Author: thesamikhsya

ପୁରୀ : ଆଜି ପବିତ୍ର ଆଷାଢ ମାସ ଶୁକ୍କ ପକ୍ଷ ଏକାଦଶୀ ତିଥି। ବଡଦାଣ୍ଡରେ ତିନି ରଥ ଉପର ଶ୍ରୀଜୀଉଙ୍କ ଆକର୍ଷୀଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି। ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ। ଆଜି ମଧ୍ୟାହ୍ନ ଧୂପ­ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ସୁନାବେଶ। ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିଥିଲା ମହାପ୍ରଭୁକଙ୍କର ମହଣ ମହଣ ସୁନା। ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ ଅଳଙ୍କାରରେ ଅଳଙ୍କୃତ ହୋଇଛନ୍ତି ଶ୍ରୀଜିଉ। ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ। ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଶ୍‌ ଅଧିକ ରହିଛି। ଆସନ୍ତାକାଲି ରଥରେ ଅନୁଷ୍ଠିତ ହେବ ଅଧରପଣା ନୀତି। ରଥ ଉପରେ ତିନୋଟି ବଡ ମାଟି ହାଣ୍ଡିରେ ପଣା…

Read More

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ୯ବର୍ଷ ପୂର୍ଣ୍ଣ ହୋଇଛି। ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବ କଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ଭାରତୀୟ ଜନତା ପାର୍ଟୀର ମେ ୩୧ ରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଚାଲିଛି। ଏହି ପରିପ୍ରେକ୍ଷୀରେ ଆଜି ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିର୍ବାଚନ ମଣ୍ଡଳୀ ଉତୁକୁଡା ପଂଚାୟତ ସ୍ଥିତ ଉତୁକୁଡା ୧୫୪ ଓ ବିଶ୍ୱାଳି ୧୫୫ ନମ୍ବର ବୁଥରେ ଘରକୁ ଘର ବୁଲି ମହା ଜନସମ୍ପର୍କ ଅଭିଯାନରେ ସାମିଲ ହୋଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ। ଘର ଘର ଜନସଂପର୍କ ଅବସରରେ ସମସ୍ତ ନେତୃବୃନ୍ଦ ଘରକୁ ଘର ଯାଇ ଲୋକଙ୍କୁ ୯ ବର୍ଷର ସଫଳତା ବିଷୟରେ ଜଣାଇବା ସହ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କ ଉପରେ ଆସ୍ଥା ଅତୁଟ ରଖିବା ପାଇଁ ଜନତାଙ୍କ ସମର୍ଥନ ଲୋଡିଛନ୍ତି। ଗତ…

Read More

ଭୁବନେଶ୍ବର: ଗତ କାଲି ବାହୁଡା଼ ଯାତ୍ରା ସମୟରେ କେଉଁଝର ଜିଲ୍ଲା କେନ୍ଦୁଆ ଗ୍ରାମ ଠାରେ ୩ ଜଣ ଓ କୋରାପୁଟ ଜିଲ୍ଲା କୋଲାବ ନଗର ଠାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି

Read More

ଭୁବନେଶ୍ବର: ତ୍ରିପୁରାର କୁମାରଘାଟ ଅଞ୍ଚଳ ରେ ରଥଯାତ୍ରା ଉତ୍ସବ ବାହୁଡା଼ ଯାତ୍ରା ସମୟରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୭ ଜଣ ଲୋକ ପ୍ରାଣ ହରାଇବା ଓ ଅନେକ ଲୋକ ଆହତ ହୋଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖ ଦାୟକ। ଶୋକ ସଂତପ୍ତ ପରିବାର ବର୍ଗଙ୍କ ପାଇଁ ମୁଖ୍ୟମନ୍ତ୍ରୀ ସମ ବେଦନା ପ୍ରକାଶ କରିବା ସହିତ ଆହତ ବ୍ୟକ୍ତିମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି।

