ନୂଆଦିଲ୍ଲୀ: ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି ଡ. ସସ୍ମିତ ପାତ୍ର। ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ଏମ ଭେଙ୍କୟାନାଇଡୁ ତାଙ୍କୁ ଶପଥ କରାଇଥିଲେ। ସସ୍ମିତ ଦ୍ବିତୀୟ ଥର ପାଇଁ ଏହି ଶପଥ ଗ୍ରହଣ କରୁଛନ୍ତି। ଆଜି ଶପଥ ନେବାକୁ ତାଙ୍କ ନାମ ଡକାଯିବା ମାତ୍ରେ ଗୃହରେ ସଦସ୍ୟମାନେ ତାଳିମାରି ସ୍ବାଗତ କରିଥିଲେ। ଗତକାଲି ତାଙ୍କୁ ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଗୃହର ଉପାଧ୍ୟକ୍ଷ ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି। ସସ୍ମିତଙ୍କ ସହିତ ଓଡିଶାରୁ ଆଉ ଦୁଇଜଣ ରାଜ୍ୟସଭାକୁ ନିର୍ବାଚିତ ହୋଇଯାଇଥିଲେ। ସେମାନେ ହେଲେ ମାନସ ମଙ୍ଗରାଜ ଏବଂ ସୁଲତା ଦେଓ। ଉଭୟ ପୂର୍ବରୁ ଶପଥ ନେଇସାରିଛନ୍ତି। ହେଲେ କାର୍ଯ୍ୟ ବ୍ୟସ୍ତତା ମଧ୍ୟରେ ସସ୍ମିତ ଶପଥ ନେଇପାରି ନ ଥିଲେ। ସେ ଆଜି ଓଡିଆ ଭାଷାରେ ଏହି ଶପଥ ପାଠ କରିଛନ୍ତି।
Author: Samikhsya Bureau
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭା ପରିସରରେ ଥିବା 54 ନମ୍ବର ରୁମରେ ଭୋଟ ଦେଇଛନ୍ତି। ଆଜା ସାରା ଦେଶରେ ଚାଲିଥିବା ରାଷ୍ଟ୍ରପତି ନିର୍ବାଚନରେ ସେ ନିଜକୁ ସାମିଲ କରି ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ଆଜି ଓଡିଶାର ସମସ୍ତ ବିଧାୟକ ବିଭିନ୍ନ ସମୟରେ ଆସି ରାଷ୍ଟ୍ରପତି ନିର୍ବାଚନରେ ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଏଥର ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଓଡିଶାର ଦ୍ରୌପଦୀ ମୁର୍ମୁ ପ୍ରତିଦ୍ବନ୍ଦିତା କରୁଛନ୍ତି। ସେ ଓଡିଶାର ହୋଇଥିବାରୁ ତାଙ୍କୁ ନବୀନ ପଟ୍ଟନାୟକ ପୂର୍ଣ୍ଣ ସମର୍ଥନ ପ୍ରଦାନ କରୁଛନ୍ତି। ଏପରିକି ଅନ୍ୟ ବିଧାୟକଙ୍କୁ ମଧ୍ୟ ଭୋଟ ଦେବା ପାଇଁ ଅନୁରୋଧ କରିଛନ୍ତି। ଆଜି ଅପରାହ୍ନ ପାଞ୍ଚଟା ପର୍ଯ୍ୟନ୍ତ ଏହି ଭୋଟ ଗ୍ରହଣ ଚାଲିବ।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରାଷ୍ଟ୍ରପତି ନିର୍ବାଚନରେ ଅଂଶଗ୍ରହଣ କରି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସଂସଦ ଭବନରେ ଆୟୋଜିତ ହୋଇଥିବା ପୁଲିଂ ବୁଥରେ ସେ ଏହି ଭୋଟ ଦେଇଛନ୍ତି। ଆଜି ଦିନ ଦଶଟାରୁ ଭୋଟ ଗ୍ରହଣ ଆରମ୍ଭ କରାଯାଇଥିଲା। ଏଥିରେ ପ୍ରଥମେ ପ୍ରଧାନମନ୍ତ୍ରୀ ଉପସ୍ଥିତ ରହି ତାଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ। ଆଜି ଭୋଟ ଦେବା ପାଇଁ ସଂସଦ ଭବନରେ ସାଂସଦଙ୍କ ଭିଡ ପରିଲକ୍ଷିତ ହୋଇଥିଲା। ପ୍ରଧାନମନ୍ତ୍ରୀଙ୍କ ପରେ ସାଂସଦ ତଥା ମନ୍ତ୍ରୀ ଅନୁରାଗ ଠାକୁର, ମନ୍ତ୍ରୀ ମନସୁଖ ମାଣ୍ଡଭିୟା ଏବଂ ପୀୟୁଶ ଗୋୟଲ ପ୍ରମୁଖ ଭୋଟ ଦେଇଥିଲେ। ଆସନ୍ତା 21 ତାରିଖରେ ଭୋଟ ଗଣତି କରାଯିବ।
