Author: thesamikhsya

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୬ ଦିନିଆ ଆମେରିକା ଏବଂ ଇଜିପ୍ଟ ଗସ୍ତଶେଷ କରି ଭାରତ ଫେରିଛନ୍ତି। ଦିଲ୍ଲୀ ବିମାନବନ୍ଦରରେ ପିଏମ ମୋଦୀଙ୍କୁ ବୈଦେଶିକ ବ୍ୟାପାର ମନ୍ତ୍ରୀ ମୀନାକ୍ଷୀ ଲେଖୀ ଏବଂ ବିଜେପି ମୁଖ୍ୟ ଜେ ପି ନାଡା ସ୍ବାଗତ କରିଛନ୍ତି। ଏଥିରେ ଦିଲ୍ଲୀର ବିଜେପି ନେତା ତଥା ଦଳର ସାଂସଦ ହର୍ଷ ବର୍ଦ୍ଧନ, ହାନ୍ସ ରାଜ ଏବଂ ଗୌତମ ଗମ୍ଭୀର ମଧ୍ୟ ଉପସ୍ଥିତ ଥିଲେ। ବିମାନ ବନ୍ଦରରେ ମୋଦି ସଭାପତି ନଡ୍ଡାଙ୍କୁ ପଚାରିଛନ୍ତି ଯେ, ଭାରତରେ ବର୍ତ୍ତମାନ କଣ ଚାଲିଛି। ଉତ୍ତରେ ନଡ୍ଡା କହିଥିଲେ ଯେ, ସରକାରର ନଅ ବର୍ଷର ରିପୋର୍ଟ କାର୍ଡ ଧରି ଦଳର ନେତାମାନେ ଲୋକଙ୍କ ନିକଟରେ ପହଞ୍ଚୁଛନ୍ତି। ଦେଶ ବେଶ୍ ଖୁସି ଅଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କୁହାଗଲା ବୋଲି ବିଜେପି ସାଂସଦ ମନୋଜ ତିୱାରୀ କହିଛନ୍ତି। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ବିଜେପି ସାଂସଦ ପରଭେଶ ବର୍ମା କହିଛନ୍ତି ଯେ ଦେଶରେ କ’ଣ ଘଟୁଛି ଏବଂ…

Read More

ଭୁବନେଶ୍ବର: ଆଜି ଭୋରରୁ ଗଞ୍ଜାମ ଦିଗପହଣ୍ଡି ଠାରେ ହୋଇଥିବା ବସ ଦୁର୍ଘଟଣାରେ କିଛି ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି ରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ସେହିପରି ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି। ଏହି ଦୁର୍ଘଟଣାରେ ଆହତ ମାନଙ୍କୁ ଙ୍କୁ ମାଗଣା ରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ଘଟଣାସ୍ଥଳ କୁ ତୁରନ୍ତ ଯାଇ ବିପନ୍ନ ଙ୍କୁ ସହାୟତା ଯୋଗାଇଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଅର୍ଥ ମନ୍ତ୍ରୀ ଶ୍ରୀ ବିକ୍ରମ ଆରୁଖ ଓ ଗଞ୍ଜାମ DPCC ଅଧ୍ୟକ୍ଷ ବିଧାୟକ ବିକ୍ରମ ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Read More

ବ୍ରହ୍ମପୁର: ଆଜି ଦିଗପହଣ୍ଡିରେ ଏକ ଭୟଙ୍କର ବସ ଦୁର୍ଘଟଣା ଘଟିଯାଇଛି। ଦୁଇଟି ବସ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣା ଯୋଗୁଁ ଗୋଟିଏ ପରିବାରର ୭ଜଣ ସହିତ ମୋଟ ୧୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ୬ ଜଣ ପୁରୁଷ, ୪ ମହିଳା ଓ ୨ଜଣ ପିଲା ରହିଛନ୍ତି। ଏହି ଦୁର୍ଘଟଣାରେ ୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ବ୍ରହ୍ମପୁର ହସପିଟାଲରେ ଚିକିତ୍ସା କରାଯାଉଛି। ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଘଟଣାରୁ ଜଣାପଡିଛି ଯେ ଓଏସଆରଟିସିର ଏକ ବସ କନ୍ୟାଯାତ୍ରୀଙ୍କ ବସ ସହିତ ଦିଗପହଣ୍ଡି ଖେମୁଣ୍ଡି କଲେଜ ନିକଟରେ ମୁହାଁମୁହିଁ ଧକ୍କା ହୋଇଛି। ସରକାରୀ ବସଟି ରାୟଗଡାରୁ ଭୁବନେଶ୍ବର ଆସୁଥିବା ବେଳେ କନ୍ୟାଯାତ୍ରୀ ବସଟି ବ୍ରହ୍ମପୁରରେ ଯାତ୍ରୀଙ୍କୁ ଛାଡି ଖଣ୍ଡଦେଉଳି ଯାଉଥିଲା।

