ଭୁବନେଶ୍ବର: ମାତ୍ର ଦଶ ହଜାର ଟଙ୍କା ଦେଲେ ଆପଣ ଭୁବନେଶ୍ବରରୁ ଦୁବାଇ ଯାଇପାରିବେ। ଏହିପରି ଏକ ଅଫର ଦେଇଛି ଇଣ୍ଡିଗୋ ବିମାନ ସେବା। ଆଜିଠାରୁ ଆରମ୍ଭ ହେବ ଭୁବନେଶ୍ବର ଦୁବାଇ ବିମାନ ସେବା। ସେହି ପରିପ୍ରେକ୍ଷୀରେ ଇଣ୍ଡିଗୋ ତରଫରୁ ଏହି ଅଫର ଦିଆଯାଇଛି।ଏହି ଅଫର ମାତ୍ର କିଛିଦିନ ପାଇଁ ରହିଛି। ଏହି ବିମାନଟି ଭୁବନେଶ୍ବରରୁ ସପ୍ତାହରେ ତିନିଦିନ ସୋମବାର, ବୁଧବାର ଏବଂ ଶୁକ୍ରବାରରେ ଚାଲିବ। ଦୁବାଇରୁ ଏହି ବିମାନଟି ପ୍ରତ୍ୟେକ ଥର ସ୍ଥାନୀୟ ସମୟ ଅନୁସାରେ ୧୧ଟା ୨୫ ମିନିଟରେ ଛାଡିବ। ସେହିପରି ଭୁବନେଶ୍ବରରେ ଏହି ବିମାନ ଅପରାହ୍ନ ୫ ଟା ୨୦ ମିନିଟରେ ପହଞ୍ଚିବ। ଭୁବନେଶ୍ବରରୁ ଏହା ୬ ଟା ୩୦ ମିନିଟରୁ ଛାଡିବ ଏବଂ ଦୁବାଇରେ ୯ ଟା ୪୫ ମିନିଟରେ ପହଞ୍ଚିବ। ଆଜି ଏହି ବିମାନ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବାର କାର୍ୟ୍ୟକ୍ରମ ରହିଛି।
Author: thesamikhsya
ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ବିପୁଳ ଭୋଟରେ ବିଜୟ ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ଦୀପାଳି ଦାସ। ସେ ତାଙ୍କର ଭାଇଙ୍କ ସହିତ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କୁ ସାକ୍ଷାତ କରିଛନ୍ତି। ଏହି ସାକ୍ଷାତ ପରେ ମୁଖ୍ୟମନ୍ତ୍ରୀ ଟୁଇଟ କରି କହିଛନ୍ତି ଯେ, ଝାରସୁଗୁଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା ବିଜୁ ଜନତା ଦଳର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭେଟିଲି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ପରାମର୍ଶ ଦେଲି।
ଭୁବନେଶ୍ୱର: ଜନଜାତି ସଂସ୍କୃତିର ସଂରକ୍ଷଣ ଓ ପ୍ରସାର ପାଇଁ, ଛୋଟ ବଡ ସବୁ ଜନଜାତି ଗୋଷ୍ଠୀର ଅନନ୍ୟ ପରିଚୟର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବଲିଷ୍ଠ ପଦକ୍ଷେପ ନେଇ ଆଉ ୧୪ଟି ସ୍ବତନ୍ତ୍ର ଉନ୍ନୟନ ପରିଷଦ ସୃଷ୍ଟି କରାଗଲା ବୋଲି ଘୋଷଣା କରିଛନ୍ତି। ଏହି ନୂତନ ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବଲାଙ୍ଗୀର, ବାଲେଶ୍ଵର, ବରଗଡ଼, ବୌଦ୍ଧ, ଦେବଗଡ, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଝାରସୁଗୁଡ଼ା, କଳାହାଣ୍ଡି, ନୂଆପଡ଼ା, ନୟାଗଡ଼ ଓ ସମ୍ବଲପୁର। ଏହାଦ୍ବାରା ଜନଜାତି କଳା, ସଂସ୍କୃତି ଓ ସାହିତ୍ୟର ସଂରକ୍ଷଣ ପାଇଁ ୨୦୧୭-୧୮ରୁ ଗଠିତ ହୋଇଥିବା ସ୍ବତନ୍ତ୍ର ଉନ୍ନୟନ ପରିଷଦ ସଂଖ୍ୟା ୯ରୁ ୨୩କୁ ବୃଦ୍ଧି ପାଇଛି। ଆଜି ସ୍ଥାନୀୟ ଇଉନିଟ ୧ ସ୍ଥିତ ଆଦିବାସୀ ପଡିଆ ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି। ପୂର୍ବରୁ ୯ଟି ଜିଲ୍ଲାର ୧୧୭ଟି ବ୍ଲକରେ କାର୍ଯ୍ୟକାରୀ ହେଉଥିଲା। ଏଥିରେ ୬୪ ଲକ୍ଷ ଲୋକ…
କବି ଅଜୟ ସ୍ବାଇଁ ଯଦି ଈଶ୍ୱର ବୋଲି କେହି ଥିଲେ ପିଲାଦିନେ ମୁଁ ଆମ ବାଡି ଗଡିଆରେ ବୁଡିଗଲା ବେଳେ ସେ ତ ମତେ ବଞ୍ଚେଇଲେନି ଦି ପୁରୁଷ ପାଣିରେ ପଶି…? ପାଠ ନଆସିବାରୁ ମାଷ୍ଟ୍ରେ ଙ୍କ ବେତ ମାଡ ରୁ ତ ରକ୍ଷା କଲେନି ମତେ? ମାରଣା କାଳିଆ ବଳଦ ଭୂଷି ବାକୁ ଗଲାବେଳେ ତ ମତେ ରକ୍ଷା କଲେନି? ବୋଉ ଥିବାରୁ ମୁଁ ବଞ୍ଚିକି ଏଡୁଟିଏ ହେଲି। ବୋଉ କହୁଛି, ଈଶ୍ୱର କାଳେ ବୋଉ ହେଇ ମତେ ଏ ସବୁରୁ ବଞ୍ଚେଇଛନ୍ତି। କେଜାଣି?
ଭୁବନେଶ୍ବର: ଆଜି ଝାରସୁଗୁଡା ଉପନିର୍ବାଚନରେ ବିଜେଡିର ବିପୁଳ ବିଜୟ ପରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ନିଜର ଅଭିଭାଷଣ ରଖିଛନ୍ତି। ଏହି ଅଭିଭାଷଣରେ ସେ ପୁଣି ଥରେ ବିଜେପିକୁ ଟାର୍ଗେଟ କରିଛନ୍ତି। ସେ ବିଜେପି ଦଳର ନାମ ନ ନେଇ ନ ଥିଲେ ମଧ୍ୟ ତାଙ୍କର ସମାଲୋଚନା ବିଜେପି ପାଇଁ ଥିଲା ତାହା ସ୍ପଷ୍ଟ ହୋଇଛି। ସେ ପୁଣି ଥରେ ସେହି ମହିଳାଙ୍କ କଥାକୁ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ବିରୋଧୀ ଦଳ ମହିଳାମାନଙ୍କୁ ଯେପରି ଅସମ୍ମାନ କରୁଛନ୍ତି ତାହା ହେଉଛି ଏକ ଡେଞ୍ଜରିୟସ ଟ୍ରେନଣ୍ଡ। ସେଥିପାଇଁ ସେମାନଙ୍କୁ ଲୋକମାନେ ପ୍ରତ୍ୟାଖାନ କରିଦେଇଛନ୍ତି ବୋଲି ନବୀନ ଅଭିଭାଷଣରେ କହିଛନ୍ତି। ସେ କର୍ମିମାନଙ୍କୁ ତଥା ଝାରସୁଗୁଡାବାସୀଙ୍କୁ ଯେଉଁ ଅଭିଭାଷଣ ପ୍ରଦାନ କରିଛନ୍ତି ତାହା ହେଲା। ଜୟ ଜଗନ୍ନାଥ, ସମସ୍ତଙ୍କୁ ନମସ୍କାର ଓ ଜୁହାର, ଝାରସୁଗୁଡ଼ା ଉପନିର୍ବାଚନରେ, ବିଜୁ ଜନତା ଦଳର ବିପୁଳ ବିଜୟ ପାଇଁ ଆପଣମାନଙ୍କୁ ମୋର ଅଭିନନ୍ଦନ।…