ସୀତାରାମ ଅଗ୍ରୱାଲ ଚିଲିକା: ଦେଶରେ ଆଜି ରାଷ୍ଟ୍ରପତି ନିର୍ବାଚନ ଜାରି ରହିଥିବାବେଳେ ଏନଡ଼ିଏ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ନିଶ୍ଚିତ ଜଣାପଡୁଛି। ତେବେ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସାରା ଓଡ଼ିଶାରେ ଭାଜପା ପକ୍ଷରୁ ବିଭିନ୍ନ ମନ୍ଦିରରେ ପୂଜାର୍ଚ୍ଚନା ସମେତ ଦୀପଦାନ କରାଯାଇ ପ୍ରାର୍ଥନା କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବିଜେପି ବାଲୁଗାଁ ନଗର ମଣ୍ଡଳ ପକ୍ଷରୁ ମଧ୍ୟ ରାଷ୍ଟ୍ରପତି ପ୍ରାର୍ଥୀନୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ପାଇଁ ସମାନ କାର୍ଯ୍ୟକ୍ରମ କରାଯାଇଛି। ଆଜି ସକାଳୁ ସ୍ଥାନୀୟ ଶ୍ରୀ ଶ୍ରୀ ଊମାମହେଶ୍ୱର ମନ୍ଦିର ପରିସରରେ ବିଜେପି ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠିଙ୍କ ନେତୃତ୍ୱରେ ସମୂହ ଦୀପଦାନ ଓ ପୂଜାର୍ଚ୍ଚନା କରାଯାଇଛି। ଶ୍ରୀମତୀ ମୁର୍ମୁଙ୍କ ବିଜୟ ସମେତ ଦେଶରେ ଉନ୍ନତି ପାଇଁ ପ୍ରାର୍ଥନା କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ବିଜେପି କାର୍ଯ୍ୟକାରିଣୀ ସଦସ୍ୟା ସ୍ୱପ୍ନା ବଡ଼ଜେନାଙ୍କ ସମେତ ବାଲୁଗାଁ ଏନଏସିର ସମସ୍ତ ବିଜେପି…
ଲକ୍ଷ୍ନୌ: ରାଷ୍ଟ୍ରପତି ନିର୍ବାଚନରେ ଆଜି ମତଦାନ ଚାଲିଛି। ୟୁପିରେ ବିଧାନସଭାରେ ଏହି ଭୋଟ୍ ଦିଆଯାଉଛି। ଭୋଟ୍ ଦେବା ପୂର୍ବରୁ ଦଳର ବିଧାୟକଙ୍କ ପାଇଁ ସମାଜବାଦୀ ପାର୍ଟି ହ୍ଵିପ ଜାରି କରିଛି। ବିଧାନସଭାରେ ଦଳର ମୁଖ୍ୟ ସଚେତକ ମନୋଜ ପାଣ୍ଡେ ଏହି ସୂଚନା ଦେଇଛନ୍ତି। ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳ ଏକ ହ୍ଵିପ ଜାରି କରିଥିବା ସେ କହିଛନ୍ତି। ପାଣ୍ଡେ କହିଛନ୍ତି ଯେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଦଳ ଏକ ହ୍ଵିପ ଜାରି କରିଛି। ସମସ୍ତ ବିଧାୟକଙ୍କୁ ଦଳର ପ୍ରାର୍ଥୀ ଯଶବନ୍ତ ସିହ୍ନାଙ୍କୁ ଭୋଟ୍ ଦେବାକୁ କୁହାଯାଇଛି। ଦଳ ମଧ୍ୟ ହ୍ଵିପର ଏକ କପି ଶିବପାଲ ସିଂ ଯାଦବଙ୍କ ନିକଟକୁ ପଠାଇଛି। ଯେଉଁମାନେ ଏହାକୁ ଅନୁସରଣ କରୁନାହାଁନ୍ତି ସେମାନଙ୍କ ବିରୋଧରେ ଦଳ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ସେ ଚେତାବନୀ ଦେଇଛନ୍ତି। ବାସ୍ତବରେ, ଭୋଟ୍ ଦେବା ପୂର୍ବରୁ ବିଜେପି ଏକ ବଡ ଦାବି କରିଥିଲା। ବିଜେପି ଦାବି କରିଛି ଯେ ୨୫…
