Author: Samikhsya Bureau

ମେଷ: – ଆଜି ଏକ ଭଲ ଦିନ ହେବ। ବ୍ୟବସାୟରେ ଲାଭର ସମ୍ଭାବନା ଅଛି। ନୂତନ କାରବାର ଲାଭଦାୟକ ହେବ, ଯାହା ଅର୍ଥନୈତିକ ସ୍ଥିତିକୁ ଦୃଢ କରିବ, ସ୍ୱାସ୍ଥ୍ୟର ଯତ୍ନ ନେବ। ବ୍ୟବସାୟରେ ଛୋଟ ବାଧାବିଘ୍ନ ହୋଇପାରେ। ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ। ପାରିବାରିକ ପରିବେଶ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ। କ୍ରୋଧକୁ ଏବଂ ବକ୍ତବ୍ୟକୁ ନିୟନ୍ତ୍ରଣ କରନ୍ତୁ, ନଚେତ୍ ଏହା ବିତର୍କ ହୋଇପାରେ। ଜୀବନ ସାଥୀକୁ ବୁଝିବାକୁ ଚେଷ୍ଟା କରନ୍ତୁ। ଖାଇବା ଓ ପିଇବା ପାଇଁ ଧ୍ୟାନ ଦିଅନ୍ତୁ। ବୃଷ:– ଆଜି ମିଶ୍ରିତ ଦିନ ହେବ। ବ୍ୟବସାୟ ସ୍ୱାଭାବିକ ହେବ। ଜରୁରୀକାଳୀନ ଲାଭ କରାଯାଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବଢିବ, ଫଳରେ ଅର୍ଥନୈତିକ ପରିସ୍ଥିତି ଦୁର୍ବଳ ହୋଇଯିବ। କାର୍ଯ୍ୟରେ ସଫଳତା ଆତ୍ମବିଶ୍ୱାସ ବଢାଇବ, କିନ୍ତୁ ଅଧିକ କାର୍ଯ୍ୟ ହେବ, ଯାହା ଆପଣଙ୍କୁ ଶାରୀରିକ…

Read More

ଭୁବନେଶ୍ୱର : ଖୋର୍ଦ୍ଧାର ବରୁଣେଇ ପାଦଦେଶରେ ପାଇକ ସ୍ମୃତି ସ୍ମାରକୀ ନିର୍ମାଣ ରାଜ୍ୟ ସରକାର ଜମି ଯୋଗାଇ ଦେଇଛନ୍ତି। ଆଜି ଓଡ଼ଶା ସରକାରଙ୍କ କ୍ୟାବିନେଟ ବୈଠକରେ  ୯ ଏକର ୬୮୫ ଡ଼ିସିମିଲି ଜାଗାକୁ ୩୧ କୋଟି ୯୭ ଲକ୍ଷ ଟଙ୍କା ଛାଡ଼ କରି ବିନା ମୂଲ୍ୟରେ ଯୋଗାଇ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ବିନା ମୂଲ୍ୟରେ ଏହି ଜାଗାକୁ ଯୋଗାଇ ଦେବା ପାଇଁ ଓଡ଼ିଶା ବୀର ମହାସଂଘ ପକ୍ଷରୁ ବାରମ୍ବାର ଦାବି ହୋଇ ଆସୁଥିବା ବେଳେ ଆଜି ରାଜ୍ୟ ସରକାର ଦାବିକୁ ପୂରଣ କରିଥିବାରୁ ଓଡ଼ିଶା ବୀର ମହାସଂଘ ପକ୍ଷରୁରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦିଆଯାଇଛି। ସଂଘର ସଭାପତି ଡଃ ପ୍ରକାଶ ଶ୍ରୀଚନ୍ଦନ, ସାଧାରଣ ସମ୍ପାଦକ ତଥା ପୂର୍ବତନ ବିଧାୟକ ଡଃ ଦିଲ୍ଲୀପ ଶ୍ରୀଚନ୍ଦନ, ମୁଖ୍ୟ ସଂଯୋଜକ ଶ୍ରୀ ନରେନ୍ଦ୍ର ପୃଷ୍ଟି ରାଜ୍ୟ ସରକାର ଓ ରାଜ୍ୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି। ଏହି ପାଇକ…

Read More

ଭୁବନେଶ୍ୱର: ୨୦୨୨-୨୩ ଆର୍ଥିକ ବର୍ଷରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ବିଭିନ୍ନ ଯୋଜନାରେ ଆବଣ୍ଟିତ ଅର୍ଥର ପ୍ରଥମ ତ୍ରୈମାସିକ ଖର୍ଚ୍ଚ ଓ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୃଷି ଭବନଠାରେ ଅନୁଷ୍ଠିତ ବୈଠକରେ କୃଷି ଓ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟର ବିଭିନ୍ନ ଯୋଜନା ନିମନ୍ତେ ବଜେଟ୍‌ର ଆବଣ୍ଟିତ ଅର୍ଥର ଠିକ୍‌ ସମୟରେ ଉଦ୍ଦିଷ୍ଟ ଯୋଜନାରେ ବିନିଯୋଗ କରି କୃଷି ଉତ୍ପାଦନ ବୃଦ୍ଧି ସହିତ ଯୋଜନାର ସୁଫଳ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇବା ପାଇଁ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ବିଭିନ୍ନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଶେଷ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ବୈଠକରେ ସମନ୍ୱିତ କୃଷି, ଭୂତଳ ଜଳର ବ୍ୟବହାର, କୃଷି ଯାନ୍ତ୍ରିକୀକରଣ, ଚାଷରେ ବିବିଧିକରଣ…

