Categories
ଆଜିର ଖବର ରାଜ୍ୟ ଖବର

ବିଧାନସଭା ତରଫରୁ ତ୍ରିଲୋଚନ କାନୁନଗୋଙ୍କ ପାର୍ଥିବ ଶରୀରକୁ ଦିଆଗଲା ଶ୍ରଦ୍ଧାଞ୍ଜଳୀ

ଭୁବନେଶ୍ବର: ମହାନ ରାଜନେତା ତଥା ପୂର୍ବତନ ବିଧାୟକ ଓ ସାଂସଦଙ୍କୁ ବିଧାନସଭା ତରଫରୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଆଜି ତାଙ୍କର ମରଶରୀରକୁ ବିଧାନସଭା ପରିସରକୁ ଅଣାଯାଇଥିଲା। ସେଠାରେ ବାଚସ୍ପତି ବିକ୍ରମ ଆରୁଖଙ୍କ ସହିତ ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅନନ୍ତ ଜେନା, ପ୍ରଫୁଲ ସାମଲ, ଶଶୀଭୂଷଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ସେହିପରି ବିଧାନସଭା ପରିସରରେ ତାଙ୍କର ଭାଇ ପଞ୍ଚାନନ କାନୁନଗୋ ମଧ୍ୟ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ବାଚସ୍ପତି ଆରୁଖ ତ୍ରିଲୋଚନ କାନନୁଗୋଙ୍କ କାର୍ଯ୍ୟଧାରା ଉପରେ ଆଲୋକପାତ କରିଥିଲେ। ସେ ଜଣେ ବିଚକ୍ଷଣ ରାଜନେତା ଥିଲେ ବୋଲି ସେ କହିଥିଲେ। ଏହି ସମୟରେ ବିଧାନସଭା କର୍ମଚାରୀଗଣ ମଧ୍ୟ ତାଙ୍କୁ ଶେଷ ଦର୍ଶନ କରିଥିଲେ।

Categories
ଅପରାଧ ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ଖୋଲିଲା ଡନ ଅତିକ ଅହମ୍ମଦ ଗ୍ୟାଙ୍ଗର ଓଡିଶା ଲିଙ୍କ, ବରଗଡରେ ଛାନଭିନ କଲା ୟୁପି ପୋଲିସ

ଭୁବନେଶ୍ବର: ଉତ୍ତର ପ୍ରଦେଶର କୁଖ୍ୟାତ ଅପରାଧୀ ମାଫିଆ ଅତିକ ଅହମ୍ମଦର ଲିଙ୍କ ଓଡିଶାରେ ରହିଛି। ଏ ନେଇ ଉତ୍ତର ପ୍ରଦେଶ ପୋଲିସକୁ ସୁରାକ ମିଳିଛି। ଫଳରେ ଉତ୍ତର ପ୍ରଦେଶରୁ ଏକ ଟିମ ଓଡିଶା ଆସି ବରଗଡରରେ ଖାନତଲାସ କରିଛନ୍ତି। ଏ ନେଇ ଆଜି ଓଡିଶା ଡିଜିପି ସୁନୀଲ ବଂଶଲ ସୂଚନା ପ୍ରଦାନ କରିଛନ୍ତି।

ସେ କହିଛନ୍ତି ଯେ, ଦୁଇଦିନ ତଳେ ଉତ୍ତର ପ୍ରଦେଶ ପୋଲିସର ଏକ ଟିମ ଓଡିଶା ଆସି ବରଗଡ ଯାଇଥିଲେ। ସେମାନେ ଏକ ବଡ ଘଟଣାର ତଦନ୍ତ କରୁଥିବାର କହିଥିଲେ। ହେଲେ ତାହା କଣ ସେମାନେ ଜଣାଇ ନ ଥିଲେ। ହେଲେ ଆନ୍ତଃରାଜ୍ୟ ନିୟମ ଅନୁସାରେ ଆମେ ସେମାନଙ୍କୁ ତଦନ୍ତ କରିବା ପାଇଁ ଅନୁମତି ଦେଇଥିଲୁ। ହେଲେ ସେମାନେ କଣ କଲେ ସେ ନେଇ ଆମକୁ କୌଣସି ସୂଚନା ପ୍ରଦାନ କରାଯାଇ ନାହିଁ।

ତେବେ ବିଶେଷ ସୁତ୍ର ଅନୁସାରେ ଉତ୍ତର ପ୍ରଦେଶର ଜଣେ ଡିଏସପି ରାଙ୍କ ଅଧିକାରୀଙ୍କ ନେତୃତ୍ବରେ ପାଞ୍ଚ ଜଣିଆ ଟିମ ଓଡିଶା ଆସିଥିଲେ। ସେମାନେ ବରଗଡ ଯାଇ ସେଠାରେ ଥିବା ରାଜା ଖାନ ନାମକ ଜଣେ ବ୍ୟକ୍ତିଙ୍କୁ ପଚାରା ଉଚୁରା କରିଛନ୍ତି। ରାଜା ଖାନ ଅତିକର ପାଖ ଲୋକ ଗୁଡ୍ଡୁ ମୁସୁଲିମର କୁଆଡେ ପରିଚିତ ଲୋକ। ଫୋନ ଟ୍ରାକିଂ କରି ପୋଲିସ ବରଗଡରେ ପହଁଚିଛି।

ତେବେ ରାଜା ଖାନଙ୍କର ବରଗଡ ସୋହେଲାରେ ବ୍ୟବସାୟ ରହିଛି। ସେ ଛତିଶଗଡର ହୋଇଥିବା ବେଳେ ବରଗଡରେ ରହୁଛନ୍ତି। ରାଜା କୁଆଡେ ଗୁଡ୍ଡୁ ମୁସୁଲିମର ଡ୍ରାଇଭର ଥିଲା ବୋଲି କୁହାଯାଉଛି। ବର୍ତ୍ତମାନ ପୋଲିସ ଗୁଡ୍ଡୁକୁ ଖୋଜୁଥିବାରୁ ସେହି ଆଧାରରେ ସେମାନେ ବରଗଡରେ ରାଜା ଖାନଙ୍କୁ ପଚାରାଉଚୁରା କରିଛନ୍ତି।

ତେବେ ଉତ୍ତର ପ୍ରଦେଶ ପୋଲିସ ଆସିବା ପରେ ଓଡିଶା ପୋଲିସର ନିଦ ହଜିଯାଇଛି। ଆଜି ଭୁବନେଶ୍ବରରେ ପୋଲିସ ଡିଜିଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସିଥିଲା। ତେବେ ଏହି ବୈଠକରେ କଣ ନିଷ୍ପତି ହେଲା ସେ ନେଇ କେହି କିଛି କହି ନାହାଁନ୍ତି। ହେଲେ ଓଡିଶା ପୋଲିସ ପାଇଁ ବର୍ତ୍ତମାନ ଏହି ଘଟଣା ବେଶ ଗୁରୁତ୍ବ ବହନ କରିଛି ବୋଲି ଜଣାପଡିଛି।

Categories
ଆଜିର ଖବର ଧର୍ମ ରାଜ୍ୟ ଖବର

ଅକ୍ଷୟ ତୃତୀୟା ବାର୍ତ୍ତା: ଏଥିରେ ଥିବା ବିଭିନ୍ନ ବାର୍ତ୍ତାରୁ ଗୋଟିଏ କପି କରି ନିଜ ବନ୍ଧୁଙ୍କୁ ପଠାନ୍ତୁ

ଭୁବନେଶ୍ବର: ଆଉ ଦିନକ ପରେ ପବିତ୍ର ଅକ୍ଷୟ ତୃତୀୟା। ଏହି ଉପଲକ୍ଷେ ସମସ୍ତେ ନିଜର ପ୍ରିୟଜନଙ୍କୁ ବିଭିନ୍ନ ଶୁଭେଚ୍ଛା ବାର୍ତ୍ତା ପଠାଇଥାନ୍ତି। ସେହି ପବିତ୍ର ଦିନ ଉପଲକ୍ଷେ କେତେକ ଶୁଭେଚ୍ଛା ବାର୍ତ୍ତା ଏଠାରେ ଉପସ୍ଥାପିତ କରୁଛୁ।

ଆପଣମାନେ ଏହାକୁ କପି କରି ମୋବାଇଲରେ ପଠାଇପାରିବେ

ବାର୍ତ୍ତା-01

ତୁମ ବ୍ୟବସାୟ ବଢୁ ଦିନକୁ ଦିନ,

ପରିବାରରେ ଆସୁ ସ୍ନେହ ଓ ପ୍ରେମ,

‘ଅକ୍ଷୟ ତୃତୀୟା’ର ଶୁଭକାମନା

ବାର୍ତ୍ତା-02

ତୁମ ଘରେ ବର୍ଷା, ହେଉ ଟଙ୍କା,

ବାସ କରନ୍ତୁ ମା ଲକ୍ଷ୍ମୀ,

ଦୂର ହେଉ ସମସ୍ତ ଦୁଃଖ,

‘ଅକ୍ଷୟ ତୃତୀୟା’ର ଶୁଭକାମନା,

ବାର୍ତ୍ତା-03

ତୁମ ଘରେ ପ୍ରଭୃ ବର୍ଷା କରନ୍ତୁ ଟଙ୍କା,

ତୁମ ଶତ୍ରୁଙ୍କ ମୁହଁ ହେଉ ବଙ୍କା,

‘ଅକ୍ଷୟ ତୃତୀୟା’ର ଶୁଭକାମନା,

ବାର୍ତ୍ତା-04

ଆପଣଙ୍କ ଘରେ ଟଙ୍କା ବର୍ଷା ହେଉ

ଲକ୍ଷ୍ମୀଙ୍କ ବାସ ହେଉ,

ସଙ୍କଟର ନାସ ହେଉ,

ଶାନ୍ତିର ବାସ ହେଉ,

‘ଅକ୍ଷୟ ତୃତୀୟା’ର ଶୁଭକାମନା

ବାର୍ତ୍ତା-05

ଆପଣଙ୍କର ସବୁ କାମ ହେଉ ପୁରଣ

ଅଧୁରା ନ ରହୁ ସପନ

‘ଅକ୍ଷୟ ତୃତୀୟା’ର ଶୁଭକାମନା

ବାର୍ତ୍ତା-06

ଧନଧାନ୍ୟରେ ପୁରଣ ହେଉ ଆପଣଙ୍କ ଜୀବନ

ଆପଣଙ୍କ ଘରକୁ ହେଉ ଲକ୍ଷ୍ମୀଙ୍କ ଆଗମନ

‘ଅକ୍ଷୟ ତୃତୀୟା’ର ଶୁଭକାମନା

Categories
ବିଶେଷ ଖବର ବ୍ୟବସାୟ

ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩: ପ୍ରଥମ ଦିନରେ ସ୍ବାକ୍ଷରିତ ହେଲା ୧୨ଟି ଏମ୍‌ଓୟୁ

ଭୁବନେଶ୍ୱର: ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ର ପ୍ରଥମ ଦିନରେ ଆଜି ଶିଳ୍ପ-ଆଧାରିତ ଦକ୍ଷତା ଓ ରାଜ୍ୟର ଯୁବପିଢିଙ୍କ ପାଇଁ ଉଦୀୟମାନ ସୁଯୋଗଗୁଡିକ ଉପରେ ବିଭିନ୍ନ ଅଧିବେଶନର ଆୟୋଜନ କରାଯାଇଥିଲା । ଓଡିଶା ସରକାରଙ୍କ ଦକ୍ଷତା ବିକାଶ ବିଭାଗ ଓ ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ (ଓଏସ୍‌ଡିଏ) ଦ୍ୱାରା ଆୟୋଜିତ ହେଉଥିବା  ଏହି ସମ୍ମିଳନୀ ବିଭିନ୍ନ ଶିଳ୍ପ, ଶିକ୍ଷାନୁଷ୍ଠାନ, ପ୍ରଶିକ୍ଷଣ ସହଯୋଗୀ, ସେକ୍ଟର ସ୍କିଲ୍‌ସ କାଉନ୍ସିଲ୍‌, ଆନ୍ତର୍ଜାତୀୟ ସଂଗଠନ, ରାଷ୍ଟ୍ର କୈନ୍ଦ୍ରିକ ପ୍ରତିନିଧି ଓ ରାଜ୍ୟର ସ୍କିଲ୍ ଆମ୍ବାସାଡରମାନଙ୍କ ସହିତ ନିୟୋଜନ ପାଇଁ ଲକ୍ଷ୍ୟ ରଖିଛି ।

