Author: Samikhsya Bureau

ଭୁବନେଶ୍ୱର: ଆଜି କଟକ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇଛି ଚଳିତ ବର୍ଷର ମାଟ୍ରିକ ପରୀକ୍ଷା ଫଳ। ସୂଚନା ଅନୁସାରେ ଚଳିତ ବର୍ଷ ପାଶ ହାର ରହିଛି ୯୦.୫୫ ପ୍ରତିଶତ। ଆଜି ବୋର୍ଡ ସମ୍ମିଳନୀ କକ୍ଷରେ ଏହି ଘୋଷଣା କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାସ। ତେବେ ଛାତ୍ରଛାତ୍ରୀମାନେ ୱେବ ସାଇଟରୁ ଏହି ଫଳ ହାସଲ କରିପାରିବେ। ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.in ରେ ରୋଲ ନମ୍ବର ଆଧାରରେ ପରୀକ୍ଷା ଫଳ ଜାଣିପାରିବେ।  ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍‌ ହେବ।  ମୋବାଇଲ୍‌ରେ ମେସେଜ୍‌ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ। ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍‌ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ।

Read More

ନୂଆଦିଲ୍ଲୀ, ଆମ ହିନ୍ଦୁ ସମାଜରେ ପୂଜାଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ପୂଜା ସମୟରେ, ମିଠା, ଫଳମୂଳ, ନଡିଆ ପ୍ରଭୃତି ଠାକୁରଙ୍କ ସମ୍ମୁଖରେ ରଖାଯାଏ। ପୂଜାପାଠ ସମୟରେ ସମସ୍ତ ସାମଗ୍ରୀ ଠାକୁରଙ୍କୁ ଅର୍ପଣ କରାଯାଏ। ଯାହା ପରେ ଭୋଗକୁ ଅମୃତ ତୂଲ୍ୟ ବୋଲି ବିବେଚନା କରି ସମସ୍ତେ ଗ୍ରହଣ କରିଥାନ୍ତି। ଭଗବାନଙ୍କୁ ଭୋଗ ଉତ୍ସର୍ଗ କରିବାର ମହତ୍ତ୍ବ କ’ଣ: ଶ୍ରୀମଦ୍ ଭଗବଦ୍ ଗୀତାଙ୍କ ତୃତୀୟ ଅଧ୍ୟାୟରେ ଭଗବାନ କୃଷ୍ଣ କହିଛନ୍ତି ଯେ ଯିଏ ଭଗବାନଙ୍କୁ ଖାଦ୍ୟ ନ ଦେଇ ନିଜେ ଖାଦ୍ୟ ଗ୍ରହଣ କରେ,  ସେ ଖାଦ୍ୟ ଚୋରି କରିବାର ପାପ ବହନ କରିବାକୁ ପଡେ। ଏପରି ବ୍ୟକ୍ତି କାହାର ବସ୍ତୁ ଚୋରି କରିବା ସହିତ ସମାନ ଭାବରେ ଦଣ୍ଡ ଭୋଗନ୍ତି। ଶାସ୍ତ୍ରରେ କୁହାଯାଇଛି ଯେ ଯିଏ ଇଶ୍ବରଙ୍କୁ ଖାଦ୍ୟ ଅର୍ପଣ କରେ ନାହିଁ କିମ୍ବା ଭଗବାନଙ୍କ ନୈବେଦ୍ୟକୁ ଅସମ୍ମାନ କରେ ସେ ଭଗବାନଙ୍କ ଆର୍ଶିବାଦରୁ ବଞ୍ଚିତ ହୁଏ। ଯେଉଁମାନେ ଇଶ୍ବରଙ୍କୁ ଖାଦ୍ୟ ଉତ୍ସର୍ଗ…

Read More

ଭୁବନେଶ୍ବର: ଓଡିଶା ରାଜନୀତିରେ ଏକ କଥା ଅଛି ବିଜେପି ଡାଳରେ ଡାଳରେ ଯାଉଥିବା ବେଳେ ବିଜେଡି ପତ୍ରେ ପତ୍ରେ ଯାଉଛି। ଏହା ପୂର୍ବରୁ ବହୁଥର ପ୍ରମାଣିତ ହୋଇଛି। ଏବେ ମଧ୍ୟ ପ୍ରମାଣିତ ହେବାରେ ଲାଗିଛି। ଅତୀତରେ ଅନେକ ଘଟଣା ଘଟିଛି ଯାହା ବିଜେପି ଭାବିବା ବେଳକୁ ବିଜେଡି ତାହାକୁ କାର୍ଯ୍ୟରେ ଲଗାଇ ସାରିଲାଣି। ସେହିପରି ଘଟଣା ବର୍ତ୍ତମାନ ଘଟିବାରେ ଲାଗିଛି। ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରି ବିଜେପି ବାହାବ ନେବା ବେଳକୁ ତାହାକୁ ହାଇଜାକ କରିନେଲାଣି ବିଜେଡି। କହିବା କଥା ହେଲା ଆସନ୍ତା ଆଠ ତାରିଖରେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ପ୍ରଚାରରେ ଆସିବେ। ସେଥିପାଇଁ ବିଜେପି ଶିବିରରେ ପ୍ରସ୍ତୁତି ଚାଲିଛି। ତାଙ୍କ ସହିତ କେଉଁମାନେ ଯିବେ, କୁଆଡେ ଯିବେ ତାହାର ତାଲିକା ଚାଲିଛି। ହେଲେ ଆଶ୍ଚର୍ଯ୍ୟର କଥା ଏପଟେ ଦ୍ରୌପଦୀ ମୁର୍ମୁ ଓଡିଶା ଆସିବା ପୂର୍ବରୁ ବିଜେଡି ତାଙ୍କର ପ୍ରଚାର ଆରମ୍ଭ କରିଦେଇଛି। ମଙ୍ଗଳବାର…

