Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରବିବାରଠାରୁ ଖୋଲିବ ତାରାତାରିଣୀ ମନ୍ଦିର
ଆଜିର ଖବର

ରବିବାରଠାରୁ ଖୋଲିବ ତାରାତାରିଣୀ ମନ୍ଦିର

December 30, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ତଥା ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ମନ୍ଦିର ଆସନ୍ତା ରବିବାରଠାରୁ ସର୍ବସାଧାରଣଙ୍କ ନିମନ୍ତେ ଖୋଲାଯିବା ନେଇ ପ୍ରଶାସନ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ମଙ୍ଗଳବାର ଦିନ ଜିଲ୍ଲାପାଳଙ୍କ ସଦ୍‌ଭାବନା ସମ୍ମିଳନୀରେ ସମସ୍ତଙ୍କ ଉପସ୍ଥିତିରେ ମନ୍ଦିର ଖୋଲିବା ନେଇ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହା କୁହାଯାଇଛି।

ଭକ୍ତମାନେ ଦର୍ଶନ ନିମନ୍ତେ ଯିବାବେଳେ ମାସ୍କ ପରିଧାନ ସହିତ ସାମାଜିକ ଦୂରତ୍ୱ ଓ ସାନିଟାଇଜେସନ ଉପରେ ଅଧିକ ସତର୍କତା ପଦକ୍ଷେପ ନେବାକୁ ନିଷ୍ପତ୍ତି ହୋଇଛି। ଜିଲ୍ଲା ରହିଥିବା ଅନ୍ୟ ସମସ୍ତ ମନ୍ଦିରଗୁଡ଼ିକ ମଧ୍ୟ ସ୍ଥାନୀୟ ତହସିଲ୍‌ଦାର, ମନ୍ଦିର କମିଟି ଓ ସେବାୟତଙ୍କ ସହ ଆଲୋଚନା କରି ଖୋଲାଯିବ। ମନ୍ଦିର ଗର୍ଭଗୃହ ଗୁଡ଼ିକରେ ବାୟୁ ଚଳାଚଳ ହୋଇନଥାଏ ତେଣୁ ଜନଗହଳି ହେଲେ ସଂକ୍ରମଣ ଆଶା ରହିବ। ଏଣୁ ପୂଜକ ଓ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ କୋଭିଡ଼-୧୯ ସତର୍କତା ଜରୁରୀ ବୋଲି ଜିଲ୍ଲାପାଳ କହିଥିଲେ। ମା’ ତାରାତାରିଣୀ ମନ୍ଦିରର ପାହାଡ଼ ସୁରକ୍ଷା କାର୍ଯ୍ୟ ସମେତ ଦୀପଘର, ସ୍ନାନ ମଣ୍ଡପ, ପ୍ରସାଦ ସେବନ ଗୃହ, ଭିଉ ପଏଣ୍ଟ ଇତ୍ୟାଦି ଅନେକ ଗୁଡ଼ିକ ଉନ୍ନୟନ କାର୍ଯ୍ୟ ଚାଲୁ ରହିଛି।