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଜିତିଛି। ତେବେ ତୃତୀୟ ଦିନିକିଆରେ ଭାରତ ପାଇଁ ୨୫୯ ରନ୍ର ଟାର୍ଗେଟକୁ ପିଛା କରିବା ସହଜ ନଥିଲା। ମାତ୍ର ୭୨ ରନ ସ୍କୋରରେ ଭାରତ ୪ ୱିକେଟ ହରାଇଥିଲା। କେବଳ ଏତିକି ନୁହେଁ, ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲିଙ୍କ ଖରାପ ପର୍ଯ୍ୟାୟ ତୃତୀୟ ଦିନିକିଆରେ ମଧ୍ୟ ଜାରି ରହିଥିଲା। ଏହି ମ୍ୟାଚରେ ବିରାଟ କୋହଲି କେବଳ ୧୭ ରନର ଇନିଂସ ଖେଳିପାରିଥିଲେ। ଇଂଲଣ୍ଡ ବିପକ୍ଷ ଟେଷ୍ଟ, ଟି-୨୦ ଏବଂ ଦିନିକିଆର ୬ ଟି ଇନିଂସରେ ବିରାଟ କୋହଲି ଗୋଟିଏ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। ଇଂଲଣ୍ଡ ଗସ୍ତରେ ଖେଳାଯାଇଥିବା ୬ ଟି ଇନିଂସରେ ବିରାଟ କୋହଲି ମାତ୍ର ୭୬ ରନ୍ ସ୍କୋର କରିପାରିଥିଲେ। ଆଶା କରାଯାଉଥିଲା ଯେ, ବିରାଟ କୋହଲିଙ୍କ ବ୍ୟାଟ୍ ନିଶ୍ଚିତ ଭାବେ ଦିନିକିଆ ଫର୍ମାଟରେ କାମ କରିବ। କିନ୍ତୁ ଦ୍ୱିତୀୟ ଓ…
କଟକ: ବିଜେଡି ସାଂସଦ ଭର୍ତ୍ତୁହରି ମହତାବଙ୍କ କାର୍ଯ୍ୟକ୍ରମରେ ଅତିଥୀ ଭାବେ ଯୋଗ ଦେବେ ଗୃହମନ୍ତ୍ରୀ ଅମିତ ସାହା। ଏଥିସହିତ ସେହି ସଭାରେ ମଧ୍ୟ ଅନ୍ୟତମ ଅତିଥୀ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏ ନେଇ ସୂଚନା ଦେଇଛନ୍ତି ଖୋଦ ସାଂସଦ ଭର୍ତ୍ତୁହରି ମହତାବ। ଦୈନିକ ଖବରକାଗଜ ‘ପ୍ରଜାତନ୍ତ୍ର’ ର ପ୍ରତିଷ୍ଠା ଉତ୍ସବ ଆସନ୍ତା ଅଗଷ୍ଟ ଆଠ ତାରିଖରେ ହେବ। ସେଥିରେ ଏହି ଦୁଇ ଅତିଥୀ ଉପସ୍ଥିତ ରହିବେ। ଏହି ଉତ୍ସବ କଟକ ଜବାହାରଲାଲ ନେହୁର ଇନଡୋର ଷ୍ଟାଣ୍ଡିୟମରେ ହେବ ବୋଲି ମହତାବ କହିଛନ୍ତି। ଏହି ଉତ୍ସବ ତିନୋଟି ପର୍ଯ୍ୟାୟରେ କରାଯିବ। ପ୍ରଥମେ ଆଠ ତାରିଖ ପୂର୍ବାହ୍ନରେ ଅମିତ ସାହା ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ। ସେହିଦିନ ସଂଧ୍ୟାରେ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ ଏବଂ ହିନ୍ଦୁସ୍ଥାନ ଟାଇମସର ସଂପାଦକ ଶଶିଶେଖରଙ୍କୁ ନେଇ ଏକ ସଭାର ଆୟୋଜନ କରାଯିବ। ଏହା ପ୍ରଜାତନ୍ତ୍ର ପରିସରରେ ଥିବା ବିଷୁବ ମଣ୍ଡପରେ କରାଯିବ। ସେହିପରି ଅଗଷ୍ଟ ନଅ ତାରିଖରେ…
ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଏବଂ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ। ଏହି ମୌସୁମୀ ଅଧିବେଶନରେ ମୋଟ ୧୮ ଟି ଅଧିବେଶନ ଅନୁଷ୍ଠିତ ହେବ ଏବଂ ୨୪ ଟି ବିଲ୍ ଆଗତ ହେବ। ଜୁଲାଇ ୧୭ ତାରିଖ ରବିବାର ଦିନ ମୌସୁମୀ ଅଧିବେଶନ ପୂର୍ବରୁ ସରକାରଙ୍କ ଦ୍ଵାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ବିରୋଧୀ ଦଳମାନେ ପ୍ରାୟ ୨୫ ଟି ପ୍ରସଙ୍ଗରେ ସରକାରଙ୍କ ସହ ଆଲୋଚନା କରିବାକୁ ଦାବି କରିଥିଲେ। ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅନୁପସ୍ଥିତିରେ କଂଗ୍ରେସ ନେତା ଜୟରାମ ରମେଶ ସମାଲୋଚନା କରିଥିଲେ। ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବାକୁଥିବା ସଂସଦ ଅଧିବେଶନରେ ଉଭୟ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ଉଭୟ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପଦବୀ ପାଇଁ ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ସଂସଦ ଅଧିବେଶନରେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ବିତର୍କ ହେବ ରବିବାର ଦିନ ସର୍ବଦଳୀୟ ବୈଠକରେ ୩୬ ଦଳର ନେତା ଯୋଗ ଦେଇଥିଲେ। ବିଜେପି,…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୮୭୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୮୧୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୮୧୬ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୧୮ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୪୭୭ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୩୩୯ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୭ ବାଲେଶ୍ଵର ଜିଲ୍ଲାରୁ- ୧୩ ବରଗଡ ଜିଲ୍ଲାରୁ- ୭ ଭଦ୍ରକ ଜିଲ୍ଲାରୁ- ୮ ବଲାଙ୍ଗୀରି ଜିଲ୍ଲାରୁ- ୧୦ ବୌଦ୍ଧ ଜିଲ୍ଲାରୁ- ୧୧ କଟକ ଜିଲ୍ଲାରୁ- ୭୮ ଦେବଗଡ ଜିଲ୍ଲାରୁ- ୫ ଢେଙ୍କାନାଳ ଜିଲ୍ଲାରୁ- ୬ ଗଜପତି ଜିଲ୍ଲାରୁ- ୯ ଜଗତସିଂହପୁର ଜିଲ୍ଲାରୁ- ୧୩ ଯାଜପୁର ଜିଲ୍ଲାରୁ- ୨୬ ଝାରସୁଗୁଡା ଜିଲ୍ଲାରୁ- ୧୩ କଳାହାଣ୍ଡି ଜିଲ୍ଲାରୁ- ୧୨ କନ୍ଧମାଳ ଜିଲ୍ଲାରୁ- ୭ କେନ୍ଦ୍ରାପଡା ଜିଲ୍ଲାରୁ- ୧୩ କେନ୍ଦୁଝର ଜିଲ୍ଲାରୁ- ୧୦ ଖୋର୍ଦ୍ଧା ଜିଲ୍ଲାରୁ- ୨୧୮ କୋରାପୁଟ ଜିଲ୍ଲାରୁ-…
ଭୁବନେଶ୍ବର: ଆଜି ସାରା ଦେଶରେ ହେଉଥି ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ସଂସଦ ସହିତ ସମସ୍ତ ରାଜ୍ୟର ବିଧାନସଭାରେ କରାଯିବ। ସେଥିପାଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଓଡିଶା ବିଧାନସଭାରେ ପ୍ରଥମ ମହଲାରେ ଥିବା ୫୪ ନମ୍ବର ରୁମରେ ଏହି ନିର୍ବାଚନ କରାଯିବ। ଆଜି ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ବିଧାନସଭା ସଚିବାଳୟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ନିର୍ବାଚନ ସିକ୍ରେଟ ବାଲଟ ପେପର ମାଧ୍ୟମରେ କରାଯିବ। ଏଥିରେ ସାଧାରଣ ନିର୍ବାଚନ ପରି ଇଭିଏମ ବ୍ୟବହାର କରାଯାଏ ନାହିଁ। ଏହି ନିର୍ବାଚନକୁ ଭାରତ ନିର୍ବାଚନ ଆୟୋଗ ପରିଚାଳନା କରିଥାନ୍ତି। ଆୟୋଗ ବିଭିନ୍ନ ରାଜ୍ୟରୁ ବାଲଟ ବକ୍ସ ଏବଂ ବାଲଟ ପେପର ପଠାଇଥାନ୍ତି। ତେବେ ଏହି ବାଲଟ ପେପରରେ ଭୋଟ ଦେବା ପାଇଁ ଏକ ସ୍ବତନ୍ତ ରଂଗର ପେନ ବ୍ୟବହାର କରାଯାଇଥାଏ। ଯାହା ନିର୍ବାଚନ ଆୟୋଗ ଯୋଗାଇଥାନ୍ତି। ବାଲଟ ପେପରରେ ସାଂସଦ ଓ ବିଧାୟକମାନେ…
