ଭୁବନେଶ୍ୱର: ପ୍ରକାଶ ପାଇଲା ଓଜେଇଇ ପରୀକ୍ଷା ଫଳ। ଆଜି ଦିନ 11ଟା 30 ମିନଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇଛି। ଭୁବନେଶ୍ବରସ୍ଥିତ ରାଜ୍ୟ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପରିଷଦର କନଫ୍ରେନସ ହଲରେ ଏହା ପ୍ରକାଶିତ ହୋଇଛି। ଏହାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଉନମୋଚନ କରିଥିଲେ। ଏଥିରେ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷାଫଳ ପ୍ରକାଶ ପାଇଛି । ଏଥିରେ ଯେଉଁମାନେ ଟପର ହୋଇଛନ୍ତି ସେମାନଙ୍କ ନାମ ମଧ୍ୟ ଘୋଷଣା କରାଯାଇଛି। ସେମାନେ ହେଲେ.. ଏମବିଏ- ଶ୍ରଦ୍ଧାରବିନ୍ଦ ସାମନ୍ତରାୟ ଏମସିଏ-ଈଶାନ୍ତ କୁମାର ନାୟକ ବି.ଫାର୍ମା- ଅରୂପ ପଣ୍ଡା ଏମ.ଫାର୍ମା- ସଚିନ ନାୟକ ଏମ ଆର୍କ-ସୃଷ୍ଟି ନଙ୍ଗାଲିଆ ଏମ.ଟେକ ସିଭିଲ ଇଞ୍ଜିନିୟର- ସଞ୍ଜୀବ ପ୍ରଧାନ ଏମ.ଟେକ ଇଲେକ୍ଟି୍ରକାଲ-ମିଥୁନ ଅଧିକାରୀ ଏମଟେକ ମେକାନିକାଲ- ରାଜନ ମହାପାତ୍ର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ ରେଜଲ୍ଟ ପ୍ରକାଶ କରିଛନ୍ତି ।…
Author: Samikhsya Bureau
ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂଙ୍କୁ ବାକି ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି। ମଙ୍ଗଳବାର ଦିନ ସେ ଚେୟାର ଉପରକୁ କାଗଜ ଫିଙ୍ଗିଥିବା ଅଭିଯୋଗ ହୋଇଛି, ଏହା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସେ ହେଉଛନ୍ତି ୨୪ ତମ ସାଂସଦ ଯିଏ ଏଥର ମୌସୁମୀ ଅଧିବେଶନରେ ନିଲମ୍ବିତ ହୋଇଛନ୍ତି।
ନୂଆଦିଲ୍ଲୀ: ଭାରତ ମହିଳା ବିଶ୍ୱକପ୍-୨୦୨୫ ଆୟୋଜନ କରିବ। ଏନେଇ ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ମଙ୍ଗଳବାର ଦିନ ଘୋଷଣା କରିଛି। ଭାରତ ବ୍ୟତୀତ ବାଂଲାଦେଶ ଏବଂ ଇଂଲଣ୍ଡ ଯଥାକ୍ରମେ ୨୦୨୪ ଏବଂ ୨୦୨୬ ରେ ଟି-୨୦ ବିଶ୍ୱକପ ଆୟୋଜନ କରୁଥିବାବେଳେ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅନୁଯାୟୀ ଶ୍ରୀଲଙ୍କା ୨୦୨୭ ମସିହାରେ ମହିଳା ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବ। ଆଇସିସି କହିଛି ଯେ ଏକ ପ୍ରତିଯୋଗିତାମୂଳକ ବିଡିଂ ପ୍ରକ୍ରିୟା ମାଧ୍ୟମରେ ହୋଷ୍ଟଗୁଡିକ ଚୂଡାନ୍ତ ହୋଇଛି ଏବଂ ମାର୍ଟିନ ସ୍ନେଡେନଙ୍କ ଅଧ୍ୟକ୍ଷତାରେ ବୋର୍ଡର ସବ କମିଟି ଦ୍ୱାରା କ୍ଲେୟର୍ କାନର, ସୌରଭ ଗାଙ୍ଗୁଲି ଏବଂ ରିକି ସ୍କେରିଟଙ୍କ ଦ୍ଵାରା ସମୀକ୍ଷା କରାଯାଇଥିଲା। ଆଇସିସି ସଭାପତି ଗ୍ରେଗ ବାର୍କଲେ ଏକ ବିବୃତ୍ତିରେ କହିଛନ୍ତି ଯେ, “ଆଇସିସି ମହିଳା ହ୍ଵାଇଟ ବଲ୍ ଇଭେଣ୍ଟରେ ବାଂଲାଦେଶ, ଭାରତ, ଇଂଲଣ୍ଡ ଏବଂ ଶ୍ରୀଲଙ୍କାକୁ ସମ୍ମାନିତ କରି ଆମେ ଆନନ୍ଦିତ। ମହିଳା ଖେଳର ବିକାଶକୁ ତ୍ୱରାନ୍ୱିତ କରିବା ହେଉଛି ଆଇସିସିର ରଣନୀତିକ…