କୌଣସି ଯାନାବାହନ ପାହାଡ଼ର ୩.୫ କିଲୋମିଟର ଦେଇ ଯାତାୟତକୁ ବାରଣ କରାଯାଇଛି। ପାହାଡ଼ ରାସ୍ତା ସମସ୍ତଙ୍କ ପାଇଁ ଖୋଲା କିନ୍ତୁ ଯାନବାହାନ ନେବାକୁ ବାରଣ କରାଯାଇଛି। ପ୍ରଶାସନ ପକ୍ଷରୁ ବସ୍‌ଯୋଗେ ଯାତ୍ରୀଗଣ ଦର୍ଶନ କରିବାକୁ ଯାଇପାରିବେ। ସେବାୟତ ଓ ଉନ୍ନୟନ କାର୍ଯ୍ୟରେ ନିୟୋଜିତ କର୍ମଚାରୀଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବ। ପୂର୍ବାହ୍ନ ୬.୩୦ ରୁ ମଧ୍ୟାହ୍ନ ୧୨.୩୦ ଏବଂ ଅପରାହ୍ନ ୨ ଘଣ୍ଟାରୁ ୫ ଟା ପର୍ଯ୍ୟନ୍ତ ମନ୍ଦିର ଭିତରକୁ ଭକ୍ତମାନେ ବ୍ୟାରିକେଡ଼୍‌ରେ ଅଳ୍ପ ଅଳ୍ପ କରି ଦର୍ଶନ କରିବେ। ପିକ୍‌ନିକ୍ ଏବଂ ରୋଷଇ କରିବାକୁ ବାରଣ କରାଯାଇଛି। ଏହାସତ୍ତ୍ୱେ ବି କେହି ପକ୍‌ନିକ୍ କଲେ ସାମଗ୍ରୀକୁ ଜବତ କରିବାକୁ ତହସିଲ୍‌ଦାରଙ୍କ ନିର୍ଦ୍ଦେଶ ଦିଆଯାଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅମୀୟ କୁମାର ସାହୁ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟରଂଜନ ପୃଷ୍ଟି, ପୁରୁଷୋତ୍ତମପୁର ବିଡ଼ିଓ ବିଜୟ କୁମାର ବେହେରା, ତହସିଲ୍‌ଦାର ନିତେଶ୍ ତ୍ରିପାଠୀ, ଉପଖଣ୍ଡ ପୋଲିସ୍ ଅଧିକାରୀ ସୀମା, ସ୍ୱାଇଁ, ଭାରପ୍ରାପ୍ତ ଥାନା ଅଧିକାରୀ ଜଗନ୍ନାଥ ମଲିକ, ମନ୍ଦିର ଉନ୍ନୟନ କମିଟିର ଫାଉଣ୍ଡର ସଂପାଦକ ପ୍ରମୋଦ କୁମାର ପଣ୍ଡା, ମନ୍ଦିର ପ୍ରଶାସନିକ ଅଧିକାରୀ ଟି. କେ. ରେଡ୍ଡୀ, ସେବାୟତ ସଭାପତି ତପନ ରଣା, ସଂପାଦକ ବାପୁଜୀ ରଣା, ମିଟୁ ରଣା, ଧ୍ରୁବଚରଣ ପଣ୍ଡା ପ୍ରମୁଖ ଯୁବ ଏବଂ ସଂପୃକ୍ତ ବିଭାଗୀୟ ଅଧିକାରୀଗଣ ଉପସ୍ଥିତ ଥିଲେ।

କୋଭିଡ଼-୧୯ ଗଂଜାମ ଜିଲ୍ଲାପାଳ ତାରାତାରିଣୀ ମନ୍ଦିର ବିଜୟ ଅମୃତା କୁଲାଙ୍ଗେ
Share. Facebook Twitter LinkedIn Email WhatsApp Copy Link

Related Posts

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026

ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ‘ଅପମାନଜନକ ମନ୍ତବ୍ୟ’: YSRCP ନେତା ଗିରଫ

February 1, 2026
Latest News

Budget 2026: ମହଙ୍ଗା ହେଲା ମଦ, ଜାଣନ୍ତୁ କେଉଁଥିରେ ମିଳିଲା ଆଶ୍ଵସ୍ତି?

February 1, 2026

Union Budget 2026: ଆୟକର ସମ୍ପର୍କରେ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ଜାଣନ୍ତୁ କ’ଣ?

February 1, 2026

Union Budget 2026: ଓଡ଼ିଶା ସମେତ ଏହି ରାଜ୍ୟରେ ହେବ ବିରଳ ଖଣିଜ କରିଡର

February 1, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ପଞ୍ଜାବ ଗସ୍ତ: ବିମାନବନ୍ଦରରେ ଉଦ୍‌ଘାଟନ କରିବେ ଟର୍ମିନାଲ କୋଠା

February 1, 2026

ବଜେଟ୍ ଦିନ ସୁନା ମୂଲ୍ୟରେ ବଡ଼ ହ୍ରାସ: ଜାଣନ୍ତୁ ଆଜିର ଦର

February 1, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.