ଲକ୍ଷ୍ୟ ହାସଲ କରିବାରେ ସକ୍ଷମ ହେବ। ଯେଉଁମାନେ ସମୟର ମୂଲ୍ୟ ବୁଝନ୍ତି ସେମାନେ ଜୀବନରେ କେବେ ବିଫଳ ହୁଅନ୍ତି ନାହିଁ। ଚାଣକ୍ୟଙ୍କ ଅନୁଯାୟୀ, ସକାଳ ସମୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଏହାକୁ ନଷ୍ଟ ହେବାକୁ ଦିଅନ୍ତୁ ନାହିଁ। ପ୍ରତିଦିନ ସକାଳେ ଉଠିବା ପରେ, ଯଦି ଆପଣ ଚାଣକ୍ୟଙ୍କ ଏହି ଚାରୋଟି ଜିନିଷ ଅନୁସରଣ କରନ୍ତି, ତେବେ ସଫଳତା ନିଶ୍ଚିତ ପାଇବେ। ଶିଘ୍ର ଉଠନ୍ତୁ: ଦୀର୍ଘ ସମୟ ଶୋଇବା ଉଭୟ ସ୍ୱାସ୍ଥ୍ୟ ଏବଂ ବୃତ୍ତି ପାଇଁ କ୍ଷତିକାରକ। ଚାଣକ୍ୟ କହିଛନ୍ତି ଯେ ଶୀଘ୍ର ଶୋଇବା ଏବଂ ଶୀଘ୍ର ଉଠିବା ହେଉଛି ସଫଳତାର ପ୍ରଥମ…

Read More

ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ । ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ । ଅର୍ଥ…

Read More

ଅହମ୍ମଦାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅହମ୍ମଦାବାଦର ସାବରମତୀ ନଦୀ ତଟରେ ଖଦି ଉତ୍ସବରେ ଅଂଶଗ୍ରହଣ କରିଥିଲେ। ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ, ସାଂସଦ ସି ଆର ପାଟିଲ, ରାଷ୍ଟ୍ର ମନ୍ତ୍ରୀ ହର୍ଷ ସାଙ୍ଗଭି ଏବଂ ଅହମ୍ମଦାବାଦ ମେୟର ଜଗଦୀଶ ପଞ୍ଚଲ ଏବଂ କେଭିଆଇସିର ଅଧ୍ୟକ୍ଷ ମନୋଜ କୁମାର ଉପସ୍ଥିତ ଥିଲେ। ଏହି ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଚରଖା ସହ ତାଙ୍କର ବ୍ୟକ୍ତିଗତ ସମ୍ପର୍କକୁ ମନେ ପକାଇଥିଲେ ଏବଂ ଯେତେବେଳେ ତାଙ୍କ ମା’ ଚରଖାରେ କାମ କରୁଥିଲେ ସେତେବେଳେ ତାଙ୍କର ପିଲାଦିନକୁ ମନେ ପକାଇଥିଲେ। ସେ କହିଛନ୍ତି, ୭୫ ବର୍ଷର ସ୍ୱାଧୀନତା ଅବସରରେ ସାବରମତୀ ତଟରେ ଆଜି ଆଶୀର୍ବାଦ ପ୍ରାପ୍ତ ହୋଇଛି, ୭୫୦୦ ଭଉଣୀ ଏବଂ ଝିଅ ଏକତ୍ର ଏକ ଚରଖାରେ ସୂତା କାଟି ଇତିହାସ ସୃଷ୍ଟି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଚରଖାରେ ସୂତା କାଟିବା କୌଣସି ପୂଜାପାଠ ଠାରୁ କମ୍‍ ନୁହେଁ। ସେ ଆଜି…

Read More

ଭୁବନେଶ୍ବର: ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ ଆଜି ଭୁବନେଶ୍ୱର ଲୋକସଭା ଅନ୍ତର୍ଗତ ଜଟଣୀ ନାଇଜର ଠାରେ 650 କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବାକୁ ଥିବ ଟାଟା ମେମୋରିଆଲ କ୍ୟାନ୍ସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ ସମୀକ୍ଷା କରିଛନ୍ତି। ଏହି ପ୍ରକଳ୍ପ ଆଗାମୀ 3ମାସ ମଧ୍ୟରେ ଭିତ୍ତି ପ୍ରସ୍ତର ସ୍ଥାପନ ହେବ ଏବଂ ପରବର୍ତ୍ତୀ 18 ମାସ ମଧ୍ୟରେ ନିର୍ମାଣ ସମାପ୍ତ ହେବ। ହସ୍ପିଟାଲ ବ୍ୟତୀତ ହଷ୍ଟେଲ, ଧର୍ମଶାଳା, ଗେଷ୍ଟ ହାଉସ, ଷ୍ଟାଫ କ୍ୱାଟର, ବିଦ୍ୟାଳୟ ଆଦି ନିର୍ମାଣ ହେବ। ରୋଗୀ ଚିକିତ୍ସା ସହ ରିସର୍ଚ୍ଚ ଏବଂ ଔଷଧ ନିର୍ମାଣ ମଧ୍ୟ ହେବାର ବ୍ୟବସ୍ଥା ମଧ୍ୟ ରହିବ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଭାଗୀୟ ମନ୍ତ୍ରୀ  ଜିତେନ୍ଦ୍ର ସିଂ ଙ୍କୁ ଧନ୍ୟବାଦ ଏବଂ କୃତଜ୍ଞତା ଜ୍ଞାପନ କରିଛନ୍ତି। 650 କୋଟି ବିନିଯୋଗରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପରେ ରାଜ୍ୟ ସରକାର ଆବଶକୀୟ ସହାୟତା ଯୋଗାଇ ଦେବା…

