Author: thesamikhsya

Rath Yatra: ପାଖେଇଲାଣି ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା। ଏହି ପବିତ୍ର ରଥଯାତ୍ରା ଆସନ୍ତା ମଙ୍ଗଳବାରରେ ଅନୁଷ୍ଠିତ ହେବ। ସେଥିପାଇଁ ରଥ କାମ ଦ୍ରୁତଗତିରେ ଚାଲିଛି। ରଥଖଳାରେ ମହାରଣାମାନେ ଏହି କାମରେ ଲାଗିଛନ୍ତି। ଶ୍ରୀମନ୍ଦିର ପ୍ରଶାସନ ମଧ୍ୟ ରଥ କାମ ତଦାରଖ କରିବାରେ ଲାଗିଛନ୍ତି। ରଥଖଳାରେ ଗତକାଲି ତିନିରଥର ବେଦି ନିର୍ମାଣ ଆରମ୍ଭ ହୋଇଛି। ଏହା ସହ ଚାରି ପାର୍ଶ୍ୱରେ ପଟା ବାଡ଼ିଆ କାର୍ଯ୍ୟ ସହ ତିନିରଥର ଆଗଆଣି, ପଛଆଣି ଢମକ ମଝିରେ ପାଞ୍ଚୋଟି ଲେଖାଁଏ ‘ଜଗତପୃଷ୍ଠ ଶେଣୀ’ ପକା ଯାଇଅଛି। ତିନିରଥର ଅସୁଆରୀରେ ସିଂହ ବିରାଳ, ଗଜ ବିରାଳ, ନର ବିରାଳ ରୂପ ଖୋଦେଇ ଜାରି ରହିଛି। ତିନିରଥର ବତା କନାରେ ଲେସ ଫିଟିଙ୍ଗ ସହ ଦୁଆର ବେଢ଼ା କନାରେ ଚାନ୍ଦୀ ଫୁଲ, ଲେସ ସିଲେଇ କାର୍ଯ୍ୟ ଜାରି ରହିଛି।

Read More

ଭୁବନେଶ୍ବର: ଓଡିଶାରେ ବାରମ୍ବାର ବିଜୁଳି ବିଭ୍ରାଟକୁ ଜନ ଅସନ୍ତୋଷ ବଢିବା ପରେ ଏବେ ଟାଟା ପାୱାର କଂପାନୀ ପଦକ୍ଷେପ ଗ୍ରହଣ କରିଛି। ମରାମତି ପାଇଁ କଂପାନୀ ନିୟୋଜିତ କରିଛି ୭ହଜାର ୭୦୦ କର୍ମଚାରୀ। ଯେଉଁଠାରେ ମରାମତିର ଆବଶ୍ୟକ ଅଛି ସେଠାରେ ଯୁଦ୍ଧକାଳିନ ଭିତ୍ତିରେ ଏହି କର୍ମଚାରୀ ନିୟୋଜିତ ହେବେ। ରାଜ୍ୟରେ ବାରମ୍ବାର ବିଜୁଳି ବିଭ୍ରାଟ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଥିଲେ। ଏପରିକି ଖୋଦ ମୁଖ୍ୟ ଶାସନ ସଚିବ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଯାହାକୁ ନେଇ ସାମାଜିକ ଗଣମାଧ୍ୟମରେ ବେଶ ସମାଲୋଚନା କରାଯାଇଥିଲା। କଂପାନୀର ଧିର କାମ ଦେଖି ମୁଖ୍ୟ ଶାସନ ବୈଠକ ଡାକି ତାଗିଦ କରିଛନ୍ତି। ଏହାପରେ ବର୍ତ୍ତମାନ କଂପାନୀ ପଦକ୍ଷେପ ଗ୍ରହଣ କରିଛି।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ଜରିଆରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଠାରେ ଆୟୁବ ଖାଁ ମଲଟି ସ୍ପେସାଲିଟ ହସ୍ପିଟାଲ୍ ଉଦଘାଟନ କରିଛନ୍ତି। ଏହା ଦ୍ୱାରା ବଲାଙ୍ଗୀର ଜିଲ୍ଲା ବିଶେଷ କରି କଣ୍ଟାବାଞ୍ଜି ଓ ଟିଟିଲାଗଡ ଅଞ୍ଚଳର ଲୋକମାନେ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପାଇ ପାରିବେ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ବିଶିଷ୍ଟ ଜନନେତା ତଥା ସମାଜସେବୀ ଆୟୁବ ଖାଁ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମୋ ସରକାରର ନୀତି ହେଉଛି ପ୍ରତ୍ୟେକ ଜୀବନ ମୂଲ୍ୟବାନ। ଏଥି ଆଦର୍ଶରେ ଆମେ କାମ କରୁଛୁ ଏବଂ ସମାଜର ସବୁଠାରୁ ଗରିବ ଲୋକକୁ ଉତ୍ତମ ଚିକିତ୍ସା ଯୋଗାଇ ଦେବା ପାଇଁ କାମ କରୁଛୁ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗତ ଦଶ ବର୍ଷ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବ କ୍ଷେତ୍ରରେ ରୂପାନ୍ତର ଆସିଛି । ନୂଆ ନୂଆ ମେଡିକାଲ କଲେଜ ସ୍ଥାପନ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା…

