Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଅସହାୟ ବୃଦ୍ଧ ଦମ୍ପତ୍ତିକୁ ଉଦ୍ଧାର କଲା ପ୍ରଶାସନ
ଆଜିର ଖବର

ଅସହାୟ ବୃଦ୍ଧ ଦମ୍ପତ୍ତିକୁ ଉଦ୍ଧାର କଲା ପ୍ରଶାସନ

December 10, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ବ୍ରହ୍ମପୁର ରେଳଷ୍ଟେସନ ନିକଟରେ ଅସହାୟ ଅବସ୍ଥାରେ ପଡ଼ି ରହିଥିବା ବୃଦ୍ଧବୃଦ୍ଧାଙ୍କୁ ଜିଲ୍ଲା ପ୍ରଶାସନ ଆଜି ଉଦ୍ଧାର କରିଛି। ଉକ୍ତ ବୃଦ୍ଧବୃଦ୍ଧା ନିରଶ୍ରୟ ଅବସ୍ଥାରେ ଏବଂ ଆଖିକୁ ଦେଖାଯାଉନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଉକ୍ତ ସ୍ଥାନରେ ପଡ଼ି ରହିଥିଲେ। ଜନୈକ ରିପୋର୍ଟରଙ୍କ ଖବରଦେବା ପରେ ବ୍ରହ୍ମପୁର ଉପଜିଲ୍ଲାପାଳ କୀର୍ତ୍ତିଭାସନଙ୍କ ନିର୍ଦ୍ଦେଶ କ୍ରମେ ଉଭୟଙ୍କୁ ଉଦ୍ଧାର କରାଯାଇଥିଲା। ଦମ୍ପତ୍ତି ଦୁଇ ହେଲେ ସମ୍ବଲପୁର ଜିଲ୍ଲା ରେଢ଼ାଖୋଲ ତହସିଲ୍ ମହାଲିଙ୍ଗି ଗ୍ରାମର ହରିଶ୍ଚନ୍ଦ୍ର ପ୍ରଧାନ (୮୦) ଏବଂ ତାଙ୍କ ସ୍ତ୍ରୀ ପ୍ରତିମା ପ୍ରଧାନ। ଉପଜିଲ୍ଲାପାଳ କୀର୍ତ୍ତି ଭାସନଙ୍କ ନିର୍ଦ୍ଦେଶ କ୍ରମେ ରେଡ଼କ୍ରସ ପାଣ୍ଠିରୁ ଦମ୍ପତ୍ତିଙ୍କୁ ୭୫୦୦ ଟଙ୍କା ସହାୟତା ପ୍ରଦାନ କରାଯାଇଥିଲା।

ଉଭୟଙ୍କ ଅନୁରୋଧକ୍ରମେ ସେମାନଙ୍କୁ ସୋମପେଣ୍ଠା ଚକ୍ଷୁ ଚିକିତ୍ସାଳୟ ପଠାଇ ଦିଆଯାଇଛି। ଉପଜିଲ୍ଲାପାଳ କାର୍ଯ୍ୟାଳୟରୁ ସହକାରୀ ଜିଲ୍ଲାପାଳ ବିନୋଦ କୁମାର ବେହେରା, ଏସ୍‌ପିଓ ଅଶୋକ କୁମାର ପଟ୍ଟନାୟକ, ନାଜିର ମନୋରଂଜନ ପ୍ରମୁଖ ଉଦ୍ଧାର କରିଥିବାବେଳେ ନିକଟସ୍ଥ ଆର୍‌ପିଏଫ୍ ଥାନାଧିକାରୀ, ଷ୍ଟେସନ ମ୍ୟାନେଜର ଏବଂ ଅଟୋଷ୍ଟାଣ୍ଡର ସଦସ୍ୟମାନେ ସହଯୋଗ କରିଥିଲେ।

ବ୍ରହ୍ମପୁର ରେଳଷ୍ଟେସନ
Share. Facebook Twitter LinkedIn Email WhatsApp Copy Link

Related Posts

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026
Latest News

୨୮ରୁ ରାଜ୍ୟରେ କିଶୋରୀ କନ୍ୟାଙ୍କ ପାଇଁ ଆରମ୍ଭ ହେବ ଜରାୟୁ କର୍କଟ ଟିକାକରଣ କାର୍ଯ୍ୟକ୍ରମ

February 26, 2026

ପାଞ୍ଚଦିନିଆ “ଗବେଷଣା ପଦ୍ଧତି କର୍ମଶାଳା” ସଫଳତାର ସହ ଆୟୋଜିତ

February 26, 2026

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.