ଭୁବନେଶ୍ବର: କଂଗ୍ରେସ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବକ୍ତବ୍ୟ ହେଲା କଂଗ୍ରେସ କମିଙ୍ଗି। ହେଲେ ବର୍ତ୍ତମାନ ପରିସ୍ଥିତିକୁ ଅନୁଧ୍ୟାନ କଲେ ସେହି ବକ୍ତବ୍ୟ ହେବ, ଦେଶରେ କଂଗ୍ରେସ କମିଙ୍ଗ, ହେଲେ ଓଡିଶାରେ କଂଗ୍ରେସ ଗୋଇଙ୍ଗି। କାରଣ ଜାତୀୟ ସ୍ତରରେ ବର୍ତ୍ତମାନ କଂଗ୍ରେସ ସ୍ଥିତିରେ ସୁଧାର ଆସୁଥିବା ବେଳେ ଓଡିଶାରେ ତାହା ହୋଇପାରୁ ନାହିଁ। ବର୍ତ୍ତମାନ ଝାରସୁଗୁଡା ଉପନିର୍ବାଚନ ଫଳାଫଳକୁ ବିଚାରକୁ ନିଆଯାଉ। ସେଠାରେ କଂଗ୍ରେସର ଦୟନୀୟ ଅବସ୍ଥା ହେଲା। ଅମାନତ ହରାଇଲା। ସେତିକି ନୁହେଁ ଗତ ନିର୍ବାଚନରେ କଂଗ୍ରେସକୁ ଲୋକେ ଯେତିକି ଭୋଟ ଦେଇଥିଲେ ଏଥର ସେତିକି ମଧ୍ୟ ଦେଲେ ନାହିଁ। ଉଭୟ ବିଜେଡି ଓ ବିଜେପିର ଭୋଟ ପ୍ରତିଶତ ବୃଦ୍ଧି ପାଇଥିଲା ବେଳେ କଂଗ୍ରେସ ଭୋଟ ହରାଇଛି। ଭୋଟ ଗଣନାରୁ ଜଣାପଡିଛି ଯେ, ଝାରସୁଗୁଡାରେ କଂଗ୍ରେସ ମୋଟ ୪୪୯୬ ଖଣ୍ଡ ଭୋଟ ମିଳିଛି। ହେଲେ ଗତ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୮୮୨୩ ଖଣ୍ଡ ଭୋଟ ହାତେଇଥିଲେ। ଫଳରେ…
ଭୁବନେଶ୍ବର: ଆଜି ବିପୁଳ ଭୋଟରେ ବିଜୟଲାଭ କରି ଝାରସୁଗୁଡା ଆସନ ଦଖଲ କରିଛନ୍ତି ଦୀପାଳି ଦାସ। ତାଙ୍କର ଏହି ବିଜୟରେ ସେଠାରେ ବିଜେଡି ଉତ୍ସବ ମନାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦୀପାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଫୋନ ଯୋଗେ ଦୀପାଳି ସହିତ ନବୀନ କଥା ହୋଇ ତାଙ୍କୁ ଏହି ଅଭିନନ୍ଦନ ଜଣାଇଛନ୍ତି। ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି। ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି। ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ଦୀପାଳି ଦାସ ୧,୦୭,୦୦୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮,୩୮୪, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୭୩ ଖଣ୍ଡ ଭୋଟ।
ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ବିପୁଳ ବିଜୟ ହୋଇଛି। ଦୀପାଳି ଦାସ ୪୮ହଜାର ୨୩୭ ଭୋଟରେ ବିଜୟୀ ହୋଇଛନ୍ତି। ବାପା ନବ ଦାସଙ୍କ ରେକର୍ଡ ଭାଙ୍ଗିଛନ୍ତି ଦୀପାଳି। କାରଣ ୨୦୧୯ରେ ନବ ଦାସ ୪୫ ହଜାର ୬୯୯ ଭୋଟ ବ୍ୟବଧାନରେ ଜିତିଥିଲେ। ଦୀପାଳି ଦାସ ୧,୦୭,୦୦୩ ଭୋଟ ପାଇଥିବା ବେଳେ ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୫୮,୩୮୪, କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ମିଳିଛି ମାତ୍ର ୪,୪୭୩ ଖଣ୍ଡ ଭୋଟ। ଏ ନେଇ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି ବିଜେଡି ବିଜୟୀ ପ୍ରାର୍ଥୀ ଦୀପାଳି ଦାସ। ସେ ଝାରସୁଗୁଡାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ଦୀପାଳି କହିଛନ୍ତି ଯେ, ଏହି ବିଜୟ ଝାରସୁଗୁଡାବାସୀଙ୍କର ବିଜୟ। ଆଜି ଝାରସୁଗୁଡାବାସୀ ମୋ ଉପରେ ବିଶ୍ବାସ ରଖିଥିବାରୁ ସେମାନଙ୍କୁ ଧନ୍ୟବାଦ। ମୋ ବାପାଙ୍କ ପ୍ରତି ସେମାନଙ୍କର ଯେପରି ଭଲ ପାଇବାର ଥିଲା ତାହା ଅତୁଟ ରହିଛି। ବାପା ଯେପରି ଝାରସୁଗୁଡାର ସେବା କରୁଥିଲେ ମୁଁ ମଧ୍ୟ…
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ବର୍ତ୍ତମାନ ସୁଦ୍ଧା ଜାରି ରହିଛି। ଏହି ଗଣତିରେ ପ୍ରତି ରାଉଣ୍ଡରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ରହୁଛନ୍ତି। ଏଥିସହିତ ଭୋଟ ବ୍ୟବଧାନ ମଧ୍ୟ ପ୍ରତି ରାଉଣ୍ଡରେ ବଢିବାରେ ଲାଗିଛି। ବର୍ତ୍ତମାନ ରାଉଣ୍ଡ ୧୧ ସୁଦ୍ଧା ବିଜେଡିର ଦୀପାଳି ଦାସ ୨୮, ୧୭୦ ଭୋଟରେ ଆଗୁଆ ଅଛନ୍ତି । ସୂଚନା ଅନୁସାରେ ରାଉଣ୍ଡ-୧୧ ବିଜେଡି- ୬୩ ହଜାର ୫୫୮ ଖଣ୍ଡ ବିଜେପି- ୩୫ ହଜାର ୩୮୮ ଖଣ୍ଡ କଂଗ୍ରେସକୁ- ୩ ହଜାର ୨୦୮ଟି ଭୋଟ ମିଳିଛି । ସେହିପରି ରାଉଣ୍ଡ -୧୨ ଭୋଟ ବିଜେଡି- ୭୧ ହଜାର ୧୨୧ ଖଣ୍ଡ ବିଜେପି- ୩୯ ହଜାର ୬୩୬ କଂଗ୍ରେସ- ୩ ହଜାର ୪୬୯ଟି ଭୋଟ ମିଳିଛି । ତେବେ ଏମିତି ଯଦି ଟ୍ରେଣ୍ଡ ଜାରି ରୁହେ ତେବେ ବିଜେଡି ପ୍ରାର୍ଥୀ ଦିପାଳି ଦାସ ନିଶ୍ଚିତ ଜିତିବାର ସମ୍ଭାବନା ରହିଛି। ପୂର୍ବରୁ ବିଜେଡି ଯେଉଁ ୫୦ ହଜାର…
ଭୁବନେଶ୍ବର: ଝାରସୁଗୁଡ଼ା ଉପନିର୍ବାଚନ ଷଷ୍ଠ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ମିଳିଛି ୩୫୬୦୯ ଖଣ୍ଡ ଭୋଟ। ସେହିପରି ବିଜେପିକୁ ୧୯୮୫୮ ଓ କଂଗ୍ରେସକୁ ମାତ୍ର ୧୯୩୯ ଟି ଭୋଟ ମିଳିଛି । ତେବେ ୫ମ ରାଉଣ୍ଡ ଭୋଟ ଗଣତି ସୁଦ୍ଧା ବିଜେଡିକୁ ୩୦୦୫୦ଟି ଭୋଟ ମିଳିଥିବାବେଳେ ବିଜେପିକୁ ୧୬୫୦୫ ଓ କଂଗ୍ରେସକୁ ମାତ୍ର ୧୧୫୦ଟି ଭୋଟ ମିଳଥିଲା ।