ଭୁବନେଶ୍ବର: ଆଜି ହେଉଛି ଶ୍ରାବଣ ମାସର ପ୍ରଥମ ସୋମବାର। ବିଶ୍ବାସ ରହିଛି ଯେ, ଶ୍ରାବଣ ସୋମବାରରେ ଶିବଙ୍କ ମସ୍ତକରେ ଜଳ ଅର୍ପଣ କଲେ ପୂଣ୍ୟ ହୁଏ। ସେଥିପାଇଁ ଏହି ମାସରେ ଭକ୍ତମାନେ କାନ୍ଧରେ ବାହାଙ୍ଗି ଧରି ପବିତ୍ର ନଦୀରୁ ଜଳ ଆଣି ଶିବଙ୍କୁ ସମର୍ପଣ କରିଥାନ୍ତି। ଏହାକୁ ବୋଲବମ ଯାତ୍ରା କୁହାଯାଇଥାଏ। ହେଲେ ଗତ ଦୁଇ ବର୍ଷ ଧରି ରାଜ୍ୟରେ କରୋନା ପାଇଁ ଏହି ଯାତ୍ରା ବନ୍ଦ ଥିଲା। ଆଜି ଓଡିଶାର ସମସ୍ତ ଶୈବ୍ୟ ପିଠରେ ବୋଲବମ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି। ସେହିପରି ଭୁବନେଶ୍ବର ପ୍ରତିଷ୍ଠିତ ଶୈବ୍ୟପିଠ ପ୍ରଭୃ ଶ୍ରୀଲିଙ୍ଗରାଜଙ୍କ ପିଠରେ ଶହଶହ ଭକ୍ତ ଜଳାଭିଷେକ କରିଛନ୍ତି। ପ୍ରଥମ ସୋମବାରରେ ସେତେଟା ଭିଡ ନ ଥିଲେ ମଧ୍ୟ ପ୍ରଶାସନ ତରଫରୁ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପରବର୍ତ୍ତି ସୋମବାରରେ ଏହି ଭିଡ ଅଧିକ ପରିଲକ୍ଷିତ ହେବ।
ଉପେନ୍ଦ୍ର ବଳିୟାରସିଂହ ଥରେ ମହାରାଷ୍ଟ୍ରରେ ସନ୍ଥ ସମ୍ମିଳନୀ ହେଉଥିଲା। ଭକ୍ତମଣ୍ଡଳୀ ସନ୍ଥମାନଙ୍କର ପରୀକ୍ଷା ପାଇଁ ସନ୍ଥ ଗୋରା କୁମାହାରଙ୍କୁ ସାଧ୍ଵୀ ମୁକ୍ତା ବାଇ ଆଦେଶ ଦେଲେ। ସେମାନଙ୍କ ମଧ୍ୟରେ ପ୍ରସିଦ୍ଧ ସନ୍ଥ ନାମଦେବ ବି ଥିଲେ। ନାମଦେବ ବିଟଠଲ୍ ଭଗବାନଙ୍କର ଜଣେ ପ୍ରିୟ ଭକ୍ତ ଥିଲେ। ଏପରିକି ସେ ବିଟଠଲ୍ ଭଗବାନଙ୍କ ସହ ପ୍ରତ୍ୟକ୍ଷ କଥାବାର୍ତ୍ତା ବି କରିପାରୁଥିଲେ। ତେଣୁ ନାମଦେବଙ୍କର ନିଜ ଉପରେ ଅତ୍ୟନ୍ତ ଅଭିମାନ ଥିଲା ଯେ, ସେ ଭଗବାନଙ୍କର ଅତି ପ୍ରିୟ ଅଟନ୍ତି। ଗୋରା କୁମାହାର ସନ୍ଥମାନଙ୍କର ପରୀକ୍ଷା କରିବାକୁ ଯାଇ ସମସ୍ତଙ୍କ ମସ୍ତକରେ ଟିପ ମାରୁଥିଲେ। ନାମଦେବଙ୍କ ମସ୍ତକରେ ମଧ୍ୟ ଟିପ ମାରିଲେ। ନାମଦେବଙ୍କୁ ଛାଡି ଅନ୍ୟମାନେ ନିର୍ବିକାର ରହିଲେ। କିନ୍ତୁ ନାମଦେବ ଭୀଷଣ କ୍ରୋଧାନ୍ଵିତ ହୋଇଗଲେ। ଉପରକୁ ତ କିଛି କହିଲେ ନାହିଁ, କିନ୍ତୁ ମନେ ମନେ ଅଭିମାନବଶ ଭାବିଲେ, କ’ଣ କେବେ ମାଟି ମାଠିଆ ପରି ଏମିତି ପରୀକ୍ଷା ହୋଇପାରେ? ଅନ୍ୟମାନଙ୍କର ଚେହେରା…
ଭୁବନେଶ୍ବର: ବର୍ତ୍ତମାନ ରାଷ୍ଟ୍ରପତି ନିର୍ବାଚନ ପରେ ଆସିବ ଉପରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ମଇଦାନରେ ସେହିପରି ଦୁଇଜଣ ପ୍ରାର୍ଥୀ ଛିଡାହୋଇଛନ୍ତି। ସେମାନେ ହେଲେ ଏନଡିଏର ଜଗଦୀପ ଧନଖଡ ଏବଂ ବିରୋଧୀ ଦଳରୁ ମାର୍ଗେଟ ଆଲଭା। ଏହି ଦୁଇଜଣ ମଧ୍ୟରୁ ବର୍ତ୍ତମାନ ଏନଡିଏ ପ୍ରାର୍ଥୀଙ୍କ ପଲା ଭାରୀ ରହିଛି। ତେବେ ଏହି ଦୁଇ ପ୍ରାର୍ଥୀଙ୍କ ମଧ୍ୟରୁ ବିଜେଡି ସେହି ରାଷ୍ଟ୍ରପତି ନିର୍ବାଚନ ପରି ଏଥର ମଧ୍ୟ ଉପରାଷ୍ଟ୍ରପତି ନିର୍ବାଚନରେ ଏନଡିଏ ପ୍ରାର୍ଥୀଙ୍କୁ ସମର୍ଥନ କରିବ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଫୋନରେ ଆଲୋଚନା କରିଛନ୍ତି। ସେଥିରେ ସେ ଏନଡିଏର ଧନଖଡଙ୍କୁ ସମର୍ଥନ କରିବେ ବୋଲି ଜଣାଇଛନ୍ତି। ଏ ନେଇ ବିଜେଡି ତରଫରୁ ଘୋଷଣା କରାଯାଇଛି।
ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି। ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ…
ମେଷ- କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ। ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ। ଆପଣ ବନ୍ଧୁ ଏବଂ ପରିବାରର ଆବଶ୍ୟକତାରେ ଅଟକି ଯାଇପାରନ୍ତି। ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ଅଛି। ବୃଷ- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ। ବ୍ୟବସାୟ ଭଲ କରିବ। ଅଫିସରେ ଚାକିରିକୁ ନେଇ ସନ୍ତୁଷ୍ଟ ରହିବେ। ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ। ଘର ବାହାରେ ଜୀବନ ଖୁସି ହେବ। ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ। ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ। ମିଥୁନ- ବ୍ୟବସାୟରେ ବ୍ୟସ୍ତ ରହିବେ।…
ନୂଆଦିଲ୍ଲୀ: ମଞ୍ଚେଷ୍ଟର ଦିନିକିଆରେ ଇଂଲଣ୍ଡକୁ ଭାରତ ୫ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହିତ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜକୁ ୨-୧ ରେ କବ୍ଜା କରିଛି। ଓଲ୍ଡ ଟ୍ରାଫର୍ଡରେ ପ୍ରଥମେ ବ୍ୟାଟିଂ କରି ଇଂଲଣ୍ଡ ୨୬୦ ରନ୍ର ଟାର୍ଗେଟ ଦେଇଥିଲା। ଏହାର ଜବାବରେ ଭାରତ ୫ ୱିକେଟ୍ ହରାଇ ମ୍ୟାଚ୍ ଜିତିଥିଲା। ଟିମ୍ ଇଣ୍ଡିଆ ପାଇଁ ଋଷଭ ପନ୍ତ ଏକ ଶକ୍ତିଶାଳୀ ଶତକ ହାସଲ କରିଥିଲେ। ଅନ୍ୟପକ୍ଷରେ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଅଲରାଉଣ୍ଡର ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ଦେଇଥିବା ଟାର୍ଗେଟକୁ ପିଛା କରି ଟିମ୍ ଇଣ୍ଡିଆର ଖରାପ ଆରମ୍ଭ ହୋଇଥିଲା। ଓପନର ଶିଖର ଧାୱନ ମାତ୍ର ୧ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ୧୭ ବଲରେ ୧୭ ରନ୍ ସ୍କୋର କରିବା ପରେ ରୋହିତ ଆଉଟ୍ ହୋଇଥିଲେ। ବିରାଟ କୋହଲି ମଧ୍ୟ ୧୭ ରନ୍ ସ୍କୋର କରିବା ପରେ ଆଉଟ ହୋଇଥିଲେ। ସୁର୍ଯ୍ୟକୁମାର ଯାଦବ ୨୮…