Read More

ଭୁବନେଶ୍ୱର: ରାଜ୍ୟରେ ଥିବା ପ୍ରଚୁର ଜଳସଂପଦରେ ମତ୍ସ୍ୟଚାଷର ବିପୁଳ ସମ୍ଭାବନାକୁ ଉପଯୋଗ କରି ମାଛ ଉତ୍ପାଦନ ବୃଦ୍ଧି କରାଯାଇପାରିଛି । ଦୁଇଦଶନ୍ଧିରେ ମାଛ ଉତ୍ପାଦନ ୨.୬୦ ଲକ୍ଷ ମେଟ୍ରିକ୍‌ ଟନ୍‌ରୁ ବୃଦ୍ଧି ପାଇ ୨୦୨୧-୨୨ରେ ୯.୯୧ ଲକ୍ଷ ମେଟି୍ରକ୍‌ ଟନ୍‌ରେ ପହଞ୍ଚିଛି ଏବଂ ମତ୍ସ୍ୟ ଉତ୍ପାଦନରେ ଓଡ଼ିଶା ଦେଶରେ ଚତୁର୍ଥ ସ୍ଥାନ ହାସଲ କରିଛି।ରାଜ୍ୟ ସରକାରଙ୍କ ଦ୍ୱାରା ମତ୍ସ୍ୟଚାଷ ଅନୁକୂଳ ନୀତି ପ୍ରଣୟନ, ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର, ଉନ୍ନତ ପ୍ରଜାତିର ମାଛଚାଷ ଓ ମତ୍ସ୍ୟଖାଦ୍ୟ ପ୍ରୟୋଗ ଫଳରେ ମାଛଚାଷରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆସୋଚାମ୍‌ ଦ୍ୱାରା ଆୟୋଜିତ ‘ଭାରତରେ ମାଛଚାଷ ଏବଂ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣର ସୁଦୃଢ଼ୀକରଣ’ ଶୀର୍ଷକ ଏକ ୱବିନାର୍‌ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ୨୦୦୦-୦୧ରେ ରାଜ୍ୟରେ ୧,୦୪୬ କୋଟି…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତ ଅପ୍ରେଲ ମାସରେ କୁଡାନାଳୀ କୋଇଲିପଦା ଜଙ୍ଗଲରୁ ୭୯ କେଜି ଗଞ୍ଜେଇ ଜବତ କରିଥିଲା ନାକଟିଦେଉଳ ପୋଲିସ୍। ହେଲେ ପୋଲିସ୍ କୁ ଚକମା ଦେଇ ଏଥିରେ ସଂପୃକ୍ତି ଥିବା ଡ୍ରାଇଭର ଘଟଣା ସ୍ଥଳରୁ ଫେରାର୍ ହେବାରେ ସକ୍ଷମ ହୋଇଥିଲା। ପୋଲିସ୍ ସେଇ ଦିନ ଠାରୁ ସେଇ ଅଭିଯୁକ୍ତକୁ ଖୋଜୁଥିଲା। ଆଜି ନାକଟିଦେଉଳ ପୋଲିସ୍ ସେଇ ଗଞ୍ଜେଇ କାରବାରରେ ସଂପୃକ୍ତି ଥିବା ଛେଣ୍ଡିପଦାର ପବିତ୍ର ମୋହନ ସାହୁକୁ ଛେଣ୍ଡିପଦାରୁ ଗିରଫ କରିବାରେ ସଫଳ ହୋଇଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବା ନାକଟିଦେଉଳ ଥାନାଧିକାରୀ ପ୍ରକାଶ କରିଛନ୍ତି। ସୂଚନା ଥାଉକି ଗତ ଅପ୍ରେଲ୍ ମାସ ୭ ତାରିଖ ସଂଧ୍ୟାରେ ରେଢାଖୋଲ ରୁ ନାକଟିଦେଉଳ ପଟକୁ ଏକ ଧଳା ଇଣ୍ଡିଗୋ କାର୍ (ଓଡି ୦୨ ଡି ୪୫୭୪) ରେ ଚୋରାରେ ଗଞେଇ ଅନୁଗୁଳ ଅଂଚଳକୁ ଆସୁଥିବାର ନାକଟିଦେଉଳ ଥାନାଧିକାରୀ ସୂଚନା ପାଇ ସଦଳବଳେ ଚରଡପଶି ନିକଟରେ ରାସ୍ତାକୁ ବନ୍ଦ କରିଦେଇଥିଲେ।…