ଆଜିର ଉଦ୍‌ଘାଟନୀ ଅଧିବେଶନକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିଥିଲେ ଏବଂ ଏଠାରେ ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମନ୍ତ୍ରୀ (ସ୍ୱାଧୀନ) ପ୍ରୀତିରଞ୍ଜନ ଘଡାଇ, ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀଯୁକ୍ତ ସୁବ୍ରତ ବାଗ୍‌ଚିଙ୍କ ସମେତ ବିଶିଷ୍ଟ ସରକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଏହି ଅବସରରେ ରାଜ୍ୟ ସରକାର ଦକ୍ଷତାକୁ ପ୍ରୋତ୍ସାହିତ କରିବା ଏବଂ ପ୍ରମୁଖ ସଂସ୍ଥା ଓ ଅନୁଷ୍ଠାନଗୁଡିକ ସହିତ ଏକ ଉନ୍ନତ ଦକ୍ଷତା ଇକୋସିଷ୍ଟମ ନିର୍ମାଣ କରିବା ଲାଗି  ୧୨ଟି ଏମ୍‌ଓୟୁ ସ୍ୱାକ୍ଷର କରିଛନ୍ତି । ଏହି ଏମ୍‌ଓୟୁଗୁଡିକ ଆଇଟିଇ ଏଜୁକେଶନ ସର୍ଭିସେସ୍‌, ସିଙ୍ଗାପୁର ଏବଂ  ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ, ମିଶନ ଶକ୍ତି ଓ ୱାର୍ଲ୍ଡ ସ୍କିଲ୍ ସେଂଟର ମଧ୍ୟରେ, ଓଡିଶାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ଆଇଟିଇ ଏଜୁକେଶନ ସର୍ଭିସେସ୍‌, ସିଙ୍ଗାପୁର ମଧ୍ୟରେ, ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଂଟର୍ (ଓସିଏସି) ଏବଂ ଓଡିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ, ଡ୍ରୋନ୍ ଫେଡେରେଶନ ଅଫ୍ ଇଣ୍ଡିଆ ଏବଂ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ମଧ୍ୟରେ ସ୍ୱାକ୍ଷରିତ ହୋଇଛି । ଏମ୍‌ଓୟୁ ବ୍ୟତୀତ କିଛି ଆନ୍ତର୍ଜାତୀୟ ଲିଡର ଯେପରିକି ଫେଷ୍ଟୋ, ମିଟୁଟୋୟୋ, ସ୍ନାଇଡର, କୋର୍‌ସେରା, ଅଲ୍‌ଟେରା, ଫିଲିପ୍ସ ଏଜୁକେଶନ ଓ ଆଇଏସ୍‌ବି ଆଦି ଓଡିଶାର ଯୁବପିଢି ଏବଂ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା କ୍ଷେତ୍ରରେ ନିବେଶ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ ।

ପ୍ରଥମ ଦିନରେ ଶିଳ୍ପ ବିଶେଷଜ୍ଞମାନେ ସ୍କିଲ୍ ଇକୋସିଷ୍ଟମ, ରାଜ୍ୟରେ ଦକ୍ଷ ମାନବ ସମ୍ବଳର ଗୁରୁତ୍ୱ ତ୍ତ୍ୱଓ ଶିଳ୍ପ ପରିଚାଳିତ ଦକ୍ଷତା ଉପରେ ବିଚାରବିମର୍ଶ କରିଥିଲେ ।

ପ୍ରଥମ ଅଧିବେଶନ (ଭାରତରେ ଏକ ସୁସଙ୍ଗତ ଦକ୍ଷତା ପରିବ୍ୟବସ୍ଥା ଗଠନ) ରେ ଭାରତରେ ବୈଷୟିକ ଓ ଧନ୍ଦାମୂଳକ ଶିକ୍ଷା ତାଲିମ (ଟିଭିଇଟି) ପାଇଁ ଏକ ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବା ଉପରେ ଆଲୋଚନା କରାଯାଇଥିଲା । ଏହି ଅଧିବେଶନ ବଜାର ଚାହିଦା ମୁତାବକ ଦକ୍ଷତା ତାଲିମ୍ କାର୍ଯ୍ୟକ୍ରମଗୁଡିକୁ ଏକତ୍ରୀକରଣ କରିବାର ମହତ୍ୱ ଉପରେ ଆଲୋକପାତ କରିଥିଲା ।

ଏହି ଅବସରରେ ଓଡିଶାର ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମୁଖ୍ୟ ସଚିବ ଶ୍ରୀମତି ଉଷା ପାଢୀ ଅଧିବେଶନକୁ ପରିଚାଳନା କରିଥିଲେ ଏବଂ ବ୍ୟବସ୍ଥାରେ ଥିବା ସମସ୍ତ ହିତାଧିକାରୀଙ୍କ ସହ ମିଶି କାମ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ । ପ୍ୟାନେଲ ଆଲୋଚନା ଏକ ଭିଡିଓ ପ୍ରଦର୍ଶନୀ ସହିତ ଆରମ୍ଭ ହୋଇଥିଲା ଯେଉଁଥିରେ ନିଜକୁ ଆନ୍ତର୍ଜାତୀୟ ସ୍ତରରେ ଦକ୍ଷତା ପାଇଁ ଏକ ପସନ୍ଦର ଗନ୍ତବ୍ୟସ୍ଥଳୀ ଭାବେ ଅବସ୍ଥାପିତ କରିବା ଲାଗି ଦକ୍ଷତା କ୍ଷେତ୍ରରେ ଭାରତ ପ୍ରଦାନ କରୁଥିବା ଜନସଂଖ୍ୟା ଆଧାରିତ ସୁବିଧା ଏବଂ ଆଗାମୀ ସୁଯୋଗଗୁଡିକୁ ପ୍ରଦର୍ଶିତ କରାଯାଇଥିଲା ।

ୱାର୍ଲ୍ଡ ବ୍ୟାଙ୍କ ଗ୍ରୁପ୍‌ର ଏଜୁକେଶନ ଗ୍ଲୋବାଲ ପ୍ରାକ୍ଟିସ୍‌ର ପ୍ରମୁଖ ଶିକ୍ଷା ବିଶେଷଜ୍ଞ ଡଃ ସବ୍‌ନମ୍ ସିହ୍ନା ଅଧିବେଶନ ପାଇଁ ନିଜର ସ୍ୱାଗତ ଅଭିଭାଷଣରେ କହିଥିଲେ, ‘ ଭାରତର ଭବିଷ୍ୟତ ଏହାର ରାଜ୍ୟଗୁଡିକରେ ଅନ୍ତର୍ନିହିତ ରହିଛି । ଓଡିଶା  ଦକ୍ଷତା କ୍ଷେତ୍ରରେ ଅଗ୍ରଣୀ ରହିଛି । ଆମେ ରାଜ୍ୟ ସହ ଏକ ଘନିଷ୍ଠ ସହଯୋଗିତା ପାଇଁ ଏବଂ ଦକ୍ଷତା ଅଭିଯାନକୁ ଆଗକୁ ବଢାଇବା ପାଇଁ ଅପେକ୍ଷା କରିଛୁ ।’

ଏହି ଅଧିବେଶନ ପାଇଁ ପ୍ୟାନେଲରେ ୟୁଏନ୍ ୱମେନ୍ ଇଣ୍ଡିଆ ଅଫିସ୍‌ର ଉପ ପ୍ରତିନିଧି କାନ୍ତା ସିଂହ, ତାମିଲନାଡୁ ସ୍କିଲ ଡେଭ୍‌ଲପ୍‌ମେଂଟ୍ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ, ଆଇଏଏସ୍ ଟିଏମ୍‌ଟି. ଜେ. ଇନୋସେଂଟ୍ ଦିବ୍ୟା, ଏଏସ୍‌ଏପି କେରଳର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଡଃ ଉଷା ଟିଟସ୍‌, ତେଲେଙ୍ଗାନା ଏକାଡେମି ଫର୍ ସ୍କିଲ୍ ଆଣ୍ଡ ନଲେଜ୍‌, ଟିଏଏସ୍‌କେ, ତେଲେଙ୍ଗାନା, ସିଇଓ ଶ୍ରୀକାନ୍ତ ସିହ୍ନା ଆଦି ସାମିଲ ଥିଲେ ।

ଆଜି ସମ୍ମିନଳୀର ୨ୟ ଅଧିବେଶନ ‘କୁଶଳୀ ଶ୍ରମଶକ୍ତିର ପ୍ରଶଂସା’ରେ କୁଶଳୀ କର୍ମଚାରୀଙ୍କ ପାଇଁ ପ୍ରିମିୟମ ବେତନ ଏବଂ ଏହାର ଦୀର୍ଘକାଳିନ ଲାଭର ମହତ୍ୱ ଉପରେ ଆଲୋଚନା କରାଯାଇଥିଲା ।

ସମ୍ମିଳନୀକୁ ସମ୍ବୋଧିତ କରି ଲାର୍‌ସନ ଆଣ୍ଡ ଟ୍ୟୁବ୍ରୋରେ ସ୍କିଲ୍ ଡେଭ୍‌ଲପ୍‌ମେଂଟ୍ ମିଶନର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ କେ ରାମାକ୍ରିଷ୍ଣନ୍ କହିଥିଲେ, ‘ଏହା ସୁନିଶ୍ଚିତ କରିବା ଜରୁରୀ ଯେ, ଦକ୍ଷତା ପ୍ରଣାଳୀ ଯୁବପିଢିଙ୍କ ପାଇଁ ଆକାଂକ୍ଷିତ ଅଟେ ଏବଂ କର୍ମଚାରୀମାନଙ୍କ ଦକ୍ଷତା ପାଇଁ ନିଯୁକ୍ତିଦାତାଙ୍କୁ ଏକାଠି ହେବାର ଆବଶ୍ୟକତା ରହିଛି ।’

ଏହି ଆଲୋଚନା ପାଇଁ ପ୍ୟାନେଲରେ  ଏକାଧିକ କର୍ପୋରେଟ୍ ଯେପରିକି  ଭାରତ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌, ଏଚ୍‌ଆର୍‌-ପୂର୍ବତନ ନିର୍ଦ୍ଦେଶକ ଏସ୍‌ପି ଗାଥୁ, ସ୍କିଣ୍ଡ୍‌ଲର ଇଣ୍ଡିଆର ସିଇଓ ଓ ଅଧ୍ୟକ୍ଷ ଅଶୋକ ରାମଚନ୍ଦ୍ରନ୍‌, ସାହୀ ଏକ୍ସପର୍ଟସ୍ ପ୍ରାଇଭେଟ୍ ଲିମିଟେଡ୍‌ର ଉପାଧ୍ୟକ୍ଷ ଜେ ଡି ଗିରି, ଜୋଲା ଇଣ୍ଡିଆର ପ୍ରତିଷ୍ଠାତା ଓ ମୁଖ୍ୟ ଡିଜାଇନର୍ ଜିନା ଜୋସେଫ୍‌, ନେଟୁର ଟେକ୍ନିକାଲ ଟ୍ରେନିଙ୍ଗ୍ ଫାଉଣ୍ଡେଶନ (ଏନ୍‌ଟିଟିଏଫ୍‌), ବେଙ୍ଗାଲୁରୁର ଉପ ପରିଚାଳନା ନିର୍ଦ୍ଦେଶକ ବି.ଭି ସୁଦର୍ଶନ ପ୍ରମୁଖ ସାମିଲ ଥିଲେ ।

ସେହିପରି ଆଜିର ୩ୟ ଅଧିବେଶନ (‘ଉଦ୍ୟୋଗ ନେତୃତ୍ୱ ଭିତିକ ଦକ୍ଷତା ଆଡ଼କୁ’)ରେ ଇଣ୍ଡଷ୍ଟ୍ରୀ ୪.୦ ଏବଂ ଏଆଇ ଓ ରୋବୋଟିକ୍ସ ଭଳି ଟେକ୍ନୋଲୋଜିଗୁଡିକ କାରଣରୁ ସୃଷ୍ଟି ହୋଇଥିବା ବ୍ୟାଘାତ ଉପରେ ଆଲୋଚନା କରାଯାଇଥିଲା । ଏହି ଅଧିବେଶନ ଜିଜ୍ ଇକୋନୋମି, ଡେମୋଗ୍ରାଫିକ୍ ଏବଂ ଦେଶରେ କାର୍ଯ୍ୟର ଭବିଷ୍ୟତକୁ ପରିବର୍ତନ କରୁଥିବା ସାମାଜିକ ପରିର୍ତନଗୁଡିକ ଉପରେ ରୋଚକପୂର୍ଣ୍ଣ ତଥ୍ୟ ପ୍ରଦାନ କରିଥିଲା ।

ଏହି ଅଧିବେଶନ ପାଇଁ ପ୍ୟାନେଲିଷ୍ଟଙ୍କ ମଧ୍ୟରେ ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟୋଗ ମନ୍ତ୍ରଣାଳୟର ପ୍ରଶିକ୍ଷଣ ମହାନିର୍ଦ୍ଦେଶାଳୟର ନିର୍ଦ୍ଦେଶକ (ପ୍ରଶିକ୍ଷଣ) ତ୍ରିସାଲ୍‌ଜିତ ସେଠି, ମାରୁତି ସୁଜୁକି ଇଣ୍ଡିଆ ଲିମିଟେଡର ଟ୍ରେନିଙ୍ଗ ଏକାଡେମିର କାର୍ଯ୍ୟକାରୀ ପରାମର୍ଶଦାତା ମନୋଜ ଅଗ୍ରୱାଲ, ଓଡିଶା ମାଇନିଙ୍ଗ କର୍ପୋରେଶନର ପରିଚାଳନା ନିର୍ଦ୍ଦେଶକ ଆଇଏଏସ୍ ବଲ୍‌ୱନ୍ତ ସିଂହ, ସି.ଭି ରମଣ ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ସଞ୍ଜୀବ କୁମାର ରାଉତ ଏବଂ ଫିଲିପ୍ସ ଫାଉଣ୍ଡେଶନର ଅଧ୍ୟକ୍ଷ ରକ୍ଷିତ କେଜ୍ରିୱାଲ ପ୍ରମୁଖ ସାମିଲ ଥିଲେ ।