ନୂଆଦିଲ୍ଲୀ: ଭାରତରେ ନୂତନ କୋଭିଡ ମାମଲାରେ ୨୩.୫% ଲମ୍ଫ ପଞ୍ଜିକୃତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୮ ହଜାର ୩୧୩ ଟି ନୂଆ ମାମଲା ରୁଜୁ ହୋଇଛି। ଏହି ଅବଧିରେ କରୋନା ଜୀବାଣୁ ଯୋଗୁଁ ୫୭ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଦେଶରେ କୋରୋନାର ମୋଟ ସକ୍ରିୟ ମାମଲା ୧ ଲକ୍ଷ ୪୫ ହଜାର ୨୬ ରେ ପହଞ୍ଚିଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ କରୋନାରୁ ୨୦ ହଜାର ୭୪୨ ଲୋକ ଆରୋଗ୍ୟ ଲାଭ କରିଛନ୍ତି। ସରକାରୀ ତଥ୍ୟ ଅନୁଯାୟୀ, ଦେଶରେ ସମୁଦାୟ ୪ କୋଟି ୩୯ ଲକ୍ଷ ୩୮ ହଜାର ୭୬୪ ଲୋକ କରୋନା ଦ୍ୱାରା ପ୍ରଭାବିତ ହୋଇଛନ୍ତି। ଏଥିମଧ୍ୟରୁ ୫ ଲକ୍ଷ ୨୬ ହଜାର ୧୬୭ ଜଣଙ୍କର ଏହି ଜୀବାଣୁ ଯୋଗୁଁ ମୃତ୍ୟୁ ଘଟିଛି।
ନୂଆଦିଲ୍ଲୀ: ମନି ଲଣ୍ଡରିଂ ଆକ୍ଟ (PMLA) ଅଧୀନରେ ଇଡି ଦ୍ୱାରା ଗିରଫ, ଜବତ ଏବଂ ତଦନ୍ତ ପ୍ରକ୍ରିୟାକୁ ଚ୍ୟାଲେଞ୍ଜ କରୁଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏହାର ରାୟ ଦେଇଛନ୍ତି। ମନି ଲଣ୍ଡରିଂ ଆକ୍ଟ ମାମଲାରେ ସୁପ୍ରିମକୋର୍ଟ ଇଡିର କ୍ଷମତାକୁ ସବୁଜ ସଙ୍କେତ ଦେଇଛନ୍ତି। PMLA ଅଧୀନରେ ଗିରଫ ହେବାର ଅଧିକାରକୁ ସୁପ୍ରିମକୋର୍ଟ ସମର୍ଥନ କରିଛନ୍ତି। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ ବୋଲି କୋର୍ଟ କହିଛନ୍ତି। ଅପରାଧ, ସନ୍ଧାନ ଏବଂ ଜବରଦଖଲ, ଗିରଫଦାରୀ, ସମ୍ପତ୍ତି ସଂଲଗ୍ନ ଏବଂ ଜାମିନର ଦ୍ୱିଗୁଣ ସର୍ତ୍ତ ଉପରେ ସୁପ୍ରିମକୋର୍ଟ PMLA ର କଠୋର ବ୍ୟବସ୍ଥାକୁ ସମର୍ଥନ କରିଥିଛନ୍ତି। କାର୍ତ୍ତି ଚିଦାମ୍ବରମ, ଅନିଲ ଦେଶମୁଖଙ୍କ ଆବେଦନ ସମେତ ମୋଟ ୨୪୨ ଟି ଆବେଦନ ଉପରେ ଏହି ନିଷ୍ପତ୍ତି ନିଆଯାଇଛି। କୋର୍ଟ କହିଛନ୍ତି ଯେ PMLA ଅଧୀନରେ ଗିରଫ ହେବାର ଇଡି ଅଧିକାର ଅକ୍ଷୁର୍ଣ୍ଣ ରହିବ। ଗିରଫ ପ୍ରକ୍ରିୟା ମନମୁଖୀ ନୁହେଁ। ଜଷ୍ଟିସ ଏମ ଖାନୱିଲକର, ଜଷ୍ଟିସ ଦୀନେଶ ମହେଶ୍ୱରୀ…