Read More

ଚେନ୍ନାଇ: ଚେନ୍ନାଇରୁ ଦୁବାଇ ଅଭିମୁଖେ ଏକ ଇଣ୍ଡିଗୋ ଏୟାରଲାଇନ୍ସର ବିମାନ ଆଜି ସକାଳେ ଉଡ଼ାଣ ଭରିବାକୁ ଯାଉଥିଲାବେଳେ ଏକ ଧମକପୂର୍ଣ୍ଣ କଲ ଆସିଥିଲା। ବିମାନରେ ବୋମା ଅଛି ଏବଂ ବିମାନଟିକୁ ଉଡାଇଦେବା ପାଇଁ ​​ଜଣେ କଲର୍ କହିଥିଲା। ଏହି ଖବର ପାଇବା ମାତ୍ରେ ଆତଙ୍କ ଖେଳିଯାଇଥିଲା। ଏହି ବିମାନରେ ପ୍ରାୟ ୧୭୦ ଯାତ୍ରୀ ଯାତ୍ରା କରୁଥିଲେ। ଫୋନ ଆସିବା ପରେ ବିମାନକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇଥିଲା। କିନ୍ତୁ କୌଣସି ସ୍ଥାନରେ ବୋମା ମିଳିନଥିଲା। ସକାଳ ୭.୩୦ ରେ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଥିବା ବିମାନଟି ୬ ଘଣ୍ଟା ବିଳମ୍ବ ହୋଇଥିଲା। ସୂଚନାନୁସାରେ, ଶନିବାର ସକାଳେ ଚେନ୍ନାଇରୁ ଦୁବାଇ ଅଭିମୁଖେ ଇଣ୍ଡିଗୋ ବିମାନ ଉଡ଼ାଣ ପୂର୍ବରୁ ବୋମା ଧମକ ଦେଇଥିଲା। ପୋଲିସ କଣ୍ଟ୍ରୋଲ ରୁମରେ କେହି ଜଣେ ଅଜ୍ଞାତ ନମ୍ବରରୁ ଫୋନ କରି ବୋମା ସାହାଯ୍ୟରେ ବିମାନ ଉଡ଼ାଇଦେବାକୁ ଧମକ ଦେଇଥିଲେ, ପରେ ବିମାନବନ୍ଦର ପୋଲିସକୁ ସତର୍କ କରାଯାଇଥିଲା। ବିମାନଟି ପୁଙ୍ଖାନୁପୁଙ୍ଖ…

Read More

ନୂଆଦିଲ୍ଲୀ/ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅମୃତ କାଳରେ ପାଞ୍ଚଟି ସଂକଳ୍ପ ସମେତ ଭାରତକୁ ବିକଶିତ ରାଷ୍ଟ୍ର ଭାବରେ ପରିଣତ କରିବା ପାଇଁ ନାଗରିକମାନଙ୍କୁ ଦାୟିତ୍ୱବାନ ହେବା ପାଇଁ ଆହ୍ୱାନ କରିଛନ୍ତି। କାରଣ, ଭାରତୀୟମାନେ ଦାୟିତ୍ୱବାନ ହେଲେ ଏବଂ ଆମ ଦେଶର ଶ୍ରମବଳ ସମ୍ପୂର୍ଣ୍ଣ ଉପଯୋଗ ହୋଇପାରିଲେ ହିଁ ଭାରତ ବିଶ୍ୱର ଆର୍ଥିକ ମହାଶକ୍ତିର କେନ୍ଦ୍ରବିନ୍ଦୁ ହେବ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶନିବାର ନୂଆଦିଲ୍ଲୀ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାବର୍ତ୍ତନ ସମାରୋହରେ ଯୋଗଦେଇ ଶ୍ରୀ ପ୍ରଧାନ ଏହା କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ରେକଗନାଇଜେସନ ଅଫ୍ ପ୍ରାଇଅର୍ ଲର୍ଣ୍ଣିଂ(ଆରପିଏଲ) ଦକ୍ଷତା ତାଲିମ ଅଧୀନରେ ନୂଆଦିଲ୍ଲୀ ମ୍ୟୁନିସପାଲ କାଉନସିଲ ଅଞ୍ଚଳର ପ୍ରଶିକ୍ଷଣ ନେଇଥିବା ପ୍ରାର୍ଥୀଙ୍କୁ ପ୍ରମାଣ ପତ୍ର ବିତରଣ କରିଛନ୍ତି। ଏହି ତାଲିମ ଅଧୀନରେ ନୂଆ କୌଶଳ ସହ ଯୋଡ଼ିଥିବା ଯୁବବର୍ଗଙ୍କୁ କେନ୍ଦ୍ରମନ୍ତ୍ରୀ ଅଭିନନ୍ଦନ ଜଣାଇବା ସହ କହିଛନ୍ତି ଯେ ବିକଶିତ…

