ଆଜି ରାଜ୍ୟରୁ ସୁସ୍ଥ ହେଲେ ଆଉ ୩୫୮ ଜଣ କରୋନା ଆକ୍ରାନ୍ତ

Published: Dec 16, 2020, 7:57 pm IST

ଭୁବନେଶ୍ଵର: ଆଜି ରାଜ୍ୟରୁ ୩୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି।

ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୩, ସୁନ୍ଦରଗଡରୁ ୩୬, ଅନୁଗୁଳରୁ ୨୯, କଟକରୁ ୨୬, ମୟୂରଭଞ୍ଜରୁ ୨୩, ବରଗଡରୁ ୧୯, ଭଦ୍ରକରୁ ୧୯, ବଲାଙ୍ଗିରିରୁ ୧୯, ପୁରୀରୁ ୧୮, ନୂଆପଡାରୁ ୧୬, ବାଲେଶ୍ବରରୁ ୧୫, କେନ୍ଦୁଝରରୁ ୧୩, ଝାରସୁଗୁଡାରୁ ୯, ଜଗତସିଂହପୁରରୁ ୮, ଯାଜପୁରରୁ ୭, କଳାହାଣ୍ଡିରୁ ୬, କେନ୍ଦ୍ରାପଡାରୁ ୬, ଗଞ୍ଜାମରୁ ୫, ନବରଙ୍ଗପୁରରୁ ୫, ମାଲକାନଗିରିରୁ ୪, ଦେବଗଡ଼ରୁ ୩, ଢେଙ୍କାନାଳରୁ ୨, ଗଜପତିରୁ ୨, କୋରାପୁଟରୁ ୨, ନୟାଗଡରୁ ୧, ରାୟଗଡାରୁ ୧ ଓ ଷ୍ଟେଟପୁଲରୁ ୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।

ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୩ ଲକ୍ଷ ୨୦ ହଜାର ୨୦୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୨୪ ହଜାର ୭୯୬ କୁ ବୃଦ୍ଧି ହୋଇଛି। ତେବେ ୨୭୧୫ ଆକ୍ରାନ୍ତ ବର୍ତ୍ତମାନ ଚିକିତ୍ସାଧୀନ ଥିବା ବେଳେ ୧୮୧୯ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

 

Related posts