Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବିଜେପିରେ ବଢୁଛି ଅସନ୍ତୋଷ, ଦଳ ଛାଡିବେ ଦଶରୁ ଉର୍ଦ୍ଧ୍ବ ବିଧାୟକ !
ଆଜିର ଖବର

ବିଜେପିରେ ବଢୁଛି ଅସନ୍ତୋଷ, ଦଳ ଛାଡିବେ ଦଶରୁ ଉର୍ଦ୍ଧ୍ବ ବିଧାୟକ !

December 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୁମ୍ବାଇ : କ୍ଷମତାର ରାଜନୀତିରେ କିଏ କେତେବେଳେ କେଉଁଆଡେ ଢଳିପଡେ ତାହା ଜଣାପଡେ ନାହିଁ । କେନ୍ଦ୍ରର ସତ୍ତାଧାରୀ ବିଜେପି ଅଧୁନା ସବୁ ରାଜ୍ୟରେ ନିଜର ଦବ୍‌ଦବା ଜାରି ରଖିଥିବାବେଳେ ମହାରାଷ୍ଟ୍ରରେ ଦୁର୍ବଳ ହେଉଥିବା ଭଳି ପ୍ରତୀତ ହେଉଛି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବାଜି ଜିତିଥିବା ସତ୍ତ୍ବେ କ୍ଷମତାରୁ ଦୂରେଇ ରହିବାକୁ ପଡିଲା । ମିଳିଥିବା ସୂଚନା ଅନୁସାରେ ମହାରାଷ୍ଟ୍ର ବିଜେପିର 10ରୁ ଅଧିକ ବିଧାୟକ ଦଳ ଉପରେ ନାରାଜ ହୋଇ ଦଳ ଛାଡିବାକୁ ଚାହୁଁଛନ୍ତି ।  ଏନେଇ ସୂଚନା ଦେଇଛନ୍ତି ଏନ୍‌ସିପି ମୁଖ୍ୟ ତଥା ଉଦ୍ଧବ ଠାକ୍‌ରେ ସରକାରଙ୍କ ମନ୍ତ୍ରୀ ଜୟନ୍ତ ପାଟିଲ୍‌ ।  ବିଜେପିରେ ଅସନ୍ତୋଷ ବୃଦ୍ଧି ପାଉଛି । ଏବଂ ଏହି ବିଧାୟକମାନଙ୍କୁ ଭବିଷ୍ୟତରେ ଏନ୍‌ସିପିରେ ସାମିଲ୍‌ କରିବା ନେଇ ନିଷ୍ପତ୍ତି ନିଆଯାଇପାରେ ବୋଲି କହିଛନ୍ତି ଜୟନ୍ତ ପାଟିଲ୍‌ ।

ମହାରାଷ୍ଟ୍ରରେ କ୍ଷମତାସୀନ ସରକାର ମହାବିକାଶ ଅଘାଡି ଦଳର ଅନ୍ୟତମ ଅଂଶ ହେଉଛି ଏନ୍‌ସିପି । ମହାରାଷ୍ଟ୍ରରେ ଶିବସେନା, ଏନ୍‌ସିପି, କଂଗ୍ରେସ ମେଣ୍ଟ କରି ସରକାର ଗଠନ କରିଛନ୍ତି । ରାଜ୍ୟରେ ବିଜେପି ବିରୋଧୀର ଭୂମିକା ନିଭାଉଛି ।

ପାଟିଲ୍‌ କହିଛନ୍ତି ଯେ, ବିଜେପିର 10ରୁ ଅଧିକ ବିଧାୟକ ଦଳର ବ୍ୟବସ୍ଥାକୁ ନେଇ ବିବ୍ରତ ରହିଥିବାବେଳେ ଅସନ୍ତୁଷ୍ଟ ହୋଇ ଦଳ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ପୂର୍ବେ ବିଜେପିର ନେତା ଏକନାଥ ଖଡ୍‌ସେ ଓ ଜୟସିଂହ ଗାୟକଓ୍ବାଡ ଗେରୁଆ ଦଳ ଛାଡି ଏନ୍‌ସିପିରେ ସାମିଲ୍‌ ହୋଇଛନ୍ତି ।

ଅପରପକ୍ଷରେ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ୍‌ ପାଓ୍ବାର କହିଛନ୍ତି ଯେ,ଏନ୍‌ସିପି ଏବେ ପଶ୍ଚିମ ମହାରାଷ୍ଟ୍ରରେ ନିଜଦଳର ଆଧାରକୁ ମଜବୁତ୍‌ କରିବାର ଆବଶ୍ୟକତା ରହିଛି । ଯଦି ବିରୋଧୀ ଦଳ ମଧ୍ୟରୁ କେହି ଇସ୍ତଫା ଦେଇ ଏନ୍‌ସିପି, ଶିବସେନା ବା କଂଗ୍ରେସରେ ମିଶୁଛନ୍ତି, ତେବେ ବାକି ଅନ୍ୟ ଦୁଇ ଦଳ ବିଜେପି ବିରୋଧୀରେ  ପ୍ରାର୍ଥୀଙ୍କୁ ସମର୍ଥନ କରିବେ ।

ସୂଚନାଯୋଗ୍ୟ, 288 ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ମହାବିକାଶ ଅଘାଡି ଦଳ ପାଖରେ 169ଜଣ ବିଧାୟକ ରହିଛନ୍ତି । ଏହି ସମସ୍ତ ବିଧାୟକଙ୍କ ମଧ୍ୟରୁ ଶିବସେନାର 57ଜଣ, ଏନସିପିର 53, କଂଗ୍ରେସ 44 ଜଣ ଓ ଅନ୍ୟ ଦଳର 15 ଜଣ ବିଧାୟକ ରହିଛନ୍ତି। ସେହିପରି ବିରୋଧୀ ଦଳ ଏନ୍‌ଡିଏ ପାଖରେ 114 ଜଣ ସଦସ୍ୟ ରହିଛି । ତେବେ ଏଠାରେ ସବୁଠୁ ଅଧିକ ବିଧାୟକ 105 ଜଣ ବିଜେପି ପାଖରେ ରହିଛି । (ଏଜେନ୍ସି)

BJP maharastra ncp
Share. Facebook Twitter LinkedIn Email WhatsApp Copy Link

Related Posts

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

June 3, 2026

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026

ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ

June 3, 2026
Latest News

ବହୁତଳ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ: ୨୦ ମୃତ!

June 3, 2026

ମମତା ବାନାର୍ଜୀଙ୍କ ବିରୋଧରେ ବଡ଼ ବିଦ୍ରୋହ!: ୫୯ ବିଧାୟକଙ୍କ ସମର୍ଥନ ଦାବି କଲେ ରୀତବ୍ରତ ବାନାର୍ଜୀ

June 3, 2026

କମ୍ପାନୀଗୁଡ଼ିକର ଲମ୍ବା ଧାଡ଼ି: ଆକାଶଛୁଆଁ ହେଲା ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ରାଣ୍ଡ ମୂଲ୍ୟ

June 3, 2026

ଜୀ ସାର୍ଥକର ତରଫରୁ ‘କିଛି ସତ କିଛି ମିଛ’ ର ଆଲୋକ ଓ ଛବିର ବିବାହ ଉତ୍ସବ ପାଇଁ ନିମନ୍ତ୍ରଣ

June 3, 2026

ଗଞ୍ଜାମ ହାଜତ ମୃତ୍ୟୁ ମାମଲା: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

June 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.