Author: thesamikhsya

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ଜନ୍ମ ବାର୍ଷିକୀରେ କଂଗ୍ରେସ ଦଳ ଆଜି ତାହାର ସର୍ବୋଚ୍ଚ କର୍ମକର୍ତ୍ତା ସଦସ୍ୟଙ୍କ ନାମ ଘୋଷଣା କରିଛି। କଂଗ୍ରେସ ସଭାପତି ଭାବେ ମଲ୍ଲିକାର୍ଜୁନ ଖାର୍ଗେ ନିର୍ବାଚିତ ହେବା ପରେ ସେ ଏହି ନୂଆ କମିଟ ଗଠନ କରିଛନ୍ତି। ଏହି ବର୍ଷ ଶେଷରେ ପାଞ୍ଚୋଟି ରାଜ୍ୟରେ ବିଧାନସଭା ନିର୍ବାଚନ ଅଛି। ତାପୂର୍ବରୁ କଂଗ୍ରେସ କାର୍ଯ୍ୟକାରୀ କମିଟି ସହ ଅନ୍ୟ କମିଟ ଘୋଷଣା କରାଯାଇଛି। ତେବେ ଏହି କମିଟରେ କଂଗ୍ରେସ ରାଜସ୍ଥାନର ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କୁ ସିଡବ୍ଲୁସିରେ ସ୍ଥାନିତ କରାଯାଇଛି। ସେହିପରି କଂଗ୍ରେସ ସଭାପତି ପାଇଁ ଖାର୍ଗେ ସହ ଲଢେଇ କରିଥିବା ଶଶି ଥରୁର ମଧ୍ୟ ଏଥିରେ ସ୍ଥାନ ପାଇଛନ୍ତି। ସେହିପରି ଦୀପା ଦାସ ମୁନ୍ସି ଏବଂ ସୟଦ ନାସିର ହୁସେନଙ୍କୁ ସିଡବ୍ଲୁସିରେ ପ୍ରଥମ ଥର ପାଇଁ ପ୍ରବେଶ କରିଛନ୍ତି। ଶ୍ରୀମତୀ ଦାଶ ମୁନସି ପଶ୍ଚିମବଙ୍ଗର ପୂର୍ବତନ ସାଂସଦ ତଥା ଭେଟେରାନ…

Read More

ଭୁବନେଶ୍ବର: ବାହାନଗାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ ଦୁର୍ଘଟଣାର ଉଦ୍ଧାରକାରୀ ଦଳଙ୍କୁ ଆଜି ସମ୍ବର୍ଦ୍ଧିତ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ବରର ଲୋକସେବା ଭବନ କନଫ୍ରେନସିଂ ହଲରେ ଏହି ଉତ୍ସବର ଆୟୋଜନ କରାଯାଇଛି। ଏଥିରେ ବାହାନଗାର ଗ୍ରାମବାସୀ, ଉଦ୍ଧାରକାରୀ କର୍ମଚାରୀଙ୍କୁ ଏହି ସମ୍ବର୍ଦ୍ଧନା ଦିଆଯିବ। ସେହିପରି ବାହାନଗା ସ୍କୁଲର ପ୍ରଧାନଶିକ୍ଷକ ଏବଂ କେତେକ ସ୍ବଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା କରିବେ। ଗତ ଜୁନ ଦୁଇ ତାରିଖ ରାତିରେ ବାଲେଶ୍ବର ନିକଟସ୍ଥ ବାହାନଗାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା। ଏଥିରେ ଏକ ମାଲବାହୀ ଟ୍ରେନକୁ କରମଣ୍ଡଳ ଏକ୍ସପ୍ରେସ ଧକ୍କା ଦେଇଥିଲା। ସେହିପରି ବିପରିତ ଦିଗରୁ ଆସୁଥିବା ଆଉ ଏକ ଯାତ୍ରୀବାହି ଟ୍ରେନ ଏହି ଦୁର୍ଘଟଣା ଗସ୍ତ ଟ୍ରେନ ସହ ମଧ୍ୟ ଧକ୍କା ହୋଇଥିଲା। ଯାହା ସାରା ବିଶ୍ବକୁ ସ୍ତମ୍ଭୀଭୂତ କରିଦେଇଥିଲା। ଏହି ଦୁର୍ଘଟଣା ପରେ ସେଠାକାର ସ୍ଥାନୀୟ ଲୋକେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଏଥିସହିତ ଆହତମାନଙ୍କୁ ରକ୍ତ…