Read More

ନୂଆଦିଲ୍ଲୀ: ଓଡିଶାର ୪୦.୫୨ ଲକ୍ଷ ପରିବାରକୁ ଜଳ ଜୀବନ ମିଶନ ଯୋଜନାରେ ଟ୍ୟାପ ପାଣି ଯୋଗାଇ ଦିଆଯାଇଛି। ପାନୀୟଜଳ ଯୋଗାଣ ନେଇ ରାଜ୍ୟସଭାରେ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଜଳ ଶକ୍ତି ରାଷ୍ଟ୍ରମନ୍ତ୍ରୀ ପ୍ରହଲାଦ ସିଂହ ପଟେଲ ଏହି ସୂଚନା ଦେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଦର୍ଶାଇଛନ୍ତି ଜଳ ଜୀବନ ମିଶନ ଯୋଜନାରେ ଓଡିଶାକୁ ପାନୀୟଜଳ ଯୋଗାଇ ଦିଆଯାଉଛି। ଓଡିଶାରେ ୮୮.୫୭ ଲକ୍ଷ ପରିବାର ଥିବାବେଳେ ୨୦୧୯ ଅଗଷ୍ଟ ସୁଦ୍ଧା ମାତ୍ର ୩.୧୧ ଲକ୍ଷ ପରିବାରକୁ ପାଇପ୍‍ ଯୋଗେ ପାନୀୟଜଳ ଯୋଗାଇ ଦିଆଯାଇଥିଲା। ତେବେ ଚଳିତ ମାସ ସୁଦ୍ଧା ଏହା ୪୩ଲକ୍ଷ ପରିବାରକୁ ଟପିଯାଇଛି। ସେହିଭଳି ୨୦୨୨-୨୩ ବର୍ଷର ବଜେଟ୍‍ରେ ଜଳ ଜୀବନ ମିଶନ ପାଇଁ ଅର୍ଥ ଆବଣ୍ଟନ ସଂକ୍ରାନ୍ତରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ ଓଡିଶା ପାଇଁ ୭୧୩୩.୧୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ଯେଉଁଥିରେ ରାଜ୍ୟ ସରକାରଙ୍କ ଅଂଶ ହେଉଛି ୩୫୨୪.୫୩ କୋଟି। ଅବଶିଷ୍ଟ ୩୬୦୮.୬୨ କୋଟି ଟଙ୍କା…

Read More

ଭୁବନେଶ୍ୱର: ଓଡ଼ିଶାର ସବୁଠୁ ପସନ୍ଦର ଓ ଏକ ନମ୍ବର ଡିଜିଟାଲ୍ ସେବା ପ୍ରଦାନକାରୀ ଭାବେ ନିଜର ଯାତ୍ରା ଜାରି ରଖି ରିଲାଏନ୍ସ ଜିଓ ୨୦୨୨ ମେ’ ମାସରେ ଓଡ଼ିଶାରେ ୧.୮୫ ଲକ୍ଷରୁ ଅଧିକ ନୂଆ ଗ୍ରାହକ ଯୋଡ଼ିଥିବା ଭାରତୀୟ ଟେଲିକମ୍ ନିୟାମକ କର୍ତୃପକ୍ଷ (ଟ୍ରାଇ) ଆଜି ଜାରି କରିଥିବା ଟେଲିକମ୍ ଗ୍ରାହକଙ୍କ ତଥ୍ୟରୁ ଜଣାପଡ଼ିଛି। ଟ୍ରାଇ ପକ୍ଷରୁ ପ୍ରକାଶ ପାଇଥିବା ତଥ୍ୟ ଅନୁଯାୟୀ, ୨୦୨୨ ମେ’ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ସଂଖ୍ୟକ ନୂଆ ଗ୍ରାହକ ଯୋଡ଼ିଛି । ରାଜ୍ୟରେ ନିଜର ଏକ ନମ୍ବର ସ୍ଥିତିକୁ ଆହୁରି ଦୃଢ଼ କରି ରିଲାଏନ୍ସ ଜିଓ ଏହି ମାସରେ ୧,୮୫,୪୪୧ ନୂଆ ମୋବାଇଲ୍ ଗ୍ରାହକ ଯୋଡ଼ିଛି ଯାହା ଫଳରେ ଓଡ଼ିଶାରେ କଂପାନିର ମୋଟ ମୋବାଇଲ୍ ଗ୍ରାହକ ସଂଖ୍ୟା ୧.୩୬ କୋଟିରେ ପହଂଚିଛି ଓ ରାଜ୍ୟରେ ଏହା ସାମଗ୍ରିକ ଭାବେ ୪୧.୫ ପ୍ରତିଶତ ବଜାର ଅଂଶ ହାସଲ କରିଛି। ଗୁରୁତ୍ୱପୂର୍ଣ୍ଣ ହେଉଛି, ଓଡ଼ିଶାରେ ଜିଓର…

