ଭୁବନେଶ୍ବର: ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ବିଗତ ଚାରି ବର୍ଷର କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ପରେ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି ଯେ ୨୦୧୯ ମସିହା ନିର୍ବାଚନ ପ୍ରତିଶ୍ରୁତି ଅନୁଯାୟୀ ପରିବେଶ ପର୍ଯ୍ୟଟନ ବିକଶିତ କରାଯାଇଛି। ଏହି ବିଭାଗର ଅଧୀନରେ ୪୯ ଗୋଟି ପରିବେଶ ପର୍ଯ୍ୟଟନ କେନ୍ଦ୍ର ବିକାଶ କରାଯାଇ କାର୍ୟ୍ୟକ୍ଷମ କରାଯାଇଛି ଓ ଆଉ ୬ ଗୋଟି ନୂତନ କେନ୍ଦ୍ରର କାର୍ୟ୍ୟକ୍ଷମ କରାଯିବାର ଅଛି। ଉକ୍ତ କାର୍ଯ୍ୟକ୍ରମ ମାଧ୍ୟମରେ ୬୫୦ ସ୍ଥାନୀୟ ବାସିନ୍ଦାଙ୍କୁ ସିଧାସଳଖ ରୋଜଗାର ମିଳିପାରିଛି। ଏହି ପ୍ରକଳ୍ପ ମାଧ୍ୟମରେ ଏବେ ବାର୍ଷିକ ୧୩ କୋଟି ଟଙ୍କାର ରାଜସ୍ୱ ଆଦାୟ ସମ୍ଭବ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ଅମାତ…
Author: thesamikhsya
ସିଡନୀରେ ଓଡିଆ ଗୀତ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଡନୀରେ ଓଡିଆ ଗୀତର ତାଳେତାଳେ ସ୍ବାଗତ କରାଯାଇଛି। ସିଡନୀର କ୍ୟୁଦସ ବ୍ୟାଙ୍କ ଆରେନାର ଅଲମ୍ପିକ ପାର୍କରେ ଆୟୋଜିତ ଏକ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସଂଗୀତର ତାଳେ ତାଳେ ନାଚିଥିଲେ ପ୍ରବାସୀ ଓଡିଆ ଶିଳ୍ପୀ। ଗୀତଟି ଥିଲା ପ୍ରଖ୍ୟାତ କଣ୍ଠଶିଳ୍ପୀ ସୁସ୍ମିତା ଦାସ ଗାଇଥିବା ଧୀତାଙ୍ଗ.. ଧୀତାଙ୍ଗ.. ସୂଦୁର ସିଡୀନରେ ଏହି ରେକର୍ଡିଂ ଗୀତର ନୃତ୍ୟକୁ ହଜାର ହଜାର ପ୍ରବସୀ ଭାରତୀୟ ବେଶ ମନଭରୀ ଉପଭୋଗ କରିଥିଲେ। ମୁଖ୍ୟତଃ ଏହି ଗୀତଟି ଆଦିବାସୀ ଲୋକ ସଂଗୀତ ଓ ବାଦ୍ୟର ସଂଯୋଜନାରେ ପର୍ଯ୍ୟବେସିତ। ସେଥିପାଇଁ ପ୍ରେକ୍ଷାଳୟରେ ଦର୍ଶକମାନେ ତାଳିମାରି ନୃତ୍ୟ କରୁଥିବାର ପରିଲକ୍ଷିତ ହୋଇଥିଲା। ଏହି ଗୀତକୁ ଖୋଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସ ଉପଭୋଗ କରିଥିଲେ। ସିଡୀନର ଏହି ବିରାଟ ମଞ୍ଚରେ ନୃତ୍ୟ ପରିବେଷ କରିଥିଲେ ଅଷ୍ଟ୍ରେଲିଆରେ ଥିବା ଦ ଆସୋସିଏସନ ଅଫ ଓଡିଆସ୍ ଇନ ଅଷ୍ଟ୍ରେଲିଆ ବା…
ଭୁବନେଶ୍ୱର: ଓଡିଶା ନିର୍ମାଣ ନିଗମ ୧୯୬୨ ମସିହା ମଇ ମାସ ୨୨ ତାରିଖରେ ଓଡିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରଚେଷ୍ଟାରେ ସ୍ଥାପିତ ହୋଇଥିଲା । ୬୧ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଓସିସିଏଲ୍ ଆଜି ରାଜ୍ୟ ସରକାରଙ୍କ ପରିଚାଳନାଧୀନ ଏକ ଅଗ୍ରଣୀ ନିର୍ମାଣକାରୀ ସଂସ୍ଥାଭାବେ ଓଡିଶାର ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଯୋଗଦାନ କରି ଏହାର ଉତ୍କର୍ଷତା ପ୍ରତିପାଦନ କରିପାରିଛି । ଓସିସି କରୁଥିବା ବିଭିନ୍ନ କାର୍ୟ୍ୟକୁ ସଠିକ୍ ଭାବେ ସାରିବା ପାଇଁ ଜନସାଧାରଣ ଯେଉଁ ଆଶା ରଖୁଛନ୍ତି, ‘୫-ଟି’ ଉପକ୍ରମ ଆଧାରରେ ଦଳଗତ ପ୍ରଚେଷ୍ଟା ଏବଂ ବୈଷୟିକ ଜ୍ଞାନକୌଶଳର ପ୍ରୟୋଗ ମାଧ୍ୟମରେ, ଓସିସିଏଲ୍ ତାହାକୁ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରି ଜନ ସାଧାରଣଙ୍କର ଅଧିକରୁ ଅଧିକ ଆସ୍ଥାଭାଜନ ହେଉ ବୋଲି ରାଜ୍ୟ ଜଳ ସଂପଦ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ପ୍ରକାଶ କରିଛନ୍ତି । କାର୍ୟ୍ୟକ୍ରମରେ ସ୍ୱତନ୍ତ୍ର ଅତିଥି ଭାବେ ରାଜ୍ୟ ଉନ୍ନୟନ କମିଶନର…
ଭୁବନେଶ୍ବର: ହିନ୍ଦୁ ଧର୍ମରେ ଉପବାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଲୋକମାନେ, ବିଶେଷକରି ମହିଳାମାନେ, ନିଜ ବିଶ୍ୱାସ ଅନୁଯାୟୀ ବିଭିନ୍ନ ଦେବାଦେବୀଙ୍କୁ ସେମାନେ ଉପାସନା କରନ୍ତି। ତା’ପରେ ସପ୍ତାହର ଗୋଟିଏ ଦିନ, କିମ୍ବା ବିଶେଷ ଉତ୍ସବ କିମ୍ବା ପର୍ବରେ, ସେମାନଙ୍କ ଦେବତାମାନଙ୍କ ପାଇଁ ଏକ ଶପଥ ରଖନ୍ତି। ଯେଉଁଥିରେ ସେମାନେ ଦିନ ସାରା କଠିନ ଖାଦ୍ୟ ନ ଖାଇ କେବଳ ଫଳ ଖାଇଥାନ୍ତି । ଧର୍ମ ଏବଂ ଶାସ୍ତ୍ର ବିଶ୍ୱାସ ଅନୁଯାୟୀ, ଉପବାସ ପାଳନ କଲେ ଭଗବାନ ପ୍ରସନ୍ନ ହୁଅନ୍ତି ଏବଂ ସବୁ ସମସ୍ୟା ଦୂର କରି ଇଚ୍ଛା ପୂରଣ କରନ୍ତି। ହେଲେ ଧର୍ମ ଏବଂ ବିଶ୍ୱାସ ସହିତ ସପ୍ତାହରେ ଗୋଟିଏ ଦିନ ଉପବାସ ରହିବା ମଧ୍ୟ ବୈଜ୍ଞାନିକ ଦୃଷ୍ଟିକୋଣରୁ ଲାଭଦାୟକ ଅଟେ। ଆୟୁର୍ବେଦ ଶାସ୍ତ୍ର ଅନୁଯାୟୀ, ଦିନସାରା ଉପବାସ ରହିବା ସ୍ବାସ୍ଥ୍ୟ ପାଇଁ ହିତକର। କେବଳ ଫଳ ଖାଇବା ଦ୍ବାରା ହଜମ କରିବାରେ ସାହାଯ୍ୟ କରିଥାଏ। ଫଳରେ ହଜମ ପ୍ରକ୍ରିୟା ସୁସ୍ଥ ରହିଥାଏ…
ନୂଆଦିଲ୍ଲୀ: ଆଚର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ପାଞ୍ଚ ଜଣଙ୍କୁ ପିତା ବୋଲି କୁହାଯିବ ବୋଲି ଉଲ୍ଲେଖ କରିଛନ୍ତି। ଏହି ପାଞ୍ଚ ଜଣ ହେଲେ 1-ଜନ୍ନଦାତା ପିତା, 2-ପୁରୋହିତ 3-ବିଦ୍ୟାଦାତା, 4-ଅନ୍ନଦାତା, 5- ରକ୍ଷାକର୍ତ୍ତା। ଜନ୍ମଦାତା ସବୁବେଳେ ପିତା ଭାବେ କୁହାଯାଇଥାଏ। ସେ ବସ୍ତ୍ର ଏବଂ ବାସ ସ୍ଥାନର ବନ୍ଦୋବସ୍ତ କରନ୍ତି । ସେହିପରି ଯେ ପୂଜାଦି କାର୍ଯ୍ୟ କରିଥାନ୍ତି ସେ ମଧ୍ୟ ପିତା ପଦବାଚ୍ୟ। ଏଥିସହିତ ବିଦ୍ୟାଦାତା ଏବଂ ଅନ୍ନଦାତା ମଧ୍ୟ ପିତା ପଦବାଚ୍ୟ ବୋଲି ଚାଣକ୍ୟ ଉଲ୍ଲେଖ କରିଛନ୍ତି।
ମେଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ । ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ନୂତନ କାର୍ଯ୍ୟ ପାଇଁ ଖୁସି ହେବେ । ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ବୃଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ । ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବ୍ୟବସାୟୀମାନେ ସଂଗ୍ରହ ଟଙ୍କା ଫେରି ପାଇବାର ସମ୍ଭାବନା ଅଛି । ମିଥୁନ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା…
ଭୁବନେଶ୍ୱର: ବସ୍ତି ଅଞ୍ଚଳରେ ଦିବ୍ୟାଙ୍ଗମାନଙ୍କୁ ଆଇନ ସହାୟତା ପ୍ରଦାନ କରି ସେମାନଙ୍କ ସମସ୍ୟାର ସମାଧାନ ନିମନ୍ତେ ଏକ ସ୍ୱତନ୍ତ୍ର ଶିବିର ଭରତପୁରସ୍ଥିତ ଯୋକଳନ୍ଦିଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଖୋର୍ଦ୍ଧା ଏବଂ ସେଣ୍ଟର ଫର ଆଡ୍ଭୋକେସି ଆଣ୍ଡ ରିସର୍ଚ୍ଚର ମିଳିତ ଆନୁକୂଲ୍ୟରେ ଆୟୋଜିତ ହୋଇଛି। ଉକ୍ତ ଶିବିରରେ ୪୦୦ ଜଣ ଯୋଗଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୯୨ ଜଣ ଦିବ୍ୟାଙ୍ଗ ପରିଚୟ ପତ୍ର ନିମନ୍ତେ ପଂଜୀକରଣ ପାଇଁ ଆବେଦନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୪୩ ଜଣ ଦିବ୍ୟାଙ୍ଗ ପ୍ରମାଣପତ୍ର, ୮ ଜଣ ରାସନ୍ କାର୍ଡ, ମଧୁବାବୁ ପେନ୍ସନ୍ ଯୋଜନା ନିମନ୍ତେ ୨୧ ଜଣ, ଦେୟମୁକ୍ତ ଆଇନସେବା ନିମନ୍ତେ ୬୩ ଜଣ, ଦିବ୍ୟାଙ୍ଗ ସହାୟତା ଯନ୍ତ୍ର ନିମନ୍ତେ ୧୦ ଜଣ, ଋଣ ନିମନ୍ତେ ୧୦ ଜଣ ଏବଂ ବସ୍ ଓ ଟ୍ରେନ୍ ଯାତ୍ରା ପାସ୍ ନିମନ୍ତେ ୪୩ ଜଣ ଆବେଦନ କରିଥିଲେ। ରାଜ୍ୟ ଆଇନସେବା ପ୍ରାଧିକରଣ, କଟକର ସଦସ୍ୟ…
ଭୁବନେଶ୍ବର: ଆଜି କଟକ ଭୁବନେଶ୍ବରରେ ରେକର୍ଡ ଭାଙ୍ଗିଲା ତାତି। ୪୦ଡ଼ିଗ୍ରୀ ଅତିକ୍ରମ କଲା ତାତି। ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ଅନୁସାରେ ଆଜି ଭୁବନେଶ୍ବରରେ ସର୍ବୋଚ୍ଚ ଦିନ ତାପମାତ୍ରା ୪୨.୬ ଡ଼ିଗ୍ରୀ ରେକର୍ଡ କରାଯାଇଛି। ସେହିଭଳି କଟକରେ ମଧ୍ୟ ଆଜି ଦିନରେ ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ଆଜି ବଲାଙ୍ଗୀରର ତାପମାତ୍ରା ରାଜ୍ୟରେ ସର୍ବାଧିକ ରହିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ୨୨ ଟି ସହରର ତାପମାତ୍ରା ୪୦ଡ଼ିଗ୍ରୀ ଉପରେ ରହିଛି। ଏହିପରି ତାତି ଆହୁରି ୪ ଦିନ ଧରି ଲାଗିରହିବାର ସମ୍ଭାବନା ରହିଛି।