Read More

ନୂଆଦିଲ୍ଲୀ: ବରିଷ୍ଠ ସାମ୍ବାଦିକ ତଥା ଲୋକପ୍ରିୟ ନ୍ୟୁଜ ସୋ ‘ଡିଏନଏ’ ର ସଂଚାଳକ ସୁଧୀର ଚୈଧୁରୀ ‘ଜୀ ନ୍ୟୁଜ’ ଛାଡିଛନ୍ତି। ସେ ନିଜେ କିଛି କରିବେ ବୋଲି କହି ଇସ୍ତଫା ଦେଇଛନ୍ତି। ସେ ଜୀ ମିଡିଆ ସହିତ ଦୀର୍ଘ 12 ବର୍ଷର ସଂପର୍କକୁ ଛିନ୍ନ କରିଛନ୍ତି। ହେଲେ ଏହି ଇସ୍ତଫାକୁ ଦିଲ୍ଲୀ ଗଣମାଧ୍ୟମ ସହଜରେ ଗ୍ରହଣ କରୁ ନାହିଁ । ଏହା ପଛରେ କିଛି ବଡ କାରଣ ରହିଛି ବୋଲି ବର୍ତ୍ତମାନ ଏକ ବଡ ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଚର୍ଚ୍ଚା ଅନୁସାରେ ସୁଧୀରଙ୍କୁ କୁଆଡେ ଦୀର୍ଘ ଦୁଇ ମାସ ଧରି କଣଠୋସା କରାଯାଉଥିଲା। ଜୀ ନ୍ୟୁଜ ର ଉପର ସ୍ତରରେ ଏକ ଶୀତଳ ଯୁଦ୍ଧ ଆରମ୍ଭ ହୋଇଯାଇ ଥିଲା ବୋଲି ସେଠାକାର କର୍ମଚାରୀମାନେ ଅନୁଭବ କରିସାରିଥିଲେ। ଏଥିରେ କୁଆଡେ ଖୋଦ ଜୀ ମାଲିକ ସୁବାଷ ଚନ୍ଦ୍ରାଙ୍କ ଭିତିରି ସମର୍ଥନ ଥିଲା ବୋଲି କୁହାଯାଉଛି। କାରଣ ସୁଧୀରଙ୍କ ନାମରେ ଜୀ ନ୍ୟୁଜ…

Read More

ଚାଣକ୍ୟ ନୀତି: ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଶ୍ରେଷ୍ଠତା କଣ ଏବଂ ଏହା କିପରି କରାଯାଏ ସେ ସଂପର୍କରେ ଅବଗତ କରାଇଛନ୍ତି। ସେଥିପାଇଁ ସେ ପାଞ୍ଚୋଟି ପ୍ରସଂଗକୁ ଉତଥାପନ କରିଛନ୍ତି। ସେଗୁଡିକ ହେଲା ଅଭ୍ୟାସରୁ ବିଦ୍ୟାର ଶ୍ରେଷ୍ଠତା– ସାଧାରଣତଃ ବିଦ୍ୟା ଅଧ୍ୟୟନ କରିଦେଲେ ଯେ ସବୁକିଛି ହୋଇଗଲା ତାହା ନୁହେଁ। ଯେ ପର୍ଯ୍ୟନ୍ତ ପଢିଥିବା ପାଠକୁ ଅଭ୍ୟାସ ନ କରିଛନ୍ତି ସେ ପର୍ଯ୍ୟନ୍ତ ବିଦ୍ୟାର ଶ୍ରେଷ୍ଠତା ପ୍ରତିପାଦନ କରାଯାଇପାରିବ ନାହିଁ। ଆଉ ଶ୍ରେଷ୍ଠତା ଜାଣିବା ପରେ ତାହାକୁ ବିଭିନ୍ନ କାର୍ଯ୍ୟରେ ବିନିଯୋଗ କରାଯାଇପାରିବ। ଆଚରଣରୁ ବଂଶର ଶ୍ରେଷ୍ଠତା– ମଣିଷ ଆଚରଣରୁ ତାହାର ବଂଶର ଶ୍ରେଷ୍ଠତା ବିଷୟରେ ଜାଣିହେବ ବୋଲି ଚାଣକ୍ୟ କହିଛନ୍ତି। ଯଦି କୌଣସି ବ୍ୟକ୍ତିଙ୍କର ଆଚରଣରେ ଖରାପ ପରିଲକ୍ଷିତ ହୁଏ, ତେବେ ଭାବି ନେବ ଯେ ଏହାଙ୍କ ବଂଶ ପରଂପରା ଭଲ ନୁହେଁ। ଗୁଣାବଳୀରୁ ମାନବିକତା– ମଣିଷ ସହିତ ଚାଳିଚଳନ କରିବା ପରେ ତାହାର ଗୁଣ କଣ ଅନ୍ୟମାନେ…