ଏହି ସମ୍ମିଳନୀରେ  ଏକ ପ୍ରଦର୍ଶନୀ ମାଧ୍ୟମରେ ଦକ୍ଷତା ପ୍ରବୃତିଗୁଡିକୁ ମଧ୍ୟ ପ୍ରଦର୍ଶିତ କରାଯାଇଥିଲା ଯେଉଁଥିରେ ମୋଟ ୧୩୪ଟି ଷ୍ଟଲ୍ ଥିଲା, ଏଥିମଧ୍ୟରୁ ୬୨ଟି ଷ୍ଟଲ ୩୦ଟି ଜିଲ୍ଲାର ଆଇଟିଆଇ, ପଲିଟେକ୍‌ନିକ୍‌, ଇଞ୍ଜିନିୟରିଂ କଲେଜ ଓ ଟେକ୍ନିକାଲ ୟୁନିଭର୍ସିଟିଗୁଡିକର ଥିଲା ଏବଂ ୫୮ଟି ଷ୍ଟଲ୍ ଏଆର୍‌ଏନ୍‌ଏସ୍‌, ଅଟୋ ଡେସ୍କ, ହାଲ୍‌, ମାଇକ୍ରୋସଫ୍ଟ ଓ ସିସ୍କୋ ଭଳି ଇଣ୍ଡଷ୍ଟ୍ରୀ ଓ ଷ୍ଟାର୍ଟଅପ୍‌ଗୁଡିକରୁ ଏବଂ ୮ଟି ଷ୍ଟଲ୍ ରାଜ୍ୟ ପିଏସ୍‌ୟୁ ଏବଂ ମିଶନ ଶକ୍ତି, ଏନର୍ଜି , ଓଏମ୍‌ସି, ବୟନିକା, ଡାଇରେକ୍ଟୋରେଟ୍ ଅଫ୍ ପ୍ରିଜନ୍‌ସ ଓ ଗତି ଭଳି ୬ଟି ବିଭାଗରୁ ଥିଲା । ଉଦ୍‌ଘାଟନୀ ଦିବସ ଓଡିଶାର ବିଭିନ୍ନ ସାଂସ୍କୃତିକ ପ୍ରଦର୍ଶନଗୁଡିକ ସହିତ ଶେଷ ହୋଇଥିଲା ।

ଓଡିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ କଳିଙ୍ଗ ଷ୍ଟାଡିୟମ, ଭୁବନେଶ୍ୱରରେ ଆସନ୍ତା ଏପ୍ରିଲ ୨୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ । ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଏଫ୍‌ଆଇସିସିଆଇ) ଏହି କାର୍ଯ୍ୟକ୍ରମର ଶିଳ୍ପ ସହଯୋଗୀ ରହିଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ପୁଣି ଓଡିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏଥର ଗସ୍ତ ହେବ ଐତିହାସିକ

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁଣି ଥରେ ଓଡିଶା ଆସିବେ। ତେବେ ଏଥର ଗସ୍ତ ତାଙ୍କ ପାଇଁ ଏକ ଐତିହାସିକ ହେବ। କାରଣ ସେ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ତାଙ୍କର ଜନ୍ମମାଟି ମୟୁରଭଂଜକୁ ଯିବେ। ସେଥିପାଇଁ ଜିଲ୍ଲାବାସୀ ବେଶ ଉତ୍ସାହିତ ହୋଇଥିବାର ଜଣାପଡିଛି।

ରାଷ୍ଟ୍ରପତି ମୁର୍ମୁ ଆସନ୍ତା ମେ 9 ତାରିଖରେ ଆସିବେ ବୋଲି ଜଣାପଡିଛି। ସେହିଦିନ ସେ ମୟୁରଭଂଜ ଜିଲ୍ଲାର ବାରିପଦା ଯିବେ। ସେଠାରେ ସେ ବାରିପଦାସ୍ଥିତ ମହାରାଜା ଶ୍ରୀରାମ ଭଂଜ ଦେଓ ବିଶ୍ବବିଦ୍ୟାଳୟର 12 ତମ ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଏ ନେଇ ବିଶ୍ବବିଦ୍ୟାଳୟ କୁଳପତିଙ୍କୁ ରାଷ୍ଟ୍ରପତି ଭବନରୁ ଚିଠି କରି ଅବଗତ କରାଯାଇଛି।

ମୟୁରଭଂଜରେ ଜନ୍ମିତ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ସେ ଦୁଇଥର ଓଡିଶା ଗସ୍ତରେ ଆସିଛନ୍ତି। ହେଲେ ସେ କେବେ ତାଙ୍କ ଜନ୍ମମାଟିକୁ ଯାଇପାରି ନାହାଁନ୍ତି। ପ୍ରଥମେ ସେ ପୁରୀ ଗସ୍ତ କରି ଜଗନ୍ନାଥ ଦର୍ଶନ କରିଥିଲେ। ଏହାପରେ ଦ୍ବିତୀୟ ଗସ୍ତରେ ମଧ୍ୟ ସେ ରମାଦେବୀ ବିଶ୍ବବିଦ୍ୟାଳୟ ସହିତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ହେଲେ ମୟୁରଭଂଜ ଗସ୍ତ କରି ନାହିଁନ୍ତି।

ବାରିପଦା ଆସିବେ ବୋଲି ଜଣାପଡିବା ପରେ ମହାରାଜା ଶ୍ରୀରାମ ଭଂଜଦେଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବୃଦ୍ଧି ପାଇଛି। ସେଥିପାଇଁ ଜିଲ୍ଲା ପ୍ରଶାସନ ଏବଂ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ ପ୍ରସ୍ତୁତି ବୈଠକ ଆରମ୍ଭ କରିସାରିଲେଣି। ଏହାପରେ ସଚିବାଳୟରେ ରାଷ୍ଟ୍ରପତିଙ୍କ ଗସ୍ତର ସମୀକ୍ଷା ହେବ।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

ବିଜେପି ନେତା ସମ୍ବିତ ପାତ୍ରଙ୍କ ପଖାଳଖିଆ ଫଟୋକୁ ନେଇ କାହିଁକି ହେଉଛି ତୀବ୍ର ସମାଲୋଚନା

ଭୁବନେଶ୍ବର: ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ବିଭିନ୍ନ ସମୟରେ ତାଙ୍କର ଭିନ୍ନ ଭିନ୍ନ ଫଟୋକୁ ନେଇ ସେ ସବୁ ବେଳେ ସମାଲୋଚନାର ଶିକାର ହୋଇଥାନ୍ତି। କେତେବେଳେ ସେ ଜଗନ୍ନାଥଙ୍କ ମୃତ୍ତିକୁ ମୁଣ୍ଡରେ ଧରି ଅଭିନୟ କରିଥାନ୍ତି, କେତେବେଳେ କେଉଁଠି ପୂଜା କରିବା ହେଉ। ସେ ସବୁବେଳେ ଏପରି କିଛି କରି ମିଡିଆରେ ରହିବା ପାଇଁ ଚେଷ୍ଠା କରିବାରେ ଲାଗିଛନ୍ତି।

ହେଲେ ବେଳେ ବେଳେ ଏପରି ଚର୍ଚ୍ଚାରେ ରହିବା ଚେଷ୍ଠା ଅପଚେଷ୍ଠାରେ ପରିଣତ ହୋଇଯାଏ। ଯାହାଦ୍ବାରା ସେ ବିଭିନ୍ନ ମହଲରେ ସମାଲୋଚନାର ଶିକାର ହେବା ସହିତ ନିନ୍ଦା ମଧ୍ୟ କରାଯାଉଥିବାର ନଜର ରହିଛି। ପୁରୀରେ ଜଗନ୍ନାଥ ମୂର୍ତ୍ତିକୁ ଧରି ସେ ଯେପରି ନାଟକବାଜୀ କଲେ ତାହାକୁ ବିଭିନ୍ନ ମହଲରେ ନିନ୍ଦା କରାଯାଇଥିଲା।

ସେହିପରି ତାଙ୍କର ଆଉ ଏକ ଫଟୋକୁ ନେଇ ସେ ସମାଲୋଚନାର ଶିକାର ହୋଇଛନ୍ତି। ଏହି ଫଟୋରେ ସମ୍ବିତ ପାତ୍ର ଜଣେ ଗରିବ ଘରେ ବସି ପଖାଳ ଖାଉଥିବାର ଦେଖାଯାଇଛି। ତାଙ୍କ ପାଖରେ କେତେକ ଛୋଟ ଝିଅ ତାଙ୍କ ଖାଇବା କଂସାକୁ ବଡ ବିକଳ ମନରେ ଅନାଇ ରହିଛନ୍ତି। ଏହି ଫଟୋଟି ସେ ନିଜେ ଟୁଇଟରରେ ପକାଇବା ପରେ ତାହା ବର୍ତ୍ତମାନ ବିଭିନ୍ନ ମହଲରେ ନିନ୍ଦା କରାଯାଇ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ଫଟୋଟି ଗତ ୧୭ ତାରିଖରେ ଉଠାଯାଇଛି। ସମ୍ବିତ ରଣପୁର ବିଧାନସଭା ପରିଦର୍ଶନରେ ଯାଇଥିବା ବେଳେ ସେ ଏହି ଫଟୋଟି ଉଠାଇ ଟୁଇଟରରେ ପ୍ରକାଶ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ, ” ଆଜି ରଣପୁର ବିଧାନସଭା ଅନ୍ତର୍ଗତ ବନ୍ଧମୁଣ୍ଡା ପଞ୍ଚାୟତର ଜାମୁଗଣ୍ଡ ଗ୍ରାମ ପରିଦର୍ଶନ କରିବା ସମୟରେ ଜଣେ ଭଉଣୀଙ୍କ ଘରେ ପଖାଳ ଭୋଜନ କଲି। ଓଡ଼ିଆ ଜନଜୀବନ ସହିତ ପଖାଳର ସମ୍ପର୍କ ବହୁ ନିବିଡ଼ ଓ ପୁରାତନ। ଓଡ଼ିଆ ପ୍ରାଣର ପ୍ରତୀକ ହେଉଛି ପଖାଳ।”

ଫଟୋରେ କେତେକ ମହିଳା ଏବଂ ଛୋଟ ଝିଅ ଅଛନ୍ତି। ହେଲେ ସେମାନଙ୍କ ମୁଖମଣ୍ଡଳରେ କାହାରି ବି ଖୁସିର ଚିହ୍ନ ପରିଲକ୍ଷିତ ହୋଇ ନାହିଁ। ଫଳରେ ଏହାକୁ ନେଇ ଟୁଇଟରେ ପ୍ରବଳ ବିରୋଧ କରାଯାଇଛି। ଏପରିକି ଫେସବୁକରେ ମଧ୍ୟ ତାଙ୍କର ଏହି ଫଟୋକୁ ନେଇ ସମାଲୋଚନା କରାଯାଇଛି।

ଅନେକ ପ୍ରତିକ୍ରିୟା ପ୍ରକାଶ କରି ଲେଖିଛନ୍ତି ଯେ ସମ୍ବତ ଗରିବ ଘରର ଖାଦ୍ୟ ଖାଇ ବଡଲୋକି ହେବାର ଦେଖାଇ ହୋଇଛନ୍ତି। କେତେକ ଛୁଆମାନଙ୍କୁ ସାଙ୍ଗରେ ଧରି ଖାଇଥିଲେ ଭଲ ହୋଇଥାଆନ୍ତା ବୋଲି ମଧ୍ୟ ଉଲ୍ଲେଖ କରିଛନ୍ତି।

ସେହିପରି ଆଉ ଜଣେ ଟୁଇଟରେ ପ୍ରତିକ୍ରିୟା ଦେଇ ଉଲ୍ଲେଖ କରିଛନ୍ତି ଯେ, ‘ପିଲାଏ ଏମିତି ମୁହଁ ଶୁଖେଇ ବସିଛନ୍ତି, ଆପଣଙ୍କ କେମିତି ମନ ହୁଏ ନିଜେ ଚକାପାରି ଆଗେ ଖାଇ ନେବାକୁ?’। ସେମିତି ଆଉ ଜଣେ କହିଛନ୍ତି ଯେ, “ଏମାନଙ୍କ ମୁହଁ କହୁଛି ଆପଣ ବିନା ନିମନ୍ତ୍ରଣ ରେ ପଶି ଖାଇଗଲେ ଖାଲି ଗୋଟେ ଫୋଟୋ ଉଠେଇବା ପାଇଁ ଓ ତାଙ୍କ ର ଭାଗ ଭି ଖାଇଦେଲେ। ସରକାର ଏଭଳି ଜନତା ଙ୍କ ଥାଳି ରୁ ଖାଉ ଥାଏ।”

