ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହେଲେ ତିନି ଠାକୁର, କାଲି ଅଧରପଣା

Published: Jun 29, 2023, 9:31 pm IST

ପୁରୀ : ଆଜି ପବିତ୍ର ଆଷାଢ ମାସ ଶୁକ୍କ ପକ୍ଷ ଏକାଦଶୀ ତିଥି। ବଡଦାଣ୍ଡରେ ତିନି ରଥ ଉପର ଶ୍ରୀଜୀଉଙ୍କ ଆକର୍ଷୀଣୀୟ ସୁନାବେଶ ଅନୁଷ୍ଠିତ ହୋଇଛି। ଆଜି ହେଉଛି ମହାପ୍ରଭୁଙ୍କ ସୁନାବେଶ। ଆଜି ମଧ୍ୟାହ୍ନ ଧୂପ­ ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କର ସୁନାବେଶ। ଭଣ୍ଡାର ଘରୁ ପୋଲିସ ପ୍ରଶାସନ ଏବଂ ଭଣ୍ଡାର ସେବକଙ୍କ ଦ୍ୱାରା ରଥକୁ ଆସିଥିଲା ମହାପ୍ରଭୁକଙ୍କର ମହଣ ମହଣ ସୁନା।

ରଥ ଉପରେ ବିଭିନ୍ନ ସ୍ୱର୍ଣ୍ଣ ଅଳଙ୍କାରରେ ଚତୁର୍ଦ୍ଧାମୂରତୀ। ମହଣ ମହଣ ସୁବର୍ଣ୍ଣରେ ନିର୍ମିତ ଶ୍ରୀପୟର ,ଶ୍ରୀଭୁଜ,କିରଟ,ଓଡ଼ିଆଣୀ ପ୍ରଭୃତି ଭିନ୍ନ ଭିନ୍ନ ସ୍ଵର୍ଣ ଅଳଙ୍କାରରେ ଅଳଙ୍କୃତ ହୋଇଛନ୍ତି ଶ୍ରୀଜିଉ।

ବର୍ଷକୁ ପାଞ୍ଚଥର ଶ୍ରୀଜୀଉଙ୍କ ଏହି ଦୁର୍ଲଭ ସୁନାବେଶ ଅନୁଷ୍ଠିତ ହୋଇଥାଏ। ହେଲେ ରଥ ଉପରେ ଥରଟିଏ ଏହି ସୁନା ବେଶ ଅନୁଷ୍ଠିତ ହେଉଥିବାରୁ ଏହାର ମହତ୍ୱ ବେଶ୍‌ ଅଧିକ ରହିଛି।

ଆସନ୍ତାକାଲି ରଥରେ ଅନୁଷ୍ଠିତ ହେବ ଅଧରପଣା ନୀତି। ରଥ ଉପରେ ତିନୋଟି ବଡ ମାଟି ହାଣ୍ଡିରେ ପଣା ଭୋଗ କରାଯିବ। ଏହି ଭୋଗ ସରିବା ପରେ ସେହି ମାଟି ହାଣ୍ଡିକୁ ସେହିଠାରେ ଭାଙ୍ଗି ଦିଆଯିବ। ଏହାପରେ ଶନିବାର ଦିନ ମହାପ୍ରଭୃ ରଥରୁ ରତ୍ନ ସିଂହାସନକୁ ବିଜେ କରିବେ।

Related posts