ଭୁବନେଶ୍ବର : ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିରୋଧିଦଳର ନେତାମାନଙ୍କ ପାଇଁ ପ୍ରାର୍ଥୀ ଚୟନ କରିବା ଦୂରର କଥା ହୋଇଥିଲା ବେଳେ ମେଣ୍ଟ ପ୍ରକ୍ରିୟା ଚୂଡ଼ାନ୍ତ କରିପାରୁ ନାହାନ୍ତି। କିନ୍ତୁ ବିଜେପି ବିରୋଧିଦଳମାନଙ୍କଠାରୁ ଦୁଇପାଦ ଆଗରେ ରହିଛି। ବିଜେପି ଏପର୍ଯ୍ୟନ୍ତ ଟିକେଟ ବଣ୍ଟନ ଆରମ୍ଭ କରିନଥିଲେ ମଧ୍ୟ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ କରିଛି। ଦଳ ୪୫୦ଟି ଆସନରେ ଲଢ଼ିବ ବୋଲି ଆକଳନ କରାଯାଉଛି। ଅନ୍ୟଦଳର କିଛି ପ୍ରାର୍ଥୀ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ସୁଦ୍ଧା ଏଭଳି ୧୧ ଜଣଙ୍କ ନାମ ସାମ୍ନାକୁ ଆସିଛି। କ୍ରୀଡ଼ା ଓ ଚଳଚ୍ଚିତ୍ର ଜଗତର କିଛି ପ୍ରସିଦ୍ଧ ବ୍ୟକ୍ତି ମଧ୍ୟ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବେ ବୋଲି ଆଶା କରାଯାଉଛି। ଅତିକମରେ ୧୦ ପ୍ରତିଶତ ଆସନ ବାହାର ଲୋକଙ୍କୁ ଦେବାକୁ ପଡ଼ିବ ବୋଲି ବିଜେପି ନେତାମାନେ ମୋଟାମୋଟି ଆକଳନ କରିଛନ୍ତି। ଓଡ଼ିଶାରେ ସେଲିବ୍ରିଟି ଖୋଜା ଚାଲିଛି ଓଡ଼ିଶାରେ ଗତ ଲୋକସଭା ନିର୍ବାଚନରେ ଦୁଇ ଜଣ…
Author: thesamikhsya
ଭୁବନେଶ୍ବର: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ମୁହାଁ ହେଲେଣି। ନିର୍ବାଚନ ଆଉ ମାସ କେଇଟା ଥିବାରୁ ସେ ନିଜର ଆସନକୁ ସୁଦୃଢ କରିବା ପାଇଁ ଲାଗିପଡିଛନ୍ତି। କୋର୍ଟ ପ୍ରତିବନ୍ଧକ ଯୋଗୁଁ ସେ ଚିଲିକା ଯାଇପାରୁ ନ ଥିବାରୁ ସେଠାକାର ସଂଗଠନ ଦୁର୍ବଳ ହୋଇପଡିଛି। ସେଥିପାଇଁ ସେ ନିଜ ଜନ୍ମସ୍ଥାନ ଖୋର୍ଦ୍ଧାରେ ନିଜର ରାଜନୈତିକ ଭବିଷ୍ୟତ ଦେଖିବା ପାଇଁ ସେଠାରେ ସଂଗଠନ ଆରମ୍ଭ କରିଛନ୍ତି। ବିଜେଡିରୁ ବହିସ୍କୃତ ହୋଇଥିବାରୁ ସେ ବର୍ତ୍ତମାନ ସିଧା ଦଳୀୟ ରାଜନୀତି କରିପାରିବେ ନାହିଁ। ସେଥିପାଇଁ ସେ ଖୋର୍ଦ୍ଧାରେ ଗଠନ କରିଛନ୍ତି ଦୁଇଟି ଅଣ ରାଜନୈତିକ ସଂଗଠନ। ଗୋଟିଏ ଟାଙ୍ଗୀ ବିକାଶ ପରିଷଦ ଏବଂ ଅନ୍ୟଟି ଖୋର୍ଦ୍ଧା ବିକାଶ ପରିଷଦ। ଏହି ଦୁଇ ସଂଗଠନ ମାଧ୍ୟମରେ ପ୍ରଶାନ୍ତ ଜଗଦ୍ଦେବ ବର୍ତ୍ତମାନ ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଡେରା ପକାଇଛନ୍ତି। ସେଠାକାର ପୁରୁଣା ବିଜେଡି ନେତା ତଥା ଯୁବକମାନଙ୍କୁ ନେଇ ଅଣରାଜନୈତିକ କାର୍ଯ୍ୟ ଜାରୀ ରଖିଛନ୍ତି। ନିକଟରେ…
ଭୁବନେଶ୍ବର: ନିର୍ବାଚନ ପାଖେଇ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୋଟିଏ ପରେ ଗୋଟିଏ ଜନହିତକର ଯୋଜନା ପ୍ରଣୟନ କରିବାରେ ଲାଗିଛନ୍ତି। ନିକଟରେ ସେ ସେହିପରି ବିଭିନ୍ନ ଯୋଜନା କରି କ୍ୟାବିନେଟରେ ପାଶ କରାଇଛନ୍ତି। ଏବେ ପୁଣି ଏକ ନୂଆ ଯୋଜନା ଆରମ୍ଭ କରିଛନ୍ତି। ମିଶନ ଶକ୍ତି ମହିଳାମାନଙ୍କ ପାଇଁ ଲାଗୁ କରିଛନ୍ତି ମିଶନ ଶକ୍ତି ସ୍କୁଟର ଯୋଜନା। ଆଜି ଏହି ଯୋଜନାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ମଂଜୁରୀ ମିଳିଛି। ଏହି ଯୋଜନାରେ ମିଶନ ଶକ୍ତିର ଯୋଗ୍ୟ ସଦସ୍ୟାଙ୍କୁ ନିଜ ମନ ପସନ୍ଦର ସ୍କୁଟର କିଣିବା ପାଇଁ ଋଣ ପ୍ରଦାନ କରାଯିବ। ଏଥିରେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ। ତେବେ ଏହାର ସୁଧ ଟଙ୍କା ରାଜ୍ୟ ସରକାର ବହନ କରିବେ। ଅର୍ଥାତ ମିଶନ ଶକ୍ତି ମହିଳାମାନେ ବିନା ସୁଧରେ ଏହି ଋଣ ପାଇପାରିବେ। ଏହି ଯୋଜନା ଦ୍ବାରା ମିଶନ ଶକ୍ତି ମହିଳା, ଏସଏଚଜି ମହାସଂଘ, କମ୍ୟୁନିଟ…
ଭୁବନେଶ୍ୱର: ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର ୧୦ ବର୍ଷୀୟ ବାଳିକା ଆରିକା ଫତିମାଙ୍କୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ରେ ସାମିଲ କରାଯାଇଛି। ଆଜି ଠାରୁ ଚିକିତ୍ସା ନିମନ୍ତେ ସେ ଏହି ଯୋଜନରୁ ସହାୟତା ପାଇବେ। ଆରିକାଙ୍କ ରୋଗ ବିଷୟ ଆଜି ଗଣମାଧ୍ୟମରୁ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସଂଯୋଜନାରେ ଜାଣିବା ମାତ୍ରେ ବି ଏସ କେ ୱାଇ ଟିମ୍ ତରଫରୁ ମିଶନ ମୋଡ ରେ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା। ୫- ଟି ଆଧାରିତ ସମୟ ଉପଯୋଗୀ ସେବା ଯୋଗାଣ ନୀତି ଅନୁଯାୟୀ ଆରୀକାଙ୍କ ପରିବାରଙ୍କୁ ଠାବ କରାଯାଇ ଆଜି ଅପରାହ୍ନ ସୁଦ୍ଧା ଏହି ବାଳିକାଙ୍କୁ ବି ଏସ କେ ୱାଇ ଅନ୍ତର୍ଭୁକ୍ତ କରାଯାଇଛି। ତାଙ୍କର କାର୍ଡ ନମ୍ବର ୩୦୨୦୩୬୧୧୨୫୨. ୱାର୍ଡ ନମ୍ବର -୨୧, ସୁନ୍ଦରଗଡ। ବର୍ତ୍ତମାନ ଆରୀକା ବି ଏସ କେ ୱାଈ ତାଲିକା ଅନ୍ତର୍ଭୁକ୍ତ ଯେ କୌଣସି ଘରୋଇ ହସ୍ପିଟାଲ୍ ରେ ମାଗଣା ଚିକିତ୍ସା ପାଇ…
ଭୁବନେଶ୍ବର: କର୍ଣ୍ଣାଟକର ୪ଟି ଆସନ ପାଇଁ ରାଜ୍ୟସଭା ନିର୍ବାଚନକୁ ଆଉ ୮ ମାସ ବାକି ଥିବାବେଳେ ସୟଦ ନସିର ହୁସେନ ଓ ସୁପ୍ରିୟା ଶ୍ରୀନେତଙ୍କ ସହ ସୋନିଆ ଗାନ୍ଧି ଦଳୀୟ ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ପ୍ରବେଶ କରିପାରନ୍ତି ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ଜୋର ଧରିଛି। କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ଲୋକସଭା ନିର୍ବାଚନ ନ ଲଢ଼ି ରାଜ୍ୟସଭା ଦେଇ ସଂସଦକୁ ଯିବେ ବୋଲି କଂଗ୍ରେସ ମହଲରେ ଆଲୋଚନା ହେଉଛି । ଉଚ୍ଚସ୍ତରୀୟ ସୂତ୍ରରୁ ପ୍ରକାଶ ଯେ ନିକଟରେ ସୋନିଆଙ୍କ ବେଙ୍ଗାଲୁରୁ ଗସ୍ତ ସମୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ପୂର୍ବତନ ଏଆଇସିସି ମୁଖ୍ୟଙ୍କୁ କର୍ଣ୍ଣାଟକରୁ ରାଜ୍ୟସଭା ଆସନ ଦେବାକୁ ପ୍ରସ୍ତାବ ଦେଇଥିଲେ । ସିଦ୍ଧରମୈୟାଙ୍କ ପ୍ରସ୍ତାବରେ ସୋନିଆ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ ମଧ୍ୟ କିଛି କାରଣ ରହିଛି ଯାହାକି ତାଙ୍କୁ ରାଜ୍ୟସଭାରେ ପ୍ରବେଶ କରିବାର ସମ୍ଭାବନାକୁ ସୂଚାଉଛି । ମୁଖ୍ୟତଃ, ଯଦି ସୋନିଆ ସିଦ୍ଧରମୈୟାଙ୍କ ପ୍ରସ୍ତାବକୁ ଗ୍ରହଣ କରନ୍ତି,…
