Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା
ଜାତୀୟ ଖବର

ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା

October 1, 2023No Comments3 Mins Read
Share Facebook Twitter LinkedIn Email WhatsApp Copy Link
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ
ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଲେ ଏପରି କଥା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ବରିଷ୍ଠ ନାଗରିକମାନଙ୍କୁ ସମାଜର ଅମୂଲ୍ୟ ସଂପଦ ଭାବେ ବର୍ଣ୍ଣନା କରି ସେମାନଙ୍କୁ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଆଜି ଏହି ଅବସରରେ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ସମାବେଶରେ ମୁଖ୍ୟ ଅତିଥି ଭାବେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ବରିଷ୍ଠ ନାଗରିକମାନଙ୍କ ପାଖରେ ଅଭିଜ୍ଞତା ଓ ସମସ୍ୟାର ସମାଧାନ ରହିଛି।

ସେମାନଙ୍କଠାରୁ ଆମକୁ ବହୁତ କିଛି ଶିଖିବାର ଅଛି। ସେମାନେ ଯେପରି ମର୍ଯ୍ୟାଦା ଓ ମାନସିକ ଶାନ୍ତି ସହ ଜୀବନଯାପନ କରିବେ ସେଥିପାଇଁ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକ। ସେମାନଙ୍କ ଆଶୀର୍ବାଦ ସମାଜ ପାଇଁ, ଆମ ସମସ୍ତଙ୍କ ପାଇଁ ବହୁ ମୂଲ୍ୟବାନ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ବରିଷ୍ଠ ନାଗରିକମାନଙ୍କ କଲ୍ୟାଣ ପାଇଁ ସରକାର ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଥିବା ଦର୍ଶାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଲେ ଯେ ନିକଟରେ ମଧୁବାବୁ ପେନ୍‌ସନ୍‌ ଯୋଜନାରେ ଆଉ ଚାରିଲକ୍ଷ ଅଧିକ ହିତାଧିକାରୀମାନଙ୍କୁ ସାମିଲ କରାଯାଇଛି।

ସେମାନଙ୍କ ପାଇଁ ଜରାଶ୍ରମ ସହ ବିଭିନ୍ନ ହସ୍‌ପିଟାଲ୍‌ରେ ଜେରିଆଟ୍ରିକ୍‌ ସେଣ୍ଟର, ଫିଜିଓଥେରାପି ସେଣ୍ଟର ପରି ଅନେକ ସୁବିଧା କରାଯାଇଛି। ସେମାନଙ୍କ ପାଇଁ ତୀର୍ଥଯାତ୍ରାର ବ୍ୟବସ୍ଥା ମଧ୍ୟ କରାଯାଇଛି। ସମସ୍ତେ ମିଶି ଆମର ବରିଷ୍ଠ ନାଗରିକମାନଙ୍କ ସୁସ୍ଥ ଓ ନିରାମୟ ଜୀବନ ପାଇଁ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଜଣାଇଛନ୍ତି।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବରିଷ୍ଠ ନାଗରିକମାନଙ୍କୁ ସମାଜର ମଙ୍ଗୁଆଳ ଭାବେ ଅଭିହିତ କରିବା ସହ ସେମାନଙ୍କ ସାମାଜିକ ସୁରକ୍ଷା, ସ୍ୱାସ୍ଥ୍ୟସେବା ଓ ଗୁଣାତ୍ମକ ଜୀବନଚର୍ଯ୍ୟାରେ ଉନ୍ନତି ଆଣିବା ଦିଗରେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ଉଲ୍ଲେଖ କରିଥିଲେ।

ମନ୍ତ୍ରୀ ଶ୍ରୀ ପଣ୍ଡା ଏହି କ୍ରମରେ ମଧୁବାବୁ ପେନ୍‌ସନ୍‌ ଯୋଜନା, ସମନ୍ୱିତ ଭିତ୍ତିଭୂମି ପରିଷଦ, ଜରାଶ୍ରମ ସମେତ ବରିଷ୍ଠ ନାଗରିକଙ୍କ ପାଇଁ ରହିଥିବା ଅନ୍ୟାନ୍ୟ ସୁବିଧାଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲେ।

ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ପ୍ରଶାସନକୁ ଅଧିକ କ୍ରିୟାଶୀଳ କରିବାରେ ବରିଷ୍ଠ ନାଗରିକମାନେ ଉପଯୁକ୍ତ ପରାମର୍ଶ ଓ ମତାମତ ଦେବା ଉଚିତ।

ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଓ ପାଠାଗାରଗୁଡ଼ିକର ପରିଚାଳନାରେ ସେମାନେ ଆପଣା ଅଭିଜ୍ଞତାକୁ ଭିତ୍ତିକରି ଅଂଶଗ୍ରହଣ କରିବା ଉପରେ ଶ୍ରୀମତୀ ଗର୍ଗ ଗୁରୁତ୍ୱ ଦେଇଥିଲେ। ଭୁବନେଶ୍ୱର-କଟକ ପୁଲିସ କମିଶନର ସୌମେନ୍ଦ୍ର ପି୍ରୟଦର୍ଶୀ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ବରିଷ୍ଠ ନାଗରିକମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ଓ ଉତ୍ତରଦାୟିତ୍ୱ ବୃଦ୍ଧି ପାଇଛି ।