Read More

ଭୁବନେଶ୍ବର: ରଜ ହେଉଛି ଓଡିଶାର ଏକ ଗଣପର୍ବ। ଏହି ପର୍ବ ସମୟରେ ଗାଁଗଣ୍ଡା ଉଛୁଳି ପଡେ। ବିଶେଷ କରି ଝିଅମାନଙ୍କର ଏହି ପର୍ବ ବେଶ ଆନନ୍ଦ ଦାୟକ। ତେବେ ଏହି ରଜରେ ଏକ ବହୁଳ ବ୍ୟବହାର ଜିନିଷ ହେଉଛି ପାନ। ସାଧାରଣତଃ ଅନେକ ଲୋକ ପାନ ଦୈନିକ ବ୍ୟବହାର କରିଥାନ୍ତି। ହେଲେ ରଜରେ ପ୍ରାୟ ସମସ୍ତେ ପାନ ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷ କରି ଝିଅମାନେ ରଜ ତିନିଦିନ ପାନଖାଇ ପାଟି ଲାଲ କରି ଗାଁ ଦାଣ୍ଡରେ ବୁଲିଥାନ୍ତି। ପାନ ଓଡିଆ ସଂସ୍କୃତିରେ କାହିଁ କେଉଁ କାଳରୁ ରହିଆସିଛି। ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଇଷ୍ଟ ଦେବାତା ଜଗନ୍ନାଥ ପ୍ରତିଦିନ ଭୋଜନ ପରେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ…

Read More

ଭୁବନେଶ୍ବର: ଆଜି ରାଜ୍ୟର ତାପମାତ୍ରା ୪୬ ଡିଗ୍ରୀ ଟପିଲା। ଯାହା ଏକ ରେକର୍ଡ ବୋଲି କହିବାକୁ ପଡିବ। କାରଣ ଏପରି ତାପମାତ୍ରା ପୂର୍ବର କେବେ ହୋଇ ନ ଥିଲା। ଆଜି ସମ୍ବଲପୁରର ତାପମାତ୍ରା ୪୬.୧ ଡିଗ୍ରୀ ରେକର୍ଡ କରାଯାଇଛି। କେବଳ ସମ୍ବଲପୁର ନୁହେଁ ପଶ୍ଚିମ ଓଡିଶା ପୁରା ଜଳୁଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ।ସେହିପରି ଆଜି ଭୁବନେଶ୍ବରରେ ମଧ୍ୟ ନାହିଁ ନ ଥିବା ତାପମାତ୍ର ଅନୁଭୂତ ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୪.୩ ଡ଼ିଗ୍ରୀ ରେକର୍ଡ କରାଯାଇଛି।

Read More

ଭଦ୍ରକ: ମୁଖ୍ୟମନ୍ତ୍ରୀ ଶ୍ରୀୟୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଭଦ୍ରକ ଗସ୍ତରେ ଥିବା ୫-ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ ଚାନ୍ଦବାଲି, ବାସୁଦେବପୁର, ଧାମନଗର, ଭଣ୍ଡାରିପୋଖରୀ ଅନ୍ତର୍ଗତ ବିଭିନ୍ନ ସ୍ଥାନ ଗସ୍ତ କରି ବିକାଶମୂଳକ କାର‌୍ୟ୍ୟର ଅଗ୍ରଗତି ଦେଖିବା ସହ ବହୁ ପ୍ରକଳ୍ପର ସମୀକ୍ଷା କରିଛନ୍ତି। ଆଜି ପ୍ରଥମେ ଚାନ୍ଦବାଲି ବ୍ଲକ କୁ ଗସ୍ତକରି ବାଁଶଡାଠାରେ ମନ୍ତେଇ ନଦୀ ଉପରେ ନବ ନିର୍ମିତ ମନ୍ତେଇ ପୋଲ ପରିଦର୍ଶନ କରିବା ସହିତ ନିର୍ମାଣାଧିନ ସଂଯୋଗୀକରଣ ରାସ୍ତା କାମ ଶୀଘ୍ର ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ପ୍ରଦାନ କରିଥିଲେ। ଚାନ୍ଦବାଲିରେ ନୂତନଭାବେ ଉଦ୍ଘାଟିତ ହୋଇଥିବା ମିଶନ କାଫେ ପରିଦର୍ଶନ କରି ଶ୍ରୀ ପାଣ୍ଡିଆନ ଏହା ରାଜ୍ୟର ସର୍ବଶ୍ରେଷ୍ଠ ମିଶନ ଶକ୍ତି କାଫେ ବୋଲି ପ୍ରକାଶ କରିଥିଲେ। ଜନସାଧାରଣ ଓ ବିଭିନ୍ନ ସଂଗଠନ ର ଦାବି, ଅଭିଯୋଗ, ସମସ୍ୟା ଶୁଣିବା ଓ ଆଲୋଚନାପାଇଁ କାଳୀ ପଡିଆରେ ପହଞ୍ଚି ଶ୍ରୀ ପାଣ୍ଡିଆନ ନିର୍ମାଣାଧୀନ ସମସ୍ତ ପ୍ରକଳ୍ପ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡ଼ିଶା ମୋଟରଯାନ ଡ୍ରାଇଭର ଓ କର୍ମଚାରୀ କଲ୍ୟାଣ ଯୋଜନା-୨୦୨୩ର ଅନୁମୋଦନ ଏବଂ କଲ୍ୟାଣ ବୋର୍ଡ ଗଠନକୁ ସ୍ୱୀକୃତି ପ୍ରଦାନ କରିବା ପରେ ରାଜ୍ୟ ଜଳସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଆଜି ସନ୍ଧ୍ୟାରେ ସୂଚନା ଓ ଲୋକସଂପର୍କ ବିଭାଗ ସମ୍ମିଳନୀ କକ୍ଷରେ ଯୋଜନାକୁ ଶୁଭାରମ୍ଭ କରି ମନ୍ତ୍ରୀ ଶ୍ରୀମତୀ ସାହୁ ଗଣମାଧ୍ୟମ ପ୍ରତିନିଧି ଏବଂ ମୋଟରଯାନ ଚାଳକ ସଂଘର କର୍ମକର୍ତ୍ତାମାନଙ୍କୁ ଉଦ୍‌ବୋଧନ ଦେଇ କହିଲେ ଯେ ମୋଟରଯାନ ଡ୍ରାଇଭର ଏବଂ ଅନ୍ୟାନ୍ୟ ମୋଟରଯାନ କର୍ମଚାରୀମାନଙ୍କ ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଏହି କଲ୍ୟାଣ ଯୋଜନା କାର୍ଯ୍ୟକାରୀ କରାଯାଇଛି। ଏହି ଯୋଜନା କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବୋର୍ଡକୁ ପ୍ରାରମ୍ଭିକ ଭାବେ ଅନୁଦାନ ପ୍ରଦାନ କରାଯିବ । ପରବର୍ତ୍ତୀ ସମୟରେ ବୋର୍ଡ ପଞ୍ଜୀକରଣ ଶୁÂ, ଯାନ ମାଲିକଙ୍କ…