Read More

ଭୁବନେଶ୍ୱର: ଗତ ୨୬ ତାରିଖରେ କେନ୍ଦ୍ରର କେନ୍ଦ୍ର ର DoPT ବିଭାଗ ପକ୍ଷରୁ ଓଡ଼ିଶାର ମୂଖ୍ୟ ଶାସନ ସଚିବ ଙ୍କ ପାଖକୁ ଯେଉଁ ଚିଠି ଆସିଛି ତାହା ଏକ ଗୁରୁତ୍ଵ ହୀନ ଚିଠି ବୋଲି କଂଗ୍ରେସ କହିଛି। ଏମିତି ଚିଠି କେନ୍ଦ୍ର ସରକାରଙ୍କ ଅଫିସର କେମିତି ଲେଖି ପାରିଲେ ବୋଲି କଂଗ୍ରେସ ଆଶ୍ଚର୍ଯ୍ୟ ପ୍ରକଟ କରିଛି। ଏହି ଚିଠି ରେ କେଉଁ ଆଇଏଏସ ଅଫିସର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ତାଙ୍କର ନାମ ଉଲ୍ଲେଖ କରାଯାଇ ନାହିଁ। କି ଭଳି ଏବଂ କେଉଁ ଆଧାରରେ କାର୍ଯ୍ୟାନୁଷ୍ଠାନ ନିଆ ଯିବ ଓ କେତେଦିନ ଭିତରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେ ବିଷୟରେ କୌଣସି ଉଲ୍ଲେଖ ନାହିଁ। ଏହା ଏକ ବିଚିତ୍ର ପ୍ରକାରର ଚିଠି ବୋଲି କହିବା ସହିତ ଏଭଳି ଚିଠି ର କୌଣସି ଗୁରୁତ୍ଵ ନାହିଁ ବୋଲି କଂଗ୍ରେସ ପ୍ରବକ୍ତା ଶ୍ରୀ ସୁଦର୍ଶନ ଦାସ ସାମ୍ବାଦିକ ମାନଙ୍କୁ କହିଛନ୍ତି। ଶ୍ରୀ ଦାସ ସମ୍ବିଧାନ ର ଧାରା…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏକାମ୍ର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ମନ୍ଦିର ସମ୍ମୁଖରେ ପହଞ୍ଚି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ପରେ ଯଜ୍ଞ ସ୍ଥଳୀକୁ ଯାଇ ଗତ ତିନିଦିନ ଧରି ଅନୁଷ୍ଠିତ ହେଉଥିବା ଯଜ୍ଞର ପୂର୍ଣ୍ଣାହୁତିରେ ସାମିଲ ହୋଇଥିଲେ। ଏକାମ୍ର ପ୍ରକଳ୍ପ ନିମନ୍ତେ ଜମି ପ୍ରଦାନ କରିଥିବା ୧୪ ଜଣ ବ୍ୟକ୍ତିବିଶେଷଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ବ୍ରାହ୍ମଣ ନିଯୋଗ, ବଡ଼ୁ ନିଯୋଗ ଏବଂ ସମର୍ଥା ନିଯୋଗର ପ୍ରତିନିଧିମାନେ ମୁଖ୍ୟମନ୍ତ୍ରୀଙ୍କୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦାମୋଦର ବେଶର ଏକ ଫଟୋଚତ୍ର ପ୍ରଦାନ କରିଥିଲେ। ଏହି ଅବସରରେ ବରିଷ୍ଠ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ୫-‘ଟି’ ସଚିବ ଶ୍ରୀ ଭି.କେ. ପାଣ୍ଡିଆନ୍‌ ପ୍ରମୁଖ ଉପସ୍ଥିତ ଥିଲେ। ଏକାମ୍ର କ୍ଷେତ୍ରର ସୁବିଧା ଏବଂ ସ୍ମାରକୀ ପୁନରୁଦ୍ଧାର କାର୍ଯ୍ୟ ଯୋଜନା ତଥା ‘ଏକାମ୍ର ପ୍ରକଳ୍ପ’ ୨୦୧୯ ରେ…

Read More

ପୁରୀ: ଆଜି ହେଉଛି ମହାପ୍ରଭୃଙ୍କର ସୁନାବେଶ। ମହଣ ମହଣ ସୁନାରେ ପ୍ରଭୃ ଆଜି ମଣ୍ଡିତ ହେବେ। ସେଥିପାଇଁ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ଆଜି ଅପରାହ୍ନ ପାଞ୍ଚଟା ବେଳେ ମହାପ୍ରଭୃଙ୍କ ସୁନାବେଶ ଆରମ୍ଭ କରାଯିବ। ଭକ୍ତମାନେ ସୁରକ୍ଷିତ ଭାବେ ଦର୍ଶନ କରିବା ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। ସୁନାବେଶ ପରେ ଆସନ୍ତାକାଲି ରଥ ଉପରେ ଅନୁଷ୍ଠିତ ହେବ ଅଧର ପଣା ନୀତି। ଏହାପରେ ଶନିବାର ଦିନ ମହାପ୍ରଭୃ ସବୁ ଲୀଳା ଶେଷ କରି ରତ୍ନବେଦୀକୁ ପ୍ରତ୍ୟାବର୍ତ୍ତନ କରିବେ।

