Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ନାଚୁଣୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଲିସ କର୍ମଚାରୀଙ୍କ ପତ୍ନୀ ମୃତ, ଚାରି ଗୁରୁତର
ଆଜିର ଖବର

ନାଚୁଣୀ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ପୋଲିସ କର୍ମଚାରୀଙ୍କ ପତ୍ନୀ ମୃତ, ଚାରି ଗୁରୁତର

January 10, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନାଚୁଣୀ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଏହି ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ମୁତାବକ  ଆଜି ଅପରାହ୍ନରେ ପୋଲିସ ଟ୍ରେନିଂ ସ୍କୁଲ, ନୟାଗଡର ଦୁଇ ଜଣ କର୍ମଚାରୀ ନିଜ  ପରିବାର ସହ ଚିଲିକା ଭ୍ରମଣ ପାଇଁ  ଆସିଥିଲେ। ସେମାନେ ସମୁଦାୟ ୫ ଜଣ ଏକ ଟାଟା ନାନୋ କାର ଯୋଗେ ବୁଲିବାକୁ ଆସିଥିଲେ। ହେଲେ ଭ୍ରମଣ ସାରି ନୟାଗଡ ଫେରୁଥିବା ବେଳେ ନାଚୁଣୀ ଫାଣ୍ଡି ନିକଟସ୍ଥ କହେଁଇପୁର ଛକ ନିକଟରେ ସେମାନଙ୍କ କାରଟି ଅପରାହ୍ନ ୩ ଘଟିକାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେମାନଙ୍କର ନାନୋ କାରଟି ପୂର୍ବରୁ ଠିଆ ହୋଇଥିବା ଏକ ଟ୍ରଲରର ପଛପଟୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ମୃତକ ମହିଳା ଜଣକ ହେଲେ ବୈଜୟନ୍ତୀ ପଟ୍ଟନାୟକ (୫୨)।

ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ସଦଳବଳେ ଘଟଣାସ୍ଥଳରେ ପହଁଚି ଗଙ୍ଗାଧରପୁର ଅଗ୍ନିଶମ ବାହିନୀ ଯୋଗେ ଆହତଙ୍କୁ ଉଦ୍ଧାର କରିଥିଲେ। ଏହା ସହ ଗୁରୁତର ଆହତ ହୋଇଥିବା ୪ ଜଣଙ୍କୁ ଚିକିତ୍ସା ପାଇଁ ଟାଙ୍ଗୀ ମେଡ଼ିକାଲକୁ ପଠାଇଛନ୍ତି। ଆହତ ଚାରିଜଣ ହେଲେ ଏ ସନ୍ତୋଷ କୁମାର, ଏ ଜ୍ୟୋତି, ଏ ଦିନେଶ କୁମାର ଏବଂ ସାଧୁ ଚରଣ ପଟ୍ଟନାୟକ।

ବର୍ତ୍ତମାନ ଘଟଣାସ୍ଥଳରେ ବାଣପୁର ଆଇଆଇସି ସଞ୍ଜୟ ପଟ୍ଟନାୟକ, ଏସ.ଆଇ ପ୍ରସନ୍ନ ଜେନା, ରାଜକିଶୋର ବେହେରା ଆଦି ଉପସ୍ଥିତି ଥାଇ ଟ୍ରଫିକ ନିୟନ୍ତ୍ରଣ କରୁଛନ୍ତି।

ଚାରି ଗୁରୁତର ନାଚୁଣୀ ମୃତ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026
Latest News

ୱାୟନାଡରେ ଚିନ୍ତାଜନକ ଘଟଣା: ସ୍କୁଲର ୧୫୦ ଛାତ୍ରଛାତ୍ରୀ ଅସୁସ୍ଥ

June 7, 2026

AIADMKକୁ ବଡ଼ ଝଟକା, TVKରେ ୩୦୦ରୁ ଅଧିକ ନେତାଙ୍କ ଯୋଗଦାନ

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026

ସମ୍ବଲପୁର ଫୁଟବଲ ଏକାଡେମୀ ପାଇଁ ନିର୍ମାଣ ହେବ ଫିଫା ମାନର ଆଧୁନିକ ପଡ଼ିଆ, ଖର୍ଚ୍ଚ ୧୫ କୋଟି

June 6, 2026

ବାଣପୁର: ଓଡ଼ଗାଁରେ ଗ୍ରାମ୍ୟ ଉନ୍ନୟନ କମିଟି ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ

June 6, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.