Read More

ପୁରୀ: ପୁରୀଠାରେ ଅନୁଷ୍ଠିତ ପବିତ୍ର ରଥଯାତ୍ରା ଅବସରରେ ଗୁଣ୍ଡିଚାବାଡ଼ି ନିକଟସ୍ଥ ଭୋଳାନାଥ ବିଦ୍ୟାପୀଠ ପରିସରରେ ଆୟୋଜିତ ଜାତୀୟ ପଲ୍ଲିଶ୍ରୀ ମେଳା ପ୍ରାଙ୍ଗଣରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହେଉଛି । ଉକ୍ତ ଫଟୋଚିତ୍ର ପ୍ରଦର୍ଶନୀରେ ଚଳିତବର୍ଷର ଚନ୍ଦନଯାତ୍ରା, ରଥ ନିର୍ମାଣ ଓ ସ୍ନାନଯାତ୍ରାର ଫଟୋ ସ୍ଥାନିତ ହେବା ସହିତ ଗତବର୍ଷ ରଥଯାତ୍ରାର ଅନ୍ୟାନ୍ୟ ଫଟୋ ପ୍ରଦର୍ଶିତ ହୋଇଛି। ଏତଦ୍‌ବ୍ୟତୀତ, ଶ୍ରୀଜଗନ୍ନାଥଙ୍କ ବିଭିନ୍ନ ବେଶ, ଶ୍ରୀମନ୍ଦିରର ବିଭିନ୍ନ ପର୍ବପର୍ବାଣି ଓ ଭୋଗ, ବିଦେଶୀ ଓ ଭାରତୀୟ ମୁଦ୍ରାରେ ଶ୍ରୀମନ୍ଦିର ଓ ଶ୍ରୀଜଗନ୍ନାଥଙ୍କ ବିରଳ ଫଟୋଚିଚ୍ର, ବିଭିନ୍ନ ସମୟରେ ଶ୍ରୀମନ୍ଦିରର ରୁପରେଖ ସମ୍ପର୍କିତ ଦୁର୍ଲ୍ଲଭ ଫଟୋଚିତ୍ର ଏବଂ ଚଳିତ ବର୍ଷର ନେତ୍ରୋତ୍ସବରୁ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଶ୍ରୀଜଗନ୍ନାଥଙ୍କ ସଂକ୍ଷିପ୍ତ ନୀତିନିର୍ଘଣ୍ଟ ଦର୍ଶକମାନଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥି ସହିତ, ରାଜ୍ୟସରକାରଙ୍କ ଲୋକାଦୃତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ଐତିହ୍ୟସ୍ଥଳୀ ଓ ପୁରାତନ ମନ୍ଦିରଗୁଡିକର ରୁପାନ୍ତରଣ, ଭାରତର କ୍ରୀଡ଼ା ଭିତ୍ତିଭୂମିକୁ ରାଜ୍ୟ ସରକାରଙ୍କ…

Read More

ଭୁବନେଶ୍ବର: ଖୁବ ଶିଘ୍ର ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ଏ ନେଇ ପାଣିପାଗ ବିଭାଗ ସୂଚନା ପ୍ରଦାନ କରିଛି। ସେହି ଅନୁସାରେ ବଙ୍ଗୋପସାଗରର ଉତ୍ତର ପଶ୍ଚିମ ଦିଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ଧିରେଧିରେ ଘନିଭୂତ ହୋଇ ଲଘୁଚାପରେ ପରିଣତ ହେବ। ଏହାଦ୍ବାରା ଉତ୍ତର ଓଡିଶା ଏବଂ ପଶ୍ଚିମ ବଂଗରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି।  ଆଜିଠାରୁ ତିନିଦିନ ଧରି ହେବାକୁ ଥିବା ଏହି ବର୍ଷାର ପରିମାଣ ସୋମବାରଠାରୁ ବୃଦ୍ଧି ପାଇବ ବୋଲି କୁହାଯାଇଛି। ସେଥିପାଇଁ ଆଠଟି ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣି ପ୍ରଦାନ କରାଯାଇଛି। ଯେଉଁ ଜିଲ୍ଲାଗୁଡିକରେ ପ୍ରବଳ ବର୍ଷା ହେବ ସୋଗୁଡିକ ହେଲା କେଉଁଝର, ମୟୁରଭଂଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, ଢେଙ୍କାନାଳ ଏବଂ କଟକ। ଏହି ଜିଲ୍ଲାର ଦୁଇ ତିନୋଟି ସ୍ଥାନରେ ଅତି ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି।