Read More

ଭୁବନେଶ୍ବର: ଆଜି ଉଚ୍ଚ ଶିକ୍ଷା ବିଭାଗରେ ନୂଆ ମନ୍ତ୍ରୀ ଓ ନୂଆ ସଚିବ ଯୋଗ ଦେଇଛନ୍ତି। ସେମାନେ ହେଲେ ନୂଆ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ସଚିବ ଅରବିନ୍ଦ ଅଗ୍ରୱାଲ।ଅତନୁଙ୍କୁ ଉଚ୍ଚ ଶିକ୍ଷା ବିଭାଗ ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ସେ ବର୍ତ୍ତମାନ ଖାଦ୍ୟ ଓ ଯୋଗାଣ ସହିତ ସମବାୟ ମନ୍ତ୍ରୀ ଅଛନ୍ତି। ପଢନ୍ତୁ- ନବୀନଙ୍କ ସର୍ଜିକାଲ ଷ୍ଟ୍ରାଇକ, ହଟିଲେ ମନ୍ତ୍ରୀ ଓ ସଚିବ ନିକଟରେ ନବୀନ ହଠାତ ରୋହିତ ପୂଜାରୀଙ୍କୁ ଉଚ୍ଚ ଶିକ୍ଷା ମନ୍ତ୍ରୀ ପଦରୁ ବହିସ୍କାର କରିଦେଲେ। ଏ ନେଇ ପୂର୍ବରୁ କୌଣସି ସୂଚନା ନ ଥିଲେ ମଧ୍ୟ ତାଙ୍କୁ ବହିସ୍କାର କରିବା ନେଇ ରାଜ୍ୟପାଳଙ୍କୁ ଚିଠି କଲେ। ପରେ ସେହି ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ବଦଳି କରିଦେଲେ। ଯାହାକୁ ନେଇ ରାଜ୍ୟ ରାଜନୀତିରେ ବେଶ ଚର୍ଚ୍ଚା ଚାଲିଛି।