ସତ୍ୟବଚନ ନାମିତ ଏକ ଟୁଇଟରରୁ ମଧ୍ୟ ପ୍ରତିକ୍ରିୟା ପ୍ରକାଶ ପାଇଛି। ସେଥିରେ ଉଲ୍ଲେଖ କରାଯାଇଛି ଯେ, ଯେଉଁମାନଙ୍କ ଘରେ ପଖାଳ ଖାଇ ଭଉଣୀ ସମ୍ବୋଧନ କରୁଚ, ସେଇମାନଙ୍କ ଭାତହାଣ୍ଡିରେ ଲାତ ମାରୁଚ ??? ଗ୍ୟାସ ୪୨୫ ରୁ ୧୧୬୦ କରୁଚ ??? ଏହାକୁ କହନ୍ତି କୃତଘ୍ନ ବିଶ୍ୱାସଘାତକ ଏହସାନ୍ ଫରାମୋସ୍।

ସମ୍ବିତ ପାତ୍ର ପୁରୀ ଲୋକସଭା ଆସନରୁ ଏଥର ବିଜେପିରୁ ପୁଣି ଥରେ ପ୍ରତିଦ୍ବନ୍ଦିତା କରିବେ। ସେଥିପାଇଁ ସେ ପୁରୀ ଲୋକସଭା ଅନ୍ତର୍ଗତ ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳିରେ ବାରମ୍ବାର ଗସ୍ତ କରିବାରେ ଲାଗିଛନ୍ତି। ହେଲେ ଅନେକ ସମୟରେ ତାଙ୍କର ନାଟକୀୟ ଆଚାରବ୍ୟବହାର ଏହି ଗସ୍ତକୁ ଫିକା କରିଦେଉଛି।

Categories
ଆଜିର ଖବର ରାଜ୍ୟ ଖବର

ଏପ୍ରିଲ ୨୧ ରେ ପାଳନ ହେବ ରାଜ୍ୟସ୍ତରୀୟ ଲୋକସେବା ଦିବସ, ଜାଣନ୍ତୁ ଏହା କଣ

ଭୁବନେଶ୍ୱର: ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ପକ୍ଷରୁ ଏପ୍ରିଲ ୨୧ ତାରିଖରେ ରାଜ୍ୟସ୍ତରୀୟ  ଲୋକ ସେବା ଦିବସ-୨୦୨୩ (State Level Civil Services Day-2023)  ପାଳନ କରାଯିବ। ଏହି ଅବସରରେ ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଲୋକସେବା ଭବନସ୍ଥିତ କନଭେନ୍ସନ୍ ସେଣ୍ଟର ଠାରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମକୁ ଉଦ୍ ଘାଟନ କରିବା ସହ ପ୍ରଶାସନିକ ଅଧିକାରୀଙ୍କ ସମାବେଶକୁ ସମ୍ବୋଧିତ କରିବାକୁ ସମ୍ମତି ପ୍ରଦାନ କରିଛନ୍ତି।

ଲୋକସେବା ଦିବସ ନାଗରିକମାନଙ୍କ ଉଦ୍ଦେଶ୍ୟରେ ନିଜକୁ ପୁନଃ ସମର୍ପିତ କରିବା ଏବଂ ଜନସେବା  କାର୍ଯ୍ୟରେ ଶ୍ରେଷ୍ଠତା ପ୍ରତି ସେମାନଙ୍କର ପ୍ରତିବଦ୍ଧତାକୁ ନବୀକରଣ କରିବାର ଏକ ଅବସର ଭାବରେ ପାଳନ  କରାଯାଏ। ସ୍ୱାଧୀନ ଭାରତର ପ୍ରଥମ ଗୃହମନ୍ତ୍ରୀ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ୧୯୪୭ ମସିହାରେ ଦିଲ୍ଲୀର ମେଟକାଫ ହାଉସରେ ଭାରତୀୟ ପ୍ରଶାସନିକ ସେବାର ଯୁବ ପ୍ରୋବେସନରମାନଙ୍କୁ ଏହି ଦିବସରେ ସମ୍ବୋଧିତ କରିଥିଲେ ଏବଂ ସେମାନଙ୍କୁ ପ୍ରକୃତ ‘ସେବା ଭାବନା’କୁ ଗ୍ରହଣ କରିବା ପାଇଁ ମାର୍ଗଦର୍ଶନ କରିଥିଲେ।  ସେହି ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଏପ୍ରିଲ ୨୧ ତାରିଖରେ  ଲୋକସେବା ଦିବସ ପାଳନ କରାଯାଉଛି।

ଗତ କିଛି ବର୍ଷ ମଧ୍ୟରେ ଓଡ଼ିଶାରେ ଶାସନ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପାନ୍ତରିତ ହୋଇଛି। ଅଭିନବ ଏବଂ ବ୍ୟାପକ ‘୫ଟି’ ମଡେଲ ଯୋଗ୍ୟଲୋକଙ୍କୁ ଆବଶ୍ୟକ ସେବା ଯୋଗାଇବାରେ ଏହା ମୂଲ୍ୟବାନ ପ୍ରମାଣିତ ହୋଇଛି। ପ୍ରଶାସନିକ ସଂସ୍କାର ସରକାର ଏବଂ ନାଗରିକଙ୍କ ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିଛି। ସରକାରୀ ଅଧିକାରୀମାନେ ଅଧିକ ଦାୟିତ୍ୱବାନ ଓ ଉତ୍ତରଦାୟୀ ହୋଇଥିବା ବେଳେ ଲୋକମାନେ ଅଧିକ ସଚେତନ ଓ ଆକାଂକ୍ଷୀ ହୋଇଛନ୍ତି।

କାର୍ଯ୍ୟକ୍ରମରେ  ମୁଖ୍ୟ ବକ୍ତା ଭାବେ ଆଇଏଏସ୍ (ଅବସରପ୍ରାପ୍ତ) ଅମରଜିତ ସିହ୍ନା ‘ ରୂପାନ୍ତରଣ ଜାରି ରହିଥିବା  ଶାସନ ପାଇଁ ଲୋକ ସେବା ପାଇଁ ପ୍ରସ୍ତୁତ କରିବା’ (ପ୍ରିପାରିଂ ସିଭିଲ ସର୍ଭିସେସ୍ ଫର ଟ୍ରାନ୍ସଫରମେଟିଭ୍ ଗଭର୍ଣ୍ଣାନ୍ସ)  ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ବକ୍ତବ୍ୟ ରଖିବେ। ଶ୍ରୀ ସିହ୍ନା ବର୍ତ୍ତମାନ ପବ୍ଲିକ୍ ଏଣ୍ଟରପ୍ରାଇଜେସ୍ ଚୟନ  ବୋର୍ଡର ସଦସ୍ୟ ଭାବେ ଅବସ୍ଥାପିତ ଅଛନ୍ତି। ସେ ପୂର୍ବରୁ ଗତ ଜୁଲାଇ-2021 ପର୍ଯ୍ୟନ୍ତ ମାନ୍ୟବର ପ୍ରଧାନ ମନ୍ତ୍ରୀ ଙ୍କ ପରାମର୍ଶଦାତା ଥିଲେ। ତାଙ୍କର ସିଭିଲ ସର୍ଭିସ କ୍ଷେତ୍ରରେ ବିଶେଷ କରି ଗ୍ରାମୀଣ ଏବଂ ସାମାଜିକ କ୍ଷେତ୍ରରେ  ଦୀର୍ଘ 39 ବର୍ଷର ଅଭିଜ୍ଞତା ରହିଛି।

ସର୍ବଶିକ୍ଷା ଅଭିଯାନ, ଜାତୀୟ ଗ୍ରାମୀଣ ସ୍ୱାସ୍ଥ୍ୟ ମିଶନ ଇତ୍ୟାଦି, ସରକାରଙ୍କ ପ୍ରମୁଖ କାର୍ଯ୍ୟକ୍ରମର ରୂପରେଖ ପ୍ରସ୍ତୁତ କରିବାରେ ସେ ଅନ୍ୟତମ ସ୍ଥପତି ଅଟନ୍ତି । ମାନବ ବିକାଶ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦେବା ପାଇଁ ସେ ଭାରତର ୯୦ ପ୍ରତିଶତରୁ ଅଧିକ ଜିଲ୍ଲା ଭ୍ରମଣ କରିବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କର ପବ୍ଲିକ ପଲିସି ଉପରେ ସାତଟି ପୁସ୍ତକ  ଏବଂ ପ୍ରମୁଖ ଭାରତୀୟ ପତ୍ରିକା ଏବଂ ଖବରକାଗଜରେ  ଅନେକ ପ୍ରବନ୍ଧ ପ୍ରକାଶିତ ହୋଇଛି।  ତାଙ୍କର ଶେଷ ପୁସ୍ତକ “ଆନ୍ ଇଣ୍ଡିଆ ଫର ଏଭ୍ରି ଓ୍ୱାନ୍- ଏପାଥ୍ ଟୁ ଇନକ୍ଲୁସିଭ୍ ଡେଭଲପମେଣ୍ଟ” – ଏକ ପ୍ରାମାଣିକ କାର୍ଯ୍ୟ ଭାବରେ ବ୍ୟାପକ ପ୍ରଶଂସିତ ଏବଂ ସ୍ୱୀକୃତି ଲାଭ କରିଛି।

ଲୋକ ସେବା ଦିବସ ଓଡିଶାରେ ପ୍ରଥମ ଥର ପାଇଁ ଅନୁଷ୍ଠିତ ହେଉଥିବା ବେଳେ ଗୋପବନ୍ଧୁ ପ୍ରଶାସନ ଏକାଡେମୀର ମହାନିର୍ଦେଶକ ରାଜ କୁମାର ଶର୍ମା  ସ୍ୱାଗତ ଭାଷଣ ଦେବା ସହ ଓଡ଼ିଶାରେ ଲୋକ ସେବା ଦିବସ-୨୦୨୩ ପାଳନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିବେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ  ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନା, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ସୁନିଲ କୁମାର ବଂଶଲ , ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ ଏବଂ ଶ୍ରୀ ପ୍ରଧାନ ମୁଖ୍ୟ  ବନ ସଂରକ୍ଷକ ଶ୍ରୀ ଦେବୀଦତ୍ତ ବିଶ୍ୱାଳ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବେ। ଆସନ୍ତା କାଲି ୨୧ ତାରିଖ ଅପରାହ୍ନ ସାଢ଼େ ୪ଟାରେ ଭୁବନେଶ୍ୱର ଲୋକସେବା ଭବନସ୍ଥିତ କନଭେନ୍ସନ୍ ହଲ୍ ରେ ରାଜ୍ୟରେ ପ୍ରଶାସନିକ ସେବାର ପ୍ରତିନିଧିତ୍ୱ କରୁଥିବା ସମସ୍ତ ବରିଷ୍ଠ ଅଧିକାରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ଜମ୍ମୁ କାଶ୍ମୀରରେ ସହିଦ ହୋଇଥିବା ୫ ଜଣଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡିଆ

ନୂଆଦିଲ୍ଲୀ: ଜମ୍ମୁକାଶ୍ମରୀର ପୁଞ୍ଚରେ ହୋଇଥିବା ସେନା ଗାଡି ଅଗ୍ନିକାଣ୍ଡ ଘଟଣାରେ ୫ ଯବାନଙ୍କ ମୃତ୍ୟୁ ହୋଇଛି। ତେବେ ଏହି ଅଗ୍ନିକାଣ୍ଡ ଆତଙ୍କି ହାମଲା ଯୋଗୁଁ ଘଟିଛି ବୋଲି ସେନାବାହିନୀ ତରଫରୁ ସ୍ପଷ୍ଟ କରାଯାଇଛି।

ତେବେ ପୁଞ୍ଚରେ ସହିଦ ହୋଇଥିବା ୫ ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ। ସେ ହେଉଛନ୍ତି ଦେବାଶିଷ ବିଶ୍ୱାଳ। ଦେବାଶିଷଙ୍କ ଘର ସାକ୍ଷୀଗୋପାଳ ନିକଟ ଅଳଗୁମର ଖଣ୍ଡାୟତ ସାହିର ବୋଲି ଜଣାପଡିଛି। ଦେବାଶିଷଙ୍କ ଘରକୁ ସେନା ମୁଖ୍ୟାଳୟରୁ ଫୋନ ଆସିବା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Categories
ଆଜିର ଖବର ଜାତୀୟ ଖବର ରାଜ୍ୟ ଖବର

ବିଜେପି ପ୍ରକାଶ କଲା ଷ୍ଟାର ପ୍ରଚାରକ ତାଲିକା, ଦୁଇ ନମ୍ବରରେ ଜୁଏଲ, ତିନି ନମ୍ବରରେ ଧର୍ମେନ୍ଦ୍ର

ଭୁବନେଶ୍ବର: ଆଜି ବିଜେପି ମଧ୍ୟ ଝାରସୁଗୁଡା ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଚାଳିଶ ଜଣିଆ ଏହି ତାଲିକାରେ ପ୍ରଥମେ ଅଛନ୍ତି ଦଳର ସଭାପତି ମନମୋହନ ସାମଲ। ଏହାପରେ ଦ୍ବିତୀୟରେ ଅଛନ୍ତି ଜୁଅଲ ଓରାମ। ତୃତୀୟକୁ ଖସିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ

ଏଥର ଝାରସୁଗୁଡା ଉପନିର୍ବାଚନ ସଭାପତି ମନମୋହନ ସାମଲଙ୍କ ନେତୃତ୍ବରେ ଦଳ ପ୍ରଥମ ଥର ପାଇଁ ଲଢେଇ କରୁଛି। ସେଥିପାଇଁ ମନମୋହନ ବେଶ ମାପିଚୁପି ଏହି ତାଲିକା ପ୍ରସ୍ତୁତ କରିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ଘୋଷଣା କଲା ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ବର: ଆଜି ବିଜୁ ଜନତା ଦଳ ଝାରସୁଗୁଡା ଉପନିର୍ବାଚନ ପାଇଁ ତାହାର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଏଥିରେ ଚାଳିଷ ଜଣ ପ୍ରଚାରକ ଅଛନ୍ତି। ତାଲିକାର ପ୍ରଥମରେ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଥିବା ବେଳେ ଦ୍ବିତୀୟରେ ଅଛନ୍ତି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ। ଅନ୍ୟ ଯେଉଁମାନେ ଅଛନ୍ତି ସେମାନେ ହେଲେ..

