Author: thesamikhsya

ଭୁବନେଶ୍ବର: ୧୯୯୯ ମହାବାତ୍ୟା ବିପର୍ଯ୍ୟୟରେ ମୃତ୍ୟୁବରଣ କରିଥିବା ମୂଲ୍ୟବାନ ଜୀବନକୁ ଆମେ ମନେ ପକାଉଛୁ। ସେବେଠାରୁ ବିପର୍ଯ୍ୟୟ ସମୟରେ ଓଡ଼ିଶାକୁ ସୁରକ୍ଷିତ ରଖିବା ଦିଗରେ ଆମେ ଉଲ୍ଲେଖନୀୟ କାର୍ଯ୍ୟକରିଛୁ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଆମ ରାଜ୍ୟ ଏବେ ଅନ୍ୟ ରାଜ୍ୟ ଓ ଦେଶମାନଙ୍କ ପାଇଁ ମଡେଲ୍ ହୋଇଛି ବୋଲି ଆଜି ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ(ଓଏସଡିଏମଏ) ଙ୍କ ଦ୍ଵାରା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ ଅବସରରେ ଭିଡିଓ ବାର୍ତ୍ତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିଛନ୍ତି। ସ୍ଥାନୀୟ ରବୀନ୍ଦ୍ର ମଣ୍ଡପ ଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ସମାରୋହରେ ବାର୍ତ୍ତା ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଥିଲେ ଯେ, ଆମର ପ୍ରଭାବଶାଳୀ ବିପର‌୍ୟ୍ୟୟ ପରିଚାଳନା ପ୍ରୟାସକୁ ସବୁ ସ୍ତରରେ ବ୍ୟାପକ ପ୍ରଶଂସା ମିଳିଛି। ଓଡ଼ିଶାକୁ ଭାରତ ସରକାର ୨୦୨୩ ମସିହା ପାଇଁ ସମ୍ମାନଜନକ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଆପଦ ପ୍ରବନ୍ଧନ ପୁରସ୍କାର ପ୍ରଦାନ…

Read More

ଭୁବନେଶ୍ବର: ଦୁର୍ଗାପୂଜା ପାଇଁ ବର୍ତ୍ତମାନ ଚାରିଆଡେ ଚଳଚଞ୍ଚଳ। ରଂଗବେରଂଗର ଆଲୋକମାଳା ସହିତ ସୁଉଚ୍ଚ ତୋରଣରେ ଝଲକୁଛି ରାଜଧାନୀ। ତେବେ ଏହି ସମୟରେ ଅଗ୍ନୀକାଣ୍ଡ ଘଟିବାର ସମ୍ଭାବନା ବହୁତ ରହିଛି। ସେଥିପାଇଁ ଭୁବନେଶ୍ବର ଅଗ୍ନିସନ ବିଭାଗ ତରଫରୁ ସ୍ବତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ରାଜଧାନୀରେ ହୋଇଥିବା ବିଭିନ୍ନ ତୋରଣ ନିକଟରେ ଅଗ୍ନିଶମ କର୍ମଚାରୀମାନେ ପଇଁତରା ମାରୁଛନ୍ତି। ସେମାନେ ବିଭିନ୍ନ ସ୍ଥାନରେ ଅସ୍ଥାୟୀ କ୍ୟାମ୍ପ କରି ତୋରଣ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସଜାଗ ହୋଇରହିଛନ୍ତି। ତେବେ କୌଣସି ସ୍ଥାନରେ କିଛି ଅଗ୍ନି କାଣ୍ଡ କିମ୍ବା କିଛି ଦୁର୍ଘଟଣା ହେଲା ନିକଟସ୍ଥ ଅଧିକାରୀଙ୍କୁ ଫୋନ କରିବା ପାଇଁ କୁହାଯାଇଛି। ସେଥିପାଇଁ ବିଭିନ୍ନ ଫୋନ ନମ୍ବର ଜାରୀ କରାଯାଇଛି। ସେଗୁଡିକ ହେଲା Team-1 (Manoranjan Raut, AFO) 7008928271 Jharpada Rasulgarh Sahid Nagar Team 2( Anup Sahu, SO) 9437228966 Bhaum Nagar Old Bus Stop and others Team 3(Gyanedra Behera, SO)…

Read More

ଭୁବନେଶ୍ବର: ରବି କାର୍ଯ୍ୟକ୍ରମ ୨୦୨୩-୨୪ ନିମନ୍ତେ ରାଜ୍ୟସ୍ତରୀୟ କୃଷି ସମ୍ମିଳନୀ,କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଦ୍ୱାରା ଲୋକସେବା ଭବନର କନ୍‌ଭେନ୍‌ସନ୍‌ ସେଣ୍ଟରଠାରେ ଉଦ୍‌ଘାଟିତ ହୋଇ ଯାଇଛି। ଫସଲର କାର୍ଯ୍ୟାନ୍ୱୟନକୁ ସମୀକ୍ଷା ଓ ମୂଲ୍ୟାୟନ କରିବା ସହିତ କୃଷିକ୍ଷେତ୍ରରେ ପ୍ରଯୁକ୍ତିବିଦ୍ୟାକୁ ଆପଣାଇବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ। ସମ୍ମିଳନୀରେ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସମେତ ରାଜ୍ୟର କୃଷି ବିଶ୍ୱବିଦ୍ୟାଳୟ, ଆଇସିଏଆର୍‌ ଏବଂ ସିଜିଆଇଏଆର୍‌ ପ୍ରଭୂତି ପ୍ରତିଷ୍ଠାନର ପ୍ରତିନିଧିମାନେ ବିଭିନ୍ନ ବୈଷୟିକ ଦିଗ ସଂପର୍କରେ ଆଲୋଚନା କରିଥିଲେ। ସମ୍ମିଳନୀରେ ରବି କାର୍ଯ୍ୟକ୍ରମ ପୁସ୍ତିକା ଉନ୍ମୋଚିତ ହୋଇଥିଲା। ରବି ୨୦୨୩-୨୪ କାର୍ଯ୍ୟକ୍ରମରେ ବିଭିନ୍ନ ଫସଲ ଅଧୀନରେ ଓଡ଼ିଶାରେ ପ୍ରାୟ ୨୮.୧୪ ଲକ୍ଷ ହେକଫର ଜମିରେ ରବିଚାଷ କରାଯିବ। ଏଥି ମଧ୍ୟରୁ ୧୪.୩୪ ଲକ୍ଷ ହେକଫର ଜମିରେ ଡାଲି ଜାତୀୟ ଫସଲ, ୩.୭୩ ଲକ୍ଷ ହେକଫର ଜମିରେ ତୈଳବୀଜ, ୫.୩୯ ହେକଫର ଜମିରେ…