କୋଲକାତା: କୋଲକାତାର ଏକ ଭଡା ଘରେ ଜଣେ ମଡେଲଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ମିଳିଛି। ତିନି ମାସ ମଧ୍ୟରେ ସହରରେ ଏହା ହେଉଛି ତୃତୀୟ ଘଟଣା। ଆଜି ପୋଲିସ ଏହି ସୂଚନା ଦେଇଛି। ମୃତକ ମଡେଲଙ୍କ ନାମ ପୂଜା ସରକାର (୨୧) ବୋଲି ଜଣାପଡିଛି, ଯିଏ ଉତ୍ତର ୨୪ ପରଗାନା ଜିଲ୍ଲାର ଗୋବରଦଙ୍ଗା କଲେଜରେ ପ୍ରଥମ ବର୍ଷ ଛାତ୍ରୀ ଥିଲେ ଏବଂ ଦକ୍ଷିଣ କୋଲକାତାର ବଂଶଦ୍ରୋନି ଅଞ୍ଚଳରେ ଏକ ଭଡା ଘରେ ରହୁଥିଲେ। ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ, ପ୍ରାଥମିକ ଅନୁସନ୍ଧାନ ଅନୁଯାୟୀ ଯୁବତୀ ଜଣକ ଶନିବାର ସନ୍ଧ୍ୟାରେ ନିଜ ସାଙ୍ଗ ସହିତ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେ କହିଥିଲେ ଯେ ସେ ଫେରିବା ପରେ ମଧ୍ୟରାତ୍ରିରେ ସରକାର ଏକ ଫୋନ ପାଇଥିଲେ, ଯାହା ପରେ ସେ ନିଜ କୋଠରୀକୁ ଦୌଡିଯାଇ କବାଟ ବନ୍ଦ କରିଦେଇଥିଲେ। ତାଙ୍କ ବନ୍ଧୁ ବାରମ୍ବାର କବାଟ ଖୋଲିବାକୁ ଅନୁରୋଧ କରିବା ପରେ ସେ କବାଟ…
ଭୁବନେଶ୍ବର: ପୁଣିଥରେ ବିଜେଡି ରାଜ୍ୟସଭା ସାଂସଦ ଡ. ସସ୍ମିତ ପାତ୍ର ରାଜ୍ୟସଭା ଉପାଧ୍ୟକ୍ଷ ପ୍ୟାନେଲରେ ସ୍ଥାନିତ ହୋଇଛନ୍ତି। ଆଜି ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଏମ ଭେଙ୍କେୟାନାଇଡୁ ଏହାକୁ ପୁନଃଗଠନ କରିଛନ୍ତି। ଏଥିରେ ସେ ସାଂସଦ ସସ୍ମିତଙ୍କୁ ପୁଣିଥରେ ଏହି ପ୍ୟାନେଲରେ ନିଯୁକ୍ତି ଦେଇଛନ୍ତି। କାରଣ ପୂର୍ବ ସଦସ୍ୟତା ସମୟରେ ସସ୍ମିତ ଏହି ପ୍ୟାନେଲରେ ରହି ଗୃହ ପରିଚାଳନା କରିଛନ୍ତି। ସସ୍ମିତଙ୍କ ସହିତ ରାଜ୍ୟସଭା ଅଧ୍ୟକ୍ଷ ଆଉ ପାଞ୍ଚଜଣଙ୍କୁ ମଧ୍ୟ ଏହି ପ୍ୟାନେଲରେ ନିଯୁକ୍ତି କରିଛନ୍ତି। ସେମାନେ ହେଲେ ଭୁବନେଶ୍ବର କଲିତା, ଇନ୍ଦୁବାଲା ଗୋସ୍ବାମୀ, ଡ ଏଲ ହନୁମନ୍ତଥୟା, ତ୍ରିଚି ଶିବା ଏବଂ ଭି ବିଜୟସାୟି ରେଡ୍ଡୀ। ସସ୍ମତିଙ୍କ ରାଜ୍ୟସଭା ପରିଚାଳନା ବେଶ ଦକ୍ଷତାର ସହ କରିଥିବାରୁ ଉପରାଷ୍ଟ୍ରପତି ତଥା ଗୃହର ଅଧ୍ୟକ୍ଷ ତାଙ୍କୁ ପ୍ରଶଂସା କରିଥିଲେ।
ଭୁବନେଶ୍ବର: ଆସନ୍ତାକାଲି ସୋମବାରରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏହି ନିର୍ବାଚନ ସଂସଦ ସହିତ ସମସ୍ତ ରାଜ୍ୟର ବିଧାନସଭାରେ କରାଯିବ। ସେଥିପାଇ ସମସ୍ତ ବ୍ୟବସ୍ଥା କରାଯାଇଛି। ଓଡିଶା ବିଧାନସଭାରେ ପ୍ରଥମ ମହଲାରେ ଥିବା ୫୪ ନମ୍ବର ରୁମରେ ଏହି ନିର୍ବାଚନ କରାଯିବ। ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଏହି ନିର୍ବାଚନ ଅନୁଷ୍ଠିତ ହେବ। ସେଥିପାଇଁ ବିଧାନସଭା ସଚିବାଳୟ ତରଫରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଏହି ନିର୍ବାଚନ କେମିତି ହୁଏ କେଉଁମାନେ ଭୋଟ ଦେବା ପାଇଁ ଯୋଗ୍ୟ ଭାରତୀୟ ସମ୍ବିଧାନର ଧାରା-୫୨ ଅନୁଯାୟୀ ଭାରତର ଜଣେ ରାଷ୍ଟ୍ରପତି ରହିବେ। ଏଥିଲାଗି ପ୍ରତି ୫ ବର୍ଷରେ ରାଷ୍ଟ୍ରପତି ପଦବୀ ଲାଗି ନିର୍ବାଚନ ହୋଇଥାଏ। ଏହି ନିର୍ବାଚନ ପରୋକ୍ଷ ଭାବେ ଅନୁଷ୍ଠିତ ହୋଇଥାଏ। ଅର୍ଥାତ ଯେଉଁମାନଙ୍କୁ ଭୋଟରମାନେ ନିର୍ବାଚିତ କରି ସଂସଦ ଓ ବିଧାନସଭାକୁ ପଠାଇଥାନ୍ତି ସେମାନେ ରାଷ୍ଟ୍ରପତିଙ୍କୁ ଭୋଟ ଦେଇ ନିର୍ବାଚିତ କରିଥାନ୍ତି। ଅର୍ଥାତ କେବଳ ବିଧାୟକ ଏବଂ ସାଂସଦମାନେ ଏହି ନିର୍ବାଚନରେ ସେମାନଙ୍କ…