Read More

ଭୁବନେଶ୍ଵର: ଆଜି ଲୋକସେବା ଭବନର ପୂର୍ତ୍ତମନ୍ତ୍ରୀଙ୍କ ପ୍ରକୋଷ୍ଠରେ ବାଙ୍ଗିରିପୋଷି ଘାଟିରେ ବାରମ୍ଵାର ଦୁର୍ଘଟଣାର ଉଚ୍ଚସ୍ତରୀୟ ସମୀକ୍ଷା ହୋଇଛି। ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ସମୀକ୍ଷା ବୈଠକରେ ବାଙ୍ଗିରିପୋଷି ବିଧାୟକ ଶ୍ରୀ ସୁଦାମା ମାର୍ଣ୍ଡି, ବିଶ୍ଵବ୍ୟାଙ୍କର ମୁଖ୍ୟଯନ୍ତ୍ରୀ, ଜାତୀୟ ରାଜପଥ କର୍ତ୍ତୃପକ୍ଷର ଉଚ୍ଚପଦାଧିକାରୀ, ମୁଖ୍ୟଯନ୍ତ୍ରୀ, ସିଭିଲ, ଅଧିକ୍ଷଣ ଯନ୍ତ୍ରୀ, ବାରିପଦାଙ୍କ ଉପସ୍ଥିତିରେ ସମୀକ୍ଷା ହୋଇଥିଲା। ଏଥିରେ ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥର ଦ୍ଵାରଶୁଣୀ ଘାଟିରେ ବାରମ୍ଵାର ଦୁର୍ଘଟଣାର ନିରାକରଣ ନିମନ୍ତେ ପ୍ରତିକାର ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। ଏଥି ସହିତ ବାଙ୍ଗିରିପୋଷି-ଭୂଆଷୁଣୀ, ଭୂଆଷୁଣୀ-ଲମୁଣ୍ଡାକଟା, ବାଲିଡିହ-ଭୂଆଷୁଣୀ ଏବଂ ଶଙ୍ଖଭଙ୍ଗା-ବିଷୋଇ ରାସ୍ତାର ଉନ୍ନତିକରଣ ତଥା ଗମନାଗମନ ପାଇଁ ଉପଯୁକ୍ତ ରକ୍ଷଣାବେକ୍ଷଣ ବ୍ୟବସ୍ଥା ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଗମନାଗମନର ସୁବିଧା ତଥା ଦୁର୍ଘଟଣା ହ୍ରାସ ନିମନ୍ତେ ବାଲିଡିହ-ଭୂଆଷୁଣୀ ରାସ୍ତା ଉପରେ ଏକ ହାଇଲେଭଲ ବ୍ରିଜ ନିର୍ମାଣ ନିମନ୍ତେ ଏକ ବୈଷୟିକ କମିଟି ଗଠନ କରାଯାଇ…

Read More

ଭୁବନେଶ୍ବର: ଜୀବ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶକ ପଦ୍ମଶ୍ରୀ ଡଃ ଅଜୟ ପରିଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏକ ଶୋକବାର୍ତ୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ପରିଡା ଜାତୀୟସ୍ତରରେ ଜଣେ ଉଚ୍ଚକୋଟୀର ବୈଜ୍ଞାନିକ ଥିଲେ। ଗବେଷଣା କ୍ଷେତ୍ରରେ ଓଡିଶାର ଜୀବ ବିଜ୍ଞାନ ପ୍ରତିଷ୍ଠାନକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ସ୍ବୀକୃତି ମିଳିବା କ୍ଷେତ୍ରରେ ସେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। କରୋନା ସମୟରେ ଡଃ ପରିଡା ଓ ଜୀବ ବିଜ୍ଞାନ ପ୍ରତିଷ୍ଠାନ ଗୁରୁତ୍ବପୂର୍ଣ୍ଣ ବୈଜ୍ଞାନିକ ସହାୟତା ଯୋଗାଇ ଦେଇଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତାଙ୍କ ବିୟୋଗରେ ଦେଶ ଜଣେ ବିଶିଷ୍ଟ ବୈଜ୍ଞାନିକଙ୍କୁ ହରାଇଲା ବୋଲି ପ୍ରକାଶ କରିବା ସହିତ ତାଙ୍କର ଶେଷକୃତ୍ୟ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ସଂପାଦନ କରାଯିବ ବୋଲି ଘୋଷଣା କରିଛନ୍ତି। ପରଲୋକଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Read More

ଭୁବନେଶ୍ଵର: ଆସନ୍ତା ଗୁରୁବାର ଦିନ (୨୧.୦୭.୨୦୨୨) ପୁରୀରୁ ଛାଡିବାକୁ ଥିବା ୨୦୯୧୮ ପୁରୀ-ଇନ୍ଦୋର ଏକ୍ସପ୍ରେସ ବାତିଲ ରହିବ। ଆଜି ଇନ୍ଦୋରରୁ ଛାଡିବାକୁ ଥିବା ଏହାର ସଂଯୋଗକାରୀ ଟ୍ରେନ୍ ୨୦୯୧୭ ଇନ୍ଦୋର-ପୁରୀ ଏକ୍ସପ୍ରେସ ବାତିଲ ହେତୁ ପୁରୀ ଠାରୁ ଏହାକୁ ବାତିଲ କରାଯାଇଅଛି। ଗତ ମଧ୍ୟରାତ୍ରିରେ ପଶ୍ଚିମ ରେଳପଥ ପରିସୀମା ମଧ୍ୟରେ ଥିବା ମଙ୍ଗଲ ମହୁଡି ଏବଂ ଲିମଖଡା ଷ୍ଟେସନ ମଧ୍ୟରେ ଏକ ପଣ୍ୟ ବାହୀ ଟ୍ରେନ୍ ଲାଇନଚ୍ୟୁତ କାରଣରୁ ଏହି ନିଷ୍ପତ୍ତି ନିଆଯାଇଅଛି।