ନୂଆଦିଲ୍ଲୀ: ବିଜେଡି ସାଂସଦ ସୁଲତା ଦେଓଙ୍କୁ ମିଳିଛି ଏକ ବଡ ପଦ। ତାଙ୍କୁ ଆଜି ରାଜ୍ୟସଭାର ଉପାଧ୍ୟକ୍ଷ ପ୍ୟାନେଲ ସଦସ୍ୟା ଭାବେ ନିଯୁକ୍ତି ଦିଆଯାଇଛି। ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ଏହି ନିଯୁକ୍ତି ଦେଇଛନ୍ତି। ଆଜି ମୌସୁମୀ ଅଧିବେସନରେ ଅଧ୍ୟକ୍ଷ ଧନଖଡ ଏହି ପ୍ୟାନଲକୁ ପୁନଃଗଠନ କରି ନୂଆ ଆଠ ଜଣ ସଦସ୍ୟଙ୍କୁ ମନୋନିତ କରିଛନ୍ତି। ନୂଆ ପ୍ୟାନେଲର ମୋଟ ଆଠଜଣଙ୍କ ମଧ୍ୟରୁ ଚାରିଜଣ ହେଉଛନ୍ତି ମହିଳା। ଆଉ ଏହି ଚାରିଜଣ ମଧ୍ୟ ପ୍ରଥମ ଥର ପାଇଁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଛନ୍ତି। ଅଧ୍ୟକ୍ଷ କହିଛନ୍ତି ଯେ, ପଚାଶ ପ୍ରତିଶତ ମହିଳା ସଂରକ୍ଷଣକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ସେହିପରି ନୂଆ ସଦସ୍ୟଙ୍କୁ ସୁଯୋଗ ଦେବା ପାଇଁ ଏହି ନୂଆ ପ୍ୟାନେଲକୁ ଗଠନ କରାଯାଇଛି। ସୁଲତା ଦେଓଙ୍କ ସହିତ ଆଉ ଯେଉଁ ତିନି ଜଣ ମହିଳା ସାଂସଦ ମନୋନିତ ହୋଇଛନ୍ତି ସେମାନେ ହେଲେ ପିଟି ଉଷା, ଏସ ଫାନଗୋନ…
ଭୁବନେଶ୍ବର: ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇଦେବ ବୋଲି ଆଶା କରାଯାଏ।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଦିନକୁ ଦିନ ବଢ଼ିଚାଲିଛି ଅସାମାଜିକ ଯୁବକ ତଥା ରୋଡ ରୋମିଓ ଏବଂ ବାଇକ ଚାଳକଙ୍କ ପ୍ରାଦୁର୍ଭାବ। ଉକ୍ତ ଯୁବକ ମାନେ ବିଶେଷ କରି ଘରୋଇ ଟ୍ୟୁସନ ପାଇଁ ଆସୁଥିବା ନାବାଳିକା ଛାତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି। ଏମାନେ ସହରର ବଜାର ସାହି, ତଳ ସାହି, ଭଗବତୀ ସାହି, ବିଷରପାଟଣା, କଲେଜ ଛକ, ପଲଟନ ପଡିଆ ଆଦି ଅଞ୍ଚଳରେ ଆତଙ୍କରାଜ ମଚାଉଛନ୍ତି। ଉକ୍ତ ଅଞ୍ଚଳରେ ଏକାଧିକ ଘରୋଇ ଟ୍ୟୁସନ ଥିବା ଯୋଗୁଁ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳି ପାଲଟିଛି ଉକ୍ତ ଅଞ୍ଚଳ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଟ୍ୟୁସନ ଛୁଟି ହେବା ସମୟରେ ପଇଁତରା ମାରନ୍ତି ଏହି ଯୁବକମାନେ। ଏପରିକି ଏମାନେ ବାଇକ ଷ୍ଟଣ୍ଟ ମଧ୍ୟ ଦେଖାଇବାକୁ ପଛାନ୍ତି ନାହିଁ। ବିକଟାଳ ଶବ୍ଦରେ ଦୃତ ଗତିରେ ବାଇକ ଚାଳନା କରୁଛନ୍ତି। ଫଳରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି। ନାବାଳିକା ଛାତ୍ରୀ ମାନଙ୍କୁ…