Read More

ଭୁବନେଶ୍ବର: ପ୍ରାୟ ଏକ ବର୍ଷ ପରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ବାଲୁଗାଁରେ ପ୍ରବେଶ କରିଛନ୍ତି। କୋର୍ଟ କଟକଣା ପାଇଁ ସେ ଏକ ବର୍ଷ ଧରି ନିଜ ନିର୍ବାଚନ ମଣ୍ଡଳୀରେ ପ୍ରବେଶ କରିପାରୁ ନ ଥିଲେ। ହେଲେ ସେ କଟକଣା ଉଠିବା ପରେ ସେ ପ୍ରଥମେ ଚିଲିକା ନିର୍ବାଚନ ମଣ୍ଡଳୀ ସୀମାରେ ପ୍ରବେଶ କରି କର୍ମିଙ୍କ ସହିତ ଆଲୋଚନା କରିଥିଲେ। ଆଜି ବିଧାୟକ ତାଙ୍କ ଧର୍ମପତ୍ନୀଙ୍କ ସହ ବାଲୁଗାଁସ୍ଥିତ ଉମାମହେଶ୍ବର ମନ୍ଦିରକୁ ଯାଇଥିଲେ। ସେଠାରେ ଉଭୟ ମହାଦେବଙ୍କୁ ଦର୍ଶନ କରିଥିଲେ। ଏଥିସହିତ ମନ୍ଦିର ଉନ୍ନୟନ ସଂପର୍କରେ ମନ୍ଦିର କର୍ତ୍ତୁପକ୍ଷଙ୍କ ସହିତ ଆଲୋଚନା ମଧ୍ୟ କରିଛନ୍ତି। ତେବେ ଏହି ଗସ୍ତ ବେଳେ ଚିଲିକାର ପ୍ରମୁଖ ନେତାଙ୍କର ଦେଖା ମିଳି ନ ଥିଲା। କାରଣ ବିଜେଡିର ଦଳୀୟ କଟକଣା ପାଇଁ ତାଙ୍କୁ କୌଣସି ନେତା ଦେଖା କରି ନ ଥିଲେ। ତେବେ ସେ ନିଜ ନିର୍ବାଚନ ମଣ୍ଡଳୀର ଉନ୍ନୟନ କାର୍ଯ୍ୟ ତଦାରଖ କରିବା ପାଇଁ…

Read More

ପୁରୀ: ଆଜି ପଶ୍ଚିମବଂଗର ୫ ଜଣ ପର୍ଯ୍ୟଟକ ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ଭିତରକୁ ଭାସି ଯାଉଥିଲେ। ଏହି ସମୟରେ ସେଠାରେ ସୁରକ୍ଷା ପାଇଁ ମୁତୟନ ଅଗ୍ନିଶମ କର୍ମଚାରୀ ତାଙ୍କୁ ଉଦ୍ଧାର କରିଥିଲେ। ସେମାନେ ବର୍ତ୍ତମାନ ସମସ୍ତେ ସୁରକ୍ଷିତ ଅଛନ୍ତି ବୋଲି ଜଣାପଡିଛି। ଘଟଣାରୁ ପ୍ରକାଶ ଯେ, ପଶ୍ଚିମବଂଗର ଏକ ପରିବାର ପୁରୀ ବୁଲିବାକୁ ଆସିଥିଲେ। ସେମାନେ ସମୁଦ୍ରକୂଳରେ ବୁଲାବୁଲି କରିବା ପରେ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସେହି ପରିବାରର ୫ ଜଣ ସଦସ୍ୟ ପାଣି ଭିତରକୁ ପଶିଯାଇଥିଲେ। ପାଣି ଭିତରେ ସମସ୍ତେ ଚିତ୍କାର କରିବାରୁ ସେଠାରେ ମୁତୟନ ଅଗ୍ନିଶମ କର୍ମଚାରୀ ତାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିଲେ।

Read More

ସୀତାରାମ ଅଗ୍ରୱାଲ ଚିଲିକା: ବାଲୁଗାଁ ଏନଏସି ର ବିକାଶ ମୂଳକ କାର୍ଯ୍ୟ ପାଇଁ ରାଜ୍ୟ ସରକାର ୫୨ କୋଟି ଟଙ୍କା ପ୍ରଥମ ପର୍ଯ୍ୟାୟରେ ଅନୁମୋଦନ କରିଛନ୍ତି। ସେଥିରେ ବାଲୁଗାଁ ମେଡିକାଲର ଉନ୍ନତି କରଣ ନିମନ୍ତେ ୧୨ କୋଟି ଟଙ୍କା ଏବଂ ବାଲୁଗାଁ ଥାନାଠାରୁ ଚିଲିକା ଢାବା ପର୍ଯ୍ୟନ୍ତ ରାସ୍ତାର ସଂପ୍ରସାରଣ ନିମନ୍ତେ ୪୦ କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଏ ନେଇ ବାଲୁଗାଁ ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି। ବାଲୁଗାଁ ଏନଏସିର ବିକାଶ ପାଇଁ ବିଜେଡିର ସାଂଗଠନିକ ସଂପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ଅଧ୍ୟକ୍ଷା ଅନୁରୋଧ କରିଥିଲେ। ତାଙ୍କ ପ୍ରଚେଷ୍ଠାରେ ମୁଖ୍ୟମନ୍ତ୍ରୀ ଏହି ଅନୁଦାନ ପ୍ରଦାନ କରିଥିବାରୁ ପ୍ରଣବ ପ୍ରକାଶଙ୍କୁ ମଧ୍ୟ ସେ ଧନ୍ୟବାଦ ପ୍ରଦାନ କରିଛନ୍ତି। ବର୍ତ୍ତମାନ ବାଲୁଗାଁ ଏନଏସି ର ଉନ୍ନତି ପାଇଁ ଅଧ୍ୟକ୍ଷା ଅହରହ ଉଦ୍ୟମ ଜାରୀ ରଖିଛନ୍ତି। ନିକଟରେ ବାଲୁଗାଁ ଏବଂ ଚିଲିକା କୂଳର…