Read More

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ଧରି ତାଙ୍କ ଫର୍ମ ସହ ସଂଘର୍ଷ କରିଆସୁଛନ୍ତି। ତେବେ ଏସିଆ କପରେ ଦୀର୍ଘ ସମୟ ବିରତି ପରେ ବିରାଟ କୋହଲିଙ୍କ ପ୍ରଶଂସକମାନେ ଆଶା କରୁଛନ୍ତି ଯେ, ସେ ଏହି ଟୁର୍ଣ୍ଣାମେଣ୍ଟରେ ପୁନର୍ବାର ନିଜର ଫର୍ମ ଫେରି ପାଇବେ ଏବଂ ଭଲ ପ୍ରଦର୍ଶନ କରିବେ। ଏଥି ସହିତ ବିରାଟ କୋହଲି ନିଜର ଖରାପ ଫର୍ମ ସହ ସଂଘର୍ଷ କରି ଏକ ବଡ ଖୁଲାସା କରି କହିଛନ୍ତି ଯେ, ୧୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଏକ ମାସ ପର୍ଯ୍ୟନ୍ତ ମୁଁ ବ୍ୟାଟ୍ ଛୁଇଁନଥିଲି। ଷ୍ଟାର ସ୍ପୋର୍ଟସ ସହିତ ଏକ ବାର୍ତ୍ତାଳାପରେ ବିରାଟ କହିଛନ୍ତି ଯେ ମୁଁ କିଛି ସମୟ ପାଇଁ ମିଥ୍ୟା ଆକ୍ରମଣାତ୍ମକ ଦେଖାଇବାକୁ ଚେଷ୍ଟା କରୁଥିଲି। ମୁଁ ନିଜକୁ ବିଶ୍ୱାସ କରୁଥିଲି ଯେ ମୋର ତୀବ୍ରତା ଅଛି, କିନ୍ତୁ ମୋ ଶରୀର ମୋତେ ବମନା କରୁଛି। ମୋ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ନାଭାଲ ଫାଣ୍ଡି ନିକଟସ୍ଥ ୧୬ ନଂ ଜାତୀୟ ରାଜପଥ ସରନଇ ଓଭର ବ୍ରିଜ ତଳୁ ଏକ ମୃତ ଦେହ ଉଦ୍ଧାର କରାଯାଇଛି। ସୂଚନା ମୁତାବକ ଆଜି ସନ୍ଧ୍ୟାରେ ସ୍ଥାନୀୟ କିଛି ଯୁବକ ସରନଇ ଓଭର ବ୍ରିଜ ତଳେ ବାଇକ ସହ ଜଣେ ଯୁବକ ପଡିଥିବା ଦେଖି ବାଲୁଗାଁ ଏସଡିପିଓଙ୍କୁ ସୂଚନା ଦେଇଥିଲେ। ଘଟଣା ସ୍ଥଳରେ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ପହଞ୍ଚି ବାଇକ ଜବତ କରିବାସହ ମୃତଦେହକୁ ଉଦ୍ଧାର କରିଥିଲେ। ମୃତକ ଜଣକ ବାଣପୁର ଥାନା ପଦନପୁର ଗ୍ରାମର କୁଳମଣି ଜେନାଙ୍କ ସାନ ପୁଅ ରଞ୍ଜିତ ଲେଙ୍କା ଓରଫ ଗାଣ୍ଡୁ (୨୭ ବର୍ଷ) ବୋଲି ଜଣାପଡିଛି। ଏବଂ ସେ ବାଲୁଗାଁରେ ଏକ ବିଅର ବାରରେ କାର୍ଯ୍ୟ କରୁଥିବା ପ୍ରାଥମିକ ସୂଚନା ମିଳିଛି। ହେଲେ ରଞ୍ଜିତଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ…