Read More

ନୂଆଦିଲ୍ଲୀ: ଗତ କିଛି ବର୍ଷ ମଧ୍ୟରେ ଦେଶର ନାଗରିକଙ୍କ ମଧ୍ୟରେ ନାଗରିକତ୍ୱ ଛାଡିବାର ଧାରା ବୃଦ୍ଧି ପାଇଛି। ୨୦୨୧ ମସିହାରେ କେତେ ଭାରତୀୟ ନାଗରିକ ଦେଶର ନାଗରିକତ୍ୱ ଛାଡିଛନ୍ତି ଏବଂ କେତେ ଜଣ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି ପ୍ରଶ୍ନରେ ସଂସଦରେ ସରକାର ଉତ୍ତର ରଖିଛନ୍ତି। ଏକ ଲିଖିତ ପ୍ରଶ୍ନର ଉତ୍ତରରେ କେନ୍ଦ୍ର ଗୃହରାଜ୍ୟ ମନ୍ତ୍ରୀ ସଂସଦକୁ କହିଛନ୍ତି ଯେ, ୨୦୨୧ ମସିହାରେ ୨୦୧୯ ବର୍ଷ ତୁଳନାରେ ମୋଟ ୧ ଲକ୍ଷ ୬୩ ହଜାର ୩୭୦ ଲୋକ ଭାରତର ନାଗରିକତ୍ୱ ଛାଡି ଅନୁ ଦେଶର ନାଗରିକତ୍ୱ ଗ୍ରହଣ କରିଛନ୍ତି। ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ତରଫରୁ କେନ୍ଦ୍ର ଗୃହ ରାଜ୍ୟମନ୍ତ୍ରୀ ନିତ୍ୟାନନ୍ଦ କହିଛନ୍ତି ଯେ, ୨୦୧୯ ମସିହାରେ ଏଠାରେ ଏହି ସଂଖ୍ୟା ଏକ ଲକ୍ଷ ୪୪ ହଜାର ୧୭ ଥିଲା। ସରକାର ଏହାର ଉତ୍ତରରେ ଉପସ୍ଥାପିତ ହୋଇଥିବା ସମୁଦାୟ ୧୨୩ ଟି ଦେଶର ତାଲିକାରେ, ଏପରି ୬ ଟି ଦେଶ ଅଛି…

Read More

ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ତଥା କମ୍ପୋଜର ଅଦନନ୍ ସାମି ଆଜି ତାଙ୍କ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ଅଦନନ୍ ସାମି ଇନଷ୍ଟାଗ୍ରାମରେ ଥିବା ସମସ୍ତ ପୋଷ୍ଟକୁ ଡିଲିଟ କରିଛନ୍ତି, ଏହା ସହିତ କେବଳ ଗୋଟିଏ ପୋଷ୍ଟ ଛାଡିଛନ୍ତି, ଯେଉଁଥିରେ ‘ବିଦାୟ’ ଲେଖାଯାଇଛି। ଅଦନାନଙ୍କର ସମସ୍ତ ପୋଷ୍ଟ ହଠାତ୍ ଡିଲିଟ୍ ହୋଇ ବିଦାୟ ନେଇଥିବାରୁ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ଲାଗିରହିଛି। ବାସ୍ତବରେ, ଅଦନନ୍ ସାମି ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟ ଡିଲିଟ୍ କରି କେବଳ ଗୋଟିଏ ଭିଡିଓ ପୋଷ୍ଟ ଛାଡିଛନ୍ତି। ଏହି ଭିଡିଓ ପୋଷ୍ଟରେ, ଚିଠିର କଳା ପୃଷ୍ଠଭୂମିରେ “ALVIDA” ଲେଖାଯାଇଛି। ପ୍ରଶଂସକମାନେ ହଠାତ୍ ଅଦନାନଙ୍କ ବ୍ଳାଙ୍କ ଇନଷ୍ଟା ଦେଖି ଆଶ୍ଚର୍ଯ୍ୟ ହୋଇଗଲେ। ଅଦନାନଙ୍କ ଏହି ପୋଷ୍ଟରୁ ପ୍ରଶଂସକମାନଙ୍କ ମଧ୍ୟରେ ବହୁ ପ୍ରଶ୍ନ ଉଙ୍କି ମାରୁଛି। ଏହା ସହିତ ପ୍ରଶଂସକମାନେ ଅଦନାନଙ୍କ ଅନ୍ତିମ ପୋଷ୍ଟ ଉପରେ ପ୍ରଶ୍ନ ପଚାରୁଛନ୍ତି ଏବଂ ଅନେକ…

Read More

ଭୁବନେଶ୍ବର: ଗତକାଲି ରାଷ୍ଟ୍ରପତି ନିର୍ବାଚନରେ ଓଡିଶାରେ ବେଶ ଚର୍ଚ୍ଚାକୁ ଆସିଥିଲେ କଟକ ବିଧାୟକ ମହମ୍ମଦ ମୋକିମ। କାରଣ ସେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ। ତାଙ୍କ ଦଳ ତରଫରୁ ଯଶବନ୍ତ ସିହ୍ନାଙ୍କୁ ପ୍ରାର୍ଥୀ କରାଯାଇଥିଲେ ମଧ୍ୟ ସେ ତାଙ୍କୁ ନ ଦେଇ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ। ଯାହା ରାଜନୈତିକ ମହଲରେ ହଟଚମଟ ସୃଷ୍ଟି କରିଛି। ମୋକିମ କହିଛନ୍ତି ଯେ, ସେ ନିଜର ବିବେକ ଅନୁସାରେ ଏବଂ ଓଡିଶା ମାଟିର ଝିଅ ହିସାବରେ ଭୋଟ ଦେଇଛନ୍ତି। ତେବେ ପ୍ରଶ୍ନ ଉଠିଛି ଯେ ସତରେ ମୋକିମ ଓଡିଶା ମାଟି ପାଇଁ ଭୋଟ ଦେଇଛନ୍ତି ନା ଅନ୍ୟ କୌଣସି ପାର୍ଟିରେ ଯୋଗ ଦେବା ପାଇଁ ଏପରି କରିଛନ୍ତି। ଏହାକୁ ନେଇ ଗତକାଲିଠାରୁ ରାଜ୍ୟ ରାଜନୀତିରେ ସରଗରମ ଆଲୋଚନା ଚାଲିଛି। ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ ଯେ, ପ୍ରକୃତରେ ମୋକିମଙ୍କ ମାଟି ବଡ ନା ଅନ୍ୟପାର୍ଟି ! ଏଠାରେ ଦୁଇଟି…