Read More

ମେଷ-  ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ- ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଆସିପାରେ । ନିଦ୍ରା ଅଭାବ ହେବ…

Read More

ଭୁବନେଶ୍ବର: ଆଜି ସଂଧ୍ୟାରେ ବିଜେଡିର ଚାରିଜଣ ତୁଙ୍ଗ ବିଧାୟକ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି। କଂଗ୍ରେସ ସଭାପତିଙ୍କ ଚ୍ୟାମ୍ବରକୁ ଯାଇ ଏମାନେ ଦୀର୍ଘ ସମୟ ଧରି ଆଲୋଚନା ମଧ୍ୟ କରିଛନ୍ତି। ସେହି ଚାରିଜଣ ବିଧାୟକ ହେଲେ ପ୍ରଣବ ପ୍ରକାଶ ଦାସ, ଅତନୁ ସବ୍ୟସାଚୀ ନାୟକ, ସୁଶାନ୍ତ ସିଂ ଏବଂ ପ୍ରଣବ ବଳବନ୍ତରାୟ। ତେବେ ଏମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ସାକ୍ଷାତ କରିଛନ୍ତି। କାରଣ ହେଲା ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବା। ସେମାନେ କଂଗ୍ରେସ ସଭାପତିଙ୍କୁ ଅନୁରୋଧ କରିଛନ୍ତି ଯେ ଓଡିଶାର ଜଣେ ରାଷ୍ଟ୍ରପତି ହେବା ଗର୍ବର ବିଷୟ। ସେଥିପାଇଁ ସେମାନେ ତାଙ୍କ ବିଧାୟକ ଏବଂ ସାଂସଦଙ୍କୁ ଦ୍ରୌପଦୀଙ୍କୁ ଭୋଟ ଦେବା ପାଇଁ ଚେଷ୍ଠା କରନ୍ତୁ ବୋଲି ଅନୁରୋଧ କରିଛନ୍ତି।

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ବ୍ଲକ ବଳମ ପଂଚାୟତ ଉପରମୁଣ୍ଡା ଗ୍ରାମରେ ହରି ଫାଉଣ୍ଡେସନ ଓ ଯୁବଗୋଷ୍ଟୀଙ୍କ ମିଳିତ ଉଦ୍ୟମରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇ ଉଦଘାଟନ ହୋଇଯାଇଛି। ସୂଚନାନୁସାରେ ଉପରମୁଣ୍ଡା ଗ୍ରାମର ଦୋଳ ଯାତ୍ରା ପଡିଆ ଠାରେ ଏକ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ପାଇଁ ଗାଁ ଲୋକେ ପଞ୍ଚାୟତ କର୍ତୃପକ୍ଷଙ୍କୁ ବାରମ୍ବାର ଅନୁରୋଧ କରିଥିଲେ। ହେଲେ ପଞ୍ଚାୟତ କର୍ତୃପକ୍ଷ ଏଠାରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ ଦିଗରେ କୋୖଣସି ପଦକ୍ଷେପ ନେଇନଥିଲେ। ଶେଷରେ ଗ୍ରାମର ଯୁବଗୋଷ୍ଟୀ ଏକାଠି ହୋଇ ଗ୍ରାମରେ ଏକ ପାନୀୟ ଜଳ ପ୍ରକଳ୍ପ ଚାନ୍ଦା ଆଦାୟ କରି ନିର୍ମାଣ କରିଛନ୍ତି। ଏହି ଉଦଘାଟନ ଉତ୍ସବରେ ସମାଜସେବୀ ତଥା ବରିଷ୍ଠ ବିଜେପି ନେତା ଗୋବିନ୍ଦ ଅଗ୍ରୱାଲ ଏବଂ ଗ୍ରାମ ସଭାପତି କୁଶଧର ମାଝୀ ଅତିଥିଭାବେ ଯୋଗ ଦେଇ ପାନୀୟ ଜଳ ପ୍ରକଳ୍ପକୁ ଉଦଘାଟନ କରିଥିଲେ। ପ୍ରକଳ୍ପ ନିର୍ମାଣରେ ଗ୍ରାମର ଦିନ ଅଗ୍ରୱାଲ, ନନ୍ଦ…