Read More

ଭୁବନେଶ୍ବର: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ବିଶ୍ବକର୍ମା ଯୋଜନାକୁ ତୀବ୍ର ସମାଲୋଚନା କରିଛି ପ୍ରଦେଶ କଂଗ୍ରେସ। ଦଳ କହିଛି, ପ୍ରକୃତରେ ଏହି ସ୍କିମ ମାଧ୍ୟମରେ ରାଜନୈତିକ ଫାଇଦା ଉଦ୍ଦେଶ୍ୟରେ ଛଡ଼ାଯାଇଛି ଯାହାକି ପରେ ବିସ୍ତୃତ ହୋଇଛି। ଯେଉଁସବୁ କାରିଗରଙ୍କୁ ଏହ ସ୍କିମରେ ଅନ୍ତର୍ଭୁକ୍ତ ହେବେ ସେମାନେ ସମେସ୍ତ ପ୍ରାୟ ସେବା ଉଦ୍ୟଗ। ବଢ଼େଇ, କମାର, ବାରିକ ଗାଁ ମାନଙ୍କରେ ଯେଉଁ ସେବା ଦେଉଛନ୍ତି ତାର କଣ ବ୍ରାଣ୍ଡିଙ୍ଗ କରିବେ? ବ୍ରାଣ୍ଡିଙ୍ଗ ନାମରେ ଅର୍ଥ ବ୍ୟୟ ହେବ କିନ୍ତୁ ତାର ସୁଫଳ ମଳିବ ନାହିଁ। ଯେଉଁ କାରିଗର ମାନଙ୍କୁ ଅଗଷ୍ଟ ୧୫ ପତାକା ଉତୋଳନକୁ ନିଆ ଯାଇଥିଲା ସେମାନଙ୍‌କୁ କେବେ ପଚାର ଯାଇଛି କମ୍ବା କୌଣସି ସର୍ଭେ କରାଯାଇ ତାଙ୍କର ସମସ୍ୟା ବୁଝା ଯାଇ ଏହି ସ୍କିମ କରାଯାଇଛି? ସେ ଯାହା ହେଉ ଟୁଲ କିଟ ପାଇଁ ୧୫ ହଜାର ଟଙ୍କା ଏବଂ ଏକଲକ୍ଷ ଠାରୁ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟବସ୍ଥା ନିଶ୍ଚୟ…

Read More

କାକଟପୁର/ଭୁବନେଶ୍ୱର: ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ରାଜ୍ୟ ଯୋଜନାରେ ‘ଉଦ୍ୟାନ କୃଷିର ଅମଳ ପରବର୍ତ୍ତୀ ପରିଚାଳନା ଏବଂ ବିପଣନ ସହାୟତା’ ମାଧ୍ୟମରେ ପ୍ଲାଷ୍ଟିକ୍‌ କ୍ରେଟସ୍‌ ବିତରଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। କାକଟପୁର ବ୍ଲକ୍‌ ପଡ଼ିଆରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ଯେ ଫସଲ ଉତ୍ପାଦନ, ଅମଳ, ବିକି୍ରବଟା ନିମନ୍ତେ ବଜାରକୁ ନେବା ସମୟରେ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ପରିବହନଜନିତ କ୍ଷତି ଆଦି ସହିବାକୁ ପଡ଼ିଥାଏ। ମଜବୁତ୍‌ ପ୍ଲାଷ୍ଟିକ୍‌ କ୍ରେଟସ୍‌ରେ ପନିପରିବା ସାଇତି ରଖିବା ସହ ପରିବହନ କରିବା ସମୟରେ ପରିବାଗୁଡ଼ିକ ନଷ୍ଟ ହେବାର ଆଶଙ୍କା ଅନେକ ପରିମାଣରେ କମ୍‌ ହୋଇଥାଏ। ଏହା ଦ୍ୱାରା ଚାଷୀମାନେ ଉତ୍ପାଦିତ ଦ୍ରବ୍ୟକୁ ଉଚିତ ମୂଲ୍ୟରେ ବିକି୍ର କରିବାର ସୁଯୋଗ ପାଇଥାଆନ୍ତି। ଉଦ୍ୟାନ କୃଷି କ୍ଷେତ୍ରରେ ଏହି ଆଧୁନିକ ବ୍ୟବସ୍ଥା ଫଳରେ ଗ୍ରାମାଞ୍ଚଳରେ ରୋଜଗାର ସୃଷ୍ଟି ହେବ ଏବଂ…