ବିଦେଶରେ ମୋଦୀଙ୍କୁ ସ୍ବାଗତ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଷ୍ଟ୍ରେଲିଆର ମହାମହିମ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିସଙ୍କ ସହ ସିଡନୀର କୁଡୋସ ବ୍ୟାଙ୍କ ଅଞ୍ଚଳରେ ଆଜି ଏକ ବିଶାଳ ଭାରତୀୟ ଗୋଷ୍ଠୀର ସଦସ୍ୟଙ୍କୁ ଉଦବୋଧନ ଦେବା ସହ ମତ ବିନିମୟ କରିଛନ୍ତି। ବିଦ୍ୟାର୍ଥୀ, ଗବେଷକ, ବିଭିନ୍ନ ପେଶାଦାର ଗୋଷ୍ଠୀ ଓ ବ୍ୟବସାୟୀଙ୍କୁ ନେଇ ଗଠିତ ପ୍ରବାସୀ ଭାରତୀୟଙ୍କ ଏହି ମତ ବିନିମୟରେ ସମସ୍ତେ ବିପୁଳ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଅଷ୍ଟ୍ରେଲୀୟ ମନ୍ତ୍ରୀ, ସାଂସଦ ସଦସ୍ୟ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତି ଏହି ଅବସରରେ ମଧ୍ୟ ଉପସ୍ଥିତ ଥିଲେ। ଅନେକ ଭାରତୀୟ ବସବାସ କରୁଥିବା ପଶ୍ଚିମ ସିଡନୀର ପାରାମାଟାର ହ୍ୟାରିସ ପାର୍କରେ ନିର୍ମିତ ‘ଲିଟିଲ ଇଣ୍ଡିଆ ପ୍ରବେଶ ଦ୍ୱାର’ର ନିର୍ମାଣ ପାଇଁ ଉଭୟ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଥିଲେ। ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ ‘ପାରସ୍ପରିକ ଆସ୍ଥା ଓ ସମ୍ମାନ’ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଐତିହାସିକ ନିବିଡ଼ ସମ୍ପର୍କର ମୂଳପିଣ୍ଡ ବୋଲି କହିଥିଲେ ।…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଟାଙ୍ଗୀ ଅବକାରୀ ବିଭାଗ ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ଚଢ଼ାଉ କରି ୩ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କରିଛି। ସୂଚନା ମୁତାବକ ଛଣଗିରି ଠାରେ ବ୍ରାଉନ ସୁଗାର କାରବାର ଚାଲୁଥିବାର ଖବର ପାଇ ଟାଙ୍ଗୀ ରେଞ୍ଜ ଅବକାରୀ ଇନ୍ସପେକ୍ଟର ଆଲୋକ ପ୍ରଧାନ ଓ ଟିମ ସମ୍ପୃକ୍ତ ସ୍ଥାନରେ ଚଢ଼ାଉ କରିଥିଲେ। ଚଢ଼ାଉ ରେ ଛଣଗିରି ଗ୍ରାମର ସଞ୍ଜୟ ମହାପାତ୍ର(35) ଗିରଫ ହୋଇଥିବା ବେଳେ ତାଙ୍କ ନିକଟରୁ 30 ଗ୍ରାମ ବ୍ରାଉନ ସୁଗାର ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ତିନି ଲକ୍ଷ ଟଙ୍କା ହେବ। ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି।
