ଭୁବନେଶ୍ବର: ଆଜି ମଧ୍ୟ ରାଜ୍ୟର ବିଭିନ୍ନ ସହରରେ ସକାଳୁ ଗୁଳୁଗୁଳି ସହିତ ଗରମ ଅନୂଭୂତ ହେଉଛି। ତେବେ ଏହା ପଶ୍ଚିମ ଓଡିଶାର ଅଧିକ ପରିଲକ୍ଷିତ ହୋଇଛି। କାରଣ ଆଜି ସକାଳୁ ସମ୍ବଲପୁର ତାପମାତ୍ରା ସର୍ବାଧିକ ରହିଛି। ଗତକାଲି ମଧ୍ୟ ସମ୍ବଲପୁରରେ ନାହିଁ ନ ଥିବା ତାତି ଅନୁଭୂତ ହୋଇଥିଲା। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ ତାପମାତ୍ରା ହେଲା.. ସମ୍ବଲପୁର:୪୧ ଡ଼ିଗ୍ରୀ ଝାରସୁଗୁଡା: ୪୦.୬ ଡ଼ିଗ୍ରୀ ଭୁବନେଶ୍ୱର: ୩୯.୬ ଡ଼ିଗ୍ରୀ ହୀରାକୁଦ: ୩୯.୬ ଡ଼ିଗ୍ରୀ ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ ବାଲେଶ୍ୱର: ୩୭.୮ ଡ଼ିଗ୍ରୀ କେନ୍ଦୁଝର: ୩୬.୬ ଡ଼ିଗ୍ରୀ ଗୋପାଳପୁର: ୩୪.୮ ଡ଼ିଗ୍ରୀ ପୁରୀ: ୩୪.୪ଡ଼ିଗ୍ରୀ ପାରାଦୀପ: ୩୩.୮ ଡ଼ିଗ୍ରୀ
Author: thesamikhsya
ଭୁବନେଶ୍ବର: ସୋନପୁର ଜିଲ୍ଲା ପାଇଁ ନୂଆ ଜିଲ୍ଲାପାଳଙ୍କୁ ନିଯୁକ୍ତି କରାଯାଇଛି। ଆଜି ଏ ନେଇ ସାଧାରଣ ପ୍ରଶାସନ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସେ ହେଉଛନ୍ତି ବିମଳେନ୍ଦୁ ରାୟ। ବର୍ତ୍ତମାନ ବିମଳେନ୍ଦୁ ପୁର୍ତ୍ତ ବିଭାଗର ସ୍ବତନ୍ତ୍ର ସଚିବ ଅଛନ୍ତି। ସେ ଯଥା ଶିଘ୍ର କାର୍ଯ୍ୟରେ ଯୋଗଦେବା ପାଇଁ କୁହାଯାଇଛି। ସୋନପୁର ଜିଲ୍ଲାର ଜିଲ୍ଲାପାଳ ପଦବୀ ଖାଲି ପଡିଥିଲା। ସେଠାରେ ନିଯୁକ୍ତ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟନାରାୟଣ ଦାସ ଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ। ହେଲେ ତାଙ୍କ ବିରୋଧରେ ଦୁର୍ନିତି ଅଭିଯୋଗ ଆସିବା ପରେ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ବଲାଙ୍ଗିର ତହସିଲଦାର ଥିବା ବେଳେ ଦୁର୍ନିତି କରିଥିବାର ସେଠାକାର ଜିଲ୍ଲାପାଳ ଚଞ୍ଚଳ ରାଣା ଅଭିଯୋଗ କରିଛନ୍ତି।
ଭୁବନେଶ୍ବର: ଆଜି ପ୍ରକାଶିତ ହୋଇଛି ଓଜେଇଇ ପରୀକ୍ଷା ଫଳ। ଏହାର ପୁସ୍ତିକାକୁ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତିରଂଜନ ଘଡାଇ ଲୋକାର୍ପଣ କରିଛନ୍ତି। ଏହି ପରୀକ୍ଷାରେ ମୋଟ ୪୮୭୮୩ ଜଣ ରାଙ୍କ୍ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି। ଚଳିତ ବର୍ଷ ମୋଟ ୫୫୯୭୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ଏଥିରେ ମୋଟ ୧୨ଟି ବୈଷୟିକ ଓ ବୃତ୍ତିଗତ ପାଠ୍ୟକ୍ରମ ପାଇଁ ପରୀକ୍ଷା କରାଯାଇଥିଲା। ତେବେ ଏହି ପରୀକ୍ଷାରେ ବିଭିନ୍ନ ବିଭାଗରେ ଯେଉଁମାନେ ଟପର ହୋଇଛନ୍ତି ସେମାନେ ହେଲେ, ବି.ଫାର୍ମାରେ ସୌରଭ କୁମାର ପତି, ଏଲଇ ଫାର୍ମାରେ ଶୁଭଶ୍ରୀ ମହାନ୍ତି, ଏମବିଏରେ ସତ୍ୟଜିତ୍ ସାହୁ, ଏମସିଏ.ଏମଏସସି କମ୍ପ୍ୟୁଟର ସାଇନ୍ସରେ ଅପୂର୍ବ ସୁନ୍ଦର ନାୟକ, ଏମ ଫାର୍ମାରେ ରଶ୍ମୀ ରଞ୍ଜନ ପାଣିଗ୍ରାହୀ ଟପ୍ପର ହୋଇଛନ୍ତି । ସେହିଭଳି ଏମ ଟେକ ପାଠ୍ୟକ୍ରମରେ ଥିବା ବିଭିନ୍ନ ବିଭାଗରେ ଯେପରିକି ସିଭିଲି ଇଞ୍ଜିନିୟରିଂରେ ସୁବାଷ ଚନ୍ଦ୍ର ପୃଷ୍ଟି, ଇଲେକଟ୍ରିକାଲ ଇଞ୍ଜିନିୟରିଂରେ ସତ୍ୟଜିତ ମହାନ୍ତି, ମେକାନିକାଲ ଇଞ୍ଜିନିୟରିଂରେ ସୁମିତ ପରିଡା,…