Read More

ଭୁବନେଶ୍ୱର: ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ଦ୍ୱାରା ପରିଚାଳିତ ‘ମୋ ସରକାର’ ପ୍ରକୋଷ୍ଠରେ କେତେକ କର୍ମଚାରୀମାନଙ୍କ ବିରୁଦ୍ଧରେ ଅଭିଯୋଗ ହସ୍ତଗତ ହୋଇଥିଲା। ଉକ୍ତ ଅଭିଯୋଗଗୁଡ଼ିକୁ ଅନୁଧ୍ୟାନ କଲା ପରେ ଜଣାପଡ଼ିଲା ଯେ ଏଗୁଡ଼ିକ ମୁଖ୍ୟତଃ ଶିକ୍ଷକମାନଙ୍କର ପେନ୍‌ସନ୍‌, ଅବସରକାଳୀନ ପ୍ରାପ୍ୟ ଓ ସରକାରୀ କାର୍ଯ୍ୟରେ ଅବହେଳା ସମ୍ବନ୍ଧୀୟ ଅଟେ। ଉକ୍ତ ଅଭିଯୋଗ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ବିଭାଗୀୟ ଅଧିକାରୀଙ୍କୁ ସଂପୃକ୍ତ ଜିଲ୍ଲା କାର୍ଯ୍ୟାଳୟ (ଭଦ୍ରକ, କଳାହାଣ୍ଡି ଓ ଯାଜପୁର)ଗୁଡ଼ିକୁ ତଦନ୍ତ ନିମନ୍ତେ ପଠାଯାଇଥିଲା। ତଦନ୍ତରୁ ଜଣାପଡ଼ିଲା ଯେ ଅଭିଯୋଗଗୁଡ଼ିକର ସତ୍ୟତା ରହିଅଛି। ଉକ୍ତ ତଦନ୍ତ ରିପୋର୍ଟ ଆଧାରରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ସଂପୃକ୍ତ ବିଭାଗୀୟ ନିର୍ଦ୍ଦେଶକମାନଙ୍କୁ ଏହି କର୍ମଚାରୀମାନଙ୍କ ବିରୁଦ୍ଧରେ ନିୟମାନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Read More

ବାରିପଦା: ମୟୂରଭଞ୍ଜ ଜିଲ୍ଲାପାଳ ଶ୍ରୀ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତାରେ ଏମପିସି ସ୍ୱୟଂଶାସିତ ମହାବିଦ୍ୟାଳୟର ଜମି ପଟ୍ଟା ବଣ୍ଟନ ସମ୍ଭନ୍ଧୀୟ ଏକ କାର୍ଯ୍ୟକ୍ରମ ଜିଲ୍ଲାପାଳଙ୍କ ଅଫିସରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ରାଜସ୍ୱ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଯୋଗଦେଇ ପ୍ରଥମେ ସମସ୍ତଙ୍କୁ ଶାରଦୀୟ ଅଭିନନ୍ଦନ ଜଣାଇ ଥିଲେ। ଏହାପରେ ମନ୍ତ୍ରୀ କିଛି ମୁଖ୍ୟ ବିଷୟ ଉପରେ ସମୀକ୍ଷା କରିଥିଲେ। ଏଥି ମଧ୍ୟରୁ ବିଭିନ୍ନ ବ୍ୟକ୍ତି ବିଶେଷଙ୍କ ଦ୍ୱାରା ବେନିୟମ ଭାବେ ସରକାରୀ ଜମି ଦଖଲକାରୀଙ୍କୁ ଚିହ୍ନଟ କରି ଉକ୍ତ ଜମିଗୁଡିକ କିପରି ପୁଣି ସରକାରଙ୍କ ନିକଟକୁ ଫେରାଇ ଅଣାଯାଇପାରିବ ସେ ସମ୍ଭନ୍ଧରେ ପଦକ୍ଷେପ ଗ୍ରହଣ, ଜିଲ୍ଲାରେ ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀର ସ୍ଥିତି ଓ ନୂତନ ଆଶ୍ରୟସ୍ଥଳୀ ନିର୍ମାଣ ନେଇ ପ୍ରସ୍ତାବ, ସରକାରୀ ଚାକିରିରେ କାର୍ଯ୍ୟରତ ଥିବା ସମୟରେ ମୃତୁ୍ୟ ବରଣ କରିଥିବା କର୍ମଚାରୀଙ୍କ ପରିବାର ବର୍ଗ ଜଣେ ସଦସ୍ୟଙ୍କୁ ପୁନଃଥଇଥାନ ଯୋଜନାରେ ଚାକିରି ପ୍ରଦାନ ଓ…