Read More

ପୁରୀ: ବିଶ୍ବାସ ରହିଛି ଆଡପ ମଣ୍ଡପରେ ତିନିଠାକୁରଙ୍କୁ ଦର୍ଶନ କଲେ କୋଟି ଜନ୍ମ ପାପରୁ ମିଳିଥାଏ ମୁକ୍ତି। ସେଥିପାଇଁ ଜନ୍ମ ବେଦୀରେ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ଭକ୍ତମାନେ ବ୍ୟାକୁଳ ହୋଇଥାନ୍ତି। ସେହି ପରିପ୍ରେକ୍ଷୀରେ ଆଡପମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପତ୍ନୀ ଏବଂ ତାଙ୍କ ଭାଇ। ଗତକାଲି ପ୍ରଧାନମନ୍ତ୍ରୀଙ୍କ ପତ୍ନୀ ଯଶୋଦା ବେନ ମୋଦି, ଭାଇ ଅଶୋକ ମୋଦିଙ୍କ ସହ ତାଙ୍କର ବନ୍ଧୁବାନ୍ଧବ ତିନିଠାକୁରଙ୍କୁ ଦର୍ଶନ କରିଥିଲେ। ସେମାନେ ସାଧାରଣ ଭକ୍ତଙ୍କ ପରି ତିନିଠାକୁରଙ୍କୁ ଦର୍ଶନ କରିଥିଲେ। ଏହାପରେ ତିନି ରଥକୁ ମୁଣ୍ଡିଆ ମାରିବା ସହିତ ଶ୍ରୀମନ୍ଦିରକୁ ମଧ୍ୟ ଯାଇଥିଲେ। ତାଙ୍କ ସହିତ ଥିଲେ ଓଡିଶାର ବରିଷ୍ଠ ସାମ୍ବାଦିକ କିଶୋର ଦ୍ବିବେଦୀ।

Read More

ପୁରୀ: ନିଜ ଘରକୁ ଯିବା ପାଇଁ ତିନିଠାକୁର ଆକୁଳ। ସେଥିପାଇଁ ନିର୍ଦ୍ଧାରିତ ସମୟର ପ୍ରାୟ ଚାରି ଘଣ୍ଟା ପୂର୍ବରୁ ଶେଷ ହୋଇଗଲା ପ୍ରଭୃଙ୍କ ପହଣ୍ଡି ନୀତି। ଆଜି ସକାଳୁ ପ୍ରଭୃଙ୍କ ପହଣ୍ଡି ଆରମ୍ଭ ହୋଇଥିଲା। ଏହି ପହଣ୍ଡି ଦିନ 12ଟା ବେଳକୁ ଆରମ୍ଭ ହେବ ବୋଲି ନିର୍ଦ୍ଧାରିତ ହୋଇଥିଲା। ହେଲେ ପ୍ରଭୃଙ୍କ ଲୀଳାରେ କେହି କିଛି କରିପାରିବେ ନାହିଁ। ବର୍ତ୍ତମାନ ତିନିଠାକୁର ତିନି ରଥରେ ବିଜେ କରିସାରିଛନ୍ତି। ଏହାପରେ ଆରମ୍ଭ ହେବ ଛେରା ପହଁରା ନୀତି। ସେଥିପାଇଁ ଗଜପତି ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି। ତିନି ରଥରେ ଗଜପତି ଦିବ୍ୟସିଂହ ଦେବ ଛେରା ପହଁରା ଦେବାପରେ ଆରମ୍ଭ ହେବ ରଥଟଣା।

Read More

ପୁରୀ: ଆରମ୍ଭ ହେଲା ବାହୁଡା ପହଁଣ୍ଡି। ନଅ ଦିନର ଲୀଳା ଶେଷ କରି ତିନିଠାକୁର ଫେରିବେ ଶ୍ରମନ୍ଦିର। ସେଥିପାଇଁ ଆଜି ସେବକମାନେ ପୂର୍ବନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଆରମ୍ଭ କରିଛନ୍ତି ପହଁଣ୍ଡି। ପ୍ରଥମେ ସୁଦର୍ଶନଙ୍କୁ ରଥ ବିଜେ କରାଯାଇଥିଲା। ଏହାପରେ ପ୍ରଭୃ ବଡଠାକୁର ହଲି ଦୋହଳି ରଥରେ ପ୍ରବେଶ କରୁଛନ୍ତି। ତିନିଠାକୁର ରଥରେ ବିଜେ କରିବା ପରେ ଆରମ୍ଭ ହେବ ଛେରା ପହଁରା। ତେବେ ପୂର୍ବ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଛେରା ପହଁରା ମଧ୍ୟ ଆରମ୍ଭ ହୋଇଯିବ। ବାହୁଡା ଦେଖିବା ପାଇଁ ପୁରୀ ବଡ ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତଙ୍କର ସମାଗମ ହେବାରେ ଲାଗିଛି। ଆଜି ପାଗ ଠିକ ଥିବାରୁ ଭକ୍ତଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଛି।