Read More

ନୂଆଦିଲ୍ଲୀ: ଆଜି କେନ୍ଦ୍ର ସାହିତ୍ୟ ଏକାଡେମୀ ତରଫରୁ ବାଲ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି। ଏଥିରେ ଓଡିଶାରେ ଶିଶୁ ସାହିତ୍ୟିକ ଟିଟିଲାଗଡର ଯୁଗଳ କିଶୋର ଷଡଙ୍ଗୀ ଏହି ପୁରସ୍କାର ପାଇବା ପାଇଁ ମନୋନିତ ହୋଇଛନ୍ତି। ସେ ଓଡିଆ ଭାଷା ଅନ୍ତର୍ଗତ ପୁରସ୍କାର ପାଇବେ। ତାଙ୍କ ଦ୍ବାରା ଲିଖିତ ଜେଜଙ୍କ ଗପ ଗଣ୍ଠିଳି ପାଇଁ ଏହି ପୁରସ୍କାର ପାଇବେ। ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ମାଧବ କୌଶିକଙ୍କ ଅଧ୍ୟକ୍ଷତାରେ ଏକାଡେମୀର କାର୍ଯ୍ୟକାରୀ ମଣ୍ଡଳ ଆଜି ଯୁବ ପୁରସ୍କାର ଓ ବାଲ ସାହିତ୍ୟ ପୁରସ୍କାର ଘୋଷଣା କରିଥିଲେ । ଯେଉଁଥିରେ ୨୦ ଜଣ ଯୁବକ ଓ ୨୨ ବାଲ୍ ସାହିତ୍ୟିକଙ୍କୁ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ କରାଯାଇଛି।

Read More

ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ, ପରମ୍ପରା ସର୍ବୋପରି ଶ୍ରୀଜଗନ୍ନାଥ ସଂସ୍କୃତିର ମହନୀୟତାକୁ ବଜାୟ ରଖିବା ପାଇଁ ବିଗତ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଦ୍ୱାରା ପ୍ରସ୍ତୁତ ଉତ୍କଳ ପ୍ରସଙ୍ଗ (ରଥଯାତ୍ରା ସ୍ୱତନ୍ତ୍ର ସଂଖ୍ୟା) ବିତରଣ ନିମନ୍ତେ ଛତିଶଗଡ଼, ଝାରଖଣ୍ଡ ଏବଂ ଆନ୍ଧ୍ରପ୍ରଦେଶ ପ୍ରେରଣ କରାଯାଇଛି। ଆଜି ପୂର୍ବାହ୍ନରେ ଉତ୍କଳ ପ୍ରସଙ୍ଗ ନେଇ ଯାଉଥିବା ଏକ ଗାଡ଼ିକୁ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ସବୁଜ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରିଛନ୍ତି। ବିଚ୍ଛିନ୍ନାଞ୍ଚଳରେ ବସବାସ କରୁଥିବା ଓଡ଼ିଆ ଭାଷାଭାଷୀ ଲୋକଙ୍କ ମଧ୍ୟରେ ଓଡ଼ିଆ ଭାଷା, ସାହିତ୍ୟ ଏବଂ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରତି ଥିବା ଶ୍ରଦ୍ଧା, ସମ୍ମାନ ଏବଂ ଆତ୍ମୀୟତାକୁ ସୁଦୃଢ଼ କରିବା ଏବଂ ଓଡ଼ିଶା ସରକାରଙ୍କର ସେମାନଙ୍କ ପ୍ରତି ଥିବା ଭଲପାଇବାକୁ ବଳବତ୍ତର ରଖିବା ଏହି ଯାତ୍ରାର ଉଦ୍ଦେଶ୍ୟ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଛନ୍ତି…

Read More

ଭୁବନେଶ୍ବର: ସେ ହେଉଛନ୍ତି ଉପଜିଲ୍ଲାପାଳ, ହେଲେ ତାଙ୍କ ଘରୁ ବାହାରିଲା ଖାଲି ବିଡାବିଡା ୫୦୦ ଟଙ୍କିଆ ନୋଟ। ଯାହାକୁ ଗଣିବା ପାଇଁ ଭିଜିଲାନ୍ସ ଅଫିସର ନୟାନ୍ତ ହେଲେଣି। ବର୍ତ୍ତମାନ ସୁଦ୍ଧା ବାହାରିଲାଣି ଦୁଇ କୋଟିରୁ ଅଧିକ। ତଥାପି ଆହୁରି ବାହାରୁଛି। ଶେଷରେ ଭିଜିଲାନ୍ସ ଅଫିସର ଟଙ୍କା ଗଣତି ପାଇଁ ଲୋକ ଓ ମେସିନ ଖୋଜୁଥିବାର ଜଣାପଡିଛି। ଏହି ଘଟଣାଟି ନବରଙ୍ଗପୁର ଜିଲ୍ଲାରେ ଘଟିଛି। ସେଠାକାର ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ରାଉତଙ୍କ ବାସଭବନ ଭିଜିଲାନ୍ସ ଚଢାଉ ପରେ ଏହି ଟଙ୍କା ମିଳିଛି। ଭିଜିଲାନ୍ସ ବିଭାଗ ପୂର୍ବରୁ ସୂଚନା ଅନୁଯାଇ ଆଜି ସକାଳେ ଏହି ଚଢାଉ କରିଥିଲା। ଏଥିରେ ଶ୍ରୀ ରାଉତଙ୍କର 9 ଟି ସ୍ଥାନରେ ଏହି ଚଢାଉ କରାଯାଇଛି। ଏଥିରେ ଶ୍ରୀ ରାଉତଙ୍କ ନବରଙ୍ଗପୁରରେ ଥିବା ବାସଭବନ, ନବରଙ୍ଗପୁର ଜିଲ୍ଲାପାଳ ଅଫିସରେ ଥିବା ତାଙ୍କର ଚ୍ୟାମ୍ବର, ଭଦ୍ରକ ବାହୁଦରଦା ଗାଁରେ ଥିବା ତାଙ୍କର ପୈତୃକ ଘର। ସେହିପରି ଭୁବନେଶ୍ବରରେ କାନନ ବିହାରରେ ଥିବା…