Read More

ଭୁବନେଶ୍ୱର: ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଶ୍ରୀ ଅସିତ ତ୍ରିପାଠୀଙ୍କ ମାରାଥନ୍‌ ଗସ୍ତର ପଞ୍ଚମ ଦିନରେ ସମ୍ବଲପୁର ଜିଲ୍ଲାର ବୁର୍ଲାଠାରେ ଥିବା ଏକ ସର୍ବସାଧାରଣ ପାଠାଗାରକୁ ଉ୍‌ଦଘାଟନ କରିଛନ୍ତି। ଏହି ପାଠାଗାରର ପ୍ରତିଷ୍ଠାତା ସଦସ୍ୟ, ନାଗରିକ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରି ଶ୍ରୀ ତ୍ରିପାଠୀ କହିଥିଲେ ଯେ ଏହା ଏକ ନୂତନ ଢାଞ୍ଚାରେ ତିଆରି ଏକ ସୁନ୍ଦର ପରିକଳ୍ପିତ ପାଠାଗାର ଯାହା ବିଶେଷ କରି ଛାତ୍ରଛାତ୍ରୀମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଦୃଢ ମୂଳଦୁଆ ଭାବେ ଉଭା ହୋଇପାରିବ। ଇଣ୍ଟରନେଟର ଏହି ଯୁଗରେ ଏହି ପାଠାଗାର ପିଲାମାନଙ୍କର ବହି ପଢ଼ାର ଅଭ୍ୟାସକୁ ବିକଶିତ କରିବା ସହ ସେମାନଙ୍କୁ ଭବିଷ୍ୟତରେ ସହାୟତା ପ୍ରଦାନ କରିବ ବୋଲି ସେ ମତବ୍ୟକ୍ତ କରିଥିଲେ। ସମ୍ବଲପୁର ଜିଲ୍ଲା ପରିଦର୍ଶନର ଶେଷ ଦିନରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ଉପଦେଷ୍ଟା ଶ୍ରୀ ତ୍ରିପାଠୀ ଚିପିଲିମାସ୍ଥିତ କୃଷି…

Read More

ଭୁବନେଶ୍ୱର: ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ‘ଓଡ଼ିଶୀ ଆସର’ ଆର୍‌.ସି.ଏମ୍‌. ପରିସରସ୍ଥ ଶ୍ରୀଜଗନ୍ନାଥଙ୍କ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଆଜିର ଏହି ‘ଓଡ଼ିଶୀ ଆସର’ କାର୍ଯ୍ୟକ୍ରମ ପ୍ରାରମ୍ଭରେ ସୁନିତାରାଣୀ ବିଶ୍ୱାଳ ଏବଂ ଅର୍ପିତା ସାହୁ ଦେ୍ୱତ ଓଡ଼ିଶୀ ସଂଗୀତ ପରିବେଷଣ କରିଥିଲେ। ପରେ ପରେ ଏକକ ମର୍ଦ୍ଦଳ ବାଦନ କରିଥିଲେ ଜୟଗୁରୁ ପ୍ରଧାନ। ହାର୍‌ମୋନିୟମ୍‌ରେ ତାଙ୍କୁ ଗୁରୁ ରମେଶ ଚନ୍ଦ୍ର ଦାସ ସହଯୋଗ କରିଥିଲେ। ଅତିଥି କଳାକାର ମମତାରାଣୀ ଉପାଧ୍ୟାୟ ଏକକ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। ଗୁରୁ କେଶବ ଚନ୍ଦ୍ର ରାଉତ, ସ୍ୱପ୍ନେଶ୍ୱର ଚକ୍ରବର୍ତ୍ତୀ (ସୀତାର), ରମେଶ ଚନ୍ଦ୍ର ଦାସ (ବେହେଲା), ସଚ୍ଚିଦାନନ୍ଦ ଦାସ (ମର୍ଦ୍ଦଳ), ରୁଦ୍ର ପ୍ରସାଦ ପରିଡ଼ା (ବଂଶୀ) ବାଦ୍ୟଯନ୍ତ୍ରରେ ସହଯୋଗିତା କରିଥିଲେ। ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମଟି ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ପ୍ରତିଷ୍ଠାତା ଶ୍ରୀ ପ୍ରବୀର ପାଲ୍‌ ସସ୍ତ୍ରୀକ ଅତିଥି ରୂପେ ଯୋଗଦେଇ…

Read More

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଦ୍ୱାରା ଅନୁମୋଦିିତ ବାର୍ଷିକ ତାଲିକା ହିସାବରେ ଏ ବର୍ଷ ସମ୍ବଲପୁରୀ ବସ୍ତ୍ରାଳୟ ଦ୍ୱାରା ଏକ ସ୍ୱତନ୍ତ୍ର ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା-୨୦୨୩ ଭୁବନେଶ୍ୱର ସ୍ଥିତ ଅର୍ବାନ ହାଟ ଠାରେ ଆୟୋଜନ କରାଯାଇଅଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ତନ୍ତବାୟ ସମିତି ଏବଂ ଏସ୍‌ଏଚ୍‌ଜି ବୁଣାକାରମାନଙ୍କ ଦ୍ୱାରା ପ୍ରସ୍ତୁତ ଲୁଗାର ବିକ୍ରୟ ବୃଦ୍ଧି କରି ବୁଣାକାରଙ୍କୁ ନିୟମିତ କାମ ଯୋଗାଇଦେବା ପାଇଁ ରାଜ୍ୟ ସରକାରଙ୍କ ପୋହି (Pକ୍ସଓଔ)-୨୦୨୩-୨୪ ଯୋଜନାରେ ଏହା ଅନୁଷ୍ଠିତ ହୋଇଅଛି । ଏହି ମେଳାକୁ ଶୋଭନ କ୍ରୀଷ୍‌ନା ସାହୁ, ଆଇ.ଆର.ଏସ୍‌, ବୟନଶିଳ୍ପ ନିର୍ଦ୍ଦେଶକ, ଓଡିଶା ଗତକାଲି ସଂଧ୍ୟାରେ ଉଦ୍‌ଘାଟନ କରିଥିଲେ। ଉକ୍ତ ଉତ୍ସବରେ ସଂବିତ କୁମାର ଆଚାର୍ଯ୍ୟ, ସଭାପତି, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ, ଦେବଜୀତ ନନ୍ଦି, ଯୁଗ୍ମ ନିର୍ଦ୍ଦେଶକ ବୟନଶିଳ୍ପ, ଭୁବନେଶ୍ୱର, ଓ ହେମନ୍ତ କୁମାର ମିଶ୍ର, ବାଣିଜ୍ୟ ଅଧିକାରୀ, ସମ୍ବଲପୁରୀ ବସ୍ତ୍ରାଳୟ, ବରଗଡ ଉପସ୍ଥିତ ଥିଲେ। ଏହି…

