ସୀତାରାମ ଅଗ୍ରୱାଲ ବାଣପୁର: ବିଗତ କିଛିଦିନ ଧରି ରାଜ୍ୟରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତାହାର ମୁକାବିଲା କରିବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧକ୍ଷତାରେ ଏକ ଅଂଶୁଘାତ ପୂର୍ବ ସତର୍କତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବିଡ଼ିଓ ଶୀତଲ ଅଗ୍ରୱାଲ ଏହି ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିବା ଜଣାଯାଇଛି। ଉକ୍ତ ବୈଠକରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା,ସ୍ୱାସ୍ଥ୍ୟ ଅଧିକାରୀ, ପିଡବ୍ଲୁଡି ବିଭାଗ, ବିଦ୍ୟୁତ ବିଭାଗ,ଜଳସେଚନ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ବିଭାଗ ସହ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହର ସତର୍କତା ସ୍ୱରୂପ ଶ୍ରମିକମାନେ ସକାଳ 7 ଘଟିକା ଠାରୁ 11ଘଟିକା ଏବଂ ଅପରାହ୍ନ 3 ଘଟିକା ପରେ କାର୍ଯ୍ୟ କରିବାର ନିୟମାବଳୀ ଜାରି ହୋଇଛି। ପ୍ରତ୍ୟେକ ଗ୍ରାମରେ…
Author: thesamikhsya
ଝାରସୁଗୁଡା/ଭୁବନେଶ୍ୱର : ଆସନ୍ତା ମେ ୧୦ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମନମୋହନ ଏମଇ ସ୍କୁଲ ଗ୍ରାଉଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଉପନିର୍ବାଚନ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ପ୍ରାୟ ୧୦ହଜାରୁ ଅଧିକ ଜନତା ସାମିଲ ଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଲୋକେ ଆଜି ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବାବେଳେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ବାରୀ ହୋଇପଡୁଛି। ସାଧାରଣ ଲୋକ ନ୍ୟାୟ ପାଇଁ ଲଢ଼ୁଛନ୍ତି ଓ ଲଢ଼ିବେ ଏବଂ ନ୍ୟାୟର ବିଜୟ ହେବ। ଜଣେ ଉଚ୍ଚଶିକ୍ଷିତ, ଯୋଗ୍ୟ, ଦକ୍ଷ ଓ ଯୁବକ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡା ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାଇ ଓ ଭଉଣୀମାନେ ଏଭଳି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ତାଙ୍କ ବିଜୟକୁ ସୁନିଶ୍ଚିତ କରାଇବେ…
ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ସମସ୍ୟା ସମାଧାନ ପାଇଁ ଗଠନ କରିବେ ଏକ ପରିଷଦଯ ଯାହାର ନାମ ରହିଛି ଓଡିଶା ବାଣିଜ୍ୟ ପରିଷଦ ବା Odisha Trade Council. ଶିଳ୍ପ ବିଭାଗ ଅଧିନରେ ଏହି ପରିଷଦ କାର୍ଯ୍ୟ କରିବ। ଏଥିପାଇଁ ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରାଯିବ ବୋଲି ନିଷ୍ପତି କରାଯାଇଛି। ଏହାଦ୍ବାରା ରାଜ୍ୟରେ ଥିବା ପ୍ରାୟ 25 ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇପାରିବେ। ସେମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅସୁବିଧାକୁ ଏହି ପରିଷଦ ସମାଧାନ କରିବ। ମୁଖ୍ୟତଃ ରାଜ୍ୟ ସରକାର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ଏହି ପରିଷଦ ସେତୁ ପରି କାର୍ଯ୍ୟ କରିବ। ଖୁବ ଶିଘ୍ର ଏହି ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ।