ଭୁବନେଶ୍ବର: ଶେଷରେ ପାଣିପାଗ ବିଭାଗ ଯାହା ଆକଳନ କରିଥିଲା ତାହା ସତ ହେଲା। ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଲଘୁଚାପ କ୍ଷେତ୍ର। ଏ ନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ତେବେ ଏହାର ସ୍ଥିତି ନେଇ ପାଣିପାଗ ବିଭାଗ ତରଫରୁ କିଛି ଅବଗତ କରାଯାଇ ନାହିଁ। ପୂର୍ବରୁ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣି ବଳୟ ସୃଷ୍ଟି ହୋଇଥିଲା। ଏହି ଘୁର୍ଣ୍ଣିବଳୟ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ପ୍ରଭାବ ରହିଥିଲା। ଯାହା ପରବର୍ତ୍ତି ସମୟରେ ଲଘୁଚାପ ଭାବେ ପରିବର୍ତ୍ତିତ ହୋଇଛି। ଏହାର ପ୍ରଭାବରେ ଆଗାମୀ ୨୪ ଘଣ୍ଟାରେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାମଲକାନିଗିରି, ଗଂଜାମ, ଗଜପତି ସମେତ ଆଉ କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବାନା ରହିଛି। ତା ସହ ପାର୍ଶ୍ୱବର୍ତ୍ତୀ ଜିଲ୍ଲା ରାୟଗଡ଼ା, ବୌଦ୍ଧ, ସୋନପୁର ଆଦି…
ଭୁବନେଶ୍ବର: ଆଜି ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। କାରଣ ଗତକାଲିଠାରୁ ଘୂର୍ଣ୍ଣିବଳୟ ବେଶ ସକ୍ରିୟ ହୋଇ ରହିଛି। ଯାହା ଲଘୁଚାପରେ ପରିଣତ ହେବ। ଭୁବନେଶ୍ବର ଆଞ୍ଚଳିତ ପାଣିପାଗ ବିଭାଗ ଅନୁସାରେ ଘୁର୍ଣ୍ଣିବଳୟ ଉତ୍ତରପଶ୍ଚିମ ପାର୍ଶ୍ଵବର୍ତ୍ତୀ ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗର ତତସଂଲଗ୍ନ ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡିଶା ଉପକୂଳରେ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏଁ ସକ୍ରିୟ ପ୍ରଭାବ ରହିଛିି। ଫଳରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ଅଂଚଳରେ ଲଘୁଚାପ କ୍ଷେତ୍ର ସମ୍ଭାବନା ବୋଲି ପାଣିପାଗ ବିଭାଗ କହିଛି।
ଭୁବନେଶ୍ବର: ଓଡିଶାର ସର୍ବ ପୁରାତନ ଖବରକାଗଜ ସମାଜର ନୂଆ ସଂପାଦକ ଭାବେ ଯୋଗଦେଇଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରମୋଦ ମହାପାତ୍ର। ସେ ପୂର୍ବରୁ ଏହି ଖବରକାଗଜରେ ସେ କାର୍ଯ୍ୟକାରୀ ସଂପାଦକ ଭାବେ କାମ କରିଥିଲେ। ଗତକାଲି ଚୟନ କମିଟ ତାଙ୍କର ନାମ ସୁପାରିଶ କରିବା ପରେ ତାଙ୍କୁ ନୂଆ ସଂପାଦକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି। ଲୋକସେବକ ମଣ୍ଡଳ ତରଫରୁ ପ୍ରକାଶିତ ଏହି ସର୍ବପୁରାତନ ଖବର କାଗଜର ସମାଜ ପାଇଁ ସଂପାଦକ ପଦ ନିମନ୍ତେ ଦରଖାସ୍ତ ଆହ୍ବାନ କରାଯାଇଥିଲା। ପ୍ରାରମ୍ଭିକ ଚୟନରେ ଶେଷରେ ମୋଟ ଆଠ ଜଣ ପ୍ରାର୍ଥୀଙ୍କୁ ସାକ୍ଷାତକାର ପାଇଁ ଡକାଯାଇଥିଲା। ଗତକାଲି କଟକ ସମାଜ ଅଫିସରେ ଏହି ସାକ୍ଷାତକାର ନିଆଯାଇଥିଲା। ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ଚୟନ କମିଟି ଶେଷରେ ପ୍ରମୋଦ ମହାପାତ୍ରଙ୍କ ନାମକୁ ମୋହର ମାରିଥିଲେ। ଏହାପରେ ସମାଜ ଅନୁଷ୍ଠାନ ତରଫରୁ ତାଙ୍କୁ ସ୍ବାଗତ କରାଯାଇଥିଲା। ଏଥିରେ ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ,…