Read More

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ, ସାମୁଦ୍ରିକ ଜୁଆର ଓ ଝଡ଼ ପ୍ରଭାବରେ ସମାୟାନୁକ୍ରମେ ପ୍ରଭାବିତ ବଙ୍ଗୋପସାଗର କୂଳରେ ଥିବା କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଅନ୍ତର୍ଗତ ସାତଭାୟା ଗ୍ରାମର ୫୭୧ ପରିବାରକୁ ବଗପାଟିଆଠାରେ ପୁନର୍ବାସ କଲୋନୀରେ ଥଇଥାନ କରାଯାଇଛି। ବଗପାଟିଆ ପୁନର୍ବାସ ପ୍ରକଳ୍ପର ବିକାଶ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ନାବାର୍ଡ ପକ୍ଷରୁ ସମ୍ଭାବ୍ୟ ସହଯୋଗ ସମ୍ପର୍କିତ ଏକ ପ୍ରସ୍ତାବ ଉପସ୍ଥାପନ କରାଯାଇଥିଲା। ଅନୁଷ୍ଠିତ ବୈଠକରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜସ୍ୱ ତଥା ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ଶକ୍ତି ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର…

Read More

ଭୁବନେଶ୍ବର: ଏଥର କୁମାର ପୂର୍ଣ୍ଣାମା ଆସନ୍ତା ୨୮ ତାରିଖ ଶନିବାରରେ ପଡୁଛି। ତେବେ ଏହିଦିନ ରହିଛି ଚନ୍ଦ୍ର ଗ୍ରହଣ। ଏଥର ଚନ୍ଦ୍ର ଗ୍ରହଣ ଖଣ୍ଡ ଗ୍ରାସ ହେବ। ଏହା ଏକ ଲମ୍ବା ସମୟ ଧରି ହେବ ବୋଲି ଜଣାପଡିଛି। ସେଦିନ ଚନ୍ଦ୍ର ଗ୍ରହଣ ରାତି ୧ ଟା ୪ ମିନଟ ୫୫ ସେକେଣ୍ଡରେ ଲାଗିବ। ଏହା ୧ ଘଣ୍ଟା ୧୯ ମିନଟ ୭ ସେକେଣ୍ଡ ଧରି ଲାଗିରହିବ। ଯାହା ରାତ୍ରୀ ୨ ଟା ୨୪ ମିନଟ ୭ ସେକେଣ୍ଡରେ ସର୍ବ ମୋକ୍ଷ ହେବ। ତେବେ ଜ୍ୟୋତିଷ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁସାରେ ସେଦିନ ପାକ ତ୍ୟାଗ ତାହାର ବହୁ ପୂର୍ବରୁ କରିବାକୁ ପଡିବ। ଅର୍ଥାତ ସେଦିନ ଅପରାହ୍ନ ୪ ଟା ୪ ମିନଟ ୫୫ ସେକେଣ୍ଡରୁ ପାକତ୍ୟାଗ କରାଯିବ। ଏହା ପୂର୍ବରୁ ଯେଉଁମାନେ ଯାହା ଖାଇବା କଥା ତାହା ଖାଇ ସାରିବା ଉଚିତ। ତେବେ ପାକ ଗ୍ରହଣ ରାତି ୨ ଟା ୨୫…

Read More

ଭୁବନେଶ୍ବର: ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କୁ ୨୦୨୨ ମସିହା ବ୍ୟାଚ୍ ର ୧୦ ଜଣ ବିହାର କ୍ୟାଡର ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଶିକ୍ଷାନବିଶ (ଆଇଏଏସ୍ ଅଫିସରର୍ସ ଟ୍ରେନି) ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ଗୋପବନ୍ଧୁ ପ୍ରଶାସନିକ ଏକାଡେମୀରେ ଜିଲ୍ଲା ସଂପର୍କିତ କାର‌୍ୟ୍ୟ ପରିଚାଳନା ସଂକ୍ରାନ୍ତୀୟ ପ୍ରଶିକ୍ଷଣ ନେବାକୁ ଆସିଥିବା ଏହି ଶିକ୍ଷାନବିଶମାନଙ୍କୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ତାଙ୍କର ଦୀର୍ଘଦିନର ପ୍ରଶାସନିକ ଅଭିଜ୍ଞତା ପ୍ରକାଶ କରିଥିଲେ। ଆଇଏଏସ୍ ଶିକ୍ଷାନବିଶମାନଙ୍କ ସହିତ ଦୀର୍ଘ ସମୟ ଧରି ସେ ଆଲୋଚନା କରିଥିଲେ। ଓଡିଶାରେ ସଂଘଠିତ ୧୯୯୯ ମହାବାତ୍ୟା ଠାରୁ ଆରମ୍ଭ କରି ପରବର୍ତ୍ତୀ ବିଭିନ୍ନ ବର୍ଷରେ ଦେଖାଦେଇଥିବା  ବାତ୍ୟା , ୨୦୧୯ରେ ଫନି ବାତ୍ୟା ଏବଂ  ଗତ ଜୁନ୍ ମାସରେ ଘଟି ଯାଇଥିବା  ବାହାନଗା ରେଳ ଦୁର୍ଘଟଣା ପର‌୍ୟ୍ୟନ୍ତ ବିଭିନ୍ନ ବିପର‌୍ୟ୍ୟୟ ସମୟରେ କିପରି ଆହ୍ୱାନମୂଳକ ପଦକ୍ଷେପ ନିଆଯାଇ ସେସବୁର ପରିଚାଳନାରେ ସମୟୋପଯୋଗୀ ତ୍ୱରିତ ପଦକ୍ଷେପ…

