Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସଲହାସୁତୁରାରେ ଚାଲିଛି ଗଂଜାମ ଜିଲ୍ଲା ଲଘୁ ଖଣିଜ ଦ୍ରବ୍ୟ କାରବାର
ଆଜିର ଖବର

ସଲହାସୁତୁରାରେ ଚାଲିଛି ଗଂଜାମ ଜିଲ୍ଲା ଲଘୁ ଖଣିଜ ଦ୍ରବ୍ୟ କାରବାର

February 17, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ହେମାଙ୍ଗ ପ୍ରସାଦ ରାଉଳ
ବ୍ରହ୍ମପୁର: ଗଂଜାମ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର ବୈଠକ ଡ଼କାଇ ନିଜସ୍ୱ ବିଭାଗ ଅଧିକାରୀଙ୍କୁ ବେଆଇନ ଲଘୁ ଖଣିଜ ଉତ୍ତୋଳନ ଉତ୍ସର ସ୍ଥିତାବସ୍ଥା, ବେଆଇନ ମାଟିପୋଡ଼ା ଇଟାଭାଟି, ଚିମିନିଭାଟିର ଆକଳନ କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଜିଲ୍ଲାସ୍ତରୀୟ ରାଜସ୍ୱ ଅଧିକାରୀଙ୍କ ଦ୍ୱାରା ତହସିଲ୍ ଗସ୍ତ କରି ବାଲି ସଇରାତ, ପଥର ଓ ମୋରୁମ ଖଦାନ, ଚିମିନି ଭାଟି ଓ ଉପରପୋଡ଼ା ଇଟାଭାଟିରେ ପହଞ୍ଚି ସରଜମିନ୍ ଅନୁଧ୍ୟାନ କରି ଜିଲ୍ଲାପାଳଙ୍‌କୁ ବିବରଣୀ ପ୍ରଦାନ କରୁଥିବାବେଳେ ଜିଲ୍ଲାପାଳଙ୍କ ପଦକ୍ଷେପକୁ ଅପେକ୍ଷା କରାଯାଇଛି। ଅନ୍ୟ ଦୃଷ୍ଟିକୋରୁ ଗଂଜାମ ଜିଲ୍ଲା ଅନ୍ତର୍ଗତରେ ଥିବା ଲାଭାଜନକ ଲଘୁ ଖଣିଜ ଉତ୍ସରେ ଶାସକ ଦଳର ସଲାସୁତୁରାରେ ଅବୈଧ କାରବାର ହେଉଥିବା, ପୁଣି ନିର୍ଦ୍ଦିଷ୍ଟ କିଛି ତହସିଲ୍‌ଦାରଙ୍କ କାର୍ଯ୍ୟଶୈଳୀରେ ମାଫିଆ ଗୋଷ୍ଠୀଙ୍କ ନିଦ ହଜିଥିଲା ବେଳେ ପ୍ରଶାସନ ଚାପରେ ଥାଇ ପଦକ୍ଷେପ ବଦଳରେ ତହସିଲ୍‌ଦାରଙ୍କୁ ପରିବର୍ତ୍ତନ କରି ପଛଘୁଞ୍ଚା ଦେଉଥିବା ନଜରକୁ ଆସିଛି।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସବ୍ କଲେକ୍ଟରଙ୍କ ଅଧୀନ ପାତ୍ରପୁର, ଚିକିଟି, ଦିଗପହଣ୍ଡି ତହସିଲ୍ ଅଂଚଳର ସୀମାନ୍ତରେ ଥିବା ଏହି ସଇରାତ ଉତ୍ସର କମ୍ ପରିମିତ ଅଂଚଳକୁ ନିଲାମକୁ ନେଇ ଅବଶିଷ୍ଟ ଅଂଚଳରୁ ଜେସିବି ଲଗାଇ ହାଇୱା ଦ୍ୱାରା ପ୍ରତ୍ୟେକ ହଜାରହଜାର ସିଏମ୍‌ର ରାଜସ୍ୱ ପାଉଣା ହରିଲୁଟ ହେଉଥିବା ସାଧାରଣରେ ଆଲୋଚନା ଜୋର୍ ଧରିଛି। ତହସିଲ୍‌ଦାରଙ୍କ ପରିଯୋଜନା ପ୍ରକାରେ ଏଭଳି କାରବାର ବେଶ୍ ଦୁରୁହ ବ୍ୟାପକାର ହୋଇଥିବାରୁ ଉଭୟ ଚିକିଟି ଏବଂ ଦିଗପହଣ୍ଡି ତହସିଲ୍ କାର୍ଯ୍ୟାଳୟକୁ ଏଥି ନେଇ ଉତ୍ତରଦାୟୀ କରୁଥିବା ଚର୍ଚ୍ଚା ହେଉଛି।

ବିନା ମାଇନିଂ ପ୍ଲାନ ଓ ଯାନ୍ତ୍ରିକ ଉଠାଣ ପାଇଁ ଆବଶ୍ୟକୀୟ ଅନୁମତି ନଥାଇ ବିସ୍ତୀର୍ଣ୍ଣ ଅଂଚଳରୁ ଅବାଧ ବାଲି ଚାଲାଣ ନେଇ ସ୍ଥାନୀୟ ପ୍ରଶାସନ ସଂଦେହ ଘେରରେ ଥିବାରୁ ଉଭୟ ଉପଜିଲ୍ଲାପାଳ ବ୍ରହ୍ମପୁର ଓ ଛତ୍ରପୁର ଜିଲ୍ଲାପାଳ ଏନେଇ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବାକୁ ବହୁ ବୁଦ୍ଧିଜୀବୀ ଦାବି କରିଛନ୍ତି।

ଗଂଜାମ ଜିଲ୍ଲା ଲଘୁ ଖଣିଜ ଦ୍ରବ୍ୟ
Share. Facebook Twitter LinkedIn Email WhatsApp Copy Link

Related Posts

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଆଜି ଅକ୍ଷୟ ତୃତୀୟା, ଏହା କାହିଁକି ପାଳନ ହୁଏ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

April 20, 2026
Latest News

କୃଷକର ଖଡ଼ିଛୁଆଁ ପର୍ବ ଅକ୍ଷୟ ତୃତୀୟା

April 20, 2026

ବଢିଲା ଅଶୋଧିତ ତୈଳ ଦର

April 20, 2026

ଶାନ୍ତି ଆଲୋଚନାକୁ ଇରାନର ପ୍ରତ୍ୟାଖ୍ୟାନ

April 20, 2026

ଆମେରିକାରେ ଭୟଙ୍କର ଗୁଳିକାଣ୍ଡ: ଆଠ ନାବାଳକଙ୍କ ମୃତ୍ୟୁ

April 20, 2026

ଓଡିଶାରେ ୯୦,୦୦୦ କୋଟିର ରେଳ ଭିତ୍ତିଭୂମି ପ୍ରକଳ୍ପ କାର୍ଯ୍ୟକାରୀ ହେଉଛି: ଅଶ୍ୱିନୀ ବୈଷ୍ଣବ

April 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.