Read More

ଭୁବନେଶ୍ବର: ଗତକାଲି ରାଜ୍ୟରେ ଯେପରି ବର୍ଷା ହୋଇଛି ତାହା ପୂର୍ବରୁ କେବେ ହୋଇ ନ ଥିଲା। ପହିଲି ମୌସୁମୀର ପହିଲି ବର୍ଷା ପୁରା ଢାଳି ଦେଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେବେ ପାଣିପାଗ ବିଭାଗ ଅନୁସାରେ ଗତକାଲି ବର୍ଷାର ପରିମାଣ ଯାହା ତାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଗତ ୨୪ ଘଣ୍ଟା ରେ ରାଜ୍ୟରେ ୨୧.୩ ମିମି ବର୍ଷା ରେକର୍ଡ କରାଯାଇଛି। ଯାହା ସ୍ୱାଭାବିକ ବର୍ଷା ୮.୯ ମିମି ତୁଳନାରେ ୧୩୯ ପ୍ରତିଶତ ଅଧିକ ରେକର୍ଡ ହୋଇଛି। ସର୍ବାଧିକ ବର୍ଷା ମାଲକାନଗିରି ଜିଲ୍ଲାରେ ୫୨.୫ ମିମି ରେକର୍ଡ ହୋଇଛି। ଯାହା ସ୍ୱାଭାବିକ ବର୍ଷା ତୁଳନାରେ ୫୯୧ % ଅଧିକ ରହିଛି।

Read More

ଭୁବନେଶ୍ବର: ଜଣେ ଦିବ୍ୟାଙ୍ଗ ଆସିଥିଲା ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ଗୁହାରୀ କରିବାକୁ। ଦୁଇ ଗୋଡ ନ ଥିବାରୁ ଭିଡ ଭିତରେ ତାଙ୍କୁ ପାଣ୍ଡିଆନ ଦେଖିପାରିବେ କି ନାହିଁ ଥିଲା ସନ୍ଦେହ। ହେଲେ ପାଣ୍ଡିଆନ ତାଙ୍କୁ ଦେଖିଲେ ପାଖକୁ ମଧ୍ୟ ଆସି ଗୁହାରୀ ଶୁଣିଲେ। ହେଲେ ତାଙ୍କ କଥା ଛିଡା ହୋଇ ଶୁଣିବା ସମ୍ଭବ ନ ଥିବାରୁ ସେ ନିଜେ ତାଙ୍କ ପାଖରେ ଆଣ୍ଠେଇ ପଡି କଥାବାର୍ତ୍ତା ହେଲେ। ଏହାକୁ ନେଇ ବେଶ ଚର୍ଚ୍ଚା ଚାଲିଛି। ଘଟଣାଟି ଗତକାଲି ବାଲେଶ୍ବର ନୀଳଗିରିରେ ପଞ୍ଚଲିଙ୍ଗେଶ୍ବରରେ ଘଟିଛି। ଏହି ଦିବ୍ୟାଙ୍ଗ ହେଉଛନ୍ତି ସନ୍ତରାଗଡ଼ିଆର କୁଳିଗଡ଼ି ଗାଁର ପ୍ରଶାନ୍ତ କୁମାର ରାଉତ। ସେ ଜଣେ ଜଣେ ଜାତୀୟ ସ୍ତରୀୟ ନୃତ୍ୟଶିଳ୍ପୀ। ସେ ଯିବା ଆସିବା କରିବା ପାଇଁ ଦିବ୍ୟାଙ୍ଗ ସ୍କୁଟିଟିଏ ଦେବା ପାଇଁ ଅନୁରୋଧ କରିଥିଲେ। ଯାହା ଖୁବ ଶିଘ୍ର ଯୋଗାଇ ଦିଆଯିବ ବୋଲି ପାଣ୍ଡିଆନ ପ୍ରତିଶୃତି ମଧ୍ୟ ଦେଇଥିଲେ। ପାଣ୍ଡିଆନଙ୍କ ଏପରି ପଦକ୍ଷେପକୁ…