Read More

ଭୁବନେଶ୍ବର: ବରପାଲି ରେ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ସ୍ମୃତି ପୀଠର ରୂପାନ୍ତର ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଗତ ଜୁନ୍ ମାସ ୨୬ ଓ ୨୭ ତାରିଖରେ ବରଗଡ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ଯୋଜନାର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ। ସେହିପରି ଜୁନ ୨୬ ତାରିଖ ଦିନ ଶ୍ରୀ ପାଣ୍ଡିଆନ ସ୍ୱଭାବ କବି ଗଙ୍ଗାଧର ମେହରଙ୍କ ବରପାଲିସ୍ଥିତ ଜନ୍ମସ୍ଥାନ ପରିଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଏବଂ କମିଟି ସଦସ୍ୟମାନଙ୍କ ସହିତ ଜନ୍ମସ୍ଥାନର ବିକାଶ ସମ୍ପର୍କରେ ଆଲୋଚନା କରିଥିଲେ। ସ୍ୱଭାବ କବି ଗଙ୍ଗାଧର ମେହର ଓଡିଆ ଜାତିର ମହାନ୍ ସନ୍ତାନ। ଓଡିଆ ଭାଷା ଓ ସାହିତ୍ୟର ବିକାଶରେ ତାଙ୍କର ଅନବଦ୍ୟ ଅବଦାନ ଥିଲା। ତାଙ୍କ ଜନ୍ମ ପୀଠ ସାହିତ୍ୟପ୍ରେମୀ ତଥା…

Read More

ଭୁବନେଶ୍ବର: ଭୁବନେଶ୍ବରଭିତ୍ତିକ ମଲ୍ଟିନେସନାଲ ଆଇଟି କମ୍ପାନି ସିଏସ୍‌ଏମ୍‌ ଟେକ୍ନୋଲୋଜି ଦ୍ବାରା ରାଜଧାନୀରେ ଆୟୋଜିତ ସର୍ବବୃହତ ସ୍କୁଲ କ୍ବିଜ, ଦ୍ବିତୀୟ ସଂସ୍କରଣ ସିଏସ୍‌ଏମ୍‌ ସିନାପ୍ସ (ସିନାପ୍ସ ୨.୦) ରେ ଓଲିଉଡ୍‌ ସିନେଷ୍ଟାର୍‌ ତଥା ସମାଜସେବୀ ସବ୍ୟସାଚୀ ମିଶ୍ର ଯୋଗ ଦେଇଥିଲେ। ଓଡ଼ିଆ ସିନେ ଶିଳ୍ପର ଏହି ଲୋକପ୍ରିୟ ଅଭିନେତା କ୍ବିଜ ପ୍ରତିଯୋଗିତା ଅବସରରେ ଉପସ୍ଥିତ ରହି କ୍ବିଜ୍ ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଥିଲେ। ସିଏସ୍‌ଏମ୍‌ ସିନାପ୍ସ ୨.୦କୁ ଜଣାଶୁଣା କ୍ବିଜ୍‌ ମାଷ୍ଟର ଶ୍ରୀ ଆଦିତ୍ୟନାଥ ମୁବାୟୀ ପରିଚାଳନା କରିଥିଲେ। ଚଳିତ ବର୍ଷ ୨୯ଟି ସ୍କୁଲର ୨୦୮ ଜଣ ଛାତ୍ରଛାତ୍ରୀ (୧୦୪ଟି ଟିମ୍) କ୍ବିଜରେ ଅଂଶଗ୍ରହଣ କରି ଏହାକୁ ଅଧିକ ଚଳଚଞ୍ଚଳ କରିଥିଲେ । ଭୁବନେଶ୍ବର, କଟକ ଓ ଜଟଣୀ ଅଞ୍ଚଳର ବିଭିନ୍ନ ସ୍କୁଲରୁ ଛାତ୍ରଛାତ୍ରୀମାନେ ଏହି କ୍ବିଜରେ ଭାଗ ନେଇଥିଲେ। କ୍ବିଜରେ ସାଇ ଇଣ୍ଟରନ୍ୟାସନାଲ ସ୍କୁଲର ଟିମ୍‌ ବିଜୟୀ ହୋଇଥିବା ବେଳେ ମଦର୍ସ ପବ୍ଲିକ୍ ସ୍କୁଲର ଟିମ୍‌ ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ସିଏସ୍‌ଏମ୍‌…

Read More

ଭୁବନେଶ୍ବର: ରାଜ୍ୟର ଜନଜାତି କୃଷକମାନଙ୍କ ଦ୍ୱାରା ସଂରକ୍ଷିତ ମାଣ୍ଡିଆର ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରିବାରେ ଓଡ଼ିଶା ଦେଶର ପ୍ରଥମ ରାଜ୍ୟର ମାନ୍ୟତା ହାସଲ କରିଛି। କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଅନୁମୋଦନ କ୍ରମେ କୃଷି ଓ କୃଷକ ଶସକ୍ତି କରଣ ବିଭାଗ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିରେ କୁନ୍ଦ୍ରାବାଟି, ଲକ୍ଷ୍ମୀପୁର କାଳିଆ, ମାଲ୍ୟବନ୍ତ ମାମି ଏବଂ ଗୁପ୍ତେଶ୍ୱର ଭାରତୀ ଆଦି ୪ ଟି ଭୁ-ପ୍ରଜାତିକୁ ବିହନ ପ୍ରଣାଳୀ ଅଧିନରେ ଜାରି କରାଯାଇଛି। ପ୍ରଥମଥର ପାଇଁ କୃଷକ ମାନଙ୍କ ଚାହିଦା ଅନୁଯାୟୀ ଭୂ-ପ୍ରଜାତିକୁ ବିହନ ପ୍ରଣାଳୀରେ ଜାରି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଉପଯୁକ୍ତ ବୈଜ୍ଞାନିକ ପଦ୍ଧତି ଏବଂ ପାରମ୍ପାରିକ ଜ୍ଞାନ କୌଶଳର ମିଶ୍ରଣରେ ମାଣ୍ଡିଆ ଭୂ-ପ୍ରଜାତି ବିକଶିତ ହେବା ଫଳରେ କୃଷି ଜୈବିକ ବିବିଧତାର ମୂଳାଧାରରେ ଦୃଷ୍ଟାନ୍ତମୂଳକ ପରିବର୍ତନ…

