କରୋନା ଅପଡେଟ୍‌: ଦେଶରେ ଗତ ୨୪ ଘଣ୍ଟାରେ ୧୧ ହଜାର ୭୨୩ ଆକ୍ରାନ୍ତ ଚିହ୍ନଟ

Published: Feb 6, 2021, 11:20 am IST

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧୧ ହଜାର ୭୨୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଗତ ୯୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୧କୋଟି ୮ ଲକ୍ଷ ୧୪ ହଜାର ୩୦୪ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୪ ହଜାର ୯୧୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୫ ଲକ୍ଷ ୧୦ ହଜାର ୭୯୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାର ଆକ୍ଟିଭ୍‌ କେସ୍‌ ୨ ଲକ୍ଷ ତଳକୁ ଖସିଛି। ଦେଶରେ କରୋନାରୁ ୧ ଲକ୍ଷ ୫୪ ହଜାର ୫୯୦  ଆକ୍ଟିଭ୍‌ କେସ୍ ରହିଛି।

Related posts