ଏହି ତାଲିକା ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ପ୍ରକାଶ କରାଯାଇଛି। ଏଥିରେ ବିଧାୟକ ସୁଶାନ୍ତ ସିଂଙ୍କ ନାମ ରହିଛି। ତାଙ୍କୁ ବିଜେଡି ପର୍ଯ୍ୟବେକ୍ଷକ ତାଲିକାରେ ସାମିଲ କରି ନ ଥିବାରୁ ବିଭିନ୍ନ ବାଦବିବାଦ ସୃଷ୍ଟି ହୋଇଥିଲା। ହେଲେ ଷ୍ଟାର ପ୍ରଚାରକ ତାଲିକାରେ ଦଳ ତାଙ୍କୁ ସାମିଲ କରିଛି।

Categories
ଜାତୀୟ ଖବର ବିଶେଷ ଖବର ବ୍ୟବସାୟ ରାଜ୍ୟ ଖବର

ଓଡ଼ିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ କୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱର: ଓଡ଼ିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩କୁ ଉଦ୍‌ଘାଟନ କରି ଓଡ଼ିଶାର ମୁଖ୍ୟମନ୍ତ୍ରୀ, ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ ବିଶ୍ୱ ସ୍ତରରେ ଚମକିବା ଲାଗି ବ୍ରାଣ୍ଡ୍ “ସ୍କିଲ୍‌ଡ ଇନ୍ ଓଡ଼ିଶା’ ପ୍ରସ୍ତୁତ ରହିଛି। ଦେଶରେ ନୂଆ ପିଢ଼ିର ପ୍ରଯୁକ୍ତି ଦକ୍ଷତା ଲାଗି କେନ୍ଦ୍ର ରାଜ୍ୟ ଭିତରେ ସହଯୋଗିତାରେ ଉନ୍ନତି ଆଣିବାକୁ ଶ୍ରୀ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ, “ଯୁବପିଢ଼ିମାନଙ୍କୁ କ୍ଲାଉଡ୍ କମ୍ପ୍ୟୁଟିଂ, ଆର୍ଟିଫିସିଆଲ୍ ପ୍ରଯୁକ୍ତି, ଡାଟା ସାଇନ୍‌ସ ଓ ଅନ୍ୟାନ୍ୟ ଭବିଷ୍ୟତଧର୍ମୀ ଜ୍ଞାନ ଉପରେ ପ୍ରଶିକ୍ଷଣ ପ୍ରଦାନ କରିବା ଲାଗି ନୂଆ ସ୍କିମ୍ ନୂଆ ଓଡ଼ିଶା ଲାଗି ଚଳିତ ବର୍ଷ ୧୦୦ କୋଟି ଟଙ୍କାର ବଜେଟ୍ ବ୍ୟବସ୍ଥା କରାଯାଇଛି।’’

“ତାହାକୁ ହାସଲ କରିବା ଲାଗି ନୀତି ବିକାଶ କରିବା ଏବଂ ଦକ୍ଷତା ବିକାଶର ପ୍ରସାର କରିବା ଓ ଯେଉଁମାନେ ଦକ୍ଷତା ହାସଲ କରୁଛନ୍ତି ସେମାନଙ୍କୁ ଯେଭଳି ନିଯୁକ୍ତି ବଜାରରେ ମାନ୍ୟତା ଓ ମୂଲ୍ୟ ମିଳିବ,  ତାହାକୁ ନିଶ୍ଚିତ କରିବା ଲାଗି  କେନ୍ଦ୍ରୀୟ ମନ୍ତ୍ରଣାଳୟ, ରାଜ୍ୟ ସରକାରଙ୍କ ବିଭାଗ, ଶିଳ୍ପ, ଶିକ୍ଷାନୁଷ୍ଠାନ ଓ ନାଗରିକ ସମାଜ ମଧ୍ୟରେ ଏକ ସାମଗ୍ରିକ ଓ ସହଯୋଗିତା ଉଦ୍ୟମର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।”

ଏହି ଉଦ୍ଦେଶ୍ୟ ଲାଗି ରାଜ୍ୟ ସରକାର ପ୍ରତିବଦ୍ଧ ରହିଛନ୍ତି ଏବଂ ୭୦ ଲକ୍ଷ ମହିଳାଙ୍କ ଜୀବନକୁ ବଦଳାଇବା ଏବଂ ସମାନଙ୍କୁ ଉଦ୍ୟୋଗୀରେ ପରିଣତ କରିବା ଲାଗି ସହାୟତା ପ୍ରଦାନ କରିବା ନିମନ୍ତେ ମିଶନ ଶକ୍ତି ଅଭିଯାନର ଶୁଭାରମ୍ଭ କରାଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ, ବୈଷୟିକ ଶିକ୍ଷା ବିଭାଗ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ), ଶ୍ରୀ ପ୍ରୀତିରଂଜନ ଘଡ଼ାଇ କହିଛନ୍ତି ଯେ, “ଆଧୁନିକ ଓ ଭବିଷ୍ୟତଧର୍ମୀ ପ୍ରଯୁକ୍ତିରେ ଶିଳ୍ପ ସହିତ ସହଯୋଗିତା ସ୍ଥାପନ କରିବା  ଏବଂ ଉକ୍ତ ପ୍ରକ୍ରିୟାରେ ତାହାକୁ କାର୍ଯ୍ୟକାରୀ କରିବା ଲାଗି ଓଡ଼ିଶା ସରକାର ସର୍ବଦା ଆଗଭର। ସରକାରଙ୍କ ପକ୍ଷରୁ ବିଭିନ୍ନ ବଳିଷ୍ଠ ଓ ପ୍ରତ୍ୟକ୍ଷ ହସ୍ତକ୍ଷେପ ଲାଗି ଦକ୍ଷତା କ୍ଷେତ୍ରରେ ଓଡ଼ିଶା ବହୁ ଆଗକୁ ବଢ଼ିପାରିଛି।’’

ଓଡ଼ିଶା ସରକାରଙ୍କ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ଅଧ୍ୟକ୍ଷ, ଶ୍ରୀ ସୁବ୍ରତ ବାଗ୍‌ଚୀ କହିଛନ୍ତି ଯେ, “ଓଡ଼ିଶାକୁ ନବସୃଜନର ଏକ ସ୍ୟାଣ୍ଡ୍‌ବକ୍ସରେ ପରିଣତ କରିବା ଲାଗି ମୁଖ୍ୟମନ୍ତ୍ରୀଙ୍କ ରହିଥିବା ଲକ୍ଷ୍ୟ ଅନୁସାରେ ଆଜିର କାର୍ଯ୍ୟକ୍ରମ ହେଉଛି ସେହି ଲକ୍ଷ୍ୟ ଏବଂ ରୂପାନ୍ତରୀତ ପ୍ରଯୁକ୍ତି, ସାହିତ୍ୟ, ସଂସ୍କୃତି, କ୍ରୀଡ଼ା କାର୍ଯ୍ୟକ୍ରମ, ଧ୍ୟାନ ତଥା ଦକ୍ଷତା ଆଦି ସହିତ ବିଶ୍ୱ ସ୍ତରୀୟ ମାନକରେ ପରିଣତ ହୋଇ ରାଜ୍ୟର ରାଜଧାନୀର ଲୋକପ୍ରିୟତା ଗଠନ କରିବା ପ୍ରତି ସ୍ୱୀକୃତି।’’

ଓଡ଼ିଶା ସରକାରଙ୍କ ମୁଖ୍ୟ ସଚିବ ତଥା ଉନ୍ନୟନ କମିସନର, ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ, ବିଭାଗ ଶ୍ରୀ ପ୍ରଦୀପ କୁମାର ଜେନା କହିଛନ୍ତି ଯେ, “ଆମ ସମୟର ଚର୍ଚ୍ଚିତ ଶବ୍ଦ ହେଉଛି ଦକ୍ଷତା। ରୋବୋଟିକ୍ସ ଓ ଆର୍ଟିଫିସିଆଲ ଇଟେଂଲିଜେନ୍ସରେ ହେଉଥିବା ବିକାଶ ପାଇଁ ପ୍ରଯୁକ୍ତି ଦୃଶ୍ୟପଟ୍ଟରେ ଦ୍ରୁତ ପରିବର୍ତନ ହେଉଛି । ନୀତି ନିର୍ଧାରକ, ଶିଳ୍ପ ନେତୃବୃନ୍ଦ, ଶିକ୍ଷାବିତ୍ ଓ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଆଲୋଚନା, ସମ୍ମେଳନ ଓ ସହଯୋଗିତା ଏହି ମେଗା ଦକ୍ଷତା କନ୍‌କ୍ଲେଭ୍ ହେଉଛି ଏକ ଶ୍ରେଷ୍ଠ ମଂଚ।’’

ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ, ଶ୍ରୀମତୀ ଉଷା ପାଢ଼ୀ ନିଜ ସ୍ୱାଗତ ଭାଷଣରେ କହିଛନ୍ତି ଯେ, “ଓଡ଼ିଶାରେ ଦକ୍ଷତା କେବଳ ତାଲିମ ନୁହେଁ, ଏହା ହେଉଛି ଜୀବନକୁ ବଦଳାଇବାର ମିସନ। ନୁଆ ଚିନ୍ତାଧାରା ସଦୃଷ୍ଟି କରିବା ଏବଂ ଦକ୍ଷତା ଗୋଷ୍ଠୀକୁ ଏକ ନୂତନ ଦିଗନ୍ତ ପ୍ରଦାନ କରିବା ଲାଗି ଦକ୍ଷତା ବ୍ୟବସ୍ଥାର ସବୁ ଅଂଶୀଦାରଙ୍କୁ ଏକଜୁଟ କରିବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ।’’

ନିଜ ସ୍ୱତନ୍ତ୍ର ଅଭିଭାଷଣରେ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଫିକି)ର ସଭାପତ. ଶ୍ରୀ ଶୁଭ୍ରକାନ୍ତ ପଣ୍ଡା କହିଛନ୍ତି ଯେ, “ସାଂପ୍ରତିକ ସ୍ଥିତି ଦୃଷ୍ଟିରୁ ନୂଆ ଦୁନିଆ ପାଇଁ ଦକ୍ଷତା ବିଷୟ ଉପଯୁକ୍ତ, କାରଣ ନୂଆ ପିଢ଼ି ବେଶ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଥିବା ଦୃଷ୍ଟିରୁ ନିଯୁକ୍ତି ହାସଲ କରିବା କ୍ଷମତାରେ ଉନ୍ନତି ଆଣିବା ଲାଗି ଦକ୍ଷତା ହାସଲ କରିବା ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି। ଜନସଂଖ୍ୟାରେ ରହିଥିବା ବିବିଧତାର ଲାଭ ହାସଲ କରିବା ଲାଗି ଲୋକଙ୍କ ଉପରେ ନିବେଶ କରିବା ପରମ୍ପରିକ ଦକ୍ଷତା ଭଳି ସମାନ ଭାବେ ଗୁରୁତ୍ୱପୂର୍ଣ୍ଣ। ଓଡ଼ିଶା ସ୍କିଲ୍ କନ୍‌କ୍ଲେଭ୍ ୨୦୨୩ ପଛର ପ୍ରମୁଖ ଚିନ୍ତାଧାରା ହେଉଛି ଓଡ଼ିଶାର ଲୋକଙ୍କ ଉପରେ ନିବେଶ କରିବା ଏବଂ ଦକ୍ଷତାକୁ ନୂଆ ସ୍ତରରେ ପହଂଚାଇବା।’’

ଉଦ୍‌ଘାଟନୀ ଅଧିବେଶନରେ ବିଭିନ୍ନ ବୁଝାମଣାପତ୍ର ବା ଏମ୍‌ଓୟୁ ସ୍ୱାକ୍ଷର କରାଯାଇଥିଲା। ଆଇଟିଇ ଏଜୁକେସନ ସର୍ଭିସେସ୍‌, ସିଙ୍ଗାପୁର ସହିତ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା; ମିଶନ ଶକ୍ତି  ସହ ୱାର୍ଲଡ୍‌ ସ୍କିଲ୍ ସେଂଟର, ସ୍କୁଲ ଓ ଗଣ ଶିକ୍ଷା ବିଭାଗ ସହ ଆଇଟିଇ ଏକୁକେସନ ସର୍ଭିସେସ୍‌, ସିଙ୍ଗାପୁର, ଓଡ଼ିଶା କମ୍ପ୍ୟୁଟର ଆପ୍ଲିକେସନ ସେଂଟର୍ (ଓକାକ୍‌) ସହିତ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଏବଂ ଡ୍ରୋନ୍ ଫେଡେରେସନ୍ ଅଫ୍ ଇଣ୍ଡିଆ ସହିତ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା।