Read More

ପୁରୀ: ଆସନ୍ତ।କାଲି ବୁଧବ।ରରେ ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡିବେ ତିନିଠାକୁର। ସେଥିପ।ଇଁ ପ୍ରଶାସନ ତରଫରୁ ସମସ୍ତ ବନ୍ଦୋବସ୍ତ କରାଯାଇଛି। ନଅ ଦିନର ଯାତ୍ରା ଶେଷ କରି ପ୍ରଭୃ ରତ୍ନବେଦୀରେ ଦର୍ଶନ ଦେବେ। ଗୁଣ୍ଡିଚା ମନ୍ଦିରରୁ ତିନି ରଥକୁ ଟାଣିବା ପ।ଇଁ ପୁରୀରେ ଜନସମାଗମ ଆରମ୍ଭ ହୋଇଗଲାଣି। ମନ୍ଦିର ପ୍ରଶାସନ ନିଷ୍ପତି ଅନୁସାରେ ଆସନ୍ତାକ।ଲି ଦିନ ୧୨ଟାରେ ବେଳେ ପହଣ୍ଡି ଆରମ୍ଭ ହେବ। ପ୍ରଥମେ ବଡଠ।କୁର, ପରେ ମା ସୁଭଦ୍ରା ଏବଂ ଶେଷରେ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ରଥାଋଢ ହେବେ। ଏହି କାର୍ଯ୍ୟ ୨ଟ। ୩୦ ମଧ୍ୟରେ ସମାପନ କରାଯିବ। ସେହିପରି ଛେରା ପହଁରା ନୀତି ୨ଟ। ୩୦ରୁ ଆରମ୍ଭ ହୋଇ ୩ ଟ। ୩୦ ମଧ୍ୟରେ ଶେଷ ହେବ। ଅପରାହ୍ନ ୪ଟ। ବେଳକୁ ରଥଟଣା ଆରମ୍ଭ ହେବ ବୋଲି ଜଣାପଡିଛି।

Read More

ଭୁବନେଶ୍ୱର: ଭୁବନେଶ୍ୱର ସହର ଏହାର ଐତିହାସିକ ତଥା ସାଂସ୍କୃତିକ ଐତିହ୍ୟକୁ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଉଜ୍ଜୀବିତ କରିବା ନିମନ୍ତେ ଆରମ୍ଭ ହୋଇଥିବା ଏକାମ୍ର ପ୍ରକଳ୍ପ ଭୂମିପୂଜନ ସମାରୋହ ଦ୍ୱିତୀୟ ଦିନରେ ଏକ ଚମତ୍କାର ସଫଳତା ହାସଲ କରିଛି। ଭୁବନେଶ୍ୱର ପରି ପ୍ରାଚୀନ ସହରର ପୁନରୁଦ୍ଧାର ଏବଂ ନବୀକରଣ ସହ ଏହାର ଗୌରବମୟ ଅତୀତକୁ ବିଶ୍ୱ ଦରବାରରେ ପ୍ରଦର୍ଶନ କରିବା ନିମନ୍ତେ ଏହା ଏକ ମହାନ ପଦକ୍ଷେପ। ଆଧ୍ୟାତ୍ମିକ ଚେତନାର ଉନ୍ମେଷ ନିମନ୍ତେ ଯଜ୍ଞ ସହିତ ଆରମ୍ଭ ହୋଇଥିବା ଆଜିର କାର୍ଯ୍ୟକ୍ରମରେ ଭକ୍ତ ଏବଂ ଶ୍ରଦ୍ଧାଳୁମାନେ ସାମିଲ ହୋଇ ଏହି ମହାନ କାର୍ଯ୍ୟକୁ ସଫଳ କରିବା ନିମନ୍ତେ ପ୍ରୟାସୀ ହୋଇଥିଲେ। ସକାଳର ଏହି ରୀତିନୀତି ଦିନ ତମାମ ଏକ ପବିତ୍ର ଆଧ୍ୟାତ୍ମିକ ଓ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଆସନ୍ତାକାଲି ଭୂମିପୂଜନ ଉତ୍ସବ ସଂପନ୍ନ ହେବ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏହି ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ବିଏମସି ମାର୍କେଟ…