ଦେଓଗଡ଼: ସିକଲ୍ ସେଲ୍ ରୋଗୀଙ୍କୁ ରକ୍ତ ଦାନ କରି ପୁଣି ନିଜର ମହାନତା ଦେଖାଇଛନ୍ତି ୧୦୮ ଆମ୍ବୁଲାନ୍ସ କର୍ମଚାରୀ। ଘଟଣାନୁଯାୟୀ ଗୋବିନ୍ଦ ମହାକୁଦ ନାମକ ଜଣେ ୧୩ ବର୍ଷିୀୟ ବାଳକ ସିକଲ୍ ସେଲ ରୋଗରେ ପୀଡ଼ିତ ହୋଇ ଦେଓଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ। ଏଠାରେ ଉକ୍ତ ରୋଗୀଙ୍କ ଅବସ୍ଥା ହଠାତ ଖରାପ ହେବା କାରଣରୁ ଡାକ୍ତର ତୁରନ୍ତ ରୋଗୀଙ୍କ ବାପାଙ୍କୁ ବି’ ପଜିଟିଭ ବ୍ଲଡଗ୍ରୁପର ରକ୍ତ ଯୋଗାଡ଼ କରିବାକୁ ପରାମର୍ଶ ଦେଇଥିଲେ। ମାତ୍ର ଏହି ସମୟରେ ଉକ୍ତ ଡାକ୍ତରଖାନାରେ ଏହି ବ୍ଲଡ ଗ୍ରୁପର ରକ୍ତ ଉପଲବ୍ଧ ନଥିଲା। ସମାନ ସମୟରେ ଅନ୍ୟ ଜଣେ ରୋଗୀଙ୍କୁ ନେଇ ସେହି ଡାକ୍ତରଖାନାକୁ ଆସିଥିବା ୧୦୮ ଆମ୍ବୁଲାନ୍ସ ଚାଳକ ଅମିତ ସିଂଙ୍କୁ ଦେଖି ରୋଗୀଙ୍କ ବାପା ଗୋଟିଏ ୟୁନିଟ ବି’ପଜିଟିଭ ବ୍ଲଡ ଗ୍ରୁପର ରକ୍ତ ଯୋଗାଡ଼ କରିବା ପାଇଁ ଅନୁରୋଧ କରିଥିଲେ। ସୌଭାଗ୍ୟବସତଃ ଆମ୍ବୁଲାନ୍ସ ଚାଳକ ଅମିତଙ୍କ ବ୍ଲଡଗ୍ରୁପ ମଧ୍ୟ ସମାନ ଥିଲା।…
ବାଲୁଗାଁ: ଆଜି ରାଜ୍ୟରେ ଆରମ୍ଭ ହୋଇଛି ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା। ଏହି ଯୋଜନାରେ ନୌଯାତ୍ରୀଙ୍କର ସୁରକ୍ଷିତ ଭାବେ ଯାତ୍ରା କରିବା ପାଇଁ ବ୍ୟବସ୍ଥା କରାଯିବ। ଏ ନେଇ ଆଜି ବାଲୁଗାଁ ନିକଟସ୍ଥ ବଡକୂଳଠାରେ ଏହି ଯୋଜନାକୁ ଶୁଭାରମ୍ଭ କରିଛନ୍ତି ମନ୍ତ୍ରୀ ଟୁକୁନି ସାହୁ। ଏଥିସହିତ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ମଧ୍ୟ ଯୋଗ ଦେଇଛନ୍ତି। ବଡକୂଳ ପାନ୍ଥ ନିବାସଠାରେ ମନ୍ତ୍ରୀ ନୌଯାତ୍ରା ସୁରକ୍ଷା ଉପକରଣ ବଣ୍ଟନ କରି ଏହାର ଶୁଭାରମ୍ଭ କରିଛନ୍ତି। ଏଥିରେ ରାଜ୍ୟ ସରକାରଙ୍କ ତରଫରୁ ଯାତ୍ରୀମାନଙ୍କୁ ମାଗଣା ସୁରକ୍ଷା ଉପକରଣ ଯୋଗାଇ ଦିଆଯିବ। ଲାଇକ ଜ୍ୟାକେଟ, ଲାଇଫବଏ ଏବଂ ଅଗ୍ନିନିରୋଧ ଉପକରଣ ଦିଆଯିବ। ଏହା ନୌଯାତ୍ରୀ, ନୌକା ମାଲିକ, ଘରୋଇ ନୌକା ଚାଳକ ଏବଂ ଲଞ୍ଚ ଚାଳକଙ୍କୁ ପ୍ରଦାନ କରାଯାଇ ସୁରକ୍ଷିତ ଯାତ୍ରାକୁ ନିଶ୍ଚିତ କରାଯିବ। ବାଲୁଗାଁର ନୂଆ ଖବର ପଢିବା ପାଇଁ ଏହା ଉପରେ କ୍ଲିକ କରନ୍ତୁ: କାହିଁକି ବନ୍ଧା…
ସୀତାରାମ ଅଗ୍ରୱାଲ ଚିଲିକା: ଟାଙ୍ଗି ବିଡିଓଙ୍କ ଜାଲ ଦସ୍ତଖତ କରି ଠିକାଦାର ଉଠାଇ ନେଲେ ୧୫ ଲକ୍ଷ ରୁ ଅଧିକ ଟଙ୍କା। ଏ ନେଇ ଟାଙ୍ଗି ଥାନାରେ ହେଲା ମାମଲା। ମାମଲା ରୁଜୁ ହେଲା ପରେ ଟାଙ୍ଗୀ ପୋଲିସ୍ ତଦନ୍ତ କରି ଠାକାଦାରଙ୍କୁ ଗିରଫ କରିଛି। ଆଉ ସେହି ଠିକାଦାର ହେଉଛନ୍ତି ଚିଲିକା ବ୍ଲକ୍ ଅଧ୍ୟକ୍ଷାଙ୍କ ସ୍ବାମୀ କିଶୋର ବେହେରା। ଘଟଣା ହେଉଛି ଖୋର୍ଦ୍ଧା ଜିଲା ଟାଙ୍ଗୀ ବ୍ଲକରେ। ଟାଙ୍ଗୀ ବ୍ଲକର ବଡପାରୀ ଓ କୁହୁଡି ନୂତନ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଗ୍ରୁହ ନିର୍ମାଣର ଟେଣ୍ଡର ନେଇଥିଲେ କିଶୋର ବେହେରା। ଚିଲିକା ବ୍ଲକ ଅଧ୍ୟକ୍ଷା ହେଉଛନ୍ତି ଜ୍ୟୋସ୍ନା ବେହେରା । ତାଙ୍କ ସ୍ୱାମୀଙ୍କର ନାମ କିଶୋର ବେହେରା। ସେ ଠିକାଦାର କାମ କରିଵା ସହ ବିଜେପି ଦଳର ଜଣେ ଟାଣୁଆ ସଂଗଠକ ଭାବେ ଜଣା ଶୁଣା। କିଶୋର ବେହେରାଙ୍କର ଠିକାଦାର ଲାଇସେନସ ଥିଵାରୁ ସେ ଟାଙ୍ଗୀ ବ୍ଲକରେ କେତେକ ଠିକା କାମ ପାଇଥିଲେ।