Read More

ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ରାଜ୍ୟମାନଙ୍କର ପ୍ରଦର୍ଶନକୁ ନେଇ ପ୍ରଥମ ଥର ପାଇଁ ପ୍ରକାଶ ପାଇଛି ‘ଏନଏଫଏସଏ ପାଇଁ ରାଜ୍ୟ ମାନ୍ୟତା ସୂଚକାଙ୍କ’। ଏହି ମାନ୍ୟତାର ସାଧାରଣ ବର୍ଗ ରାଜ୍ୟମାନଙ୍କ ମଧ୍ୟରେ ଓଡ଼ିଶା ପ୍ରଥମ ସ୍ଥାନରେ ରହିଛି। ଉତ୍ତର ପ୍ରଦେଶକୁ ଦ୍ବିତୀୟ ଏବଂ ଆନ୍ଧ୍ର ପ୍ରଦେଶକୁ ତୃତୀୟ ସ୍ଥାନ ମିଳିଛି। ସ୍ବତନ୍ତ୍ର ବର୍ଗର ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କ ମଧ୍ୟରେ ତ୍ରିପୁରା ପ୍ରଥମ ସ୍ଥାନରେ ରହିଥିବା ବେଳେ ହିମାଚଳ ପ୍ରଦେଶ ଏବଂ ସିକ୍କିମ ଯଥାକ୍ରମେ ଦ୍ବିତୀୟ ଏବଂ ତୃତୀୟ ସ୍ଥାନରେ ରହିଛନ୍ତି। ଆହୁରି ଯେଉଁ ତିନୋଟି କେନ୍ଦ୍ର ଶାସିତ ପ୍ରଦେଶରେ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର (ଡିବିଟି)-କ୍ୟାଶ୍‌ କାର୍ଯ୍ୟକାରୀ ହୋଇଛି ସେମାନଙ୍କ ମଧ୍ୟରେ ଦାଦ୍ରା ଓ ନଗର ହାଭେଳୀ ଏବଂ ଡାମନ ଡିଉ ଶୀର୍ଷ ସ୍ଥାନରେ ରହିଛନ୍ତି। କେନ୍ଦ୍ର ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ, ବୟନଶିଳ୍ପ ଓ ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରୀ ପୀୟୂଷ…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁରର ଆରଧ୍ୟ ଠାକୁର ଶ୍ରୀ ରଙ୍କନାଥ ଦେବଙ୍କ ଗୁଣ୍ଡିଚା ଯାତ୍ରାର ଷଷ୍ଠି ତିଥିରେ ଆଡପ ମଣ୍ଡପଠାରେ ହେରାପଞ୍ଚମୀ ନୀତିକାନ୍ତି ଆନନ୍ଦ ଉଲ୍ଲାସର ସହିତ ସମାହିତ ହୋଇଛି। ପ୍ରଭାତରୁ ଦ୍ଵାର ଫିଟା, ମଙ୍ଗଳ ଆଳତି, ଅବକାଶ ଏବଂ ଗୋପାଳବଲ୍ଲଭ ନିତି ଅନୁଷ୍ଠିତ ହୋଇଥିଲା। ତାପରେ ବେଶ କରାଯାଇ ସର୍ବ ସାଧାରଣ ଦର୍ଶନ ନିମନ୍ତେ ସାହାଣ ମେଲା ହୋଇଥିଲା। ମଧ୍ୟାହ୍ନ ଧୂପ ବଢିବା ପରେ ଦିବା ପହୁଡ ହୋଇ ଅପରାହ୍ନରେ ଠାକୁରଙ୍କୁ ଶୃଙ୍ଗାର ବେଶରେ ସଜେଇ ଦିଆଯାଇଥିଲା। ଏଣେ ମନ୍ଦିରରେ ମା’ ମହା ଲକ୍ଷ୍ମୀ ଏକାକୀ ବଗଡ଼ା ଚାଉଳ, କଖାରୁ କଳମ ଶାଗର ପଡ଼ିଖାଇ ମହାପ୍ରଭୁଙ୍କ ଉପରେ ଖପା। ନିଜର ପ୍ରାଣ ପ୍ରିୟାଙ୍କୁ ସାଥିରେ ନ ନେଇ ଭଉଣୀ ସୁଭଦ୍ରାଙ୍କୁ ଘୋଷଯାତ୍ରାରେ ନେଇଯାଇଛନ୍ତି ଯେ ଫେରିବାର ନା ନାହିଁ। କାହାକୁ ବା ଏ ଅନ୍ତରର ଦୁଃଖ କହିବେ। ଶେଷରେ ମା’ ଭଗବତୀଙ୍କୁ ଏକଥା କହିବାରେ ମା’ଉପାୟ ବତେଇଲେ।…

Read More

ଭୁବନେଶ୍ୱର: ୱାନ୍‌-ଷ୍ଟପ୍‌, ନେକ୍ସଟ ଜେନେରେସନ୍ ମଲ୍ଟିସ୍ପେଶିଆଲଟି କ୍ୱାର୍ଟରନାରି କେୟାର ହସ୍ପିଟାଲ୍ ସମ୍ ଅଲ୍ଟିମେଟ ମେଡିକେୟାରକୁ ଶ୍ରେଷ୍ଠ ମଲ୍ଟିସ୍ପେଶିଆଲଟି ହସ୍ପିଟାଲ୍ ଭାବେ ସମ୍ମାନିତ କରାଯାଇଛି। ଇଣ୍ଡିଆନ୍ ମେଡିକାଲ୍ ଆସୋସିଏସନ୍ ଜୁନିୟର ଡକ୍ଟର୍ସ ନେଟୱର୍କ ଓଡ଼ିଶା ପକ୍ଷରୁ ସମ୍ମମ୍‌କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ରବିବାର ଆଇସିଏମ୍‌ଆର୍‌-ରିଜିଓନାଲ୍ ମେଡିକାଲ୍ ରିସର୍ଚ୍ଚ ସେଂଟର୍ ଠାରେ ଆୟୋଜିତ “ୟୁଥ୍ ହେଲ୍‌ଥ ଆଇକନ୍ ୱିନର-୨୦୨୨” କାର୍ଯ୍ୟକ୍ରମରେ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ଅବସରରେ ସମ୍ମମ୍‌ର ଜେନେରାଲ୍ ମେଡିସିନ୍ ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ପ୍ରଫେସର (ଡାକ୍ତର) କୁମାର ଧରଙ୍କୁ ମଧ୍ୟ “ଆଉଟଷ୍ଟାଣ୍ଡିଙ୍ଗ ମେଡିକାଲ୍ ପ୍ରଫେସ୍‌ନାଲ୍ ଇନ୍ ମେଡିସିନ୍‌” ସମ୍ମାନରେ ସମ୍ମାନିତ କରାଯାଇଛି।