ଭୁବନେଶ୍ବର: ଆଜି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଫୁଲ୍ଲ କୁମାର ସ୍ୱାଇଁ ଧଉଳି ଶାନ୍ତି ସ୍ତୂପ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମ ‘ଓ୍ୱାଟରିଂ ଦି ପ୍ଲାଣ୍ଟେଡ୍ ଓ୍ୱାନ୍ସ’ ରେ ଅଂଶଗ୍ରହଣ କରି ଧଉଳିର ସବୁଜିମା ସ୍ଥିତି ଅନୁଧ୍ୟାନ କରିଥିଲେ। ଧଉଳି ପାହାଡ଼ ଓ ରାସ୍ତା ପାର୍ଶ୍ଵରେ କିଛି ମାସ ପୂର୍ବେ ଲଗା ଯାଇଥିବା ୩୦୦ରୁ ଅଧିକ ଅଶ୍ୱସ୍ତ ଓ ବରଗଛ ଗୁଡ଼ିକ ବୁଲି ଦେଖିଥିଲେ। ଗ୍ରୀଷ୍ମ ପ୍ରବାହ ଜାରି ରହିଥିବାରୁ ଗଛ ଗୁଡ଼ିକରେ ପାଣି ଦେବା ଉଦ୍ଦେଶ୍ୟରେ ଆଜି ଏକ ସ୍ୱତନ୍ତ୍ର ଅଭିଯାନରେକେତେକ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସହ ୫୦ରୁ ଊର୍ଦ୍ଧ୍ୱ ବିଭିନ୍ନ ଅନୁଷ୍ଠାନରୁ ସ୍ୱେଛାସେବୀମାନେ ସାମିଲ ହୋଇଥିଲେ। ଲଗାଯାଇଥିବା ପ୍ରାୟ ସମସ୍ତ ଗଛ ବଞ୍ଚିଥିବା ଦେଖି ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିବା ସହ ସମସ୍ତେ ବିଭିନ୍ନ ଗଛରେ ପାଣି ଦେଇଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ସୃଷ୍ଟି ଦୃଷ୍ଟିରୁ ବୃକ୍ଷରୋପଣ ଯେପରି ଆବଶ୍ୟକତା ରହିଛି, ସେହିପରି ଲଗାଯାଉଥିବା ଗଛ…
ଭୁବନେଶ୍ବର: ବୌଦ୍ଧ ଜିଲ୍ଲାର ୨୦ବର୍ଷୀୟ ରଘୁ ସିଂ, ଯିଏ କି ଭୁବନେଶ୍ୱର ସ୍ଥିତ ଝାରପଡ଼ା ଅଞ୍ଚଳରେ ପ୍ରଥମେ ଏକ ଇଟା ଭାଟି ଓ ପରବର୍ତ୍ତୀ ସମୟରେ ରାଜମିସ୍ତ୍ରୀ ଭାବେ କାମ କରି ପରିବାର ପୋଷଣ କରୁଥିଲେ। ପରିବାର କହିଲେ,ତାଙ୍କ ମା, ଭଉଣୀ ଓ ଦୁଇ ପିଲା। ଦୁର୍ଭାଗ୍ୟବଶତଃ, ଆଜି ହଠାତ୍ ହୃଦଘାତ କାରଣରୁ ରଘୁଙ୍କର ଅକାଳ ବିୟୋଗ ଘଟିଥିଲା ବେଳେ ଶେଷକୃତ୍ୟ କାର୍ଯ୍ୟ ଏବଂ ତାଙ୍କ କୋକେଇରେ କାନ୍ଧ ଦେବା ପାଇଁ ପରିବାରରେ କେହି ପୁରୁଷ ସଦସ୍ୟ ନଥିଲେ। ଜଗା ଚାକର ସଂଘ ଠାରୁ ଏହି ସମ୍ବନ୍ଧରେ ପ୍ରଥମେ ଭାନୁପ୍ରିୟା ଦାସ(ସତ୍ୟନଗର ପୂର୍ବତନ କର୍ପୋରେଟର) ଖବର ପାଇ, ବିଜୁ ଜନତା ଦଳ(ଓଡ଼ିଶା ମୋ ପରିବାର) ର ରାଜ୍ୟ ଯୁଗ୍ମ ସମ୍ପାଦକ ଶ୍ରୀ ରୁଦ୍ର ନାରାୟଣ ସାମନ୍ତରାୟଙ୍କୁ ଯୋଗାଯୋଗ କରିଥିଲେ। ପ୍ରଥମେ ରୁଦ୍ର ନାରାୟଣ ସାମନ୍ତରାୟ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ସମସ୍ତ ପରିସ୍ଥିତି କୁ ସମୀକ୍ଷା କରିଥିଲେ।ଏହାପରେ ଜୟ ଓଡ଼ିଶାର “ଶେଷ ସାଥୀ”…
