Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ବିଶେଷ ଖବର»ସରିଲା ଓଡିଶା ରାଜ୍ୟପାଳଙ୍କ କାର୍ଯ୍ୟକାଳ, ଗଣେଷୀଲାଲ ରହିବେ ନା ନୂଆ ଆସିବେ !!
ବିଶେଷ ଖବର

ସରିଲା ଓଡିଶା ରାଜ୍ୟପାଳଙ୍କ କାର୍ଯ୍ୟକାଳ, ଗଣେଷୀଲାଲ ରହିବେ ନା ନୂଆ ଆସିବେ !!

May 31, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ରାଜ୍ୟପାଳ ପ୍ରଫେସର ଗଣେଶୀଲାଲଙ୍କ କାର୍ଯ୍ୟକାଳ ଶେଷ ହୋଇଛି। ସେ ୨୦୧୮ ମସିହା ମେ ୨୯ ତାରିଖରେ ଓଡିଶାର ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଥିଲେ। ସେହି ଅନୁସାରେ ଏଇ ୨୯ ତାରିଖରେ ତାଙ୍କର କାର୍ଯ୍ୟକାଳ ଶେଷ ହୋଇଛି। ହେଲେ ନୂଆ ରାଜ୍ୟପାଳ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ।

ତେବେ ଆଶ୍ଚର୍ଯ୍ୟର କଥା ହେଲା ଯେ, କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ ନା ପ୍ରଫେସର ଗଣେଷୀଲାଲଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିଛନ୍ତି ନା ନୂଆ କାହାକୁ ଦାୟିତ୍ବ ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ଆଶଙ୍କା ସୃଷ୍ଟି ହୋଇଛି। ପ୍ରଶ୍ନ ଉଠିଛି ଯେ, ଯଦି ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି ଦିଆ ନ ଯିବ ତେବେ ଯିଏ ଅଛନ୍ତି ତାଙ୍କ କାର୍ଯ୍ୟକାଳକୁ ବୃଦ୍ଧି କରିବା କଥା। ହେଲେ ତାହା ଏ ପର୍ଯ୍ୟନ୍ତ ହୋଇପାରି ନାହିଁ।

ସେହିପରି ସମ୍ବିଧାନ ବିଶେଷଜ୍ଞଙ୍କ ଅନୁସାରେ କୌଣସି ରାଜ୍ୟର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷହେଲେ ସେଠାରେ ତୁରନ୍ତ ନୂଆ ନିଯୁକ୍ତି ଦେବା କଥା। ଯଦି ହଠାତ ନୂଆ ରାଜ୍ୟପାଳଙ୍କୁ ନିଯୁକ୍ତି କରିବାରେ କିଛି ଅସୁବିଧା ହୁଏ ସେଠାରେ ଦୁଇଟି ବିକଳ୍ପ ରହିଛି। ଗୋଟିଏ ହେଲା ଯିଏ ରାଜ୍ୟପାଳ ଥିବେ ତାଙ୍କର କାର୍ଯ୍ୟକାଳକୁ ତୁରନ୍ତ ବୃଦ୍ଧି କରାଯିବ। ନଚେତ ପଡୋଶୀ ରାଜ୍ୟର ରାଜ୍ୟପାଳଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି ଦିଆଯିବ।

ହେଲେ ବର୍ତ୍ତମାନର ରାଜ୍ୟପାଳଙ୍କ କାର୍ଯ୍ୟକାଳ ଶେଷ ହେବାର ଦୁଇଦିନ ବିତିଯାଇଥିଲେ ମଧ୍ୟ କେନ୍ଦ୍ର ସରକାର ଏ ପର୍ଯ୍ୟନ୍ତ କିଛି କରି ନାହାଁନ୍ତି। ସେଥିପାଇଁ ସନ୍ଦେହ ହେଉଛି ଯେ, ପ୍ରଫେସର ଗଣେଷଲାଲଙ୍କ କାର୍ଯ୍ୟକାଳ ବୃଦ୍ଧି କରିବା ପାଇଁ କେନ୍ଦ୍ର ଆଉ କାହାକୁ ନିଯୁକ୍ତି ପ୍ରଦାନ କରୁ ନାହାଁନ୍ତି। ହେଲେ ରାଜ୍ୟର ଏପରି ଏକ ଗୁରୁତ୍ବପୂର୍ଣ୍ଣ ପଦବୀରେ ନିଯୁକ୍ତିକୁ ନେଇ କେନ୍ଦ୍ର ଏପରି କରିବା ଉଚିତ ନୁହେଁ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।