ଭୁବନେଶ୍ବର: ରାଜ୍ୟର କେନ୍ଦୁପତ୍ର ହିତାଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨୦୨୨ ଶସ୍ୟବର୍ଷର ତୃତୀୟ ପର୍ଯ୍ୟାୟରେ ୫୬ କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି। ଏହା ଦ୍ୱାରା ୮ ଲକ୍ଷରୁ ଉର୍ଦ୍ଧ୍ବ କେନ୍ଦୁପତ୍ର ହିତାଧିକାରୀ ଉପକୃତ ହେବେ। ଏହି ବୋନସ୍ ଓ ପ୍ରୋତ୍ସାହନ ରାଶି ଚଳିତ ଜୁଲାଇ ମାସରେ ପାଇବେ। ୨୦୨୨ ଶସ୍ୟବର୍ଷ ପାଇଁ ତୃତୀୟ ପର୍ଯ୍ୟାୟରେ ରାଜ୍ୟର ୭ ଲକ୍ଷ ୭୫ ହଜାର କେନ୍ଦୁପତ୍ର ତୋଳାଳିଙ୍କୁ ୨୫ ପ୍ରତିଶତ ବୋନସ୍ ଓ ୪୦ ହଜାର କେନ୍ଦୁପତ୍ର ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୫ ପ୍ରତିଶତ ପ୍ରୋତ୍ସାହନ ରାଶି, ଏହିପରି ମୋଟ ୫୬.୨୩ କୋଟି ଟଙ୍କା ସହାୟତା ପ୍ରଦାନ କରାଯିବ। ୨୦୨୨ ଶସ୍ୟବର୍ଷ ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରତ୍ୟେକ କେନ୍ଦୁପତ୍ର ତୋଳାଳିଙ୍କୁ ଏକ ହଜାର ଟଙ୍କା ଏବଂ ବନ୍ଧାଳି ଓ ସାମୟିକ କର୍ମଚାରୀଙ୍କୁ ୧୫ ଶହ ଟଙ୍କା ଲେଖାଏଁ, ଏହିପରି ମୋଟ ୮୩.୩୪ କୋଟି ଟଙ୍କାର ଆର୍ଥିକ ସହାୟତା…
ଭୁବନେଶ୍ବର: ଡିଜିଟାଲ୍ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣ କାର୍ଯ୍ୟକ୍ରମର ଲକ୍ଷ୍ଯ ପୂରଣ କରିବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶାକୁ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ “ଭୂମି ସମ୍ମାନ” ପ୍ରଦାନ କରିଛନ୍ତି। ଦେଶର ୭୬୬ ଜିଲ୍ଲା ମଧ୍ୟରୁ ୬୮ଟି ଜିଲ୍ଲାକୁ ପୁରସ୍କାର ମିଳିଥିବା ବେଳେ ଓଡିଶାର ୧୯ଟି ଜିଲ୍ଲା ପୁରସ୍କାର ପ୍ରାପ୍ତ କରି ରାଜ୍ୟ ପାଇଁ ଗୌରବ ଆଣିଛନ୍ତି। ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନଠାରେ ଅନୁଷ୍ଠିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଓଡିଶାକୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ୧୯ଟି ଜିଲ୍ଲାର ଜିଲ୍ଲାପାଳ ତଥା ଉପଜିଲ୍ଲାପାଳମାନେ ଏହି ପୁରସ୍କାର ଗ୍ରହଣ କରିଥିଲେ। ପୁରସ୍କାର ପ୍ରାପ୍ତ କରିଥିବା ଜିଲ୍ଲା: ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେବଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେଉଁଝର, ନୟାଗଡ, କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡା ଓ ସମ୍ବଲପୁର