ନିଶାଙ୍କ ଉପରକୁ ଗୁଳି: ଲୋକପ୍ରିୟ ଭୋଜପୁରୀ ଗାୟକ ନିଶା ଉପାଧ୍ୟାୟ ବିହାରର ସରାନ ଜିଲ୍ଲାରେ ଏକ ଶୋ’ରେ ଗୀତ ବୋଲୁଥିବା ବେଳେ ତାଙ୍କୁ ଗୁଳି କରାଯାଇଛି। ଗତକାଲି ଜଣ୍ଟା ବଜାର ପୋଲିସ ଷ୍ଟେସନ ଅଞ୍ଚଳର ସେଣ୍ଡୁରଭା ଗ୍ରାମରେ ଏହି ଘଟଣା ଘଟିଛି। ଲୋକ ଗହଳି ଭିତରୁ କେହି ଜଣେ ଦୁଇ ରାଉଣ୍ଡ ଗୁଳି ଚାଳନା କରିଥିବାର ଜଣାପଡିଛି। ଗୋଟିଏ ଗୁଳି ଉପରକୁ ଯାଇଥିବା ବେଳେ ଅନ୍ୟଟି ନିଶାଙ୍କ ଦେହରେ ବାଜିଛି। ଏହି ସୋ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ସାମ୍ନାକୁ ଆସିଛି। ନିଶାଙ୍କ ବାମ ଜଙ୍ଘରେ ଗୁଳି ବାଜିବା ପରେ ତାଙ୍କୁ ପାଟଣାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରେସନ କରାଯାଇ ଗୁଳି ବାହାର କରାଯାଇଥିବାର ଜଣାପଡିଛି। ତାଙ୍କ ଅବସ୍ଥା ଏବେ ସ୍ଥିର ଥିବା କୁହାଯାଇଛି। ତେବେ ଏହି ଘଟଣା ସମ୍ପର୍କରେ କୈଣସି ଅଭିଯୋଗ କରାଯାଇ ନାହିଁ। ସୋସିଆଲ ମିଡିଆରୁ ଏହି ଖବର ପ୍ରଚାର ହେବା…
ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟ ସରକାର ଓଡିଶାର ବରପୁତ୍ରମାନଙ୍କ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମ ଭାବେ ଘୋଷଣା କରିବା ସହ ଏହାର ଉନ୍ନତି ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏହି ପରିପ୍ରେକ୍ଷୀରେ ବାଣପୁର ମାଟିର ବରପୁତ୍ର ନିଆଁଖୁଣ୍ଟା ଗୋଦାବରୀଶ ମହାପାତ୍ରଙ୍କ କୁମାରାଙ୍ଗ ଗ୍ରାମକୁ ଆଦର୍ଶ ବରପୁତ୍ର ଗ୍ରାମରେ ସାମିଲ ହୋଇଛି। ଗତକାଲି ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଉକ୍ତ ଗ୍ରାମ ଗସ୍ତରେ ଆସିଥିଲେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ବେଉରା। ତାଙ୍କ ସହ ଜିଲ୍ଲା ସଂକୃତି ଅଧିକାରୀ ଚୌଧୁରୀ ଅରବିନ୍ଦ ଦାସ ମଧ୍ୟ ଉପସ୍ଥିତ ଥିଲେ। ଅତିରିକ୍ତ ଜିଲ୍ଲାପାଳ ବରପୁତ୍ର ଗୋଦାବରୀଶ ମହାପାତ୍ରଙ୍କ ବାସଗୃହକୁ ଯାଇ ତାଙ୍କ ପରିବାରବର୍ଗ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ସ୍ବର୍ଗତ କବି ଶ୍ରୀ ମହାପାତ୍ରଙ୍କ ଘର ମରାମତି ,କୁମାର ପାଠାଗାରକୁ ନବୀକରଣ , ଗ୍ରାମରେ ନିଆଁଖୁଣ୍ଟାଙ୍କ ପ୍ରତିମୂର୍ତ୍ତି ସ୍ଥାପନ, ଗ୍ରାମରେ ବରପୁତ୍ରଙ୍କ ସୂଚନା ଫଳକ ସ୍ଥାପନ, ନିଆଁଖୁଣ୍ଟାଙ୍କ ବିଭିନ୍ନ କାଳଜୟୀ କବିତା ଗୁଡ଼ିକକୁ ନେଇ…