Read More

ନୂଆଦିଲ୍ଲୀ: ଦରଦାମ ଏବଂ ଜିଏସଟି ବୃଦ୍ଧି ନେଇ ବିରୋଧୀ ଦଳଙ୍କ ହାଙ୍ଗାମା ପରେ ସଂସଦର ଉଭୟ ଗୃହକୁ ଗୋଟିଏ ଦିନ ପାଇଁ ମୁଲତବି ରଖାଯାଇଛି। ଲୋକସଭାରେ ପ୍ରଥମେ ଦିନ ଦୁଇଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଏହାପରେ ଗୃହ ଆରମ୍ଭ ହେବା ମାତ୍ରେ ପୁଣି ବିରୋଧୀ ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ବାଚସ୍ପତି ବାରମ୍ବାର ସଦସ୍ୟମାନଙ୍କୁ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ହେଲେ ବିରୋଧୀ ସଦସ୍ୟମାନେ ଏଥିପ୍ରତି ଧ୍ୟାନ ଦେଇ ନ ଥିଲେ। ଫଳରେ ବାଚସ୍ପତି ଦିନକ ପାଇଁ ଗୃହକୁ ମୁଲତବି ଘୋଷଣା କରିଥିଲେ। ସକାଳେ ଲୋକସଭା କାର୍ଯ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ନେତା ଅଧୀର ରଂଜନ ଚୈଧୁରୀ ମୂଲ୍ୟ ବୃଦ୍ଧି ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। ତେବେ ବାଚସ୍ପତି ଓମ ବିର୍ଲା ତାଙ୍କୁ ଅନୁମତି ଦେଇନଥିଲେ ଏବଂ ତୁରନ୍ତ ପ୍ରଶ୍ନକାଳ ଆରମ୍ଭ କରିଥିଲେ। ଏହା ପରେ କଂଗ୍ରେସ, ଡିଏମକେ ଏବଂ ଟିଏମସି ସମେତ ବିରୋଧୀ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ଗାଁ କୁ ଯିବାକୁ ରାସ୍ତା ନ ଥିବାରୁ ରୋଗୀକୁ ଖଟିଆରେ ବୋହି ୫ କିମି ଯାଏଁ ଆମ୍ବୁଲାନସ୍ ପାଖକୁ ପହଂଚାଇଲେ ଗ୍ରାମବାସୀ। ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତର ବଡବିଲ୍ ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି । ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ଘୋଷରାମାଳ ପଂଚାୟତ ବଡବିଲ୍ ଗ୍ରାମର ବିରଂଚି ଦେହୁରୀ ( ୩୮)ଚାଷ କାମ କରିବାକୁ ବିଲକୁ ଯାଇଥିଲେ। ହଳ ଧରୁଥିବା ସମୟରେ ହଠାତ୍ ବିରଞ୍ଚି ଅସୁସ୍ଥ ହୋଇ ପଡ଼ିଥିଲେ। ଗ୍ରାମବାସୀ ଆମ୍ବୁଲାନସ୍ କୁ ଫୋନ୍ କରିଥିଲେ। ଆମ୍ବୁଲାନସ୍ ପହଂଚିଲା ସତ ହେଲେ ଗାଁକୁ ଯିବାକୁ ରାସ୍ତାଟିଏ ନ ଥିବାରୁ ବଡବିଲ୍ ଠାରୁ ୫ କିମି ଦୂର ଝାଟୁକିମାଳ ଠାରେ ଆମ୍ବୁଲାନସ୍ ଅଟକିଥିଲା। ଗ୍ରାମ ବାସୀ ଅସୁସ୍ଥ ବିରଞ୍ଚିକୁ ଖଟିଆରେ ପ୍ରାୟ ପାଂଚ କିମି ନାଳ ପାର କରି ବୋହି ଆଣିଥିଲେ। ଆମ୍ବୁଲାନସ୍ ରେ ଅସୁସ୍ଥ ବିରଂଚି କୁ ଅଣାଯାଇଥିଲେ ମଧ୍ୟ ଡାକ୍ତର ମୃତ…