ଭୁବନେଶ୍ୱର: ଓଡିଶାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ବଣ୍ଟନ ନେଇ ପୁଣି ଥରେ ବିଜେଡି ବିଜେପି ମୁହାଁମୁହିଁ ହୋଇଛନ୍ତି। ଆଜି ବିଜେପି ତରଫରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ରାଜ୍ୟ ସରକାର ବର୍ଷା ପୂର୍ବରୁ ଆବାସ ଯୋଜନା ବଣ୍ଟନ ନ କଲେ ରାଜ୍ୟରେ ନିଆଁ ଜଳିବ ବୋଲି ଧମକ ଦିଆଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ପୃଥୀରାଜ ହରିଚନ୍ଦନ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହାର ଜବାବ ବିଜେଡି ତରଫରୁ ଦିଆଯାଇଛି। ବିଜେଡି କହିଛି ରାଜ୍ୟ ବିଜେପି କିଭଳି ଓଡିଶା ତଥା ଓଡିଆ ବିରୋଧୀ ମନୋଭାବ ପୋଷଣ କରୁଛି ତାହା ଆଜି ବିଜେପି ମୁଖପାତ୍ର ପୃଥୀରାଜ ହରିଚନ୍ଦନଙ୍କ ସାମ୍ବାଦିକ ସମ୍ମିଳନୀରୁ ପଦାରେ ପଡିଯାଇଛି। ଏହାଦ୍ୱାରା ବିଜେପି ଖୋଲାଖୋଲି ଭାବେ ଓଡିଶା ଏବଂ ସାଢେ ୪ କୋଟି ଓଡିଆଙ୍କ ବିକାଶଧାରାକୁ ଅଟକାଇବାକୁ ଚେଷ୍ଟା କରୁଥିବା ଜଣାପଡି ଯାଇଛି। ଓଡିଶାରେ ପିଏମ୍ଏୱାଇ ବିଷୟରେ କହିବା ପୂର୍ବରୁ ସେମାନଙ୍କର କିଛି ଲଜ୍ଜା ରହିବା ଉଚିତ୍ ବୋଲି କହିଛନ୍ତି ବିଜେଡି ପ୍ରବକ୍ତା ସୁଶ୍ରୀ…
ଭୁବନେଶ୍ୱର : ଆସନ୍ତା ମେ ୧୦ ତାରିଖ ଦିନ ଅନୁଷ୍ଠିତ ହେବାକୁ ଯାଉଛି ଝାରସୁଗୁଡା ଉପ-ନିର୍ବାଚନ। ବିଜେପି ପ୍ରାର୍ଥୀ ଭାବେ ଯୁବ ନେତା ତଥା ରାଜ୍ୟ ସଂପାଦକ ଶ୍ରୀ ଟଙ୍କଧର ତ୍ରିପାଠୀ ଆସନ୍ତା କାଲି ନାମାଙ୍କନ ପତ୍ର ଦାଖଲ କରିବେ। ନିର୍ବାଚନର ସୁପରିଚାଳନା ଓ ସୁପ୍ରଚାର ପାଇଁ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ଦୁଇଟି କମିଟିର ନାମ ଘୋଷଣା କରିଛନ୍ତି। ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜୁଏଲ ଓରାମଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ ପରିଚାଳନା କମିଟିରେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ପୂର୍ବତନ ରାଜ୍ୟ ସଭାପତି କେ.ଭି.ସିଂହଦେଓ, ସାଂସଦ ସୁରେଶ ପୁଜାରୀ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାୟକ ଏବଂ ଗୋଲକ ପ୍ରସାଦ ମହାପାତ୍ର ସଦସ୍ୟ ଅଛନ୍ତି। ସେହିପରି ସାଂସଦ ତଥା ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସୁରେଶ ପୁଜାରୀଙ୍କ ଅଧ୍ୟକ୍ଷତାରେ ଗଠିତ ନିର୍ବାଚନ…
ଭୁବନେଶ୍ବର: ପୂର୍ବ ଅପେକ୍ଷା ଆଜି ତାପମାତ୍ରାରେ ସାମାନ୍ୟ ତ୍ରାହି ମିଳିଥିଲେ ମଧ୍ୟ ତାତିର ପ୍ରକୋପ ହ୍ରାସ ପାଇପାରି ନାହିଁ। ଦୀର୍ଘ କିଛିଦିନ ଧରି ରାଜ୍ୟରେ ଯେପରି ତାପମାତ୍ର ବୃଦ୍ଧି ପାଇବାରେ ଲାଗିଛି ତାହା ସମସ୍ତଙ୍କୁ ହତବାକ କରିଦେଇଛି। ତେବେ ଆଜି ଦିନ ୧୧ ଟା ୩୦ ସୁଦ୍ଧା ରାଜ୍ୟର ବିଭିନ୍ନ ସହରର ରେକର୍ଡ ହୋଇଥିବା ତାପମାତ୍ରା ହେଲା.. ଝାରସୁଗୁଡା : ୩୯.୬ଡିଗ୍ରୀ ବାଲେଶ୍ୱର: ୩୮.୦ଡିଗ୍ରୀ ଭୁବନେଶ୍ୱର: ୩୮.୦ଡିଗ୍ରୀ ସମ୍ବଲପୁର : ୩୭.୨ଡିଗ୍ରୀ ଗୋପାଳପୁର: ୩୭.୦ଡିଗ୍ରୀ ଚାନ୍ଦବାଲି: ୩୬.୬ଡିଗ୍ରୀ ପୁରୀ: ୩୬.୨ଡିଗ୍ରୀ କେନ୍ଦୁଝର: ୩୬.୨ଡିଗ୍ରୀ ହୀରାକୁଦ: ୩୫.୬ଡିଗ୍ରୀ ପାରାଦ୍ୱୀପ:୩୩.୦ଡିଗ୍ରୀ