ଭୁବନେଶ୍ବର: ଆଉ ଜଣେ ଓଡିଆ ପୁଅ ଦେଶରେ ନୁହେଁ ସାରା ବିଶ୍ବରେ ପ୍ରତିଷ୍ଠା ଅର୍ଜନ କରିଛନ୍ତି। ସେ ହେଉଛନ୍ତି ପାଣିପାଗ ବିଶେଷଜ୍ଞ ଡ. ମୃତ୍ୟୁଞ୍ଜୟ ମହାପାତ୍ର। ମୃତ୍ୟୁଞ୍ଜୟ ବିଶ୍ବ ପାଣିପାଗ ସଂସ୍ଥାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି। ଏ ନେଇ ବିଶ୍ବ ପାଣିପାଗ ସଂସ୍ଥା ତରଫରୁ ସୂଚନା ଦିଆଯାଇଛି। ଗତକାଲି ଏ ନେଇ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏଥିରେ ମୃତ୍ୟୁଞ୍ଜୟ ୧୪୮ରୁ ୧୧୩ ଭୋଟ ପାଇ ବିଜୟୀ ହୋଇଛନ୍ତି। ଏହି ପଦବୀରେ ତିନି ଜଣଙ୍କୁ ନିର୍ବାଚିତ କରାଯାଇଛି। ସେମାନଙ୍କ ମଧ୍ୟରୁ ମୃତ୍ୟୁଞ୍ଜୟ ଜଣେ ଉପାଧ୍ୟକ୍ଷ। ସେ ବର୍ତ୍ତମାନ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦ୍ଦେଶକ ଅଛନ୍ତି। ଓଡିଆ ପୁଅର ଏପରି କୃତିତ୍ବ ଖବର ଆସିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ, ମୃତ୍ୟୁଞ୍ଜୟଙ୍କ ପାଣିପାଗ ଉପରେ ବହୁ ଅଭିଜ୍ଞତା ରହିଛି। ତାହାକୁ ପାଥେୟ କରି ସେ ନିଶ୍ଚିତ ବିଶ୍ବରେ ନାଁ କରିବା ସହିତ ଓଡିଶା ପାଇଁ…
ଭୁବନେଶ୍ବର: ନିର୍ବାଚନ ପୂର୍ବରୁ ବିଜେଡି ତାହାର ସଂଗଠନକୁ ଧିରେଧିରେ ସଜାଡିବାରେ ଲାଗିଛି। ବିଭିନ୍ନ ଜିଲ୍ଲାର ସଂଗଠନକୁ ସୁଦୃଢ କରିବା ପାଇଁ ନୂଆ କର୍ମକର୍ତ୍ତାଙ୍କୁ ନିଯୁକ୍ତି ପ୍ରଦାନ କରାଯାଉଛି। ସେହି ଅନୁସାରେ ଆଜି ଗଂଜାମ ଜିଲ୍ଲାର ସଂଗଠନକୁ ଦଳ ସଜାଡିଛି। ଏହି ଜିଲ୍ଲା ପାଇଁ ବିଭିନ୍ନ କର୍ମକର୍ତ୍ତାଙ୍କ ନାମ ବିଜେଡି ଘୋଷଣା କରିଛି। ଏହି ନୂଆ ତାଲିକାରେ ଦଳର ବରିଷ୍ଠ ନେତା ରମେଶ ଚନ୍ଦ୍ର ଚାଉପଟ୍ଟନାୟକଙ୍କୁ ଗଂଜାମ ଜିଲ୍ଲା ସଭାପତି କରାଯାଇଛି। ସେହିପରି ଏହି ନୂଆ ତାଲିକାରେ ଅଠର ଜଣଙ୍କୁ ଉପସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଏଥିସହିତ ଦଳ 23 ଜଣଙ୍କୁ ସାଧାରଣ ସଂପାଦକ ଏବଂ 32 ଜଣଙ୍କୁ ସଂପାଦକ ଭାବେ ମନୋନୟନ କରିଛି। ଏଥର ଦଳ 61 ଜଣଙ୍କୁ କାର୍ଯ୍ୟନିର୍ବାହୀ କମିଟ ସଦସ୍ୟଙ୍କୁ ମଧ୍ୟ ନେଇଛି। ମୁଖ୍ୟମନ୍ତ୍ରୀ ତଥା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ତାଲିକା ପ୍ରକାଶ କରାଯାଇଛି। ପୂର୍ବରୁ ଯେଉଁ ଘୋଷଣା ହୋଇଥିଲା ତାହାକୁ ରଦ୍ଧ…
ଭୁବନେଶ୍ୱର: ମୋଟ ଜିଏସ୍ଟି କ୍ଷେତ୍ରରେ ଓଡ଼ିଶା ଚଳିତ ବର୍ଷ ମେ’ ମାସରେ ୧୧.୧୭ ପ୍ରତିଶତ ଅଭିବୃଦ୍ଧି ହାସଲ କରିବା ସହ ୪୩୯୭.୭୩ କୋଟି ଟଙ୍କା ସଂଗ୍ରହ କରିଛି। ଗତବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୯୫୫.୭୫ କୋଟି ଟଙ୍କା। ଚଳିତ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ସାମଗ୍ରିକ ଜିଏସ୍ଟି ସଂଗ୍ରହ ୯୪୩୩.୪୭ କୋଟି ଟଙ୍କା ହୋଇଥିବାବେଳେ ଗତ ଆର୍ଥିକ ବର୍ଷର ଏହି ସମୟ ମଧ୍ୟରେ ଏହା ୮୮୬୫.୯୮ କୋଟି ଟଙ୍କା ଥିଲା। ପୁନଶ୍ଚ, ରାଜ୍ୟ ଜିଏସ୍ଟି ଓ ସମନ୍ୱିତ ଜିଏସ୍ଟି ଫଇସଲା ବାବଦକୁ ୨୦୨୩ ମସିହା ମେ’ ମାସରେ ମିଳିଥିବା ଅର୍ଥରାଶିରେ ୩୦.୨୮ ପ୍ରତିଶତ ଅଭିବୃଦ୍ଧି ହେବା ସହ ଏ କ୍ଷେତ୍ରରେ ୧୬୭୫.୭୭ କୋଟି ଟଙ୍କା ସଂଗ୍ରହ କରାଯାଇଛି। ଗତ ବର୍ଷ ମେ’ ମାସରେ ଏହି ସଂଗ୍ରହ ପରିମାଣ ଥିଲା ୧୨୮୬.୨୯ କୋଟି ଟଙ୍କା। ୨୦୨୩-୨୪ ଆର୍ଥିକ ବର୍ଷର ମେ’ ମାସ ସୁଦ୍ଧା ରାଜ୍ୟ ଜିଏସ୍ଟି ଓ…