ଭୁବନେଶ୍ବର: ଗତକାଲି ରାଜ୍ୟରେ ୬୬୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ୧୧୭୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ତେବେ ଆଜି ୧୧୭୪ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୦-୧୮ ବର୍ଷର ୧୫୫ ଜଣ ପିଲା ଥିବା ବେଳେ କ୍ୱାରେଣ୍ଟାଇନରୁ ୬୮୮ ଜଣ ଏବଂ ସ୍ଥାନୀୟ ସଂକ୍ରମିତ ୪୮୬ ଜଣ ଅଛନ୍ତି। ତେବେ ବିଭିନ୍ନ ଜିଲ୍ଲାର ଯେଉଁ ସ୍ଥିତି ରହିଛି ତାହା ହେଲା… ଅନୁଗୁଳ ଜିଲ୍ଲାରୁ- ୩ ବାଲେଶ୍ଵର ଜିଲ୍ଲାରୁ- ୧୬ ବରଗଡ ଜିଲ୍ଲାରୁ- ୨୩ ଭଦ୍ରକ ଜିଲ୍ଲାରୁ- ୭ ବଲାଙ୍ଗୀରି ଜିଲ୍ଲାରୁ- ୩୨ ବୌଦ୍ଧ ଜିଲ୍ଲାରୁ- ୪ କଟକ ଜିଲ୍ଲାରୁ- ୬୩ ଦେବଗଡ ଜିଲ୍ଲାରୁ- ୯ ଢେଙ୍କାନାଳ ଜିଲ୍ଲାରୁ- ୫ ଗଜପତି ଜିଲ୍ଲାରୁ- ୫ ଗଞ୍ଜାମ ଜିଲ୍ଲାରୁ- ୩ ଜଗତସିଂହପୁର ଜିଲ୍ଲାରୁ- ୧୧ ଯାଜପୁର ଜିଲ୍ଲାରୁ- ୧୬ ଝାରସୁଗୁଡା ଜିଲ୍ଲାରୁ- ୧୩ କଳାହାଣ୍ଡି ଜିଲ୍ଲାରୁ- ୧୯ କନ୍ଧମାଳ ଜିଲ୍ଲାରୁ- ୨୮ କେନ୍ଦ୍ରାପଡା ଜିଲ୍ଲାରୁ- ୫ ଖୋର୍ଦ୍ଧା ଜିଲ୍ଲାରୁ- ୩୧୬ କୋରାପୁଟ…
ଭୁବନେଶ୍ବର: ଆଜି OJEE ପରୀକ୍ଷା ଫଳ ପ୍ରକାଶ ପାଇବ। ଏ ନେଇ ରାଜ୍ୟ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ ତରଫରୁ ସୂଚନା ଦିଆଯାଇଛି। ବହୁଦିନ ଧରି ଅପେକ୍ଷା କରିଥିବା ଛାତ୍ରଛାତ୍ରୀ ଆଜି ସେମାନଙ୍କର ଭାଗ୍ୟ ଫଳ ହାସଲ କରିବେ। ଆଜି ଦିନ 11ଟା 30 ମିନଟରେ ଏହି ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି କୁହାଯାଇଛି। ଏହା ଭୁବନେଶ୍ବରସ୍ଥିତ ରାଜ୍ୟ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ପରିଷଦର କନଫ୍ରେନସ ହଲରେ ପ୍ରକାଶିତ ହେବ। ଏହାକୁ ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଉନମୋଚନ କରିବେ।
ଭୁବନେଶ୍ବର : ଆଜି ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ । ଅପରାହ୍ନ ୪ଟାରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ଏହା ପ୍ରକାଶ ପାଇବ ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ପ୍ରଥମ ପର୍ଯ୍ୟାୟରେ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ବାହାରିବା । ଏହାର ସପ୍ତାହ ପରେ ଯୁକ୍ତ ଦୁଇ କଳା ରେଜଲଟ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ପରୀକ୍ଷାର୍ଥୀମାନେ orissaresults.nic.in ଜରିଆରେ ସେମାନଙ୍କର ରେଜଲ୍ଟ ବିଷୟରେ ଜାଣି ପାରିବେ।
ଦିଲ୍ଲୀ: ଭାରତରେ ହାଇବ୍ରିଡ୍ ଏବଂ ଇଲେକ୍ଟ୍ରିକ୍ ଯାନ ଗୁଡିକୁ (ଫେମ୍ ଇଣ୍ଡିଆ) ଦ୍ରୁତ ଗତିରେ ଗ୍ରହଣ କରିବା ଏବଂ ଏହା ଅଧିକ ପରିମାଣରେ ଉତ୍ପାଦନ ହେବା ଯୋଗୁଁ ପର୍ଯ୍ୟାୟ– ୨ରେ ସାର୍ବଜନିନ ପରିବହନ ନିମନ୍ତେ ଇଲେକ୍ଟ୍ରିକ୍ ଯାନବାହନ (ଇଭି) ବ୍ୟବହାରକୁ ପ୍ରୋତ୍ସାହିତ କରାଯାଉଛି। ତୈଳ ବ୍ୟବସାୟ କମ୍ପାନୀ ଗୁଡିକ ୨୦୨୨ ଜୁଲାଇ ପହିଲା ସୁଦ୍ଧା ଓଡିଶାରେ ସେମାନଙ୍କର ୧୧୮ଟି