ଏହି ଏମ୍‌ଓୟୁ ଗୁଡ଼ିକ ବ୍ୟତୀତ ଫେଷ୍ଟୋ, ମିଟୁଟୋୟୋ, ସ୍ନାଇଡର, କୋର୍ସେରା, ଅଲ୍‌ଟେରା, ଫିଲିପ୍ସ ଏଜୁକେସନ, ଆଇଏସ୍‌ବି ଆଦି ଓଡ଼ିଶାର ଯୁବ ପିଢ଼ି ଏବଂ ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ଉପରେ ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଥିଲେ।

ଦେଶରେ ଦକ୍ଷତାର ପ୍ରସାର କରିବାର ପ୍ରମୁଖ ଚିନ୍ତାଧାରାକୁ ନେଇ ଏବଂ ନିରନ୍ତର ଜୀବନଜୀବିକା ଉପରେ ଯୁବପିଢ଼ିଙ୍କୁ ସକ୍ଷମ କରିବା ଲାଗି ଏହି କନ୍‌କ୍ଲେଭ୍ ପ୍ରମୁଖ ଆହ୍ୱାନଗୁଡ଼ିକର ସମାଧାନ କରିବ, ଏକ ଚମତ୍କାର ପରିବେଶ ଲାଗି ରୋଡ୍‌ମ୍ୟାପ୍ ପ୍ରସ୍ତୁତ କରିବ ଏବଂ ଦେଶର ଯୁବପିଢ଼ିଙ୍କୁ ନିଯୁକ୍ତି ସକ୍ଷମ ଦକ୍ଷତାରେ ଉନ୍ନତି ଆଡ଼କୁ ଅଗ୍ରସର କରାଇବ।

ଏହି ଅଧିବେଶନ ପରେ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସରକାରୀ ଅଧିକାରୀ, କର୍ପୋରେଟ ପ୍ରତିନିଧି ଓ ଶିଳ୍ପ ସହଯୋଗୀମାନେ ଦେଶ ପାଇଁ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ସେମାନଙ୍କ ଭାବନା ବ୍ୟକ୍ତ କରିଥିଲେ।

ଓଡ଼ିଶା ସରକାର ଏବଂ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷଙ୍କ ସହ ଶିଳ୍ପ ସହଯୋଗୀ ଭାବେ ଫେଡେରେସନ୍ ଅଫ୍ ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି (ଫିକି) ପକ୍ଷରୁ ଏହି କନ୍‌କ୍ଲେଭ୍ ଆୟୋଜନ କରାଯାଇଛି।

Categories
ଜାତୀୟ ଖବର ବିଶେଷ ଖବର ରାଜ୍ୟ ଖବର

Breaking News: ସେନାବାହିନୀ ନିଯୁକ୍ତି ପରୀକ୍ଷାରେ ହେଲା ବଡ ପରିବର୍ତ୍ତନ

ଭୁବନେଶ୍ୱର: ସେନାବାହିନୀରେ ଯୋଗଦେବା ନିମନ୍ତେ ନିଯୁକ୍ତି ପ୍ରକ୍ରିୟାରେ ଢାଞ୍ଚାଗତ ପରିବର୍ତ୍ତନ କରାଯାଇଛି । ବର୍ତ୍ତମାନ ପରୀକ୍ଷାର୍ଥୀମାନେ ପ୍ରଥମେ ଅନ୍‌ଲାଇନ୍‌ରେ ନିଜର ପଂଜୀକରଣ କରିବା ପରେ ବୈଧ ଥିବା ଆବେଦନଗୁଡ଼ିକୁ ବିଚାରକୁ ନିଆଯାଇ ପ୍ରଥମେ କଂପୁଟର ମାଧ୍ୟମରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ।

ଲିଖିତ ପରୀକ୍ଷାରେ ଉତ୍ତୀର୍ଣ୍ଣ ପ୍ରାର୍ଥୀମାନେ ଶାରୀରିକ ପରୀକ୍ଷା ପାଇଁ ଯୋଗ୍ୟ ବିବେଚିତ ହେବେ। ପରେ ଅନ୍ତିମ ପର୍ଯ୍ୟାୟରେ ଡାକ୍ତରୀ ପରୀକ୍ଷା ଅନୁଷ୍ଠିତ ହେବ। ଡାକ୍ତରୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ପରୀକ୍ଷାର୍ଥୀଙ୍କ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ କରାଯିବ।

ମାତ୍ର ପୂର୍ବରୁ ଅନୁଷ୍ଠିତ ଚୟନ ପ୍ରକ୍ରିୟାରେ ପ୍ରଥମେ ଆର୍ମି ରାଲି ମାଧ୍ୟମରେ ଶାରୀରିକ ପରୀକ୍ଷା ଓ ଏହା ପରେ ଲିଖିତ ପରୀକ୍ଷା ହେଉଥିଲା। ଏଥିରେ ପରୀକ୍ଷାର୍ଥୀମାନଙ୍କ ବହୁସମୟ ବ୍ୟୟ ହେଉଥିବା ଦୃଷ୍ଟିରୁ ବିଭିନ୍ନ ପ୍ରସଙ୍ଗକୁ ବିଚାରକୁ ନିଆଯାଇ ଚଳିତ ବର୍ଷରୁ ନିଯୁକ୍ତି ପ୍ରକ୍ରିୟାରେ ପରିବର୍ତ୍ତନ କରାଯାଇଛି।

କଟକସ୍ଥିତ ଆର୍ମି ରିକ୍ୟୁଟ୍‌ମେଣ୍ଟ ଅଫିସ୍‌ ନିର୍ଦ୍ଦେଶକ କର୍ଣ୍ଣେଲ ହର୍‌ବିନ୍ଦର ସିଂ ଏ ସଂପର୍କରେ ସୂଚନା ଦେଇ କହିଛନ୍ତି ଯେ ସେନାବାହିନୀରେ ନିଯୁକ୍ତି ନିମନ୍ତେ ଏହି ନୂତନ ପଦ୍ଧତି ସଂପର୍କରେ ଓଡ଼ିଶାର ସମସ୍ତ ଜିଲ୍ଲାରେ ସଚେତନତା ସୃଷ୍ଟି କରାଯାଇଛି।

ଆର୍ମି ରିକ୍ୟୁଟ୍‌ମେଣ୍ଟ କାର୍ଯ୍ୟାଳୟ ପକ୍ଷରୁ ୧୩୬ଟି ବିଦ୍ୟାଳୟ, ୪୮ଟି ମହାବିଦ୍ୟାଳୟ ଏବଂ ୪୪ଟି ଆଇଟିଆଇ ଶିକ୍ଷାନୁଷ୍ଠାନରେ ଭିଡ଼ିଓ ବାର୍ତ୍ତା, ପ୍ରଚାରପତ୍ର ଏବଂ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ଯୁବଗୋଷ୍ଠୀଙ୍କୁ ଏ ସଂପର୍କରେ ସଚେତନ କରାଯାଇଛି ।

ଏହି ପ୍ରକ୍ରିୟା ଜୁନିଅର କମିଶନ ଅଧିକାରୀ ଏବଂ ଯବାନ୍‌ଙ୍କ ନିଯୁକ୍ତି ନିମନ୍ତେ ବାଧ୍ୟତାମୂଳକ ରହିବା ନେଇ କର୍ଣ୍ଣେଲ ଶ୍ରୀ ସିଂ ସୂଚନା ଦେଇଛନ୍ତି।

ବର୍ତ୍ତମାନ ଦେଶର ୧୭୬ଟି ସ୍ଥାନର ୩୭୫ଟି ପରୀକ୍ଷା କେନ୍ଦ୍ରରେ ଚଳିତ ବର୍ଷ ଅପ୍ରେଲ ୧୭ ତାରିଖରୁ ୨୬ ତାରିଖ ପର୍ଯ୍ୟନ୍ତ କମ୍ପୁ୍ୟଟର ମାଧ୍ୟମରେ ଲିଖିତ ପରୀକ୍ଷା ଆୟୋଜନ ହେଉଛି । ସେଥି ମଧ୍ୟରୁ ଓଡ଼ିଶାର ଭୁବନେଶ୍ୱର, ବାଲେଶ୍ୱର, ଢେଙ୍କାନାଳ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ସମେତ ୮ଟି କେନ୍ଦ୍ରରେ ପରୀକ୍ଷା ଆୟୋଜନ କରାଯାଉଛି। ନିଯୁକ୍ତି ପ୍ରକ୍ରିୟାରେ ଢାଞ୍ଚାଗତ ପରିବର୍ତ୍ତନ ସଂପର୍କିତ ସବିଶେଷ ତଥ୍ୟ joinindiaarmy.nic.in  ରେ ଉପଲବ୍ଧ ହେଉଛି।

Categories
ବିଶେଷ ଖବର ରାଜ୍ୟ ଖବର

ପରୀକ୍ଷା କେନ୍ଦ୍ରରୁ ମାଟ୍ରିକ ଉତ୍ତର ଖାତା ଧରି ଛାତ୍ରୀ ଛୁ, ମୂଲ୍ୟାୟନ କେନ୍ଦ୍ରରେ ଭାଳେଣି

ବାଲେଶ୍ବର: ମାଟ୍ରିକ ପରୀକ୍ଷା ଶେଷ ହେବା ପରେ ପରୀକ୍ଷା ଖାତା ଦେଖା ଆରମ୍ଭ ହୋଇଯାଇ ଥିଲା। ହେଲେ ଖାତା ଦେଖିବା ବେଳକୁ ଶିକ୍ଷକ ଏବଂ ପରୀକ୍ଷା ନିୟନ୍ତ୍ରକଙ୍କ ମୁଣ୍ଡ ଖରାପ ହୋଇଗଲା। କାରଣ ହେଲା ଜଣେ ଛାତ୍ରା ପରୀକ୍ଷା ଦେଇଛନ୍ତି ବୋଲି ଦସ୍ତଖତ କରିଛନ୍ତି ହେଲେ ତାଙ୍କ ଉତ୍ତର ଖାତା ମିଳୁ ନାହିଁ।

ଏହି ଘଟଣା ଖାତା ଦେଖା କେନ୍ଦ୍ରର ମୁଖ୍ୟଙ୍କ ପାଖକୁ ଯିବା ପରେ ତାଙ୍କ ମୁଣ୍ଡ ମଧ୍ୟ ଖରାପ ହୋଇଗଲା। ତୁରନ୍ତ ସେହି ଛାତ୍ରୀ ପଢୁଥିବା ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଖବର ଦିଆଗଲା। ସେ ସେହି ଛାତ୍ରୀଙ୍କୁ ସନ୍ଧାନ କରି ତାଙ୍କ ଘରେ ପହଞ୍ଚିଲେ। ଉତ୍ତର ଖାତା କାହିଁ ବୋଲି ପଚାରିବା ପରେ ସେ ଘରେ ରଖିଛି ବୋଲି କହିଲା। ଏହାପରେ ପ୍ରଧାନ ଶିକ୍ଷକ ସେ ଖାତାକୁ ସୁରକ୍ଷିତ ଭାବେ ଆଣି ଖାତାଦେଖା କେନ୍ଦ୍ରରେ ଜମା କଲେ।

ଏହି ଘଟଣାଟି ବାଲେଶ୍ବର ଜିଲ୍ଲା ସିମୁଳିଆ ବ୍ଲକର ଜାମୁଝାଡରେ ଥିବା ଦାମୋଦର ସରକାରୀ ଉଚ୍ଚ ବିଦ୍ୟାଳୟ ପରୀକ୍ଷା କେନ୍ଦ୍ରରେ ଘଟିଛି। ଏଠାରେ ଗତ ମାର୍ଚ୍ଚ କୋଡିଏ ତାରିଖରେ ଗଣିତ ପରୀକ୍ଷା ହୋଇଥିଲା। ସେଠାରେ ଜଣେ ଛାତ୍ରୀ ପରୀକ୍ଷା ଦେବା ପରେ ସେ ଉତ୍ତର ଖାତା ଲୁଚାଇ ନେଇ ଆସିଥିଲା। ପରେ ଅନ୍ୟ ଛାତ୍ରଛାତ୍ରୀଙ୍କ ଉତ୍ତର ଖାତା ଏକାଠି କରି କଟକ ସାଲେପୁରର ଏକ ସ୍କୁଲକୁ ଖାତାଦେଖା ପାଇଁ ପଠାଯାଇଥିଲା।

