Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମାହାଙ୍ଗା ହତ୍ୟାକାଣ୍ଡ ଘଟଣା: ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଚିଲିକାରେ ବିକ୍ଷୋଭ
ଆଜିର ଖବର

ମାହାଙ୍ଗା ହତ୍ୟାକାଣ୍ଡ ଘଟଣା: ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଚିଲିକାରେ ବିକ୍ଷୋଭ

January 5, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: ମାହାଙ୍ଗା ଡବଲ ମର୍ଡର ପ୍ରତିବାଦରେ ଆଜି ଚିଲିକା ନିର୍ବାଚନମଣ୍ଡଳୀର ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବାଲୁଗାଁଠାରେ ଏକ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଅପରାହ୍ନ ୪ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସମ୍ପାଦକ ପଠାଣି ବଳବନ୍ତରାୟଙ୍କ ନେତୃତ୍ବରେ ଏକ ବିକ୍ଷୋଭ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ହତ୍ୟାକାଣ୍ଡର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଏବଂ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଇସ୍ତଫା ଦାବି କରି ବାଲୁଗାଁ ଗାନ୍ଧୀ ଛକଠାରୁ ବାଲୁଗାଁ ଥାନା ପର୍ଯ୍ୟନ୍ତ ବିକ୍ଷୋଭ ଶୋଭାଯାତ୍ରା କରାଯାଇଛି। ଏହି ଶୋଭାଯାତ୍ରାରେ ଯୁବ ମୋର୍ଚ୍ଚା ପକ୍ଷରୁ ବାଲୁଗାଁ ଥାନା ସମ୍ମୁଖରେ ଆଇନ ମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଥିଲା।

ଉଲ୍ଲେଖ ଯୋଗ୍ୟ ଯେ, ଶନିବାର ଦିନ ସାଲେପୁର ନଗର ମଣ୍ଡଳର ପ୍ରଭାରୀ କୁଳମଣି ବରାଳ ଏବଂ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ସହିତ ବାଇକରେ ନିଜ ଘରକୁ ଫେରୁଥିଲେ। ନୃତ୍ତାଙ୍ଗସ୍ଥିତ ଜଂକୋଟି ଗାଁ ପାଖରେ କିଛି ଦୁର୍ବୃତ୍ତ ସେମାନଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। କୁଳମଣି ଓ ଦିବ୍ୟସିଂହ ବାଇକ‌ରୁ ପଡ଼ିଯିବା ପରେ ମାରଣାସ୍ତ୍ରରେ ଉଭୟଙ୍କ ମୁଣ୍ଡ ଓ ମୁହଁଙ୍କୁ ହାଣି ଦୁର୍ବୃତ୍ତମାନେ ପଳାଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର କୁଳମଣିଙ୍କୁ ମୃତ ଘୋଷଣା କରିଥିଲେ। ଦିବ୍ୟସିଂହଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ବିଳମ୍ବିତ ରାତିରେ ସେଠାରେ ଦିବ୍ୟସିଂହଙ୍କର ମୃତ୍ୟୁ ଘଟିଥିଲା। ଏହି ହତ୍ୟା ଘଟଣାରେ ଆଇନ ମନ୍ତ୍ରୀଙ୍କ ପାଖ ଲୋକ ସମ୍ପୃକ୍ତ ଥିବା ନେଇ ପରିବାର ଲୋକେ ଅଭିଯୋଗ କରିଥିଲେ। ଏହି ଘଟଣାରେ ବର୍ତ୍ତମାନ ପର୍ଯ୍ୟନ୍ତ ୪ ଜଣ ଅଭିଯୁକ୍ତଙ୍କୁ ମାହଙ୍ଗା ପୋଲିସ ଅଟକ ରଖିଛି। କିନ୍ତୁ ଏହି ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି ବୋଲି ଅଭିଯୋଗ କରୁଛି। ତେବେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ରାଜ୍ୟର ସମସ୍ତ ଥାନାରେ ବିଜେପିକୁ ପକ୍ଷରୁ ବିକ୍ଷୋଭ କରାଯାଉଛି।

