
ନୂଆଦିଲ୍ଲୀ: ଭାରତ ସରକାର ୨୫୦ ଟୁଇଟର ଆକାଉଣ୍ଟକୁ ରଦ୍ଦ କରିଦେଇଛି। ଏହି ଆକାଉଣ୍ଟଗୁଡିକ ଉପରେ ନକଲି ଏବଂ ଉତ୍ତେଜିତ କାରିବା ଭଳି ଟୁଇଟିସ୍ ଏବଂ ହାସଟ୍ୟାଗ କରିବା ଅଭିଯୋଗ ହୋଇଛି। କୃଷି ଆନ୍ଦୋଳନରେ #ModiPlanningFarmerGenocide ନାମରେ ହାସଟ୍ୟାଗ ଚଲା ଯାଇଥିଲା। ଏହି ହାସଟ୍ୟାଗର ଅର୍ଥ ଥିଲା, “ମୋଦୀ ସରକାର କୃଷକମାନକର ଜନସଂହାରର ପ୍ରସ୍ତୁତ କରୁଛି”। ଗୃହ ମନ୍ତ୍ରାଳୟ ଏବଂ ସୁରକ୍ଷା ଏଜେନ୍ସିଙ୍କ ସୂଚନା ପରେ ସରକାର ଏହି ନିଷ୍ପତ୍ତି ନେଇଛି। ସୂଚନା ଅନୁଯାୟୀ, ଏହା ଆନ୍ଦୋଳନ ସମୟରେ ବହୁ ସମସ୍ୟା ସୃଷ୍ଟି କରିବ ଏବଂ ଦେଶର ସୁରକ୍ଷା ପାଇଁ ବିପଦ ଅଛି। ଏହି ଆକାଉଣ୍ଟରୁ ଜାନୁୟାରୀ ୩୦ରେ ଭ୍ରମ ଏବଂ ଲୋକଙ୍କୁ ଉତ୍ତେଜିତ କରିବା ଭଳି ଟୁଇଟସ କରାଯାଉଥିଲା।