
ଭୁବନେଶ୍ବର: ଓଡିଶାବାସୀଙ୍କ ପାଇଁ ଖୁସି ଖବର। ଶେଷରେ ଭୁବନେଶ୍ବରରେ ପହଞ୍ଚିଲା କରୋନା ଟିକା। ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ କରୋନା ଟିକା ଆସି ପହଞ୍ଚିଛି। ସିଧା ପୁନେ ସ୍ଥିତ ସେରମ୍ ଇନଷ୍ଟିଚ୍ୟୁଟ୍ରୁ ନୂଆଦିଲ୍ଲୀ ବିମାନ ବନ୍ଦର ଦେଇ କୋଭିସିଲ୍ଡ ଟିକା ଭୁବନେଶ୍ବରରେ ପହଞ୍ଚିଛି। ମେଡିକାଲ ସୁରକ୍ଷା ବଳୟ ମଧ୍ୟରେ ଏହି ଟିକା ରାଜ୍ୟ ଔଷଧ ନିଗମକୁ ନିଆଯାଇଛି। ଆସନ୍ତ ୧୬ ତାରିଖରେ ଟିକାକରଣ କରାଯିବ। ପୁଣି ଦ୍ବୀତିୟ ପର୍ଯ୍ୟାୟ ଟୀକା ଖୁବ ଶିଘ୍ର ଆସିବ ବୋଲି ଜଣାପଡିଛି।