Read More

ଭୁବନେଶ୍ବର: କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକର ଖଲଣା ଗୁଳିକାଣ୍ଡ ଘଟଣାର ସରଜମିନ ତଦନ୍ତ ପାଇଁ ବିଜେପି ପ୍ରତିନିଧି ଦଳ ଆଜି ଅପରାହ୍ନରେ ଖଲଣା ଗସ୍ତ କରିଛନ୍ତି। ଏହି ପ୍ରତିନିଧି ଦଳରେ ପୂର୍ବତନ ସାଂସଦ ତଥା ବିଜେପି ଅନୁସୂଚିତ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ବିଭୁ ପ୍ରସାଦ ତରାଇ, ରାଜ୍ୟ ଉପସଭାପତି ତଥା ବିଧାୟକ ଶ୍ରୀ ନାଉରୀ ନାଏକ, ବିଧାୟକ ଶ୍ରୀ ସନାତନ ବିଜୁଳି ଏବଂ ରାଜ୍ୟ ମୁଖପାତ୍ର ଶ୍ରୀ ସତ୍ୟବ୍ରତ ପଣ୍ଡା ପ୍ରମୁଖ ସାମିଲ ଅଛନ୍ତି। ଗତ 14 ତାରିଖରେ ଖଲଣା ଗ୍ରାମରେ ହଣାକଟା ସହିତ ଗୁଳିମାଡ ମଧ୍ୟ ହୋଇଥିଲା। ହେଲେ ଏ ପର୍ଯ୍ୟନ୍ତ ପୋଲିସ କାହାକୁ ଗିରଫ କରିବାରେ ସଫଳ ହୋଇପାରି ନାହିଁ। ଏହାକୁ ନେଇ ପୋଲିସରେ ଏକ ମାମଲା ଋଜୁ କରାଯାଇଛି। ଏଥିରେ ଘଷିପୁରା ବିଧାୟକ ବଦ୍ରୀ ପାତ୍ରଙ୍କ ପୁତ୍ର ଦେବାଶିଷ ପାତ୍ର ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ କରାଯାଇଛି।

Read More

ନୂଆଦିଲ୍ଲୀ: ନିଲମ୍ବିତ ବିଜେପି ନେତା ନୁପୁର ଶର୍ମାଙ୍କୁ ବଡ ଆଶ୍ଵସ୍ତି ମିଳିଛି। ମହମ୍ମଦଙ୍କ ଉପରେ ମନ୍ତବ୍ୟ ଦେଇଥିବା ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ବର୍ତ୍ତମାନ ଆଶ୍ଵସ୍ତି ପ୍ରଦାନ କରିଛନ୍ତି। ଆଜି ତାଙ୍କ ଆବେଦନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିବା ବେଳେ କୌଣସି ରାଜ୍ୟର ପୋଲିସ ତାଙ୍କୁ ବର୍ତ୍ତମାନ ଗିରଫ କରିପାରିବେ ନାହିଁ ବୋଲି କହିଛନ୍ତି। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧୦ ତାରିଖରେ ହେବ। ବିଚାରପତି କହିଛନ୍ତି ଯେ, ଆବେଦନରେ ଏଫଆଇଆର ରଦ୍ଦ କରାଯାଉ ବୋଲି ଦାବି ହୋଇଛି। ଏହି କ୍ଷମତା ହାଇକୋର୍ଟଙ୍କ ଉପରେ ରହିଛି। ଜୁଲାଇ ୧ ତାରିଖରେ ଆମେ ଆବେଦନକାରୀଙ୍କୁ ହାଇକୋର୍ଟଙ୍କ ନିକଟକୁ ଯିବାକୁ କହିଥିଲୁ। ଆମେ ଆପଣଙ୍କୁ ବିକଳ୍ପ ଆଇନଗତ ଉପାୟ ଅବଲମ୍ବନ କରିବାକୁ କହିଥିଲୁ, କିନ୍ତୁ ଆପଣ ସେଗୁଡିକ ବ୍ୟବହାର କରିବାକୁ ସ୍ଥିତିରେ ନାହାଁନ୍ତି। ଆମେ ଏହାର ସମାଧାନ କରିବୁ। କୋର୍ଟ କହିଛନ୍ତି ଯେ ଆବେଦନକାରୀ କିପରି ଏକ ବୈକଳ୍ପିକ ଆଇନଗତ ମାର୍ଗ ଗ୍ରହଣ କରିବେ ତାହା ଆମର ଚିନ୍ତା।…