Read More

ଭୁବନେଶ୍ବର: ଆଜି ସକାଳୁ ସକାଳୁ ରାଜ୍ୟର କେତେକ ସହର ତାପମାତ୍ରା ବୃଦ୍ଧି ପାଇବାରେ ଲାଗିଥିଲା। ତେବେ ଏହି ତାପମାତ୍ରା ଧିରେଧିରେ ବୃଦ୍ଧି ପାଇଁ ମଧ୍ୟାହ୍ନରେ ତାହା ୪୨ ଡ଼ିଗ୍ରୀ ପଖାପାଖି ପହଞ୍ଚି ସାରିଛି। ଆଜି ଭୁବନେଶ୍ବରରେ ମଧ୍ୟ ତାପମାତ୍ରା ବେଶ ବୃଦ୍ଧି ପାଇଛି। ଆଜି ଦିନ ୧୧ ଟା ୩୦ ସୁଦ୍ଧା ଭୁବନେଶ୍ବର ପାଣିପାଗ ବିଭାଗ ତରଫରୁ ରେକର୍ଡ ତାପମାତ୍ରା ହେଲା ସମ୍ବଲପୁର: ୪୨ ଡ଼ିଗ୍ରୀ ଝାରସୁଗୁଡା: ୪୧.୮ ଡ଼ିଗ୍ରୀ ଭୁବନେଶ୍ୱର: ୪୧.୬ ଡ଼ିଗ୍ରୀ ହୀରାକୁଦ : ୪୧.୨ ଡ଼ିଗ୍ରୀ କେନ୍ଦୁଝର: ୩୮.୪ ଡ଼ିଗ୍ରୀ ବାଲେଶ୍ୱର: ୩୭ ଡ଼ିଗ୍ରୀ ଚାନ୍ଦବାଲି: ୩୭ ଡ଼ିଗ୍ରୀ ପୁରୀ: ୩୬.୨ ଡ଼ିଗ୍ରୀ ପାରାଦୀପ: ୩୪.୪ ଡ଼ିଗ୍ରୀ ଗୋପାଳପୁର:୩୪ ଡ଼ିଗ୍ରୀ

Read More

ଭୁବନେଶ୍ବର: ପାଣିପାଗ ବିଭାଗ ପୁଣି ଏକ ତାଜା ସୂଚନା ଦେଇଛି। ଏଥିରେ କୁହାଯାଇଛି ଯେ, ଆଗାମୀ ୫ଦିନ ଯାଏଁ ରାଜ୍ୟରେ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଅର୍ଥାତ ଯେପରି ଗ୍ରୀଷ୍ଣ ପ୍ରବାହ ଜାରୀ ରହିଛି ତାହା ସେହିପରି ଲାଗିରହିବ। ଫଳରେ ଏହାର ପ୍ରଭାବରେ ଉପକୂଳ ଓଡିଶାରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ଏହି ୫ଦିନ ଯାଏଁ ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି।

Read More

ଭୁବନେଶ୍ବର: ଲଗାତର ରାଜ୍ୟରେ ତାପମାତ୍ର ବୃଦ୍ଧି ସହିତ ଅସହ୍ୟ ଗୁଳୁଗୁଳିରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଲେଣି। ସକାଳୁ ସକାଳୁ ମଧ୍ୟ ଘରୁ ବାହାରିବା ଆସମ୍ଭବ ହୋଇପଡିଛି। ଦିନ ଦଶଟା ବେଳକୁ ରାସ୍ତାଘାଟ ଶୂନଶାନ ହୋଇପଡିଛି।  ତେବେ ଏହିପରି ପାଗ ଆହୁରି ଲାଗି ରହିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ବିଭାଗ ଅନୁସାରେ ଆଗାମୀ ୨ ଦିନ ଯାଏଁ ରାଜ୍ୟରେ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ।  ଆଗାମୀ ୨ ଦିନ ଯାଏଁ ଉପକୂଳରେ ଗୁଳୁଗୁଳି ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିବ। ରାଜ୍ୟର କିଛି ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତୁଳନାରେ ୪ ରୁ ୬ ଡ଼ିଗ୍ରୀ ଅଧିକ ରହିବା ସମ୍ଭାବନା ବୋଲି କୁହାଯାଇଛି।

Read More

ଭୁବନେଶ୍ବର: ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର‌୍ୟ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏ ପ୍ରସିଦ୍ଧି ଲୋକଗୀତ ଭାବେ ବେଶ ମାନ୍ୟତା ହାସଲ କରିଆସିଛି। ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର‌୍ୟ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା ସହିତ…

