ଆଜି ମୋଦୀଙ୍କ ମନ କି ବାତ୍, ନୂଆବର୍ଷ ନେଇ ନୂଆ ସନ୍ଦେଶ ଦେଇପାରନ୍ତି ପ୍ରଧାନମନ୍ତ୍ରୀ

Published: Dec 27, 2020, 10:02 am IST

ନୂଆଦିଲ୍ଲୀ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାସିକା ମନ କି ବାତ କାର୍ଯ୍ୟକ୍ରମ ପ୍ରସାରଣ କରାଯିବ। ଏହା ଆକାଶବାଣୀ ସହିତ ଦୂରଦର୍ଶନ ଏବଂ ମୋବାଇଲ ଆପରେ ପ୍ରସାରଣ କରାଯିବ। ପ୍ରତି ମାସର ଶେଷ ରବିବାର ଦିନ ମୋଦୀ ଏିହି ମନ କି ବାତ କାର୍ଯ୍ୟକ୍ରମ କରିଥାନ୍ତି। ସେହି ଅନୁସାରେ ଆଜି ଦିନ 11 ଟା ବେଳେ ଏହାର ସିଧା ପ୍ରସାରଣ କରାଯିବ। ନୂଆ ବର୍ଷ ଆସୁଥିବାରୁ ଏଥର ମନ କି ବାତରେ ମୋଦୀ କିଛି ନୂଆ ସନ୍ଦେଶ ଦେଇପାରନ୍ତି ବୋଲି ଆଶା କାରଯାଉଛି।

Related posts