Read More

ନୂଆଦିଲ୍ଲୀ: ହରିୟାଣାର ପଚଗାଓଁରେ ଡିଏସପି ସୁରେନ୍ଦ୍ର ସିଂ ବିଷ୍ଣୁଙ୍କୁ ହତ୍ୟା କରାଯାଇଛି। ଡିଏସପିଙ୍କ ଉପରକୁ ଖଣି ମାଫିଆମାନେ ଡମ୍ପର ଚଢାଇଦେଇଛନ୍ତି। ଯେଉଁଥିରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ହରିୟାଣା ମିଳିଥିବା ସୂଚନା ଅନୁଯାୟୀ, ଯେତେବେଳେ ଏକ ସୂଚନା ପାଇବା ପରେ ଖଣି ଖନନ ବନ୍ଦ କରିବାକୁ ଯାଇଥିବା ଡିଏସପି ସୁରେନ୍ଦ୍ର ସିଂ ବେଆଇନ ପଥରରେ ଭର୍ତ୍ତି ଟ୍ରକକୁ ଅଟକାଇବାକୁ ଚେଷ୍ଟା କରିଥିଲେ, ଖଣି ମାଫିଆର ଲୋକମାନେ ଡମ୍ପରକୁ ଡିଏସପି ଉପରେ ଚଢାଇ ଦେଇଥିଲେ। ଯାହାଫଳରେ ତାଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଏହାପରେ ଘଟଣାସ୍ଥଳରେ ନୁହୁ ଏସପି ଏବଂ ଆଇଜି ପହଞ୍ଚି ଅଭିଯୁକ୍ତଙ୍କୁ ଧରିବା ପାଇଁ ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି। ସୂଚନାନୁସାରେ, କାର ନିକଟରେ ଡିଏସପି ଛିଡା ହୋଇଥିଲେ। ଏହି ସମୟରେ ଏକ ଦ୍ରୁତ ଗତିରେ ଆସୁଥିବା ଡମ୍ପର ତାଙ୍କୁ ସିଧାସଳଖ ଧକ୍କା ଦେଇଥିଲା। ଦୁଃଖର କଥା ହେଉଛି ସୁରେନ୍ଦ୍ର ସିଂ ଚଳିତ ବର୍ଷ ଅବସର ଗ୍ରହଣ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ନୂତନ ଅତିରିକ୍ତ ଆଇଆଇସି ଭାବେ ରଶ୍ମିବାଳା ସେଠି ଯୋଗ ଦେଇଛନ୍ତି। ଶ୍ରୀମତୀ ସେଠି ଚଳିତ ବର୍ଷ ଇନ୍ସପେକ୍ଟର ଭାବେ ପଦୋନ୍ନତି ପାଇବା ପରେ ନିକଟରେ ତାଙ୍କର ଖୋର୍ଦ୍ଧା ଜିଲ୍ଲାକୁ ପ୍ରଥମ ପୋଷ୍ଟିଙ୍ଗ ହୋଇଥିଲା। ତେବେ ଜିଲ୍ଲା ପୋଲିସ ମୁଖ୍ୟାଳୟରେ ଯୋଗଦେବାପରେ ଏସପି ତାଙ୍କୁ ବାଣପୁର ଥାନାରେ ଅତିରିକ୍ତ ଆଇଆଇସି ଭାବେ ନିଯୁକ୍ତି ଦେଇଛନ୍ତି। ବାଣପୁର ଥାନା ଜିଲ୍ଲାର ଏକ ବଡ଼ ଥାନା ହୋଇଥିବା ବେଳେ ଖାସ କରି ଏଠାକୁ ଅଧିକ ମହିଳା ଓ ଶିଶୁ ସମ୍ବନ୍ଧୀୟ ମାମଲା ଆସିଥାଏ। ତେଣୁ ଉକ୍ତ ଥାନାରେ ଅଧିକ ମହିଳା ଅଧିକାରୀଙ୍କ ଆବଶ୍ୟକ ଥିଲା, ଯାହାକି ଏବେ ପୂରଣ ହୋଇଛି। ସୂଚନା ଥାଉକି ପୂର୍ବତନ ବାଣପୁର ଥାନା ଅତିରିକ୍ତ ଆଇଆଇସି କାହ୍ନୁଚରଣ ସ୍ୱାଇଁଙ୍କ ଟାଉନ ଥାନାକୁ ବଦଳି ହେବାପରେ ଉକ୍ତ ପଦବୀ ଖାଲି ପଡିଥିଲା। ସେହିପରି ଭାବେ ଜିଲ୍ଲା ପୋଲିସ ମୁଖ୍ୟାଳୟ ଇନ୍ସପେକ୍ଟର ଚନ୍ଦ୍ର ଶେଖର…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଅସୁସ୍ଥ ନାବାଳକ ଏକ୍ସପାଏରୀ ଇଂଜେକସନ ନେବାରୁ ଗୁରୁତର ହୋଇପଡିଛନ୍ତି। ପରେ ତାଙ୍କୁ ଟାଙ୍ଗୀ ମେଡିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ନାବାଳକଜଣଙ୍କୁ ଭୁବନେଶ୍ଵର ସ୍ଥାନାନ୍ତରିତ କରାଯାଇଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଝରିଆ ଗ୍ରାମର ରଶ୍ମି ରଂଜନ ପଲେଇ (୧୨ ବର୍ଷ) ପେଟ ରୋଗରେ ଆକ୍ରାନ୍ତ ଥିଲେ। ତେଣୁ ସେ ଚିକିତ୍ସା ପାଇଁ ଟାଙ୍ଗୀରେ ଶିଶୁରୋଗୀ ବିଶେଷଜ୍ଞଙ୍କ ପରାମର୍ଶ ନେଇଥିଲେ। ଆବଶ୍ୟକୀୟ ବିଶ୍ଳେଷଣ କରିବା ପରେ ନାବାଳକଜଣଙ୍କୁ ଡାକ୍ତର ଜୋନ୍ ୫୦୦ ନାମକ ଇଂଜେକସନ ସହ ଅନ୍ୟାନ୍ୟ ଔଷଧ ଲେଖିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ନୟାଗଡ ଜିଲ୍ଲା ଚାନ୍ଦପୁରରେ ଥିବା ଘରୋଇ କ୍ଲିନିକ୍ ରୁ ସେ ଇଂଜେକସନ ଏବଂ ଔଷଧ କିଣିଥିଲେ। କିନ୍ତୁ ସେଠାରେ ଜୋନ୍ ୫୦୦ ବଦଳରେ ନାବାଳକଙ୍କୁ ଓଡିଶେଫ୍ ୫୦୦ ଗ୍ରାମ୍ ର ଇଂଜେକସନ୍ ଦିଆଯାଇଥିଲା, ଯାହା ୬ ମାସ…

