Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ପୁଣି ଦାବିପତ୍ର ପ୍ରଦାନ
ଆଜିର ଖବର

ସାମ୍ବାଦିକଙ୍କ ସୁରକ୍ଷା ଦାବିରେ ପୁଣି ଦାବିପତ୍ର ପ୍ରଦାନ

December 28, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବ୍ରହ୍ମପୁର: ଦିନକୁ ଦିନ ରାଜ୍ୟରେ ସାମ୍ବାଦିକଙ୍କ ପ୍ରତି ପ୍ରତିହିଂସାପରାୟଣ, ଆକ୍ରମଣକାରୀ ମନୋଭାବ ବୃଦ୍ଧି ପାଇବାରେ ଲାଗିଛି। କିଛିଦିନ ତଳେ ଜନୈକ ଇଲୋକ୍ଟ୍ରାନିକସ୍ ମିଡ଼ିଆ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ମନରୁ ନଯାଉଣୁ ପୁଣି ୨୫ ତାରିଖରେ ଅର୍ଗସ ନୁଉଜ୍‌ର ସାମ୍ବାଦିକଙ୍କୁ ଆକ୍ରମଣ ହୋଇଛି। ୨୫ ତାରିଖ ଦିନ ଅର୍ଗସ ନିଉଜର ବାଲେଶ୍ୱର ସୋର ପ୍ରତିନିଧି ସଂଜୟ କୁମାର ମହାଳିକ ଖବର ପରିବେଷଣ ପାଇଁ ବିଶେଶ୍ୱର ମନ୍ଦିର ନିକଟକୁ ଯାଇଥିଲେ।

ଖବର ସଂଗ୍ରହ କରିବା ପାଇଁ ଭିଜୁଆଲ୍ ସଂଗ୍ରହ ବେଳେ ସେଠାରେ ମଦ ନିଶାରେ ଭୋଜିଭାତ କରୁଥିବା ବିଡ଼ିଓ ରଘୁନାଥ ପାଣିଗ୍ରାହୀ ଏବଂ ବିଡ଼ିଓଙ୍କ କର୍ମଚାରୀମାନେ ସାମ୍ବାଦିକଙ୍କୁ ଆକ୍ରମଣ କରି ମାଡ଼ ମାରିଥିଲେ। ସରକାରୀ ଗାଡ଼ି ଧରି ଅଫିସ୍ କାମ ଛାଡ଼ି ମଦ୍ୟପାନ କରି ଭୋଜି ଭାତରେ ମସଗୁଲ ରହିଥିଲେ ଅଧିକାରୀମାନେ। ଦୁର୍ବବ୍ୟହାର ପରେ ସାମ୍ବାଦିକଙ୍କ ତରଫରୁ ଥାନାରେ ଏତଲା ଦିଆଯାଇଥିଲେ ମଧ୍ୟ ପୋଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଲା ନାହିଁ।

ଫଳରେ ବାଲେଶ୍ୱରର ସମସ୍ତ ସାମ୍ବାଦିକ ଥାନା ସମ୍ମୁଖରେ ଧାରଣା ଦେଇଥିଲେ। ଏହି ଘଟଣାର ଦୃଢ଼ ପ୍ରତିବାଦ କରି ବ୍ରହ୍ମପୁର ପ୍ରେସ୍ କ୍ଲବ୍ ଏବଂ ଗଂଜାମ ଜିଲ୍ଲା ପ୍ରେସ୍ କ୍ଲବ୍ ତରଫରୁ ଦୋଷୀଙ୍କୁ ଗିରଫ ଏବଂ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ ପାଇଁ ପୁଣିଥରେ ଅର୍‌ଡ଼ିସିଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ସାମ୍ବାଦିକମାନେ ପ୍ରତିଟି କ୍ଷେତ୍ରରେ ଆକ୍ରୋଶର ଶିକାର ହେଉଛନ୍ତି।