Read More

ଭୁବନେଶ୍ବର: ଆଜି ବସିବ ରାଜ୍ୟ କ୍ୟାବିନେଟ ବୈଠକ। ମଧ୍ୟାହ୍ନରେ ଏହି ବୈଠକ ବସିବ ବୋଲି ନିଷ୍ପତି ହୋଇଛି। ତେବେ ଏହି ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା ହେବାର ସମ୍ଭାବନା ରହିଛି। କାରଣ ବର୍ତ୍ତମାନ ନବୀନ ସରକାର ପ୍ରତିଦିନ କିଛି ନା କିଛି ନୂଆନୂଆ ଘୋଷଣା କରିବାରେ ଲାଗିଛନ୍ତି। ସେହି ଅନୁସାରେ ଆଜି ମଧ୍ୟ କିଛି ନୂଆ ଯୋଜନାର ଘୋଷଣା କରାଯିବ ବୋଲି ଆଶା କରାଯାଉଛି। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସୁଥିବା ଏହି କ୍ୟାବିନେଟ ବୈଠକରେ ୧୦ରୁ ଅଧିକ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବରେ ମୋହର ବାଜିପାରେ । ବିଭିନ୍ନ ବିଭାଗର କ୍ୟାଡର ପୁନର୍ଗଠନ ସହିତ କୃଷ, ମହିଳା ବିକାଶ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ। ସେହିପରି ପଞ୍ଚାୟତିରାଜ, ସ୍ବାସ୍ଥ୍ୟ, ଜଳସଂପଦ, ସମବାୟ ବିଭାଗ ସମ୍ପର୍କିତ ଏକାଧିକ ପ୍ରସ୍ତାବରେ ନିଷ୍ପତି ନିଆଯାଇପାରେ।

Read More

ଭୁବନେଶ୍ବର: ଆଜିଠାରୁ ତିନିଦିନିଆ ମୟୁରଭଂଜ ଗସ୍ତରେ ଗଲେ 5ଟି ସଚିବ ଭି କେ ପାଣ୍ଡିଆନ। ସେଠାରେ ସେ ଜନଶୁଣାଣି କରିବା ସହିତ ମୟୁରଭଂଜର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ତଦାରଖ କରିବେ। ସେଥିପାଇଁ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ନିକଟରେ ପାଣ୍ଡିଆନ କଟକ ଜିଲ୍ଲା ଗସ୍ତ କରିଥିଲେ। ସେଠାରେ ସେ ବିଭିନ୍ନ ବର୍ଗର ଲୋକଙ୍କ ସହିତ ମିଶିବା ସହିତ ଅଭିଯୋଗ ସଂଗ୍ରହ କରିଥିଲେ। ସେହିପରି ସେହି ଜିଲ୍ଲାର ବିଭିନ୍ନ ଧର୍ମପିଠ ଦର୍ଶନ କରିବା ସହିତ ଉନ୍ନୟନ କାର୍ଯ୍ୟ ସମୀକ୍ଷା କରିଛନ୍ତି।

Read More

ଭୁବନେଶ୍ବର: ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ୮୦ତମ ଜନ୍ମ ଦିନ ଗତକାଲି ଭୁବନେଶ୍ବରର ତାଙ୍କ ବାସଭବନରେ ପାଳନ କରାଯାଇଛି। ଏହି ଉପଲକ୍ଷେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାଜ୍ୟର ବରିଷ୍ଠ ନେତାମାନେ ଯୋଗଦେଇ ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି। ଏତେ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ସୁର ରାଉତରାୟ ସବୁବେଳେ ଫିଟ୍। ବର୍ତ୍ତମାନ ମଧ୍ୟ ସେ ବେଶ ଚଳଚଞ୍ଚଳ ଅଛନ୍ତି। ନିଟକରେ ସେ ଅସୁସ୍ଥ ହୋଇଥିଲେ ମଧ୍ୟ ସେଥିରୁ ବାହାରି ପୁଣି ପୂର୍ବପରି କାମ କରିବାରେ ଲାଗିଛନ୍ତି। ତାଙ୍କୁ ଯେଉଁମାନେ ଶୁଭେଚ୍ଛା ଜଣାଇବା ପାଇଁ ଆସୁଛନ୍ତି ସେମାନେ ସମସ୍ତେ ତାଙ୍କର ନିଜ ଡାଇଲଗ ତାଙ୍କୁ ଶୁଣାଉଛନ୍ତି। ‘ମାଡି ଚାଲ’  ସୁର ଭାଇ ବୋଲି କହି ଶୁଭେଚ୍ଛା ଜଣାଉଛନ୍ତି।