ଭୁବନେଶ୍ୱର/ନୂଆଦିଲ୍ଲୀ : ମୋଦି ସରକାରଙ୍କ ସେବା, ସୁଶାସନ ଓ ଗରୀବକଲ୍ୟାଣର ଗତ ୯ ବର୍ଷର ସଫଳତାକୁ ପ୍ରତ୍ୟେକ ଘରେ ଘରେ ପହଂଚାଇବା ପାଇଁ ବିଜେପି ଆରମ୍ଭ କରିଛି ଜନସଂପର୍କ ଯାତ୍ରା। ଦଳର ରାଷ୍ଟ୍ରୀୟ ସଭାପତି ଶ୍ରୀ ଜଗତ୍ ପ୍ରକାଶ ନଡ୍ଡା ନିର୍ଦ୍ଦେଶକ୍ରମେ ଆଜିଠାରୁ ଆସନ୍ତା ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ଏକ ମାସ ବ୍ୟାପୀ ‘ମହା ଜନସଂପର୍କ ଅଭିଯାନ’ର ଶୁଭାରମ୍ଭ ହୋଇଛି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଆଜମେରଠାରେ ମହାର୍ୟାଲି କରି ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଆଗାମୀ ୧ ମାସରେ ସମଗ୍ର ଦେଶରେ ଏହି ଭଳି ୫୧ ଟି ମହାର୍ୟାଲିର ଆୟୋଜନ କରାଯିବ। କେନ୍ଦ୍ରର ଶୀର୍ଷ ନେତୃତ୍ୱ ଏହି ଅଭିଯାନରେ ସାମିଲ ହେବେ। ବିଜେପି ୫୪୩ ଲୋକସଭା କ୍ଷେତ୍ରକୁ ୧୪୪ଟି କ୍ଲଷ୍ଟରରେ ବିଭକ୍ତ କରି ପ୍ରତ୍ୟେକ କ୍ଲଷ୍ଟରରେ ବରିଷ୍ଠ ନେତୃବୃନ୍ଦ ୮ ଦିନ ବିତାଇବାର ପ୍ରସ୍ତାବ କରାଯାଇଛି। ଏହି କ୍ରମରେ ଓଡିଶାରେ ୪ ଟି ମହାସଭା ଏବଂ…
ଭୁବନେଶ୍ବର: ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ପାଇଁ ଅନୁକମ୍ପାମୂଳକ ସହାୟତା ରାଶିର ପରିମାଣରେ ବୃଦ୍ଧି କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କିତ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ଏହି ନିଷ୍ପତ୍ତି ଅନୁଯାୟୀ ଦାୟିତ୍ବ ପାଳନ ସମୟରେ କର୍ମଚାରୀ ମାନଙ୍କ ମୃତ୍ୟୁ ଘଟିଲେ ସେ କ୍ଷେତ୍ରରେ ସହାୟତା ରାଶିର ପରିମାଣକୁ ବର୍ତ୍ତମାନର ୪ ଲକ୍ଷ ଟଙ୍କାରୁ ୧୦ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ଆଘାତ ଯୋଗୁ ସ୍ଥାୟୀ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୨ ଲକ୍ଷରୁ ୫ ଲକ୍ଷ ଟଙ୍କାକୁ ଏବଂ ଆଂଶିକ ଅକ୍ଷମତା କ୍ଷେତ୍ରରେ ସହାୟତା ରାଶିର ପରିମାଣ ୧ ଲକ୍ଷ ଟଙ୍କାରୁ ୨ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ଭୁବନେଶ୍ୱର : ବିଭିନ୍ନତା ମଧ୍ୟରେ ଏକତା ଭାରତର ଶକ୍ତି ଓ ସୌନ୍ଦର୍ଯ୍ୟ। ଭାରତୀୟତାର ମହକ ଓ ଆଲୋକ ହିଁ ଆମର ପରିଚୟ। ଭାରତର ପରିଚିତିକୁ ଗୋଆ ବହୁ ଭାବରେ ପ୍ରକୀର୍ତ୍ତିତ କରିଛି ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି। ଆଜି ରାଜଭବନରେ ଗୋଆ ଦିବସ ପାଳନ ଅବସରରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଗୋଆର ଇତିହାସ ଓ ଐତିହ୍ୟ ସଂପର୍କରେ ଆଲୋଚନା କରି ଏକ ଭାରତ: ଶ୍ରେଷ୍ଠ ଭାରତର ଲକ୍ଷ୍ୟ ପାଳନରେ ବିଭିନ୍ନ ରାଜ୍ୟର ଦିବସ ପାଳନ ବିଶେଷ ଉପଲବ୍ଧି ବୋଲି କହିଥିଲେ। ଭୁବନେଶ୍ୱରରେ ରହୁଥିବା ଗୋଆର ନିମନ୍ତ୍ରିତ ବ୍ୟକ୍ତିମାନଙ୍କ ସହ ଭାବବିନିମୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ରାଜଭବନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ଭୁବନେଶ୍ୱର: ରାଜ୍ୟର କୃଷକମାନଙ୍କ ଆୟବୃଦ୍ଧି ଓ ଗ୍ରାମାଞ୍ଚଳର ଜନସାଧାରଣଙ୍କ ଜୀବିକାନିର୍ବାହ ନିମନ୍ତେ ପ୍ରାଣୀପାଳନ ଏକ ପ୍ରମୁଖ ଅଙ୍ଗ ହୋଇଥିବା ପରିପ୍ରେକ୍ଷୀରେ ଏକ ଯୁଗୋପଯୋଗୀ ଛେଳି ପ୍ରଜନନ ନୀତି ପ୍ରସ୍ତୁତ କରି ଚାଷୀମାନଙ୍କୁ ଉନ୍ନତ ମାନର ଛେଳି ଯୋଗାଇ ଦିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି। ଆଜି କୃଷି ଭବନଠାରେ ଛେଳି ପ୍ରଜନନ ନୀତି ସଂପର୍କରେ ଆୟୋଜିତ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟରେ କ୍ଷୁଦ୍ର ପ୍ରାଣୀମାନଙ୍କ ନିମନ୍ତେ ଗୋଟିଏ ପ୍ରଜନନ ନୀତି ପ୍ରସ୍ତୁତ କରିବା ଉପରେ ଗୁରୁତ୍ୱ ଦେଇଥିଲେ, ଯେଉଁଥିରେ ଛେଳି, ମେଣ୍ଢା ଓ ଘୁଷୁରୀଙ୍କୁ ଅଲଗା ଅଲଗା ସ୍ଥାନିତ କରାଯାଇପାରିବ। ରାଜ୍ୟର ଭୌଗୋଳିକ ଓ କୃଷି ଜଳବାୟୁକୁ ଦୃଷ୍ଟିରେ ରଖି ଛେଳି ପ୍ରଜନନ ନୀତି ପ୍ରସ୍ତୁତ ଓ କାର୍ଯ୍ୟକାରୀ କରିବା ପାଇଁ ସେ ପରାମର୍ଶ ଦେଇଥିଲେ। ବୈଠକର ସୂଚନା ଅନୁଯାୟୀ ନୂତନ…
ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ୨୦୧୮ ମସିହା ମେ ୨୯ ତାରିଖରେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ସେହି ଅନୁସାରେ ଏଇ ୨୯ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ହେଲେ ନୂଆ ରାଜ୍ୟପାଳ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ନା ପ୍ରଫେସର ଗଣେଷୀଲାଲଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ନା ନୂଆ କାହାକୁ ଦାୟିତ୍ବ ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶ୍ନ ଉଠିଛି ଯେ, ଯଦି ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆ ନ ଯିବ ତେବେ ଯିଏ ଅଛନ୍ତି ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା କଥା। ହେଲେ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ। ସେହିପରି ସମ୍ବିଧାନ ବିଶେଷଜ୍ଞଙ୍କ ଅନୁସାରେ କୌଣସି ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷହେଲେ ସେଠାରେ…