Read More

ଭୁବନେଶ୍ଵର: ରାଜ୍ୟରେ ବୁଣାକାରଙ୍କ ପାଇଁ ଲାଗୁ ହୋଇଥିବା ବଳିଆ ଯୋଜନର ଋଣ ରାଶିକୁ ବୃଦ୍ଧି କରାଯାଇଛି। ଏହା ଏକ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ବୁଣାକାରମାନେ ବଳିଆ ଯୋଜନା ମାଧ୍ୟମରେ ୫୦ ହଜାର ଟଙ୍କାର ଋଣ ପାଉଥିଲେ। ହେଲେ ଏହାକୁ ଦୁଇ ଗୁଣ କରାଯାଇଛି। ବୁଣାକାର ଜୀବିକା ଓ ଆୟ ବୃଦ୍ଧି ସହାୟତା ଯୋଜନା (BALIA)”, ୨୦୨୨-୨୩ ଆର୍ଥିକ ବର୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ବୁଣାକାରଙ୍କ ନିମନ୍ତେ ଘୋଷଣା କରାଯାଇଥିବା ସ୍ଵତନ୍ତ୍ର ପ୍ୟାକେଜ ଅନୁଯାୟୀ ପ୍ରଣୟନ କରାଯାଇଅଛି । ଏହି ଯୋଜନା ମାଧ୍ୟମରେ ୧୮-୭୦ ବର୍ଷ ବୟସ ମଧ୍ୟରେ ସମସ୍ତ ବୁଣାକାର ତଥା ବୟନ କାର୍ଯ୍ୟରେ ନିୟୋଜିତ ଶ୍ରମିକ ମାନଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ କାର୍ଯ୍ୟକାରୀ ପୁଞ୍ଜି ଋଣ ଆକାରରେ ଯୋଗାଇ ଦିଆଯିବାର ବ୍ୟବସ୍ଥା କରାଯାଇଥିଲା। ବାରମ୍ବାର ସୂତା, ରଙ୍ଗ ଓ ଅନ୍ୟାନ୍ୟ କଞ୍ଚାମାଲର…

Read More

ଭୁବନେଶ୍ବର: ବିଜେଡି ସରକାର ଏକ ବିଜ୍ଞାପନରେ କାହିଁକି ଶଙ୍ଖ ଚିହ୍ନ ରଖିଲେ ତାହାକୁ ବିରୋଧ କରିଥିଲେ ବିରୋଧୀ ବିଜେପି। ଶଙ୍ଖ ବିଜେଡିର ଚିହ୍ନ ହୋଇଥିବାରୁ ତାହାକୁ ସରକାରୀ ବିଜ୍ଞାପନରେ କାହିଁକି ଲାଗିଲା ବୋଲି ପ୍ରଶ୍ନ କରାଯାଇଥିଲା। ବିଜେଡି ରାଜ୍ୟ ରାଜକୋଷରୁ ଟଙ୍କା ଖର୍ଚ୍ଚ କରି ଦଳୀୟ ପ୍ରଚାର କରୁଛି ବୋଲି ଜୟନାରାୟଣ ମିଶ୍ର ବିରୋଧ କରିଥିଲେ। ହେଲେ ଆଶ୍ଚର୍ଯ୍ୟର କଥା ଗୋଟିଏ ଦିନ ପରେ କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏକ କାର୍ଯ୍ୟକ୍ରମ ଲୋଗୋରେ ଶଙ୍ଖ ଚିହ୍ନକୁ ସ୍ଥାନିତ କରିଛି। ଗତକାଲି ମନ୍ତ୍ରୀ ଅନୁରାଗ ଠାକରୁ ‘ଭାରତ ହେଁ ହମ’ କାର୍ଯ୍ୟକ୍ରମ ଅଧିନରେ ତିନୋଟି ଆନିମେଟେଡ ଫିଲ୍ମର ଟିଜର ଲୋକାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମର ଥିବା ବ୍ୟାକଟ୍ରପ ଏବଂ ଲୋଗୋରେ ରହିଛି ଶଙ୍ଖ ଚିହ୍ନ। ଏହି ଭାରତ ହେଁ ହମ୍ କାର୍ଯ୍ୟକ୍ରମ ଅଧିନରେ ତିନୋଟି ଆନିମେଟେଡ ସିରିଜ ନିର୍ମାଣ କରାଯାଇଛି। ଏହି ସିରିଜରେ ରହିଛନ୍ତି ଆନିମେଟେଡ୍ କ୍ୟାରେକ୍ଟର କ୍ରିଷ୍,…