Read More

ଭୁବନେଶ୍ବର: ଜମି ରେକର୍ଡଗୁଡିକର କମ୍ପ୍ୟୁଟରୀକରଣରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଓଡିଶାର 19 ଟି ଜିଲ୍ଲା ଅଧିକାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଡିଜିଟାଲ ଇଣ୍ଡିଆ ଲ୍ୟାଣ୍ଡ ରେକର୍ଡ ଆଧୁନିକୀକରଣରେ ଶତପ୍ରତିଶତ ସଫଳତା ହାସଲ କରିଥିବାରୁ ଏହି ଜିଲ୍ଲାଗୁଡ଼ିକ ଜୁଲାଇରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ଭୂମି ସମ୍ମାନ ଗ୍ରହଣ କରିଥିଲେ। ଡିଜିଟାଇଜେସନ୍ ଅଫ୍ ଲ୍ୟାଣ୍ଡ ରେକର୍ଡରେ ଉଲ୍ଲେଖନୀୟ ଅବଦାନ ପାଇଁ ଓଡିଶା ଭାରତର ଶ୍ରେଷ୍ଠ ରାଜ୍ୟ ଭାବରେ ସମ୍ମାନଜନକ ‘ଭୂମି ସମ୍ମାନ’ ରେ ପୁରସ୍କୃତ କରାଯାଇଛି। ଏହି ଜିଲ୍ଲାଗୁଡ଼ିକ ହେଉଛି ଅନୁଗୁଳ, ବୌଦ୍ଧ, ବରଗଡ, ଭଦ୍ରକ, ଦେଓଗଡ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡା, କେଉଁଝର, ଖୋର୍ଧା, କୋରାପୁଟ, ନବରଙ୍ଗପୁର, ନୟାଗଡ଼, ନୁଆପଡା, ରାୟଗଡା ଏବଂ ସମ୍ବଲପୁର। ଆଜି ଲୋକ ସେବା ଭବନ ସମ୍ମିଳନୀ କେନ୍ଦ୍ରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଜିଲ୍ଲା ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଟ୍ରଫି ଏବଂ ମାନପତ୍ର ପ୍ରଦାନ…

Read More

ଭୁବନେଶ୍ବର: ଆଜି ରାଜ୍ୟ ସରକାର ପ୍ରକାଶ କରିଛନ୍ତି ସ୍ବାଧୀନତା ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବା ତାଲିକା। ପୂର୍ବପରି ରାଜ୍ୟ ସ୍ତରୀୟ ପତାକା ଉତ୍ତୋଳନ ଭୁବନେଶ୍ବରରେ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାଗ ନେଇ ପତାକା ଉତ୍ତୋଳନ କରିବେ। ସେହିପରି କଟକରେ ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ପତାକା ଉତ୍ତୋଳନ କରିବେ। ସ୍ବାସ୍ଥ୍ୟମନ୍ତ୍ରୀ ନିରଂଜନ ପୂଜାରୀ ପୁରୀରେ, ଜଗନ୍ନାଥ ସାରକା କନ୍ଧମାଳରେ ଏବଂ ବରଗଡରେ ପ୍ରମିଳା ମଲ୍ଲିକ ପତ୍ତାକା ଉତ୍ତୋଳନ କରିବେ। ତେବେ ବାରୋଟି ସ୍ଥାନରେ ଆରଡିସି ଏବଂ ଜିଲ୍ଲାପାଳ ପତାକା ଉତ୍ତୋଳନ କରିବେ।

Read More

ଭୁବନେଶ୍ବର: ଗଞ୍ଜାମ ଜିଲ୍ଲା ଖଲିକୋଟ ସହରର ବାସିନ୍ଦା ବଳରାମ ପ୍ରଧାନ ଗତ ୧ବର୍ଷ ପୂର୍ବରୁ ଆଫ୍ରିକାସ୍ଥିତ ଇଥିଓପିଆରେ କାର୍ଯ୍ୟ କରୁଥିଲେ। ଗତ ଅଗଷ୍ଟ ୪ତାରିଖରେ ସେ ଡ୍ୟୁଟିରେ ଥିବା ବେଳେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ନିଜ କୋଠରୀକୁ ଫେରିଗଲେ ଏବଂ ତାଙ୍କ ସହକର୍ମୀଙ୍କ ସହାୟତାରେ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଦୁର୍ଭାଗ୍ୟବଶତଃ, ସେ ହୃଦ୍‌ଘାତ ହେତୁ ପରଦିନ ଅର୍ଥାତ ଅଗଷ୍ଟ ୫ ତାରିଖରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ହଠାତ୍, ବଳରାମଙ୍କ ମୃତ୍ୟୁରେ ପରିବାରବର୍ଗ ଭାଙ୍ଗି ପଡ଼ିଥିଲେ ଓ ଶେଷଥର ପାଇଁ ଦେଖିବାକୁ ବ୍ୟାକୁଳ ହେଉଥିଲେ। ଇଥିଓପିଆରୁ ଭୁବନେଶ୍ୱର ସ୍ଥାନାନ୍ତର କରିବା ପାଇଁ କମ୍ପାନୀ ସମସ୍ତ ଆବଶ୍ୟକୀୟ ବ୍ୟବସ୍ଥା କରିଥିଲା। କିନ୍ତୁ ଭୁବନେଶ୍ୱରରୁ ଖଲିକୋଟସ୍ଥିତ ନିଜ ଗ୍ରାମକୁ ମୃତଦେହ ସ୍ଥାନାନ୍ତର କରିବା ପାଇଁ ପରିବାରବର୍ଗ ସ୍ଥାନୀୟ ବିଧାୟକ ଶ୍ରୀମତି ସୂର୍ଯ୍ୟମଣି ବୈଦ୍ୟଙ୍କର ସହାୟତା ଲୋଡ଼ିଥିଲେ। ଶ୍ରୀମତୀ ବୈଦ୍ୟ ଖବର ପାଇବା ପରେ ଓଡ଼ିଶା-ମୋ ପରିବାରକୁ ଜଣାଇଥିଲେ। ଘଟଣା ସମ୍ପର୍କରେ…

