ନେତାଜୀ ବସ ଟର୍ମିନାଲ ପ୍ରସଙ୍ଗ: ଉଚ୍ଚ ନ୍ୟାୟଳୟର ଶୁଣାଣି ପରେ ଖାନନଗର ପାଇଁ ଫିଟିଲା ବାଟ

Published: Feb 15, 2021, 6:22 pm IST

କଟକ: ନେତାଜୀ ବସ ଟର୍ମିନାଲ ମାମଲାରେ ଆଜି ଉଚ୍ଚ ନ୍ୟାୟଳୟରେ ଶୁଣାଣି ହୋଇଛି। ଏହି ମାମଲାରେ ଦାୟର ହୋଇଥିବା ଦୁଇ ଜନସ୍ବାର୍ଥ ମାମଲାକୁ ଓଡ଼ିଶା ଉଚ୍ଚ ନ୍ୟାୟଳୟ ଆଜି ଖାରଜ କରିଛନ୍ତି। ଖାନନଗର ଠାରେ ପ୍ରସ୍ତାବିତ ନେତାଜୀ ବସ ଟର୍ମିନାଲକୁ ବିରୋଧ କରି ଦୁଇ ଜନ ସ୍ଵାର୍ଥ ମାମଲା ଦାୟର ହୋଇଥିଲା। ବସ ଟର୍ମିନାଲ ନିର୍ମାଣ ହେଲେ ବିଭିନ୍ନ ସମସ୍ୟା ହେବ ବୋଲି ଆବେନକାରୀ ଦର୍ଶାଇ ଥିଲେ।

ମା’ ଶ୍ମଶାନ କାଳୀ ମନ୍ଦିର ଥିବା ଜମିକୁ ଛାଡି ଅନ୍ୟ ଜମି ଉପରେ ପୂର୍ବରୁ ଜାରି କରାଯାଇଥିବା ସ୍ଥିତାବସ୍ଥାକୁ ହାଇକୋର୍ଟ ଉଠାଇ ଦେଇଛନ୍ତି। ପୂର୍ବରୁ ୧୧ ଏକର ଜମିରୁ ୩ ଏକର ଜମି ମନ୍ଦିରର ରହିଛି ବୋଲି କୁହାଯାଇଥିଲା। ଏନେଇ ହାଇକୋର୍ଟରେ ମାମଲା ଶୁଣାଣି ହୋଇଥିଲା। କାଳୀ ମନ୍ଦିର ଥିବା ଜମି ଉପରେ ସ୍ଥିତାବସ୍ଥା ବଜାୟ ରହିବ ବୋଲି ହାଇକୋର୍ଟ କହିଛନ୍ତି। ଶ୍ମଶାନ କାଳୀଙ୍କ ଜମି ବିବାଦ ସମ୍ପର୍କିତ ମାମଲାର ପରବର୍ତ୍ତୀ ଶୁଣାଣି ମେ ମାସରେ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନେତାଜୀ ବସ ଟର୍ମିନାଲ ପ୍ରକଳ୍ପ ପାଇଁ ବାଟ ଫିଟିଛି।

Related posts