Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଭିଜିଲାନସ ଜାଲରେ ଅଙ୍ଗନୱାଡ଼ି କର୍ମୀ: ୨ କୋଟିର ସଂପତ୍ତି ଠାବ
ଆଜିର ଖବର

ଭିଜିଲାନସ ଜାଲରେ ଅଙ୍ଗନୱାଡ଼ି କର୍ମୀ: ୨ କୋଟିର ସଂପତ୍ତି ଠାବ

December 22, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ବଡ଼ ବଡ଼ ଅଧିକାରୀଙ୍କ ଉପରେ ଚଢ଼ାଉ ହୋଇ କୋଟି କୋଟି ଟଙ୍କାର ସଂପତ୍ତି ଠାବ ହୋଇଥିବାବେଳେ ଆଜି ଜଣେ ଅଙ୍ଗନୱାଡ଼ି କର୍ମୀଙ୍କ ଘରୁ ଦୁଇକୋଟି ଟଙ୍କାର ସଂପତ୍ତି ଠାବ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି।

ଆଜି ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଭିଜିଲାନସ ବିଭାଗ ପକ୍ଷରୁ ପୁରୁଣା ବ୍ରହ୍ମପୁର ଗଣେଶନଗର ମଙ୍ଗଳାବରମ ପେଟା-୨ର ଅଙ୍ଗନୱାଡ଼ି କର୍ମୀ ନମିତା ଦଳାଇଙ୍କ ବାସଗୃହ ଏବଂ ଅନ୍ୟାନ୍ୟ ଘରେ ଚଢ଼ାଉ ହୋଇଥିଲା। ସକାଳୁ ସକାଳୁ ସେ ରହୁଥିବା ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ପ୍ରଥମ ଗଳି ସାହିର ତିନିମହଲା ଘର, ଏହି ସାହିରେ ଥିବା ଦୁଇମହଲା କୋଠାଘର, ଗଣେଶ ନଗରରେ ଥିବା ଘର, ଗୌତମ ନଗର ଶ୍ରୀ ଏନକେଭ୍‌ରେ ୨ ବିଏଚ୍‌କେ ପ୍ଲାଟ୍‌, ଭୁବନେଶ୍ୱର ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାର ଫ୍ଲାଟ୍‌, ସିଟି ହସ୍‌ପିଟାଲ୍ ପଛଭାଗ ଦଳୁଆ ସାହିରେ ଥିବା ଘର ଏବଂ ସେ କାର୍ଯ୍ୟ କରୁଥିବା ଅଫିସ ଚାମ୍ବରରେ ଏକକାଳୀନ ଚଢ଼ାଉ ହୋଇଥିଲା। ଚଢ଼ାଉ ପରେ ତାଙ୍କର ମୋଟ ସଂପତ୍ତିର ପରିମାଣ ଦୁଇକୋଟିରୁ ଉର୍ଦ୍ଧ୍ୱ ଆକଳନ କରାଯାଇଛି।

ହରିଡ଼ାଖଣ୍ଡି ଲକ୍ଷ୍ମୀନୃସିଂହ ସାହିର ତିନିମହଲା ଘରର ମୂଲ୍ୟ ୮୩ଲକ୍ଷ ୪୪ହଜାର ୩୪୮ ଟଙ୍କା, ସେହି ସାହିର ଦୁଇମହଲା ଘରର ମୂଲ୍ୟ ୨୨ଲକ୍ଷ ୧୩ହଜାର ୪୦୦ ଟଙ୍କା, ଗଣେଶ ନଗରରେ ଥିବା କୋଠାର ମୂଲ୍ୟ ୧୧ଲକ୍ଷ ୬୩ହଜାର ୦୮୮ ଟଙ୍କା, ଗୌତମ ନଗର ଫ୍ଲାଟର ମୂଲ୍ୟ ୪୫ ଲକ୍ଷ ୨୧ହଜାର ୮୦୦ ଟଙ୍କା, ସୁନ୍ଦରପଡ଼ା ହାଇଟେକ୍ ପ୍ଲାଜାରେ ଥିବା ଫ୍ଲାଟର ମୂଲ୍ୟ ୨୭ ଲକ୍ଷ ୬୮ହଜାର ଟଙ୍କା, ଲକ୍ଷ୍ମୀନୃସିଂହ ସାହି ୧୨ ଗଳିରେ ଥିବା ଘରର ମୂଲ୍ୟ ୫ଲକ୍ଷ ୨୮ହଜାର ୨ଶହ ଟଙ୍କା, ୦.୦୦୧୫ ଡ଼େସିମିଲ୍ ଗୋଟିଏ ପ୍ଲଟ୍ ଯାହାର ମୂଲ୍ୟ ୧୮୦୦ ଟଙ୍କା, ସମୁଦାୟ ୧ କୋଟି ୯୫ ଲକ୍ଷ ୪୦ହଜାର ୬୩୬ ସ୍ଥାବର ସଂପତ୍ତି ରହିଛି। ସେହିଭଳି ଅସ୍ଥାବର ସଂପତ୍ତି ମଧ୍ୟରେ ୩ଲକ୍ଷ ୩୫୦ ଟଙ୍କାର ଘର ଉପକରଣ, ଇଣ୍ଡିଗୋ କାର୍ ଯାହାର ମୂଲ୍ୟ ୬ଲକ୍ଷ ୧୯ହଜାର ୭୪୬ ଟଙ୍କା, ଗୋଟିଏ ହିରୋ ମେଷ୍ଟୋ ସ୍କୁଟି ଯାହାର ମୂଲ୍ୟ ୪୯ ହଜାର ୬୧୪ ଟଙ୍କା, ଛତୁଆ ତିଆରି କରିବା ମେସିନ୍ ଯାହାର ମୂଲ୍ୟ ୪ ଲକ୍ଷ ୭୦ ହଜାର ଟଙ୍କା, ୨୮୭୨ ନଗଦ ଟଙ୍କା, ୩ ଲକ୍ଷ ୩୪ ହଜାର ୩୫୩ ଟଙ୍କା ସୁନା ଏବଂ ରୂପା ଅଳଙ୍କାର, ବିଭିନ୍ନ ବ୍ୟାଙ୍କରେ ଥିବା ୧୨ ଲକ୍ଷ ୭୯ହଜାର ୭୬ଟଙ୍କା, ସମୁଦାୟ ଅସ୍ଥାବର ସଂପତ୍ତି ୩୦ ଲକ୍ଷ ୫୬ହଜାର ୧୧ ଟଙ୍କା।