Read More

ଭୁବନେଶ୍ୱର: ଉତ୍ତର ଓଡ଼ିଶା ଏବଂ ଏହାର ସଂଲଗ୍ନ ଅଂଚଳରେ ସୋମବାର ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ମଧ୍ୟପ୍ରଦେଶ ମୁହାଁ ହୋଇଥିବା ଯୋଗୁଁ ସାରା ଓଡ଼ିଶାରେ ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବିଷୟରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଆରବସାଗର ଏବଂ ବଙ୍ଗୋପ ସାଗର ଆଡୁ ଅନୁକୂଳ ମୌସୁମୀ ପ୍ରବାହ ଯୋଗୁଁ ଜୁଲାଇ ୧୧ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବାର ସମ୍ଭାବନା ଥିବା ବେଳେ ଜୁଲାଇ ୮ ତାରିଖ ବେଳକୁ ଅନ୍ୟ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଥିବା ସିଇସି ପକ୍ଷରୁ କୁହାଯାଇଛି। ଏହି ସମୟରେ ଓଡ଼ିଶାର ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ବେଳେ ଅନ୍ୟ ଅଂଚଳଗୁଡ଼ିକରେ ଜୁଲାଇ ୨୦ ତାରିଖ ପର୍ଯ୍ୟନ୍ତ ସାମାନ୍ୟରୁ ପ୍ରବଳ ବର୍ଷା ଜାରି ରହିବ…

Read More

ଭୁବନେଶ୍ୱର: ସର୍ବଭାରତୀୟ ଆନ୍ତଃ ବିଶ୍ୱବିଦ୍ୟାଳୟ ସଫ୍ଟ ବେସ୍ ବଲ୍ ଟୁର୍ଣ୍ଣାମେଣ୍ଟରେ ଭାଗ  ନେବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ୨୪ ଜଣିଆ ଟିମ୍ ସୋମବାର ରାଜସ୍ଥାନ ଅଭିମୁଖେ ଗସ୍ତ କରିଛନ୍ତି। ରାଜସ୍ଥାନର ପାଚେରୀ ବାରିରେ ଉଭୟ ପୁରୁଷ ଓ ମହିଳା ବର୍ଗରେ ଆସନ୍ତା ଗୁରୁବାର ଏହି ଟୁର୍ଣ୍ଣାମେଂଟ ଆରମ୍ଭ ହେବ। ଟିମ୍‌ରେ ୧୨ ଜଣ ମହିଳା ଏବଂ ୧୨ ଜଣ ପୁରୁଷ ଖେଳାଳି ଥିବା ବେଳେ ସେମାନଙ୍କ ସହିତ କୋଚ୍ ସୁନୀତା ବର୍ମା ଏବଂ ମ୍ୟାନେଜର ବରେଶ ମିଶ୍ର ରାଜସ୍ଥାନ ଯାଇଛନ୍ତି। ରାଜସ୍ଥାନର ଝୁନ୍‌ଝୁନ୍ ଜିଲ୍ଲାର ପାଚେରୀ ବାରି ସ୍ଥିତ ସିଂଘାଣିଆ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏହି ଟୁର୍ଣ୍ଣାମେଂଟର ଆୟୋଜନ କରାଯାଇଛି।