Read More

ଭୁବନେଶ୍ବର: ପୁଣି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ବାଣ ମାରିଛନ୍ତି। ତାହା ହେଲା ରାଜ୍ୟରେ ଆଉ ନୂଆ ୪ ଲକ୍ଷ ୧୩ ହଜାର ଜଣଙ୍କୁ ମଧୁବାବୁ ପେନସନ ଦେବା ପାଇଁ ଘୋଷଣା କରିଛନ୍ତି। ସାମାଜିକ ସୁରକ୍ଷା ପେନ୍‌ସନ୍ ଅଧିନରେ ଏହି ଅତିରିକ୍ତ ସଂଖ୍ୟାକୁ ନବୀନ ଅନୁମୋଦନ କରିଛନ୍ତି। ପୂର୍ବରୁ ଏହି ଯୋଜନା ଅଧିନରେ ୨୮ ଲକ୍ଷ ୬୧ ହଜାର ହିତାଧିକାରୀ ଲାଭ ପାଉଥିଲେ। ବର୍ତ୍ତମାନ ଏହା ବୃଦ୍ଧି ପାଇ ୩୨ ଲକ୍ଷ ୭୫ ହଜାର ହିତାଧିକାରୀ ହେଲେ। ରାଜ୍ୟର ବିଭିନ୍ନ ଜିଲ୍ଲାକୁ ୫ଟି ସଚିବ ଗସ୍ତ ସମୟରେ ଗ୍ରହଣ କରାଯାଇଥିବା ଅଭିଯୋଗ ଏବଂ ମୋ ସରକାରଙ୍କଠାରୁ ମିଳିଥିବା ମତାମତକୁ ବିଚାରକୁ ନେଇ ଏହି ଯୋଜନାରେ ଅଧିକ ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି। ଏଠାରେ ଉଲ୍ଲେଖ କରାଯାଇପାରେ ଯେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ୫ ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ ଏବଂ ସିଏମଓର ଅନ୍ୟ ବରିଷ୍ଠ…

Read More

ପୁରୀ: ପୁରୀ ଶ୍ରୀଲୋକନାଥ ମନ୍ଦିରରେ ଜଣେ ମହିଳା ଲୁଟେରା ଜଣେ ଭକ୍ତଙ୍କ ବେକରୁ ସୁନା ଚେନ ଲୁଟିଥିବା ବେଳେ ଧରାପଡିଛନ୍ତି। ଲୁଟେରାକୁ ପୁରୀର ବାସେଳି ସାହି ଥାନା ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି। ଲୁଟେରାଠାରୁ ସେହି ଚେନ ସହିତ ଆଉ କିଛି ଟଙ୍କା ମଧ୍ୟ ଜବତ କରାଯାଇଛି। ଏହି ଲୁଟେରା ଜଣଙ୍କ ହେଉଛନ୍ତି ଜାମସେଦପୁରର ପଚାଶ ବର୍ଷ ବୟସର ଏ ସାଲଭୀ। ଘଟଣାରୁ ଜଣାପଡିଛି ଯେ, ଗତକାଲି ଭୁବନେଶ୍ବର ନାଗେଶ୍ବରଟାଙ୍ଗୀରେ ରହୁଥିବା ଉର୍ମିବାଳା ପ୍ରଧାନ ଶ୍ରୀଲୋକନାଥ ମନ୍ଦିର ଦର୍ଶନ କରିବାକୁ ଆସିଥିଲେ। ଲୋକନାଥ ମନ୍ଦିର ଗର୍ଭଗୃହରେ ସେ ମୁଣ୍ଡ ନୁଆଁଇ ମୁଣ୍ଡିଆ ମାରୁଥିବା ବେଳେ ଆଗରୁ ଟାର୍ଗେଟ କରିଥିବା ଏହି ମହିଳା ଲୁଟେରା ତାଙ୍କ ବେକରୁ ଚେନ କାଟି ଦେଇଥିଲା। ହେଲେ ଭାଗ୍ୟବସତଃ ସେ ଚେନଟି ଲୁଟେରା ନେବା ପୂର୍ବରୁ ଭକ୍ତଙ୍କ ହାତ ଉପରେ ଖସି ପଡିଥିଲା। ଏକଥା ଜଣାପଡିବା ପରେ ଲୁଟେରାକୁ ସେହି ଗର୍ଭଗୃହରେ ଅନ୍ୟଭକ୍ତ ଏବଂ ସେବାୟତ…

Read More

ନୂଆଦିଲ୍ଲୀ: ଆଜି ରାହୁଳ ଗାନ୍ଧି ସଂସଦକୁ ଫେରିବେ କି ? ଏ ନେଇ ସସପେନସ ଲାଗି ରହିଛି। ବର୍ତ୍ତମାନ ସମସ୍ତଙ୍କର ନଜର ରହିଛି ସଂସଦୀୟ କାର୍ଯ୍ୟାଳୟ ଉପରେ। କାରଣ ସଂସଦର ସଚିବାଳୟ ଏ ନେଇ ନିଷ୍ପତି କରି ବିଜ୍ଞପ୍ତି ପ୍ରକାଶ କରିବ। ହେଲେ ସୁପ୍ରିମକୋର୍ଟ ରାୟ ପ୍ରକାଶ ପାଇବା ପରେ ମଧ୍ୟ ଏହି ସଚିବାଳୟ ତରଫରୁ କୌଣସି ବିଜ୍ଞପ୍ତି ପ୍ରକାଶ କରାଯାଇ ନାହିଁ। ତେବେ ବିରୋଧୀଦଳର ନେତା ଅଧୀର ରଂଜନ ଚୈଧୁରୀଙ୍କ କହିବା କଥା ଯେ, କଂଗ୍ରେସ ତରଫରୁ ସୁପ୍ରିମକୋର୍ଟର ରାୟ ସଂସଦ ସଚିବାଳୟକୁ ଶନିବାର ଦିନ ପ୍ରଦାନ କରାଯାଇଛି। ସେମାନେ ଏ ନେଇ କୌଣସି ତଥ୍ୟ ପ୍ରଦାନ କରି ନାହାଁନ୍ତି। ହେଲେ ସଚିବାଳୟ ସୁତ୍ରରୁ ଜଣାପଡିଛି ଯେ, ସେମାନେ କୋର୍ଟ ରାୟ ପାଇବା ପରେ ତାହା ଉପରେ ତର୍ଜମା କରୁଛନ୍ତି। ବୋଧହୁଏ ଆଜି ଏ ନେଇ ସଂସଦ ତରଫରୁ ପଦକ୍ଷେପ ଗ୍ରହଣ କରାଯିବ। ଅନ୍ୟପଟେ ଆଜି ସଂସଦରେ କଂଗ୍ରେସ ଦଳର…