Read More

ପୁରୀ: ତିନିଦିନର ପଥକ୍ଲାନ୍ତ ପରେ ଗତକାଲି ତିନିଠାକୁର ଆଡପ ମଣ୍ଡପ ବିଜେ କରିଛନ୍ତି। ରଥଯାତ୍ରା ଦିନ ରଥରେ ଠାକୁର ଦର୍ଶନ ଦେଇଥିଲେ। ଏହାପରେ ବୁଧବାରଦିନ ତିନି ରଥକୁ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖକୁ ଅଣାଯିବା ପରେ ସେଠାରେ ଦର୍ଶନ ଦେଇଥିଲେ। ଏହାପରେ ତିନିଠାକୁର ବର୍ତ୍ତମାନ ଅଡପମଣ୍ଡପରେ ବିଜେ କରିଛନ୍ତି। ଆଜି ମଧ୍ୟ ଆଡପ ଅଭଡା ବାହାରିବ। ଏହି ଅଭଡା ଖାଇବାକୁ ଏବଂ ଆଡପ ଦର୍ଶନ କରିବାକୁ ଭକ୍ତମାନେ ଅପେକ୍ଷା କରି ରହିଥାନ୍ତି। ବିଶ୍ବାସ ରହିଛି ଯେ, ଥରେ ଆଡପ ମଣ୍ଡପରେ ଶ୍ରୀଜିୟୁଙ୍କୁ ଦର୍ଶନ କଲେ ସମସ୍ତ ପାପ ନାଶନ ହୋଇଥାଏ। ସେଥପାଇଁ ଭକ୍ତଙ୍କର ଭିଡ ପରିଲକ୍ଷିତ ହୋଇଥାଏ।

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ଜିଲ୍ଲାପାଳ ସ୍ତରରେ ଏକ ଛୋଟ ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଗଜପତି ଜିଲ୍ଲାପାଳ ଭାବେ ସ୍ମୃତିରଂଜନ ପ୍ରଧାନଙ୍କୁ ନିଯୁକ୍ତି ମିଳିଛି। ସେ ବର୍ତ୍ତମାନ ମତ୍ସ୍ୟ ବିଭାଗର ନିର୍ଦ୍ଦେଶକ ଅଛନ୍ତି। ସେହିପରି ଗଜପତି ଜିଲ୍ଲାପାଳ ଥିବା ଲିଙ୍ଗରାଜ ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କୁ ସମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ କରାଯାଇଛି। ଏ ନେଇ ଆଜି ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

Read More

ଭୁବନେଶ୍ବର: ଆଜି ଅପରାହ୍ନରେ ଓଡିଶା ଛୁଇଁଛି ମୌସୁମା ବାୟୁ। ଏ ନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଭାଗ। ପୂର୍ବରୁ ଏ ନେଇ ସୂଚନା ଦିଆଯାଇଥିଲା। ବିଭାଗର ସୂଚନା ଅନୁସାରେ ଆଜି ରାଜ୍ୟକୁ ଅଗ୍ରସର ହେଲା ଦକ୍ଷିଣ ପଶ୍ଚିମ-ମୌସୁମୀ ବାୟୁ। ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ମାଲକାନଗିରି ଜିଲ୍ଲାର ଅଧିକାଂଶ ଅଞ୍ଚଳ, କୋରାପୁଟ, ଏବଂ ଗଜପତି ଜିଲ୍ଲାର କିଛି ଅଞ୍ଚଳ କୁ ଅଗ୍ରସର ହୋଇଛି। ଆଗାମୀ ଦୁଇଦିନ ମଧ୍ୟରେ ସାରା ଓଡିଶାକୁ ଅଗ୍ରସର ହେବା ପାଇଁ ପାଗ ସମ୍ପୂର୍ଣ୍ଣ ଅନୁକୂଳ ରହିଛି। ଏହାର ପ୍ରଭାବରେ ଆଜି ଦକ୍ଷିଣ ଓଡିଶା ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ହୋଇଛି। ଏପରିକି ଭୁବନେଶ୍ବରରେ ମଧ୍ୟ ପ୍ରବଳ ବର୍ଷା ଅନୁଭୂତ ହୋଇଛି। ଆଗାମୀ ୪ ରୁ ୫ ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକା ରୁ ମାଧ୍ୟମ ଧରଣର ବର୍ଷା ସହ କିଛି ଜିଲ୍ଲାରେ ପ୍ରବଳ ରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ମଧ୍ୟ…