ଭୁବନେଶ୍ବର: ଆସନ୍ତା ଜୁଲାଇ ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଭାରତର ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତ ଓ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ପରିପ୍ରେକ୍ଷୀରେ ଆଜି ଏକ ପ୍ରସ୍ତୁତି ବୈଠକ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସ୍ୱତନ୍ତ୍ର ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ତିନିଦିନିଆ ଓଡ଼ିଶା ଗସ୍ତ ସମୟରେ ସ୍ଥିରୀକୃତ ହୋଇଥିବା ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ଜୁଲାଇ ୨୫ ତାରିଖ ଦିନ ରାଜ ଭବନ ଠାରେ ରାଷ୍ଟ୍ରପତି ଓଡ଼ିଶାର ଆପଦଗ୍ରସ୍ତ ଜନଜାତି ଗୋଷ୍ଠୀ(ପିଭିଟିଜି) ପ୍ରତିନିଧିଙ୍କ ସହ ସାକ୍ଷାତ ଆଲୋଚନା କରିବାକୁ ଥିବାବେଳେ ଜୁଲାଇ ୨୭ ତାରିଖରେ ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ୍ ହାଉସ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦାନ କରିବେ।…
ଭୁବନେଶ୍ୱର: ଓଡ଼ିଶା ବିଧାନସଭାକୁ ସଂପୂର୍ଣ୍ଣ ଭାବେ ପେପରଲେସ୍ ବିଧାନସଭାରେ ପରିଣତ କରିବା ସହ ସମସ୍ତ କାର୍ଯ୍ୟ ଡିଜିଟାଲ୍ ମାଧ୍ୟମରେ ସଂପାଦନ କରିବା ଉଦ୍ଦେଶ୍ୟରେ ବିଧାନସଭାର ସମସ୍ତ ସଦସ୍ୟ, ଅଧିକାରୀ ଏବଂ କର୍ମଚାରୀଙ୍କୁ ନେଭା ଆପ୍ଲିକେସନ୍ ସମ୍ବନ୍ଧୀୟ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ଏହି କ୍ରମରେ ଆଜି ବିଧାନସଭାରେ ବିଧାୟକମାନଙ୍କ ପାଇଁ ବିଧାନସଭା ପରିସର ସ୍ଥିତ ନେଭା ସେବା କେନ୍ଦ୍ରଠାରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ କରାଯାଇଛି। କାର୍ଯ୍ୟକାରୀ ବାଚସ୍ପତି ଶ୍ରୀରଜନୀକାନ୍ତ ସିଂହ ଏହି କାର୍ଯ୍ୟ କ୍ରମକୁ ଉଦ୍ଘାଟନ କରି ଉପସ୍ଥିତ ବିଧାୟକମାନଙ୍କୁ କହିଲେ ଯେ ଉଭୟ ସଂସଦ ଏବଂ ବିଭିନ୍ନ ରାଜ୍ୟର ବିଧାନସଭାଗୁଡ଼ିକୁ ପେପରଲେସ କରି ଡିଜିଟାଲ୍ ଉପାୟରେ ପରିଚାଳିତ କରିବା ପାଇଁ ନ୍ୟାସନାଲ ଇ-ବିଧାନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହାଏକ ଜାତୀୟ ସ୍ତରର କାର୍ଯ୍ୟକ୍ରମ। ଆଗାମୀ ଦିନରେ ଦେଶବ୍ୟାପୀ ଏହା କାର୍ଯ୍ୟକାରୀ ହେବ। ଆଗାମୀ ଦିନରେ ଓଡ଼ିଶା ବିଧାନସଭାର ସମସ୍ତ କାର୍ଯ୍ୟ ଡିଜିଟାଲ୍ ପଦ୍ଧତିରେ ଏହି ନେଭା ଆପ୍ଲିକେସନ୍ ଜରିଆରେ ସଂପାଦିତ ହେବ।…
ଭୁବନେଶ୍ୱର: ଟି-ସାର୍ଟ ଓ ଘନନୀଳ ଟ୍ରାକ୍ ପ୍ୟାଣ୍ଟ୍ର ୟୁନିଫର୍ମ ପିନ୍ଧି ପିଲାମାନେ ବେଶ୍ ଉତ୍ସାହିତ। ହାଇସ୍କୁଲ ରୂପାନ୍ତରଣ ସହ ଲାଲ୍, ହଳଦିଆ, ସବୁଜ ଓ ନୀଳ ୟୁନିଫର୍ମରେ ଛାତ୍ରଛାତ୍ରୀମାନେ ନୂଆ ରୂପରେ ସଜେଇ ହୋଇଛନ୍ତି। ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରେ ‘ହାଉସ ସିଷ୍ଟମ’ ଅନୁସାରେ ଏହି ରଙ୍ଗିନ ପୋଷାକ ବ୍ୟବସ୍ଥା କରାଯାଇଛି। ପିଲାମାନଙ୍କୁ ଶାରୀରିକ ଓ ମାନସିକ ଭାବରେ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏହି ନୂତନ ପ୍ରୟାସ ‘ହାଉସ ସିଷ୍ଟମ’ ଆରମ୍ଭ କରିଛି। ‘ହାଉସ ସିଷ୍ଟମ’ ଅନୁସାରେ, ପ୍ରତି ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଦଳଗତ କାର୍ଯ୍ୟ କରିବାକୁ ମଧ୍ୟ ଉତ୍ସାହିତ କରାଯାଉଛି। ଅନ୍ତର୍ନିହିତ ଗୁଣର ବିକାଶ, ସମସ୍ୟାର ସମାଧାନ କରିବା, ପାରସ୍ପରିକ ସମ୍ପର୍କ, ସୃଜନଶୀଳ ଚିନ୍ତାଧାରା, ସହାନୁଭୂତି ମନୋଭାବ, ଦଳଗତ କାର୍ଯ୍ୟ, ସହଯୋଗ ମନୋବୃତ୍ତି, ନିଷ୍ପତି ନେବାର କ୍ଷମତା, ସମାଲୋଚନାତ୍ମକ ଚିନ୍ତାଧାରା, କର୍ତ୍ତବ୍ୟପରାୟଣତା, ଆତ୍ମସଚେତନତା, ଆତ୍ମବିଶ୍ୱାସ ବୃଦ୍ଧି, ବିଫଳତାରୁ ଶିକ୍ଷାଲାଭ…