ଭୁବନେଶ୍ୱର: ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ତେବେ ଚତୁର୍ଥ ରାଉଣ୍ଡ ଭୋଟ ଗଣତିରେ ମଧ୍ୟ ବିଜେଡି ଆଗୁଆ ରହିଛି। ଚତୁର୍ଥ ରାଉଣ୍ଡରେ ଯେଉଁ ଫଳାଫଳ ଆସିଛି ତାହା ହେଲା ବିଜେଡି- ୨୩୬୧୫ ବିଜେପି- ୧୩୪୩୭ କଂଗ୍ରେସ- ୮୨୧
ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନର ଦ୍ବିତୀୟ ରାଉଣ୍ଡରେ ମଧ୍ୟ ବିଜେଡି ଆଗୁଆ ରହିଛି। ମିଳିଥିବା ସୂଚନା ଅନୁସାରେ ବିଜେଡିର ଦୀପାଳି ଦାସ ଦ୍ବିତୀୟ ରାଉଣ୍ଡରେ ୧୭୫୪୩ ଖଣ୍ଡ ଭୋଟ୍ ପାଇଛନ୍ତି। ଦ୍ବିତୀୟ ରାଉଣ୍ଡରେ ଦୀପାଳି ୭୭୩୪ ଖଣ୍ଡ ଭୋଟରେ ଆଗୁଆ ଅଛନ୍ତି। ଦ୍ଵିତୀୟ ରାଉଣ୍ଡ ବିଜେଡି – ୧୭୫୪୩ ବିଜେପି- ୯୮୦୯ କଂଗ୍ରେସ -୫୨୧ ପ୍ରଥମ ରାଉଣ୍ଡ ଗଣତିରେ ଦୀପାଳି ଦାସ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭୦୬ ଭୋଟରେ ଆଗୁଆ ଥିଲେ।
ଭୁବନେଶ୍ବର: ଝାରସୁଗୁଡା ଉପନିର୍ବାଚନର ପ୍ରଥମ ରାଉଣ୍ଡ ଫଳାଫଳ ହସ୍ତଗତ ହୋଇଛି। ପ୍ରଥମ ରାଉଣ୍ଡ ଫଳ ଅନୁସାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ଆଗରେ ଅଛନ୍ତି। ମିଳିଥିବା ସୂଚନା ଅନୁସାରେ ବିଜେଡିର ଦୀପାଳି ପ୍ରଥମ ରାଉଣ୍ଡରେ ୫୯୪୪ ଖଣ୍ଡ ଭୋଟ୍ ପାଇଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍ । ସେହିପରି କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମିଳିଛି ମାତ୍ର ୧୨୩ ଖଣ୍ଡ ଭୋଟ। ପ୍ରଥମ ରାଉଣ୍ଡ ଗଣତିରେ ବର୍ତ୍ତମାନ ଦୀପାଳି ଦାସ ବିଜେପିର ଟଙ୍କଧର ତ୍ରିପାଠୀଙ୍କଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି। ଆଜି ସକାଳୁ ଝାରସୁଗୁଡା ଉପନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ ଭୋଟ ଗଣତି କରାଯାଇଥିଲା। ଏହାପରେ ଇଭିଏମ ଗଣତି ଆରମ୍ଭ କରାଯାଇଥିଲା।