ସମସ୍ତ ଖାତା ଶିକ୍ଷକଙ୍କୁ ବଣ୍ଟା ଯିବା ପରେ ସେହି ଛାତ୍ରୀଙ୍କ ଖାତା ମିଳି ନ ଥିଲା। ସେଦିନ ଯେଉଁମାନେ ପରୀକ୍ଷା ଦେବାକୁ ଆସିଥିଲେ ସେମାନଙ୍କ ଦସ୍ତଖତ ଯାଞ୍ଚ କରାଗଲା। ଏହାପରେ ଜଣାପଡିଲା ଯେ, ସଂପୃକ୍ତ ଛାତ୍ରୀ ଜଣଙ୍କ ପରୀକ୍ଷା ଦେଇଛନ୍ତି, ଖାତାରେ ଦସ୍ତଖତ ମଧ୍ୟ କରିଛନ୍ତି। ହେଲେ ଉତ୍ତର ଖାତା କୁଆଡେ ଗଲା ବୋଲି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।

ଖୋଜାଖୋଜି ପରେ ସେହି ଉତ୍ତର ଖାତା ମିଳିଥିଲେ ମଧ୍ୟ ମାଟ୍ରିକ ବୋର୍ଡର ଏପରି ଖାମଖିଆଲ ନୀତିକୁ ନେଇ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି। ପରୀକ୍ଷା ଦେବାର ବାଇଶି ଦିନ ପରେ ଉତ୍ତର ଖାତା ଉଦ୍ଧାର କରାଯାଇ ତାହାକୁ ମୂଲ୍ୟାୟନ କରିବାକୁ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଛି।

ଏ ନେଇ ବାଲେଶ୍ବର ଜିଲ୍ଲା ଶିକ୍ଷା ଅଧିକାରୀ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ବୋର୍ଡର ପରୀକ୍ଷା ପରିଚାଳନା ନେଇ ପୁଣି ଥରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

( ଏଥିରେ ଥିବା ଫଟୋଟି ଏହି ନ୍ୟୁଜ ସହିତ କୌଣସି ସଂପର୍କ ନାହିଁ, ଏକ ପ୍ରତୀକାତ୍ମକ ଭାବେ ଦିଆଯାଇଛି।)

Categories
ଆଜିର ଖବର ରାଜ୍ୟ ଖବର

ସକାଳୁ ତାପମାତ୍ରା ଏତେ, ତେବେ ଦିନରେ କଣ ହେବ ?

ଭୁବନେଶ୍ବର: ଆଜି ରାଜ୍ୟର ତାପମାତ୍ରା ହ୍ରାସ ପାଇବ ବୋଲି ସମ୍ଭାବନା ରହିଥିଲା। ହେଲେ ଆଜି ସକାଳୁ ଯେତିକି ତାପମାତ୍ରା ରେକର୍ଡ କରାଯାଇଛି ତାହା ଆଶ୍ଚର୍ଯ୍ୟ କରିଛି। ଭୁବନେଶ୍ବର ଆଞ୍ଚଳିକ ପାଣପାଗ ବିଭାଗ ଅନୁସାରେ ଆଜି ସକାଳୁ ଦୁଇଟି ସହରର ତାପମାତ୍ରା ଅଧିକ ରହିଛି।

ସେହି ଅନୁସାରେ ଆଜି ସକାଳ ୮.୩୦ ସୁଦ୍ଧା ଝାରସୁଗୁଡ଼ାରେ ରେ ୩୪ ଡ଼ିଗ୍ରୀ ଏବଂ କେନ୍ଦୁଝରରେ ୩୩.୬ ଡ଼ିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ସକାଳୁ ଏପରି ତାପମାତ୍ରାକୁ ଲକ୍ଷ୍ୟ କଲେ ଦିନର ତାପମାତ୍ରା ମଧ୍ୟ ସେହି ଅନୁସାରେ ବଢିବାର ସମ୍ଭାବନା ସୃଷ୍ଟି ହୋଇଛି।

Categories
ଆଜିର ଖବର ରାଜ୍ୟ ଖବର

ଖୋର୍ଦ୍ଧା ଜିଲ୍ଲାକୁ ଦିନିକିଆ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆସନ୍ତାକାଲି ବୁଧବାର ଦିନ ଦିନିକିଆ ଖୋର୍ଦ୍ଧା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଅପରାହ୍ନ ପାଞ୍ଚଟାରେ ନବୀନ ବିଜୁ ମହାବୀର ଜୟପୁର ଫୁଟ କେନ୍ଦ୍ରରେ ପଦାର୍ପଣ କରିବେ।

ମୁଖ୍ୟମନ୍ତ୍ରୀ ଗୁରୁଜଙ୍ଗରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ଉତ୍ପାଦନ ଗବେଷଣା କେନ୍ଦ୍ରକୁ ଉଦଘାଟନ କରିବେ। ରାଜସ୍ଥାନ ଜୟପୁରର ଏକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଦ୍ବାରା ସେଠାରେ କୃତ୍ରିମ ଅଙ୍ଗପ୍ରତ୍ୟେଙ୍ଗ ପ୍ରସ୍ତୁତ କରାଯିବ। ଏଥିସହିତ ରାଜ୍ୟ ସରକାରଙ୍କ ସହଯୋଗରେ ସେଠାରେ ଗବେଷଣା ସହ ତାଲିମ କେନ୍ଦ୍ର ମଧ୍ୟ ପରିଚାଳିତ ହେବ। ଏହାକୁ ମୁଖ୍ୟମନ୍ତ୍ରୀ ପରିଦର୍ଶନ ସହିତ ଉଦଘାଟନ ମଧ୍ୟ କରିବେ।

ଏହାପରେ ନବୀନ ଏକ ସଭାରେ ଯୋଗ ଦେଇ ଦିବ୍ୟାଙ୍ଗଙ୍କୁ ଶ୍ରବଣ ଯନ୍ତ୍ର, ଟ୍ରାଇସାଇକେଲ୍, ହ୍ବିଲଚେୟାର ଆଦି ବଣ୍ଟନ କରିବାର କାର୍ଯ୍ୟକ୍ରମ ରହିଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ସହିତ ମନ୍ତ୍ରୀ ଅଶୋକ ପଣ୍ଡା, ଏହି ସଂସ୍ଥାର ମୁଖ୍ୟ ପଦ୍ମଭୂଷଣ ଡି.ଆର ମେହେଟା ମଧ୍ୟ ସାମିଲ ରହିବେ।

Categories
ବିଶେଷ ଖବର ରାଜ୍ୟ ଖବର

ବିରାଟ ଶୋଭାଯାତ୍ରା ଭିତରେ ବିଜେଡିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଦୀପାଳି ଦାସ

ଝାରସୁଗୁଡା/ଭୁବନେଶ୍ବର: ଆଜି ଏକ ବିରାଟ ଶୋଭାଯାତ୍ରାରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଏହି ଶୋଭାଯାତ୍ରାରେ ଦଳର ବରିଷ୍ଠ ନେତା ଓ ହଜାର ହଜାର କର୍ମି ସାମିଲ ହୋଇଥିଲେ। କହିବାକୁ ଗଲେ ବିଜେଡି ଆଜି ନାମାଙ୍କନ ଦାଖଲ ବେଳେ ପ୍ରଦର୍ଶିତ କରିଛି ଏହାର ଶକ୍ତି। ଯାହା ସେହି ଉପନିର୍ବାଚନ ପାଇଁ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡି ପ୍ରଥମେ ପ୍ରାର୍ଥୀ ଘୋଷଣା କରିଥିଲା। ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ପ୍ରାର୍ଥୀ କରିବା ପାଇଁ ଖୋଦ୍ ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ଦଳ ବିଜ୍ଞପ୍ତି ପ୍ରକାଶ କରିଥିଲା। ତେବେ ତା ପୂର୍ବରୁ ଦୀପାଳି ସେହି ଅଞ୍ଚଳରେ ନିଜର ପ୍ରଚାର ଆରମ୍ଭ କରିଦେଇଥିଲେ।

ଦୀପାଳି ମନମୋହନ ସ୍କୁଲରୁ ଏକ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ନାମାଙ୍କନ ଦାଖଲ କରିଛନ୍ତି। ବିଜେଡି ପର୍ଯ୍ୟବେକ୍ଷକ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଓ ଶାରଦା ପ୍ରସାଦ ନାୟକଙ୍କ ସହ ପ୍ରତାପ ଜେନା, ମନ୍ତ୍ରୀ ରୀତା ସାହୁ ପ୍ରମୁଖ ଦଳୀୟ ନେତା ଓ କର୍ମୀ ସାମିଲ ହୋଇଥିଲେ। ନାମାଙ୍କନ ଦାଖଲ ପୂର୍ବରୁ ଦୀପାଳି ମା ପାଟଣେଶ୍ବରୀ, ଶ୍ରୀଗଣେଶ ଓ ମହାଦେବଙ୍କ ଦର୍ଶନ କରିଥିଲେ।

ମନ୍ତ୍ରୀ ନବ ଦାସଙ୍କୁ ହତ୍ୟା ପରେ ଏହି ଝାରସୁଗୁଡାରେ ଉପନିର୍ବାଚନ ହେଉଛି। ଏଥିରେ ଖୋଦ ନବ ଦାସଙ୍କ ଝିଅ ବିଜେଡିରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ନାମାଙ୍କନ ଦାଖଲ କରିଛନ୍ତି। ସେହିପରି କଂଗ୍ରେସରୁ ପୂର୍ବତନ ବିଧାୟକ ବୀରେନ୍ଦ୍ର ପାଣ୍ତେଙ୍କ ପୁଅ ତରୁଣ ପାଣ୍ତେଙ୍କୁ କଂଗ୍ରେସ ପ୍ରାର୍ଥୀ କରିଛି।

ଆସନ୍ତା ମଇ ୧୦ ତାରିଖରେ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମତଦାନ। ଏପ୍ରିଲ ୨୦ ତାରିଖରେ ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ ରହିଛି। ଏପ୍ରିଲ ୨୦ ତାରିଖ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଏପ୍ରିଲ ୨୪ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ସମୟ ଧାର୍ଯ୍ୟ ହୋଇଛି। ମଇ ୧୩ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ।

Categories
ଆଜିର ଖବର ରାଜ୍ୟ ଖବର

ସୂଚନା ଓ ଲୋକ ସଂପର୍କ ବିଭାଗରେ ନିଯୁକ୍ତି ହେଲେ ନୂଆ ନିର୍ଦ୍ଦେଶକ

ଭୁବନେଶ୍ବର: ଓଡିଶା ସୂଚନା ଓ ଲୋକ ସଂପର୍କ ବିଭାଗରେ ନୂଆ ନିର୍ଦ୍ଦେଶକଙ୍କୁ ନିଯୁକ୍ତି ଦିଆଯାଇଛି। ସେ ହେଲେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ସରୋଜ କୁମାର ସାମଲ। ସରୋଜ ଏହା ପୂର୍ବରୁ ଝାରସୁଗୁଡା ଜିଲ୍ଲାପାଳ ଥିଲେ। ନିକଟରେ ତାଙ୍କର ବଦଳି କରାଯାଇଥିଲା।

ସେହିପରି ଏହି ଆଇଆଣ୍ଡପିଆର ନିର୍ଦ୍ଦେଶକ ଥିବା ଇନ୍ଦ୍ରମଣି ତ୍ରିପାଠୀଙ୍କୁ ମଧ୍ୟ ବଦଳି କରାଯାଇ ନୂଆ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କୁ ବର୍ତ୍ତମାନ ଅନୁସୂଚିତ ଜାତି, ଜନଜାତି ଏବଂ ପଛୁଆ ବର୍ଗ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ଦିଆଯାଇଛି।

Categories
ଆଞ୍ଚଳିକ

ଚିଲିକାରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଲେ ସମୀକ୍ଷା ପାଣି

ସୀତାରାମ ଅଗ୍ରୱାଲ

ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ତହସିଲରେ ନୂତନ ଅତିରିକ୍ତ ତହସିଲଦାର ଭାବେ ଆଜି କାର୍ଯ୍ୟରେ ଯୋଗ ଦେଇଛନ୍ତି ଓଆରଏସ ଅଧିକାରିଣୀ ସମୀକ୍ଷା ପାଣି l ସୁଶ୍ରୀ ପାଣି 2019 ବ୍ୟାଚ ଓଆରଏସ ଅଧିକାରିଣୀ। ସେ ଏହା ପୁର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ସହକାରୀ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥିଲେ।

ତେବେ ନିକଟରେ ଭୁବନେଶ୍ୱର ସ୍ଥିତ ‘ରୋଟି’ ରେ ପ୍ରଶିକ୍ଷଣ ସାରି ଆଜି ଚିଲିକା ତହସିଲରେ ଅତିରିକ୍ତ ତହସିଲଦାର ଭାବେ ଯୋଗ ଦେଇଛନ୍ତି ସୁଶ୍ରୀ ପାଣି। କାର୍ଯ୍ୟରେ ଯୋଗ ଦେଲା ପରେ ସମସ୍ତ ତହସିଲ କର୍ମଚାରୀ ମାନେ ତାଙ୍କୁ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ତେବେ ଚିଲିକା ତହସିଲ ଅଞ୍ଚଳରେ ଜନ ଅଭିଯୋଗ ର ସମାଧାନ, 5T ଲାଗୁ କରିବା, ଡିମାରକେସନ ସମ୍ବନ୍ଧୀୟ କାର୍ଯ୍ୟକୁ ସରଳ କରିବା ଆଦି ପ୍ରାଥମିକତା ରହିବ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଛନ୍ତି।