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇଣ୍ଟରକଣ୍ଟିନେଣ୍ଟାଲ୍ କପ୍ 2023 ପାଇଁ ପ୍ରଥମ ଟିକେଟ୍ କିଣିଛନ୍ତି। ଏହି କପ୍ ଭୁବନେଶ୍ୱରରେ 9-18 ଜୁନ୍ ମଧ୍ୟରେ ଖେଳାଯିବ। ଭାରତୀୟ ଫୁଟବଲ ଦଳର କ୍ୟାପଟେନ ସୁନୀଲ ଛେତ୍ରୀ ମାର୍କ ଅଲ-ଇଣ୍ଡିଆ ଫୁଟବଲ ଫେଡେରେସନର ସାଧାରଣ ସମ୍ପାଦକ ତଥା ଭାରତୀୟ ଫୁଟବଲ ଦଳର କୋଚ ଇଗୋର ଷ୍ଟିମାକ ପ୍ରଥମ ଟିକେଟ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ। FIH ଓଡିଶା ହକି ପୁରୁଷ ବିଶ୍ୱକପ 2023 ଭୁବନେଶ୍ୱର-ରାଉରକେଲା ର ସଫଳତା ପରେ ଓଡିଶା ଆଉ ଏକ ଆନ୍ତର୍ଜାତୀୟ କ୍ରୀଡା ପ୍ରଦର୍ଶନୀ ଆୟୋଜନ କରିବାକୁ ଯାଉଛି। ଏଥିରେ ଚାରି ଦେଶ ବିଶିଷ୍ଟ ଏହି ଟୁର୍ନାମେଣ୍ଟରେ ଭାରତ, ଲେବାନନ୍, ମୋଙ୍ଗୋଲିଆ ଏବଂ ଭାନୁଆଟୁ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, “ଓଡିଶାବାସୀଙ୍କ ମଧ୍ୟରେ ଫୁଟବଲ ପ୍ରତି ବହୁତ ଭଲପାଇବା ଅଛି। ଏହି ଚମତ୍କାର କାର୍ଯ୍ୟକ୍ରମ ଆୟୋଜନ କରିବା ଆମ ପାଇଁ ଆଉ ଏକ ସମ୍ମାନ ଏବଂ ଏହା ନିଶ୍ଚିତ ଭାବରେ…
ଭୁବନେଶ୍ବର: ଆଜି ଝାରସୁଗୁଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ନବ ଦାସ ହତ୍ୟାକାଣ୍ଡର ଚାର୍ଯ୍ୟସିଟ ଦାଖଲ କରିଛି। ତିନିଜଣିଆ ଟିମ ପ୍ରାରମ୍ଭିକ ୫୪୩ ପୃଷ୍ଠାର ତଦନ୍ତ ରିପୋର୍ଟ କୋର୍ଟରେ ପ୍ରଦାନ କରିଛନ୍ତି। ଦୀର୍ଘ ଦିନ ଧରି କ୍ରାଇମ ବ୍ରାଞ୍ଚ ଏହି ଚାଞ୍ଚଲ୍ୟ ହତ୍ୟାକାଣ୍ଡର ତଦନ୍ତ କରିବା ପରେ ଏହି ଚାର୍ଯ୍ୟସିଟ ଦାଖଲ କରିଛି। ଏଥିରେ ଗୋପାଳ ଦାସଙ୍କୁ ତଦନ୍ତ ସଂସ୍ଥା ହତ୍ୟାକାରୀ ଭାବେ ଅଭିହିତ କରି ଦୋଷୀ ସାବ୍ୟସ୍ତ କରାଯାଇଛି। ଏଥିରେ କୁହାଯାଇଛି ଯେ, ଗୋପାଳ ଦାସ ସୁସ୍ଥ ମସ୍ତିସ୍କରେ ଏହି ହତ୍ୟାକାଣ୍ଡ କରିଛି। ସେ ଏହି ହତ୍ୟା ନିଜ ଜୀବନକୁ ଭୟ କରି ହତ୍ୟା କରିଛି ବୋଲି କୁହାଯାଇଛି। ଚାର୍ଯ୍ୟସିଟରେ ପ୍ରକୃତରେ କଣ ରହିଛି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବିଭିନ୍ନ ସୁତ୍ରରୁ ଜଣାପଡିଛି ଯେ, ନବ ଦାସ ଏବଂ ତାଙ୍କର ସମର୍ଥକଙ୍କୁ ଗୋପାଳ ଭୟ କରୁଥିଲା। କାଳେ ସେମାନେ ତାକୁ ମାରି ଦେବେ, ତା ପୂର୍ବରୁ ସେ…
ନୂଆଦିଲ୍ଲୀ: ନୂତନ ସଂସଦ ଭବନର ଉଦଘାଟନୀ ସମାରୋହକୁ ବିରୋଧୀ ଦଳର ନିଷ୍ପତିକୁ ପୁନଃବିଚାର କରିବାକୁ ଅନୁରୋଧ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ। ସେ ଏହି ନୂତନ କୋଠାକୁ ଗଣତନ୍ତ୍ରର ପ୍ରତୀକ ବୋଲି ବର୍ଣ୍ଣନା କରିଛନ୍ତି ଏବଂ ବିରୋଧୀ ଦଳମାନଙ୍କୁ ଏହି ପ୍ରସଙ୍ଗରେ ନିଜର ଆଭିମୁଖ୍ୟ ଉପରେ ପୁନର୍ବିଚାର କରିବାକୁ ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲା ଆସନ୍ତା ୨୮ ରେ ନୂତନ ସଂସଦ ଭବନକୁ ଦେଶ ପାଇଁ ଉତ୍ସର୍ଗ କରିବେ। ଏଥିରେ କୌଣସି ରାଜନୀତି କରିବା ଅନୁଚିତ ବୋଲି ରାଜନାଥ କହିଛନ୍ତି। ଏହି ଐତିହାସିକ ମୂର୍ତ୍ତରେ ସମସ୍ତେ ସାମିଲ ହେବା ଉଚିତ ହେବ ବୋଲି ସେ ଅନୁରୋଧ କରିଛନ୍ତି। ସେ ଆହୁରି କହିଛନ୍ତି ଯେ, “ବିରୋଧୀ ଦଳଗୁଡିକ ସାମ୍ବିଧାନିକ ଅଧିବେଶନ ଏବଂ ସାମାଜିକ ସମାବେଶ ମଧ୍ୟରେ ପାର୍ଥକ୍ୟ ବୁଝିବା ଉଚିତ୍। ଏହା ସଂସଦର ଏକ ଅଧିବେଶନ ନୁହେଁ, ଏହା କେବଳ ଉଦ୍ଘାଟନୀ ସମାରୋହ…