Read More

ପୁରୀ: ଶ୍ରୀ ଅଲାରନାଥଙ୍କ କ୍ଷୀରିଭୋଗ ସମ୍ପର୍କରେ ଏକ ସୁନ୍ଦର କିମ୍ବଦନ୍ତୀ ପ୍ରଚଳିତ। ଏକଦା ସେବା କାର୍ଯ୍ୟରେ ନିୟୋଜିତ ଅଲାରନାଥଙ୍କ ପୂଜକ ଶ୍ରୀକେତନ ପଣ୍ଡା କାର୍ଯ୍ୟବଶତଃ ଅନ୍ୟ ଗ୍ରାମକୁ କେତେଦିନ ପାଇଁ ଚାଲିଯାଇଥିଲେ। ଯିବା ପୂର୍ବରୁ ସେ ତାଙ୍କର ନାବାଳକ ପୁତ୍ର ମଧୁସୂଦନକୁ ଠାକୁରଙ୍କ ନିକଟରେ କ୍ଷୀରିଭୋଗ କରିବା ପାଇଁ କହି ଯାଇଥିଲେ। ଅଜ୍ଞାନ ବାଳକ ପୂଜା ପଦ୍ଧତି ସମ୍ୱନ୍ଧରେ ସମ୍ପୂର୍ଣ୍ଣ ଅଜ୍ଞ ଥିଲେ ସୁଦ୍ଧା କ୍ଷୀରି ହାଣ୍ଡି ଧରି ଠାକୁରଙ୍କ ପାଖରେ ପହଞ୍ଚି ତାର ଚପଳ ବୁଦ୍ଧି ଓ ଭକ୍ତି ସହକାରେ ଆଖି ବନ୍ଦ କରି ଠାକୁରଙ୍କୁ ଆବାହନ କରିବା ପରେ ଦେଖିଲା ହାଣ୍ଡିରେ କିଛି କ୍ଷୀରି ନାହିଁ। ଘରକୁ ଖାଲି ହାଣ୍ଡି ଧରି ଫେରି ତା’ମା ଆଗରେ ସମସ୍ତ ଘଟଣା କହିଲେ ସୁଦ୍ଧା ମା’ର ବିଶ୍ୱାସ ହେଲା ନାହିଁ। ବିଲେଇ କ୍ଷୀରି ବୋଧହୁଏ ଖାଇ ଦେଇଥିବ କିମ୍ବା ଅନ୍ୟ କୌଣସି ଅଘଟଣ ଘଟିଥିବ, ଏହି ଆଶଙ୍କାରେ ପୁତ୍ରର ମା’ ରାତ୍ରି ସାରା…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆସନ୍ତା ଅକ୍ଟୋବର ୩୧ ତାରିଖରେ ସରକାରୀ ଉଚ୍ଚ ବିଦ୍ୟାଳୟ ବାଲୁଗାଁ ୭୫ ବର୍ଷ ପୂର୍ତ୍ତି ଅବସରରେ ହୀରକ ଜୟନ୍ତୀ ଉତ୍ସବ ପାଳନ କରିବାକୁ ଯାଉଛି।ଉକ୍ତ ଉତ୍ସବକୁ ସରସ ସୁନ୍ଦର ଏବଂ ସଫଳ ରୂପାୟନ ଦେବାପାଇଁ ରବିବାର ପୂର୍ବାହ୍ନରେ ପୁରାତନ ଛାତ୍ର ମାନଙ୍କ ଗହଣରେ ଦ୍ୱିତୀୟ ପ୍ରସ୍ତୁତି ବୈଠକ ବିଦ୍ୟାଳୟ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଛାତ୍ର ବିଜୟ କୁମାର ନାୟକଙ୍କ ସଭାପତିତ୍ୱରେ ବିଦ୍ୟାଳୟର ବହୁ ପୁରାତନ ଛାତ୍ର ଯୋଗଦେଇ ଉକ୍ତ ସମାରୋହକୁ ସଫଳ ନିମନ୍ତେ ନିଜ ନିଜର ସୁଚିନ୍ତିତ ମତାମତ ରଖିଥିଲେ।ଏହି ଉତ୍ସବକୁ ତ୍ୱରାନ୍ୱିତ କରିବା ଦିଗରେ ଏକ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି।ସଭାପତି ଭାବେ ବିଜୟ କୁମାର ନାୟକ,ଉପ ସଭାପତି ରଞ୍ଜିତ ବଡଜେନା,ଅମୂଲ୍ୟ କୁମାର ମହାପାତ୍ର, ସମ୍ପାଦକ ମୁରଲୀଧର ସାମନ୍ତସିଂହାର,ସହ ସମ୍ପାଦକ ଅଭିମନ୍ୟୁ ସ୍ୱାଇଁ, କୋଷାଧ୍ୟକ୍ଷ ପ୍ରମୋଦ ମହାପାତ୍ର, ଦିଲ୍ଲୀପ କୁମାର ନାୟକ,ଉପଦେଷ୍ଟା ଆଶୁତୋଷ ସାମନ୍ତସିଂହାର,ସୁଦାମ ରାଉତଙ୍କ ସମେତ ୧୫ ଜଣିଆ କମିଟି ମେମ୍ବର…

Read More

ଭୁବନେଶ୍ବର: ରବିବାର ଦିନ ରେଭେ‌ନ୍‌ସା ମହାବିଦ୍ୟାଳୟ, ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ୧୯୯୪ ବ୍ୟାଚ୍‌ର ଏକ ବନ୍ଧୁମିଳନ ଭୁବନେଶ୍ବରସ୍ଥ ଜୟଦେବ ବାଟିକାଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ତତ୍କାଳୀନ ପ୍ରଫେସର୍ ଡ. ବାବାଜୀ ଚରଣ ପଟ୍ଟନାୟକ ଓ ପ୍ରଫେସର ଡ. ପ୍ରଦୀପ କୁମାର ପଣ୍ଡା ଯୋଗଦାନ କରି ସମସ୍ତଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିବା ସହିତ ନିଜ ନିଜର ଉତ୍ତର ପିଢିଙ୍କୁ ଜଣେ ଜଣେ ଉତ୍ତମ ନାଗରିକ କରି ଗଢି ତୋଳିବା ପାଇଁ ପ୍ରବର୍ତ୍ତାଇଥିଲେ। ମହାବିଦ୍ୟାଳୟର ତତ୍କାଳୀନ ଦୁଇ ଦିବଂଗତ ପ୍ରଫେସର୍ ଡ. ରତ୍ନାକର ଚଇନି ଓ ଡ. ସୁଚିତ୍ରା ମହାପାତ୍ରଙ୍କ ସ୍ମୃତିଚାରଣପୂର୍ବକ ଗୁରୁମାନଙ୍କ ନିର୍ଦ୍ଦେଶିତ ମାର୍ଗରେ ନିଜକୁ ବ୍ରତୀ କରାଇବା ନିମନ୍ତେ ସଂକଳ୍ପ କରିଥିଲେ। ଏହା ସହିତ ଓଡ଼ିଆ ଭାଷା ଓ ସାହିତ୍ୟର ଉନ୍ନତି କଳ୍ପେ ସମ୍ମିଳିତ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ଅଗ୍ରସର ହେବା ସହିତ ବନ୍ଧୁତ୍ବକୁ ବଜାୟ ରଖିବା ପାଇଁ ପ୍ରତିବର୍ଷ ଅନ୍ତତଃ ଥରେ ଏହି…

