
କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆସନ୍ତା ସାଧାରଣ ନିର୍ବାଚନରେ ଦୁଇଟି ଆସନରେ ନିର୍ବାଚନ ଲଢିବାକୁ ଯାଉଛନ୍ତି। ଯାହାକୁ ନେଇ ଏବେ ରାଜନୈତିକ ବୟନାବାଜି ଆରମ୍ଭ ହୋଇଛି। ଏହାରି ମଧ୍ୟରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ରାହୁଲ ଗାନ୍ଧୀଙ୍କୁ ଘେରିଛନ୍ତି। କଂଗ୍ରେସ ଏହି ଘୋଷଣା ପରେ ଅମିତ ଶାହା କହିଛନ୍ତି ଯେ ମୋଦୀ ଲହରୀରେ ଡରିଯାଇଛନ୍ତି ରାହୁଲ। ସେଥିପାଇଁ କେରଳରୁ ନିର୍ବାଚନ ଲଢିବାକୁ ଯାଉଛନ୍ତି । ରାହୁଲଙ୍କ ୱାୟନାଡରୁ ଲଢିବାକୁ ନେଇ କଂଗ୍ରେସର ଘୋଷଣାକୁ ମହାମେଣ୍ଟରେ ଥିବା ସିପିଆଇ ମଧ୍ୟ ବିରୋଧ କରିଛି। ସିପିଆଇର ବରିଷ୍ଠ ନେତା ପ୍ରକାଶ କାରାତ କହିଛନ୍ତି ଯେ କଂଗ୍ରେସ, ବିଜେପି ସହ ନଲଢି ସିପିଆଇ ସହ ଲଢିବାକୁ ଯାଉଛି ଯାହାକୁ ଆମେ ଦୃଢ ବିରୋଧ କରିବୁ। ଉତ୍ତର ପ୍ରଦେଶର ନଗୀନାରେ ଜନସଭାକୁ ସମ୍ବୋଧିତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା କଂଗ୍ରେସ ଉପରେ ପ୍ରବଳ ବର୍ଷିଛନ୍ତି।