ଗାଡି ଚାଳକ ସାବଧାନ, ଆସନ୍ତାକାଲିଠାରୁ ରାଜ୍ୟର 6ଟି ଜିଲ୍ଲାରେ ଦେଖାଦେବ ଘନ କୁହୁଡି, ରାସ୍ତା ଦେଖାଯିବ ନାହିଁ

Published: Jan 2, 2021, 6:13 pm IST

ଭୁବନେଶ୍ବର, ଆସନ୍ତାକାଲି ତିନି ତାରିଖଠାରୁ ରାଜ୍ୟର ଛଅଟି ଜିଲ୍ଲାରେ ଦେଖାଦେବ ଘନ କୁହୁଡି। ଏହି କୁହୁଡିର ଆସ୍ତରଣ ଏତେ କଠିନ ହେବ ଯେ ରାସ୍ତା ଘାଟ ଦେଖାଯିବ ନାହିଁ। ସେଥିପାଇଁ ପୋଲିସ ଓ ପରିବହନ ବିଭାଗକୁ ସ୍ବତନ୍ତ୍ର ରିଲିଫ କମିଶନର ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ବିଶେଷ କରି ରାଜପଥ ଉପରେ ସତର୍କ ଦୃଷ୍ଟି ଦେବା ପାଇଁ କୁହାଯାଇଛି। ଏହି କୁହୁଡି ଦୁଇଦିନ ଧରି ଭୋର ସମୟରେ ଦେଖାଦେବ ବୋଲି ଜଣାପଡିଛି।

ପାଣିପାଗ ବିଭଗ ଅନୁସାରେ ଆସନ୍ତାକାଲି 2 ତାରିଖରେ ପାଞ୍ଚୋଟି ଜିଲ୍ଲାରେ ଏହି ଘନ କୁହୁଡି ପରିଲକ୍ଷିତ ହେବ। ସେହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, କଟକ, ଜଗତସିଂହପୁର, ଭଦ୍ରକ ଏବଂ କନ୍ଧମାଳ। ସେହିପରି 3 ତାରିଖରେ ଯେଉଁ ଜିଲ୍ଲାରେ ଏହି ଘନକୁହୁଡି ଦେଖାଦେବ ସେଗୁଡିକ ହେଉଛି ଭଦ୍ରକ, କଟକ, କେନ୍ଦ୍ରପଡା, ଜଗତସିଂହପୁର ଏବଂ କନ୍ଧମାଳ।

Related posts