Read More

ଭୁବନେଶ୍ବର: ଦୀର୍ଘଦିନ ଧରି ତତଲା କଡେଇରେ ଭାଜି ହେଉଥିବା ଭୁବନେଶ୍ବରବାସୀ ଆଜି ସେଥିରୁ ତ୍ରାହୀ ପାଇଛନ୍ତି। ଆଜି ବହୁଦିନ ପରେ ରାଜଧାନୀରେ ପ୍ରବଳ ବର୍ଷା ହୋଇଛି। ମୁଖ୍ୟତଃ ପୁରୁଣା ଭୁବନେଶ୍ବର, ଏୟାରପୋର୍ଟ ଅଞ୍ଚଳ, ଖଣ୍ଡଗିରି, ନୟାପଲ୍ଲୀ ଅଞ୍ଚଳରେ ବର୍ଷା ଏପରି ହୋଇଛି ଯେ, ରାସ୍ତାରେ ଆଣ୍ଠୁଏ ପାଣି। କିଛି ସମୟ ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିଲା। ନୟାପଲ୍ଲୀ ଅଞ୍ଚଳରେ ଗାଡିମୋଟର ପାଣିରେ ବୁଡି ରହିଥିବାର ପରିଲକ୍ଷିତ ହୋଇଥିଲା। ପାଣିପାଗ ବିଭାଗ ସୂଚନା ଅନୁସାରେ ଆଜି ଭୁବନେଶ୍ବରରେ ଦିନ ୨ଟା ୩୦ ସୁଦ୍ଧା ୯୦.୪ ମିମି ବର୍ଷା ରେକର୍ଡ କରାଯାଇଛି। ସେହିପରି ୧୧ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Read More

ଭୁବନେଶ୍ବର: ଆଜି ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ୍ ପ୍ରକାଶ ନଡ୍ଡା। ଆଜି ସେ ଅପରାହ୍ନ ୪ଟାରେ ଝାରସୁଗୁଡା ବିମାନ ବନ୍ଦରରେ ପହଂଚିବା ପରେ ଝାରସୁଗୁଡା ଜିଲ୍ଲା ବିଜେପି କାର୍ଯ୍ୟାଳୟକୁ ସିଧା ଗସ୍ତ କରି ବରଗଡ ଲୋକସଭା କ୍ଷେତ୍ରରେ ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଆଜି ସେ ବୁର୍ଲାସ୍ଥିତ ଏମସିଏଲ ଗେଷ୍ଟହାଉସଠାରେ ରାତ୍ରିଯାପନ କରିବେ। ୨୩ ତାରିଖ ଦିନ ଶ୍ରୀ ନଡ୍ଡା ବୁର୍ଲାରୁ ବାହାରି ସିଧା ଭବାନୀପାଟଣାଠାରେ ପହଂଚି ସେଠାରେ ଅଧିଷ୍ଟାତ୍ରୀ ଦେବୀ ମାଁ ମାଣିକେଶ୍ୱରୀଙ୍କୁ ଦର୍ଶନ କରିବେ। ଏହା ପରେ ସ୍ଥାନୀୟ ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମରେ ମୋଦି ସରକାରଙ୍କ ୯ ବର୍ଷ ପୂର୍ତ୍ତୀ ଅବସରରେ ଆୟୋଜିତ ମହାଜନସମ୍ପର୍କ ସମାବେଶରେ ଯୋଗ ଦେବେ। ଏହା ପରେ ସେ ସ୍ଥାନୀୟ ଅଂଚଳର ବିଶିଷ୍ଟ ବ୍ୟକ୍ତି ଏବଂ କଳାହାଣ୍ଡି ଲୋକସଭା କ୍ଷେତ୍ରର ପ୍ରମୁଖ କାର୍ଯ୍ୟକର୍ତାଙ୍କ ସହ ବୈଠକ ଓ ଆଲୋଚନା କରିବେ। ଅପରାହ୍ନରେ ଶ୍ରୀ ନଡ୍ଡା…

Read More

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ତାହାର ନୂଆ କର୍ମକର୍ତ୍ତାଙ୍କ ନାମ ଘୋଷଣା କରିଛି। ଏହା ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏହି ନୂଆ ଘୋଷଣା କରାଯାଇଛି। ସେହି ଅନୁସାରେ ଦଳ କେବଳ ବ୍ରହ୍ମପୁର ମହାନଗର ନିଗମର ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ଦେଇଛି। ନୂଆ ନିଯୁକ୍ତି ଅନୁସାରେ ବ୍ରହ୍ମପୁର ମହାନଗର ନିଗମର ସଭାପତି ଭାବେ ବିଜୟ ଚନ୍ଦ୍ର ସାମଲଙ୍କୁ ନିଯୁକ୍ତି ଦିଆଯାଇଛି। ଅନ୍ୟ ଯେଉଁମାନଙ୍କୁ ନିଯୁକ୍ତି ଦିଆଯାଇଛି ସେମାନେ ହେଲେ ଏଥିରେ 14 ଜଣ ଉପସଭାପତିଙ୍କୁ ନିଯୁକ୍ତି କରାଯାଇଥିବା ବେଳେ ଜଗନ୍ନାଥ ମିଶ୍ରଙ୍କୁ କୋଷାଧ୍ୟକ୍ଷ କରାଯାଇଛି। ସେହିପରି ଏହି ନୂଆ ନିଯୁକ୍ତିରେ 16 ଜଣ ସାଧାରଣ ସଂପାଦକ ଏବଂ 32 ଜଣ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି। ଏହି ନୂଆ ଘୋଷଣା ତୁରନ୍ତ କାର୍ଯ୍ୟକାରୀ କରାଯିବ ବୋଲି ବିଜ୍ଞପ୍ତିରେ କୁହାଯାଇଛି।