Read More

ରାୟପୁର: ଛତିଶଗଡ଼ ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ୪ ଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ଛତିଶଗଡ଼ ରାଜଭବନରୁ ପ୍ରକାଶିତ ଏକ ପ୍ରେସବିବୃତିରୁ ଜଣାପଡ଼ିଛି । ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଛତିଶଗଡ଼ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଲା ପରେ ଏହା ହେଉଛି ତାଙ୍କର ପ୍ରଥମ ଓଡ଼ିଶା ଗସ୍ତ। ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଓଡ଼ିଶା ଗସ୍ତର ପ୍ରଥମ ଦିନ ୧୪ ତାରିଖ ପୂର୍ବାହ୍ନରେ ରାୟପୁର ବିମାନବନ୍ଦରୁ ବାହାରି ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ଅବତରଣ କରିବେ। ସେଠାରୁ ନିଜସ୍ୱ ବାସଭବନକୁ ଯିବେ ଏବଂ ସଂଧ୍ୟାରେ କଟକ ଏସ.ସି.ବି. ମେଡିକାଲ କଲେଜ ଅଭିମୁଖେ ଯାତ୍ରା କରିବେ। ବାଲେଶ୍ୱର ରେଳ ଦୁର୍ଘଟଣାରେ ସେଠାରେ ଚିକିତ୍ସିତ ହେଉଥିବା ପିଡ଼ିତ ବ୍ୟକ୍ତିମାନଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଡାକ୍ତରଙ୍କ ଠାରୁ ପଚାରି ବୁଝିବେ। ୧୫ ତାରିଖ ପୂର୍ବାହ୍ନରେ ରାଜ୍ୟପାଳ ମହାପ୍ରଭୂ ଶ୍ରୀ ଲିଙ୍ଗରାଜଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଉକ୍ତଦିନ…

Read More

ଭୁବନେଶ୍ୱର: ଅସହ୍ୟ ଗରମ ଓ ଗୁଳୁଗୁଳି ରାଜ୍ୟବାସୀଙ୍କୁ ଯେତେ କଷ୍ଟ ଦେଇନାହିଁ, ତାହଠୁ ଅଧିକ ନିର୍ଯ୍ୟାତନା ଦେଉଛି ଅଘୋଷିତ ବିଜୁଳି କାଟ୍। ଗ୍ରାମାଂଚଳଠାରୁ ଆରମ୍ଭ କରି ସହରାଂଚଳ ପର୍ଯ୍ୟନ୍ତ ଅଘୋଷିତ ବିଜୁଳି କାଟ୍ କାୟା ବିସ୍ତାର କରିସାରିଛି। ଏଭଳି ସମୟରେ ରାଜ୍ୟ ଶକ୍ତି ବିଭାଗ ମନ୍ତ୍ରୀ ପ୍ରତାପ ଦେବଙ୍କ ଅଯୌକ୍ତିକ ବକ୍ତବ୍ୟ ଓ ଆଚରଣ ସମସ୍ତଙ୍କୁ ଆଚମ୍ବିତ କରିଛି ବୋଲି ବିଜେପି କହିଛି। ଅଘୋଷିତ ବିଜୁଳି କାଟ୍‌କୁ ନେଇ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ଘର ସମେତ ସଚିବାଳୟ, ବିଧାନସଭା, କ୍ୟାପିଟାଲ ହସପିଟାଲ ଅନ୍ଧକାରରେ ଥିବା କାରଣରୁ ତାଙ୍କ ନିଦ ହଜିଯାଇଛି। ଅନ୍ୟ ପଟେ ଓଡିଶାବାସୀଙ୍କୁ ଭ୍ରମିତ କରିବାକୁ ଯାଇ ଶକ୍ତିମନ୍ତ୍ରୀ ଗୋଟିଏ ପରେ ଗୋଟିଏ ଗାଲୁ ମାରିଚାଲିଛନ୍ତି। ରାଜ୍ୟ ସରକାରଙ୍କ ନୁହେଁ ବରଂ ବିତରଣ କଂପାନୀରର ପ୍ରବକ୍ତା ଭାବେ ଶ୍ରୀ ଦେବଙ୍କ ଭୂମିକା ତୁଲାଉଛନ୍ତି ବୋଲି ବିଜେପି କହିଛି। ଓଡିଶା ସରକାରଙ୍କ ବିଦ୍ୟୁତ ବିଭାଗ ସମ୍ବେଦନହୀନ ଏବଂ ଶକ୍ତିମନ୍ତ୍ରୀଙ୍କ ଶକ୍ତିହରଣ…