Read More

ଆରତୀଙ୍କ ୫୫ କୋଟିର ବାହାଘର: ଭାରତୀୟ ବିଲିୟନିୟାର ବ୍ୟବସାୟୀ ବି ରବି ପିଲ୍ଲାଇଙ୍କ ଝିଅ ଆରତୀ ପିଲ୍ଲାଇଙ୍କ ବାହାଘରକୁ ନେଇ ଚର୍ଚ୍ଚା। କାରଣ ଏହି ବାହାଘରରେ ସେ ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲେ। ଏହା ପୁରୁଣା ହେଲେ ମଧ୍ୟ ଏତେ ବଡ ବିବାହ ଥିଲା ଯେ ଏହାକୁ ନେଇ ବହୁ ଚର୍ଚ୍ଚାକୁ ଆଜି ପର୍ଯ୍ୟନ୍ତ ଚାଲିଛି। ରବି ପିଲ୍ଲାଇ ଝିଅର ବିବାହରେ ୫୫ କୋଟି ଖର୍ଚ୍ଚ କରିଥିଲେ। ରବି ପିଲ୍ଲାଇଙ୍କ ଝିଅ ଆରତୀ ପିଲାଇ  କେରଳର କୋଲାମଠାରେ ଡାକ୍ତର ଥିବା ଆଦିତ୍ୟ ବିଷ୍ଣୁଙ୍କୁ ବିବାହ କରିଥିଲେ। ସେମାନଙ୍କ ଏହି ବିବାହ ମଣ୍ଡପ, ଶୋଭାଯାତ୍ର, ବରଯାତ୍ରୀ, ଭୋଜି, ଅତିଥୀ ଖର୍ଚ୍ଚରେ ୫୫ କୋଟି ଟଙ୍କା ଖର୍ଚ୍ଚ କରିଥିଲେ, ଯାହା ସର୍ବକାଳୀନ ଚର୍ଚ୍ଚାର ବାହାଘର ଥିଲା। ୪୨ ଟି ଦେଶରୁ ଆସିଥିଲେ ଅତିଥୀ ଏହି ଗ୍ରାଣ୍ଡ ବିବାହରେ ୪୨ ଟି ଦେଶର ୩୦,୦୦୦ ରୁ ଅଧିକ ଅତିଥି ଯୋଗ ଦେଇଥିଲେ। ଏଥିରେ କତାରର…