Read More

ଭୁବନେଶ୍ୱର: ଆଜି ଜଟଣୀ ବିଧାୟକ ତଥା ଖୋର୍ଦ୍ଧା ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟଙ୍କ ଅଧ୍ୟକ୍ଷତାରେ ଚଳିତ ଅକ୍ଟୋବର ମାସ ୨୭ ତାରିଖ ଖୋର୍ଦ୍ଧା ଜିଲ୍ଲାର ଗୀତା ଭବନ ପଡ଼ିଆ ଠାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ହେବାକୁ ଥିବା ପରିବର୍ତନ ସମାବେଶ ପାଇଁ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ହୋଇଥିଲା। ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ ଦ୍ୱୀପତଳ ଅନ୍ଧାର ପରି ଖୋର୍ଦ୍ଧା ଜିଲ୍ଲା ନବୀନ ଓ ମୋଦି ସରକାର ଉଦାସୀନତାରେ ଶିକାର। ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ସୁରେଶ କୁମାର ରାଉତରାୟ କହିଥିଲେ ଯେ ଏହି ସାଧାରଣ ସଭାରେ ଓଡ଼ିଶା ପ୍ରଭାରୀ ତଥା ସାଂସଦ ଡା. ଏ ଚେଲ୍ଲା କୁମାର, ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ନରସିଂହ ମିଶ୍ର ଯୋଗଦେବେ। ସେହିପରି ପୂର୍ବତନ ପିସିସି ସଭାପତି, କଂଗ୍ରେସ…

Read More

ଭୁବନେଶ୍ୱର: ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲଙ୍କ ଅନୁମୋଦନକ୍ରମେ ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଆଜି ଯୁବ ମୋର୍ଚ୍ଚା ରାଜ୍ୟ ପଦାଧିକାରୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଏବଂ ବିଭିନ୍ନ ବିଭାଗ ପାଇଁ ସଂଯୋଜକ ଓ ସହ ସଂଯୋଜକଙ୍କ ନାମ ତାଲିକା ଘୋଷଣା କରିଛନ୍ତି । ଯୁବ ମୋର୍ଚ୍ଚା ରାଜ୍ୟ ଉପସଭାପତି ଭାବେ ବିଶ୍ୱଜିତ ଷଡଙ୍ଗୀ, ସଂଗ୍ରାମ ପାତ୍ର, ନିଳାଦ୍ରୀ ପାତ୍ର, ଅଙ୍କୁଶ ବର୍ମା, ସଞ୍ଜଳୀ ମୁର୍ମୁ, ପ୍ରକାଶ ମଲ୍ଲିକଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ରାଜ୍ୟ ସାଧାରଣ ସଂପାଦକ ଭାବେ ଦୀପକ ଗୋଚ୍ଛାୟତ ଓ ସୁଜିତ୍ ସିଂହ; ରାଜ୍ୟ ସଂପାଦକ ଭାବେ ସୁବ୍ରତ ବିଶ୍ୱାଳ, ଜୀବନ ରାଉତ, ଗଗନ ଓଝା, ମାନସ ସାହୁ, ଟୁଟୁନ ପାତ୍ର ଓ ପ୍ରଶାନ୍ତ ପାଇକରାୟ; କୋଷାଧ୍ୟକ୍ଷ ଭାବେ ରାଜେଶ ମହାକୁଡ ଏବଂ ସହ କୋଷାଧ୍ୟକ୍ଷ ଭାବେ ଆଶୁତୋଷ ସାହୁଙ୍କୁ ନିଆଯାଇଛି। ସେହିପରି କାର୍ଯ୍ୟାଳୟ ସଂପାଦକ ଭାବେ…

Read More

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କୁ ସମାଜର ଅମୂଲ୍ୟ ସଂପଦ ଭାବେ ବର୍ଣ୍ଣନା କରି ସେମାନଙ୍କୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଏହି ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବରିଷ୍ଠ ନାଗରିକମାନଙ୍କ ପାଖରେ ଅଭିଜ୍ଞତା ଓ ସମସ୍ୟାର ସମାଧାନ ରହିଛି। ସେମାନଙ୍କଠାରୁ ଆମକୁ ବହୁତ କିଛି ଶିଖିବାର ଅଛି। ସେମାନେ ଯେପରି ମର୍ଯ୍ୟାଦା ଓ ମାନସିକ ଶାନ୍ତି ସହ ଜୀବନଯାପନ କରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକ। ସେମାନଙ୍କ ଆଶୀର୍ବାଦ ସମାଜ ପାଇଁ, ଆମ ସମସ୍ତଙ୍କ ପାଇଁ ବହୁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ନିକଟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଆଉ ଚାରିଲକ୍ଷ ଅଧିକ…

Read More

ଭୁବନେଶ୍ୱର : ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ବିକାଶ ନେଇ ଉଠାଇଥିବା ବିଭିନ୍ନ ପ୍ରଶ୍ନର ଉତ୍ତର ରଖିଛନ୍ତି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ। ସେ ନିଜ ସାମାଜିକ ଗଣମାଧ୍ୟମରେ ମନମୋହନଙ୍କୁ ଜବାବ ଦେଇଛନ୍ତି। ସେ କହିଛନ୍ତି ଯେ, ମନମୋହନ ବାବୁ, ଆମ ଜିଲ୍ଲା ଭଦ୍ରକକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟିମ୍ ଆସିବା ପରେ ବାବା ଆଖଣ୍ଡଳମଣି ମନ୍ଦିରର ପାରିପାର୍ଶ୍ୱିକ ଉନ୍ନତି କାର୍ଯ୍ୟ ଆରମ୍ଭ ହୋଇଛି। ଆପଣ ମନ୍ତ୍ରୀ ଏବଂ ବିଧାୟକ ଥିବା ସମୟରେ ମନ୍ଦିରର ବିକାଶ ପାଇଁ କେବେ ଚେଷ୍ଟା ମଧ୍ୟ କରିନଥିଲେ ବୋଲି କହିଛନ୍ତି ବିଜେଡି ବିଧାୟକ ବ୍ୟୋମକେଶ ରାୟ। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କୁ କଡା ଜବାବ ଦେଇ ଶ୍ରୀ ରାୟ କହିଛନ୍ତି ଯେ ଚାନ୍ଦବାଲିରୁ ଧାମରା ଯିବାକୁ ପୂର୍ବରୁ ୪ ଘଣ୍ଟା ସମୟ ଲାଗୁଥିଲା। ଏବେ ମନ୍ତେଇ ସେତୁ ନିର୍ମାଣ ଯୋଗୁଁ ମାତ୍ର ୪୫ ମିନିଟ୍ ଲାଗୁଛି। ଫଳରେ ହଜାର ହଜାର ଲୋକ ଉପକୃତ ହେଉଛନ୍ତି।…