ନୂଆଦିଲ୍ଲୀ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାରିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଛନ୍ତି। ସେ ଗତକାଲି ଅପରାହ୍ନରେ ଭୁବନେଶ୍ବରରୁ ନୂଆଦିଲ୍ଲୀ ଗସ୍ତ କରିଥିଲେ। ଏହି ଗସ୍ତ ସମୟରେ ସେ ବିଭିନ୍ନ କେନ୍ଦ୍ରମନ୍ତ୍ରୀଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ତେବେ ସେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିବେ। ଏ ନେଇ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଅନୁମତି ଦିଆଯାଇଛି। ଆଜି ଅପରହ୍ନ ୪ଟା ୩୦ରେ ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ହେବ। ଦିଲ୍ଲୀରେ ପହଞ୍ଚିବା ପରେ ନିଜେ ମୁଖ୍ୟମନ୍ତ୍ରୀ ଏ ନେଇ ସୂଚନା ଦେଇଛନ୍ତି। ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିବେ।
ଭୁବନେଶ୍ବର: ଆଜିଠୁ ୪ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଅପରାହ୍ନରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ଓ ୧୨ ତାରିଖରେ ମୁଖ୍ୟମନ୍ତ୍ରୀ ସରକାରୀ କାର୍ଯ୍ୟକ୍ରମର ସମୀକ୍ଷା କରିବେ। ଏହି ସମୟରେ ଓଡ଼ିଶା ସ୍ବାର୍ଥ ସମ୍ବଳିତ ବିଭିନ୍ନ ଦାବି କେନ୍ଦ୍ର ପାଖରେ ଦୋହରାଇବେ ବୋଲି ସୂଚନା ମିଳିଛି। ତାଙ୍କର ଦିଲ୍ଲୀ ଗସ୍ତ କାଳରେ ସେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି।ଏହି ସମୟରେ ସେ ଓଡିଶାକୁ କେନ୍ଦ୍ରୀୟ ଅନୁଦାନର ବକେୟା ପ୍ରଦାନ ନେଇ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା୧୩ ତାରିଖରେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରୁ ପ୍ରତ୍ୟାବର୍ତ୍ତନ କରିବେ।
ଝାରସୁଗୁଡା: ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ଆଜି ତାଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି। ସେ ସକାଳୁ ସକାଳୁ ଝାରସୁଗୁଡାର ୧୯ ନମ୍ବର ୱାର୍ଡର ଗୁଜୁରାଟୀ କଲୋନୀର ୭୦ ନମ୍ବର ବୁଥରେ ଭୋଟ୍ ଦେଇଛନ୍ତି। ଏଥିସହିତ ସେ ଅଧିକ ସଂଖ୍ୟାରେ ଭୋଟରମାନେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରନ୍ତୁ ବୋଲି ଅନୁରୋଧ କରିଛନ୍ତି। ଆଜି ସକାଳୁ ଝାରସୁଗୁଡା ଉପନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ଖରା ସତ୍ବେ ଭୋଟରମାନେ ସେମାନଙ୍କର ମତଦାନ ଦେବାରେ ଆଗ୍ରହ ପରିଲକ୍ଷିତ ହୋଇଛି। ଏହି ଗଣତନ୍ତ୍ର ପକ୍ରିୟାରେ ମୋଟ ୨ ଲକ୍ଷ ୨୧ ହଜାର ୭୧୯ ଜଣ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ।