Read More

ଭୁବନେଶ୍ୱର: ୧୯୨୨ ମସିହାରେ ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଉତ୍କଳଗୌରବ ମଧୁସୂଦନ ଦାସ ଓ ପରବର୍ତ୍ତୀ ସମୟରେ ଉତ୍କଳମଣି ଗୋପବନ୍ଧୁ, ବାଗ୍ମୀ ବିଶ୍ୱନାଥ କର, ପଣ୍ଡିତ ନୀଳକଣ୍ଠ ଓ ପଣ୍ଡିତ ଗୋଦାବରୀଶ ପ୍ରମୁଖ ନେତୃବୃନ୍ଦଙ୍କ ଦ୍ୱାରା ଉପସ୍ଥାପିତ ତର୍କ-ବିବରଣୀ ଓଡ଼ିଶା ବିଧାନସଭାକୁ ଉପଲବ୍ଧ ହୋଇଛି। ଦୀର୍ଘ ୧୦୦ ବର୍ଷ ପରେ ବିହାର ବିଧାନସଭାରୁ ଏସବୁ ପୁରୁଣା ନଥି ଅଣାଯାଇପାରିଛି। ଏପରି ଗୁରୁତ୍ୱପୂର୍ଣ୍ଣ ସଂଗ୍ରହଣରୁ ଅନେକ ଅନାଲୋଚିତ ପ୍ରସଙ୍ଗ ମିଳିବ ଓ ସେସବୁ ଗବେଷକ ତଥା ଭବିଷ୍ୟତ ପିଢ଼ିକୁ ନୂତନ ଦିଗ୍‌ଦର୍ଶନ ଦେବ ବୋଲି ବାଚସ୍ପତି ଶ୍ରୀ ବିକ୍ରମ କେଶରୀ ଆରୁଖ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶା ବିଧାନସଭାରେ କେବଳ ୧୯୩୭ ମସିହାଠାରୁ ବିଧାୟକମାନଙ୍କ ବିବରଣୀ ରହିଛି। ତତ୍‌କାଳୀନ ବିହାର ଓଡ଼ିଶା ବ୍ୟବସ୍ଥାପକ ସଭାରେ ଓଡ଼ିଶାର ନେତୃବୃନ୍ଦଙ୍କ ବକ୍ତବ୍ୟର ବିବରଣୀ ଓଡ଼ିଶାରେ ଉପଲବ୍ଧ ନଥିଲା। ବରିଷ୍ଠ ସାମ୍ବାଦିକ ତଥା ସାହିତି୍ୟକ ଶ୍ରୀରାମ ଦାଶ ୧୯୭୯ ମସିହାରେ ବିଧାନସଭା ଗ୍ରନ୍ଥାଗାରକୁ…

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ ( ସୋଆ)ର ଏନ୍‌.ଏସ୍‌.ଏସ୍ ଶାଖା ପକ୍ଷରୁ ଗୁରୁବାର ଦିନ ବନ୍ୟା ପ୍ରପୀଡିତମାନଙ୍କୁ ରିଲିଫ୍ ବଂଟନ କରାଯାଇଥିଲା। ସୋଆର ଛାତ୍ରଛାତ୍ରୀ ଓ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନଙ୍କୁ ନେଇ ଏକ ୧୦ ଜଣିଆ ଟିମ୍ ଗଠନ କରାଯାଇଥିବା ବେଳେ ଏହି ଟିମ୍ ଖୋର୍ଦ୍ଧା ଜିଲ୍ଲା ର ଶରଧାପୁର ଗ୍ରାମକୁ ଯାଇ ରିଲିଫ୍ ବଂଟନ କରିଥିଲେ। ଚୁଡା, ଚିନି, ବିସ୍କୁଟ, ମଶାଧୂପ, ଦିଆସିଲି, ମହମବତୀ ପ୍ରଭୃତି ଅତ୍ୟାବଶ୍ୟକୀୟ ସାମଗ୍ରୀକୁ ନେଇ ୩୦୦-୩୫୦ ପ୍ୟାକେଟ କରାଯାଇଥିଲା। ମହାନଦୀର ପ୍ରଳୟଙ୍କରୀ ବନ୍ୟା କାଜୁଆ ଘାଇ ଭାଙ୍ଗି ଏହି ଗ୍ରାମକୁ କ୍ଷତିଗ୍ରସ୍ତ କରିଦେଇଛି। ସେଠାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିବା ବେଳେ ଡଙ୍ଗା ମାଧ୍ୟମରେ ଏନ୍‌ଏସ୍‌ଏସ୍ ଟିମ୍ ଗ୍ରାମ ମଧ୍ୟକୁ ପ୍ରବେଶ କରିଥିଲା। ସେଠାରେ ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଂଟନ ସହିତ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ ତରଫରୁ ଆସିଥିବା ଔଷଧ ମଧ୍ୟ ବଂଟନ କରାଯାଇଥିଲା। ଏହି ଟିମ୍‌ରେ ସୋଆ ଏନ୍‌ଏସ୍‌ଏସ୍‌ର ପ୍ରୋଗାମ ଅଫିସର କନକଲତା ଓଝା…