…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ୨ ଲକ୍ଷରୁ ଉର୍ଦ୍ଧ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ସୂଚନା ମୁତାବକ ଖୋର୍ଦ୍ଧା ଠେଙ୍ଗାହାଟ ଛକରେ ଜିଲ୍ଲା ଅବକାରୀ ମୋବାଇଲ ୟୁନିଟ ଇନ୍ସପେକ୍ଟର ନୀଳିମା ଜୟନ୍ତୀ ସ୍ୱାଇଁଙ୍କ ନେତୃତ୍ୱରେ ଆଜି ଚଢ଼ାଉ କରାଯାଇ ଅଭିଯୁକ୍ତ ଅଶ୍ରୁ୍ମୋଚନ ଦାସ(୧୯) ଙ୍କୁ ଗିରଫ କରାଯାଇଛି । ତାଙ୍କ ନିକଟରୁ ୨୪ ଗ୍ରାମ ବ୍ରାଉନସୁଗାର ସହ ଏକ ବାଇକ ଜବତ ହୋଇଛି । ଜବତ ବ୍ରାଉନସୁଗାରର ମୂଲ୍ୟ ୨ ଲକ୍ଷ ୪୦ ହଜାର ଟଙ୍କା ହେବ । ଏହି ପରିପ୍ରେକ୍ଷୀରେ ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଥିବାର ସୂଚନା ଦେଇଛି ଅବକାରୀ ବିଭାଗ ।
ଭୁବନେଶ୍ୱର: ରାଜଭବନ ଇତିହାସରେ ଆଜି ଥିଲା ଏକ ଗୌରବମୟ କ୍ଷଣ। ଅତୀତରେ ଅନେକ ଐତିହାସିକ ଘଟଣାର ମୁଖ୍ୟକେନ୍ଦ୍ର ଏହି ରାଜଭବନ। ରାଜଭବନ ପରିସରରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭ ସ୍ଥାପନା ଥିଲା, ଆଉ ଏକ ସ୍ମରଣୀୟା ଘଟଣା ଓ ଇତିହାସ ପୃଷ୍ଠାରେ ଯୋଡ଼ି ହୋଇଯାଇଛି ଏକ ନୂତନ ପୃଷ୍ଠା ଏବଂ ଭବିଷ୍ୟତ ପୀଢ଼ିକୁ ସ୍ମରଣ କରାଇବ ଏହାର ଗୌରବମୟ ଇତିହାସ। ସମଗ୍ର ବାତାବରଣ ଥିଲା ନିଆରା ଓ ଉପସ୍ଥିତ ସମସ୍ତଙ୍କ ମଧ୍ୟରେ ପରିଲକ୍ଷିତ ହୋଇଥିଲା ଅଫୁରନ୍ତ ଆନନ୍ଦ। ଏହିପରି ଏକ ମନୋଜ୍ଞ ପରିବେଶ ମଧ୍ୟରେ ଆଜି ପୂର୍ବାହ୍ନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଗରିମାମୟ ଉପସ୍ଥିତରେ ରାଜଭବନଠାରେ ଏକ ସୁଉଚ୍ଚ ଜାତୀୟ ପତାକାସ୍ତମ୍ଭର ସଂସ୍ଥାପନା ଅନୁଷ୍ଠିତ ହୋଇଯାଇଛି। ଉଭୟ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ବଟନ୍ ଦବାଇବା ପରେ ପୋଲିସ୍ ବ୍ୟାଣ୍ଡର ଧୁନ୍ରେ 20’x30′ ଜାତୀୟ ପତାକା ସ୍ତମ୍ଭର ଉଚ୍ଚକୁ ଉଠିଥିଲା ଓ ଏହାର ଉତ୍ତୋଳନ…