Read More

ଭୁବନେଶ୍ବର: ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଆଜି ନବୀନ ନିବାସ ଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ତାଙ୍କୁ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁଙ୍କ ପ୍ରାର୍ଥୀତ୍ବକୁ ସମର୍ଥନ କରିବା ପାଇଁ ଅନୁରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଦ୍ରୌପଦୀ ମୁର୍ମୁ ଓଡିଶାର ଝିଅ। ଓଡ଼ିଶାର ସ୍ୱାଭିମାନ। ତାଙ୍କ ପାଇଁ ପ୍ରତ୍ୟେକ ଓଡିଆ ଗର୍ବିତ। ଓଡିଶାର ସବୁ ଭୋଟ ତାଙ୍କ ପାଖକୁ ଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ଓ ତାଙ୍କୁ ଭୋଟ ଦେବା ପାଇଁ ଅନୁରୋଧ କରିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧକୁ ସମ୍ମାନ ଜଣାଇ ଶ୍ରୀ ମୁଦୁଲି କହିଲେ ଯେ, ଶ୍ରୀମତୀ ମୁର୍ମୁ ଆମ ଆଦିବାସୀ ସମାଜର ଗର୍ବ ଓ ଗୌରବ। ତାଙ୍କୁ ସମର୍ଥନ ଦେଇ ମୁଁ ନିଜକୁ ଗୌରବାନ୍ବିତ ମନେ କରୁଛି ବୋଲି ସେ କହିଥିଲେ।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫଟୋଗ୍ରାଫି କ୍ଲବ୍ ପକ୍ଷରୁ ସୋମବାର ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌) ପରିସରରେ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ନିକନ୍ ଇଣ୍ଡିଆ ପକ୍ଷରୁ ଏହାର ପରିଚାଳନା କରାଯାଇଥିଲା। ନିକନ୍ ଇଣ୍ଡିଆ ମେଂଟର୍ ଆଶୁତୋଷ ସାହୁ, ଦେବାଂଶୁ ପଟ୍ଟନାୟକ ଏବଂ ଦେବେଶ କୁମାର ମାଝି କର୍ମଶାଳାରେ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ। ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ବାହାଘର ଏବଂ ପୋଟ୍ରେଟ୍ ଫଟୋଗ୍ରାଫ ସମ୍ପର୍କରେ ବିଭିନ୍ନ ଜ୍ଞାନ ଆହରଣ କରିଥିଲେ। ଏଥି ସହିତ କ୍ୟାମେରା ଗିୟର୍ସ ସମ୍ପର୍କରେ ମଧ୍ୟ ଶିଖିଥିଲେ। ଛାତ୍ରଛାତ୍ରୀମାନେ କେବଳ ଫଟୋଗ୍ରାଫିର ପ୍ରକ୍ରିୟା ନୁହେଁ ବରଂ ଫଟୋ ଉଠାଇବା ପଛରେ ଥିବା ଆବେଗକୁ ମଧ୍ୟ ଶିଖିବାକୁ ଚେଷ୍ଟା କରିଥିଲେ ଓ ଫଟୋଗ୍ରାଫିର ଗୁରୁତ୍ୱ ଉପଲବ୍ଧି କରିଥିଲେ। କର୍ମଶାଳାରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କମ୍ପ୍ୟୁଟର…

Read More

ଭୁବନେଶ୍ବର: ଭାରତୀୟ ରେଳ ଦେଶର ଜୀବନ ରେଖା ଏବଂ ଏହା ରାଷ୍ଟ୍ରର ସାମଗ୍ରିକ ବିକାଶ ଦିଗରେ ପ୍ରତିବଦ୍ଧ। ଭାରତୀୟ ରେଳବାଇ ମଧ୍ୟ ଭାରତୀୟ ଅର୍ଥନୀତିର ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ ଧାରା ଅଟେ। ରେଳବାଇ କେବଳ ଏହାର ଅଞ୍ଚଳ ଉପରେ ଭିତ୍ତିଭୂମି ବିକାଶ କରୁନାହିଁ ବରଂ ଯାତ୍ରୀମାନଙ୍କ ଯାତ୍ରା ଅଭିଜ୍ଞତାକୁ ମଧ୍ୟ ଉନ୍ନତ କରୁଛି। ଦେଶର ପୂର୍ବ ତଟରେ ବିଶେଷ ଭାବରେ ଓଡ଼ିଶାରେ ରେଳ ଭିତ୍ତିଭୂମି ବିକାଶକୁ ପ୍ରାଥମିକତା ଦିଆଯାଉଥିବାବେଳେ ଓଡିଶାବାସୀଙ୍କ ଆକାଂକ୍ଷା ପୂରଣ କରିବାକୁ ରେଳବାଇ ପ୍ରତିଶ୍ରୁତିବଦ୍ଧ ବୋଲି ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରଥ ଯାତ୍ରା ମହୋତ୍ସବ ପାଇଁ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ବ୍ୟବସ୍ଥା: ତୀର୍ଥଯାତ୍ରୀଙ୍କ ସୁବିଧା ପାଇଁ ରଥଯାତ୍ରା (କାର୍ ଫେଷ୍ଟିଭାଲ୍) ସମୟରେ ପୁରୀରୁ ୨୦୫ ଟି ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ବ୍ୟବସ୍ଥା କରାଯାଇଛି ବୋଲି ଗତ ୨୧ ଜୁନ୍ ରେ ପୁରୀ ଏବଂ କୋଣାର୍କକୁ ପରିଦର୍ଶନରେ ଆସିଥିବା ମାନ୍ୟବର ରେଳମନ୍ତ୍ରୀ ଶ୍ରୀ ଅଶ୍ୱିନୀ…