Read More

ନୂଆଦିଲ୍ଲୀ: ମଣିପୁର ହିଂସାକୁ ନେଇ ବିରୋଧୀ ଦଳମାନେ ମୋଦି ସରକାରଙ୍କ ବିରୋଧରେ ଲୋକସଭାରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଏହି ଅନାସ୍ଥା ପ୍ରସ୍ତାବକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଛନ୍ତି ସିପିଆଇ ସାଂସଦ। ସିପିଆଇ ସାଂସଦ ବିନୟ ବିଶ୍ୱମ୍ କହିଛନ୍ତି ଯେ ଅନାସ୍ଥା ପ୍ରସ୍ତାବ ବିରୋଧୀ ଦଳ (ଆଇଏନଡିଆଇଏ)ର ପ୍ରତିନିଧିତ୍ୱ କରେ ନାହିଁ ବୋଲି କଂଗ୍ରେସ ତରବରିଆ ଭାବେ ସ୍ୱୀକାର କରିଛି। ସବୁ ଦଳ ଅନାସ୍ଥା ପ୍ରସ୍ତାବରେ କାହିଁକି ଦସ୍ତଖତ କରୁନାହାନ୍ତି ? ସିପିଆଇ ସାଂସଦ ବିନୟ ବିଶ୍ୱମ୍ ଗୁରୁବାର କହିଛନ୍ତି ଯେ INDIAର ଅନେକ ଦଳ ଅନୁଭବ କରନ୍ତି ଯେ ଯଦି ଅନ୍ୟ ଦଳଗୁଡ଼ିକ ପ୍ରସ୍ତାବରେ ଦସ୍ତଖତ କରିଥାନ୍ତେ ତେବେ ଏହି ପ୍ରସ୍ତାବ ଅଧିକ ଶକ୍ତିଶାଳୀ ଏବଂ ଅଧିକ ପ୍ରଭାବଶାଳୀ ହୋଇଥାନ୍ତା। କେବଳ ସିପିଆଇ ନୁହେଁ, ଅନ୍ୟାନ୍ୟ ଦଳ ଦାୟିତ୍ୱପୂର୍ଣ୍ଣ ଢଙ୍ଗରେ ଆପତ୍ତି ଉଠାଇଛନ୍ତି। କଂଗ୍ରେସ ନେତୃତ୍ୱ ଏହା ବୁଝିସାରିଛନ୍ତି। ସିପିଆଇ ସାଂସଦଙ୍କୁ ତାଙ୍କ ଆପତ୍ତି ସମ୍ପର୍କରେ ପଚରାଯିବାରୁ ସେ କହିଥିଲେ, କେବଳ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ପୋଲିସରେ ଏଏସଆଇ ସ୍ତରରେ ଆଜି ୧୯ଜଣ ଅଧିକାରୀଙ୍କ ନୂତନ ପୋଷ୍ଟିଙ୍ଗ ହୋଇଛି। ଏସପି ସିଦ୍ଧାର୍ଥ କଟାରିଆ ଙ୍କ ଅନୁମୋଦନ କ୍ରମେ ନୂତନ ଭାବେ ଖୋର୍ଦ୍ଧା ଜିଲ୍ଲା ପୋଲିସକୁ ପୋଷ୍ଟିଙ୍ଗ ପାଇଥିବା ୧୯ ଜଣ ଏଏସଆଇ ଙ୍କୁ ବିଭିନ୍ନ ଥାନାରେ ପୋଷ୍ଟିଙ୍ଗ ଦିଆଯାଇଛି। ଅନୁରୂପ ଭାବେ ଜଣେ ଏସଆଇ ଏବଂ ୬ ଜଣ ଏଏସଆଇ ଙ୍କ ବଦଳି ମଧ୍ୟ ହୋଇଛି। ଖୋର୍ଦ୍ଧା କୋର୍ଟ ଏସଆଇ ବିଜୟ କୁମାର ଜେନାଙ୍କ ଜିଲ୍ଲା ପୋଲିସ ମୁଖ୍ୟାଳୟକୁ ବଦଳି ହୋଇଛି। ବାଣପୁର ଥାନା ଏଏସଆଇ ଗଙ୍ଗାଧର ହେମ୍ବ୍ରମଙ୍କ ଖୋର୍ଦ୍ଧା ଟାଉନ ଥାନା,ସିକୋ ଫାଣ୍ଡି ଏଏସଆଇ ପ୍ରମୋଦ କୁମାର ଦଳେଇ ଙ୍କ ଜଙ୍କିଆ ଥାନା,ବେଗୁନିଆ ଥାନା ଏଏସଆଇ ସରୋଜ କୁମାର ସେନାପତି ଙ୍କ ଗଡ଼ମାଣିତ୍ରି ବିଟ ହାଉସ,ଧଳାପଥର ଫାଣ୍ଡି ଏଏସଆଇ ଶରତ କୁମାର ବେହେରାଙ୍କ ନିରାକାରପୁର ଥାନା,ଟାଉନ ଥାନା ଏଏସଆଇ ବିଷ୍ଣୁ ଚରଣ ମଲ୍ଲୀକଙ୍କ ଟାଙ୍ଗୀ ଥାନାକୁ ବଦଳି ହୋଇଛି। ସେହିପରି ଭାବେ ଜିଲ୍ଲା…

Read More

ନୂଆଦିଲ୍ଲୀ: ଜାତୀୟ ରାଜଧାନୀର ଅମଲାତାନ୍ତ୍ରିକ ନିୟନ୍ତ୍ରଣ କେନ୍ଦ୍ରକୁ ହସ୍ତାନ୍ତର କରୁଥିବା ଅଧ୍ୟାଦେଶକୁ ଆଇନରେ ପରିଣତ କରିବା ପାଇଁ ଦିଲ୍ଲୀ ସରକାର (ସଂଶୋଧନ) ବିଲ୍, ୨୦୨୩କୁ ୱାଇଏସ୍ ଆର୍ କଂଗ୍ରେସ ପାର୍ଟି (ୱାଇଏସଆରସିପି) ନରେନ୍ଦ୍ର ମୋଦୀ ସରକାରଙ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛି। ଆମ୍ ଆଦମୀ ପାର୍ଟି (ଆପ୍) ନେତାମାନେ ବ୍ୟକ୍ତିଗତଭାବେ ସମସ୍ତ ଦଳର ପ୍ରତିନିଧିଙ୍କୁ ଭେଟି ଏହି ବିଲ୍ ବିରୋଧରେ ଭୋଟ୍ ଦେବାକୁ ଅନୁରୋଧ କରୁଥିବାବେଳେ ୱାଇଏସଆର କଂଗ୍ରେସ ପାର୍ଟି ନେତା ତଥା ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ତାଙ୍କର ନିଷ୍ପତ୍ତି ତାଙ୍କ ସାଂସଦମାନଙ୍କୁ ଜଣାଇଛନ୍ତି। ଦଳର ସଂସଦୀୟ ଦଳ ନେତା ବିଜୟସାଇ ରେଡ୍ଡୀ କହିଛନ୍ତି, ଆମେ ଏହି ବିଲ୍କୁ ସମର୍ଥନ କରିବାକୁ ନିଷ୍ପତ୍ତି ନେଇଛୁ। ସଂଘୀୟ ବ୍ୟବସ୍ଥା ପାଇଁ ବିବୃତି ଦେବା ପାଇଁ ରାଜ୍ୟଗୁଡ଼ିକ ଏକଜୁଟ ହେବା ପାଇଁ ଆପ୍‍ର ନିବେଦନ ସମ୍ପର୍କରେ ପଚରାଯିବାରୁ ରେଡ୍ଡୀ କହିଛନ୍ତି, ଯଦି ଦିଲ୍ଲୀ ଏକ ପୂର୍ଣ୍ଣାଙ୍ଗ ରାଜ୍ୟ ହୋଇଥାନ୍ତା ତେବେ ଆମେ…

Read More