IAS Topper Ishita: ଆଜି ଲୋକସେବା ଆୟୋଗ ବା UPSC, ତାହାର IAS ପରୀକ୍ଷା ଫଳାଫଳ ଘୋଷଣା କରିଛି। ଏଥିରେ ଇଶିତା କିଶୋର UPSC ସିଭିଲ ସର୍ଭିସ ପରୀକ୍ଷା 2022 ର ଟପର ହୋଇଛନ୍ତି। ଏହି ଖବର ପ୍ରଚାରିତ ହେବା ପରେ ଚାରିଆଡେ ଇଶିତାଙ୍କୁ ନେଇ ଚର୍ଚ୍ଚା। କିଏ ସେହି ଇଶିତା ତାଙ୍କୁ ନେଇ ଖୋଜ ଖବର ଆରମ୍ଭ ହୋଇଯାଇଛି। ଇଶିତା କିଶୋର ଜଣେ ଅର୍ଥନୀତି ସ୍ନାତକ। ସେ 2017 ରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶ୍ରୀ ରାମ କଲେଜ ଅଫ୍ କମର୍ସରୁ ସ୍ନାତକ ହାସଲ କରିଛନ୍ତି। ଏହା ପରେ ସେ ଏର୍ନଷ୍ଟ ଆଣ୍ଡ ୟଙ୍ଗଙ୍କ ସହ ରିସ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଥିଲେ। ସେ ଜଣେ ସକ୍ରିୟ କ୍ରୀଡ଼ାବିତ୍ ଭାବରେ ସଫଳତା ହାସଲ କରିଛନ୍ତି। ସେ ତାଙ୍କ ସ୍କୁଲ ସମୟରୁ ଜଣେ ଭଲ ଅଲରାଉଣ୍ଡର ଭାବେ ପରିଚିତ ହୋଇଛନ୍ତି। ଇଶିତା ତାଙ୍କର ତୃତୀୟ ପ୍ରୟାସରେ UPSC ପରୀକ୍ଷା ପାଶ୍ କରିଛନ୍ତି। ସେ…
ଭୁବନେଶ୍ୱର: ଝାରସୁଗୁଡ଼ା ଜିଲ୍ଲାର ଲାଇକେରା ଓ କିରୀମେରା — ଏହି ଦୁଇଟି ବ୍ଲକକୁ ନୂତନ ଭାବରେ ଗଠିତ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ପାଇଁ ରାଜ୍ୟ ସରକାର 9 ଟି ନୂତନ ପଦବୀକୁ ମଞ୍ଜୁରୀ ଦେଇଛନ୍ତି। ଏହା ଅଧୀନରେ ଲାଇକେର ଓ କିରୀମେରା ବ୍ଲକର ସମସ୍ତ ଗାଁ ଏହି ନୂତନ ITDA ଅଧୀନରେ ରହିବ। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହି ନୂତନ ପଦବୀକୁ ଅନୁମୋଦନ ଦେଇଛନ୍ତି। ଏହାଦ୍ବାରା ଏହି ଦୁଇଟି ବ୍ଲକରେ ଜନଜାତି ବିକାଶ ଓ କଲ୍ୟାଣ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି। ଏହି ନୂତନ ପଦବୀ ଗୁଡିକ ହେଲା ଗୋଟିଏ ପ୍ରକଳ୍ପ ପ୍ରଶାସକ ବା project administrator, ଗୋଟିଏ ସ୍ବତନ୍ତ୍ର ଅଧିକାରୀ ବା special officer, ଜଣେ ଆସିଷ୍ଟାଣ୍ଟ ଏକ୍ଜିକ୍ୟୁଟିଭ ଇଞ୍ଜିନିୟର , ଜଣେ ଆସିଷ୍ଟାଣ୍ଟ ଇଞ୍ଜିନିୟର , ଜଣେ ଆକାଉଣ୍ଟାଣ୍ଟ, ଜଣେ ହେଡ କ୍ଲାର୍କ, କନିଷ୍ଠ ଷ୍ଟେନୋ ଗ୍ରାଫର- ୧, ଜଣେ…
ଭୁବନେଶ୍ବର: ଶ୍ରୀ ଗଣେଷ ହେଉଛନ୍ତି ଅଗ୍ରପୂଜା। ଯେତେ ପୂଜା କରାଯାଏ ପ୍ରଥମ ଗଣେଷଙ୍କୁ ହିଁ ଆବାହନ କରାଯାଇଥାଏ। ସେଥିପାଇଁ ସବୁଦେବାଦେବୀଙ୍କ ପୂଜା ପୂର୍ବରୁ ଶ୍ରୀ ଗଣେଷଙ୍କୁ ପୂଜା କରାଯାଇଥାଏ। ସେହିପରି ପ୍ରଭୃ ଶ୍ରୀ ଜଗନ୍ନାଥ ମଧ୍ୟ ଶ୍ରୀ ଗଣେଷଙ୍କୁ ବେଶ୍ ଭଲ ପାଆନ୍ତି। ସେଥିପାଇଁ ସେ ବର୍ଷରେ ଥରେ ଗଜାନନ ବେଶ ଧାରଣ କରିଥାଆନ୍ତି। ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜାନନ ବେଶରେ ସଜ୍ଜିତ ହୁଅନ୍ତି। ତେବେ ଏହା ପଛରେ ଏକ କିମ୍ବଦନ୍ତୀ ରହିଛି। ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଜଣେ ବଡ ଭକ୍ତ ଥିଲେ। ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ…