Read More

ଭୁବନେଶ୍ୱର: ଉତ୍ପାଦନ ଏବଂ ବିଭିନ୍ନ ସେବା କ୍ଷେତ୍ରରେ ପ୍ରାଥମିକ ସ୍ତରରୁ ଆର୍ଥିକ ବିକାଶକୁ ସୁଦୃଢ଼ କରିବା ନିମନ୍ତେ ଏକ ପରିବେଶ ସୃଷ୍ଟି କରିବା ନେଇ ଓଡ଼ିଶା ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶନିବାର ସୂଚନା ଦେଇଛନ୍ତି ରାଜ୍ୟ ଶିଳ୍ପ, ଶକ୍ତି ଓ ଏମ୍‌ଏସ୍‌ଏମ୍‌ର ମନ୍ତ୍ରୀ ପ୍ରତାପ କେଶରୀ ଦେବ। ବୃତ୍ତିଗତ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରଛାତ୍ରୀମାନେ ରାଜ୍ୟ ସରକାରଙ୍କ ଦ୍ୱାରା ନିଆଯାଉଥିବା ନିଷ୍ପତିଗୁଡ଼ିକର ସୁଯୋଗ ନେବା ସହ ଚାକିରୀ ପଛରେ ନ ଧାଇଁ ନିଜେ ନିଜର ଷ୍ଟାର୍ଟ ଅପ୍ ଆରମ୍ଭ କରି ଅନ୍ୟମାନଙ୍କୁ ନିଯୁକ୍ତି ସୁଯୋଗ ଦେବାର ସମୟ ଆସିଛି ବୋଲି ଶ୍ରୀ ଦେବ କହିଛନ୍ତି। ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ପରିସରରେ ଆରମ୍ଭ ହୋଇଥିବା ରାଜ୍ୟର ସବୁଠାରୁ ବଡ଼ କୋଡ଼ିଙ୍ଗ ହାକାଥନ୍ କୋଡ଼ ୪ ଓଡ଼ିଶାର ଉଦ୍‌ଘାଟନ କରିବା ଅବସରରେ ଏହା କହିଛନ୍ତି ଶ୍ରୀ ଦେବ। ଏଭଳି…

Read More

ଖୋର୍ଦ୍ଧା: ଆଜି ଅପରାହ୍ନରେ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଞ୍ଚଳରୁ ଚଢ଼ାଉ କରି ବିପୁଳ ପରିମାଣରେ ଦେଶୀ ମଦ ବୋଝେଇ କାର ଜବତ କରିଛି। ସୂଚନା ମୁତାବକ ବେଗୁନିଆ ଥାନା ରସୋଳ ଅଞ୍ଚଳରୁ ଏକ ମଦ ବୋଝେଇ ମାରୁତି କାର ଆସୁଥିବାର ଖବର ପାଇଥିଲା ଅବକାରୀ ବିଭାଗ। ବିଳମ୍ବ ନ କରି ଅବକାରୀ ଜିଲ୍ଲା ଭ୍ରାମ୍ୟମାଣ ଇନ୍ସପେକ୍ଟର ରାଜଶେଖର ସ୍ୱାଇଁଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ତେବେ ଦୂରରୁ ଅବକାରୀ ଗାଡ଼ିକୁ ଦେଖି ମଝି ରାସ୍ତାରେ ଅଭିଯୁକ୍ତ ରଜନୀକାନ୍ତ ପାଇକରାୟ ଗାଡ଼ି ଛାଡି ଫେରାର ହେବାକୁ ସକ୍ଷମ ହୋଇଥିଲେ। ଉକ୍ତ ଗାଡିକୁ ଅବକାରୀ ବିଭାଗ ଜବତ କରିବା ସହ ସେଥିରୁ ୧ ହଜାର ୪୦ ଲିଟର ଦେଶୀ ମଦ ଜବତ କରିଛି। ଏହି ପରିପ୍ରେକ୍ଷୀରେ ଅବକାରୀ ବିଭାଗ ପିଆର ନମ୍ବର ୪୪/୨୨-୨୩ ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି…

Read More

ଭୁବନେଶ୍ବର: ଓଡିଆ ଚଳଚିତ୍ର ଜଗତ ପାଇଁ ପୁଣି ଦୁଃଖ ଖବର। କାରଣ ହେଲା ଏଥର ଲୋକପ୍ରିୟ ଚଳଚିତ୍ରର ବ୍ୟକ୍ତିତ୍ବ ରାଧାନାଥ ଭଟ୍ଟଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ 80 ବର୍ଷ ବୟସ ହୋଇଥିଲା। ସେ ଦୀର୍ଘଦିନ ଧରି ବୟସାଧିକ ତଥା ନିମୋନିଆ ରୋଗୀରେ ପିଡିତ ହୋଇ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ। ରାଧାନାଥ ଚଳଚିତ୍ର ଜଗତରେ ବାବୁଲା ଭାଇନା ଭାବେ ପରିଚିତ। ସେ ହେଉଛନ୍ତି ପ୍ରଖ୍ୟାତ ଚଳଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନନ୍ଦଙ୍କ ଶଳା। ପ୍ରଶାନ୍ତ ନନ୍ଦଙ୍କ ପ୍ରାୟ ଚଳଚିତ୍ର ନିର୍ମାଣରେ ସେ ସଂପୃକ୍ତ ଥିଲେ। ସେଥି ମଧ୍ୟରେ ରହିଛି ବଳିଦାନ, ସ୍ବପ୍ନସାଗର ଏବଂ ଡୋରା ପରି ଚଳଚିତ୍ର ନିର୍ମାଣ ସହିତ ସେ ଜଡିତ ଥିଲେ। ତାଙ୍କ ବିୟୋଗରେ ଓଡିଆ ଚଳିଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।