ଭୁବନେଶ୍ୱର : ଆଜି ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଉଚ୍ଚଶିକ୍ଷା ବିଭାଗର ବିଗତ ଚାରି ବର୍ଷରେ କରାଯାଇଥିବା ପ୍ରମୁଖ କାର୍ଯ୍ୟକ୍ରମଗୁଡ଼ିକର ସମୀକ୍ଷା କରିଥିଲେ। ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ରୋହିତ ପୂଜାରୀ ଇସ୍ତାହାରରେ ପ୍ରଦତ୍ତ ପ୍ରତିଶ୍ରୁତିଗୁଡ଼ିକର ପୂରଣ ନେଇ ବିସ୍ତୃତ ସୂଚନା ଦେବା ସହିତ ବିଭିନ୍ନ ଲକ୍ଷ୍ୟ ହାସଲରେ ବିଗତ ୪ ବର୍ଷ ମଧ୍ୟରେ ବିଭାଗ ପକ୍ଷରୁ ନିଆଯାଇଥିବା ପଦକ୍ଷେପଗୁଡ଼କ ବାବଦରେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ପରେ ଗୀତଗୋବିନ୍ଦ ସଦନଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି ଯେ ରାଜ୍ୟରେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ନିମନ୍ତେ ଉଚ୍ଚଶିକ୍ଷା ବିଭାଗ ନିରନ୍ତର ପ୍ରୟାସ ଜାରି ରଖିଛି। ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳରେ କଳାତ୍ମକ ଭିତ୍ତିଭୂମିର ସୁବିଧା ପ୍ରଦାନ କରି ବିଭାଗର ନିରବଚ୍ଛିନ୍ନ ଉଦ୍ୟମ ଜାରି ରହିଛି ଯାହାକି ଛାତ୍ରଛାତ୍ରୀମାନଙ୍କର ଶୈକ୍ଷିକ ବାତାବରଣରେ ଉତ୍କର୍ଷ ଆଣିବାରେ ଉପଯୋଗୀ ହୋଇପାରିଛି। ରାଜ୍ୟର…
ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ବିଭାଗ ଅଧିନରେ ଥିବା ସମସ୍ତ ଯୋଜନାର ସମୀକ୍ଷା କରିଛନ୍ତି। ଲୋକ ସେବା ଭବନସ୍ଥ ଗ୍ରାମ୍ୟ ଉନ୍ନୟନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ପ୍ରମୁଖ ଶାସନ ସଚିବ ଶ୍ରୀ ସିଂହ ଅଧ୍ୟକ୍ଷତା କରି ୨୦୨୩-୨୪ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ନିମନ୍ତେ ପ୍ରଥମ ତିନିମାସ ପାଇଁ ଅନୁମୋଦିତ ହୋଇଥିବା ବ୍ୟୟବରାଦକୁ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଖର୍ଚ୍ଚ କରିବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମ ତିନିମାସ ପାଇଁ ବିଭାଗ ବଜେଟର ୨୫ ପ୍ରତିଶତ ବ୍ୟୟ ଧାର୍ଯ୍ୟ ଥିଲେ ହେଁ ଅନେକ ଡିଭିଜନରେ ଏହି ଲକ୍ଷ୍ୟ ହାସଲ ହୋଇପାରିନାହିଁ। ଆସନ୍ତା ଜୁନ ମାସ ଶେଷ ସୁଦ୍ଧା ପ୍ରଥମ ତ୍ରୈମାସିକ ଅନୁଦାନ ସମ୍ପୂର୍ଣ୍ଣ ବ୍ୟୟ କରିବା ପାଇଁ ଶ୍ରୀ ସିଂହ କଡା ନିର୍ଦ୍ଦେଶ ଦେବା ସହ ଅବହେଳା ପାଇଁ ସର୍ବୋଚ୍ଚ ଯନ୍ତ୍ରୀ ଓ ମୁଖ୍ୟ ଯନ୍ତ୍ରୀ…