ଓଡ଼ିଶାରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ନୁଆଁ ନୁହେଁ, ବାରମ୍ବାର ବିଭିନ୍ନ ବର୍ଗର ଲୋକଙ୍କ ଆକ୍ରମଣର ଶିକାର ହେଉଛନ୍ତି ଗଣମାଧ୍ୟମ ପ୍ରତିନଧି। ତେବେ ସାମ୍ବାଦିକଙ୍କୁ ସୁରକ୍ଷା ଦେବାରେ ସରକାର ନୀରବ। ତେବେ ମୁଖ୍ୟମନ୍ତ୍ରୀ ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ବ୍ରହ୍ମପୁର କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିମାନେ ଦାବି କରିଥିଲେ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ପ୍ରେସ୍ କ୍ଲବ୍‌ର ସଭାପତି ଶିଶିର ପାଣିଗ୍ରାହୀ, ଗଂଜାମ ଜିଲ୍ଲା ପ୍ରେସ୍ କ୍ଳବ୍‌ର ସଂପାଦକ ହେମାଙ୍ଗ ପ୍ରସାଦ ରାଉଳ, ଅଶୋକ ବ୍ରହ୍ମା, ପ୍ରକାଶ ପଟ୍ଟନାୟକ, ଅସିତ ପଣ୍ଡା, ରାଜୁ ସାହୁ, ଚିରଞ୍ଜିତ ରାଜଗୁରୁ, ବିଶ୍ୱନାଥ ମାରଣା, ସୁଦୀପ ସାହୁ, ପୀତାମ୍ବର ନାହାକ, ସମୀର ଆଚାର୍ଯ୍ୟ, ଜଗନ୍ନାଥ ସାହୁ, ନାଗର୍ଜୁନ ରାଓ, ବିଶାରଦ, ମୃତ୍ୟୁଞ୍ଜୟ, ସତ୍ୟଚେତନ ପରିଡ଼ା, ଅମର ଦାଶ, କପିଲ ପାଢ଼ୀ, ଦିନେଶ ପଟ୍ଟନାୟକ ପ୍ରମୁଖ ମିଳିତ ଭାବେ ବ୍ରହ୍ମପୁର ଦକ୍ଷିଣାଞ୍ଚଣ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।

ଦାବିପତ୍ର ପ୍ରଦାନ ବ୍ରହ୍ମପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଫାଲଟାର “ପୁଷ୍ପା” ଜାହାଙ୍ଗୀର ଖାନଙ୍କ ପତ୍ନୀ ଗିରଫ: ଜାଣନ୍ତୁ କାରଣ

June 20, 2026

ଆଫଗାନିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର କ୍ଲିନ୍ ସୁଇପ୍ ଲକ୍ଷ୍ୟ: ଜାଣନ୍ତୁ ପିଚ୍ ରିପୋର୍ଟ

June 20, 2026

ଜନ୍ମମାଟି ପାହାଡପୁରରେ ପହଞ୍ଚିଲେ ରାଷ୍ଟ୍ରପତି, କିଛି ସମୟ ପରେ ଆସିବେ ପ୍ରଧାନମନ୍ତ୍ରୀ

June 20, 2026

ପୁରୀରେ ବାଲି ମାଫିଆଙ୍କ ବିରୋଧରେ ବଡ଼ ଚଢ଼ଉ : ୧୮ ହାଇୱା, ୨ ଜେସିବି ଜବତ, ୧୦ ଜଣ ଅଟକ

June 20, 2026
Latest News

ଫାଲଟାର “ପୁଷ୍ପା” ଜାହାଙ୍ଗୀର ଖାନଙ୍କ ପତ୍ନୀ ଗିରଫ: ଜାଣନ୍ତୁ କାରଣ

June 20, 2026

ଆଫଗାନିସ୍ତାନ ବିପକ୍ଷରେ ଟିମ୍ ଇଣ୍ଡିଆର କ୍ଲିନ୍ ସୁଇପ୍ ଲକ୍ଷ୍ୟ: ଜାଣନ୍ତୁ ପିଚ୍ ରିପୋର୍ଟ

June 20, 2026

ଜନ୍ମମାଟି ପାହାଡପୁରରେ ପହଞ୍ଚିଲେ ରାଷ୍ଟ୍ରପତି, କିଛି ସମୟ ପରେ ଆସିବେ ପ୍ରଧାନମନ୍ତ୍ରୀ

June 20, 2026

ପୁରୀରେ ବାଲି ମାଫିଆଙ୍କ ବିରୋଧରେ ବଡ଼ ଚଢ଼ଉ : ୧୮ ହାଇୱା, ୨ ଜେସିବି ଜବତ, ୧୦ ଜଣ ଅଟକ

June 20, 2026

ଗାଁରେ ପହଞ୍ଚିବେ ସରକାର, ପ୍ରତି ପଞ୍ଚାୟତରେ ଜନକଲ୍ୟାଣ ଶିବିର

June 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.