Read More

ଜ୍ୟୋତିଷ ଶାସ୍ତ୍ର: ଜୀବନରେ କିପରି ସୁଖ ଏବଂ ସମୃଦ୍ଧି ଆସିପାରିବ, ତାହା ଜ୍ୟୋତିଷ ଶାସ୍ତ୍ରରେ ଅନେକ ପଦକ୍ଷେପ କୁହାଯାଇଛି। କେତେକ ରାଶିର ଗ୍ରହ ଏବଂ ନକ୍ଷତ୍ରଗୁଡିକ ଏପରି ଯେ ସେମାନେ ଟିକିଏ କଠିନ ପରିଶ୍ରମରେ ଅପାର ସଫଳତା ପାଆନ୍ତି। କିନ୍ତୁ ଅନେକ ଲୋକ ଦିନରାତି ପରିଶ୍ରମ କରିବା ପରେ ମଧ୍ୟ ଜୀବନରେ ସଫଳତା ହାସଲ କରିବାକୁ ସକ୍ଷମ ନୁହଁନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଉଲ୍ଲେଖ କରାଯାଇଥିବା କିଛି ପ୍ରତିକାର ଗ୍ରହଣ କରି ଜଣେ ବ୍ୟକ୍ତି ନିଜର ଭାଗ୍ୟ ଉଜ୍ଜ୍ଵଳ କରିପାରିବ। ଆସନ୍ତୁ ଜାଣିବା ଏହି ପଦକ୍ଷେପଗୁଡ଼ିକ ବିଷୟରେ…. ୧- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଖାଦ୍ୟ ସର୍ବଦା ପୂର୍ବ ଆଡକୁ ମୁହଁ କରି ଖାଇବା ଉଚିତ୍। କୁହାଯାଏ ଯେ, ଏହା କରିବା ଜୀବନରେ ସୁଖ ଆଣିଥାଏ ଏବଂ ଅର୍ଥ ଏବଂ ଶସ୍ୟର ଅଭାବ ରହେନାହିଁ। ଖାଇବା ସମୟରେ କଦାପି ଜୋତା ଏବଂ ଚପଲ ପିନ୍ଧନ୍ତୁ ନାହିଁ। ଏହା ଅନ୍ନପୂର୍ଣ୍ଣା ମାତାଙ୍କ ପ୍ରତି ଅପମାନ ବୋଲି…

Read More

ଭୁବନେଶ୍ୱର : ରାଜ୍ୟ ସରକାର ଆଜି ବରିଷ୍ଠ ଆଇଏଏସ ସ୍ତରରେ କେତେକ ଅଦଳବଦଳ କରିଛନ୍ତି। ମୁଖ୍ୟତଃ ପଞ୍ଚାୟତିରାଜ ବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା କେନ୍ଦ୍ରୀୟ ଡେପୁଟେସରେ ଯିବାପରେ ଏହି ଅଦଳବଦଳ କରାଯାଇଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ ଯେଉଁ ଅଦଳବଦଳ ହୋଇଛି ତାହା ହେଲା 1- ସୁଶୀଲ କୁମାର ଲୋହାନୀ- ରାଜ୍ୟ ପଞ୍ଚାୟତିରାଜ ଓ ପାନ୍ୟଜଳ ବିଭାଗର ଅତିରିକ୍ତ ଦାୟିତ୍ୱ ତୁଲାଇବେ। ସେ ଏବେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏଥିସହ ସେ ଅବାକାରୀ ବିଭାଗର ସଚିବ ପଦ ମଧ୍ୟ ତାଙ୍କ ପାଖରେ ରହିଛି। 2- ଦେଓରଞ୍ଜନ ସିଂହ- ଇସ୍ପାତ ଓ ଖଣି ବିଭାଗ ପ୍ରମୁଖ ସଚିବ ଦେଓରଂଜନ ସି ଙ୍କୁ ରାଜ୍ୟ ଅବକାରୀ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି। ଶ୍ରୀ ସିଂହ ଓଏମସି ଅଧ୍ୟକ୍ଷ, ଇଡକଲ ଅଧ୍ୟକ୍ଷ, ଓଏମସିଏଲର ଅଧ୍ୟକ୍ଷ ଦାୟିତ୍ୱ ମଧ୍ୟ ପୂର୍ବପରି ତୁଲାଇବେ।…