Read More

ପୁରୀ: ପବିତ୍ର ରଥଯାତ୍ରା ସମୟରେ ଭକ୍ତମାନେ ସେମାନଙ୍କ ଢଙ୍ଗରେ ପ୍ରଭୃଙ୍କୁ ସୁମରଣା କରିଥାନ୍ତି। କିଏ ଦୂରରୁ ଚାଲିଚାଲି ପୁରୀ ଆସିଥାଏ ତ କିଏ ବଡଦାଣ୍ଡରେ ନାଚନାଚି ଭକ୍ତି ପ୍ରଦର୍ଶନ କରିଥାଏ। ଠିକ୍ ସେହିପରି ପ୍ରଖ୍ୟାତ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ମଧ୍ୟ ନିଜ କଳା କୌଶଳରେ ପ୍ରଭୃଙ୍କୁ କରିଛନ୍ତି ଭକ୍ତି। ପ୍ରତିବର୍ଷ ରଥଯାତ୍ରା ବେଳେ ନିଜର ଭିନ୍ନ ବାଲୁକା କଳା କରି ପ୍ରଶଂସିତ ହୋଇଥାନ୍ତି ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ। କେତେବେଳେ ସେ ଶହଶହ ବାଲିର ରଥ ନିର୍ମାଣ କରିଥାନ୍ତି ତ କେତେବେଳେ ଦାସିଆ ବାଉରୀ ବାଲୁକାକଳା କରି ରେକର୍ଡ କରିଥାନ୍ତି। ସେହିପରି ଚଳିତ ବର୍ଷ ସୁଦର୍ଶନ ବାଲୁକା କଳାରେ ମିଶ୍ରଣ କରିଛନ୍ତି ନଡିଆ। ସୁଦର୍ଶନ ତାଙ୍କର ବାଲୁକା କଳାରେ ତିନୋଟି ବଡ ବାଲିର ନଡିଆ ନିର୍ମାଣ କରିଛନ୍ତି। ସେହି ଭିତରେ ସେ ତିନିଠାକୁରଙ୍କୁ ସ୍ଥାପନା କରିଛନ୍ତି। ତାଙ୍କର ମୁଣ୍ଡ ଉପରେ ତିନୋଟି ରଥ ମଧ୍ୟ ସେ ନିର୍ମାଣ କରିଛନ୍ତି। ତା ମଧ୍ୟ…

Read More

ପୁରୀ: ଆଜି ପବିତ୍ର ରଥଯାତ୍ରା ଉପଲକ୍ଷେ ଲକ୍ଷଲକ୍ଷ ଭକ୍ତଙ୍କର ଶ୍ରୀକ୍ଷେତ୍ର ପୁରୀ ସମାଗମ ହୋଇଥିଲା। ପ୍ରଭୃଙ୍କୁ ରଥ ଉପରେ ଦର୍ଶନ କରିବା ପାଇଁ ବହୁ ଦୂରଦୂରାନ୍ତରୁ ଭକ୍ତମାନେ ପୁରୀକୁ ଛୁଟି ଆସିଥିଲେଷ ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ତିନିଠାକୁରଙ୍କୁ ଦର୍ଶନ କରିବା ପାଇଁ ପୁରୀ ଯାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସେଠାରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିଲା। ମୁଖ୍ୟମନ୍ତ୍ରୀ ଦୂରରେ ରହି ଜଗନ୍ନାଥ ଦର୍ଶନ କରିଥିଲେ। ସେହିପରେ ସେ ନନ୍ଦିଘୋଷ ରଥର ଦଉଡି ସ୍ପର୍ଶ କରିବା ସହିତ ସେଠାରେ ମୁଣ୍ଡିଆ ମାରିଥିଲେ। ସାଥୀରେ ଥିଲେ 5ଟି ସଚିବ ଭି କେ ପାଣ୍ଡିଆନ। ସେଠାରେ ମୁଖ୍ୟମନ୍ତ୍ରୀ ଓଡିଶା ରିଭ୍ୟୁ ଏବଂ ଉତ୍କଳ ପ୍ରସଂଗର ରଥଯାତ୍ରା ବିଶେଷାଙ୍କ ଲୋକାର୍ପଣ କରିଥିଲେ।