ସୂଚନା ଥାଉକି ଚିଲିକା ତହସିଲ ଏକ ବ୍ୟସ୍ତବହୁଳ ତହସିଲ ହୋଇଥିବା ବେଳେ ପୂର୍ବତନ ଅତିରିକ୍ତ ତହସିଲଦାର ଅପର୍ଣ୍ଣା ଡାଙ୍ଗୁଆଙ୍କ କିଛି ମାସ ତଳେ ରଣପୁର ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଭାବେ ପଦୋନ୍ନତି ହୋଇଥିବା ବେଳେ ଉକ୍ତ ପଦବୀ ଖାଲି ପଡିଥିଲା।

Categories
ଆଞ୍ଚଳିକ

ଗ୍ରୀଷ୍ମ ପ୍ରବାହର ମୁକାବିଲା ଓ ପଦକ୍ଷେପ ନେଇ ବାଣପୁର ବ୍ଲକରେ ପ୍ରସ୍ତୁତି ବୈଠକ

ସୀତାରାମ ଅଗ୍ରୱାଲ

ବାଣପୁର: ବିଗତ କିଛିଦିନ ଧରି ରାଜ୍ୟରେ ଯେଉଁଭଳି ଗ୍ରୀଷ୍ମ ପ୍ରବାହ ଜାରି ରହିଛି ତାହାର ମୁକାବିଲା କରିବାକୁ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ସଭାଗୃହରେ ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହଙ୍କ ଅଧକ୍ଷତାରେ ଏକ ଅଂଶୁଘାତ ପୂର୍ବ ସତର୍କତା ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରକାଶ ଥାଉକି ରାଜ୍ୟ ସରକାର ଏବଂ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ବିଡ଼ିଓ ଶୀତଲ ଅଗ୍ରୱାଲ ଏହି ସମ୍ପର୍କରେ ଏକ ଜରୁରୀ ବୈଠକ ଅନୁଷ୍ଠିତ କରିଥିବା ଜଣାଯାଇଛି।

ଉକ୍ତ ବୈଠକରେ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା,ସ୍ୱାସ୍ଥ୍ୟ ଅଧିକାରୀ, ପିଡବ୍ଲୁଡି ବିଭାଗ, ବିଦ୍ୟୁତ ବିଭାଗ,ଜଳସେଚନ ବିଭାଗ, ଶିଶୁ କଲ୍ୟାଣ ବିଭାଗ, ଜଙ୍ଗଲ ବିଭାଗ ସହ ସମସ୍ତ ପଞ୍ଚାୟତ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକମାନେ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହର ସତର୍କତା ସ୍ୱରୂପ ଶ୍ରମିକମାନେ ସକାଳ 7 ଘଟିକା ଠାରୁ 11ଘଟିକା ଏବଂ ଅପରାହ୍ନ 3 ଘଟିକା ପରେ କାର୍ଯ୍ୟ କରିବାର ନିୟମାବଳୀ ଜାରି ହୋଇଛି। ପ୍ରତ୍ୟେକ ଗ୍ରାମରେ କାର୍ଯ୍ୟକ୍ଷମ ହେଉନଥିବା ନଳକୂପ ଗୁଡିକ ଯଥାଶୀଘ୍ର ମରାମତି ପାଇଁ ଆରଡ଼ବ୍ଲୁଏସଏସ ବିଭାଗକୁ ନିର୍ଦେଶ ଦିଆଯାଇଛି।

ବିଶେଷ କାରଣ ନ ଥିଲେ ବିଦ୍ୟୁତ କାଟ ନକରାଯିବାକୁ ବୈଠକରେ ଶୀତଲ ଅଗ୍ରୱାଲ ବିଦ୍ୟୁତ ବିଭାଗକୁ କଡା ତାଗିଦ କରିଥିଲେ। ତତସହିତ ମହାତ୍ମାଗାନ୍ଧୀ ରୋଜଗାର ଯୋଜନାରେ କାର୍ଯ୍ୟ କରୁଥିବା ଶ୍ରମିକ ଏବଂ ଅଙ୍ଗନବାଡି ପିଲାମାନଙ୍କୁ ସ୍ୱାସ୍ଥ୍ୟକେନ୍ଦ୍ର ତରଫରୁ ପ୍ରଚୁର ଓଆରଏସ ଯୋଗାଣ ସହ ଆମ୍ବୁଲାନ୍ସ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି।

ନିଆଁ ଲାଗିଥିବା ସ୍ଥାନରେ ତ୍ୱରିତସେବା ଯୋଗାଇବାକୁ ଅଗ୍ନିଶମ ବିଭାଗକୁ ନିର୍ଦେଶ ସହ ବରିଷ୍ଠ ନାଗରିକମାନଙ୍କୁ କୌଣସି ଜରୁରୀ କାର୍ଯ୍ୟନଥିଲେ ଖରା ସମୟରେ ଘରୁ ନବାହାରିବାକୁ ବାରଣ କରାଯାଇଛି। ଏହି ପରିପ୍ରେକ୍ଷୀରେ ଅଂଶୁଘାତ ଜନିତ କ୍ଷୟକ୍ଷତି ଶୂନ୍ୟ କରିବା ଲକ୍ଷରେ ବାଣପୁର ପ୍ରଶାସନ ସଜାଗ ରହିଥିବା ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ କହିଛନ୍ତି।

Categories
ବିଶେଷ ଖବର ରାଜ୍ୟ ଖବର

ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ କଲେ ଟଙ୍କଧର ତ୍ରିପାଠୀ

ଝାରସୁଗୁଡା/ଭୁବନେଶ୍ୱର : ଆସନ୍ତା ମେ ୧୦ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବା ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ମନମୋହନ ଏମଇ ସ୍କୁଲ ଗ୍ରାଉଣ୍ଡରୁ ଏକ ଶୋଭାଯାତ୍ରାରେ ବାହାରି ଉପନିର୍ବାଚନ କାର୍ଯ୍ୟାଳୟରେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଏହି ଶୋଭାଯାତ୍ରାରେ ପ୍ରାୟ ୧୦ହଜାରୁ ଅଧିକ ଜନତା ସାମିଲ ଥିଲେ। ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ସାଧାରଣ ଲୋକେ ଆଜି ନ୍ୟାୟ ପାଇବା ପାଇଁ ତ୍ରାହି ତ୍ରାହି ଡାକୁଥିବାବେଳେ ରାଜ୍ୟ ସରକାରଙ୍କ ବିଫଳତା ସ୍ପଷ୍ଟ ବାରୀ ହୋଇପଡୁଛି। ସାଧାରଣ ଲୋକ ନ୍ୟାୟ ପାଇଁ ଲଢ଼ୁଛନ୍ତି ଓ ଲଢ଼ିବେ ଏବଂ ନ୍ୟାୟର ବିଜୟ ହେବ। ଜଣେ ଉଚ୍ଚଶିକ୍ଷିତ, ଯୋଗ୍ୟ, ଦକ୍ଷ ଓ ଯୁବକ ଶ୍ରୀ ଟଙ୍କଧର ତ୍ରିପାଠୀଙ୍କୁ ବିପୁଳ ସଂଖ୍ୟାରେ ଭୋଟ ଦେଇ ଝାରସୁଗୁଡା ନିର୍ବାଚନମଣ୍ଡଳୀର ସଚେତନ ଭୋଟର ଭାଇ ଓ ଭଉଣୀମାନେ ଏଭଳି ପ୍ରତିକୁଳ ପରିସ୍ଥିତିରେ ମଧ୍ୟ ତାଙ୍କ ବିଜୟକୁ ସୁନିଶ୍ଚିତ କରାଇବେ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି।

ଦୀର୍ଘ ୨୪ବର୍ଷ ଧରି ନିରନ୍ତର ଶାସନ କ୍ଷମତାରେ ରହି ମଧ୍ୟ ନିର୍ବାଚନ ମଣ୍ଡଳୀର ସଠିକ୍ ବିକାଶ ହୋଇପାରିଲା ନାହିଁ। ଏ ଲଢ଼େଇ ଝାରସୁଗୁଡାବାସୀଙ୍କର, ମୁଁ ନିମିତ ମାତ୍ର ବୋଲି ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଶ୍ରୀ ଟଙ୍କଧର ତ୍ରିପାଠୀ କହିଛନ୍ତି।

ଏହି ଅବସରରେ ରାଜ୍ୟ ସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ, ସାଂସଦ ସୁରେଶ ପୂଜାରୀ, ଜୁଏଲ ଓରାମ, ବସନ୍ତ ପଣ୍ଡା, ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି, କେଭି ସିଂହଦେଓ, ରାଜ୍ୟ ସାଧାରଣ ସଂପାଦକ (ସଂଗଠନ) ମାନସ ମହାନ୍ତି, ବିିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, ବିଧାୟକ ସୁବାଷ ପାଣିଗ୍ରାହୀ, ଶଙ୍କର ଓରାମ, ଭବାନୀ ଭୋଇ, କୁସୁମ ଟେଟେ, ନାଉରୀ ନାୟକ, ମୁକେଶ ମହାଲିଙ୍ଗ, ନିତ୍ୟାନନ୍ଦ ଗଣ୍ଡ, ଡ. ବୁଧାନ ମୁର୍ମୁ ସାମିଲ ହୋଇଥିଲେ।

ସେହିପରି ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ, ଜିଲ୍ଲା ସଭାପତି ମଙ୍ଗଳ ସାହୁ, ପୂର୍ବତନ ସାଂସଦ ବିଭୂପ୍ରସାଦ ତରାଇ, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ରାଜ୍ୟ ସାଧାରଣ ସଂପାଦକ ରବି ନାରାୟଣ ନାଏକ, ଗୋଲକ ମହାପାତ୍ର, ଡ.ଲେଖାଶ୍ରୀ ସମାନ୍ତସିଂହାର, ରାଜ୍ୟ ମୁଖପାତ୍ର ଧୀରେନ ସେନାପତି, ବିଂରଚି ନାରାୟଣ ତ୍ରିପାଠୀ, ଠାକୁର ରଞ୍ଜିତ ଦାସ, ମନୋଜ ମହାପାତ୍ର, ତେଜେଶ୍ୱର ପରିଡା, ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ, ସମ୍ବଲପୁର ଜିଲ୍ଲା ସଭାପତି ଗିରିଶ ପଟେଲ ପ୍ରମୁଖ ସମେତ ଝାରସୁଗୁଡା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଲଇକେରା, କିର୍ମିରା, କୋଲାବିରା, ଝାରସୁଗୁଡା ବ୍ଲକ ଓ ମ୍ୟୁନିସପାଲଟିରୁ ୧୦ହଜାରରୁ ଊର୍ଦ୍ଧ୍ୱ କାର୍ଯ୍ୟକର୍ତା ସାମିଲ ହୋଇଥିଲେ।

Categories
ଆଜିର ଖବର ବ୍ୟବସାୟ ରାଜ୍ୟ ଖବର

କ୍ଷୁଦ୍ର ବ୍ୟବସାୟୀଙ୍କ ପାଇଁ ରାଜ୍ୟ ସରକାର ଗଠନ କରିବେ ‘ଓଡିଶା ବାଣିଜ୍ୟ ପରିଷଦ’

ଭୁବନେଶ୍ବର: ଖୁବ ଶିଘ୍ର ରାଜ୍ୟ ସରକାର କ୍ଷୁଦ୍ର ବ୍ୟବସାୟୀଙ୍କ ସମସ୍ୟା ସମାଧାନ ପାଇଁ ଗଠନ କରିବେ ଏକ ପରିଷଦଯ ଯାହାର ନାମ ରହିଛି ଓଡିଶା ବାଣିଜ୍ୟ ପରିଷଦ ବା Odisha Trade Council. ଶିଳ୍ପ ବିଭାଗ ଅଧିନରେ ଏହି ପରିଷଦ କାର୍ଯ୍ୟ କରିବ। ଏଥିପାଇଁ ଏକ ସ୍ବତନ୍ତ୍ର ବୋର୍ଡ ଗଠନ କରାଯିବ ବୋଲି ନିଷ୍ପତି କରାଯାଇଛି।

ଏହାଦ୍ବାରା ରାଜ୍ୟରେ ଥିବା ପ୍ରାୟ 25 ଲକ୍ଷ କ୍ଷୁଦ୍ର ବ୍ୟବସାୟୀ ଉପକୃତ ହୋଇପାରିବେ। ସେମାନଙ୍କର ବିଭିନ୍ନ ସମସ୍ୟା ଏବଂ ଅସୁବିଧାକୁ ଏହି ପରିଷଦ ସମାଧାନ କରିବ। ମୁଖ୍ୟତଃ ରାଜ୍ୟ ସରକାର ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କ ମଧ୍ୟରେ ଏହି ପରିଷଦ ସେତୁ ପରି କାର୍ଯ୍ୟ କରିବ। ଖୁବ ଶିଘ୍ର ଏହି ପ୍ରସ୍ତାବ ରାଜ୍ୟ କ୍ୟାବିନେଟରେ ଉପସ୍ଥାପିତ ହେବ।