Read More

ନୂଆଦିଲ୍ଲୀ: ହିନ୍ଦୀ ପଞ୍ଚଙ୍ଗ ଅନୁଯାୟୀ ପ୍ରତିବର୍ଷ ଭାଦ୍ରବ ଶୁକ୍ଳ ପକ୍ଷର ଚତୁର୍ଥୀ ତିଥିରେ ଗଣେଶଙ୍କ ଜନ୍ମ ବାର୍ଷିକୀ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ମଧ୍ୟାହ୍ନରେ ଭଗବାନ ଗଣେଶ ଏହି ଚତୁର୍ଥୀରେ ଜନ୍ମ ହୋଇଥିଲେ। ଏହି ତାରିଖକୁ ଗଣେଶ ଚତୁର୍ଥୀ କୁହାଯାଏ। ଗଣେଶ ଚତୁର୍ଥୀ ଶୁକ୍ଳ ଶତୁର୍ଥୀ ତିଥିରୁ ଆରମ୍ଭ ହୋଇ ଚତୁର୍ଦ୍ଦଶୀ ତିଥିରେ ଶେଷ ହୁଏ। ଏଥର ଏହି ଗଣେଶ ଚତୁର୍ଥୀ ଉପବାସ ଅଗଷ୍ଟ ୩୧ ତାରିଖରୁ ଆରମ୍ଭ ହୋଇ ସେପ୍ଟେମ୍ବର ୯ ତାରିଖରେ ଶେଷ ହେବ। ଗଣେଶ ପୂଜାରେ ଏହି ଜିନିଷଗୁଡିକ ଅନ୍ତର୍ଭୂକ୍ତ କରନ୍ତୁ: ଗଣେଶ ଚତୁର୍ଥୀ ଦିନ ଲୋକମାନେ ଗଣପତି ଜୀଙ୍କର ମୂର୍ତ୍ତି ନିଜ ଘରେ ସ୍ଥାପନ କରି ରୀତିନୀତି ଅନୁଯାୟୀ ପୂଜା କରନ୍ତି। ଭଗବାନ ଶ୍ରୀ ଗଣେଶ ଜୀଙ୍କର ପୂଜା ସମୟରେ ତାଙ୍କର ପ୍ରିୟ ଜିନିଷ ତାଙ୍କୁ ଅର୍ପଣ କରାଯାଏ। ଗଣେଶଙ୍କର ପୂଜା କିଛି ଜିନିଷ ବିନା ଅସମ୍ପୂର୍ଣ୍ଣ ବୋଲି ଧରାଯାଏ। ଏପରି ପରିସ୍ଥିତିରେ ଗଣେଶ…

Read More

ନୂଆଦିଲ୍ଲୀ: ପୁଣି ଥରେ ଜାତୀୟ ରାଜନୀତିରେ ମୟୁରଭଂଜର ଆଉ ଜଣେ ଝିଅକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ଯେତେବେଳେ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ମୟୁରଭଂଜର ଦ୍ରୌପଦୀ ମୁର୍ମୁଙ୍କ ନାମ ଘୋଷଣା ହେଲା ସେତେବେଳେ ମଧ୍ୟ ଏହି ଜିଲ୍ଲା ଜାତୀୟ ରାଜନୀତିର ଦୃଷ୍ଟିକୁ ଆସିଥିଲା। କାରଣ ମୟୁରଭଂଜର ଜଣେ ଆଦିବାସୀ ଝିଅ ଦେଶର ସର୍ବୋଚ୍ଚ ପଦବୀରେ ବସିବାକୁ ଯାଉଥିଲେ। ତେବେ ସହି ଚର୍ଚ୍ଚା ଶେଷ ହେବ ପରେ ବର୍ତ୍ତମାନ ଆଉ ଏକ ଚର୍ଚ୍ଚା ଜୋର ଧରିଛି। ତାହା ହେଲା ସେହି ମୟୁରଭଂଜ ଜିଲ୍ଲାର ଜଣେ ଝିଅ ଏବେ ମୁଖ୍ୟମନ୍ତ୍ରୀ ହେବେ। ତେବେ ଓଡିଶାର ନୁହେଁ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେବେ ବୋଲି ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ। କଳ୍ପନା ସୋରେନ ହେଉଛନ୍ତି ଓଡିଆ ଝିଅ। ଘର ତାଙ୍କର ମୟୁରଭଂଜ ଜିଲ୍ଲାରେ। ସେ ଶିବୁ ସୋରେନଙ୍କ ପୁଅ ହେମନ୍ତ ସୋରେନଙ୍କୁ ୨୦୦୬ ଫେବ୍ରୁଆରୀ ୭ରେ ବିବାହ…

Read More