ରାଜଧାନୀ ଭୁବନେଶ୍ୱରରେ ବୟସ୍କ ନାଗରିକଙ୍କ ସଂଖ୍ୟା ୨୦ ପ୍ରତିଶତରେ ପହଞ୍ଚିଥିବା ଉଲ୍ଲେଖ କରିବା ସହିତ ସେ ସାଇବର ସଚେତନତା, ପ୍ରତି ଥାନାରେ ରହିଥିବା ବରିଷ୍ଠ ନାଗରିକ ସେଲ୍‌ର କାର୍ଯ୍ୟକାରିତା ଓ ପୁଲିସ୍‌ ହେଲ୍‌ପ ଲାଇନ୍‌ର ଉପଯୋଗିତା ଉପରେ ମତାମତ ରଖିଥିଲେ।

କାର୍ଯକ୍ରମରେ ଅଧ୍ୟକ୍ଷତା କରି ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ କହିଥିଲେ ଯେ ବୈଷୟିକ ବିଦ୍ୟା ଓ ଚିକିତ୍ସା ବିଜ୍ଞାନର ବିକାଶ ଫଳରେ ବୟସ୍କ ନାଗରିକଙ୍କ ଆୟୁ ବୃଦ୍ଧି ପାଇଛି ଓ ସେମାନଙ୍କ ପାଇଁ ଅଧିକ ସେବା ଓ ସୁରକ୍ଷା ଆବଶ୍ୟକ ହୋଇଛି।

ବିଭାଗର ନିର୍ଦ୍ଦେଶକ ଶ୍ରୀମତୀ ବ୍ରତତୀ ହରିଚନ୍ଦନ ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ବିସ୍ତୃତ ସୂଚନା ଦେଇଥିବାବେଳେ ସ୍ୱତନ୍ତ୍ର ଶାସନ ସଚିବ ଦିଲ୍ଲୀପ ରାୟ ଅତିଥିମାନଙ୍କୁ ସ୍ୱାଗତ କରିଥିଲେ ଓ ଶେଷରେ ଅତିରିକ୍ତ ଶାସନ ସଚିବ ଦୀପକ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିଲେ।

ବରିଷ୍ଠ ନାଗରିକ ମହାସଂଘ ପକ୍ଷରୁ ଡାକ୍ତର କୃପାସିନ୍ଧୁ ପଣ୍ଡା ବକ୍ତବ୍ୟ ରଖିଥିଲେ। ଏହି ଅବସରରେ କ୍ୟାପିଟାଲ୍‌ ହସ୍‌ପିଟାଲ୍‌ ପକ୍ଷରୁ ସ୍ୱସ୍ଥ୍ୟ ପରୀକ୍ଷା ଶିବିର, ସାଇଟ୍‌ ସେଭର୍ସ ଇଣ୍ଡିଆ ପକ୍ଷରୁ ଚକ୍ଷୁ ପରୀକ୍ଷା ଶିବିର ଓ ୟୁଏନ୍‌ଏଫ୍‌ପିଏ ପକ୍ଷରୁ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା।

ଶୁଭମ୍‌ କୁମାର ବେହେରା କାର୍ଯ୍ୟକ୍ରମରେ ସଂଯୋଜନା କରିଥିବାବେଳେ ପ୍ରଶାନ୍ତ ପ୍ରଧାନ ସଙ୍କେତିକ ଭାଷାରେ ଅତିଥିମାନଙ୍କ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ପରେ ଇଂ. ମିଲନ୍‌ ଘଟୁଆରୀଙ୍କ ସଂଯୋଜନାରେ ଉତ୍କଳ ସଂଗୀତ ମହାବିଦ୍ୟାଳୟର ଶିଳ୍ପୀମାନଙ୍କ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା।

ବରିଷ୍ଠ ନାଗରିକ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Latest News

ରାହୁଲଙ୍କୁ ଅମିତ ଶାହାଙ୍କ ଚେତାବନୀ : ୩୦ ବର୍ଷ ଯାଏଁ କ୍ଷମତାକୁ ଆସିପାରିବନି କଂଗ୍ରେସ

October 22, 2026

ଇନଷ୍ଟାଗ୍ରାମରେ ଡେବ୍ୟୁ କଲେ ସୋନିଆ ଗାନ୍ଧୀ: ଆସନ୍ତା ନଭେମ୍ବରରେ ଆସୁଛି ଆତ୍ମଜୀବନୀ ‘ବେଲଙ୍ଗିଂ’

October 22, 2026

ରାଜନୈତିକ ହିଂସାକାଣ୍ଡ: ବିଜେପି ସମର୍ଥକଙ୍କୁ ନିର୍ମମ ହତ୍ୟା, ଗୋଷ୍ଠୀ ସଂଘର୍ଷରେ ୬ ଆହତ

October 22, 2026

ଗ୍ରାମପଞ୍ଚାୟତର ଉନ୍ନତିକରଣ ପାଇଁ ଯୁବକଙ୍କ ଆଲେଚନା ଚକ୍ର

October 22, 2026

ଚିନି ଆମଦାନୀ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି: ଡିସେମ୍ବର ୩୧ ଯାଏଁ ବଢ଼ିଲା ଡେଡ୍‌ଲାଇନ୍‌, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପଡ଼ିବ ପ୍ରଭାବ

October 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.