ବାଣପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ସଂଜ୍ଞାହୀନ ଅବସ୍ଥାରେ ଯୁବକ ଉଦ୍ଧାର

Published: Dec 24, 2020, 7:06 pm IST

ସୀତାରାମ ଅଗ୍ରୱାଲ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନରେନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଯାଇଛି ଯେଉଁଥିରେ ଗୁରୁତର ଆହତ ହୋଇଛନ୍ତି ବାଇକ ଚାଳକ।

ସୂଚନା ମୁତାବକ ଆଜି ସଂଧ୍ୟା ପାଖାପାଖି ୫:୩୦ ସମୟରେ ଆୟତ୍ତପୁର ପଞ୍ଚାୟତ ଗୋପୀନାଥ ପ୍ରସାଦ ଗ୍ରାମର ରଞ୍ଜିତ ଶାସମଲ୍ଲ(୧୮) ନିଜ ହିରୋ ହୋଣ୍ଡା ବାଇକ ଯୋଗେ ବାଣପୁର ଯାଉଥିବା ସମୟରେ ନରେନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇ ଅଚେତ ହୋଇପଡିଥିଲେ।

ଏହା ଦେଖି ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ରଞ୍ଜିତଙ୍କୁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତାଙ୍କ ମସ୍ତିଷ୍କରେ ଗଭୀର ଆଘାତ ଲାଗିବା ସହ କାନରୁ ପ୍ରଚୁର ରକ୍ତସ୍ରାବ ହେଉଥିବାର ସୂଚନା ଦେଇଛନ୍ତି ଡାକ୍ତର। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତୁରନ୍ତ ବାଣପୁର ମେଡିକାଲ ଡାକ୍ତର ରଞ୍ଜିତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତରିତ କରିଛନ୍ତି। ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣାପଡ଼ିପାରିନାହିଁ।

Related posts