Read More

ସ୍ୱାସ୍ଥ୍ୟ ଟିପ୍ସ: ପର୍ବ ହେଉ କିମ୍ବା ବିବାହ ହେଉ, ସବୁଥିରେ ହଳଦୀ ବହୁ ପରିମାଣରେ ବ୍ୟବହୃତ ହୁଏ। ହଳଦୀର ଗୁଣ କେବଳ ଖାଦ୍ୟର ସ୍ୱାଦକୁ ବଢାଇନଥାଏ ବରଂ ସ୍ୱାସ୍ଥ୍ୟ ଏବଂ କ୍ଷତକୁ ଭଲ କରିବାରେ ମଧ୍ୟ ସାହାଯ୍ୟ କରିଥାଏ। କିନ୍ତୁ ପ୍ରାକୃତିକ ଭାବରେ ଗରମ ହଳଦୀ ଯେତିକି ଲାଭଦାୟକ ଏବଂ ଉପଯୋଗୀ ସେତିକି କ୍ଷତିକାରକ ମଧ୍ୟ। ଅନ୍ୟ ପଟେ, ହଳଦୀର ଉପକାର ଦେଖି ଲୋକମାନେ ଏହାକୁ ଅଧିକ ପରିମାଣରେ ଖାଇବା ଆରମ୍ଭ କରନ୍ତି। ଯେଉଁଥିପାଇଁ ସେମାନଙ୍କର ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତି ହୋଇପାରେ। ଏପରି ପରିସ୍ଥିତିରେ ଆସନ୍ତୁ ଜାଣିବା ଅଧିକ ହଳଦୀ ଖାଇବାର ଅସୁବିଧା କ’ଣ? ଆଇରନ ଅବଶୋଷଣକୁ ରୋକିଥାଏ: ହଳଦୀ ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ। କିନ୍ତୁ ଏହାକୁ ଅଧିକ ପରିମାଣରେ ଖାଇବା ଶରୀରରେ ଆଇରନର ଅବଶୋଷଣକୁ ରୋକିପାରେ। ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଇରନ ହେତୁ ଆମ ଶରୀରରେ ଲାଲ ରକ୍ତ କଣିକା ସୃଷ୍ଟି ହୁଏ। ଏହା ଏକ…

Read More

ଭୁବନେଶ୍ବର: ଓଡିଶା ଆସିବେ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ। ସେ ଆସନ୍ତା ଆଠ ତାରିଖ ଶୁକ୍ରବାର ଦିନ ଭୁବନେଶ୍ବର ପହଞ୍ଚିବେ ବୋଲି ଜଣାପଡିଛି। ତାଙ୍କର ଆସିବାର ଉଦ୍ଦେଶ୍ୟ ରହିଛି ଭୋଟ ପ୍ରଚାର। ଓଡିଶାର ବିଧାୟକ ତଥା ସାଂସଦଙ୍କୁ ସେ ଭୋଟ ଦେବା ପାଇଁ ଅନୁରୋଧ କରିବେ। ସେ ବିଧାନ ସଭା ଯିବେ ବୋଲି ଜଣାପଡିଛି। ଓଡିଶାରେ ପ୍ରମୁଖ ଦୁଇଦଳ ବିଜେଡି ଓ ବିଜେପି ତରଫରୁ ତାଙ୍କୁ ଭୋଟ ନିଶ୍ଚିତ ମିଳିବ। ହେଲେ କଂଗ୍ରେସ ତାଙ୍କୁ ଭୋଟ ଦେବ ନାହିଁ ବୋଲି ଦଳ ତରଫରୁ କୁହାଯାଇଛି। ବର୍ତ୍ତମାନ କଂଗ୍ରେସ ନଅ ଜଣ ବିଧାନସଭାରେ ଥିବା ବେଳେ ଜଣେ ସାଂସଦ ଅଛନ୍ତି। ହେଲେ ସେମାନଙ୍କର କେତେକ ଭୋଟ ଦ୍ରୌପଦୀଙ୍କ ଆଡକୁ ଯିବ ବୋଲି ସମ୍ଭାବନା ରହିଛି। ବର୍ତ୍ତମାନ ଦ୍ରୌପଦୀ ବିଭିନ୍ନ ରାଜ୍ୟ ଗସ୍ତ କରି ନିଜ ପାଇଁ ପ୍ରଚାର କରୁଛନ୍ତି।

Read More

ସ୍ୱାସ୍ଥ୍ୟ ଟିପ୍ସ: ରୋଷେଇ ଘରେ ଅନେକ ମସଲା ଅଛି ଯାହା ସ୍ୱାଦ ଏବଂ ରଙ୍ଗ ଆଣିବା ପାଇଁ ବ୍ୟବହୃତ ହୁଏ। କିନ୍ତୁ ହେଙ୍ଗୁ ସୁଗନ୍ଧ ଆଣିବା ପାଇଁ ବ୍ୟବହୃତ ହୁଏ। ଡାଲି ଏବଂ ପନିପରିବାରେ ତାପମାତ୍ରା ଠାରୁ ବିରିୟାନି ପର୍ଯ୍ୟନ୍ତ ହେଙ୍ଗୁ ବ୍ୟବହୃତ ହୁଏ। ହେଙ୍ଗୁର ଅନେକ ରୋଗକୁ ଭଲ କରିବା ପାଇଁ ଗୁଣ ଅଛି। ହେଙ୍ଗୁ ଖାଇବାର ଉପକାର ବିଷୟରେ ଆସନ୍ତୁ ଜାଣିବା। ହେଙ୍ଗୁ ଖାଇବାର ଲାଭ- ଯଦି ଆପଣ ହଜମ ପ୍ରକ୍ରିୟାରେ ମଧ୍ୟ ଅସୁବିଧାରେ ପଡ଼ନ୍ତି, ତେବେ ହେଙ୍ଗୁ ଏକ ଭଲ ଉପଚାର ମଧ୍ୟରୁ ଗୋଟିଏ। ଏହା ପେଟ ସମ୍ବନ୍ଧୀୟ ସମସ୍ୟା ଯଥା ଫୁଲିବା, ଗ୍ୟାସ୍ ଭଳି ଚିକିତ୍ସାରେ ବ୍ୟବହୃତ ହୁଏ। ଅନ୍ୟପକ୍ଷରେ, ଯଦି ଆପଣ ହଜମ ପ୍ରକ୍ରିୟାରେ ଅସୁବିଧାରେ ପଡ଼ନ୍ତି, ତେବେ ଏହାକୁ ପ୍ରତିଦିନ ଖାଇପାରିବେ। ହେଙ୍ଗୁ ଏକ ପ୍ରାକୃତିକ ବ୍ଲଡ଼ ଥିନର- ହେଙ୍ଗୁ ଏକ ପ୍ରାକୃତିକ ବ୍ଲଡ଼ ଥିନର ବୋଲି ଜଣାଶୁଣା ଯାହା ରକ୍ତଚାପ ସ୍ତରକୁ ହ୍ରାସ…