ଭୁବନେଶ୍ବର: କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ କାର୍ଯ୍ୟକାରୀ ହୋଇଥିବା ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ ବୀମା ରାଶିର ପରିମାଣ ଦୁଇ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯିବା ବିଷୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ଏହା ଦ୍ୱାରା ରାଜ୍ୟର ୮୭୧୭ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଉପକାର ପାଇବେ। ସୂଚନାଯୋଗ୍ୟ ଯେ, ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନାରେ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାରକୁ ଦୁଇ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ମିଳୁଥିଲା । ବର୍ତ୍ତମାନ ଏହା ପାଞ୍ଚ ଲକ୍ଷ ଟଙ୍କାକୁ ବୃଦ୍ଧି ପାଇବା ଦ୍ୱାରା ସାମ୍ବାଦିକ ଓ ତାଙ୍କ ପରିବାର ଉନ୍ନତ ଚିକିତ୍ସା ସେବା ପାଇ ପାରିବେ।
ଭୁବନେଶ୍ୱର: ଯାଜପୁର ତଥା ରାଜ୍ୟର ଅଗ୍ରଣୀ ଶିକ୍ଷନୁଷ୍ଠାନ ସମୂହ କଳିଙ୍ଗ ଗ୍ରୁପ ଅଫ୍ ଇନଷ୍ଟିଚ୍ୟୁସନ୍ସ(କେଜିଆଇ) ସବୁବେଳେ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂଆ ନୂଆ ପଦକ୍ଷେପ ନେଇ ଆଜି ସାରାରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି।ଯାଜପୁରରେ ଏକ ଅତ୍ୟାଧୁନିକ ଫେବ୍ରିକେସନ ଲାବ ଯାହାକି ‘‘କଳିଙ୍ଗ ଫାବ ଲାବ’’ ନାମରେ କରାଯିବ ବୋଲି ଅନୁଷ୍ଠାନ ତରଫରୁ ସୂଚନା ମିଳିଛି। ଏହି ଲାବକୁ ଖୁବ୍ ଶୀଘ୍ର କାର୍ୟ୍ୟକାରୀ କରିବା ପାଇଁ କଳିଙ୍ଗନଗର ପଲିଟେକ୍ନିକର ନୂଆଦିଲ୍ଲୀ କାରଖାନା କମ୍ପାନୀ ସହ ଏକ ଚୁକ୍ତି ସ୍ୱାକ୍ଷର କେଜିଆଇର ଭୁବନେଶ୍ୱର ସ୍ଥିତ କାର୍ୟ୍ୟାଳୟରେ ହୋଇଯାଇଛି।ଏହି ଅବସରରେ କେଜିଆଇ ଅଧ୍ୟକ୍ଷ ଇଂ ଆଲେକଜାଣ୍ଡାର ଦାସ ଉପସ୍ଥିତ ରହି ଯାଜପୁରରେ ପ୍ରଥମ କରି ଏହି ଇନୋଭେସନ ଲ୍ୟାବ ଛାତ୍ରଛାତ୍ରୀଙ୍କ ଦକ୍ଷତାକୁ ଜାତୀୟ, ଅନ୍ତର୍ଜାତୀୟ ସ୍ତରରେ ପ୍ରତିପାଦନ କରିବାକୁ ବହୁତ ସହାୟକ ହେବ ବୋଲି କହିଥିଲେ। କାରଖାନାର ମୁଖ୍ୟ ସିଦ୍ଧାର୍ଥ ଭଟର ଯାଜପୁରରେ ଏମିତି ଏକ ଲ୍ୟାବ କରି ସେହି ଜିଲ୍ଲା ତଥା ଆଖପାଖ…