Read More

ଭୁବନେଶ୍ୱର : ବିଜୁ ଜନତା ଦଳ ସରକାର ବିଗତ ୨୩ ବର୍ଷ ମଧ୍ୟରେ ଓଡିଶାର ବିକାଶ ପାଇଁ ଅବିଶ୍ରାନ୍ତ ଭାବେ କାର୍ଯ୍ୟ କରୁଥିବାବେଳେ ଓଡିଶା ବିଜେପି ନେତାମାନେ ଗତ ନଅ ବର୍ଷ ଧରି ଦିଲ୍ଲୀରେ ଓଡିଶାର ବିକାଶ ବିରୋଧରେ ଷଡଯନ୍ତ୍ର କରୁଥିବା ବିଜେଡି ପକ୍ଷରୁ କୁହାଯାଇଛି। ଆଜି ଏଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ତିନି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ, ଶ୍ରୀ ଗୌତମବୁଦ୍ଧ ଦାସ ଏବଂ ଶ୍ରୀ ସ୍ୱୟଂପ୍ରକାଶ ମହାପାତ୍ର କହିଛନ୍ତି ଯେ ବିଜେପି ଷଡଯନ୍ତ୍ରର ସବୁଠାରୁ ବଡ ଉଦାହରଣ ହେଉଛି ଉଜ୍ୱଳା ଯୋଜନା। ଏହି ଯୋଜନାରେ ଓଡିଶାର ମହିଳାମାନଙ୍କୁ ମାଗଣା ସିଲିଣ୍ଡର ଯୋଗାଇ ସାହାଯ୍ୟ କରାଯିବ ବୋଲି ପ୍ରଚାର ହେଲା। ଆଜି ଉଜ୍ୱଳା ଅନ୍ଧାର ହୋଇଯାଇଛି ଏବଂ ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏହା ଏକ ନିଷ୍ଠୁର ପରିହାସ ହୋଇଛି। ଏଲପିଜି ସିଲିଣ୍ଡର ମୂଲ୍ୟ ବଢୁଛି, ରିଫିଲ ପରିମାଣ ହ୍ରାସ ପାଉଛି, ହିତାଧିକାରୀମାନେ ବ୍ୟବହାର…

Read More

ଭୁବନେଶ୍ୱର: ଲୋକପ୍ରିୟ ଓଡିଶୀ ନୃତ୍ୟ ଅନୁଷ୍ଠାନ, ଶ୍ରୀଜନ (ଗୁରୁ କେଳୁଚରଣ ମହାପାତ୍ର ଓଡିଶୀ ନୃତ୍ୟବାସ) ପକ୍ଷରୁ ଭୁବନେଶ୍ୱରର ରବିନ୍ଦ୍ର ମଣ୍ଡପଠାରେ ଉପସରଣମ୍‌ର ୪ର୍ଥ ସଂସ୍କରଣ ଆୟୋଜନ କରାଯାଇଛି। ଯେଉଁଥିରେ ୫୭ ଜଣ ଯୁବ ନୃତ୍ୟଶିଳ୍ପୀଙ୍କ ଚମତ୍କାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି କାର୍ଯ୍ୟକ୍ରମ ଗୁରୁ ରତିକାନ୍ତ ମହାପାତ୍ରଙ୍କ ଦ୍ୱାରା କୋରିଓଗ୍ରାଫ୍ ହୋଇଥିବା ବିଷ୍ଣୁ ବନ୍ଦନା ସହିତ ଆରମ୍ଭ ହୋଇଥିଲା ଏବଂ ଏହାକୁ ଐଶ୍ୱର୍ଯ୍ୟା ସିଂହଦେବଙ୍କ ଦ୍ୱାରା ଏକ ସମୂହ ସଂରଚନାରେ ଉପସ୍ଥାପନ କରାଯାଇଥିଲା । ନୃତ୍ୟଶିଳ୍ପୀମାନେ ଲୋକପ୍ର୍ରିୟ ଶ୍ଳୋକ ‘ଶାନ୍ତାକାରମ୍ ଭୁଜଗଶୟନମ୍‌’ ସହିତ ନିଜ କଳାର ପ୍ରଦର୍ଶନ କରିଥିଲେ । ଗୁରୁ ବନ୍ଦନାକୁ ମଧ୍ୟ ଗୁରୁ ରତିକାନ୍ତ ମହାପାତ୍ର ନିର୍ଦ୍ଦେଶନା ଦେଇଥିଲେ ଯାହାକୁ ଜି ସଞ୍ଜଙ୍କ ତତ୍ୱାବଧାନରେ ଶ୍ରୀଜନର ଯୁବ ନୃତ୍ୟଶିଳ୍ପୀମାନେ ପରିବେଷଣ କରିଥିଲେ । ନୃତ୍ୟଶିଳ୍ପୀମାନେ ସୁନ୍ଦର ସମୂହ ସଂଗଠନର ଚିତ୍ରଣ କରିଥିଲେ ଯାହା ସେମାନଙ୍କର ସମର୍ପଣଭାବ ଓ ପ୍ରତିଭାକୁ ଆଲୋକିତ କରୁଥିଲା । ଏକ ପ୍ରତିଭାଶାଳୀ ନୃତ୍ୟଶିଳ୍ପୀ ସମୂହ…