ବିଦ୍ୟୁତ୍ ଯାନ ଚାର୍ଜିଂ ଖୁଚୁରା ଆଉଟ୍ଲେଟ୍କୁ କାର୍ଯ୍ୟକ୍ଷମ କରାଇ ପାରିଛନ୍ତି। ଏହି ଯୋଜନାରେ ଚାର୍ଜିଂ ଭିତିଭୂମି ପ୍ରଦାନ କରିବା ଏବଂ ଅଧିକରୁ ଅଧିକ ସ୍ୱଦେଶୀକରଣ ଦିଗରେ ଆଗକୁ ବଢ଼ିବା ସହିତ ଇଭି ଉଦ୍ୟୋଗର ସମଗ୍ର ବିକାଶର ପରିକଳ୍ପନା କରା ଯାଇଛି। ଫେମ୍– ୨ ର ଲକ୍ଷ୍ୟ ହେଉଛି ୭୦୯୦ଟି ଇ – ବସ୍ , ୫ ଲକ୍ଷ ଇ – ୩ ଚକିଆ ଯାନ, ୫୫,୦୦୦ ଇ- ୪ ଚକିଆ ଯାତ୍ରାବାହୀ କାର୍ ଏବଂ ୧୦ ଲକ୍ଷ ଇ – ଦୁଇ…
ଭୁବନେଶ୍ୱର: ବିରଳ ରକ୍ତଜନିତ ସମସ୍ୟାର ଶିକାର ହୋଇଥିବା ଜଣେ ୩୦ ବର୍ଷୀୟା ମହିଳା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଯାଜପୁର ଅଂଚଳର ଏହି ମହିଳା ଜଣକ ଗତ ମେ’ ମାସ ଶେଷ ସପ୍ତାହରେ ରକ୍ତହୀନତା ଏବଂ ରକ୍ତସ୍ରାବ ସମସ୍ୟା ନେଇ ସମ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିବା ବେଳେ ଦୀର୍ଘ ଏକ ମାସ ଧରି ତାଙ୍କ ଶରୀରକୁ ରକ୍ତ ପ୍ରଦାନ ଏବଂ ପ୍ଲେଟ୍ଲେଟ୍ ଟ୍ରାନ୍ସଫ୍ୟୁଜନ୍ କରାଯାଇଥିଲା। ରକ୍ତ କୋଷିକା ସୃଷ୍ଟି କରୁଥିବା ବୋନ୍ ମ୍ୟାରୋର ବାୟୋପ୍ସି ଟେଷ୍ଟ କରାଯାଇ ରୋଗୀଙ୍କର ରୋଗ ନିରୂପଣ କରାଯାଇଥିଲା। ଏହି ପରୀକ୍ଷାରୁ ଜଣାପଡ଼ିଥିଲା ଯେ ମହିଳା ଜଣକ ଗୁରୁତର ଆପ୍ଲାଷ୍ଟିକ ଏନିମିଆ, ଯାହାକି ଏକ ବିରଳ ରକ୍ତଜନିତ ସମସ୍ୟା ଏବଂ ଏଭଳି ରୋଗରେ ବୋନମ୍ୟାରୋ ନୂତନ ରକ୍ତ କୋଷିକା ସୃଷ୍ଟି କରିବାକୁ ଅକ୍ଷମ ହୋଇଥାଏ ବୋଲି ସମ୍ ହସ୍ପିଟାଲ୍ର ହେମାଟୋଲୋଜି ବିଭାଗର ମୁଖ୍ୟ…
ମେଷ- ଆଜି ବିବାହିତ ଲୋକମାନେ ପାରିବାରିକ ଜୀବନକୁ ଉପଭୋଗ କରିବେ ଏବଂ ଜୀବନ ସାଥୀ ସହିତ ଆପଣଙ୍କର ସମ୍ପର୍କକୁ ସୁଦୃଢ ହେବ। ଆଜି କାମ ପାଇଁ ଏକ ଭଲ ଦିନ ହେବ। ଆପଣ ମଧ୍ୟ ନିଜ ହାତରେ କିଛି ନୂଆ କାମ ନେବେ ଏବଂ ଏହାକୁ ବହୁତ ଭଲ ଭାବରେ ଆରମ୍ଭ କରିବେ। ପ୍ରେମ ଜୀବନ ବିତାଉଥିବା ଲୋକମାନେ ଚାପର ସମ୍ମୁଖୀନ ହୋଇପାରନ୍ତି। ସ୍ୱାସ୍ଥ୍ୟ ଭଲ ରହିବ, ଯାହା ଆପଣଙ୍କ ଶକ୍ତି ଏବଂ ପରିବାର ସଦସ୍ୟଙ୍କ ସମର୍ଥନ ବଢାଇବ। କିନ୍ତୁ ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହୋଇପାରେ, ଯେଉଁଥିପାଇଁ ଆପଣ ଚିନ୍ତିତ ହେବେ। ବୃଷ– ଆଜି ଆପଣ ଖର୍ଚ୍ଚ ବଢିବ କିନ୍ତୁ ଆୟ ମଧ୍ୟ ଭଲ ରହିବ। ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଆପଣ ନିଜକୁ ସଜାଇବାକୁ ଚେଷ୍ଟା କରିବ। କାର୍ଯ୍ୟ ସଂପର୍କରେ, ଦୈନନ୍ଦିନ କାର୍ଯ୍ୟ କରିବେ ଏବଂ ଆଜି ଫଳାଫଳ ପାଇବାରେ ବିଳମ୍ବ ହୋଇପାରେ। ଘରଲୋକମାନେ ଆପଣଙ୍କ କାର୍ଯ୍ୟରେ…