Read More

ଭୁବନେଶ୍ୱର: ଆଜି ଭୁବନେଶ୍ୱର ରାଜଭବନରେ କବି ଅଶୋକ କୁମାର ପଟ୍ଟନାୟକଙ୍କ ପ୍ରଥମ କବିତା ସଂକଳନ “ତମିସ୍ରାର ନୀଳଜହ୍ନ  ମହାମହିମ ରାଜ୍ୟପାଳ ଗଣେଶୀ ଲାଲଙ୍କ କରକମଳରେ ଉନ୍ମୋଚିତ ହୋଇଯାଇଛି। ଏହି ଅବସରରେ କବି ଅଶୋକ ପଟ୍ଟନାୟକ, ବରିଷ୍ଠ କବି ରକ୍ଷକ ନାୟକ,  ମହେନ୍ଦ୍ର ନାୟକ ଏବଂ ପ୍ରକାଶକ ମାନମୟୀ ରଥ ଉପସ୍ଥିତ ଥିଲେ। ଏକ ନିରାଡ଼ମ୍ବର ପରିବେଶରେ ଏଭଳି ଏକ ଅଭିନଵ ଉନ୍ମୋଚନରେ ନିଜ ବହିଟିକୁ ଉନ୍ମୋଚିତ ହେବାର ଦେଖି କବି ଅଶୋକ ପଟ୍ଟନାୟକ ନିଜ ଆନନ୍ଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ।

Read More

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପକ୍ଷରୁ ଆଜି ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ନ୍ୟାୟିକ ସେବାର ଶିକ୍ଷାନବିସମାନଙ୍କ ପାଇଁ ଏକ ଦିଗ୍‌ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ନ୍ୟାୟିକ ସେବାର ୫୧ ଜଣ ଶିକ୍ଷାନବିସ ଯୋଗ ଦେଇଛନ୍ତି। ପୂର୍ବାହ୍ନରେ ବିଧାନସଭା ସମ୍ମିଳନୀ କକ୍ଷରେ ମାନ୍ୟବର କାର୍ଯ୍ୟକାରୀ ବାଚସ୍ପତି ଶ୍ରୀ ସିଂହ ଏହି କାର୍ଯ୍ୟକ୍ରମକୁ ପ୍ରଦୀପ ପ୍ରଜ୍ୱଳନପୂର୍ବକ ଉଦ୍‌ଘାଟନ କରିବା ସହ ଶିକ୍ଷାନବିସମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ। ଶିକ୍ଷାନବିସମାନଙ୍କୁ ଓଡ଼ିଶା ବିଧାନସଭାର ଇତିହାସ ଓ ବିଭିନ୍ନ କାର୍ଯ୍ୟାବଳୀ ସମ୍ବନ୍ଧରେ ସେ ବିଶଦ ସୂଚନା ଦେଇଥିଲେ। ବିଧାନସଭା ସଚିବ ଶ୍ରୀ ଦାଶରଥୀ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଲେ ଯେ ଜ୍ଞାନ ଆହରଣ ଏକ ନିରନ୍ତର ପ୍ରକ୍ରିୟା। ନିଜର ଜ୍ଞାନରେ ସନ୍ତୁଷ୍ଟ ନହୋଇ ଅଧିକ ଜାଣିବାର ଆଗ୍ରହ ସବୁବେଳେ ବଳବତ୍ତର ରହିବା ଆବଶ୍ୟକ। ଗଣତନ୍ତ୍ରର ତିନୋଟି ସ୍ତମ୍ଭ କାର୍ଯ୍ୟପାଳିକା, ବ୍ୟବସ୍ଥାପକ ଏବଂ ନ୍ୟାୟପାଳିକାର ବିଭିନ୍ନ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବରିଷ୍ଠ ଓଡିଶା ପ୍ରଶାସନିକ ସେବା ଅଧିକାରୀ ନବରଙ୍ଗପୁରର ପୂର୍ବତନ ସହକାରୀ ଉପ- ଜିଲ୍ଲାପାଳ ଶ୍ରୀ ପ୍ରଶାନ୍ତ କୁମାର ରାଉତଙ୍କୁ ସରକାରୀ ଚାକିରୀରୁ ବାଧ୍ୟତାମୂଳକ ଅବସର ଦିଆଯାଇଛି। ବିଭିନ୍ନ ଦୁର୍ନୀତିରେ ଅଭିଯୋଗରେ ଜଡିତ ଥିବା କାରଣରୁ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଛନ୍ତି। ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଅବଲମ୍ବନ କରି ମୁଖ୍ୟମନ୍ତ୍ରୀ ସବୁବେଳେ ଏ କ୍ଷେତ୍ରରେ କଡା ପଦକ୍ଷେପ ନେଇଆସିଛନ୍ତି। ସୂଚନାଯୋଗ୍ୟ ଯେ ଶ୍ରୀ ରାଉତଙ୍କ ନାଁରେ ୪ଟି ଦୁର୍ନୀତି ଅଭିଯୋଗ ସହିତ ବିଭାଗୀୟ ତଦନ୍ତ ମଧ୍ୟ ଜାରି ରହିଛି। ପ୍ରକାଶ ଥାଉ କି ବର୍ତ୍ତମାନ ସୁଦ୍ଧା ଏହାକୁ ମିଶାଇ ୧୮୮ ଜଣ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଅଧିକାରୀ ମାନଙ୍କୁ କାର୍ଯ୍ୟରୁ ବହିଷ୍କାର, ବାଧ୍ୟତାମୂଳକ ଅବସର ଦିଆଯାଇଛି ବା ସେମାନଙ୍କ ପେନ୍‌ସନ ସ୍ଥାୟୀ ଭାବେ ବନ୍ଦ କରାଯାଇଛି।