Read More

ଭୁବନେଶ୍ୱର: ଏକାମ୍ର ନିର୍ବାଚନ ମଣ୍ଡଳୀର ମହାବୀର ନଗରରୁ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିଶ୍ୱଜିତ ଦାଶଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନେତା ତଥା କଂଗ୍ରେସ କର୍ମୀ ଓ ଶୁଭେଚ୍ଛୁମାନେ ନିର୍ଦ୍ଧାରିତ “ଘରେ ଘରେ କଂଗ୍ରେସ- ଘରେ ଘରେ ହାତ” କାର୍ଯ୍ୟକ୍ରମ  ପଦଯାତ୍ରା ଆରମ୍ଭ କରାଯାଇଛି। କଂଗ୍ରେସ ନେତୃବର୍ଗ ଏବଂ କର୍ମୀମାନେ ଘରକୁ ଘର ଯାଇ ସେ ଅଂଚଳର ଜନସାଧାରଣଙ୍କୁ ୨୩ ବର୍ଷର ବିଜେଡ଼ି ସରକାରର ପ୍ରତିଶ୍ରୁତି ଓ ପ୍ରତାରଣା ଏବଂ କେନ୍ଦ୍ରର ୧୦ ବର୍ଷର ସରକାରର ତୁହାକୁ ତୁହା ମିଛି ପ୍ରତିଶ୍ରୁତି ଛଡ଼ା ରାଜ୍ୟ ଓ ଦେଶରେ ଜନସାଧାରଣଙ୍କ ମଙ୍ଗଳ ପାଇଁ କିଛି ଗୋଟିଏ ବୋଲି କାମ କରିନାହାନ୍ତି। ରାଜ୍ୟରେ ଏକ ଅଭାବନୀୟ ପରିସ୍ଥିତି ଆଜି ସୃଷ୍ଟି ହୋଇଛି। ଲୋକଙ୍କ ଦ୍ୱାରା ନିର୍ବାଚିତ ବିଜୁଜନତା ଦଳର ସାଂସଦ, ବିଧାୟକ ଓ ବରିଷ୍ଠ ନେତୃଗଣଙ୍କର କୌଣସି କ୍ଷମତା ନାହିଁ। ଏମାନେ ସମସ୍ତେ ନିର୍ଦ୍ଧିଷ୍ଟ ଗୋଟିଏ ସରକାରୀ କର୍ମଚାରୀ ଦ୍ୱାରା ପରିଚାଳିତ। ଯେତେ…

Read More

ନୂଆଦିଲ୍ଲୀ: ପାଖେଇଲାଣି ଲୋକସଭା ନିର୍ବାଚନ। ସେଥିପାଇଁ ବିଭିନ୍ନ ଦଳ ତଥା ଆଶାୟୀ ପ୍ରାର୍ଥୀମାନେ ସେମାନଙ୍କର ରଣନୀତି ପ୍ରସ୍ତୁତ କରିସାରିଲେଣି। ଏଥର କେମିତି ନିର୍ବାଚନରେ ବିଜୟ ଲାଭ ହେବ ସେ ନେଇ ଚାଲିଛି ଆଲୋଚନା। କେତେ ଟଙ୍କା ଖର୍ଚ୍ଚ ହେବ, ଟଙ୍କା କେଉଁଠୁ ଆସିବ ସେ ନେଇ ପ୍ରାର୍ଥୀମାନେ ଭିତିରିଆ ପ୍ରସ୍ତୁତି କରୁଛନ୍ତି। ହେଲେ ଏହିପରି ଏକ ସମୟରେ ଭାରତର ଲୋକପ୍ରିୟ ନେତା ତଥା ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀଙ୍କ ଏକ ବକ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ମହାରାଷ୍ଟ୍ରର ୱାସିଂମ ଠାରେ ଆୟୋଜିତ ଜାତୀୟ ରାଜପଥ ପ୍ରକଳ୍ପ ଉଦଘାଟନରେ ସେ ଏହି କଥା କହିଛନ୍ତି। ଏହାକୁ ନେଇ ବର୍ତ୍ତମାନ ଜାତୀୟ ରାଜନୀତିରେ ବେଶ ଆଲୋଚନା ହେବାରେ ଲାଗିଛି। କାରଣ ଦେଶର ଜଣେ ବରିଷ୍ଠ ନେତାଙ୍କ ଏପରି ନିର୍ବାଚନ ପ୍ରସ୍ତୁତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଗଡକରୀ କହିଛନ୍ତି ଯେ, ସେ ଏଥର ନିର୍ବାଚନରେ ଭିନ୍ନ ପ୍ରକାରର ଲଢେଇ କରିବେ। ଏଥର ସେ ନାଗପୁର…

Read More