ଭୁବନେଶ୍ବର: ଦିନକୁ ଦିନ ସାଇବର ଠକଙ୍କ ପ୍ରର୍ଦୁଭାବ ବଢିବାରେ ଲାଗିଛି। ସେମାନେ ବର୍ତ୍ତମାନ ନୂଆ ତରିକାରେ ଠକିବା ଆରମ୍ଭ କରିଛନ୍ତି। ତାହା ହେଲା ସେମାନେ ବଡବଡିଆଙ୍କ ଫଟୋ ଲଗାଇ ହ୍ବାଟସଆପ ଆକାଉଣ୍ଟ କରି ପାଇସା ମାଗିବାରେ ଲାଗିଛନ୍ତି। ପୂର୍ବରୁ ବହୁ ବରିଷ୍ଠ ଅଧିକାରୀଙ୍କ ନାମରେ ସେମାନେ ଏହିପରି କାରନାମା କରିଆସୁଥିଲେ। ହେଲେ ବର୍ତ୍ତମାନ ଏକ ନୂଆ କାରନାମ ଧରାପଡିଛି। ତାହା ହେଲା ଯେ, ଶେଷରେ ସାଇବର ଠକମାନେ ଓଡିଶାର ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କୁ ମଧ୍ୟ ଛାଡିଲେ ନାହିଁ। ଘଟଣାରୁ ଜଣାପଡିଛି ଯେ, ଏହି ସାଇବର ଠକମାନେ ୯୩୧୫୬୪୧୭୮୪ ମୋବାଇଲ ନମ୍ବରରେ ମୁଖ୍ୟ ଶାସନ ସଚିବଙ୍କ ଫଟୋ ଲଗାଇ ହ୍ବାଟସଆପ ଗ୍ରୁପ ତିଆରି କରିଛନ୍ତି। ଏଥିରେ ସେମାନେ ବିଭିନ୍ନ ଲୋକଙ୍କୁ ଆମାଜନରୁ ଏକ ଜିନିଷ କିଣିଛି ତାହାକୁ ପଇଠ କରିଦିଅନ୍ତୁ ବୋଲି ମେସେଜ ପଠାଉଛନ୍ତି। ଫଳରେ ଯେଉଁମାନଙ୍କ ପାଖକୁ ଏହି ମେସେଜ ଯାଉଛି ସେମାନେ ମୁଖ୍ୟଶାସନ ସଚିବ ପଠାଇଛନ୍ତି ବୋଲି…
ନୂଆଦିଲ୍ଲୀ: ଆଜି ଅପରାହ୍ନରେ ଉପରାଷ୍ଟ୍ରପତି ପ୍ରାର୍ଥୀ ଜଗଦୀପ ଧନଖଡ ବିଜେଡିର ସମସ୍ତ ସାଂସଦଙ୍କୁ ସୌଜନ ମୂଳକ ସାକ୍ଷାତ କରିଛନ୍ତି। ସେ ବିଜେଡିର ଉଭୟ ରାଜ୍ୟସଭା ଓ ଲୋକସଭା ସାଂସଦଙ୍କୁ ଭେଟି ଆଲୋଚନା କରିଛନ୍ତି। ଧନଖଡଙ୍କୁ ଯେଉଁଦିନ ଏନଡିଏ ପ୍ରାର୍ଥୀ କରିଲା ସେତେବେଳେ ବିଜେଡି ସମର୍ଥନ କରିବ ବୋଲି ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫୋନ ଯୋଗେ ଧନଖଡଙ୍କୁ ସମର୍ଥନ କରିବା ପାଇଁ ଅନୁରୋଧ କରିଥିଲେ। ସେହି ଅନୁସାରେ ନବୀନ ଧନଖଡଙ୍କୁ ସମର୍ଥନ କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ଫଳରେ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ପରି ବିଜେଡି ଉପରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟ ସମର୍ଥନ କରିବ।
ଭୁବନେଶ୍ୱର: ଭୁବନେଶ୍ୱର ନାଇଜର କ୍ୟାମ୍ପସ ଠାରେ ଭାରତ ସରକାରଙ୍କ ଆଟୋମିକ୍ ଏନର୍ଜି ଡିପାର୍ଟମେଣ୍ଟ ଓ ଟାଟା ଟ୍ରଷ୍ଟ ସହଯୋଗରେ ୬୫୦ କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣ କରାଯିବା ନେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମଙ୍ଗଳାର ନୂଆଦିଲ୍ଲୀ ଠାରେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ରାଷ୍ଟ୍ର ମନ୍ତ୍ରୀ ଡା. ଜିତେନ୍ଦ୍ର ସିଂହଙ୍କ ସହ ଆୟୋଜିତ ଏ ସମ୍ପର୍କୀତ ଏକ ବୈଠକରେ ଆଲୋଚନା ହୋଇଥିବା ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅତ୍ୟାଧୁନିକ କ୍ୟାନସର ହସ୍ପିଟାଲ ନିର୍ମାଣରେ ଭାରତ ସରକାର ୪୦୦ କୋଟି ଏବଂ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ। ଏଥିପାଇଁ ନାଇଜର ୧୭ ଏକର ପରିମିତ ଜମି ପ୍ରଦାନ କରି ସାରିଥିବା ବେଳେ ଅତିରିକ୍ତ ୧୦ ଏକର ପରିମିତ ଜମି ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ଯୋଗାଇ ଦେବ। ଏହି…