ଭୁବନେଶ୍ବର: ଆଜି ଭୁବନେଶ୍ବର ତତଲା ଗଡ ଭାବେ ପରିଣତ ହୋଇଛି। କାରଣ ଆଜି ସକାଳୁ ନାହିଁ ନ ଥିବା ତାତି ଅନୁଭୂତ ହେବାରେ ଲାଗିଛି। ତେବେ ଆଜି ରାଜଧାନୀର ଦିନର ତାପମାତ୍ରା ଯାହା ତାହା ଝାରସୁଗୁଡା ସହିତ ସମାନ ହୋଇଯାଇଛି। କାରଣ ବିଗତ କିଛି ଦିନ ଧରି ରାଜ୍ୟରେ ଝାରସୁଗୁଡାରେ ସର୍ବୋଚ୍ଚ ତାପମାତ୍ରା ପ୍ରବାହିତ ହେଉଛି। ସେହି ତାପମାତ୍ରା ଆଜି ଭୁବନେଶ୍ବରରେ ପ୍ରବାହିତ ହୋଇଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ୩୦ ସୁଦ୍ଧା ରେକର୍ଡ ହୋଇଥିବା ବିଭିନ୍ନ ସହରର ତାପମାତ୍ରା ହେଲା ଝାରସୁଗୁଡା: ୪୨.୨ ଡ଼ିଗ୍ରୀ ଭୁବନେଶ୍ୱର: ୪୨ ଡ଼ିଗ୍ରୀ ସମ୍ବଲପୁର: ୪୧.୪ ଡ଼ିଗ୍ରୀ ହୀରାକୁଦ: ୪୦.୬ ଡ଼ିଗ୍ରୀ ଚାନ୍ଦବାଲି: ୪୦ ଡ଼ିଗ୍ରୀ ବାଲେଶ୍ୱର: ୩୮.୪ ଡ଼ିଗ୍ରୀ କେନ୍ଦୁଝର: ୩୭.୪ ଡ଼ିଗ୍ରୀ ପୁରୀ: ୩୫.୨ ଡ଼ିଗ୍ରୀ ଗୋପାଳପୁର: ୩୪.୮ ଡ଼ିଗ୍ରୀ ପାରାଦ୍ୱୀପ: ୩୩.୪ ଡ଼ିଗ୍ରୀ
UPSC Result 2023: ଆଜି ୟୁପିଏସସି ପରୀକ୍ଷା ଫଳାଫଳ ଘୋଷଣା କରାଯାଇଛି। ଏଥିରେ IAS, IFS, IPS ଫଳ ମଧ୍ୟ ରହିଛି। ତେବେ ପରୀକ୍ଷାରେ ଇଶିତା କିଶୋର ଟପ୍ପର ହୋଇଛନ୍ତି। ସେହିପରି ଗରିମା ଲୋହିଆ ଦ୍ୱିତୀୟ, ଉମା ହରତି ଏନ ତୃତୀୟ ଏବଂ ସ୍ମୃତି ମିଶ୍ର ଚତୁର୍ଥ ସ୍ଥାନରେ ଅଛନ୍ତି। ମୟୂର ହାଜାରିକା ପଞ୍ଚମ ସ୍ଥାନରେ ଅଛନ୍ତି। ସେପ୍ଟେମ୍ବର 2022 ରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ସାକ୍ଷାତକାର ଜାନୁଆରୀ-ମେ 2023 ରେ କରାଯାଇଥିଲା। ନିଯୁକ୍ତି ପାଇଁ ମୋଟ 933 ପ୍ରାର୍ଥୀଙ୍କୁ ସୁପାରିଶ କରାଯାଇଛି।
ନୂଆଦିଲ୍ଲୀ: ଆଜି ବରିଷ୍ଠ ଅଭିନେତା ଶରଥ ବାବୁଙ୍କର 71 ବର୍ଷ ବୟସରେ ପରଲୋକ ହୋଇଯାଇଛି। ସେ ବହୁ ଚଳଚିତ୍ରରେ ଅଭିନେତା ଭାବେ ଅଭିନୟ କରିଛନ୍ତି। ମୁଖ୍ୟତଃ ଦକ୍ଷିଣ ଭାରତୀୟ ଚଳଚିତ୍ରରେ ସେ ଜଣ ପରିଚିତ ନାମ। ତାଙ୍କ ବିୟୋଗରେ ବହୁ ବିଶିଷ୍ଠ ବ୍ୟକ୍ତିମାନେ ଶୋକ ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ବରିଷ୍ଠ ଅଭିନେତା ଶ୍ରୀ ଶରଥ ବାବୁଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି; “ଶ୍ରୀ ଶରଥ ବାବୁ ଜୀ ବହୁମୁଖୀ ଓ ସୃଜନଶୀଳ ଥିଲେ। ନିଜ ଦୀର୍ଘ ଫିଲ୍ମ କ୍ୟାରିୟର ମଧ୍ୟରେ ସେ ବିଭିନ୍ନ ଭାଷାରେ କରିଥିବା ବହୁ ଲୋକପ୍ରିୟ ଫିଲ୍ମ ପାଇଁ ସ୍ମରଣୀୟ ହୋଇରହିବେ। ତାଙ୍କ ବିୟୋଗରେ ଦୁଃଖିତ। ତାଙ୍କ ପରିବାର ଓ ପ୍ରଶଂସକମାନଙ୍କୁ ସମବେଦନା ଜଣାଉଛି। ଓମ ଶାନ୍ତି ।”