ଝାରସୁଗୁଡା: ଆଜି ହେଉଛି ଝାରସୁଗୁଡା ଉପନିର୍ବାଚନ ପାଇଁ ପରୀକ୍ଷା। ଏହି ପରୀକ୍ଷାରେ କିପରି ଜିତିବେ ସେ ନେଇ ସବୁ ଦଳ ଆଗରୁ ପ୍ରଚାର କରିସାରିଛନ୍ତି। ଏବେ ଭଗବାନଙ୍କ ଉପରେ ଭରସା। ସେହି ପରପ୍ରେକ୍ଷୀରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ସକାଳୁ ପୂଜା ଅର୍ଚ୍ଚନା କରିଛନ୍ତି। ଦୀପାଳି ଶ୍ରୀ ଗଣେଷଙ୍କ ନିକଟରେ ପୂଜା ଅର୍ଚ୍ଚନା କରି ନିଜର ମନବାଞ୍ଚା ପୂରଣ କରିବା ପାଇଁ ନିବେଦନ କରିଛନ୍ତି। ଶ୍ରୀଗଣେଷଙ୍କୁ ଆରାଧନା କରିବା ପରେ ଦୀପାଳି ନିଜର ମତାଧିକାର ସାବ୍ୟସ୍ତ କରିବା ପାଇଁ ଯାଇଥିଲେ। ସେ ଝାରସୁଗୁଡ଼ା ପୌରପାଳିକା ଅନ୍ତର୍ଗତ ସରବାହାଲର ମତଦାନ କେନ୍ଦ୍ରରେ ନିଜର ମତଦାନ କରିଛନ୍ତି।
ଝାରସୁଗୁଡା: ଆଜି ଝାରସୁଗୁଡା ଉପନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ସାତଟାରୁ ଆରମ୍ଭ ହୋଇଥିଲା ଏହି ମତଦାନ ପକ୍ରିୟା। ଏଥିରେ ଭୋଟରମାନେ ସକାଳୁ ସକାଳୁ ମତଦାନ କେନ୍ଦ୍ରକୁ ଆସି ନିଜର ମତାଧିକାର ସାବ୍ୟସ୍ତ କରୁଛନ୍ତି। ଆଜି ସକାଳ ନଅଟା ସୁଦ୍ଧା ନଅ ପ୍ରତିଶତ ମତଦାନ ହୋଇଥିବାର ଜଣାପଡିଛି। ପ୍ରବଳ ଖରା ପାଇଁ ବିଭିନ୍ନ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ଧାଡିରେ ଛିଡା ହୋଇଥିବା ଭୋଟରମାନଙ୍କ ଉପରେ ପାଣି ସିଞ୍ଚନ କରାଯାଉଛି। ଏଥିସହିତ ପାଣି ପଣା ପ୍ରଦାନର ମଧ୍ୟ ବନ୍ଦୋବସ୍ତ କରାଯାଇଛି। ଏହି ମତଦାନରେ ଉଭୟ ବିଜେପି ଏବଂ ବିଜେଡି ପ୍ରାର୍ଥୀ ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଛନ୍ତି।
ଭୁବନେଶ୍ବର: ଆସନ୍ତାକାଲି ବହୁ ପ୍ରତୀକ୍ଷିତ ଝାରସୁଗୁଡା ଉପନିର୍ବାଚନ ପାଇଁ ହେବ ଭୋଟ ଗ୍ରହଣ। ସେଥିପାଇଁ ଓଡିଶା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ତରଫରୁ ସମସ୍ତ ପ୍ରସ୍ତୁତି କରାଯାଇଛି। ଝାରସୁଗୁଡା ଇଂଜିନିୟରିଂ କଲେଜରୁ ପୁଲିଂ ପାର୍ଟିକୁ ସମସ୍ତ ବୁଥକୁ ପଠାସରିଛି। ଏହି ଉପନିର୍ବାଚନ ପାଇଁ ଏଥର ୨୫୩ଟି ବୁଥ କରାଯାଇଛି। ସେଥିମଧ୍ୟରୁ ୨୬ଟି ବୁଥକୁ ପିଙ୍କ୍ ବୁଥ ଏବଂ ୪୦ଟି ମଡେଲ ବୁଥ କରାଯାଇଛି। ଏହି ମତଦାନ ପକ୍ରିୟାରେ ମୋଟ ୧୦୧୨ ଜଣ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହିତ ୯୬ ଜଣ ପୁଲିଂ ଅଧିକାରୀଙ୍କୁ ରିଜର୍ଭ ରଖାଯାଇଛି। ସେହିପରି ଇଭିଏମଗୁଡିକ ରାଜନୈତିକ ଦଳର ପ୍ରତିନିଧୀଙ୍କ ସମ୍ମୁଖରେ କମିସନିଂ କରାଯାଇ ବୁଥଗୁଡିକରେ ରଖାଯାଇଛି। ମେସିନ ଯେପରି କିଛି ବିଭ୍ରାଟ ନ ହୁଏ ସେଥିପାଇଁ ୬ ଜଣ ଇଜିନିଂୟରଙ୍କୁ ହାଇଦ୍ରାବାଦରୁ ଆଣାଯାଇ ଝାରସୁଗୁଡାରେ ରଖାଯାଇଛି। ଏହି ଉପନିର୍ବାଚନରେ ଭୋଟ ଦେବା ପାଇଁ ୨,୨୧,୭୧୯ ଭୋଟର ଅଛନ୍ତି। ଯେଉଁଥିରେ ୧,୧୦,୬୧୯ ଜଣ ପୁରୁଷ ଏବଂ ୧,୧୧,୦୩୭ ଜଣ ମହିଳା…
ଭୁବନେଶ୍ବର: ରାଜ୍ୟର ସରକାରୀ ସଂସ୍ଥାରେ ବିଇଡି ଏବଂ ଏମଇଡିରେ ନାମଲେଖା ପାଇଁ ବିଜ୍ଞାପନ ପ୍ରକାଶ ପାଇଛି। ଛାତ୍ରଚାତ୍ରୀମାନେ ଅନଲାଇନରେ ଫର୍ମ ଫିଲପ କରି ଏହି ପାଠ୍ୟକ୍ରମ ପାଇଁ ପ୍ରବେଶିକା ପରୀକ୍ଷା ଦେଇପାରିବେ। ଏଥିରେ ନାମଲେଖାଇବା ପାଇଁ ହେବାକୁ ଥିବା ପ୍ରବେଶିକା ପରୀକ୍ଷା ଆସନ୍ତା ଜୁନ ମାସ 10 ଏବଂ 11 ତାରିଖରେ ଅନୁଷ୍ଠିତ ହେବ। ଏଥିପାଇଁ ଅନଲାଇନରେ ଫର୍ମ ଫିଲପ କରିବାର ସେଷ ତାରିଖ ରହିଛି ଏହି ମାସ 14 ତାରିଖ।
ଭୁବନେଶ୍ବର: ରାଜ୍ୟକୁ ପୁଣି ଫେରିଛି ତାତି, କିଛି ଦିନ ବ୍ୟବଧାନ ପରେ ଏବେ ଦୁଇଦିନ ଧରି ରାଜ୍ୟର ତାପମାତ୍ର ୪୦ ଡ଼ିଗ୍ରୀ ଉପରେ ରହୁଛି। ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହେବାରେ ଲାଗିଛି। ଭୁବନେଶ୍ବର ପାଣିପାଗ ବିଭାଗ ଅନୁସାରେ ଆଜି ଦିନ ୨ ଟା ସୁଦ୍ଧା ୩ଟି ସହରର ତାପମାତ୍ରା ୪୦ ଡ଼ିଗ୍ରୀ ଉପରେ ରହିଥିଲା। ଆଜି ଦିନ ୨ ଟା ସୁଦ୍ଧା ରେକର୍ଡ ତାପମାତ୍ରା ଝାରସୁଗୁଡା: ୪୨.୨ ଡ଼ିଗ୍ରୀ, ସମ୍ବଲପୁର: ୪୧.୨ ଡ଼ିଗ୍ରୀ, ହୀରାକୁଦ: ୪୦ ଡ଼ିଗ୍ରୀ, ଚାନ୍ଦବାଲି: ୩୮.୬ ଡ଼ିଗ୍ରୀ, ଭୁବନେଶ୍ୱର: ୩୮.୨ ଡ଼ିଗ୍ରୀ, ବାଲେଶ୍ୱର: ୩୬ ଡ଼ିଗ୍ରୀ, ପୁରୀ: ୩୪ ଡ଼ିଗ୍ରୀ, ଗୋପାଳପୁର: ୩୩.୬ ଡ଼ିଗ୍ରୀ, ପାରାଦ୍ୱୀପ: ୩୨.୬ ଡ଼ିଗ୍ରୀ, କେନ୍ଦୁଝର: ୨୮.୮ ଡ଼ିଗ୍ରୀ ତାପମାତ୍ରା ରହିଛି।