ପ୍ରଫେସର ଗଣେଷୀଲାଲ ଓଡିଶାର ରାଜ୍ୟପାଳ ଭାବେ ନିଯୁକ୍ତି ହେବା ପରେ ସେ ରାଜ୍ୟ ସରକାରଙ୍କ ସହିତ ଠିକ ତାଳମେଳ ରଖି କାର୍ଯ୍ୟ କରୁଛନ୍ତି। କାରଣ ଅନ୍ୟ କେତେକ ରାଜ୍ୟରେ ରାଜ୍ୟପାଳଙ୍କ ସହିତ ରାଜ୍ୟ ସରକାରଙ୍କ ତାଳମେଳ ରହୁ ନାହିଁ। ଫଳରେ ସେଠାରେ ଉଭୟ ରାଜ୍ୟପାଳ ଏବଂ ରାଜ୍ୟ ସରକାର ବିବାଦୀୟ ହୋଇପଡିଛନ୍ତି। ହେଲେ ଓଡିଶାରେ ତାହା ଦେଖାଯାଇ ନାହିଁ।

ଏକଦା ପ୍ରଫେସର ଗଣେଷୀଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କର ଓଡିଶା ରାଜଭବନରେ ଦେହାନ୍ତ ହେବା ପରେ ମଧ୍ୟ ସେ ଛୁଟି ନ ନେଇ ନିଜର କାର୍ଯ୍ୟ ଜାରୀ ରଖିଥିଲେ। ଧର୍ମପତ୍ନୀଙ୍କ ଶବଦାହ ପରେ ପରେ ସେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ ରାଜଭବନରେ ନିଜର କାର୍ଯ୍ୟ କରିଥିଲେ। ଯାହାକୁ ନେଇ ସେତେବେଳେ ରାଜ୍ୟପାଳଙ୍କ ଏପରି କାର୍ଯ୍ୟକୁ ସାରା ଦେଶରେ ବେଶ୍ ପ୍ରଶଂସା କରାଯାଇଥିଲା।

ଅନ୍ୟପକ୍ଷରେ ପ୍ରଫେସର ଗଣେଷୀ ଲାଲ ଓଡିଶାର ସାହିତ୍ୟ, ସଂସ୍କୃତି ଏବଂ ଗବେଷଣା କ୍ଷେତ୍ରରେ ଉନ୍ନତି ପାଇଁ ଯଥେଷ୍ଠ ପ୍ରଚେଷ୍ଠା ଜାରୀ ରଖିଛନ୍ତି। ନିଜେ ଜଣେ ଧର୍ମପରାୟଣ ଏବଂ ସାହିତ୍ୟପ୍ରେମୀ ବ୍ୟକ୍ତି ହୋଇଥିବାରୁ ସେହି କ୍ଷେତ୍ରରେ ସେ କାର୍ଯ୍ୟ କରୁଛନ୍ତି। ଫଳରେ ଓଡିଶାର ସାଧାରଣ ଲୋକଙ୍କ ମଧ୍ୟରେ ପ୍ରଫେସର ଗଣେଶୀଲାଲ ବେଶ ଲୋକପ୍ରିୟ ମଧ୍ୟ ହୋଇପାରିଛନ୍ତି।

ଓଡିଶା ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ରାଜ୍ୟପାଳ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

କୀଟନାଶକ ପିଇ ପ୍ରେମିକା ମୃତ

September 11, 2026

ଓଡ଼ିଶାରେ ସ୍ଥାପନ ହେବ ଆଧୁନିକ ଚାଉଳ ଓ ମାଣ୍ଡିଆ ପ୍ରକ୍ରିୟାକରଣ କାରଖାନା

September 10, 2026

ଡକ୍ଟର ପ୍ରତିଭା ରାୟଙ୍କୁ ସାହିତ୍ୟ ଅକାଦେମି ଫେଲୋସିପ୍ ପ୍ରଦାନ

September 10, 2026
Latest News

ଜର୍ମାନୀ ଚାନ୍ସେଲରଙ୍କ ସହ ଟେଲିଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

September 11, 2026

ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ୱରେ ବିପର୍ଯ୍ୟୟ ପରିଚାଳନାରେ ମୌଳିକ ପରିବର୍ତ୍ତନ: ଅମିତ ଶାହ

September 11, 2026

ଦଶମ ଥର ପାଇଁ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ: ସେମିଫାଇନାଲରେ ବାଂଲାଦେଶ ପରାସ୍ତ

September 11, 2026

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କଲେ ପ୍ରିନ୍ସ ରହିମ୍ ଆଗା ଖାନ୍ ପଞ୍ଚମ

September 11, 2026

ସେପ୍ଟେମ୍ବର ୧୧ ରାଶିଫଳ: ଆଜି ତିନୋଟି ରାଶି ପାଇଁ ଆର୍ଥିକ ଲାଭ ସମ୍ଭାବନା

September 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.