ସୀତାରାମ ଅଗ୍ରୱାଲ ବାଣପୁର: ଲଗାଣ ବର୍ଷା ଫଳରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଏବଂ ଏନଏସି ର ବହୁ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ କେତେକ ସଡ଼କ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ଏକାଧିକ ବାସିନ୍ଦାଙ୍କ ଘରେ ଫୁଟେ ଫୁଟେ ପାଣି ପ୍ରବେଶ କରିଥିବା ବେଳେ ଜନସାଧାରଣଙ୍କୁ ଉଦ୍ଧାର କରିବାରେ ସମ୍ପୂର୍ଣ୍ଣ ଫେଲ ମାରିଛି ପ୍ରଶାସନ। ଜନସାଧାରଣମାନେ ଏହି ବିପଦ ସମୟରେ ନିର୍ବାଚିତ ଜନ ପ୍ରତିନିଧିଙ୍କୁ ଖୋଜୁଥିବା ବେଳେ କାହାର ଦେଖା ମିଳୁନଥିବା ଅଭିଯୋଗ କରିଛନ୍ତି। ତେବେ ଉକ୍ତ ବିଭିଷିକା ମଧ୍ୟରେ ଏକ ପରିବାର ଜଳବନ୍ଦୀରେ ଦୀର୍ଘ ଘଣ୍ଟାଧରି ଫସିରହିଥିବା ବେଳେ ଶେଷରେ ସେମାନଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ସୂଚନା ମୁତାବକ ବାଣପୁର ବ୍ଲକ ଅନ୍ତର୍ଗତ କୋତରି ଗ୍ରାମର ଏକ ପରିବାରର ଚାରି ଜଣ ସଦସ୍ୟ ଜଳବନ୍ଦୀରେ ଦୀର୍ଘ ସମୟ ଧରି ଫସି ରହିଥିଲେ। ଯେଉଁଥିରେ ଜଣେ ଗର୍ଭବତୀ ମହିଳା ମଧ୍ୟ ଥିଲେ। ଖବର ପାଇ ଖୋର୍ଦ୍ଧା ଏଏଫଓ ଙ୍କ…
ନୂଆଦିଲ୍ଲୀ: ଶନିବାର ଦିନ ବିଜେପି ଉପ-ରାଷ୍ଟ୍ରପତି ପଦ ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ପ୍ରାର୍ଥୀ କରିଛି। ବିଜେପିର ସଂସଦୀୟ ବୋର୍ଡ ବୈଠକ ପରେ ଦଳର ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ଏନଡିଏର ଉପ-ରାଷ୍ଟ୍ରପତି ପ୍ରାର୍ଥୀ ଭାବରେ ୭୧ ବର୍ଷିୟ ଜଗଦୀପ ଧନଖଡଙ୍କ ନାମ ଘୋଷଣା କରିଛନ୍ତି। ସେହିଭଳି କଂଗ୍ରେସ ନେତା ମାର୍ଗେଟ୍ ଅଲଭାଙ୍କ ନାମ ଭାରତର ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ବିରୋଧୀ ଦଳ ଘୋଷଣା କରିଛି। ଏନସିପି ମୁଖ୍ୟ ଶରଦ ପାୱାର ତାଙ୍କ ନାମ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଭାରତର ଉପରାଷ୍ଟ୍ରପତି କେତେ ବେତନ ଏବଂ କେଉଁ ସୁବିଧା ପାଆନ୍ତି। ଦେଶର ଉପରାଷ୍ଟ୍ରପତିଙ୍କ ଦରମା ‘ସଂସଦ ଅଧିକାରୀଙ୍କ ଦରମା ଏବଂ ଭତ୍ତା, ୧୯୫୩ ଅନୁଯାୟୀ ସ୍ଥିର ହୋଇଛି। ଉପରାଷ୍ଟ୍ରପତି କୌଣସି ବେତନ ପାଆନ୍ତି ନାହିଁ। ଉପରାଷ୍ଟ୍ରପତି ମଧ୍ୟ ରାଜ୍ୟସଭାର ଅଧ୍ୟକ୍ଷ, ତେଣୁ ତାଙ୍କୁ ବାଚସ୍ପତିଙ୍କ ଦରମା ଏବଂ ସୁବିଧା ପ୍ରଦାନ କରାଯାଇଛି। ଉପରାଷ୍ଟ୍ରପତି କେତେ ଦରମା ପାଆନ୍ତି?:…