Read More

ପୁରୀ: ଅଧାରେ ଅଟକିଲା ପ୍ରଭୃ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ରଥ। ସେହିପରି ମା ସୁଭଦ୍ରାଙ୍କ ରଥ ମଧ୍ୟ ଅଧାରେ ଅଟକିଛି। କେବଳ ବଡ ଭାଇ ବଳଭଦ୍ରଙ୍କ ରଥ ତାଳଧ୍ବଜ ରଥ ଶରଧାବାଲିରେ ପହଞ୍ଚି ସାରିଛି। ସଂଧ୍ୟା ହେବାରୁ ଆଉ ରଥ ଟଣା ହୋଇପାରିଲା ନାହିଁ। ପୁଣି ଆସନ୍ତାକାଲି ବୁଧବାରରେ ଦୁଇ ରଥକୁ ଟାଣି ଟାଣି ନିଆଯିବ। ଆଜି ଅପରାହ୍ନରେ ରଥର ସମସ୍ତ ନୀତିକାନ୍ତି ଶେଷ ହେବା ପରେ ରଥଟଣା ଆରମ୍ଭ ହୋଇଥିଲା। ପ୍ରଥମେ ତାଳଧ୍ବଜ ରଥକୁ ଭକ୍ତମାନେ ୩ଟା ୪ ମିନିଟରେ ହରିବୋଲ ହୁଳହୁଳି ଦେଇ ଟାଣିଟାଣି ନେଇଯାଇ ଥିଲେ। ଖରା ହେବା ସତ୍ବେ ଭକ୍ତମାନେ ଆନନ୍ଦରେ ରଥ ଟାଣିଟାଣି ନେଇ ଯାଇଥିଲେ। ତାଳଧ୍ବଜ ରଥ ଗୁଣ୍ଡିଚା ମନ୍ଦିରର ଶରଧାବାଲିରେ ପହଞ୍ଚିପାରିଥିଲା। ସେହିପରି ତାଳଧ୍ବଜ ପରେ ମା ସୁଭଦ୍ରାଙ୍କ ଦେବଦଳନ ରଥ ୩ଟା ୫୫ରେ ଗଡିବା ଆରମ୍ଭ କରିଥିଲା। ମା ସୁଭଦ୍ରାଙ୍କ ରଥ ଟାଣି ନେବାରେ ଭକ୍ତଙ୍କ ମଧ୍ୟରେ ବେଶ ଆଗ୍ରହ…

Read More

ପୁରୀ: ବଡଦାଣ୍ଡରେ ଜନ ସମୁଦ୍ର ଭିତରେ ଘରଘର ନାଦରେ ଗଡିଚାଲିଛି ରଥ। ଆଗରେ ବଡଭାଇ ବଳଭଦ୍ର, ତାପରେ ଭଉଣୀ ଶୁଭଦ୍ରା ରଥ ଗୁଣ୍ଡିଚା ମନ୍ଦିର ଆଡକୁ ଗଡିଚାଲିଛି। ଆଉ କିଛି ସମୟ ପରେ ନନ୍ଦିଘୋଷ ରଥ ଟଣାଯିବ। ଆଜି ନିର୍ଦ୍ଧାରିତ ସମୟରେ ତିନି ରଥର ଛେରା ପହଁରା କାର୍ଯ୍ୟ କରାଯାଇଥିଲା। ଗଜପତି ଦିବ୍ୟସିଂହ ଦେବ ଏହି ଛେରା ପହଁରା କରିଥିଲେ। ତାହା ସଂପର୍ଣ୍ଣ ହେବା ପରେ ଚାରମାଳ ଫିଟାଯାଇ ରଥ ଦଉଡି ସଂଯୋଗ କରାଯାଇଥିଲା। ଏହାପରେ ବଡଭାଇଙ୍କ ରଥକୁ ଭକ୍ତମାନେ ଟାଣିବା ଆରମ୍ଭ କରିଥିଲେ।

Read More

ଭୁବନେଶ୍ବର: ବାହାନଗାରେ ଘଟିଯାଇଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାରେ ସିବିଆଇ ବଡ ପଦକ୍ଷେପ ଗ୍ରହଣ କରିଛି। ସିବିଆଇ ଗତକାଲି ରାତିରେ ବାଲେଶ୍ବରରେ ଥିବା କନିଷ୍ଠ ସିଗନାଲ ଇଂଜିନିୟରଙ୍କ ଘର ସିଲ କରିଛି। ସେହି ଘରେ କନିଷ୍ଠ ସିଗିନାଲ ଇଂଜିନିୟର ଏବଂ ତାଙ୍କ ପରିବାର ବାସ କରୁଥିଲେ। ପୂର୍ବରୁ ସିବିଆଇ ତଦନ୍ତ ସମୟରେ ତାଙ୍କୁ ମଧ୍ୟ ପଚରାଉଚୁରା କରାଯାଇଥିଲା। ହେଲେ ଗତ କିଛି ଦିନ ଧରି ସେ ତାଙ୍କ ପରିବାର ସହିତ କେଉଁଆଡେ ଚାଲିଯାଇଛନ୍ତି। ପରବର୍ତ୍ତି ତଦନ୍ତ ପାଇଁ ତାଙ୍କୁ ଖୋଜାପଡିବା ପରେ ସେ ମିଳି ନ ଥିଲେ। ଏହାପରେ ସିବିଆଇ ତାଙ୍କ ଭଡାଘରକୁ ସିଲ କରିଛି।

Read More