ନୂଆଦିଲ୍ଲୀ: କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଏବଂ ଜଳମାର୍ଗ ମନ୍ତ୍ରଣାଳୟ ରୋ-ରୋ/ରୋ-ପେକ୍ସ ଫେରୀ ପରିବହନ ସେବାକୁ ପ୍ରୋତ୍ସାହନ ଦେଉଛି। ଏହି ଜଳ ଆଧାରିତ ପରିବହନ ବ୍ୟବସ୍ଥାକୁ ଲଜିଷ୍ଟିକ୍ସ ଖର୍ଚ୍ଚ କମାଇବା ଏବଂ ଯାତ୍ରା ସମୟ ହ୍ରାସ କରିବାର ଏକ ଉନ୍ନତ ମାର୍ଗ ଭାବେ ବିବେଚନା କରାଯାଉଛି। ଏହା ମଧ୍ୟ ସଡ଼କ, ରେଳ ମାର୍ଗରେ ଟ୍ରାଫିକ ଭିଡ଼ କମାଇବା ସହିତ ଶବ୍ଦ ପ୍ରଦୂଷଣ ହ୍ରାସ କରିବ। ବିଭିନ୍ନ ସୁବିଧାଜନକ ମାର୍ଗରେ ଉପକୂଳ ଜାହାଜ ଚଳାଚଳକୁ ପ୍ରେତ୍ସାହିତ କରିବା ଲକ୍ଷ୍ୟ ନେଇ ଏହି ସେବାକୁ କାର୍ଯ୍ୟକାରୀ କରାଯାଉଛି। ଭାରତ ସରକାର ମୋଟ୍ ୧୯୦୦ କୋଟି ଟଙ୍କା ବ୍ୟୟରେ ଓଡ଼ିଶାର ୨ଟି ସ୍ଥାନ ସମେତ ଦେଶର ୪୫ଟି ସ୍ଥାନରେ ରୋ ପେକ୍ସ ଫେରୀ ସେବା ପ୍ରକଳ୍ପ ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ବିଭିନ୍ନ ସ୍ଥାନରେ ଫେରୀ ଘାଟ ନିର୍ମାଣ କରାଯାଇ ଜଳମାର୍ଗରେ ଯାତାୟାତ ପାଇଁ ସୁଗମ ବ୍ୟବସ୍ଥା କରାଯାଇଛି। ଇତିମଧ୍ୟରେ ଗୁଜରାଟର ଘୋଗା-ହାଜିରା…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଓଡ଼ିଶାର ବରପୁତ୍ର ପଣ୍ଡିତ ଗୋଦାବରୀଶ ମିଶ୍ରଙ୍କ ୬୬ତମ ଶ୍ରାଦ୍ଧବାର୍ଷିକୀ ତଥା ଗୋଦାବରୀଶ ମହାବିଦ୍ୟାଳୟର ୬୦ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଉକ୍ତ ପ୍ରତିଷ୍ଠା ଦିବସ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ବାଚାନାଳୟ ପରିସରରେ ପାଳିତ ହୋଇଯାଇଛି। ମହାବିଦ୍ୟାଳୟ ପରିଚାଳନା ସମିତିର ସଭାପତି ବିଜୟା ବନ୍ଦନା ରାଉତରାୟ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଓଡ଼ିଶାର ପ୍ରାକ୍ତନ ମନ୍ତ୍ରୀ ତଥା ପ୍ରାକ୍ତନ ସାଂସଦ ଡଃ ପ୍ରସନ୍ନକୁମାର ପାଟ୍ଟଶାଣୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ନିଜର କଲେଜ ବେଳର ସ୍ମୃତି ସମ୍ପର୍କରେ ସ୍ମରଣ କରାଇଥିଲେ। ବିଶିଷ୍ଟ ଅତିଥି ପୂର୍ବତନ ମନ୍ତ୍ରୀ ଓ ମୁଖ୍ୟ ସଚେତକ ଡ଼ଃ ଦେବେନ୍ଦ୍ର ନାଥ ମନସିଂହ ଓ ମୁଖ୍ୟ ବକ୍ତା ଡ଼ଃ ଅଭିରାମ ବିଶ୍ୱାଳ ଗୋଦାବରୀଶ ଙ୍କ ସାହିତ୍ୟ କୃତି ସମ୍ପର୍କରେ ଆଲୋକପାତ କରିଥିଲେ। ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧ୍ୟକ୍ଷ ମିଟୁ ନାୟକ ଏବଂ ଜିଲ୍ଲା ପରିଷଦର ଉପ ସଭାପତି ଗୋପୀନାଥ ମହାରଣା…