Read More

ଭୁବନେଶ୍ୱର : ଛାତ୍ରଛାତ୍ରୀମାନଙ୍କ ଶୈକ୍ଷିକ ବିକାଶ ପାଇଁ ଶାରୀରିକ ସୁସ୍ଥତା ଓ ଜୀବନ କୌଶଳର ଗୁରୁତ୍ୱକୁ ଅନୁଭବ କରି ‘ମୋ ସ୍କୁଲ ଅଭିଯାନ’ ଦ୍ୱାରା ମୁଖ୍ୟ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବିଦ୍ୟାଳୟରେ ଆରମ୍ଭ ହେବାକୁ ଥିବା ୪ଟି ସ୍କୁଲ କ୍ଲବ୍‌ ମଧ୍ୟରେ ସ୍ଥାନ ପାଇଥିଲା ‘କ୍ରୀଡାଙ୍ଗନା କ୍ଲବ୍‌’। ଏହି କ୍ରୀଡ଼ାଭିତ୍ତିକ କ୍ଲବର କାର୍ଯ୍ୟକାରିତା ପାଇଁ ଭୁବନେଶ୍ୱର ସ୍ଥିତ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଯାଇଛି କ୍ରୀଡାଙ୍ଗନା କ୍ଲବର ମୁଖ୍ୟ ପ୍ରଶିକ୍ଷକଙ୍କ ପ୍ରଶିକ୍ଷଣ କାର୍ଯ୍ୟକ୍ରମ। ସୋମବାରଠାରୁ ଆରମ୍ଭ ହୋଇଥିବା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆସନ୍ତା ଜୁନ୍‌ ୩୦ତାରିଖ ପର୍ଯ୍ୟନ୍ତ ଚାଲିବ। ଏହି ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ପ୍ରଥମ ଦିନରେ ରାଜ୍ୟର ୧୪ଟି ଜିଲ୍ଲାରୁ ୧୨୦ଜଣ ଅଂଶଗ୍ରହଣକାରୀ ଯୋଗ ଦେଇଛନ୍ତି। ସମସ୍ୟା ସମାଧାନ, ଯୋଗାଯୋଗ, ସହାନୁଭୂତି, ବୁଝାମଣା ଓ ସଚେତନତା ମୁଖ୍ୟତଃ ଏହି ୫ଟି ଜୀବନକୌଶଳୀ ବିଷୟ ଉପରେ ଆଧାରିତ କ୍ରୀଡାଙ୍ଗନା କ୍ଲବର ମୁଖ୍ୟ ପ୍ରଶିକ୍ଷକଙ୍କ ତାଲିମ କାର୍ଯ୍ୟକ୍ରମ। ରୂପାନ୍ତରିତ ବିଦ୍ୟାଳୟରେ…

Read More

ଭୁବନେଶ୍ବର: ଗତ ୨୯ ମଇ, ୨୦୨୧ରେ ରାଜ୍ୟ ମନ୍ତ୍ରୀ ପରିଷଦର ଏକ ଐତିହାସିକ ନିଷ୍ପତ୍ତି କ୍ରମେ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଗ୍ରୁପ୍‌-ଡି ପର୍ଯ୍ୟନ୍ତ ସମସ୍ତ କର୍ମଚାରୀଙ୍କୁ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ସମ୍ବନ୍ଧୀୟ ତାଲିମ୍‌ ଦିଆଯିବ। ଏହି ନିଷ୍ପତ୍ତି ଅନୁପାଳନପୂର୍ବକ ବିପର୍ଯ୍ୟୟ ଏବଂ ମହାମାରୀ ପରିଚାଳନା ନିମନ୍ତେ ଉକ୍ତ ବିଷୟ ସମ୍ବନ୍ଧୀୟ ପାଠ୍ୟକ୍ରମ ବିକଶିତ କରାଯାଉଛି। ଗ୍ରୁପ୍‌-ଡି ସ୍ତରର ସମସ୍ତ କର୍ମଚାରୀଙ୍କ ପାଇଁ ଯେଉଁ ପାଠ୍ୟକ୍ରମ ନିର୍ଦ୍ଧାରିତ ହେବ, ତାହା କ୍ରମାଗତ ଭାବେ ବୃଦ୍ଧି ହୋଇ ଗ୍ରୁପ୍‌-ଏ ସ୍ତରର କର୍ମଚାରୀମାନେ ମଧ୍ୟ ସମସ୍ତ ପାଠ୍ୟକ୍ରମକୁ ସଂପୂର୍ଣ୍ଣ କରିବେ। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDAM), ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ଓ ଉଚ୍ଚଶିକ୍ଷା ବିଭାଗର ସହଭାଗିତାରେ ଏକ ତ୍ରିପାକ୍ଷିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀମତୀ ପ୍ରମିଳା ମଲ୍ଲିକ, ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ…