ଭୁବନେଶ୍ବର: ଆଜି ପୁଣି ଥରେ ରାଜ୍ୟ ସରକାର ୪୦୬ ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବେ। ଲଗାତର ଭାବେ ରାଜ୍ୟ ସରକାର ନିଯୁକ୍ତି ପର୍ବ କରି ଏହି ଚାକିରୀ ପ୍ରଦାନ କରିଆସୁଛି। ଆଜି ମଧ୍ୟ ସେହି କ୍ରମରେ ନୂଆ ନିଯୁକ୍ତି ପ୍ରଦାନ କରାଯିବ। ଏହା ଆଜି ଅପରାହ୍ନରେ ଲୋକସେବା ଭବନ ପ୍ରେକ୍ଷାଳୟରେ ଆୟୋଜନ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ନୂତନ ଅଧିକାରୀଙ୍କୁ ଦିଗଦର୍ଶନ ଦେବେ। ଆଜି ଯୋଗ ଦେବାକୁ ଥିବା ୪୦୬ ଜଣ କୃଷି ବିଭାଗ ବିଭିନ୍ନ ସ୍ଥାନରେ ନିଯୁକ୍ତି ହେବେ। ସେମାନଙ୍କ ମଧ୍ୟରେ ୨୬୧ ଜଣ ସହକାରୀ କୃଷି ଅଧିକାରୀ, ୧୦୨ ଜଣ ସହକାରୀ କୃଷି ଯନ୍ତ୍ରୀ ଏବଂ ୪୩ ଜଣ ହେଉଛନ୍ତି ବିହନ ଉତ୍ପାଦନ ଏବଂ ବିପଣନ ଅଧିକାରୀ।
ଭୁବନେଶ୍ବର: ନିର୍ବାଚନ ପାଖେଇଲାଣି, ହେଲେ ଓଡିଶା ବିଜେପି ଏ ପର୍ଯ୍ୟନ୍ତ ତାହାର ମଙ୍ଗ ସଳଖ କରିପାରି ନାହିଁ। ଯାହାକୁ ନେଇ କେବଳ ନେତା କାହିଁକି ତୃଣମୂଳ ସ୍ତରର କର୍ମିମାନେ ମଧ୍ୟ ଚିନ୍ତା ଗ୍ରସ୍ତ ହୋଇ ପଡିଲେଣି। ପାଗ ବାନ୍ଧୁବାନ୍ଧୁ ବେଳ ପଳାଇବା ପରି ପରିସ୍ଥିତି ସୃଷ୍ଟି ହେଲାଣି। ବିଜେଡି ଯେଉଁ ପ୍ରକାରର ପ୍ରଚାର ଆରମ୍ଭ କରିସାରିଲାଣି ସେଥିରେ ବିଜେପି ଯେ ପଛରେ ପଡିଛି ତାହା ନିଃସନ୍ଦେହ। କାରଣ ବିଜେଡିର ରଣନୀତିକୁ ସାମନା କରିପାରୁ ନାହିଁ ବିଜେପି। ଏପରି ପରିସ୍ଥିତିରେ ନିକଟରେ ବିଜେପି ଓଡିଶା ପ୍ରଭାରୀ ସୁନୀଲ ବଂଶଲ ଭୁବନେଶ୍ବର ଆସି ରାଜ୍ୟ କାର୍ଯ୍ୟାଳୟରେ ଏକ ବୈଠକ କରିଛନ୍ତି। ଏହି ବୈଠକରେ କୁଆଡେ ବଂଶଲ ନେତାମାନଙ୍କ ଉପରେ ଗରଗର ହୋଇଛନ୍ତି। ମୁଖ୍ୟତଃ ମୋଦି ସରକାରଙ୍କ ନଅ ବର୍ଷର ସଫଳତାକୁ ଗାଁ ଗାଁ ପ୍ରଚାର କରିବା ପାଇଁ କୁହାଯାଇଥିଲା। ହେଲେ ତାହା କାହିଁକି ଧୂମଧାମରେ ହୋଇପାରିଲା ନାହିଁ ବୋଲି ପ୍ରଶ୍ନ କରିଥିଲେ ବଂଶଲ। ସେତିକି…
ଭୁବନେଶ୍ୱର: ଲୋକସେବା ଭବନ ସ୍ଥିତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସେକ୍ରେଟାରିଏଟ୍ ଶାଖାର ନବୀକୃତ ବ୍ୟାଙ୍କ ପରିସରର ଶୁଭ ଉଦଘାଟନ ଉତ୍ସବ ଆଜି ପୂର୍ବାହ୍ଣରେ ଅନୁଷ୍ଠିତ ହୋଇଯାଇଛି। ଏସବିଆଇ ଚେୟାରମ୍ୟାନ, ମୁମ୍ବାଇ ଶ୍ରୀ ଦୀନେଶ କୁମାର ଖାରାଙ୍କ ଆଭାସୀ ଉପସ୍ଥିତିରେ ଓଡିଶା ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମରେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ ଓ ଫଳକ ଉନ୍ମୋଚନ ପୂର୍ବକ ଏହି ନବୀକୃତ ବ୍ୟାଙ୍କ ପରିସରର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ , ଭୁବନେଶ୍ୱର ସର୍କଲର ମୁଖ୍ୟ ମହାପ୍ରବନ୍ଧକ(ସିଜେଏମ୍) ଶ୍ରୀ ଚନ୍ଦର ଶେଖର ଶର୍ମା , ଡେପୁଟୀ ଜେନେରାଲ ମ୍ୟାନେଜର ଶ୍ରୀ ପ୍ରସାଦ ଗଜାନନ ଦେଓଧର, ଆଂଚଳିକ ମ୍ୟାନେଜର ଶ୍ରୀ ରାଜେନ୍ଦ୍ର ନାରାୟଣ ସାହୁ, ଏସବିଆଇ ସେକ୍ରେଟାରିଏଟ୍ ବ୍ରାଞ୍ଚ ମୁଖ୍ୟ ପରିଚାଳକ ଶ୍ରୀ ସନ୍ଦିପ ପୃଷ୍ଟିଙ୍କ ସମେତ ଶାଖାର ଅନ୍ୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ମୁଖ୍ୟମନ୍ତ୍ରୀ…