କନ୍ଦର୍ପ ବେହେରା ରେଢ଼ଖୋଲ: ମସିହାର ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ୯୧.୩୩ % ମାର୍କ୍ ରଖି ନାକ୍ଟିଦେଉଳ ଵ୍ଲକ୍ ରେ ଟପ୍ପର୍ ହୋଇଥିବା ସରାପାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀ କୁମାରୀ ନିରୁପମା ବେହେରାଙ୍କୁ ମାଗଣାରେ +୨ ବିଜ୍ଞାନ ଶ୍ରେଣୀରେ ଅଧ୍ୟୟନ ପାଇଁ ସମ୍ଵଲପୁରର ନିଉଟନ୍ ସାଇନ୍ସ କଲେଜ୍ ର କର୍ତ୍ତୃପକ୍ଷ ଆଗ୍ରହ ପ୍ରକାଶ କରିଥିବା ଜଣାପଡ଼ିଛି। କୁମାରୀ ନିରୁପମା ଙ୍କ ପାରିଵାରିକ ଆର୍ଥିକ ସ୍ଥିତି ଓ ଯୋଗ୍ୟତାକୁ ଵିଚାର କରି ନିଉଟନ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୁଖ୍ୟ ଡ ତେଜରାଜ ପାତ୍ର ସହଯୋଗର ହାତ ବଢାଇଛନ୍ତି। ଏଥିପାଇଁ କସ୍ତୁରବା ଗାନ୍ଧୀ ବାଳିକା ଵିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ରମ୍ଭା ସ୍ଵାଇଁ ସ୍କୁଲ୍ କର୍ତ୍ତୃପକ୍ଷ ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହା ପୁର୍ବରୁ ନାକ୍ଟିଦେଉଳ ବ୍ଲକ୍ ର ସାହେବୀ ଗ୍ରାମ ର ସୌରେନ୍ ସାହୁ ଓ ସୌମିତ୍ରୀ ସାହୁ ଙ୍କୁ ନିଉଟନ୍ ସାଇନ୍ସ୍ କଲେଜ କର୍ତ୍ତୃପକ୍ଷ ଶିକ୍ଷା ଦାନ ରେ…
ଭୁବନେଶ୍ବର: ଜୁଲାଇ ୨୩ ତାରିଖ ୨୦୨୨ରେ ଦକ୍ଷିଣ ଭାରତର କୋଏମ୍ବାଟୁରରୁ ଛାଡି ଥିବା ଶକ୍ତି ପୀଠ ଆଧାରିତ ଟୁରିଷ୍ଟ ସର୍କିଟ୍ ଭାରତ ଗୌରବ ଟ୍ରେନ୍ “ଦିବ୍ୟ କାଶୀ-ଆଦି ଅମାବାସ୍ୟା ଯାତ୍ରା” ଟ୍ରେନ ଏହାର ଯାତ୍ରା ସ୍ଥଳ ପରିଭ୍ରମଣ ମଧ୍ୟରେ ଆଜି ଯାଜପୁର କେନ୍ଦୁଝର ରୋଡ଼ ଷ୍ଟେସନ ଠାରେ ପହଁଚିଛି। କାଶୀ ଅଭିମୁଖେ ଯାତ୍ରା କରୁଥିବା ଏହି ଟ୍ରେନ୍ ଦେଶର ଅନେକ ଧାର୍ମିକ ଗନ୍ତବ୍ୟସ୍ଥଳକୁ ପରିଭ୍ରମଣ କରିବ ଯେଉଁଠାରେ ତୀର୍ଥଯାତ୍ରୀ/ପର୍ଯ୍ୟଟକ ପିଠାପୁରମ, ପୁରୀ, କୋଣାର୍କ, ଯାଜପୁର, କାଶୀ, ଗୟା, ପ୍ରୟାଗରାଜ ଏବଂ ବିଜୟୱାଡା ସ୍ଥିତ ଶକ୍ତିପୀଠ ଗୁଡିକୁ ପରିଦର୍ଶନ କରିବ। ଓଡିଶାର ଶକ୍ତି ପୀଠ ମଧ୍ୟରେ ପର୍ଯ୍ୟଟକମାନେ କୋଣାର୍କରେ ପର୍ଯ୍ୟଟନ ସ୍ଥଳ ବ୍ୟତୀତ ପୁରୀର ବିମଳା ମନ୍ଦିର ଏବଂ ଯାଜପୁରର ବିରଜା ମନ୍ଦିର ପରିଦର୍ଶନ କରିବେ। ଭାରତ ଏବଂ ବିଶ୍ୱବାସୀଙ୍କୁ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ ଏବଂ ଭବ୍ୟ ଐତିହାସିକ ସ୍ଥାନଗୁଡିକ ପ୍ରଦର୍ଶନ କରିବା ହେଉଛି ଭାରତ ଗୌରବ ଟ୍ରେନ ଚଳାଚଳର ଏକ…
ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଭବନରେ ଭାଟଭେଟି ହୋଇଛନ୍ତି ସର୍ବୋଚ୍ଚ ପଦରେ ଥିବା ଦୁଇ ଓଡିଆ। ସେମାନେ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନ। ଗତକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ଆଜି ବିଭିନ୍ନ ରାଜ୍ୟର ରାଜ୍ୟପାଳମାନେ ସୌଜନ୍ୟ ସାକ୍ଷାତ କରିଛନ୍ତି। ସେମାନଙ୍କ ମଧ୍ୟରେ ବିଶ୍ବଭୂଷଣ ଅନ୍ୟତମ। ବିଶ୍ବଭୂଷଣ ଏବଂ ଦ୍ରୌପଦୀ ମୁର୍ମୁ ଉଭୟ ଓଡିଶା ବିଜେପିରୁ ରାଜନୀତିରୁ ଏହି ସ୍ତରକୁ ଉଠିଛନ୍ତି। ଉଭୟ ମଧ୍ୟ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ଥିବା ବେଳେ ମନ୍ତ୍ରୀ ରହିଥିଲେ। ସେହିପରି ଦ୍ରୌପଦୀ ମୁର୍ମୁ ଯେପରି ରାଜ୍ୟପାଳ ଥିଲେ ବିଶ୍ବଭୂଷଣ ମଧ୍ୟ ରାଜ୍ୟପାଳ ହୋଇଛନ୍ତି। ଉଭୟ ବେଶ କିଛି ସମୟ ଧରି ପୁରୁଣା ସ୍ମତି ରୋମନ୍ଥନ କରିଥିଲେ ବୋଲି ଜଣାପଡିଛି।
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ସାକ୍ଷାତ କରିଛନ୍ତି। ପ୍ରଧାନମନ୍ତ୍ରୀ ରାଷ୍ଟ୍ରପତି ଭବନ ଯାଇ ସେଠାରେ ସେ ରାଷ୍ଟ୍ରପତିଙ୍କୁ ସାକ୍ଷାତ କରିଛନ୍ତି। ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସାକ୍ଷାତ। ରାଷ୍ଟ୍ରପତି ଭବନରେ ପ୍ରଧାନମନ୍ତ୍ରୀ କିଛି ସମୟ ପାଇଁ ରାଷ୍ଟ୍ରପତିଙ୍କ ସହିତ ଆଲୋଚନା କରିଥିଲେ। ଗତକାଲି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ସଂସଦ ଭବନରେ ସାକ୍ଷାତ କରିଥିଲେ। ହେଲେ ସେ ଏକାକି ରାଷ୍ଟ୍ରପତିଙ୍କୁ ଭେଟିବା ପାଇଁ ଆଜି ମୋଦୀ ରାଷ୍ଟ୍ରପତି ଭବନ ଯାଇଥିଲେ।
ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଉଚ୍ଚତମ ନ୍ୟାୟାଳୟ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଥିବା ବେଳେ ଆଜି ଅପରାହ୍ନରେ ବାଣପୁର ସବ ଜେଲରୁ ମୁକୁଳିଛନ୍ତି ବିଧାୟକ। ସବ ଜେଲ ନିକଟରେ ଶ୍ରୀ ଜଗଦ୍ଦେବଙ୍କ ବହୁ ସମର୍ଥକ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା। ତେବେ ବାଣପୁର କୋର୍ଟରେ ଓକିଲ ମାନଙ୍କ ଧର୍ମଘଟ ଜାରି ରହିଥିବା ବେଳେ ବିଧାୟକଙ୍କୁ ପିଆର ବଣ୍ଡରେ ଜାମିନ ପ୍ରଦାନ କରିଛନ୍ତି ବାଣପୁର ଜେଏମଏଫସି କୋର୍ଟ। କୋର୍ଟକାର୍ଯ୍ୟ ସ୍ୱାଭାବିକ ହେଲା ପରେ ବିଧାୟକଙ୍କୁ ପୁଣି ବାଣପୁର ଜେଏମଏଫସି କୋର୍ଟରେ ହାଜର ହୋଇ ନିୟମିତ ଜାମିନ ନେବାକୁ ପଡ଼ିବ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ଗତ ମାର୍ଚ୍ଚ ୧୨ ତାରିଖରେ ବାଣପୁର ବ୍ଲକ ଅଧ୍ୟକ୍ଷ ନିର୍ବାଚନ ଚାଲିଥିବା ବେଳେ ସର୍ବସମ୍ମୁଖରେ ବିଧାୟକ ଶ୍ରୀ ଜଗଦ୍ଦେବ ଲୋକଙ୍କ ଉପରେ ଗାଡି ଚଢାଇ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଉତ୍ୟକ୍ତ ଲୋକଙ୍କ ମାଡରେ ବିଧାୟକ ଆହତ…