Read More

ଭୁବନେଶ୍ୱର: ନୂତନ ଭାବେ ସ୍ୱୀକୃତି ପାଇଥିବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀମାନଙ୍କୁ ପାଠ ପଢ଼ିବାର ସୁଯୋଗ ଦେବା ନିମନ୍ତେ ତଥା ଅଭିଭାବକମାନଙ୍କ ଅନୁରୋଧ ଅନୁଯାୟୀ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକାଦଶ ଶ୍ରେଣୀ ପାଇଁ ସାମସ୍‌ (SAMS) ପୋର୍ଟାଲ www.samsodisha.gov.in ଜରିଆରେ ଆବେଦନ ତାରିଖକୁ ୨୦୨୩ ଜୁନ ୨୬ ତାରିଖ ପରିବର୍ତ୍ତୋ ଜୁନ ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ପରିବର୍ତ୍ତିତ ସୂଚୀ ଅନୁଯାୟୀ ପ୍ରଥମ ମେଧା ତାଲିକା ୨୦୨୩ ଜୁଲାଇ ୬ ତାରିଖ ଦିନ ପ୍ରକାଶ ପାଇବ। ପ୍ରଥମ ପର୍ଯ୍ୟାୟ ଆଡ୍‌ମିଶନ୍‌ ଯଥାକ୍ରମେ ୨୦୨୩ ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ସଂପାଦନ କରାଯିବ। ଦ୍ୱିତୀୟ ମେଧା ତାଲିକା ୨୦୨୩ ଜୁଲାଇ ୧୯ ତାରିଖରେ ପ୍ରକାଶ କରାଯିବା ସହିତ ଏହାର ଆଡ୍‌ମିଶନ୍‌ ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସଂପାଦନ କରାଯିବ। ସେହିପରି ଅନ୍‌ଲାଇନ୍‌ ସ୍ପଟ୍‌ (SPOT) ଆଡ୍‌ମିଶନ ପ୍ରକ୍ରିୟା ୨୦୨୩ ଜୁଲାଇ ୨୧ରୁ…

Read More

ବରଗଡ: ବିରୋଧୀଙ୍କୁ କଡ୍ଡା ଜବାବ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗତ କିଛିଦିନ ଧରି ବିରୋଧୀ ଯେଉଁ ଅଭିଯୋଗ କରିଆସୁଥିଲେ ତାହାର ଉତ୍ତର ରଖିଛନ୍ତି ନବୀନ। ବିରୋଧୀଙ୍କ ଅଭିଯୋଗ ଥିଲା ଯେ 5T ସଚିବଙ୍କୁ ପ୍ରକୃତରେ ମୁଖ୍ୟମନ୍ତ୍ରୀ ପଠାଇଛନ୍ତି କି? ଯଦି ହଁ, ତେବେ ମୁଖ୍ୟମନ୍ତ୍ରୀ ଏହାର ସ୍ପଷ୍ଟିକରଣ ଦିଅନ୍ତୁ। ବିରୋଧୀଙ୍କ ଏହି ଅଭିଯୋଗକୁ ବାଏଁ ବାଏଁ ଉଡାଇ ଦେଲେ ନବୀନ। 5T ସଚିବ ଭି କେ ପାଣ୍ଡିଆନଙ୍କ ବରଗଡ ଜିଲ୍ଲା ଗସ୍ତ ବେଳେ ଏହାର ପ୍ରମାଣ ମିଳିଯାଇଛି। ଏହି ଗସ୍ତ ସମୟରେ ପାଣ୍ଡିଆନ ବରଗଡ ନିଶାମଣି ହାଇସ୍କୁଲ ପଡିଆରେ ଆୟୋଜିତ ଜନସଭାରେ ଉଦବୋଧନ ଦେଇଥିଲେ। ସେହି ସଭାରେ ପାଣ୍ଡିଆନ ଆପଣମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଏକ ଅଡିଓ ବାର୍ତ୍ତା ପଠାଇଛନ୍ତି ବୋଲି ଉଲ୍ଲେଖ କରିଥିଲେ। ଏହାପରେ ପାଣ୍ଡିଆନ ଧରିଥିବା ମାଇକରେ ମୋବାଇଲରୁ ଏକ ଅଡିଓ ପ୍ଲେ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ ବରଗଡ ଜିଲ୍ଲାର ମିଶନ ଶକ୍ତି ମା’ମାନଙ୍କୁ ମୋର…

Read More

ଭୁବନେଶ୍ବର: ରାଜ୍ୟରେ ସକ୍ରିୟ ମୌସୁମୀ ସହ ସକ୍ରିୟ ଲଘୁଚାପ ଏବଂ ନିମ୍ନ ଚାପ ରେଖା ପ୍ରଭାବରେ ବିଭିନ୍ନ ଅଞ୍ଚଳରେ ଲାଗିରହିଛି ବର୍ଷା। ଆଗାମୀ ୨୪ ଘଣ୍ଟା ପାଇଁ ୧୧ଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଚେତବାନୀ ଦିଆଯାଇଛି। ତେବେ ଏହି ବର୍ଷା ଆସନ୍ତା ତିନିଦିନ ଧରି ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ଯେଉଁ ଜିଲ୍ଲାଗୁଡିକ ୱାର୍ଣ୍ଣିଂ ଜାରୀ କରାଯାଇଛି ସେଗୁଡିକ ହେଲା ଝାରସୁଗୁଡା, ବରଗଡ, ସୁନ୍ଦରଗଡ, ସମ୍ବଲପୁର ଜିଲ୍ଲା। ଏଗୁଡିକରେରେ କିଛି କିଛି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ। ସେହିପରି ନୂଆପଡା ବଲାଙ୍ଗୀର, ବୌଦ୍ଧ, ସୋନପୁର, ଅନୁଗୁଳ, ଦେବଗଡ ଏବଂ କେନ୍ଦୁଝର ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଚେତବାନୀ ଦିଆଯାଇଛି। ମତ୍ସ୍ୟଜୀବୀଙ୍କୁ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ମନା କରାଯାଇଛି। ଲଘୁଚାପ ପ୍ରଭାବରେ ଆଗାମୀ ୨୪ ଘଣ୍ଟା ଯାଏଁ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା…

Read More

ଭୁବନେଶ୍ୱର: ଜନ୍ମମାଟି ଢେଙ୍କାନାଳ ଓ ଅନୁଗୁଳର ବିକାଶକୁ ନେଇ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଏକାଧିକ ପ୍ରଶ୍ନ ପଚାରିଛି ବିଜେଡି। ନଅ ବର୍ଷର କେନ୍ଦ୍ରମନ୍ତ୍ରୀତ୍ୱ କାଳରେ ଏହି ଦୁଇ ଜିଲ୍ଲା ପାଇଁ କ’ଣ ସବୁ କରିଛ ବୋଲି ସିଧାସଳଖ ପଚାରିଛନ୍ତି ବିଜେଡି ସାଂସଦ ମହେଶ ସାହୁ। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ଶ୍ରୀ ସାହୁ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଭାବେ ଆପଣ ୯ ବର୍ଷ ଧରି କାର୍ଯ୍ୟ କରୁଛନ୍ତି। ହେଲେ ଜିଲ୍ଲା ପାଇଁ ଆପଣ କ’ଣ କରିଛନ୍ତି? ଆପଣ ମନ୍ତ୍ରୀ ହେବା ଦ୍ୱାରା ଢେଙ୍କାନାଳ-ଅନୁଗୁଳ ଜିଲ୍ଲା କିପରି ଉପକୃତ ହୋଇଛି? କଟକରୁ ସମ୍ବଲପୁର ପର୍ଯ୍ୟନ୍ତ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି। ଢେଙ୍କାନାଳ ଏବଂ ଅନୁଗୁଳ ଦେଇ ସାଧାରଣ ଜନତା, ରୋଗୀ, ଅଫିସ୍ ଯାଉଥିବା ଲୋକେ, ସ୍କୁଲ ଏବଂ କଲେଜ ଯାଉଥିବା ଛାତ୍ରଛାତ୍ରୀମାନେ ଯନ୍ତ୍ରଣା ଭୋଗୁଛନ୍ତି। ଏହାର ଉନ୍ନତି ପାଇଁ ଆପଣ ୯ ବର୍ଷରେ କ’ଣ କରିଛନ୍ତି?…

Read More