Read More

କୋଲକାତା: କୋଲକାତାରେ କୋଭିଡ ସଂକ୍ରମିତ ପିଲାଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଗତ ଏକ ସପ୍ତାହ ମଧ୍ୟରେ ସଂକ୍ରମିତ ଶିଶୁଙ୍କ ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ ଯେ ସହରରେ ୧୨ ବର୍ଷରୁ କମ୍ ବର୍ଗରେ ଆସୁଥିବା ପିଲାମାନଙ୍କୁ ଟୀକାକରଣ କରାଯାଇ ନ ଥିବାରୁ ସେମାନେ କୋଭିଡ-୧୯ ସଂକ୍ରମିତ ହୋଇଥିବାର ଦେଖାଉଛି। ଏଥି ସହିତ ଡାକ୍ତରମାନେ କହିଛନ୍ତି ଯେ, ଏହି ଲକ୍ଷଣ ସମସ୍ତଙ୍କଠାରେ ଭିନ୍ନ। କିନ୍ତୁ ସଂକ୍ରମଣ ଏପର୍ଯ୍ୟନ୍ତ ସାମାନ୍ୟ ରହିଛି। କେବଳ ଅଳ୍ପ କିଛି ପିଲାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଛି। କିଛି ପିଲା ଉଚ୍ଚ କାଶ ସହିତ ଜ୍ୱରରେ ପୀଡିତ: କେତେକ ପିଲାଙ୍କର କାଶ ଏବଂ ଥଣ୍ଡା ସହିତ ଅତ୍ୟଧିକ ଜ୍ୱର ହୋଇଥିବାବେଳେ କେତେକଙ୍କର ଡାଇରିଆ ଏବଂ ନିଶ୍ୱାସ ପ୍ରଶ୍ୱାସ ବେଳେ ସାମାନ୍ୟ ଅସୁବିଧା ହେଉଛି। ଏଥି ସହିତ, ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ, ବିଦ୍ୟାଳୟର ଶ୍ରେଣୀ ଗୃହରେ ପୁନଃ ପାଠପଢା ଆରମ୍ଭ ହେବା ଯୋଗୁଁ ସଂକ୍ରମଣ…

Read More

କନ୍ଦର୍ପ ବେହେରା ରେଢ଼ାଖୋଲ: ନାକଟିଦେଉଳ ରେଞ୍ଜର ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଅବାଧରେ ଜନ୍ତୁ ଶୀକାର କରିବା ଅଭିଯୋଗରେ ବନବିଭାଗ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବା ସହ ଆଜି କୋର୍ଟ ଚାଲାଣ କରିଥିବା ଜଣା ପଡ଼ିଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ୍ଜର ଜଗନ୍ନାଥପ୍ରସାଦ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗରଲେ ଅବାଧରେ ଜନ୍ତୁ ଶୀକାର କରୁଥିବା ବନବିଭାଗ କୌଣସି ସୂତ୍ରରୁ ଖବର ପାଇଥିଲା। ରେଞ୍ଜର ଅଶ୍ବିନୀ କୁମାର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଫରେଷ୍ଟର ଅନୀଲ କିସାନ୍ ଏବଂ ବନବିଭାଗର କର୍ମଚାରୀମାନେ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରେ ଚଢଉ କରି ଜଗନ୍ନାଥ ପ୍ରସାଦ ଗ୍ରାମର ବାବୁଲା ଶବର (୪୫) କୁ ଧରିବା ସହ ଆଉ ୨ ଜଣଙ୍କୁ ମଧ୍ୟ ବନବିଭାଗ ଅଟକ ରଖିଥିଲା। ବାବୁଲା ପାଖରୁ ବନବିଭାଗ ଅଧାକେଜି ବାରହା ମାଂସ ସହ ଏକ ଦେଶୀ ବନ୍ଧୁକ ଜବତ କରିିଥିଲା। ଅଟକ ରଖିଥିବା ୨ ଜଣ ଏହି କାମରେ ସମ୍ପୃକ୍ତି ନ ଥିବାରୁ ସେମାନଙ୍କୁ ବନବିଭାଗ…

Read More