ଆଜିର ଏହି ବିକ୍ଷୋଭ ଶୋଭାଯାତ୍ରାରେ ଖୋର୍ଦ୍ଧା ଜିଲ୍ଲା ସାଧାରଣ ସମ୍ପାଦକ ଦୁଷ୍ମନ୍ତ ହରିଚନ୍ଦନ, ଜିଲ୍ଲା ଉପସଭାପତି ବିଜୟ ବିଶ୍ୱାଳ, ବିଜେପି ଜିଲ୍ଲା ସମ୍ପାଦକ ବିଦ୍ୟୁତ କୁମାର କାଣ୍ଡି, ମଣ୍ଡଳ ସମ୍ପାଦକ ପ୍ରଶାନ୍ତ ସାହୁ, ବିରଜାଇ ମଣ୍ଡଳ ସଭାପତି ଜିତେନ୍ଦ୍ର ଭୋଳ, ଶ୍ୟାମ ସୁନ୍ଦର ପ୍ରଧାନ, ସୌମ୍ୟରଞ୍ଜନ ସାମନ୍ତରାୟ, ନିରଞ୍ଜନ ସେଠି, ତପନ ପ୍ରଧାନ, କାହ୍ନୁ ଚରଣ ପଲେଇ, ସମର ରଞ୍ଜନ ସୁବୁଦ୍ଧି ପ୍ରମୁଖଙ୍କ ସମେତ ବିଜେପି ଯୁବମୋର୍ଚା ର ଶତାଧିକ ପୁରୁଷ ଏବଂ ମହିଳା କର୍ମୀମାନେ ଯୋଗଦେଇଥିଲେ।

ଆଇନ ମନ୍ତ୍ରୀ ଇସ୍ତଫା ଦାବି ବିଜେପି ଯୁବମୋର୍ଚ୍ଚା ମାହାଙ୍ଗା ହତ୍ୟାକାଣ୍ଡ
Share. Facebook Twitter LinkedIn Email WhatsApp Copy Link

Related Posts

ଭାରୋତ୍ତୋଳନ: ୫୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଆମେଠିର ସୁନିତା ବର୍ମା

September 22, 2026

ଏନ୍‌ବିଇଏମ୍‌ଏସ୍ ମାନ୍ୟତା: ୫ ଜିଲ୍ଲାରେ ଖୋଲିବ ଶିଶୁରୋଗ ଡିପ୍ଲୋମା

September 22, 2026

ପବନ-ପାଣିକୁ ଦେଖି ସତର୍କ ଚାଳକ: ଚିଲିକାରେ ଡଙ୍ଗା ଚଳାଚଳ ବନ୍ଦ

September 22, 2026

ଟ୍ରକ୍‌କୁ ପଛରୁ ପିଟିଲା ବ୍ୟାଣ୍ଡପାର୍ଟି ଗାଡ଼ି, ଜଣେ ମୃତ, ୭ ଗୁରୁତର

September 22, 2026
Latest News

ଭାରୋତ୍ତୋଳନ: ୫୮ କିଲୋଗ୍ରାମ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଲେ ଆମେଠିର ସୁନିତା ବର୍ମା

September 22, 2026

୧୧ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା: ଜାଣନ୍ତୁ ଭୋଟ୍ କେବେ?

September 22, 2026

ଆଜି ଏସୀୟ କ୍ରୀଡ଼ାରେ ପ୍ରଥମ ସ୍ୱର୍ଣ୍ଣ ପଦକ ଜିତିବ ଭାରତ?: ଦେଖନ୍ତୁ ପଦକ ତାଲିକା

September 22, 2026

Smoking Cessation Benefits: ଧୂମପାନ ଛାଡ଼ିବା ପରେ ଫୁସଫୁସ କେବେ ସୁସ୍ଥ ହୁଏ? ଜାଣନ୍ତୁ ବିଶେଷଜ୍ଞଙ୍କ ତଥ୍ୟ

September 22, 2026

୨ ଆସନରେ ଉପନିର୍ବାଚନ: ମମତା ଗୋଷ୍ଠୀଙ୍କ ନୂଆ ଚିହ୍ନ ‘ଫୁଟବଲ୍ ଖେଳାଳି’ ଉନ୍ମୋଚିତ

September 22, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.