Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ପରୀ ହତ୍ୟା ମାମଲାରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା
ଆଜିର ଖବର

ପରୀ ହତ୍ୟା ମାମଲାରେ କଳାହାଣ୍ଡି ଜିଲ୍ଲା ବିଜେପି ପକ୍ଷରୁ ପଦଯାତ୍ରା

December 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି ନୟାଗଡର କୁନି ଝିଅ ପରୀର ମୃତ୍ୟୁ ଘଟଣା। ଏହି ଘଟଣାରେ ମନ୍ତ୍ରୀ ଅରୁଣ ସାହୁଙ୍କ ସମ୍ପୃକ୍ତି ନେଇ ସାରା ରାଜ୍ୟରେ ଆଲୋଚନା ସମାଲୋଚନା ହେଉଥିବା ବେଳେ ବିଧାନସଭାରେ ମଧ୍ୟ ଏହି ଘଟଣାରେ ସୃଷ୍ଟି ହେଇଥିଲା ତୁମ୍ଭିତୋଫାନ। ବିରୋଧୀ କଂଗ୍ରେସ ଓ ବିଜେପି ତରଫରୁ ମନ୍ତ୍ରୀ ଅରୁଣ ସାହୁଙ୍କ ଇସ୍ତଫା ସହ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା।

ତେବେ ଏ ନେଇ ସରକାର ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନେବାରୁ ବିଜେପି ତରଫରୁ କଳାହାଣ୍ଡି ଜିଲ୍ଲା ବିଜେପି ତରଫରୁ ଜିଲ୍ଲା ସଭାପତି ଦେବେନ୍ଦ୍ର ମହାନ୍ତିଙ୍କ ନେତୃତ୍ୱରେେ ଭବାନୀପାଟଣା ଠାରେ ଏକ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ଏହି ପଦଯାତ୍ରାରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଏବଂ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ମଧ୍ୟ ଯୋଗ ଦେଇଥିଲେ। ବିଜେପିର ଦଳୀୟ କାର୍ଯ୍ୟକର୍ତ୍ତାମାନେ ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରୁ ଏକ ବିରାଟ ପଦଯାତ୍ରାରେ ବାହାରି ଷ୍ଟାଚ୍ୟୁ ଛକ, ଗାନ୍ଧୀ ଛକ, ଘୋଡ଼ଘାଟ ଛକ, ବସଷ୍ଟାଣ୍ଡ, ଜେଲ ଛକ, ଜିଲ୍ଲପାଳଙ୍କ କାର୍ଯ୍ୟାଳୟ ଦେଇ ମାଣିକେଶ୍ବରୀ ମନ୍ଦିର ନିକଟରେ ପହଞ୍ଚିଥିଲେ।

ଦଳୀୟ କାର୍ଯ୍ୟକର୍ତ୍ତାମାନେ ପରି ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ଓ କୃଷିମନ୍ତ୍ରୀ ଅରୁଣ ସାହୁଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଦାବିରେ ବିଭିନ୍ନ ସ୍ଲୋଗାନ ମାନ ଦେଇଥିଲେ। ରାଜ୍ୟ ସରକାର ମା’ କୁ ସମ୍ମାନ ଓ ମାଟି କୁ ସମ୍ମାନର ଡିଣ୍ଡିମ ପିଟୁ ଥିବା ବେଳେ କୋମଳମତି ଶିଶୁକନ୍ୟାମାନେ ରାଜ୍ୟରେ ସୁରକ୍ଷିତ ନ ଥିବା ସରକାରଙ୍କ ନାରୀ ସଶକ୍ତିକରଣର ସ୍ଲୋଗାନ କୁ ପଦାରେ ପକାଇ ଦେଇଛି ବୋଲି ବିଜେପି କାର୍ଯ୍ୟକର୍ତ୍ତା ମାନେ କହିଥିଲେ।

ତେବେ ପରି କୁ ନ୍ୟାୟ ନ ମିଳିଲେ ବିଜେପି ସମଗ୍ର ରାଜ୍ୟ ରେ ଆନ୍ଦୋଳନକୁ ତୀବ୍ରତର କରିବ ବୋଲି କହିଛନ୍ତି ସ୍ଥାନୀୟ ନେତୃତ୍ୱ। ଏହି ବିକ୍ଷୋଭ ପ୍ରଦର୍ଶନରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନମିତାରାଣୀ ସାହୁ, ମହିଳା ମୋର୍ଚ୍ଚା ସଭାନେତ୍ରୀ କୁନ୍ତୀ ପାଲ,ବିନୀତା ଦାସ. ନିରୁପମା ନାୟକ, ରାଜ୍ୟ ସମ୍ପାଦିକା ଶର୍ମିଷ୍ଠା ମେହେର, ପୁଷ୍ପା ତାଣ୍ଡି, ବରିଷ୍ଠ ବିଜେପି ନେତା ଭବେନ୍ଦ୍ର ପଣ୍ଡା, ଭାନୁ ପ୍ରକାଶ ରଥ, ରମେଶ ମାଝୀ, ଜୟଶଙ୍କର ନାୟକ, ଆର୍ତତ୍ରାଣ ମହାପାତ୍ର, ସନ୍ତୋଷ ବିଶି ପ୍ରମୁଖ ଯୋଗ ଦେଇଥିଲେ।

କଳାହାଣ୍ଡି ଜିଲ୍ଲା ପଦଯାତ୍ରା ପରୀ ହତ୍ୟା ମାମଲା ବିଜେପି
Share. Facebook Twitter LinkedIn Email WhatsApp Copy Link

Related Posts

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026
Latest News

‘ଯେଉଁମାନେ କାପୁରୁଷ ଥିଲେ ସେମାନେ ମୁସଲମାନ ହୋଇଗଲେ’: ମଞ୍ଚରୁ କହିଲେ ରାଜା ଭାଇୟା

May 19, 2026

ଗଙ୍ଗାଧରପୁର ରେଳ ଷ୍ଟେସନ ନିକଟରେ ଅଘଟଣ: ଟ୍ରେନରୁ ଖସି ଯୁବକଙ୍କ ମୃତ୍ୟୁ

May 19, 2026

ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ

May 19, 2026

ମସ୍କୋ ଡ୍ରୋନ୍ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ମାମଲା: ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ବ୍ରହ୍ମପୁର ସାଂସଦ

May 19, 2026

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

May 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.