ସ୍ଥାବର ଓ ଅସ୍ଥାବର ସଂପତ୍ତି ମିଶାଇଲେ ସମୁଦାୟ ୨କୋଟି ୨୫ ଲକ୍ଷ ୯୬ହଜାର ୬୪୭ ଟଙ୍କାର ସଂପତ୍ତି ଠାବ କରାଯାଇଛି। ନମିତା ଦଳେଇ ୧୯୯୦ ମସିହାରେ ଅଙ୍ଗନୱାଡ଼ି କର୍ମୀ ଭାବେ ଚାକିରି ପାଇଥିବାବେଳେ ସେ ଏତେ ଟଙ୍କାର ଅଧିକାରୀ କିପରି ହେଲେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିିତ କରିଛି।

ତେବେ ନମିତା କହିଛନ୍ତି ଏହି ସବୁ ତାଙ୍କର ସଂପତ୍ତି ନାହିଁ। ସବୁ ସଂପତ୍ତି ତାଙ୍କ ସ୍ୱାମୀଙ୍କର ଏବଂ ସେ ସ୍ୱର୍ଗବାସ ହେବା ପରେ ସବୁ ସଂପତ୍ତି ତାଙ୍କ ନିକଟକୁ ଆସିଛି। ତେବେ ଅଧିକ ଅନୁସନ୍ଧାନ ଜାରି ରହିଥିବା ଭିଜିଲାନସ ବିଭାଗ କହିଛି। ତଦନ୍ତ ପରିସରକୁ ବ୍ୟାପକ କଲେ ଏହି ଦୁର୍ନୀତିରେ ଲିପ୍ତ ବଡ଼ ବଡ଼ ମାଛମାନେ ମଧ୍ୟ ଲୋକଲୋଚନକୁ ଆସିପାରିବେ।

ଅଙ୍ଗନୱାଡ଼ି କର୍ମୀ ଆୟ ବର୍ହିଭୂତ ସଂପତ୍ତି ବ୍ରହ୍ମପୁର ଭିଜିଲାନସ
Share. Facebook Twitter LinkedIn Email WhatsApp Copy Link

Related Posts

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025
Latest News

ରାଜ୍ୟ କ୍ୟାବିନେଟର ୦୫ ଟି ପ୍ରସ୍ତାବକୁ ଅନୁମୋଦନ

September 10, 2025

ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ସୁରକ୍ଷା କ୍ୟାବିନେଟ ବୈଠକ, ନେପାଳ ସମ୍ପର୍କ ଚର୍ଚ୍ଚାରେ

September 10, 2025

ଭାଗଲପୁର-ଡୁମକା-ରାମପୁରହାଟ ଏକକ ରେଳ ଲାଇନ ସେକ୍ସନର ଦୋହରୀକରଣକୁ କ୍ୟାବିନେଟ ମଞ୍ଜୁରୀ

September 10, 2025

ସର୍ବୋଚ୍ଚ ନ୍ୟାୟାଳୟରେ ସ୍ୱତନ୍ତ୍ର ଶିକ୍ଷକ ନିଯୁକ୍ତି ମାମଲା: ଆସନ୍ତା ୧୬କୁ ଶୁଣାଣି ସ୍ଥଗିତ

September 10, 2025

ଏସିଆ କପରେ ଭାରତର ଚମତ୍କାର ବିଜୟ, ସହଜରେ ଜିତିଲା ସୁପର-୪ର ପ୍ରଥମ ମ୍ୟାଚ୍

September 10, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.