
ବିଜେଡ଼ି ଛାଡ଼ିଲେ ରଘୁନାଥ ମହାନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ଦଳର ପ୍ରାଥମିକ ସଦସ୍ୟ ଓ ଉପସଭାପତି ପଦରୁ ସେ ଇସ୍ତଫା ଦେଇଛନ୍ତି। କାଲି ଉଠା ଜଳ ସେଚନ ନିଗମ ଅଧ୍ୟକ୍ଷ ପଦରୁ ଦେଇଥିଲେ। ଇସ୍ତଫା ପତ୍ରରେ ସେ ବ୍ୟକ୍ତିଗତ କାରଣ ଦର୍ଶାଇଛନ୍ତି। ତେବେ ଇସ୍ତଫା ଦେବା ପରେ ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜୁ ଜନତା ଦଳ ପଥ ଭ୍ରଷ୍ଟ ହୋଇଯାଇଛି, କିଛି ନ୍ୟସ୍ତ ସ୍ବାର୍ଥଗୋଷ୍ଠୀଙ୍କ ଚକ୍ରାନ୍ତରେ ଦଳ ପ୍ରଭାବିତ ହୋଇଯାଇଛି। ବିଜୁଙ୍କ ଆଦର୍ଶରେ ଅନୁପ୍ରାଣିତ ବରିଷ୍ଠ ନେତାଙ୍କୁ ଦଳ କୋଣଠେସା କରିଛି ବୋଲି କହିଛନ୍ତି ରଘୁନାଥ। ତେବେ ସେ ନିର୍ବାଚନ ଲଢିବା ନ ଲଢିବା ନେଇ କୌଣସି ସୂଚନା ଦେଇନାହାନ୍ତି।