ଭୁବନେଶ୍ବର: ବହୁ ଚର୍ଚ୍ଚିତ ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡର ଚାର୍ଯ୍ୟସିଟ ଶୁକ୍ରବାର ଦିନ ଦାଖଲ ହେବ। ସେଥିପାଇଁ ଭୁବନେଶ୍ବରରୁ କ୍ରାଇମବ୍ରାଞ୍ଚ ଟିମ ଝାରସୁଗୁଡାରେ ପହଞ୍ଚିଛନ୍ତି। ତଦନ୍ତ ଅଧିକାରୀ ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ଏହି ଟିମ ଝାରସୁଗୁଡା ଯାଇଥିବାର ଜଣାପଡିଛି। ଆସନ୍ତାକାଲି ଝାରସୁଗୁଡା ଜେଏମଏଫସି କୋର୍ଟରେ ଏହା ଦାଖଲ ହେବ। ୧୨୦ ଦିନ ପୂର୍ବରୁ ମାମଲାର ତଦନ୍ତ କରି ଚାର୍ଜସିଟ୍ ଚୂଡାନ୍ତ କରିସାରିଛି ତଦନ୍ତକାରୀ ସଂସ୍ଥା। ତେବେ ମାମଲାର ଅଭିଯୁକ୍ତ ପୋଲିସ ଏଏସ୍ଆଇ ଗୋପାଳ କୃଷ୍ଣ ଦାସକୁ ଦୋଷୀ ସାବ୍ୟସ୍ତ କରିବା ଲାଗି କ୍ରାଇମବ୍ରାଞ୍ଚ ସମସ୍ତ ପ୍ରକାର ସାଇଣ୍ଟିଫିକ୍ ତଥା ପ୍ରତ୍ୟକ୍ଷଦର୍ଶୀଙ୍କ ବୟାନକୁ ଭିତ୍ତି କରି ଏହି ଅଭିଯୋଗ ଫର୍ଦ୍ଦ ପ୍ରସ୍ତୁତ କରିଥିବା ଜଣା ପଡିଛି। ଗତ ଜାନୁଆରୀ ୨୯ତାରିଖରେ ବ୍ରଦରାଜରାଜ ନଗର ଗାନ୍ଧୀ ଛକରେ ଏକ ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଶିଥିବା ସମୟରେ ପୋଲିସ ଗୁଳିରେ ଟଳି ପଡିଥିଲେ ତତକାଳୀନ ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ। ଅଭିଯୁକ୍ତ ଗୋପାଳକୁ ଘଟଣାସ୍ଥଳରୁ…
ଭୁବନେଶ୍ବର: ଆଜି ସାରା ରାଜ୍ୟରେ ପୁଣି ଗ୍ରୀଷ୍ମ ପ୍ରବାହ ଜାରୀ ରହିଛି। ଆଜି ଦିନ ୧୧ ଟା ୩୦ ସୁଦ୍ଧା ରେକର୍ଡ କରାଯାଇଥିବା ତାପମାତ୍ରା ହେଲା ଭୁବନେଶ୍ୱର: ୩୯.୨ ଡ଼ିଗ୍ରୀ ସମ୍ବଲପୁର: ୩୯.୨ ଡ଼ିଗ୍ରୀ ଝାରସୁଗୁଡା: ୩୮.୪ଡ଼ିଗ୍ରୀ ହୀରାକୁଦ: ୩୭.୪ଡ଼ିଗ୍ରୀ ଚାନ୍ଦବାଲି: ୩୫.୬ ଡ଼ିଗ୍ରୀ କେନ୍ଦୁଝର: ୩୫.୦ ଡ଼ିଗ୍ରୀ ବାଲେଶ୍ୱର: ୩୫.୦ ଡ଼ିଗ୍ରୀ ପୁରୀ: ୩୩.୦ ଡ଼ିଗ୍ରୀ ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ ଗୋପାଳପୁର: ୩୩.୪ ଡ଼ିଗ୍ରୀ
ଭୁବନେଶ୍ୱର: ଚଳିତ ଖରିଫରେ ଚାଷୀମାନଙ୍କୁ ଉଚିତ ମୂଲ୍ୟରେ ପର୍ଯ୍ୟାପ୍ତ ପରିମାଣର ସାର, ବିହନ, କୀଟନାଶକ ଆଦି କୃଷି ସାମଗ୍ରୀ ଯୋଗାଣ ନିମନ୍ତେ ଜିଲ୍ଲାସ୍ତରରେ ଏନ୍ଫୋର୍ସମେଣ୍ଟ ସ୍କ୍ୱାଡ୍ ଗଠନ ସହ ଯାଞ୍ଚ କାର୍ଯ୍ୟକୁ କଡ଼ାକଡ଼ି କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। ଚଳିତ ଖରିଫରେ ସାରା ରାଜ୍ୟରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ଦୃଷ୍ଟିରୁ ଚାଷ କାର୍ଯ୍ୟ ନିମନ୍ତେ ଠିକ୍ ସମୟରେ ପର୍ଯ୍ୟାପ୍ତ ପରିମାଣରେ ଉତ୍ତମ ମାନର ସାର, ବିହନ, କୀଟନାଶକ, ବାୟୋଫର୍ଟିଲାଇଜର, ଜୈବିକ ସାର, ବାୟୋକୀଟନାଶକ ପରି ବିଭିନ୍ନ କୃଷି ସାମଗ୍ରୀ ଯୋଗାଣର ଆବଶ୍ୟକତା ରହିଛି। ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ସାରା ରାଜ୍ୟରେ ଏହିସବୁ ଅତ୍ୟନ୍ତ ଦରକାରୀ କୃଷି ସାମଗ୍ରୀର ଉଚିତ ମୂଲ୍ୟରେ ସୁଗମ ଯୋଗାଣକୁ ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟର ପ୍ରତି ଅନୁକୋଣରେ ଆବଶ୍ୟକ ଯାଞ୍ଚ…