Read More

କେନ୍ଦୁଝର: ୫ଟି ସଚିବ ଭି କେ ପାଣ୍ଡିଆନଙ୍କ କେନ୍ଦୁଝର ଗସ୍ତ ଅବସରରେ ସେ ବିଭିନ୍ନ ବର୍ଗର ଲୋକଙ୍କୁ ସାକ୍ଷାତ କରିଛନ୍ତି। ଏହି ଅବସରରେ ଲୋକଙ୍କ ମଧ୍ୟରେ ତାଙ୍କୁ ଦେଖିବା ପାଇଁ ପ୍ରବଳ ଆଗ୍ରହ ଥିବା ପରିଲକ୍ଷିତ ହୋଇଛି। ସେ ଯେଉଁସ୍ଥାନକୁ ଗସ୍ତରେ ଯାଉଛନ୍ତି ସେଠାରେ ଲୋକେ ପୁଷ୍ଟ ବୃଷ୍ଟି କରି ସ୍ବାଗତ କରୁଛନ୍ତି। ଗୋଟିଏ ଲକ୍ଷ୍ୟ ତାଙ୍କ ଅଞ୍ଚଳର ଉନ୍ନୟନ କାର୍ଯ୍ୟ କିପରି ହେବ। ଆଜି ପାଣ୍ଡିଆନ ବଡ଼ବିଲ ଯାଇ ସେଠାରେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ ସେ ଏନଆରସି(ପୁଷ୍ଟିକର ପୁନର୍ବାସ କେନ୍ଦ୍ର) ଏବଂ ଡାଇଲିସିସ୍ ସେଣ୍ଟରରେ ଚାଲିଥିବା କାର୍ଯ୍ୟଗୁଡ଼ିକର ତଦାରଖ କରିଥିଲେ। ଏହି ସୁବିଧା ଓଡିଶା ସମେତ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡର ରୋଗୀମାନଙ୍କର ଆବଶ୍ୟକତାକୁ ପୂରଣ କରିବାରେ ସହାୟକ ହେଉଥିବା ଜାଣି ସେ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ସେ ଏନଆରସି ଓ ଡାଇଲିସିସ୍ ସେଣ୍ଟରରେ ଉପଲବ୍ଧ ହେଉଥିବା ସୁବିଧା ବିଷୟରେ ରୋଗୀମାନଙ୍କ ସହ…

Read More

ଭୁବନେଶ୍ୱର: ଦୁର୍ନିତୀକୁ ପଶ୍ରୟ ଦେଉଥିବା ଏକ ଜନବିରୋଧି ସରକାର ଓଡିଶାରେ ଚାଲିଛି। ତଥାକଥିତ “୫-ଟି ଏଠାରେ ଏକ ଧୂଆଁବାଣ ସଦୃଶ ବୋଲି ରାଜ୍ୟ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି। ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର କହିଛନ୍ତି ଯେ, ଗତ କାଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀଙ୍କୁ ବହିଷ୍କାର କଲେ। ଶ୍ରୀ ପୁଜାରୀଙ୍କୁ ବହିଷ୍କାର ପୂର୍ବରୁ ତାଙ୍କ ବ୍ୟକ୍ତିଗତ ସଚିବ ଓ ଅତିରିକ୍ତ ବ୍ୟକ୍ତିଗତ ସଚିବଙ୍କୁ ଅପସାରଣ କରାଯାଇଥିଲା। ଶ୍ରୀ ପୁାଜରୀଙ୍କୁ ବହିଷ୍କାର କରାଯିବାର କିଛି ଘଂଟା ଭିତରେ ବିଭାଗୀୟ ସଚିବ ଶ୍ରୀ ବିଷ୍ଣୁପଦ ସେଠୀଙ୍କୁ ମଧ୍ୟ ଅପସରଣ କରିଦିଆଗଲା। କାହାକୁ ମନ୍ତ୍ରୀ ରଖିବେ କିମ୍ବା ବହିଷ୍କାର କରିବେ ତାହା ମୁଖ୍ୟମନ୍ତ୍ରୀଙ୍କର ଇଚ୍ଛାଧିନ ବ୍ୟାପାର କିନ୍ତୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ବହିଷ୍କାର କରିବା ପଛରେ କାରଣ କ’ଣ? ଉଚ୍ଚ ଶିକ୍ଷା ବିଭାଗରେ ବିଭିନ୍ନ ଅନିୟମିତତା ଓ କେଳେଙ୍କାରୀ ସମ୍ପର୍କରେ ବିଭିନ୍ନ…

Read More