Read More

ଭୁବନେଶ୍ବର: ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀଙ୍କ ଦ୍ୱାରା ଇଂରାଜୀରେ ଅନୂଦିତ ‘ଶ୍ରୀମଦ‍ ଭଗବଦ୍‍ ଗୀତା’ର ନୂତନ ସଂସ୍କରଣକୁ ରାଜ୍ୟପାଳ ପ୍ରଫେସର‍ ଗଣେଶୀ ଲାଲ ଲୋକାର୍ପଣ କରିଛନ୍ତି। ରାଜଭବନରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ପ୍ରଫେସର ଲାଲ ଗୀତାର କାବ୍ୟିକ ଅନୁବାଦ ଏକ କଠିନ ବ୍ୟାପାର ଏବଂ ସ୍ୱର୍ଗତ ନିତ୍ୟାନନ୍ଦ ପାଣିଗ୍ରାହୀ ଏପରି ଏକ ସଫଳ ପ୍ରୟାସ କରିଥିବାରୁ ଖୁସି ବ୍ୟକ୍ତ କରିବା ସହ ସ୍ୱର୍ଗତ ପାଣିଗ୍ରାହୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ଗୀତା ହେଉଛି  ସଭ୍ୟତାର ସର୍ବଶ୍ରେଷ୍ଠ ଗ୍ରନ୍ଥ। ଏଥିରେ ସକଳ ପ୍ରଶ୍ନର ଉତ୍ତର ଅଛି। ଗୀତାର ବିକଳ୍ପ ନାହିଁ। ଶ୍ରୀମଦଭଗବଦ୍‍‍ଗୀତାର ବାଣୀର ପ୍ରସାରରେ ହିଁ ପୃଥିବୀରେ ଶାନ୍ତି ଆସିପାରିବ ବୋଲି ରାଜ୍ୟପାଳ ପ୍ରଫେସର ଲାଲ ପ୍ରକାଶ କରିଥିଲେ। ଉନ୍ମୋଚନ ଉତ୍ସବରେ ନ୍ୟାୟମୂର୍ତ୍ତି ବାସୁଦେବ ପାଣିଗ୍ରାହୀ, ନ୍ୟାୟମୂର୍ତ୍ତି ଆର. ଏନ୍‍. ବିଶ୍ୱାଳ, ବିନ୍ଧ୍ୟବାଳା ପାଣିଗ୍ରାହୀ, ବୈବସ୍ୱତ ପାଣିଗ୍ରାହୀ, ରାମନାଥ ପଣ୍ଡା, ଗୀତା ମହାଂତି ,ସ୍ୱାମୀ ଶିବ ଚିଦାନନ୍ଦ ମହାରାଜ ପ୍ରମୁଖ ଉପସ୍ଥିତ ଥିଲେ।

Read More

ଭୁବନେଶ୍ବର: କେନ୍ଦ୍ର ସରକାର ଦୁଗ୍ଧଜାତୀୟ ଦ୍ରବ୍ୟ ଉପରେ ପାଞ୍ଚ ପ୍ରତିଶତ ଜିଏସଟି ଲାଗୁ କରିଛନ୍ତି। ଏହାକୁ ତୀବ୍ର ବିରୋଧ କରିଛି ଓଡିଶା ଦୁଗ୍ଧଚାଷୀ ମହାସଂଘ। ନିକଟରେ କେନ୍ଦ୍ର ସରକାର ପନୀର, ବଟର, ଦହି, ଘୋଳଦହି, ଖୁଆ ଏବଂ ଘିଅ ଆଦି ଦ୍ରବ୍ୟ ଉପରେ ଜିଏସଟି ଲାଗୁ କରିଛନ୍ତି। ଏହା ଚାଷୀ ପେଟକୁ ମାରଣ ନିତି ବୋଲି ସଂଘ ଅଭିଯୋଗ କରିଛି। ସଂଘର ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ଆନ୍ଦୋଳନ କରାଯାଇଥିଲା। ଏଥିରେ ଦୁଗ୍ଧ ଚାଷୀମାନେ ଭୁବନେଶ୍ବରର ମାଷ୍ଟର କ୍ୟାଟିନ ଛକରୁ ପିଏମଜି ଯାଇ ରାସ୍ତାରେ ଖିର ଢାଳି ପ୍ରତିବାଦ କରିଥିଲେ। ଏହି ପ୍ରତିବାଦରେ ରାଜ୍ୟର ବିଭିନ୍ନ ଜିଲ୍ଲାର ଦୁଗ୍ଧଚାଷୀମାନେ ସାମିଲ ହୋଇଥିଲେ।

Read More

ନୂଆଦିଲ୍ଲୀ: ଭାରତର ନୂତନ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବାର ଆଜି ହେଉଛି ଶେଷ ଦିନ। ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ବିରୋଧୀ ଦଳ କଂଗ୍ରେସର ବରିଷ୍ଠ ନେତା ମାର୍ଗରେଟ୍ ଅଲଭାଙ୍କୁ ସେମାନଙ୍କର ମିଳିତ ପ୍ରାର୍ଥୀ ଭାବରେ ମନୋନୀତ କରିଛନ୍ତି। ଆଜି ମଧ୍ୟାହ୍ନ ୧୨ ଟାରେ ଅଲଭା ତାଙ୍କ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପୂର୍ବରୁ ସୋମବାର ଏନଡିଏ ପ୍ରାର୍ଥୀ ଜଗଦୀପ ଧନଖଡ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନଡ୍ଡାଙ୍କ ସମେତ ଦଳର ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଧନଖଡ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଲୋକସଭା ଓ ରାଜ୍ୟସଭା ନିର୍ବାଚକ ମଣ୍ଡଳୀରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରୁଥିବାରୁ ଉପ-ରାଷ୍ଟ୍ରପତି ଭାବରେ ଧନଖଡଙ୍କ ବିଜୟ ପ୍ରାୟ ନିଶ୍ଚିତ ବୋଲି କୁହାଯାଉଛି। ସଂସଦର ୭୮୦ ସଦସ୍ୟଙ୍କ ବର୍ତ୍ତମାନର ଶକ୍ତି ମଧ୍ୟରୁ କେବଳ ବିଜେପିରେ ୩୯୪…

Read More